ISSN (Print) - 0012-9976 | ISSN (Online) - 2349-8846

ଠକେଇରୁ ଶିକ୍ଷା

ବ୍ୟାଙ୍କଗୁଡିକର ଘରୋଇକରଣ ଠକେଇକୁ ରୋକିପାରିବ ବୋଲି କହିବା ଠିକ ନୁହେଁ

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ଠକେଇ ହେଉଛି ଆଜି ପର୍ଯ୍ୟନ୍ତ ଦେଶରେ ହଇଚଇ ସୃଷ୍ଟି କରିଥିବା ଠକେଇ ଘଟଣା ମାନଙ୍କ ମଧ୍ୟରେ ଏକ ସଦ୍ୟତମ ଘଟଣା । ପିଏନବି ଘଟଣାରେ ଦୁଇଟି ବିଷୟ ଉପରେ ଗୁରୁତ୍ୱର ସହ  ଧ୍ୟାନ ଦେବାକୁ ହେବ । ସେଥିରୁ ପ୍ରଥମଟି ହେଉଛି ଗୋଟିଏ ବଡ ବ୍ୟାଙ୍କ  ଠକେଇ ଘଟାଯାଇଛି । ବ୍ୟାଙ୍କ ଠକେଇ ସେଇଆକୁ କୁହାଯାଏ ଯେଉଁଥିରେ କର୍ମଚାରୀ ବା ବାହାରର କେହି ବ୍ୟକ୍ତି ବ୍ୟାଙ୍କର ନିୟମ କାନୁନକୁ ଭିନ୍ନ ମାର୍ଗରେ ନେବାକୁ ଉଦ୍ୟମ କରନ୍ତି ଯେଉଁଥିପାଇଁ ବ୍ୟାଙ୍କକୁ ବହୁମୂଲ୍ୟ ଦେବାକୁ ହୋଇଥାଏ । ବ୍ୟାଙ୍କ ନିଜେ ମଧ୍ୟ ଏହାର ଅଂଶୀଦାର ଓ ମ୍ୟାନେଜର ମାନଙ୍କୁ ଲାଭ ପହୁଞ୍ଚାଇବା ପାଇଁ ଠକେଇରେ ସମ୍ପୃ୍କ୍ତ ହୋଇଥାଆନ୍ତି ଯେଉଁଥିପାଇଁ ବ୍ୟାଙ୍କ ରେ ଟଙ୍କା ରଖୁଥିବା ସାଧାରଣ ଲୋକ ଓ କରଦାତାଙ୍କୁ ବହୁ ମୂଲ୍ୟ ଦେବାକୁ ପଡିଥାଏ । ସେହିପରି କୂ-ସମ୍ପତ୍ତି ବା ଏନପିଏ ଘଟଣାରେ ମଧ୍ୟ ବ୍ୟାଙ୍କ କର୍ମଚାରୀମାନେ ରୁଣ ନେଉଥିବା ଲୋକମାନଙ୍କ ସହିତ ସାମିଲ ହୋଇ ବ୍ୟାଙ୍କ ଠକେଇ କରିଥାଆନ୍ତି । ବେଳେ ବେଳେ ବ୍ୟାଙ୍କମାନେ ଏପରି କେତେକ ବ୍ୟବସାୟିକ  ନିଷ୍ପତ୍ତି  ନିଅନ୍ତି ଯାହାକି ପରେ ଭୁଲ ପ୍ରତିପାଦିତ ହୋଇଥାଏ ।

ଦ୍ୱିତୀୟରେ ଠକେଇର କାରଣ ହୋଇଥାଏ ପରିଚାଳନାଗତ ବିପଦ ଅର୍ଥାତ୍ ବ୍ୟାଙ୍କର ସବୁ ବ୍ୟବସ୍ଥା ଓ ପ୍ରକ୍ରିୟାକୁ ନଷ୍ଟ କରିଦେବା । ଏହା ସହିତ ଜମା ଓ ରୁଣ ସମସ୍ୟାର କୌଣସି ସମ୍ପର୍କ ନଥାଏ ।  ଏଥିରେ ଥିବା ବିଶେଷ କଥାଟି ହେଉଛି ଏଇଆ ଯେ ଖୁବ ଶୀଘ୍ର ଏହା  ଏକ ରାଜନୈତିକ ସ୍ୱରୂପ ନେଇଯାଏ । ଏହି ଘଟଣାରେ ବିରୋଧୀଦଳମାନେ ତୁରନ୍ତଏନଡିଏ ସରକାର ବିରୁଦ୍ଧରେ ଅଙ୍ଗୁଳି ଦେଖାଇବା ଆରମ୍ଭ କରି ଦେଇଥିଲେ । ଭାରତୀୟ ଜନତା ପାର୍ଟି ସଙ୍ଗେ ସଙ୍ଗେ ଏହାକୁ ବିରୋଧ କରିବା ପାଇଁ ନିରବ ମୋଦିଙ୍କ ସହ କଂଗ୍ରେସ ଦଳର ସମ୍ପର୍କ ଥିବା କଥା କହିବାକୁ ଲାଗିଗଲା ।

ବ୍ୟାଙ୍କ ରୁଣ ଦେବା କ୍ଷେତ୍ରରେ  ରାଜନୈତିକ ନେତା ଓ ଅମଲାମାନଙ୍କ ହସ୍ତକ୍ଷେପ ଏକ ବଡ ଉପାଦାନ ହୋଇଥାଏ । ବ୍ୟାଙ୍କମାନେ ବାହାରର କାହାରି ଜଣକ ପାଇଁ ଆଉ ଜଣଙ୍କୁ ରୁଣ ଦେବାକୁ ବାଧ୍ୟ ହୁଅନ୍ତି ।  ରାଜନୈତିକ ନେତା ଓ ଅମଲାତନ୍ତ୍ର ସାର୍ବଜନୀନ ବ୍ୟାଙ୍କଗୁଡିକୁ ଏଭଳି କମ୍ପାନୀଙ୍କୁ ରୁଣ ଦେବାପାଇଁ ବାଧ୍ୟ କରନ୍ତି ଯେଉଁମାନେ କି ସେଥିପାଇଁ ଅର୍ଥାତ୍ ବ୍ୟବସାୟୀକ ଦୃଷ୍ଟିରୁ ଯୋଗ୍ୟ ହୋଇ ନ ଥାଆନ୍ତିି । ଏହା କିନ୍ତୁ ପରିଚାଳନାଗତ ବିପଦ ବା ଅପରେସନାଲ ରିସ୍କ କ୍ଷେତ୍ରରେ ସତ୍ୟ ହୁଏ ନାହିଁ । ପରିଚଳାନାଗତ ଠକେଇରେ ବ୍ୟାଙ୍କର କର୍ମଚାରୀ ବା କଦବା କ୍ୱଚିତ ବାହାରିଆ ଲୋକମାନେ ଲାଭାନ୍ୱିତ ହୋଇଥାଆନ୍ତି କିନ୍ତୁ ଏଥିରେ ରାଜନୈତିକ ହସ୍ତକ୍ଷେପ କଦାପି କ୍ୱଚିତ ଦେଖାଯାଇଥାଏ । ନିରବ ମୋଦିଙ୍କ ମୁଣ୍ଡ  ଉପରେ ଯେଉଁ ରାଜନେତାଙ୍କ ବରଦହସ୍ତ ଥାଉନା କାହିଁକି ଏପର୍ଯ୍ୟନ୍ତ କିନ୍ତୁ ଏହି ଠକେଇରେ କୌଣସି ରାଜନେତାଙ୍କ ହସ୍ତକ୍ଷେପ ଥିବା କଥା ନଜରକୁ ଆସିନାହିଁ ।

ଏହି ଠକେଇର ସବୁକଥା ଏବେ ସ୍ପଷ୍ଟ ହୋଇନାହିଁ । ଗଣମାଧ୍ୟମ ରିପୋର୍ଟରୁ ଯାହା ଜଣାପଡୁଛି ପିଏନବି ପକ୍ଷରୁ ମୋଦିଙ୍କର ଦେଶ ବାହାରେ ଥିବା ଫାର୍ମଙ୍କ ସପକ୍ଷରେ ଗୁଡିଏ ଲେଟର ଅଫ ଅଣ୍ଡର ଷ୍ଟାଣ୍ଡିଙ୍ଗ (ଏଲଓୟୁ) ବା ଗ୍ୟାରେଣ୍ଟି ଦିଆଯାଇଛି । ଜଣେ କର୍ମଚାରୀ ତାଙ୍କ ଅଧିକାର କ୍ଷେତ୍ର ବାହାରକୁ ଯାଇ  ବ୍ୟାଙ୍କର ସ୍ୱିଫ୍ଟ (ସିଷ୍ଟମ ଯାହା ମାଧ୍ୟମରେ ବ୍ୟାଙ୍କରୁ ବାର୍ତ୍ତା ପ୍ରେଣ କରାଯାଇଥାଏ ) ଜରିଆରେ ଏ କାର୍ଯ୍ୟ କରିଛନ୍ତି । ଅଭିଯୁକ୍ତ ଜଣକ ବ୍ୟାଙ୍କ ପକ୍ଷରୁ ବହୁଉଦ୍ଦ୍ୟେଶୀୟ ଏଲଓସିର ବ୍ୟବହାର କରିଥିବା ଜଣାପଡିଛି ।  ଯାହା ବଳରେ ନିରବ ମୋଦି ପିଏନବିରୁ ଦେଶ ବାହାରେ ଗୁଡିଏ ଅର୍ଥ ରୁଣ ଆକାରରେ ଉଠାଇ ନେବାକୁ ସକ୍ଷମ ହୋଇଛନ୍ତି । 

ବ୍ୟାଙ୍କ ଏହି ଏଳଓସିକୁ ସ୍ୱଳ୍ପଅବଧି ଯେମିତିକି ୯୦ ଦିନର  କାରବାର ପାଇଁ ଦେଇଥାଏ । କିନ୍ତୁ ଅଭିଯୁକ୍ତ କର୍ମଚାରୀଜଣକ ପିଏନବି ପାଇଁ ଏଲଓସିକୁ ନିୟମକୁ ଭାଙ୍ଗି ଦୀର୍ଘକାଳୀକ ଅର୍ଥାତ୍ ୩୬୫ ଦିନର କାରବାର ପାଇଁ ଦେଇ ଦେଇଥିଲେ । ଏହି କାରବାରଟି ଗତ ସାତ ବର୍ଷ ଧରି ଚାଲି ଆସୁଥିଲା । ଯାହାର ଅର୍ଥ ହେଉଛି ରୁଣ ଅବଧି ପୁରିଯିବା ପରେ ନିରବ ମୋଦି ନିଶ୍ଚିତ ରୁଣ ସୁଝୁଥିଲେ । ତା ନହୋଇଥିଲେ ତାଙ୍କୁ ପୁଣିଥରେ ରୁଣ ଦେବାପାଇଁ  ଦିଆଯାଉଥିବା ଏଲଓୟୁ ବା ଗ୍ୟାରେଣ୍ଟି ବ୍ୟାଙ୍କ ଦ୍ୱାରା ଗ୍ରହଣୀୟ ହୋଇ ନଥାନ୍ତା । ତାହେଲେ ଏବେ କାହିଁକି କଥା ପ୍ରଘଟ ହୋଇଗଲା । ଏହା କ’ଣ ଏଇଥିପାଇଁ ଘଟିଲା ଯେ ମୋଦି ଗତ କେତେ ମାସ ଧରି  ଯେତିକି ରୁଣ ନେଲେ ତାକୁ ଆଉ ସୁଝିପାରିଲେ ନାହିଁ? ବା ଏକଥା ଘଟିଲା ନିରବଙ୍କୁ ଏହି କାରବାରରେ ସହାୟତା କରୁଥିବା ପୁରୁଣା କର୍ମଚାରୀକୁ ବଦଳି କରିଦିଆଯିବା ପରେ ତାଙ୍କ ସ୍ଥାନରେ ଆସିଥିବା ନୂଆ କର୍ମଚାରୀ ଜଣକ କାରବାରକୁ ଚଳାଇ ରଖିବାକୁ ରାଜି ହେଲେ ନାହିଁ କି ଆଉ ଏଲଓୟୁ ଦେଲେ ନାହିଁ । ଏହି ବିଷୟ ଗୁଡିକ ହେଉଛନ୍ତି ନିରବ ମୋଦି ଘଟଣାର ପ୍ରମୁଖ ପ୍ରଶ୍ନ ଯାହାର ଉତ୍ତର ଦିଆଯିବା ଆବଶ୍ୟକ ।

ଏଠାରେ ଗୋଟିଏ ପ୍ରଶ୍ନ ସ୍ପଷ୍ଟ ହେବା ଦରକାର ଯେ ତରବରିଆ ଭାବେ କୌଣସି ଫଇସଲାରେ ଉପନୀତ ହେବା ବେଳେ କ’ଣ କରାଯିବା ଆବଶ୍ୟକ ଓ କ’ଣ ଅନାବଶ୍ୟକ  । ପ୍ରଥମେ ଏହା ଦେଖିବାକୁ ହେବ ଯେ ଏଲଓସି କାରଣରୁ କମ୍ପାନୀର ବ୍ୟାଙ୍କକୁ କେତେ ଟଙ୍କା ଦେବାକୁ ବାକି ରହିଛି ଏବଂ ଏହା ବଦଳରେ ଯେତିକି ସମ୍ପତ୍ତି ଗ୍ୟାରେଣ୍ଟି ଆକାରରେ ରହିଛି ତାହା ଯଥେଷ୍ଟ କି? ଏଇଥିରୁ ବ୍ୟାଙ୍କର କେତେ ଟଙ୍କା କ୍ଷତି ହୋଇଛି ତାର ଏକ ହିସାବ ଜଣା ପଡିବ ।  ମନେ ରଖିବାକୁ ହେବ ଯେ କ୍ଷତି ବାବଦରେ ତୁରନ୍ତ ପଦକ୍ଷେପ ନେବାକୁ ହେବ କାରଣ ଏହି କ୍ଷତି ଫଳରେ ବହୁ ସାର୍ବଜନୀନ ବ୍ୟାଙ୍କର ସେୟାରମୂଲ୍ୟ କମିବାରେ ଲାଗିଛି ।

ଦ୍ୱିତୀୟରେ ଏହା ନିଶ୍ଚିତ ଜାଣିବାପାଇଁ  ଉଦ୍ୟମ କରିବାକୁ ହେବ ଯେ କିପରି ବ୍ୟାଙ୍କ ଗୁଡିକର ଆନ୍ତରିକ ନିୟନ୍ତ୍ରଣ ବ୍ୟବସ୍ଥା ଭଙ୍ଗ ହେଲା । ଏହାର ଗୋଟିଏ କାରଣ ଯାହା ଜଣା ପଡିଛି ପିଏନବିର ସ୍ୱିଫ୍ଟ ସିଷ୍ଟମ ଏହାର କୋର ବ୍ୟାଙ୍କିଙ୍ଗ ସଫ୍ଟଓୟାର ସହିତ ଯୋଡି ହୋଇ ନଥିଲା । ଯଦି ଘଟଣାଟି ସେଇଆ ହୋଇଥାଏ ତେବେ କାହିଁକି ବ୍ୟାଙ୍କର ଆନ୍ତରିକ ଅଡିଟ ବେଳେ ଓ ପରେ ପରେ ଅଡିଟ କରିଥିବା ଅଡିଟରମାନଙ୍କ ଦ୍ୱାରା ଏହି ଆନ୍ତରିକ ଅବ୍ୟବସ୍ଥାକୁ ଧରି ନ ଥିଲେ ? ସରକାର ତୁରନ୍ତ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଦୋଷ ଦେଇଦେଲେ ଯେ ସେମାନଙ୍କର ସୁପରଭିଜିଅନରେ ଗଲତି ରହି ଯାଇଛି ।  ସାଧାରଣ ଭାବରେ ଦେଖିଲେ ସୁପରଭାଇଜର ବ୍ୟାଙ୍କ ଠକେଇ ଧରିବା କାର୍ଯ୍ୟରେ ନୁହେଁ ବରଂ ବ୍ୟାଙ୍କ ଠକେଇ ବିଷୟରେ ସେହି ବ୍ୟାଙ୍କ ମାନଙ୍କ ପକ୍ଷରୁ ଜଣା ପଡିବା ପରେ ସୁପରଭାଇଜର ତାଙ୍କର ପ୍ରତିକ୍ରିୟା ଦେଇଥାଆନ୍ତି ।

ପିଏନବି ଘଟଣାରେ ସାର୍ବଜନୀନ ବ୍ୟାଙ୍କ ଗୁଡିକୁ ନିନ୍ଦା କରାଯିବାର ଏକ ଲହର ଚାଲିଛି ।  କିଛି ଲୋକ କହୁଛନ୍ତି ଯେ ସାର୍ବଜନୀନ ବ୍ୟାଙ୍କ ଗୁଡିକ ଉପରେ ଥିବା ସରକାରୀ ମାଲିକାନା  ଯୋଗୁଁ  ବ୍ୟାଙ୍କ ଗୁଡିକ ଅନିୟନ୍ତ୍ରିତ ହେଉଛନ୍ତି ଓ ଠକେଇ ହେଉଛି । ବ୍ୟାଙ୍କର ମ୍ୟାନେଜରମାନଙ୍କୁ ଠକେଇ ରୋକିବା ଓ ଲୋକଙ୍କ ସଞ୍ଚିତ ଧନର ସୁରକ୍ଷା କରିବା ପାଇଁ  କୌଣସି ପ୍ରୋତ୍ସାହନ ଦିଆଯାଉ ନାହିଁ । ତେଣୁ କୁହାଯାଉଛି ଯେ ଘରୋଇକରଣ ହିଁ ଏପରି ଠକେଇକୁ ରୋକି ପାରିବ । 

କିନ୍ତୁ ଏଭଳି କଥା ବିଶ୍ୱରେ ଗତ କେତେ ବର୍ଷ ଧରି ଘଟି ଯାଇଥିବା ବଡ ବଡ ଅର୍ଥନୈତିକ ସଂସ୍ଥାଗୁଡିକରେ ହୋଇଥିବା ଠକେଇକୁ ଲକ୍ଷ୍ୟ କରୁଥିବା ଲୋକମାନଙ୍କୁ କେବଳ ହାସ୍ୟାସ୍ପଦ ଲାଗୁଛି । ୧୯୯୫ ମସିହାରେ ଇନଭେଷ୍ଟମେଣ୍ଟ ବ୍ୟାଙ୍କ ବାରିଙ୍ଗ ଜଣେ ଧୂର୍ତ୍ତ ବ୍ୟବସାୟୀ ନିକ ଲେସନ୍ର କଳା କାରବାର ପାଇଁ ବନ୍ଦ ହୋଇଗଲା ।  କିଛି ବ୍ୟକ୍ତି ସେମାନଙ୍କର ଏହି ନିୟମ ତଥା ନିୟନ୍ତ୍ରଣ ବ୍ୟବସ୍ଥାକୁ ଭଙ୍ଗ କରି ସଂସ୍ଥାଗୁଡିକୁ ନଷ୍ଟ କରି ଦେଉଛନ୍ତି ।

ଏହା ବ୍ୟତୀତ କେତେକ ଏଭଳି ଦୁର୍ନାମପୂର୍ଣ୍ଣ ଘଟଣା ଘଟିଛି ଯେଉଁଥିରେ ବେସରକାରୀ ମାଲିକାନାରେ ଚାଲିଥିବା ବ୍ୟାଙ୍କଗୁଡିକ ମଧ୍ୟ ନିୟମ ଭାଙ୍ଗି ବିଲିୟନ ଡଲାରର ଫାଇନ ଦେଇଛନ୍ତି । ଲିବର ରିଗିଙ୍ଗ, ଏକ୍ସଚେଞ୍ଜ ରେଟରେ ମାନିପୁଲେସନ, ମନି ଲଣ୍ଡରିଙ୍ଗ, ରିଟେଲ ପ୍ରଡକ୍ଟ ଗୁଡିକର ମିସ ସେଲିଙ୍ଗ ଦେଖେଇବା ତଥା ଅନ୍ୟ କେତେକ ନିୟମଭଙ୍ଗ  ଘଟଣାରେ ଅନ୍ତରାଷ୍ଟ୍ରୀୟ ବ୍ୟାଙ୍କମାନେ ଫସି ସାରିଛନ୍ତି ।  ଘରୋଇ ବ୍ୟାଙ୍କର ମ୍ୟାନେଜରମାନେ  ଯେ କୌଣସି ମୁହୁର୍ତ୍ତରେ ଯେ କୌଣସି ନିୟମକୁ ଅତିକ୍ରମ କରିବାକୁ ରାଜି କାରଣ ସେମାନେ କେବଳ ଚାହାନ୍ତି ଯେ ସେମାନଙ୍କ ବ୍ୟାଙ୍କ ଅଧିକ ଲାଭ କରୁ ଯାହା ଫଳରେ ସେମାନଙ୍କ ବୋନସ ବଢିବ । ମାଲିକମାନଙ୍କ ପାଇଁ ବ୍ୟାଙ୍କ ଠକେଇ ବା ନ ଚାଲିବାରେ କିଛି ଯାଏ ଆସେ ନ ଥାଏ । ତେଣୁ କେବଳ ଘରୋଇକରଣ ହୋଇଗଲେ ବ୍ୟାଙ୍କ ଠକେଇ କମିଯିବ ବୋଲି ଭାବିବା କେବଳ ଏକ ଭ୍ରାନ୍ତ ଧାରଣା ମାତ୍ର ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top