ISSN (Print) - 0012-9976 | ISSN (Online) - 2349-8846

ପହରାଦାରଙ୍କ ସଶକ୍ତିକରଣ

ସିଟି ମରାଳୀ (ହ୍ୱିସିଲ ବ୍ଲୋୟର୍ସ) ମାନେ ହେଉଛନ୍ତି ଦୁର୍ନୀତି ବିରୁଦ୍ଧରେ ଳଢୁଥିବା ପ୍ରକୃତ ସଂଘର୍ଷକାରୀ

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ସମ୍ପ୍ରତି ଘଟିଯାଇଥିବା ନୀରବ ମୋଦି ଘଟଣା ଯେଉଁଥିରେ ଏହି ଜହୁରୀ ଓ ତାଙ୍କ ସହଯୋଗୀମାନେ ଦେଶର ବ୍ୟାଙ୍ଗଗୁଡିକରୁ ୧୧୪୦୦ କୋଟି ଟଙ୍କାର ଠକେଇ କରିଥିବାର ଅଭିଯୋଗ ହୋଇଛି ସେଥିରେ ଏକ ଗୁରୁତ୍ୱପୂର୍ଣ୍ଣ କଥାକୁ ସମସ୍ତେ ଅଣଦେଖା କରି ଚାଲିଛନ୍ତି ଆଉ  ସେଇଟି  ହେଉଛି ଏ ଘଟଣାଟିରେ ସିଟି ମରାଳୀ ବା ହ୍ୱିସିଲ ବ୍ଲୋୟରଙ୍କ ଭୁମିକା । ୨୦୧୬ ମସିହାରେ ବେଙ୍ଗାଲୁରୁର  ହରି ପ୍ରସାଦ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ଏବଂ କେତେକ ପଞ୍ଜିକୃତ କମ୍ପାନୀଙ୍କୁ ୁ ନିରବ ମୋଦିଙ୍କ ଅଂଶୀଦାର ଗୀତାଞ୍ଜଳୀ ଜେମ୍ସର ମାଲିକ ମେହୁଲ ଚୋକସୀଙ୍କ ବଡ ବଡ ଅନିୟମିତତା ବାବଦରେ ସତର୍କ କରାଇ ଦେଇଥିଲେ । ଏହା ସତ୍ତେ୍ୱ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ପ୍ରସାଦଙ୍କର ପୂର୍ବରୁ ସତର୍କ କରାଇ ଦେଇଥିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଚୋକସୀଙ୍କ ନାଁଆ ଲୋକଲୋଚନକୁ ଆସିଥିଲା ।

କର୍ତ୍ତୃପକ୍ଷ ଏହି ସତର୍କ ସୂଚନାକୁ ଗୁରୁତ୍ୱର ସହ ନନେବା କଥା ସମସ୍ତଙ୍କୁ ଜଣା ଅଛି । ବର୍ଷ ୨୦୦୩ରେ ଯେତେବେଳେ ଜଣେ ଯୁବ- ଇଞ୍ଜିନିୟର ସତ୍ୟେନ୍ଦ୍ର ଦୁବେ, ସ୍ୱର୍ଣ୍ଣ ଚତୁର୍ଭୁଜ ହାଇୱେ ପ୍ରକଳ୍ପରେ ହୋଇଥିବା ଦୁର୍ନୀତି ବିଷୟ ପଦାକୁ ଆଣିଲେ ତାଙ୍କୁ ହତ୍ୟା କରାଯାଇଥିଲା, ସେବେଠାରୁ ଆଜି ପର୍ଯ୍ୟନ୍ତ ବହୁ ହ୍ୱିସିଲ ବ୍ଲୋୟରଙ୍କ ଦୁର୍ଭାଗ୍ୟ ବଢିବାରେ ଲାଗିଛି । ଦୁବେଙ୍କ ଭଳି କେତେକ ଲୋକ ମୃତ୍ୟୁ ମୁଖରେ ପଡୁଥିବା ବେଳେ ଅନ୍ୟମାନଙ୍କୁ ଜୀବନରେ ମାରିଦେବାର ଧମକ ମିଳୁଛି, ନହେଲେ ତାଙ୍କର ସତର୍କ ସୂଚନାକୁ ଅଣଦେଖା କରାଯାଉଛି କିିନ୍ତୁ ଏହି ଘଟଣା ଧାରାବାହିକ ଆଧାରିତ ଗଣମାଧ୍ୟମ ଜରିଆରେ ଲୋକଙ୍କ ଦୃଷ୍ଟି ଆକର୍ଷିତ କରୁଛି ।

ଯଦିଓ ଲୋକସଭାରେ ହ୍ୱିସିଲ ବ୍ଲୋୟର୍ସ ପ୍ରୋଟେକ୍ସନ ଆକ୍ଟ ୨୦୧୪ ପାରିତ ହୋଇ ସାରିଛି ଏହା ଏ ଯାବତ୍ କ୍ରିୟାନ୍ୱିତ ହୋଇନାହିଁ । ୨୦୧୫ ମସିହାରେ ନରେନ୍ଦ୍ର ମୋଦି ସରକାର ଏହି ଆଇନର ଏକ ସଂଶୋଧିତ ରୂପକୁ ସଂସଦରେ ପେଶ କରିଥିôଲେ, ଯେଉଁଥିରେ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ସବୁକୁ ପାଣିଚିଆ ବା ଦୁର୍ବଳ କରି ଦିଆଯାଇଥିଲା । ଯେଉଁ ସରକାର ବାରମ୍ବାର ଦୁର୍ନୀତି ବିରୁଦ୍ଧରେ ସଂଘର୍ଷ କରିବା କଥା କହି ଆସୁଥିଲେ ଏବଂ ହ୍ୱିସିଲ ବ୍ଲୋୟର୍ସମାନଙ୍କର ଭୂମିକାକୁ ମହତ୍ୱ ଦେଇ  ଆସୁଥିଲେ ତାଙ୍କ ପକ୍ଷରୁ ଏପରି କରାଯିବା କଥା ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରଥିଲା । ୨୦୧୫ ମସିହାରେ ଦେଶର ଅର୍ଥ ରାଷ୍ଟ୍ରମନ୍ତ୍ରୀ  ଜୟନ୍ତ ସିହ୍ନା ରାଜ୍ୟସଭାରେ କହିଥିଲେ ଯେ ସରକାର ହ୍ୱିସିଲ ବ୍ଲୋୟର୍ସ ମାନଙ୍କର ସୂଚନା ଆଧାରରେ କଳାଟଙ୍କାର ପର୍ଦ୍ଦାଫାଶ କରିବାର ଉଦ୍ୟମ କରୁଛନ୍ତି ।

ଏହି ସ୍ୱୀକାରୋକ୍ତି  ସତ୍ତେ୍ୱ ସଂଶୋଧିତ ଆଇନ୍ ହ୍ୱିସିଲ ବ୍ଲୋୟର୍ସ ମାନଙ୍କୁ ଅଫିସିଆଲ ସିକ୍ରେଟ୍ସ ଆକ୍ଟ (ଓଏସଏ) କବଳରୁ ବଞ୍ଚାଇବାର କୌଣସି ବ୍ୟବସ୍ଥା କଲା ନାହିଁ । ଏହି ଆଇନରେ କୁହାଗଲା ଯେ ଯେଉଁ ବିଷୟ ରାଷ୍ଟ୍ରର ସାର୍ବଭୌମତ୍ୱ, ଅଖଣ୍ଡତା, ସୁରକ୍ଷା ଏବଂ ଅର୍ଥନୈତିକ ହିତ ଉପରେ ପ୍ରଭାବ ପକାଉଥିବ ସେପରି ଘଟଣାରେ କୌଣସି ତଦନ୍ତ ଞ୍ଚ କରାଯିବ ନାହିଁ ।  ସେହିଭଳି ସୂଚନା ଅଧିକାର କାନୂନ(ଆରଟିଆଇ) ଜରିଆରେ ଯଦି ହାସଲ କରା ଯାଇନଥିବ ତେବେ ସେଭଳି ସୂଚନାଗୁଡିକ ପ୍ରକଟଯୋଗ୍ୟ  ସୂଚନା ଭିତରେ ଆସିବ ନାହିଁ । ଏଥିରେ ବୌଦ୍ଧିକ ସମ୍ପଦା ଓ ବାଣିଜ୍ୟିକ ଗୋପନୀୟତା ମଧ୍ୟ ସାମିଲ ହେବ । ବସ୍ତୁତଃ ସୂଚନା ଅଧିକାର ଆଇନର ଧାରା ୮(୧) ନାଗରିକମାନଙ୍କୁ ସେହି ସୂଚନା ଦେବାପାଇଁ  ସେହି କାରଣରୁ ଅନୁମତି ଦିଏ ନାହିଁ ଯେଉଁ କାରଣରୁ ଅଫିସିଆଲ ସିକ୍ରେଟ ଆକ୍ଟ ବା ଓଏସଏ ଏଥିପାଇଁ ଅନୁମତି ଦିଏ ନାହିଁ । ଏଥିରେ ନ୍ୟାୟାଳୟରେ ପ୍ରକାଶ କରିବାକୁ ଅନୁମତି ନ ଥିବା ସୂଚନା ଯେପରିକି  ବ୍ୟକ୍ତିର ଜୀବନ ଓ ଶାରୀରିକ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ଥିବା, ମନ୍ତ୍ରୀମଣ୍ଡଳରେ ହୋଇଥିବା ନିଷ୍ପତ୍ତି, ତଥା ସଂସଦ ବା କୌଣସି ବିଧାୟିକାର ବିଶ୍ୱାସ ଭଙ୍ଗ ହେଲାଭଳି ଘଟଣା ହେଉଥିଲେ, ସେଗୁଡିକୁ ମଧ୍ୟ ସାମିଲ କରାଯାଇଥାଏ ।  ହ୍ୱିସିଲ ବ୍ଳୋଇଙ୍ଗ ଇନ ୟୁରୋପ : ଲେଗାଲ ପ୍ରୋଟେକ୍ସନ୍ସ ଫର ହ୍ୱିସିଲ ବ୍ଲୋୟର୍ସ ଇନ ଇୟୁ ରିପୋର୍ଟରେ କୁହାଯାଇଛି ଯେ ଦୃଢ ସୁରକ୍ଷା ବ୍ୟବସ୍ଥାର ଅଭାବ ତଥା ଏକ ଦୁର୍ବଳତା ବିହୀନ ଆଇନ ବ୍ୟବସ୍ଥାର ଅଭାବ ହ୍ୱିସିଲ ବ୍ଲୋୟର୍ସ ମାନଙ୍କୁ ସମସ୍ୟାରେ ପକାଇ ଦେଉଛି ।  ଯାହାକି ସକଳ ନାଗରିକ, ଅର୍ଥନୀତି ଓ ପରିବେଶକୁ  ଅସୁବିଧାରେ ପକାଇବାରେ ଲାଗିଛି ।  ରିପୋର୍ଟରେ କୁହାଯାଇଛି ଏପରି ଏକ ଆଇନ ନଥିବା କାରଣରୁ ୟୁରୋପର ଦୁର୍ନୀତି ବିରୁଦ୍ଧରେ ସଂଘର୍ଷରତ ଏକ ମୂଲ୍ୟବାନ ଅଂଶୀଦାର ଅର୍ଥାତ୍ ଜନଗଣଙ୍କୁ ଏହି ସଂଘର୍ଷରୁ ହରାଇବାକୁ ପଡିବ ।  ଭାରତବର୍ଷ କ୍ଷେତ୍ରରେ ଏହା ସାର୍ବଜନୀନ ଉପକ୍ରମ ହେଉ, କରପୋରେଟ ବା ଘରୋଇ କ୍ଷେତ୍ର ହେଉ, ଏଠାରେ ହ୍ୱିସିଲ ବ୍ଲୋୟର୍ସ ଓ ସୂଚନା ଅଧିକାର କର୍ମୀମାନେ ବହୁ ବଡ ବଡ ଦୁର୍ନୀତିର ପର୍ଦ୍ଦାଫାଶ କରି ଥାଆନ୍ତି ।  ଅନେକ ସଚ୍ଚା ଏବଂ ନିଷ୍ଠାପର ଅମଲା ବା ବ୍ୟୁରୋକ୍ରାଟ୍ସ, ପୋଲିସ ଅଧିକାରୀ କିଛି ଲୋକ ଗୁପ୍ତ ରଖିôବାକୁ ଚାହୁଁଥିବା ସୂଚନାର ପର୍ଦ୍ଦାଫାଶ କରିବାକୁ ଯାଇ  ସେମାନଙ୍କ ଜୀବନ ଓ କ୍ୟାରିଅରକୁ ମଧ୍ୟ ବଳି ଚଢାଇଛନ୍ତି । ଗୁଜୁରାଟର ସଂଜିବ ଭଟ୍ଟ, ଇଣ୍ଡିଆନ ଫରେଷ୍ଟ ସର୍ଭିସର ଅଧିକାରୀ ସଂଜୀବ ଚତୁର୍ବେଦୀ ପରି ଅଧିକାରୀମାନେ ହରିଆଣାରେ ବିଭିନ୍ନ ସରକାରୀ ନିଯୁକ୍ତିରେ ହୋଇଥିବା ଦୁର୍ବୀତି, ଦିଲ୍ଲୀ ସ୍ଥିତ ଏମ୍ସରେ ହୋଇଥିବା ଦୁର୍ନୀତି ଆଦିର ପର୍ଦ୍ଦାଫାଶ କରାଇଥିଲେ । ସେହିପରି କରପୋରେଟ କ୍ଷେତ୍ରରେ ଯେଉଁଠାରେ ବିଭିନ୍ନ ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି ସେଠାରେ ବିଭିନ୍ନ ହ୍ୱିସିଲ ବ୍ଲୋୟର୍ସ ସୁରକ୍ଷା ନୀତି କରାଯାଇଛି । ତେବେ ଏହି ନୀତିଗୁଡିକ ବାସ୍ତବରେ କାର୍ଯ୍ୟ କରୁଛି ନା କେବଳ କାଗଜପତ୍ରରେ ସୀମିତ ରହିଛି ତାହା ଏକ ଭିନ୍ନ କଥା ।  ସମ୍ପ୍ରତି ଏକ ଏୟାର ଲାଇନ୍ସର କେତେକ କର୍ମଚାରୀ ଏକ ଭିଡିଓ କ୍ଲିପିଙ୍ଗ ଛାଡିଥିଲେ ଯେଉଁଥିରେ ସେହି ଏୟାରଲାଇନ୍ସର କେତେକ କର୍ମଚାରୀ ଜଣେ ଯାତ୍ରୀଙ୍କୁ ମାଡ ମାରୁଥିବା କଥା ଦେଖିବାକୁ ମିଳୁଥିଲା । ଏହା ପ୍ରକାଶିତ ହେବା ପରେ ଏୟାର ଲାଇନ୍ସ ପକ୍ଷରୁ ଏହାକୁ ପ୍ରକାଶ କରିଥିବା ଯାତ୍ରୀମାନଙ୍କୁ ଗୁଳି କରାଯାଇଥିଲା । ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ ସବୁ କରପୋରେଟ ହାଉସ ବା କମ୍ପାନୀ ହ୍ୱସିଲ ବ୍ଲୋୟର୍ସ ମାନଙ୍କ ସୁରକ୍ଷା ପାଇଁ କରିଥିବା ନୀତିର ପାଳନ ପାଇଁ କୌଣସି  ବ୍ୟବସ୍ଥା କରୁ ନାହାନ୍ତି । 

ସୂଚନା ଅଧିକାର କ୍ଷେତ୍ରରେ ୨୦୧୭ରେ ହୋଇଥିବା ସୂଚନା ଅଧିକାର ଚିଠା ନିୟମର ପ୍ରସ୍ତାବ ଅନୁଯାୟୀ କେନ୍ଦ୍ରୀୟ ସୂଚନା ଆୟୋଗଙ୍କ ନିକଟରେ ଅପିଲ ପଡିରହିଥିବା ବେଳେ ଯଦି ଆବେଦନକାରୀଙ୍କର ମୃତ୍ୟୁ ହୋଇଗଲା ତେବେ ସବୁ  ପ୍ରଶ୍ନ ବା କ୍ୱେରୀ ବନ୍ଦ ହୋଇଯିବ । ସୂଚନା ଅଧିକାର କର୍ମୀମାନେ ଏହାକୁ ଏକ ବିପଦପୂର୍ଣ୍ଣ କ୍ଲ୍ଲଜ ବୋଲି ଅଭିହିତ କରୁଛନ୍ତି । ଏବେ ସାରାଦେଶରେ ୬୫ ଜଣ ସୂଚନା ଅଧିକାର କର୍ମୀ ହତ୍ୟାର ଶିକାର ହୋଇ ସାରିଲେଣି ଓ ଅନ୍ୟମାନଙ୍କୁ ହିଂସା ଏବଂ ଦମନର ଶିକାର ହେବାକୁ ପଡୁଛି ।

ଏହା ସହିତ ମିଶି ଯାଇଛି ସାକ୍ଷୀଙ୍କୁ ସୁରକ୍ଷା ଦେବାର ପ୍ରଶ୍ନ । ଦେଶର ଲ’ କମିଶନ ଅଫ ଇଣ୍ଡିଆ, ନ୍ୟାସନାଲ ପୋଲିସ କମିଶନ ଏବଂ ଜଷ୍ଟିସ ମାଲିମାଥ କମିଟି ଅନ ରିଫର୍ମ୍ସ ଅଫ ଦି କ୍ରିମିନାଲ ଜଷ୍ଟିସ୍ ସିଷ୍ଟମ ସମସ୍ତ ସାକ୍ଷୀମାନଙ୍କୁ ସୁରକ୍ଷା ଦେବାପାଇଁ କହି ସାରିଛନ୍ତି । ସାକ୍ଷୀମାନେ ମୋକଦମ୍ମାର ଶୁଣାଣି ଚାଲିଥିବା ବେଳେ ମତ ବଦଳାଇଦେବା ଏକ ଜଣାଶୁଣା କଥା । ମଧ୍ୟପ୍ରଦେଶରେ ବ୍ୟାପମ ଘଟଣାରେ, ଗୁଜୁରାଟରେ ବେଷ୍ଟ ବେକେରୀ ଘଟଣାରେ, ନୂଆଦିଲ୍ଲୀର ଜେସିକା ଲାଲ ଘଟଣାରେ ଏବଂ ଏବେ ଏବେ ମୁମ୍ବାଇର ସେହରାବୁଦ୍ଧିନ ସେଖ ମୋକଦମ୍ମାର ଶୁଣାଣି ଚାଲିଥିବା ବେଳେ ଯାହା ଘଟିଲା ତାହା ଏହାର ଗୋଟିଏ ଗୋଟିଏ ପ୍ରମାଣ ।

ଯଦି ସରକାର ଦେଶରୁ ଦୁର୍ନୀତି ହଟାଇବାକୁ ଏବଂ ଯେଉଁମାନେ ଦୁର୍ନୀତିର ପର୍ଦ୍ଦାଫାଶ କରୁଛନ୍ତି ସେମାନଙ୍କୁ ସୁରକ୍ଷା ଦେବାକୁ ବଦ୍ଧ ପରିକର ତେବେ ତାହାହେଲେ ଉପରଲିଖିତ ତିନିଟି ଯାକ ବିଷୟ  ଯଥା - ହ୍ୱିସିଲ ବ୍ଲୋୟର୍ସ ମାନଙ୍କର ସୁରକ୍ଷା, ନ୍ୟାୟାଳୟ ଘଟଣାରେ ସାକ୍ଷୀଙ୍କ ସୁରକ୍ଷା ଏବଂ ସୂଚନା ଅଧିକାର କର୍ମୀଙ୍କ ସୁରକ୍ଷା ପ୍ରତି ସରକାରଙ୍କୁ ଧ୍ୟାନ ଦେବାକୁ ହେବ ।  ଘରୋଇ କରପୋରେଟ ସଂସ୍ଥା ଗୁଡିକର କର୍ମଚାରୀ, ସରକାରୀ କର୍ମଚାରୀ, ନିଜ ବିବେକ ଦ୍ୱାରା ପ୍ରେରିତ ଲୋକେ ବା ବିଭିନ୍ନ ଆପତ୍ତି ଅଭିଯୋଗ ଦ୍ୱାରା ପ୍ରେରିତ ହୋଇ ଦୁର୍ନୀତିର ପର୍ଦ୍ଦାଫାଶ କରୁଥିବା ସବୁ ଲୋକେ ହେଉଛନ୍ତି ସମାଜର ପହରାଦାର । ଯେଉଁ ସରକାର ଦୁର୍ନୀତିର ମୂଳୋତ୍ପାଟନ ପାଇଁ ଇଚ୍ଛୁକ ସେମାନେ ଏହି ସାର୍ବଜନୀନ ବୀର ମାନଙ୍କର ସୁରକ୍ଷା କରିବା ଆବଶ୍ୟକ ।

Back to Top