ISSN (Print) - 0012-9976 | ISSN (Online) - 2349-8846

ଉପର ଦେଖାଣିଆ (ଟୋକନିଜମ)ଭାବର ରଣନୀତି

ମୋଦୀଙ୍କ ପାଲେଷ୍ଟାଇନ ଗସ୍ତ ଭାରତ ଓ ଇସ୍ରାଏଲ ମଧ୍ୟରେ ଥିବା ପାରସ୍ପରିକ ଉତ୍ସାହକୁ କମ କରିପାରି ନାହିଁ 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

କୁଟନୀତିଜ୍ଞ ମାନଙ୍କ ଭିତରେ ଗୋଟିଏ ଶବ୍ଦ ପ୍ରଚଳିତ ଅଛି- ଡି-ହାଇଫେନେସନ ସାଧାରଣ ଭାଷାରେ କହିଲେ ଏହାର ଅର୍ଥ ହେଉଛି ନୀତି ଆଦର୍ଶର ସମସ୍ତ ଡିମିରିପତ୍ର(ଅର୍ଥାତ୍ ଅକାମୀ କାର୍ଯ୍ୟ)କୁ ଜଳାଞ୍ଜଳି ଦେଇ ହିଂସ୍ର ଏବଂ ବେରୋକଟୋକ ଔପନିବେଶବାଦକୁ ଆପଣେଇ ନେବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସମ୍ପ୍ରତି ହୋଇଥିବା ପାଲେଷ୍ଟାଇନ ଗସ୍ତ ସେହି ଅଞ୍ଚଳକୁ ତାଙ୍କର  ବିସ୍ତୃତ ଗସ୍ତ ଯୋଜନାର ଏକ ଅଂଶ ବିଶେଷ ମାତ୍ର ଏହା ନିସନ୍ଦେହ ଯେ ଗତ ଜୁଲାଇ ମାସରେ ତାଙ୍କ ଇସ୍ରାଏଲ ଗସ୍ତ ଏବଂ ପରବର୍ତ୍ତୀ କାଳରେ ଜାନୁଆରୀରେ ଇସ୍ରାଏଲର ରାଷ୍ଟ୍ରମୁଖ୍ୟଙ୍କର ଭାରତଗସ୍ତ କାଳରେ ଏହି ଅଞ୍ଚଳ ସହିତ ବିଗିଡି ଯାଇଥିବା ସମ୍ପର୍କର ସନ୍ତୁଳନକୁ ପୁଣି ଥରେ ସଜାଡିବା ପାଇଁ  ପ୍ରଧାନମନ୍ତ୍ରୀ ଏହି ଗସ୍ତ କରିଥିଲେ ଏଥିରେ ପାଲେସ୍ତିନିଆନଙ୍କ ପ୍ରତି ଥିବା ଉପର ଦେଖାଣିଆ ସମ୍ପର୍କ ଯାହାକି ଭାରତର ଇସ୍ରାଏଲ ସହିତ ବଢୁଥିବା ଆତ୍ମୀୟତା ଭିତରେ ଏକ ଲୌ÷କିକତା ରୂପରେ ଦେଖା ଯାଉଥିଲା ତାକୁ ମଧ୍ୟ ଦେଖିବାକୁ ମିଳି ଥିଲା

ଦେଖାଯାଏ ଯେ ଗୋଟିଏ ଅର୍ଥହୀନ ପ୍ରଥାକୁ ଲୋକମାନଙ୍କ ଦୃଷ୍ଟି ଆଢୁଆଳରେ ବେଶ ସହଜରେ ଆଡେଇ ଦିଆ ଯାଇ ପାରିଥାଏ ବିଦେଶ ସମ୍ପର୍କ କ୍ଷେତ୍ରରେ ମଧ୍ୟ ସେହିଭଳି କିଛି ଦେଖିବାକୁ ମିଳିଥାଏ  ମୋଦିଙ୍କ ପାଲେଷ୍ଟାଇନ ଅଞ୍ଚଳକୁ ଗସ୍ତ କରିବା ପଛରେ ପୁରୁଣା ସମ୍ପର୍କକୁ ପୁରାମାତ୍ରାରେ ନଷ୍ଟ ହୋଇଯିବା ପୂର୍ବରୁ ସଜାଡି ନେବା ପାଇଁ କରାଯାଇଥିବା ଏକ ପ୍ରୟାସ ବୋଲି କୁହାଯାଇପାରେ ଏହାଛଡା ଏକ ଅତିମାତ୍ରାରେ ପରିବର୍ତ୍ତନଶୀଳ କ୍ଷେତ୍ରରେ କୌଣସି ହାନିକାରକ ଘଟଣାକୁ ରୋକିବାପାଇଁ ମଧ୍ୟ ଏହା ସାହାଯ୍ୟକାରୀ ହୋଇପାରେ

ଏଥିରେ ଗୋଟିଏ କଥା ସ୍ପଷ୍ଟ ଯେ ମୋଦିଙ୍କ ପାଲେଷ୍ଟାଇନ ଗସ୍ତ ଫଳରେ ଭାରତ ପାକିସ୍ଥାନ ମଧ୍ୟରେ ଥିବା ପାରସ୍ପରିକ ସମ୍ପର୍କର୍ରେ କୌଣସି ଅବନତି ଆସିବାରେ ନାହିଁ ଏବେ ମୋଦି ପ୍ରଶାସନର  ନିକଟତ୍ତର ହୋଇଥିବା ପୂର୍ବ ଭାରତୀୟ ବିଦେଶ ସଚିବ କନାଲ ସିବଲଙ୍କ କଥାରୁ ସେହିକଥା ଅନୁମାନ କରାଯାଇଥାଏ ସିବ୍ଲଙ୍କ କହିବାନୁଯାୟୀ ପାଲେଷ୍ଟିନିଆନଙ୍କ ଦାବୀ ପ୍ରତି ଇସ୍ରାଏଲର କଠୋର  ମନୋଭାବ ଏବଂ ଜାତିସଂଘ ପକ୍ଷରୁ ବାବଦରେ ଅଣାଯାଇଥିବା ପ୍ରସ୍ତାବ ତଥା ଅନ୍ୟାନ୍ୟ ଶାନ୍ତି ପାଇଁ ଆଗ୍ରହୀ ସଂସ୍ଥାଗୁଡିକର ପ୍ରସ୍ତାବକୁ ଭାରତର  ଅନୁମୋଦନ ଯୋଗୁଁ ଆମକୁ ଏହି ଦୁଇଟି ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିବାକୁ ହେବ ସେଇଥିପାଇଁ ଆମେ ଦୁଇଟି ଯାକ ସମ୍ପର୍କକୁ ଡି-ହାଇଫେନେଟ କରି ଦେଇଛୁ

ଅନ୍ୟ ଭାଷାରେ କହିଲେ ଏହି ଅଞ୍ଚଳରେ ଇସ୍ରାଏଲ  ପକ୍ଷରୁ ଶାନ୍ତି ପ୍ରତିଷ୍ଠାର ସାମାନ୍ୟତମ ସୂଚନା ମଧ୍ୟ ମିଳି ପାରୁନାହିଁ   ଭାରତ ମଧ୍ୟ ଏହି ସ୍ଥିତି ସହିତ ନିଜକୁ ସାମିଲ କରାଇ ନେଇପାରେ ଇସ୍ରାଏଲ ସହିତ ଭାରତର ସମ୍ପର୍କ ବୃଦ୍ଧି ପାଇବାକୁ ଲାଗିବ ଏହି ଜିଓନିଷ୍ଟ ରାଷ୍ଟ୍ରର ସାମରିକ ଉଦ୍ୟୋଗକୁ ଭାରତର କୁଟନୈତିକ ସବସିଡି ପ୍ରଦାନ ଯଥାପୂର୍ବ ତଥା ପରଂ ଜାରୀ ରହିବ ଏହାକୁ ଏହାର ପାଶବିକ କବ୍ଚାକରଣ କାର୍ଯ୍ୟ ପାଇଁ ସମସ୍ତ ସହାୟତା ଦିଆ ଚାଲିଥିବ

ହାଇଫେନେସନ କଥାଟି ଆଦୌ÷ ନୈତିକତା ଦୃଷ୍ଟିରୁ ସଠିକ ରଣନୀତି ନୁହେଁ କିନ୍ତୁ ଏହା ଅନ୍ତତଃ ଏହି ଛଳନାତ୍ମକ କାର୍ଯ୍ୟଟିକୁ  କରିବାରେ ସକ୍ଷମ ହେଉଥିଲା ଯେ ଭାରତ ପକ୍ଷରୁ ଇସ୍ରାଏଲ କରିଥିବା  ଶାନ୍ତି କଥାବାର୍ତ୍ତା ପାଇଁ ଇସ୍ରାଏଲ ଉପରେ ଚାପ ଦିଆଯାଉଛି   ୧୯୯୨ ମସିହାରେ ଇସ୍ରାଏଲ ସହିତ ସମ୍ପୂର୍ଣ୍ଣ ଭାବରେ କୂଟନୀତିକ ସମ୍ପର୍କ ରକ୍ଷା କରାଯିବା ପରେ ଭାରତ ପାଲେଷ୍ଟିନିଆନ୍ ନେତା ୟାସେର ଆରାଫତଙ୍କୁ  ଭାରତକୁ ଆମନ୍ତ୍ରଣ କରିଥିଲା ଏହା କରି ଭାରତ ସାରା ପୃଥିବୀକୁ ଏକ ବାର୍ତ୍ତା ଦେବାକୁ ଚାହୁଁଥିଲା ଯେ ଶାନ୍ତି ବାର୍ତ୍ତା ସଠିକ ରାସ୍ତାରେ ଚାଲିଛି ଏଥିରୁ କିଛି ସକାରାତ୍ମକ ଫଳ ବାହାରିବ

ଏହା ଦ୍ାରା ଏକ ରାଜନୈତିକ ଆକାଂକ୍ଷା  ମଧ୍ୟ ମଧ୍ୟ ପୂରଣ ହେଉଥିଲା ଏହାଦ୍ାରା ଭାରତର ସବୁଠାରୁ ବିଶ୍ସନୀୟ ବନ୍ଧୁ ତଥା ଭାରତକୁ ଶକ୍ତି ସାମରିକ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ସୋଭିଏତ ସଂଘ ଭାରତ ପାଇଁ ଇତିହାସ ପାଲଟି ଯାଇଥିଲା ଇସ୍ରାଏଲ ଭାରତପାଇଁ ପ୍ରାଚ୍ୟ ଭୂଖଣ୍ଡରେ ଏକ ଏକ ପ୍ୟାକେଜ  ହୋଇଯାଇଥିଲା କିନ୍ତୁ ପ୍ରଥମଥର ପାଇଁ ଏହି ଗୁପ୍ତ ଏଜେଣ୍ଡାଟି ଧରା ପଡିଯିବା ପରେ ଭାରତ ଏହାର ଏକ ମୌନ ସମର୍ଥକ ପାଲଟି ଯାଇଥିଲା ସମ୍ବନ୍ଧୀୟ ଗୋଟିଏ ଆଖିଦୃଶିଆ କାର୍ଯକ୍ରମ ଯାହା ଏହା ଭିତରେ ଘଟିଥିଲା ତାହା ହେଉଛି ଭାରତ-ଇସ୍ରାଏଲ ମଧ୍ୟରେ ହୋଇଥିବା ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଯେଉଁଥିରେ ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ସାଇମନ ପେରେସ ଭାରତ ଗସ୍ତ କରି ନିଜକୁ ଏକ ଶାନ୍ତିର ପ୍ରତିମୂର୍ତ୍ତି  ହେବାର ପ୍ରଦର୍ଶନ କରିଥିଲେ ଯାହାକି ୧୯୯୩ରୁ ଆରମ୍ଭ ହୋଇଥିଲା

ଯେତେବେଳେ ୨୦୦୩ରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କଥା ଆସିଲା ଇସ୍ରାଏଲ ସମସ୍ତ ଛଳନାରେ ପୂର୍ଣ୍ଣଚ୍ଛେଦ ଟାଣିଦେଲା ପ୍ରଧାନମନ୍ତ୍ରୀ ଏରିଏଲ ସାରୋନ୍ ଅପରେସନ ଡିଫେନ୍ସ ସିଲ୍ଡ ନାମରେ େଷ୍ଟ ବ୍ୟାଙ୍କ ଅଞ୍ଚଳରେ ଏକ ଭୟଙ୍କର ନରସଂହାର ସଂଘଟିତ କରାଇବା ସହିତ ଜେନିନରେ କରିଥିବା ଗଣହତ୍ୟା  ଇସ୍ରାଏଲର ମଣିଷ ମାନବିକତା ଉପରେ ଅତ୍ୟାଚାରର ଲମ୍ବା ଫର୍ଦ୍ଦକୁ ଆହୁରି ଲମ୍ବା କରି ଦେଇଥିଲା

ଯେତେବେଳେ ରାମାଲ୍ଲାଠାରେ ୟାସେର ଆରାଫାତଙ୍କୁ ଇସ୍ରାଏଲର ସାମରିକ ଶକ୍ତି ନିଜ ଘରେ ନଜର ବନ୍ଦୀ କରି ରଖିଥିଲା ସେତିକିବେଳେ କୌଣସି ପାଲେଷ୍ଟିନିଆନ୍ ପ୍ରତିନିଧିଙ୍କର ମିଛ ସନ୍ତୁଳନ ପାଇଁ ଆଲୋଚନା ପାଇଁ ବିଦେଶ ଗସ୍ତ କରିବା ସମ୍ଭବ ଥିଲା ତେଣୁ ଆଲୋଚନା କଥାଟି ୨୦୧୫ରେ  ସମ୍ଭବ ହୋଇଥିଲା ଯେତେବେଳେ ଜୋର୍ଡାନକୁ ପ୍ରେରଣାର ଉତ୍ସଭାବେ ନେଇ ଭାରତର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଅଶାନ୍ତି ଭିତରେ କଟୁଥିବା ଅଧିକୃତ ପାଲେଷ୍ଟାଇନରେ ଯାଇ ପହଞ୍ôଚଥିଲେ ତେବେ ରାଷ୍ଟ୍ରପତି   ମୁଖାର୍ଜୀଙ୍କର ପାଲେଷ୍ଟାଇନ୍ ନ୍ୟାସନାଲ ଅଥରିଟୀ ସହିତ ହୋଇଥିବା ସାକ୍ଷାତକାର ତାଙ୍କର  ଇସ୍ରାଏଲରେ ଥିବା ଅନ୍ୟାନ୍ୟ ଅନେକ କାର୍ଯ୍ୟକ୍ରମ ଭିତରେ ପ୍ରାଧାନ୍ୟ ପାଇଥିଲା ଏହା ଥିଲା ଭାରତର ବେଶ ବୁଝି ବିଚାରି କରାଯାଇଥିବା ରଣନୀତି ଯେଉଁଥିରେ ମୂଳ ବିଷୟଟି ଥିଲା ପାଲେଷ୍ଟିନୀୟ ମାନଙ୍କୁ ପ୍ରତିକାତ୍ମକ ସମର୍ଥନ ଦେଇ ଇସ୍ରାଏଲ ସହିତ ଅଧିକରୁ ଅଧିକ ସମ୍ପର୍କ ସ୍ଥାପନ କରିବା  

ମୋଦିଙ୍କ ଇସ୍ରାଏଲ ଗସ୍ତକୁ ମଧ୍ୟ ଇସ୍ରାଏଲ ପକ୍ଷରୁ ସେଭଳି ବିଶେଷ ଗୁରୁତ୍ ପ୍ରାୟ ଦିଆଯିବ ନାହିଁ ସମ୍ପ୍ରତି ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନହ୍ୟୁ ଯେତେବେଳେ ଭାରତ ଗସ୍ତରେ ଆସିଥିଲେ ତାଙ୍କୁ ଜେରୁଜେଲମକୁ ଇସ୍ରାଏଲର ରାଜଧାନୀ କରିବା ଘଟଣାରେ ଆମେରିକାର ପଦକ୍ଷେପକୁ ଭାରତ ଜାତିସଂଘରେ ବିରୋଧ କରିବାକୁ ନେଇ ପ୍ରଶ୍ନ କରାଯାଇଥିଲା ନେତାନହ୍ୟୁ ସେତେବେଳେ ଅତି ଉଦାସୀନ ଭାବରେ ଏହାକୁ ଏଡାଇ ଦେଇଥିଲେ ସୀମା କଥାକୁ ନେଇ ଇସ୍ରାଏଲ ବେଶ ସନ୍ତୁଷ୍ଟ ଏବଂ ଭାରତର ପ୍ରତୀକାତ୍ମକ ପାଲେଷ୍ଟାଇନ ଗସ୍ତକୁ ନେଇ ଇସ୍ରାଏଲ ଆଦୌ ବ୍ୟସ୍ତ ଥିବା ପରି ବୋଧ ହେଉନାହିଁ ଇସ୍ରାଏଲର ୟୁରୋପୀୟ ଦେଶ ସମୂହ ସହିତ ସମ୍ପର୍କ ତୀକ୍ତ ହେଉଥିବା ବେଳେ ଭାରତ ସହିତ ଏହାର ଯେତିକି ସମ୍ପର୍କ ତାକୁ ନେଇ ଇସ୍ରାଏଲ ଖୁସ୍ ୟୁରୋପୀୟ ଦେଶଗୁଡିକ ମଧ୍ୟରେ ଇସ୍ରାଏଲକୁ ନେଇ ଯେଉଁ କ୍ଷୋଭ ବୃଦ୍ଧି ପାଉଛି ତାହାକୁ ସେମିଟିଜିମ୍ ବିରୋଧୀ ଦ୍ାହୀ ଦେଇ ନେତାନହ୍ୟୁ ଦେଖେଇବାକୁ ଚାହାନ୍ତି ଇସ୍ରାଏଲର ଆହୁରି ଅନେକ ବନ୍ଧୁ ଅଛନ୍ତି ଆହୁରି ଅନେକ ସ୍ଥାନ ଅଛି ଯାହା ସହିତ ଅର୍ଥନୈତିକ ରଣନୀତି ଦୃଷ୍ଟିରୁ ସମ୍ପର୍କ ରଖା ଯାଇପାରେ

ଭାରତ ଏବେ ଏପରି ଏକ ସ୍ଥିତିରେ ପହଞ୍ô ସାରିଥିବା ପରି ଜଣା ପଡୁଛି ଯେଉଁଠାରେ ଏହାକୁ  ଇସ୍ରାଏଲର ପାଲେଷ୍ଟାଇନ ଲୋକଙ୍କ ପ୍ରତିରୋଧ ବିରୋଧୀ ଅତ୍ୟାଚାରକୁ ସମର୍ଥନ କରିବା ବ୍ୟତୀତ ଅନ୍ୟ କୌଣସି ରାସ୍ତା ହିଁ ନାହିଁ ପାଲେଷ୍ଟିନୀୟ ମାନେ କ୍ଷେତ୍ରରେ ଆମେରିକୀୟ ମଧ୍ୟସ୍ଥତାକୁ ପଦାଘାତ କରି ସାରିଛନ୍ତି, କିନ୍ତୁ ସିରିଆ ଏବଂ ଅନ୍ୟତ୍ର ଯେଉଁ ଲଗାତର ଅଶାନ୍ତି ଲାଗି ରହିଛି ସେଥିରେ ଆଶା କରାଯାଇ ନପାରେ ଯେ ବିଶ୍ ଦୃଷ୍ଟି ନିକଟ ଭବିଷ୍ୟତରେ ପାଲେଷ୍ଟାଇନ ସମସ୍ୟା ଆଡକୁ ଆକର୍ଷିତ ହେବ ଏହା ଭାରତକୁ ଇସ୍ରାଏଲଠାରୁ ଯାହା କିଛି ପାଇବାର ଅଛି ତାହା ପାଇବାକୁ ସମର୍ଥ କରାଇ ପାରିବ ଏଥିରେ ଭାରତ ଭିତରେ ଥିବା ସଂହତି ଭାରତ ବାହାରେ ଏହି ଦେଶ ପ୍ରତି ଥିବା  ବିଶ୍ସନୀୟତା ନଷ୍ଟ ହେଲେ ମଧ୍ୟ ଏବେର ସରକାର ସେଥିପ୍ରତି ଚିନ୍ତିତ ଥିବା ଭଳି ଜଣା ପଡୁ ନାହିଁ  

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top