ISSN (Print) - 0012-9976 | ISSN (Online) - 2349-8846

ସମ୍ମାନ ସହିତ ମୃତ୍ୟୁର ଅଧିକାର

ଯେତେବେଳେ ନାଗରିକମାନଙ୍କୁ ସ୍ୱାସ୍ଥ୍ୟସେବାର ଅଧିକାର ଦିଆଯାଉନାହିଁ, ସେତେବେଳେ ସେମାନଙ୍କୁ ମୃତ୍ୟୁର ଅଧିକାରରୁ ବଞ୍ôଚତ କରବା ଉଚିତ୍   କି?

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ସମ୍ପ୍ରତି ମୁମ୍ବାଇର ଏକ ଦମ୍ପତ୍ତି ୟୁଥାନାସିଆ ବା ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିବା ପରେ ଇଚ୍ଛାମୃତ୍ୟୁକୁ ନେଇ ଦେଶରେ ଦେଖାଦେଇଥିବା ବିତର୍କ ପୁଣି ଥରେ ଜୋର ଧରିଛି ଏବଂ ଏବେ ପୁଣି ସେହି ପ୍ରଶ୍ନ ଉଠୁଛି ଯେ  ନାଗରିକକୁ ଏକ ସମ୍ମାନଜନକ ମୃତ୍ୟୁର ଅଧିକାର ମିଳିବା ଉଚିତ୍  କି ନୁହେଁ?  ଏହା ସହିତ ମେଡିକାଲ ଟ୍ରିଟମେଣ୍ଟ ଅଫ ଟର୍ମିନାଲୀ ଇଲ ପେସେଣ୍ଟ(ପ୍ରୋଟେକ୍ସନ ଅଫ ପେସେଣ୍ଟ ଆଣ୍ଡ ମେଡିକାଲ ପ୍ରାକ୍ଟିସନର୍ସ) ବିଲ -୨୦୧୬ ସଂସଦରେ ପାରିତ ହେବା ପରିପ୍ରେକ୍ଷୀରେ ଇଚ୍ଛାମୃତ୍ୟୁ ବିଷୟକୁ ନେଇ ସାଧାରଣରେ ହେଉଥିବା ଚର୍ଚ୍ଚା ଆହୁରି ବଢି ଯାଇଛି ।

୨୦୧୭ ମସିହା ଡିସେମ୍ବର ୨୧ ତାରିଖରେ ୮୬ ବର୍ଷ ବୟସ୍କ ନାରାୟଣ ଲାଭେଟ ଓ ୭୯ ବର୍ଷ ବୟସ୍କ ତାଙ୍କ ପତ୍ନୀ ଇରାବତୀ ଭାରତର ରାଷ୍ଟ୍ରପତିଙ୍କୁ ଲେଖିଥିଲେ ଯେ ସେମାନେ ଇଚ୍ଛାମୃତ୍ୟୁ ଚାହୁଁଛନ୍ତି ।  ତେବେ ସେମାନେ ଏହାକୁ ଆତ୍ମହତ୍ୟା ରୂପରେ ଗ୍ରହଣ ନ କରି ଏକ ମେଡିକାଲ  ସେବା ମାଧ୍ୟମରେ କରିବାକୁ ଚାହୁଁଥିବା କଥା ଜଣାଇଥିଲେ ।  ସେମାନେ ଜଣାଇଥିଲେ ଯେ ସେମାନେ ନିଜର ସାରା  ଜୀବନକୁ ବେଶ ସୁଖରେ ବଞ୍ôଚ ସାରିଛନ୍ତି ଓ କଟାଇ ସାରିଛନ୍ତି, ସେମାନଙ୍କର ସ୍ୱାସ୍ଥ୍ର୍ୟ ମଧ୍ୟ ମୋଟାମୋଟି ଭାବରେ ଠିକଠାକ ରହିଛି, ତାଙ୍କ ଉପରେ କେହି ନିର୍ଭରଶୀଳ ନୁହନ୍ତି ବା ସେମାନଙ୍କ ଉପରେ କୌଣସି ବୋଝ ନାହିଁ । କିନ୍ତୁ ସେମାନେ କୌଣସି ବଡ ରୋଗରେ  ପଡି ମୃତ୍ୟୁ ବରଣ କରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଚାହୁଁ ନାହାନ୍ତି । ସେପରି ହେଲେ ତାଙ୍କ ଦୁହିଙ୍କ ମଧ୍ୟରୁ କେହି ଜଣେ ମରିଯିବା ପରେ ଅନ୍ୟଜଣକୁ ନିସଙ୍ଗ ଜୀବନ ବିତାଇ ମୃତ୍ୟୁମୁଖରେ ପଡିବାକୁ ହେବ । ତେଣୁ ସେମାନଙ୍କ ଯୁକ୍ତି ହେଉଛି ଯେ ସେମାନଙ୍କୁ ଏଭଳି ମୃତ୍ୟୁକୁ ଅପେକ୍ଷା କରି ରହିବାକୁ ବାଧ୍ୟ କରିବା ଠିକ ନୁହେଁ । ଏହା ପୂର୍ବରୁ ୧୯୭୭ରେ ସି ଏ ଥୋମାସ ମାଷ୍ଟର କେରଳ ହାଇକୋର୍ଟ ନିକଟରେ ତାଙ୍କୁ ଇଚ୍ଛାମୃତ୍ୟୁ ବରଣ କରିବାକୁ ଦେବାକୁ ଦାବି କରିଥିଲେ  । ସେ ଯୁକ୍ତି ଦେଇଥିଲେ ଯେ ସେ ତାଙ୍କର ଜୀବନର ଯାହା ଲକ୍ଷ୍ୟ ଥିଲା ତାହାକୁ  ପୂରଣ କରି ସାରିଛନ୍ତି । ତେଣୁ ସେ ଆଉ ଅଧିକ ଦିନ ବଞ୍ôଚବାକୁ ଚାହୁଁ ନାହାନ୍ତି । ୨୦୦୦ ମସିହାରେ କୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଥିଲେ । ଏବେ ୭୦ ବର୍ଷ ପାଖାପାଖି ବୟସ୍କା କର୍ଣ୍ଣାଟକର କାରିବାସାମ୍ମା ଅପେକ୍ଷା କରି ରହିଛନ୍ତି ଯେ କେତେବେଳେ ତାଙ୍କୁ କୋର୍ଟ  ସମ୍ମାନଜନକ ଭାବରେ ଇଚ୍ଛାମୃତ୍ୟୁ ବରଣ କରିବାକୁ ଅନୁମତି ଦେବେ ଓ ଏକ ଭୟଙ୍କର ରୋଗ ଯୋଗୁଁ ଏବେ  ସେ ଯେଉଁ ଯନ୍ତ୍ରଣାପୂର୍ଣ୍ଣ ଜୀବନ ବିତାଉଛନ୍ତି ସେଥିରୁ ମୁକ୍ତି ପାଇବେ । ଏ ତିନୋଟି ଯାକ ଘଟଣାରେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ସମ୍ପୃକ୍ତ ତିନିଜଣ ଯାକ ସମ୍ମାନଜନକ ଭାବରେ ନିଜ ଇଚ୍ଛା ଅନୁଯାୟୀ  ମୃତ୍ୟୁବରଣ କରିବାକୁ ଚାହୁୁଁଛନ୍ତି ।

ଇଚ୍ଛାମୃତ୍ୟୁ ବା ୟୁଥାନାସିଆକୁ ଭାରତରେ  ଆଇନତଃ ଅବୈଧ ବୋଲି ଧରାଯାଏ,  ଯଦିଓ ୨୦୧୧ରେ ଅରୁଣା ରାମଚନ୍ଦ୍ର ସାଓଭାଗ ବନାମ ଭାରତ ସରକାର ଓ ଅନ୍ୟମାନେ  ମୋକଦମ୍ମାରେ ସୁପ୍ରିମକୋର୍ଟ ନିଷ୍ପତ୍ତି  ଦେଇ କହିଥିଲେ ଯେ ଯେଉଁ ଗୋଗୀମାନେ ବହୁଦିନ ଧରି କୋମା ଅବସ୍ଥାରେ ଅଛନ୍ତି ଓ ଯେଉଁମାନଙ୍କର ଆଉ ସ୍ୁସ୍ଥ ହେବାର ସୁଯୋଗ ନାହିଁ ସେମାନଙ୍କ  ଜୀବନରକ୍ଷା ବ୍ୟବସ୍ଥା ବାହାର କରି ନିଆ ଯାଇପାରେ । ତେବେ ଏହି ଫୈସଲାରେ ଓ ନିଷ୍କ୍ରୀୟ ଓ ସକ୍ରୀୟ  ଉଚ୍ଛାମୃତ୍ୟୁ ପ୍ରଶ୍ନ ମଧ୍ୟ ଉଠଥିିଲା । ପ୍ରଥମଟି ହେଉଛି ରୋଗୀକୁ ଦିଆ ଯାଉଥିବା ସମସ୍ତ ସ୍ୱାସ୍ଥ୍ୟସେବା କାଢି ନେଇଯିବା, ଦିତୀୟଟି ହେଉଛି ମେଡିକାଲ ହସ୍ତକ୍ଷେପ ବା ଇଞ୍ଜେକ୍ସନ ଦେଇ ଜଣକୁ ହତ୍ୟା କରିବା । ଏବେ ସଂସଦରେ ଯେଉଁ ବିଧେୟକକୁ ନେଇ ଆଲୋଚନା  ଚାଲିଛି ତାହା ହେଉଛି ସୁପ୍ରିମକୋର୍ଟଙ୍କର ଏହି ଫୈସଲା କୁ ଆଇନର ରୂପ ଦେବା ।

ସାଧାରଣତଃ  ଭାରତରେ ଇଚ୍ଚାମୃତ୍ୟୁ କଥାଟି ଦୁଇଟି ବିନ୍ଦୁ ଉପରେ ପର୍ଯ୍ୟବେସିତ ହୋଇଥାଏ । ପ୍ରଥମଟି ହେଉଛି ଯେ ଜୀବନର ମାଲିକ କିଏ, ଏବଂ କିଏ ନଷ୍ପତ୍ତି ନେବ ଯେ ମଣିଷ କେତେବେଳେ ନିଜ ଇଚ୍ଛାରେ ମରିବା ଉଚିତ୍ । ଏହି ବିତର୍କ ଲାଗି ରହିବ । କିନ୍ତୁ ଏଇକଥାଟିକୁ ନଜରରେ ରଖି ଏକଥାକୁ ପ୍ରଥମେ ବୁଝିବାକୁ ପଡିବ ଯେ ଲୋକଙ୍କ ପକ୍ଷରୁ ଇଚ୍ଛାମୃତ୍ୟୁ ଦାବି କରିବା ଘଟଣା   ଭାରତର ସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ବନ୍ଧରେ କି ବାର୍ତ୍ତା ଦେଉଛି । ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିବା ବିଷୟ ଜୋର ଧରିବା ଘଟଣା  ଆଉ ଗୋଟିଏ ଦିଗକୁ ସମ୍ମୁଖକୁ ଆଣୁଛି  ଯେ ଭାରତରେ ସମ୍ମାନର ସହ ମୃତ୍ୟୁବରଣ କରିବା ମଧ୍ୟ କେତେ କଷ୍ଟକର । ସରକାର ନାଗରିକଙ୍କର ବଞ୍ôଚବାର ଇଚ୍ଛା ଯେଉଁଥିରେ ଜଣେ ବ୍ୟକ୍ତି ଭବିଷ୍ୟତରେ ନିଜର ଆଉ କୌଣସି ଚିକିତ୍ସା କରିବା ପାଇଁ ଇଚ୍ଛୁକ ନୁହନ୍ତି ତାକୁ ନେଇ ଚିନ୍ତିତ ରହିବା ସହିତ ଏକଥା ମଧ୍ୟ ଉଠୁଛି ଯେ କିଛି ଲୋକ ଜାଣିଶୁଣି ଘରର ବରିଷ୍ଠ ସଦସ୍ୟମାନଙ୍କୁ ତୁରନ୍ତ ହଟାଇଦେବା ପାଇଁ ଓ ସେମାନଙ୍କର ତୁରନ୍ତ ମୃତ୍ୟୁ ହୋଇଯାଉ ଏଇଥିପାଇଁ ଇଚ୍ଛାମୃତ୍ୟୁର ଅପବ୍ୟବହାର କରି ପାରନ୍ତି । ବିପରୀତ ଭାବେ ବେସରକାରୀ ସ୍ୱାସ୍ଥ୍ୟସେବା କେନ୍ଦ୍ର ଗୁଡିକ ଯେପରି ନାଗରିକଙ୍କର ଅସୁସ୍ଥତାରୁ ଫାଇଦା ଉଠାଇ ନ ପାରିବେ ସେଥିପାଇଁ ସରକାର ସେପରି କିଛି କରୁ ନାହାନ୍ତି । 

ସାରା ବିଶ୍ୱରେ ଭାରତ ହେଉଛି ଏଭଳି ଏକ ଦେଶ ଯେଉଁଠି  ମରିବା ଅତି କଷ୍ଟକର, ବିଶେଷକରି ସେହି ମାନଙ୍କ ପାଇଁ ଯେଉଁମାନେ କୌଣସି ମାରାତ୍ମକ ରୋଗରେ ପଡିଥାଆନ୍ତି ତାଙ୍କ ପାଇଁ । ୨୦୧୫ରେ ଇକନମିକ ଇଣ୍ଟେଲିଜେନ୍ସ ୟୁନିଟ୍ ମରଣର ଗୁଣାତ୍ମକ ମାନକୁ ନେଇ ଏକ ରିପୋର୍ଟ ଆଣିଥିଲା ଯେଉଁଥିରେ ସର୍ବେକ୍ଷଣ କରାଯାଇଥିବା ମୋଟ ୮୦ଟି ଦେଶରୁ ଭାରତ ୬୭ତମ ସ୍ଥାନରେ ରହିଥିଲା ।  ଡିସେମ୍ବର ୨୦୧୭ରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଓ ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରକାଶ ପାଇଥିବା ଏକ ମିଳିତ ରିପୋର୍ଟରୁ ଜଣା ପଡିଥିଲା ଯେ ପ୍ରତିବର୍ଷ ୪୯ ନିୟୁତ ଭାରତୀୟ ନିଜ ସ୍ୱାସ୍ଥ୍ୟ ପାଇଁ ପଇସା ଖର୍ଚ୍ଚ କରି କରି ଗରିବ ହୋଇ ଯାଉଛନ୍ତି । ବିଶ୍ୱରେ ଯେଉଁ ୧୦୦  ନିୟୁତ ଲୋକ ଏହି ଅବସ୍ଥା ଭୋଗୁଛନ୍ତି ତାର ୫୦ ପ୍ରତିଶତ ହେଉଛନ୍ତି ଭାରତୀୟ । ଭାରତର ସେଣ୍ଟ୍ରାଲ ବ୍ୟୁରୋ ଅଫ ହେଲ୍ଥ ଇଣ୍ଟେଲିଜେନ୍ସର ତଥ୍ୟ ଅନୁଯାୟୀ  ଏହି ସଂଖ୍ୟା ଆହୁରି ଅଧିକ ହେବ । ଏହି ବିବେକହୀନ ଘଟଣା ଘଟିବାର ମୂଳ କାରଣ ହେଉଛି ଭାରତର ସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଦୁରାବସ୍ଥା । ଭାରତରେ ସ୍ୱାସ୍ଥ୍ୟସେବା ପାଇଁ ଯେଉଁ ଅର୍ଥ ଖର୍ଚ୍ଚ ହୁଏ ତାହା ହେଉଛି ବିଶ୍ୱରେ ସବୁଠାରୁ କମ୍ । ୨୦୧୭-୧୮ର ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଯାହା କହିଛି ତାହା ଅନୁଯାୟୀ ଭାରତ ସରକାର ଏହାର ଜିଡିପିର କେବଳ   ୧.୪ ପ୍ରତିଶତ ଅର୍ଥ ସ୍ୱାସ୍ଥ୍ୟସେବା ପାଇଁ ଖର୍ଚ୍ଚ କରିଥାନ୍ତି । ୨୦୧୭ର ଜାତୀୟ ସ୍ୱାସ୍ଥ୍ୟ ନୀତିରେ କୁହାଯାଇଛି ଯେ ସରକାର ୨୦୨୫ ବେଳକୁ ଏହି ଖର୍ଚ୍ଚକୁ ୨.୫ ପ୍ରତିଶତ କରିବେ ।  ଅତି ବିଳମ୍ବରେ ଦିଆଯାଉଥିବା ଏହି ଅର୍ଥ ମଧ୍ୟ ଅତି ସାମାନ୍ୟ ବୋଲି କୁହାଯାଇ ପାରିବ ।

ସ୍ୱାସ୍ଥ୍ୟସେବାରେ କେବଳ ଧନୀ ଲୋକମାନେ ହିଁ ଅଧିକ ପଇସା ଖର୍ଚ୍ଚ କରି ସ୍ୱାସ୍ଥ୍ୟସେବା ପାଇ ପାରି ଥାଆନ୍ତି । ଦେଶରେ ଗହନ ଚିକିତ୍ସା କେନ୍ଦ୍ର ବା ଆଇସିୟୁର ୯୦ ଭାଗ ଘରୋଇ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରହିଛି ।  ସେହିମାନେ ହିଁ ଅତି ମହଙ୍ଗା ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ସକ୍ଷମ ହୋଇ ଥାଆନ୍ତି । କିନ୍ତୁ ଯେତେ ଧନୀଲୋକ ହୁଅନ୍ତୁ ନା କାହିଁକି ନିଜ ମୃତ୍ୟୁକୁ ସହଜ ବା ସୁଖମୟ କରିବା ପାଇଁ କୌଣସି ବ୍ୟବସ୍ଥା ସେମାନଙ୍କ ପାଇଁ ି ହୋଇ ପାରି ନାହିଁ । ବୃଦ୍ଧାବସ୍ଥାରେ ଯତ୍ନ ନେବାପାଇଁ ଆଜି ପର୍ଯ୍ୟନ୍ତ ଯେତିକି ବ୍ୟବସ୍ଥା ହୋଇଛି ତାହା ନଗଣ୍ୟ । ଯେଉଁମାନେ ଘରୋଇ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଛନ୍ତି ସେମାନେ ବହୁ ମୁନାଫା ଅର୍ଜନ କରୁଥିଲେ ମଧ୍ୟ ମୃତ୍ୟୁ ସମୟର ସେବା ଯୋଗାଇବା ପାଇଁ ସେମାନେ କୌଣସି ଧ୍ୟାନ ଦେଇ ନ ଥା’ନ୍ତି  । ଯେଉଁମାନେ ସବୁ ମାରାତ୍ମକ ରୋଗରେ ପୀଡିତ ସେମାନେ ଓ ସେମାନଙ୍କ ପରିବାରର ଲୋକଙ୍କ ପାଇଁ ସେମାନଙ୍କ ଶେଷ ଜୀବନ କେବଳ ଅଧିକ ଖର୍ଚ୍ଚାନ୍ତ ହୋଇ ଅତି କଷ୍ଟରେ ଅଧିକରୁ ଅଧିକ ଦିନ ବଞ୍ôଚବା କଥାଟିଏ ହୋଇ ରହି ଯାଇଥାଏ ।

ଯେତେେବେଳ ଗୋଟିଏ ସରକାର ଜଣେ ପୀଡିତ ଓ ବୟସ୍କ ଲୋକ ପାଇଁ ଏକ ସମ୍ମାନଜନକ ଜୀବନ ବିତାଇବାର ସୁଯୋଗ ଦେବାକୁ ବିଫଳ ହୁଏ ସେତେବେଳେ ଏହି ସରକାରର ଜନଗଣଙ୍କୁ ସମ୍ମାନଜନକ ଭାବେ ମୃତ୍ୟୁବରଣ କରିବାର ଅଧିକାରରୁ ବଞ୍ôଚତ କରିବାର କୌଣସି ନୈତିକ କ୍ଷମତା ରହି ନଥାଏ । କିନ୍ତୁ ଦେଶର ଆଇନ ବଞ୍ôଚବାର ଅଧିକାରକୁ ଏକ ପ୍ରାକୃତିକ ଅଧିକାର ମନେକରି ମରିବାର ଅଧିକାରକୁ ଏକ ଅପ୍ରାକୃତିକ ଅଧିକାର ଭାବରେ ଗଣନା କରିଥାଏ । ଅଥଚ ଭାରତ ସରକାର ବହୁ କ୍ଷେତ୍ରରେ ଲୋକଙ୍କୁ ମୃତ୍ୟୁର ଅଧିକାର ଦେଇଥିବା କଥାରେ ଗର୍ବିତ ଅନୁଭବ କରି ଥାଆନ୍ତି ଯେପରିକି ମୃତ୍ୟୁଦଣ୍ଡକୁ ଆଇନସିଦ୍ଧ କରିବା, ଲୋକଙ୍କୁ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀ ହାତରେ ଏନକାଉଣ୍ଟର କରି ମାରି ପକାଇବା ଆଦି ଆଇନରେ ବୈଧ ହୋଇ ସାରିଛି ।  ସେ ଯାହାହେଉ ମଣିଷକୁ ମରଣର ଅଧିକାର ଦିଆଯିବାକୁ ନେଇ ଚାଲିଥିବା ବିଚାର ଆଲୋଚନା ବେଳେ ଦେଶରେ ସ୍ୱାସ୍ଥ୍ୟସେବାକୁ ସଠିକ କରାଇବା, ଘରୋଇ ସ୍ୱାର୍ଥର ଶୋଷଣରୁ  ବଞ୍ଚାଇବା କୁ ନେଇ ହେଉଥିବା ଆଲୋଚନାକୁ ମଧ୍ୟ ଗୁରୁତ୍ୱ ଦେବା ଉଚିତ୍ ।  ଏବେ ଇଚ୍ଛାମୃତ୍ୟୁକୁ ନେଇ ଚାଲିଥିବା ଆଲୋଚନା ଦେଶରେ ଭୁଷୁଡି ପଡୁଥିବା ସାଧାରଣ ସ୍ୱାସ୍ଥ୍ୟ ସେବାକୁୁ ନଜରରେ ରଖି ଆଲୋଚନା କରାଯିବା ଉଚିତ୍  ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top