ISSN (Print) - 0012-9976 | ISSN (Online) - 2349-8846

ମୁନାଫାପାଇଁ ଚାଲିଥିବା ଘରୋଇ ସ୍ୱାସ୍ଥ୍ୟସେବାକୁ ପ୍ରୋତ୍ସାହନ

ଭାରତ ସାର୍ବଜନୀନ ଜନସ୍ୱାସ୍ଥ୍ୟସେବାକୁ ଅଣଦେଖା କରି ପାରିବ ନାହିଁ ।

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଭାରତରେ ସ୍ୱାସ୍ଥ୍ୟସେବାର ଅଧିକାର ର ଦାବୀ ଦେଶରେ ଥିବା ସ୍ୱାସ୍ଥ୍ୟବୀମା  ପରିପ୍ରେକ୍ଷୀରେ ଚାଲେ । ସରକାରୀ ମହଲରେ  ଏହା ବିଶ୍ୱାସ କରାଯାଏ ଯେ  ସାର୍ବଜନୀନ ସ୍ୱାସ୍ଥ୍ୟସେବା କେବଳ ହାସପାତାଳରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ବୀମା ସୁବିଧା ଦେଇଦେଲେ ହୋଇଯାଇଥାଏ । ଏକଥା ଖଚବ କମ ଲୋକଙ୍କ ନଜରରେ ପଡେ  ଯେ  ଦେଶର ଗରୀବ ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ଯେଉଁ ଏକମାତ୍ର ଜନସ୍ୱାସ୍ଥ୍ୟ ବ୍ୟବସ୍ଥା କରାଯାଇଛି ସେଥିପାଇଁ ଅତି କମ୍ ଅର୍ଥ ଦିଆଯାଉଥିôବାରୁ ତାହା  ଅତି ବ୍ୟବସ୍ଥିତ ଭାବରେ ଦୁର୍ବଳ ହେବାରେ ଲାଗିଛି । କେନ୍ଦ୍ର ଅର୍ଥ ମନ୍ତ୍ରୀ  ଏହି ସରକାରର ଗତ ପୂର୍ଣ୍ଣାଙ୍ଗ ବଜେଟ ପେଶ କରିବା ସମୟରେ ସ୍ୱାସ୍ଥ୍ୟ ଉପରେ ବେଶ ଗୁରୁତ୍ୱ ଦେଇଥିଲେ । ସେ ସେଥିରେ ଆୟୁଷ୍ମାନ ଯୋଜନା କରିବା କଥା କହିଥିଲେ କିନ୍ତୁ ବଜେଟରେ ସାଧାରଣ ସ୍ୱାସ୍ଥ୍ୟସେବା ପାଇଁ ଅଧିକ ଅର୍ଥ ଦେଇ ଏହାକୁ ସବଳ କରିବା କଥା କିଛି କହି ନ ଥିଲେ । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପାଇଁ ଏଥର ୫୪,୬୦୦ କୋଟି ଟଙ୍କା ଦିଆଯାଇଛି ଯାହାକି ଗତଥରର ୫୩,୨୯୪ କୋଟି ଟଙ୍କାଠାରୁ ସାମାନ୍ୟ ଅଧିକ । କିନ୍ତୁ ମୁଦ୍ରାସ୍ଫିତିର ପରିମାଣକୁ ଦେଖିଲେ ଏହି ବର୍ଦ୍ଧିତ ଅର୍ଥ କିଛି ନୁହେଁ ବୋଲି କୁହାଯାଇପାରେ । ଯେଉଁ କୁହାଯାଇଛି ଯେ କେନ୍ଦ୍ରରେ ସକଳ ଘରୋଇ ଉତ୍ପାଦ(ଜିଡିପି)ର ୧ପ୍ରତିଶତ ଓ ରାଜ୍ୟରେ ୧.୫ ପ୍ରତିଶତ ରାଜ୍ୟର ସ୍ୱାସ୍ଥ୍ୟସେବାପାଇଁ ଖର୍ଚ୍ଚ କରାଯିବ ତାହା କେଉଁଠାରେ ହେଲେ ବି ଘଟୁନାହିଁ । ଦେଶରେ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ଗଠିତ ହୋଇଥିବା ବିଭିନ୍ନ କମିଟି ଏବଂ କାଉନସିଲ ସହିତ ଜାତୀୟ ସ୍ୱାସ୍ଥ୍ୟ ନୀତି ୨୦୧୭ରେ ମଧ୍ୟ କୁହାଯାଇଛି ଯେ ସରକାରମାନେ ସ୍ୱାସ୍ଥ୍ୟସେବାପାଇଁ ଏତିକି ଆବଶ୍ୟକ ଅର୍ଥ ଦେବା ଉଚିତ୍ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଉଥିବା ଏହି ବଡ ବଡ କଥା ସହିତ ଅର୍ଥମନ୍ତ୍ରୀ ଏକ ବଡ କାର୍ଯ୍ୟକ୍ରମ ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ସ୍କିମ ବା ଏନଏଚପିଏସର ଘୋଷଣା କରିଥିଲେ ।  କୁହାଯାଉଥିଲା ଯେ ଏହା ବିଶ୍ୱର ସବୁଠୁ ବଡ ସରକାରୀ ଅର୍ଥ ଆଧାରିତ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ହେବ ଓ ଏଥିରେ ୧୦ କୋଟି ଦୁର୍ବଳ ଶ୍ରେଣୀର ପରିବାର ଉପକୃତ ହେବେ  । ଏଥିରେ ଯେଉଁମାନେ କୌଣସି ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ହାସପାତାଳରେ ଭର୍ତ୍ତି ହେବେ ସେମାନଙ୍କୁ ସରକାରଙ୍କ ପକ୍ଷରୁ ୫ ଲକ୍ଷ ପର୍ଯ୍ୟନ୍ତ ଅର୍ଥ ସହାୟତା ମିଳି ପାରିବ । ଯଦିଓ ଅର୍ଥମନ୍ତ୍ରୀଙ୍କ ବଜେଟ ଭାଷଣରେ କୁହାଗଲା ଯେ ଏଥିପାଇର୍ ପର୍ଯ୍ୟାପ୍ତ ଅର୍ଥ ଦିଆଯିବ ପ୍ରକୃତରେ ବଜେଟରେ ସେଥିପାଇଁ କୌଣସି ଆର୍ଥିକ ବ୍ୟବସ୍ଥା କରାଯାଇ ନାହିଁ । ଯଦି ପରିବାର ପିଛା ୫ ଲକ୍ଷ ଟଙ୍କାର ବୀମା ରାଶି ଦେବାକୁ ଗୋଟିଏ ପରିବାର ପାଇଁ ସରକାରଙ୍କୁ ମାତ୍ର ୩୦୦୦ ଟଙ୍କା ଦେବାକୁ ପଡେ ତେବେ ବଜେଟରେ ୩୦,୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଇବାକୁ ପଡିବ ।  ଏବେ ଯେଉଁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ରହିଛି ଓ ଯେଉଁଥିରେ ଗୋଟିଏ ଗରୀବ ପରିବାରକୁ ୩୦ ହଜାର ଟଙ୍କାର ବୀମା ମିଳିବାପାଇଁ ବ୍ୟବସ୍ଥା କରାଯାଇଛି ସେଥିପାଇଁ ୨୦୧୮-୧୯ର କେନ୍ଦ୍ର ବଜେଟରେ ୨୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିଲା । ପରେ ସ୍ୱାସ୍ଥ୍ୟ ବିଭାଗ, ବିତ୍ତ ବିଭାଗର ଅଧିକାରୀ ତଥା ନୀତି ଆୟୋଗ ପକ୍ଷରୁ ଯାହା କୁହାଯାଇଥିଲା ସେଥିରୁ ସ୍ପଷ୍ଟ ହୋଇଥିଲା ଯେ ଚଳିତ ବର୍ଷ ଏନଏଚପିଏସ  ଆରମ୍ଭ ହୋଇ ପାରିବା ଭଳି କିଛି ଜଣା ପଡୁନାହିଁ ।

ବଜେଟରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ୧୨୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିଲା ଯାହା ମାଧ୍ୟମରେ ଦେଢ ଲକ୍ଷ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ବ୍ୟାପକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଇ ପାରିବ । ଏଥିରେ ଅସଂକ୍ରମିତ ରୋଗ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବା, ମାଗଣାରେ ଔଷଧ ଓ ବିଭିନ୍ନ ପରୀକ୍ଷା ଆଦି କାର୍ଯ୍ୟ କରାଯିବ । ଏଥିରେ ଯଦି ଗୋଟିଏ ସ୍ୱାସ୍ଥ୍ୟକେନ୍ଦ୍ରକୁ ୮୦ ହଜାର ଟଙ୍କା କରି ଦିଆଯାଏ ତେବେ ଜଣେ ଅନୁମାନ କରି ପାରିବ ଏଥିରେ କି ସ୍ୱାସ୍ଥ୍ୟସେବା ଦିଆଯାଇ ପାରିବ । ଆହୁରି ମଧ୍ୟ ଜାତୀୟ ସ୍ୱାସ୍ଥ୍ୟ  ମିଶନ(ଏନଏଚଏମ)ରେ  ବଜେଟରେ ଗତ ବର୍ଷର ସଂଶୋଧିତ ଅର୍ଥ ପରିମାଣ ଠାରୁ ୬୫୮ କୋଟି କମ କରାଯାଇ ମାତ୍ର ୩୦,୬୩୪ କୋଟି ଟଙ୍କା ଦିଆ ଯାଇଛି ଯହା ଅଧିନରେ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ଗୋଟିଏ ଗୋଟିଏ ଅଂଶ ହୋଇ ରହିବେ  ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଅର୍ଥରେ ଚାଲିଥିବା ଏନଏଚଏମ ପକ୍ଷରୁ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଏଥିରେ ଯଦି ଦୁର୍ବଳତା ଦେଖାଦିଏ ତେବେ ଗତ ୧୦ ବର୍ଷ ଧରି ଯେଉଁ ଜାତୀୟ ଗ୍ରାମୀଣ ହେଲ୍ଥ ମିଶନ ଚଲାଯାଇଥିଲା ତାର ସୁଫଳ ମିଳିବା ଆଶା ମଧ୍ୟ ଦୁର୍ବଳ ହୋଇଯିବ ।

ଦେଶରେ ଯେତେବେଳେ ପାଞ୍ଚବର୍ଷ ବୟସ ପର୍ଯ୍ୟନ୍ତ ଶିଶୁମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ କୂପୋଷଣର ଶିବାର ହେବାରେ ଲାଗିଛନ୍ତି, ଯେଉଁଠାରେ ଅସଂକ୍ରମିତ ଏବଂ ସଂକ୍ରମିତ ରୋଗ ପ୍ରତି ମୁହୁର୍ତ୍ତରେ ବଢି ବଢି ଚାଲିଛି ସେତେବେଳେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଏପରି  ଲଗାତର ଭାବରେ ଅଣଦେଖା କରାଯିବା ଘଟଣା ଚିନ୍ତାର ବିଷୟ ହେବା ସ୍ୱାଭାବିକ  । ସ୍ୱାସ୍ଥ୍ୟ ସମ୍ବନ୍ଧିତ ଅନେକ ଗୁଡିଏ ସରକାରୀ  ପଲିସୀ ଡକ୍୍ୟୁମେଣ୍ଟରେ ଉଲ୍ଲେଖ କରାଯାଇଛି ଯେ ଦେଶରେ ସ୍ୱାସ୍ଥ୍ୟସେବା ଖର୍ଚ୍ଚ ବହୁପରିମାଣରେ ବୃଦ୍ଧି ପାଇଯିବା ଫଳରେ ବହୁ ପରିବାର ସ୍ୱାସ୍ଥ୍ୟସେବାପାଇଁ ଖର୍ଚ୍ଚ କରି କରି ଶେଷରେ ଦେବାଳିଆ ଅବସ୍ଥାକୁ ଆସି ଯାଉଛନ୍ତି । ବିଭିନ୍ନ ଅଧ୍ୟୟନରୁ ଯାହା ଜଣାପଡିଛି ସ୍ୱାସ୍ଥ୍ୟ ବୀମା ମଧ୍ୟ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ଗରିବ ହେବାରୁ ବଞ୍ଚାଇ ପାରୁ ନାହିଁ ବା ଗରିବଙ୍କ ପାଇଁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ପାରୁ ନାହିଁ । ଭାରତରେ ୬୭ ପ୍ରତିଶତ ସ୍ୱାସ୍ଥ୍ୟ ଖର୍ଚ୍ଚ ଲୋକଙ୍କ ସାମର୍ଥ୍ୟ ଠାରୁ ବହୁ ଅଧିକ ହୋଇ ଯାଉଛି । ଏଥିରୁ ୬୩ ପ୍ରତିଶତ ଖର୍ଚ୍ଚ ହାସପାତାଳ ବାହାରର ରୋଗୀମାନଙ୍କ ପାଇଁ ହୋଇଥାଏ । ଅଧ୍ୟୟନରୁ ଜଣାପଡିଛି ଯେ ସମ୍ପ୍ରତି ଚାଲିଥିବା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାରେ ରୋଗୀମାନେ ସେମାନଙ୍କ ହାସପାତାଳ ଖର୍ଚ୍ଚରୁ ଯେତିକି ଅର୍ଥ ପ୍ରତିପୂରଣ ଭାବେ ପାଇଥାଆନ୍ତି ସେତକ ପ୍ରକୃତ ଖର୍ଚ୍ଚ ଠାରୁ ବହୁ କମ ହୋଇଥାଏ ।  ପୁଣି ଏଥିପାଇଁ ଯେଉଁସବୁ ହାସପାତାଳକୁ ଚିହ୍ନଟ କରାଯାଇଥାଏ ସେସବୁ ସାଧାରଣତଃ ସହରରେ ଥାଆନ୍ତି, ପୁଣି ସରକାରୀ ହାସପାତାଳଠାରୁ ଘରୋଇ ହାସପାତାଳମାନଙ୍କ ସଂଖ୍ୟା ଏ କ୍ଷେତ୍ରରେ ବହୁତ ବେଶି ହୋଇଯାଇଥାଏ ।

ସ୍ୱାସ୍ଥ୍ୟସେବାରେ ଯେତେବେଳେ ସରକାରଙ୍କ ଲକ୍ଷ୍ୟ କେବଳ ଇନ୍ସୁରାନ୍ସ ଦେବା ଉପରେ ନିବଦ୍ଧ ହୋଇଯାଏ ସେତେେବେଳ ସାଧାରଣ ଲୋକଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯିବା ଏବଂ ସ୍ୱାସ୍ଥ୍ୟସେବା ପାଇଁ ଅର୍ଥ ବ୍ୟବସ୍ଥା କରିବା କଥାଟି ଅଧିକ ଅଣଦେଖା ହୋଇଯାଏ । ଏହା ବୀମା ବଜାରରେ ସକ୍ରିୟ ଘରୋଇ କମ୍ପାନୀମାନଙ୍କୁ  ହିଁ ଅଧିକରୁ ଅଧିକ ସହାୟତା ପହୁଞ୍ଚାଇ ଥାଏ ଓ ଏକଥା ଏଇଥିରୁ ସ୍ପଷ୍ଟ ହୋଇଯାଏ ଯେ ବଜେଟ ଘୋଷଣା ପରେ ପରେ ହିଁ ବୀମା କମ୍ପାନୀଗୁଡିକର ସେୟାର ମୂଲ୍ୟ ବହୁ ପରିମାଣରେ ବଢି ଯାଇଥାଏ ।  ଜାତୀୟ ସ୍ୱାସ୍ଥ୍ୟ ନୀତି ୨୦୧୭ରେ  ଏକଥା ମଧ୍ୟ କୁହାଯାଇଥିଲା ଯେ ଦେଶରେ ଏକ ବିଶାଳ  ସ୍ୱାସ୍ଥ୍ୟସେବା ଉଦ୍ୟୋଗ ହେବ ଯାହାକି  ଦୁଇ ସଂଖ୍ୟକ ହିସାବରେ ବିକଶିତ ହେବ । ଏ ଦେଶରେ ସ୍ୱାସ୍ଥ୍ୟସେବାକୁ ନେଇ ଏଭଳି ଅବସ୍ଥା ଉପଜିଛି ଯେ ଯେଉଁମାନଙ୍କ ପାଖରେ ପର୍ଯ୍ୟାପ୍ତ  ଅର୍ଥ ନାହିଁ ସେମାନେ ମଧ୍ୟ ଚାହୁଁଛନ୍ତି ଯେ ଘରୋଇ କ୍ଲିନିକମାନଙ୍କୁ ଯିବେ । ଘରୋଇ କ୍ଷେତ୍ର ଉପରେ ଏହି ଅତ୍ୟଧିକ ନିର୍ଭରଶୀଳତା ଯୋଗୁଁ ସାର୍ବଜନୀନ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅବହେଳା କରାଯାଉଛି । ଜନସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଦୁର୍ବଳ ହେବା,  ମୂଳଭୁତ ସୁବିଧା ନ ରହିବା, ସ୍ୱଳ୍ପକର୍ମଚାରୀ, ଉପକରଣ ଓ ଔଷଧର କମି କାରଣରରୁ ଗରିବ ଲୋକମାନେ ମଧ୍ୟ ଘରୋଇ ହାସପାତାଳକୁ ନଯାଇ ଅନ୍ୟ କୌଣସି ରାହା ପାଉ ନାହାନ୍ତି । ଦେଶର ବର୍ତ୍ତମାନର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଘରୋଇ ହାସପାତାଳମାନଙ୍କର ମୁନାଫା କମାଇବା ଲୋଭ ଉପରେ ପର୍ଯ୍ୟବେସିତ ଥିବାରୁ ମୁନାଫାକୁ ଲୋକଙ୍କ ସ୍ୱାସ୍ଥ୍ୟ ସେବାଠାରୁ ଅôଦକ ଅଗ୍ରାଧିକାର ଦିଆଯାଉଛି । ପ୍ରସ୍ତାବିତ ବୀମା ବ୍ୟବସ୍ଥା ମଧ୍ୟ ଠିକ ଏହିପରି ଏକ ବ୍ୟବସ୍ଥା ହେବ ।

ବିଶ୍ୱସ୍ତରରେ ଯାହା ଅନୁଭୁତି ରହିଛି ଲୋକଙ୍କୁ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା ପାଇଁ ବିନା କୌଣସି ନିୟନ୍ତ୍ରକରେ ଚାଲିଥିବା ଘରୋଇ ସ୍ୱାସ୍ଥ୍ୟ ସେବାକୁ ଛାଡିଦେଲେ ଏଭଳି ବ୍ୟବସ୍ଥା ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ପହୁଞ୍ଚାଇବାରେ ସକ୍ଷମ ହୋଇ ପାରିବ ନାହିଁ । ସେହି ପରିପ୍ରେକ୍ଷୀରେ ଦେଖିଲେ ଭାରତର ଲକ୍ଷ୍ୟ ହେବା ଦରକାର ସାଧାରଣ ସରକାରୀ ସ୍ୱାସ୍ଥ୍ୟସେବାକୁ ମଜବୁତ କରାଇବା । ଏଥିାପାଇଁ ଅଧିକ ମାନବସମ୍ବଳ, ଉପକରଣ ଆଦି ଯୋଗାଇ ଦିଆଯିବା ଆବଶ୍ୟକ । ଏହା ସହିତ ଉପର୍ଯ୍ୟୁପରି ବିକଶିତ ହୋଇ ଚାଲିଥିବା ଘରୋଇ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ମଧ୍ୟ ନିୟନ୍ତ୍ରଣରେ ରଖାଯିବା ଆବଶ୍ୟକ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top