ISSN (Print) - 0012-9976 | ISSN (Online) - 2349-8846

ନ୍ୟାୟ ପାଇଁ ଇଚ୍ଛା ନାହିଁ

ଗୋତମ ନାବଲାଖା ହେଉଛନ୍ତି ଦିଲ୍ଲୀର ପିପୁଲ୍ସ ୟୁନିଅନ ଅଫ ଡେମୋକ୍ରାଟିକ ରାଇଟ୍ସର ଜଣେ ସଦସ୍ୟ । ତାଙ୍କ ସହିତ  gnavlakha@gmail.comùe ରେ ସମ୍ପର୍କ କରି ହେବ । 

କାଶ୍ମୀରରେ ସେନାଧିକାରୀ ଓ ଜବାନଙ୍କ ପାଇଁ ଯେତିକି ଦରଦ ପ୍ରକାଶ ପାଉଛି ସେତିକି ଦରଦ ବେସାମରିକ ନାଗରିକଙ୍କ ମାନବାଧିକାର ପାଇଁ ପ୍ରକାଶ ପାଉ ନାହିଁ ।       

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ମାନବାଧିକାର ପ୍ରବକ୍ତା ଗୌତମ ନାଭାଲଖା ଲେଖିଛନ୍ତି –

କାଶ୍ମୀରର ସୋଫିଆନ ଜିଲାର ଗୱନପୋରା ଗାଁ’ରେ ୨୭ ଜାନୁଆରୀରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଜଣେ ସେନା ଅଧିକାରୀଙ୍କ ବିରୁଦ୍ଧରେ ଏଫଆଇଆର ଦିଆଯିବାପାଇଁ ତାଙ୍କୁ ଖୋଜା ଯାଇଥିଲା । କିନ୍ତୁ ହୋଇ ପାରି ନ ôତଲା । ଏହି ଘଟଣା ଅନ୍ଧରାଷ୍ଟ୍ରବାଦ କାଶ୍ମୀରରେ କିପରି ନ୍ୟାୟଠାରୁ ଅଧିକ ବଳିୟାନ ହୋଇ ଯାଇଛି ତାର ଏକ ପ୍ରମାଣ ହୋଇ ରହିଛି । ଫେବୃଆରୀ ୧୨ ତାରିଖରେ ସୈନ୍ୟମାନଙ୍କର ମନୋବଳକୁ ସୁରକ୍ଷିତ ରଖିବା ପାଇଁ  କରାଯାଇଥିବା ଏକ ମୋକଦମ୍ମାର ଶୁଣାଣୀ ସୁପ୍ରିମକୋର୍ଟର ମୁଖ୍ୟ ନ୍ୟାୟାଧୀଶଙ୍କ ନେତୃତ୍ୱରେ ଗଠନ କରାଯାଇଥିବା ଏକ ତିନିଜଣିଆ ଖଣ୍ଡପୀଠରେ ହୋଇଥିଲା । ସେଥିରେ କୋର୍ଟ ଏକ ରତଫା ଭାବେ ରାୟ ଶୁଣାଇଲେ ଯେ ଜାମ୍ମୁ ଏବଂ କାଶ୍ମୀର ପକ୍ଷରୁ ୧୦ ଗୌହାଟୀ ରାଇଫଲ୍ସର ମେଜର ଆଦିତ୍ୟ କୁମାରଙ୍କ ବିରୁଦ୍ଧରେ କୌଣସି କଠୋର ପଦକ୍ଷେପ ନିଆଯିବ ନାହିଁ । କିଛି ଦିନ ପୂର୍ବରୁ ୯ ଫେବୃଆରୀରେ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ପକ୍ଷରୁ ନିଷ୍ପତ୍ତି କରା ଯାଇଥିଲା ଯେ ସେନାବାହିନୀ ଉପରକୁ କିଛି ଲୋକଙ୍କ ପକ୍ଷରୁ ପଥର ପିଙ୍ଗାଯିବା ଘଟଣାର ଯାଞ୍ଚ କରାଯିବ । ଏଥିପାଇଁ ସେନାଅଧିକାରୀମାନଙ୍କର ପିଲାମାନେ ଆୟୋଗକୁ ଏକ ଦରଖାସ୍ତ ଦେଇଥିଲେ । ତେଣୁ ଆୟୋଗ ଏ କଥାରେ ସହମତ ହୋଇଥିଲେ ଯେ ସେନାଅଧିକାରୀ ମାନଙ୍କର ସୁରକ୍ଷା ଉପରେ ମଧ୍ୟ ବିଚାର କରାଯିବାର ଆବଶ୍ୟକତା ରହିଛି । ଗୋଟିଏ ଅଶାନ୍ତ ଇଲାକା ଯେଉଁଠାରେ ସୈନ୍ୟବାହିନୀକୁ ସାମାନ୍ୟ କାହାରି ଉପରେ ସନ୍ଦେହ ହେଲେ ତାକୁ ହତ୍ୟା କରି ଦେବାକୁ ଅଧିକାର ଦିଆଯାଇଛି ସେଠାରେ ସୈନ୍ୟମାନଙ୍କର ମାନବାଧିକାର ଉପରେ ଗୁରୁତ୍ୱ ଦିଆଯାଉଛି କିନ୍ତୁ ସାଧାରଣ ନାଗରିକଙ୍କୁ ନ୍ୟାୟ ଦିଆଯିବା କଥାକୁ ଆଡେଇ ଦିଆଯାଉଛି ।

ଜାନୁଆରୀ ୨୮ ତାରିଖରେ ଆସିଥିବା ଏକ ବୟାନରେ ଭାରତୀୟ ସେନା  ଜାନୁଆରୀ ୨୭ ତାରିଖରେ ହୋଇଥିବା ଫାୟାରିଙ୍ଗକୁ ଠିକ ବୋଲି ପ୍ରମାଣ କରିବାକୁ ଯାଇ କହିଲେ ଯେ ସେମାନେ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରୋସିଜିଓରକୁ ପାଳନ କରିଛନ୍ତି । ତିନିଜଣ ଯୁବକ ଜାଭେଦ ଅହମ୍ମଦ ଭଟ୍ଟ, ସୁହେଲ ଜାବେଦ ଲୋନ ଏବଂ ରଇସ ଅହମ୍ମଦ ଘନି ସୈନ୍ୟ ବାହିନୀର ଗୁଲିରେ ପ୍ରାଣ ହରାଇଥିଲେ । ସୈନ୍ୟବାହିନୀ କହିଲା ଯେ ଜଣେ କନିଷ୍ଠ ପାହ୍ୟାର ଅଧିକାରୀ(ଜେସିଓ)ଙ୍କୁ ସେମାନେ ହତ୍ୟା କରିଦେବାକୁ ଉଦ୍ୟମ କରୁଥିଲେ ଓ ଗାଡି ପୋଡିଦେବାକୁ ଉଦ୍ୟମ କରିଥିଲେ ତେଣୁ ସେନାବାହିନୀକୁ ଗୁଳି ଚଳାଇବାକୁ ପଡିଥିଲା । କିନ୍ତୁ ଏ ଦାବିକୁ ସତ ପ୍ରମାଣ କରିବାପାଇଁ ପୁରା ତଥ୍ୟ ସୈନ୍ୟବାହିନୀ ପାଖରେ ନଥିଲା ।

ବାସ୍ତବିକତା କିଛି ଅନ୍ୟ କାହାଣୀ କହୁଛି । ଜାନୁଆରୀ ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ  ମେହବୁବା ମୁଫ୍ତି ରାଜ୍ୟ ବିଧାନସଭାରେ କହିଥିଲେ ଯେ ପୋଲିସ ସେନାକୁ କହିସାରିଥିଲା ଯେ ସେମାନେ ଗୱନପୋରା ରାସ୍ତାରେ ଯାଆନ୍ତୁ ନାହିଁ କାରଣ ଚାଇଗଣ୍ଡରେ  ଜାନୁଆରୀ ୨୪ ତାରିଖରେ ଦୁଇଜଣ ହିଜବୁଲ ମୁଜାହିଦ୍ଦିନଙ୍କ ହତ୍ୟା ହୋଇଯିବା ପରେ ସେଠାରେ ପ୍ରବଳ ଉତ୍ତେଜନା ଲାଗି ରହିଛି । ଚାଇଗଣ୍ଡରେ ୪୪ ଆରଆର  ପକ୍ଷରୁ କେବଳ ଦୁଇଜଣ ଆତଙ୍କବାଦୀଙ୍କୁ ହତ୍ୟା କରି ଦିଆଯାଇଛି ବୋଲି ନୁହେଁ ତିନିଜଣ ସାଧାରଣ ନାଗରିକଙ୍କୁ ମଧ୍ୟ ଗମ୍ଭୀର ଭାବରେ ଘାୟଲ ହୋଇଛନ୍ତି । ଯା’ର ପରିଣାମ ସ୍ୱରୂପ ସେଠାରେ ସ୍ଥାନୀୟ ଆତଙ୍କବାଦୀ ଓ ସାଧାରଣ ନାଗରିକଙ୍କ ମୃତାହତ ହେବା ଘଟଣାକୁ ନେଇ ଉତ୍ତେଜନା ଆହୁରି ବଢି ଯାଇଛି ।

କିନ୍ତୁ ସୈନ୍ୟବାହିନୀ ପୋଲିସର ଉପଦେଶକୁ ଅଣଦେଖା କରିଥିଲା । ସେଦିନ ସକାଳେ ସ୍ଥାନୀୟ ଲୋକମାନେ ମୃତ ଦୁଇ ସନ୍ତ୍ରାସବାଦଙ୍କ ପୋଷ୍ଟର ଲଗାଇ ସେମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହିତ ଶୋକ ମନାଉଥିଲେ । ସେହି ସମୟରେ ସୈନ୍ୟବାହିନୀ ସେ ରାସ୍ତାରେ ଯିବା ଫଳରେ ସେମାନଙ୍କ ସହିତ ପାଟିତୁଣ୍ଡ ହୋଇଥିଲା । ସେଦିନ ଅପରାହ୍ନ ୩ ଟା ୩୦ ମିନିଟରେ ୧୦ ଗଡୱାଲୀ ରେଜିମେଣ୍ଟର ଏକ ଦଳ ମେଜର ଆଦିତ୍ୟ କୁମାରଙ୍କ ନେତୃତ୍ୱରେ ଗୱନପୋରା ଯାଇଥିଲେ । ଏଭଳି ଏକ ଉତପ୍ତ ସ୍ଥିତିରେ ସେନାବାହିନୀର ସେହି ସ୍ଥାନକୁ ଦୁଇଥର ଗସ୍ତ କରିବା ନିଶ୍ଚିତ ଭାବରେ ଏକ ବିଚାରହୀନ ଗସ୍ତ ଥିôଲା । ସାଧାରଣ ନାଗରିକମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ଯେ ତାଙ୍କ ଉପରେ ସେନା ପକ୍ଷରୁ ଜଣେ କନିଷ୍ଠ ସେନା ଅଧିକାରୀଙ୍କ ଉପରେ ଆକ୍ରମଣ କରି ତାଙ୍କୁ ମାରିଦେବା ପାଇଁ ଉଦ୍ୟମ କରିବା  କଥାଟି କୁହାଯାଇ ପାରୁଛି କିପରି? କାରଣ ଜଣେ ସେନା ଅଧିକାରୀ ସୈନ୍ୟ ଗାଡି ଭିତରେ ସଶସ୍ତ୍ର ଜବାନଙ୍କ ଭିତରେ ବସିଥିବା ବେଳେ ତାଙ୍କୁ ବାହାରକୁ ଟାଣିଆଣି ଆକ୍ରମଣ  କରାଯିବା କଥାଟି ବିଶ୍ୱାସଯୋଗ୍ୟ ନହେବାଟା ସ୍ୱାଭାବିକ । ମେ ୨୦୧୭ ରେ ଆରମ୍ଭ କରାଯାଇଥିବା ଅପରେସନ ଅଲ ଆଉଟରେ ୨୧୭ ଜଣ ସନ୍ତ୍ରାସବାଦୀ, ୧୦୮ ଜଣ ସାଧାରଣ ନାଗରିକ ଓ ୧୨୫ ଜଣ ସୈନ୍ୟଙ୍କ ଜୀବନ ଯାଇଥିଲା । ୧୦୮ ଜଣ ସାଧାରଣ ନାଗରିକଙ୍କ ମଧ୍ୟରୁ ୧୯ ଜଣ ସେନା ଓ ସନ୍ତ୍ରାସବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିଚାଳନା ବେଳେ ପ୍ରାଣ ହରାଇଛନ୍ତି । ଚାଇଗଣ୍ଡ ଏବଂ ଗୱନପୋରାରେ ୫ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତିି ।

ଏଭଳି କ୍ଷେତ୍ରରେ ପୋଲିସର ଏଫଆଇଆର ରଖାଯିବାଟା ହେଉଛି ପ୍ରଥମ ପଦକ୍ଷେପ । କିନ୍ତୁ ସେନ୍ୟବାହିନୀର କର୍ମଚାରୀମାନଙ୍କ ବିରୁଦ୍ଧରେ ଯେତେ ଅଭିଯୋଗ କରାଯାଇଛି ସେ ବିଷୟରେ କୌଣସି ଯାଞ୍ଚ ମଧ୍ୟ କରାଯାଇ ନାହିଁ ।  ଯଦି ବି କେବେ ଯାଞ୍ଚ କରାଯାଇ ଆରୋପପତ୍ର ଦେଇ ମଧ୍ୟ ଦିଆଯାଏ ତଥାପି ସେନା ଅଧିକାରୀଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନେବା ପୂର୍ବରୁ ଭାରତ ସରକାରଙ୍କ ଅନୁମତି ନେବାର ଆବଶ୍ୟକତା ରହିଛି । ତେଣୁ କାଶ୍ମୀରର କୌଣସି କ୍ରିମିନାଲ କୋର୍ଟ ବା କୃଦ୍ଧ କାଶ୍ମୀରବାସୀ କିଛି ବି କରି ପାରନ୍ତି ନାହିଁ । ୧ ଜାନୁଆରୀ ୨୦୧୮ ତାରିଖରେ ରାଜ୍ୟସଭାରେ ଏକ ଲିଖିତ ବକ୍ତବ୍ୟ ଦେଇ ଦେଶର ପ୍ରତିରକ୍ଷା ମନ୍ତ୍ରୀ କହିଲେ ଯେ କାଶ୍ମୀରରେ ୫୦ ଜଣ ସେନାଅଧିକାରୀଙ୍କ ବିରୁଦ୍ଧରେ ମୋକଦମ୍ମା କରିବାକୁ ଯେଉଁ ଅନୁରୋଧ ଆସିଥିଲା ସେଥିରୁ ୪୭ ଘଟଣାରେ ଅନୁମତି ଦିଆଯାଇନାହିଁ । ବାକି ତିନୋଟି ଘଟଣା ବିଚାରାଧୀନ ରହିଛି । ଏଥିରୁ ୧୭ଟି ସାଧାରଣ ନାଗରିକଙ୍କ ହତ୍ୟା ଘଟଣା, ୧୬ଟି ହାଜତ ମୃତ୍ୟୁ ଘଟଣା, ୮ଟି ହାଜତରୁ କୁଆଡେ ହଜିଯିବା ଘଟଣା ଓ ୪ଟି ଧର୍ଷଣ ଘଟଣା ରହିଛି ।

ଗତ ୨୮ ବର୍ଷ ଧରି ଜାମ୍ମୁ କାଶ୍ମୀର ଅଶାନ୍ତ ଅଞ୍ଚଳ ହୋଇ ରହିଛି ଯେଉଁଠି ସୈନ୍ୟବାହିନୀ ଓ ଅର୍ଦ୍ଧ ସାମରିକ ବାହିନୀକୁ ସେମାନଙ୍କ ଅପରାଧ ପାଇଁ ଯାଞ୍ଚର ମଧ୍ୟ ସମ୍ମୁଖୀନ ହେବାକୁ ପଡୁନାହିଁ । କିନ୍ତୁ ୨୮ ବର୍ଷ ଧରି ଏହା ଚାଲିବା ପରେ ମଧ୍ୟ ଏହା ଯଥା ପୂର୍ବମ ତଥା ପରମ ଅବସ୍ଥାରେ ରହିବା ସ୍ପଷ୍ଟ କରି ଦେଉଛି ଯେ ଭାରତୀୟ ଜନତା ପାର୍ଟି ସରକାରର କାଶ୍ମୀର ଘଟଣାକୁ ନେଇ କୌଣସି ରାଜନୈତିକ ପରିକଳ୍ପନା ହିଁ ନାହିଁ । ସେହିପରି ଗତ ଅନେକ ବର୍ଷ ଧରି ଅନେକ ସରକାରଙ୍କ ପକ୍ଷରୁ ସେହି ଗୋଟିଏ ନୀତି ଆପଣାଯାଇ ଯାହା ସମ୍ଭବ ହୋଇ ପାରିଲା ନାହିଁ ବରଂ ସମସ୍ୟା ଆହୁରି ଅଧିକ ଗମ୍ଭୀର ହେଲା ଏବେର ସରକାର ପୁଣି ଥରେ କାଶ୍ମୀର ସମସ୍ୟାର ସମାଧାନ ସେହି ସାମରିକ ରାସ୍ତାରେ କରିବାପାଇଁ ଉଦ୍ୟମ କରୁଛନ୍ତି । ଗୱନପୋରାର ସୁହେଲ ଲୋନଙ୍କ ପିତା ଜାଭେଦ ଅହମ୍ମଦ ଲୋନ,ଯାହା ଇଣ୍ଡିଆନ ଏକ୍ସପ୍ରେସକୁ କହିଛନ୍ତି ତାହା ମୁତାବକ ଆମେ ଏ ସରକାରଠାରୁ କିଛି ଚାହୁଁନାହୁଁ, ଆମର କ୍ଷତିପୂରଣ ଦରକାର ନାହିଁ, ଆମର ଚାକିରୀ ଦରକାର ନାହିଁ,ଆମେ କେସଣସି କଥାର ଯାଞ୍ଚ ମଧ୍ୟ ଚାହୁଁ ନାହୁଁ, କାରଣ ଏହା ସେମାନଙ୍କର କୋର୍ଟ, ସେମାନଙ୍କର ସୈନ୍ୟ ବାହିନୀ, ସେମାନଙ୍କର ପୋଲିସ ଏବଂ ସେମାନଙ୍କର ପ୍ରଶାସନ । ଯେତେବେଳେ ପିଡିତମାନେ ଏପରି ଭାବୁଛନ୍ତି ସେତେବେଳେ ଭାରତ ସରକାରଙ୍କର ଏହାର ସେନାକୁ ସୁରକ୍ଷା ଦେବା କଥା କହିବା ଏକ ନିଷ୍ଠୁର ପରିହାସ ମାତ୍ର । ସୋପିଆନ ଘଟଣା ଦର୍ଶାଇଛିି ଯେ କାଶ୍ମୀର ଜନତା ସୈନ୍ୟବାହିନୀର ଦମନ ବିରୋଧରେ  ମତ ଦେଇ ସାରିଛନ୍ତି । ବିପରୀତ ଭାବରେ ଆଗକୁ କୌଣସି ଗଣତାନ୍ତ୍ରୀକ ସମାଧାନ ଦେଖା ଯାଉ ନଥିବା ବେଳେ ଏବଂ ନ୍ୟାୟ ଦିଆଯିବାକୁ ସମ୍ପୂର୍ଣ୍ଣ ମନା କରିଦିଆଯିବା ପରେ କାଶ୍ମିରୀ ଲୋକମାନେ ‘ଆଜାଦୀ’ ଚାହିଁବାଟା ନ୍ୟାୟସଙ୍ଗତ ନୁହେଁ ବୋଲି କୁହାଯାଇ ନପାରିବ କେମିତି? 

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top