ISSN (Print) - 0012-9976 | ISSN (Online) - 2349-8846

ବିଦେଶରେ ରହିବା ଦୁଇଗୁଣ ବିପଦ

ଘରୋଇ ନିର୍ଯ୍ୟାତନା ଭୋଗୁଥିବା ପ୍ରବାସୀ ଭାରତୀୟ ସ୍ତ୍ରୀ ମାନଙ୍କର ଉଭୟ ଦେଶୀ ବିଦେଶୀ ସରକାର ମାନଙ୍କର ସୁରକ୍ଷା ଦରକାର

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ନିଜ ପରିବାର ନିକଟରୁ ବହୁତ ଦୂରରେ ରହି ଏକ ବିଦେଶୀ ତଥା ଅପରିଚିତ ସଂସ୍କୃତିରେ ନିଜକୁ ଖାପଖୁଆଇ ଚଳିବାପାଇଁ ପ୍ରୟାସ କରୁଥିବା ପ୍ରବାସୀ ଭାରତୀୟ ନାରୀମାନେ ଘରୋଇ ନିର୍ଯ୍ୟାତନାର ଏକ ଯନ୍ତା ଭିତରେ ପଡ଼ିଯିବା କଥା କିଛି ନୂଆ ନୁହେଁ । ମାତ୍ର କିଛି ବର୍ଷ ହେଲା ଏଇ ପ୍ରସଙ୍ଗଟି ଅଧିକ ଜରୁରୀ ଜଣାପଡ଼ୁଛି । ଭାରତର ବିଭିନ୍ନ ସାମଜିକ ଓ ଅର୍ଥନୈତିକ ବର୍ଗରୁ ବିଦେଶକୁ ଯାଉଥିବା ନାରୀମାନଙ୍କ ସଂଖ୍ୟା ମଧ୍ୟ ଅଭୁତପୂର୍ବ ଭାବେ ବଢ଼ିଚାଲିଛି । ଗତ ସପ୍ତାହରେ ବୈଦେଶିକ ମନ୍ତ୍ରଣାଳୟ ଜାରୀ କରିଥିବା ପରିସଂଖ୍ୟାନ ସୂଚାଉଛି ଯେ, ଜଣେ ପ୍ରବାସୀ ଭାରତୀୟ ସ୍ତ୍ରୀ ଦେଶ ଭିତରେ ଥିବା ତାଙ୍କ ଘରକୁ ଦିନକୁ ହାରାହାରି ଆଠ ଘଣ୍ଟାରେ ଥରେ ପୋଂନ କରୁଛନ୍ତି । ଏହି କଲ ଗୁଡ଼ିକରେ ସେମାନେ ଭୋଗୁଥିବା ଭୟଙ୍କର ନିର୍ଯ୍ୟାତନାରୁ ମୁକ୍ତ କରିବା ପାଇଁ ଆବେଦନ ଟିଏ ଥାଏ । ବୈଦେଶିକ ମନ୍ତ୍ରଣାଳୟ କେବଳ ଜାନୁୟାରୀ ୨୦୧୫ ରୁ ନଭେମ୍ବର ୨୦୧୭ ଭିତରେ ୩୩୨୮ ଟି ଏଭଳି ଅଭିଯୋଗ ପାଇଥିଲେ । ପୀଡ଼ିତା ମାନଙ୍କର ପ୍ରକୃତ ସଂଖ୍ୟାଟି ଢ଼େର ଅଧିକ ହେବ ଏବଂ ସେମାନଙ୍କ ଭିତରେ ଅଛନ୍ତି, ଯେଉଁମାନେ ପରିବାର ବା ସରକାରୀ ସଂସ୍ଥାଠୁ ସାହାଯ୍ୟ ମାଗିନାହାନ୍ତି ଅଥବା କେବଳ ମାତ୍ର ନିଜ ପରିବାର କିମ୍ବା ଅନ୍ୟ କେଉଁଠୁ ସାହାଯ୍ୟ ନେଇଛନ୍ତି । ଯଦିଓ ପ୍ରବାସୀ ଭାରତୀୟ ବିବାହିତ ମହିଳାମାନେ ପ୍ରବସୀ ଭାରତୀୟ କନ୍ୟା ଛାପ ମରାଯାଇଥିବା ବିଭିନ୍ନ ପୃଷ୍ଠଭୂମିରୁ ଆସିଛନ୍ତି କିନ୍ତୁ ସରକାରୀ ତଥା ଅନ୍ୟାନ୍ୟ ଅଧ୍ୟୟନ ଗୁଡ଼ିକ ଦର୍ଶାଉଛି ଯେ ପଞ୍ଜାବ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଗୁଜୁରାଟ ପୃଷ୍ଠଭୂମିର ବିବାହିତ ମହିଳାମାନଙ୍କର ସର୍ବାଧିକ ଅଭିଯୋଗ ରହିଆସିଛି । ଅନ୍ୟମାନଙ୍କ ଭିତରେ ଏହି ରାଜ୍ୟଗୁଡ଼ିକର ନିର୍ଯ୍ୟାତିତ ତଥା ଠକି ହୋଇଯାଇଥିବା ମହିଳା ମାନଙ୍କର ମାମଲା ଗୁଡ଼ିକ ଫଇସଲା ନ ହୋଇ ପଡ଼ିରହିଛ । ଅଭିଯୋଗ ଭିତରେ ଅଛି ବାହାଘର ପରେ ବିବାହିତ ମହିଳାମାନଙ୍କୁ ପରିତ୍ୟାଗ କରିବା (ଭାରତରେ ହେଉ ବା ବିଦେଶରେ), ବିବାହିତ ପୁରୁଷର ପୂର୍ବରୁ ବିଦେଶରେ ସ୍ତ୍ରୀଟିଏ ଥିବ, ପୁରୁଷର ଚାକିରି ଏବଂ ଆୟ ସମ୍ପର୍କରେ ଭୂଲ ତଥ୍ୟ ଦିଆଯାଇଥିବ, ଯୌତୁକ ଜନିତ ନିର୍ଯ୍ୟାତନା, ଘରୋଇ ହିଂସା ଏବଂ ମିଛ କାଗଜପତ୍ର ଦେଖାଇ ଏକପାଖିଆ ଛାଡ଼ପତ୍ର ପ୍ରଦାନ । ଏହିସବୁ ମାମଲା ଗୁଡ଼ିକ ମୂଖ୍ୟତଃ ଇଂଲଣ୍ଡ, ଆମେରିକା ଏବଂ ପଶ୍ଚିମ ଏସିଆରୁ ଆସୁଛି ଯେଉଁଠି ଭାରତରୁ ଯାଉଥିବା ଅଧିକାଂଶ ଲୋକ ରହିଥାନ୍ତି । ଏହି ନାରୀ ମାନଙ୍କର ଭିନ୍ନଭିନ୍ନ ଶିକ୍ଷାଗତ ପୃଷ୍ଠଭୂମି ରହିଛି ଯେଉଁମାନଙ୍କ ଭିତରେ ଅର୍ଦ୍ଧ ସ୍ୱାକ୍ଷର, ଇଂଜିନିୟର ଓ କମ୍ପୁଟର ବିଷୟରେ ସ୍ନାତକ ପାଇଥିବା ନାରୀମାନେ ବି ଅଛନ୍ତି । ଆମେରିକାରୁ ଆସୁଥିବା ଅଧିକାଂଶ ଅଭିଯୋଗ ଗୁଡ଼ିକ ସେହି ନାରୀ ମାନଙ୍କ ପାଖରେ ବି -୪ ଭିସା ଥାଏ, ଯେଉଁମାନେ ଏଚ୍ ୧ - ବି  ଭିସାଥିବା ସ୍ୱାମୀମାନଙ୍କ ଉପରେ ଆର୍ଥିକ ଦୃଷ୍ଟିରୁ ନିର୍ଭରଶୀଳ ଥାଆନ୍ତି । ୨୦୧୫ ମସିହାରେ ଓବାମା ସରକାର ଅନୁମତି ଦେବାଯାଏଁ ବି-୪ ଭିସା ଥବା ମହିଳାମାନେ କୌଣସି କାମ ବା ଚାକିରୀ ପାଇଁ ଆବେଦନ କରିପାରୁ ନଥିଲେ । ବର୍ତ୍ତମାନ ଆମେରିକାରେ ଯେଉଁ ରାଜନୈତିକ ପରିସ୍ଥିତି ରହିଛି ଏହି କାମଟିବି ସହଜ ହେବନାହିଁ ।

ଏହି ସମସ୍ୟା ପଛରେ ଦୁଇଟି ପ୍ରମୁଖ କାରଣ ରହିଛି ଯାହା ଅନେକ ସାମଜିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ଜଟିଳତାକୁ ଉଦରସ୍ଥ କରୁଛି । ପ୍ରଥମଟି ହେଲା ଅତି ଶିକ୍ଷିତ ହୋଇଥିଲେ ବି ଏବଂ ଅର୍ଥନୈତିକ ଦୃଷ୍ଟିରୁ ସ୍ୱଂୟସମ୍ପନ୍ନ ହେବାର ସମାର୍ଥ୍ୟ ଝିଅ ମାନଙ୍କର ଥିଲେବି ଅବିବାହିତ ଝିଅ ଘରେ ରହିଗଲେ ଏକ ପ୍ରକାର ଲଜ୍ଜାଜନକ ସାମାଜିକ ସ୍ଥିତିରେ ରହିବାକୁ ପଡ଼ିବ ଭାବି ଭାରତୀୟ ବାପା ମା’ମାନେ ଝିଅମାନଙ୍କୁ ବାହା ଦେବାପାଇଁ ଅତ୍ୟନ୍ତ ବ୍ୟଗ୍ର ଥାଆନ୍ତି । ଦ୍ୱିତୀୟଟି ହେଉଛି ବାହାଘର ବା ଦେଶାନ୍ତର ମାଧ୍ୟମରେ ବିଦେଶରେ ଅଧିକ ଭଲରେ ରହିବାର ଏକ ଆକାଂକ୍ଷା । ଅଧିକାଂଶ ଭାରତୀୟ ନାରୀମାନଙ୍କ ପାଇଁ ପ୍ରଥମ କାରଣଟି ପ୍ରକୃଷ୍ଠ ମାଧ୍ୟମ ହିସାବରେ ନିଆଯାଇ ଥାଏ ସେଥି ପାଇଁ ଗୋଟିଏ ପ୍ରବାସୀ ବର ଖୋଜିବା ପାଇଁ ବାପା ମା’ମାନେ ଲାଗିପଡ଼ନ୍ତି । ସମାଜିକ ଏବଂ ସଂସ୍କୃତିକ ସ୍ୱଭାବର ଅନ୍ୟ କିଛି କାରଣ ଗୁଡ଼ିକ ମଧ୍ୟ ଏଇ ସମସ୍ୟା ସୃଷ୍ଟି କରିବାରେ କିଛି ଭୂମିକା ଥାଏ । ବରଘର ପକ୍ଷ କାଳେ ରାଗିଯିବେ ଭାବି ବରର ଅତୀତର ଇତିବୃତ୍ତି ସମ୍ପର୍କରେ ଅନୁସନ୍ଧାନ କରାଯାଇନଥାଏ । ଆଉ ଗୋଟିଏ କାରଣ ହେଉଛି ଭାରତୀୟ ସମାଜରେ ଗୋଷ୍ଠି ଏବଂ ଶ୍ରେଣୀ ନିର୍ବିଶେଷରେ ଗୋଟିଏ ସାଧାରଣ ଧାରଣା ରହିଆସିଛି ଯେ, ସ୍ତ୍ରୀର କାମ ହେଉଛି ଘର ଚଳାଇବା ଏବଂ ସ୍ୱାମୀର ବାପା ମା’ ତଥା ପରିବାରର ଯତ୍ନ ନେବା । ଯେମିତିକି ଅଧ୍ୟୟନ ଗୁଡ଼ିକ ଦର୍ଶାଉଛନ୍ତି ଯେ, ଏହି କାରଣଟି ଝିଅର ବାପା ମା’ମାନେ ଯୁକ୍ତିଯୁକ୍ତ ମନେକରିଥାନ୍ତି, ଯେତେବେଳେ ସେମାନେ ନିଜ ଝିଅକୁ ଗୋଟିଏ ପୁଅ ସହ ବିବାହ କରିଥାନ୍ତି । ଅସଂଖ୍ୟ ମାମଲାରେ ଜଣାପଡ଼ିଛି ଯେ, ବିବାହ ପରେ ନାରିଟି ଜଣେ ସାଥି ନୁହଁ ବରଂ ଅଧିକାଂଶରେ ଶସ୍ତା ଘରୋଇ ଚାକରାଣୀ ଏବଂ ସେବା ଦେଉଥିବା ଜଣେ ଶ୍ରମିକ ହିସାବରେ ହିଁ ରହୁଛି । ଅନ୍ୟଥା ଏ ଭଳି ସେବା ପାଇଁ ଏଇ ପୁରୁଷ ମାନଙ୍କୁ ବିଦେଶରେ ପ୍ରଚୁର ଅର୍ଥ ଖର୍ଚ୍ଚ କରିବା ପାଇଁ ପଡ଼ିଥାନ୍ତା ।

ଭାରତୀୟ ମାନଙ୍କ କଳ୍ପନାରେ ପ୍ରବାସୀ ଭାରତୀୟଙ୍କ ପାଇଁ ଏକ ଇର୍ଷା ପୂର୍ଣ୍ଣ ସ୍ଥାନ ଥାଏ । ସେମାନେ ଯେଉଁ ପଇସା ପଠାନ୍ତି ତାହା ସେମାନଙ୍କ ପରିବାରକୁ ସାହାଯ୍ୟ କରିବା ସହିତ ଦେଶର ଅର୍ଥନୀତିକୁ ସାହାଯ୍ୟ କରିଥାଏ । ସେମାନଙ୍କ ସଂଖ୍ୟା ବଢ଼ିଚାଲିଛି ( ଏବେ ବିଦେଶରେ ଦେଶାନ୍ତର ହୋଇଥିବା ଭାରତୀୟ ମାନଙ୍କ ସଂଖ୍ୟା ୧ କୋଟି ୫୬ ଲକ୍ଷରେ ପହଞ୍ôଚଛି) ସେମାନଙ୍କର ଅର୍ଥ ଓ ପ୍ରଭାବକୁ ଦୃଷ୍ଟିରେ ରଖି ବର୍ତ୍ତମାନର ଏନ୍.ଡ଼ି.ଏ ସରକାର ପ୍ରବାସୀ ଭାରତୀୟ ମାନଙ୍କ ସହ ରିତିମତ ସମ୍ପର୍କ ରଖିଆସିଛନ୍ତି ।

ଏହି ପ୍ରସଙ୍ଗରେ ଅଭିଯୋଗ ଆସିବା ଯାଏଁ ଅପେକ୍ଷା ନକରି ଭାରତ ସରକାର ପୂର୍ବରୁ ହିଁ ଅଧିକ କ୍ରିୟାଶୀଳ ହେବା ଉଚିତ । ( ଏଭଳି ମାମଲାର ଅଭିଯୋଗ ଗୁଡ଼ିକୁ ବୁଝିବା ପାଇଁ ପଞ୍ଜାବ ସରକାର ନୂଆ ନୂଆ ଥାନା ସବୁ ବସାଇଛନ୍ତି) । ବର୍ତ୍ତମାନ ସୁଦ୍ଧା ଭାରତର ଆଇନ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥାଗୁଡ଼ିକ ଯେଉଁ ପ୍ରମୁଖ ସମସ୍ୟା ସାମ୍ନା କରୁଛନ୍ତି ତାହା ହେଲା ଯେ, ଅପରାଧି ମାନଙ୍କୁ ଭାରତକୁ ଆଣି କେମିତି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ବର୍ତ୍ତମାନର ସରକାର ଏ ବାବଦରେ ଯେଉଁ କମିଟି ଗଠନ କରିଥିଲେ ସେମାନେ ହିଁ ସୁପାରିଶ କରିଛନ୍ତି ଯେ, ସ୍ତ୍ରୀ ମାନଙ୍କୁ ପରିତ୍ୟାଗ କରିଥିବା ବା ନିର୍ଯ୍ୟାତନା ଦେଉଥିବା ସ୍ୱାମୀ ମାନଙ୍କର ପାସପୋର୍ଟ ଗୁଡ଼ିକ ବାଯ୍ୟାପ୍ତି କରିବା, ଅପରାଧି ମାନଙ୍କର ପ୍ରତ୍ୟାର୍ପଣ ଚୁକ୍ତିଗୁଡ଼ିକରେ ଘରୋଇ ହିଂସାକୁ ସାମିଲ କରିବା ଏବଂ ବିଦେଶରେ ଥିବା ଭାରତର ଦୂତାବାସ ଗୁଡ଼ିକ ପୀଡ଼ିତା ନାରୀ ମାନଙ୍କୁ ଯୋଗାଇ ଦିଆଯାଉଥିବା ଆର୍ଥିକ ସହଯୋଗକୁ ବୃଦ୍ଧି କରିବା । ଏହି କମିଟି ମଧ୍ୟ ରାଜ୍ୟ ସରକାର ମାନଙ୍କୁ କହିଛନ୍ତି ଯେ, ଯେମିତିକି ସେମାନେ ପ୍ରବାସୀ ଭାରତୀୟଙ୍କ ସମେତ ସବୁ ବାହାଘର ଗୁଡ଼ିକର ବାଧ୍ୟତାମୂଳକ ପଞ୍ଜିକରଣ କରଇବେ, ବିବାହ କରୁଥିବା ପୁରୁଷ ମାନଙ୍କର ସମଗ୍ର ବିବରଣୀ ବିବାହ ପଞ୍ଜିକରଣ ପତ୍ରରେ ସ୍ଥାନିତ ହେବ ଏବଂ ଆସୁଥିବା ଅଭିଯୋଗ ଗୁଡ଼ିକର ମୁକାବିଲା ପାଇଁ ଜାତୀୟ ସ୍ତରରେ ଏକ ଢ଼ାଞ୍ଚା ପ୍ରସ୍ତୁତ କରିବା ପାଇଁ ଏକ କେନ୍ଦ୍ରୀୟ ଆଇନ ଆସିବା ଯାଏଁ ରାଜ୍ୟମାନେ ଉପରୋକ୍ତ ଦାୟୀତ୍ୱ ତୁଲାଇବା ପାଇଁ କମିଟି ପରାମର୍ଶ ଦେଇଛନ୍ତି ।

ଉପର ଲିଖିତ ବିବିଧ ଦିଗଗୁଡ଼ିକୁ ଅଲଗା ରଖି ଏହି ପ୍ରସଙ୍ଗଟିକୁ ଦେଖାଯାଇ ପାରିବ ନାହିଁ । ସରକାର ଏବଂ ଏଥିରେ ସମ୍ପୃକ୍ତ ସଂସ୍ଥା ଓ ବିଭାଗ ଗୁଡ଼ିକ ମଧ୍ୟ ଏହି ପ୍ରସଙ୍ଗର ମୁକାବିଲା ପାଇଁ ସବୁ ଦିଗରୁ ରଣନୀତିଟିଏ ପ୍ରସ୍ତୁତ କରିବାକୁ ପଡ଼ିବ ।

ଭରତୀୟ ନାରୀମାନେ ସାମ୍ନା କରୁଥିବା ଅନେକ ବଡ଼ବଡ଼ ପ୍ରସଙ୍ଗ ଗୁଡ଼ିକର ଏହା ଏକ ପ୍ରାକୃତିକ ପରିଣାମ ଯାହାକି କେବଳ ସେମାନଙ୍କୁ ସମ୍ମାନର ସହ ବଞ୍ôଚବା ପାଇଁ ଦେଉନାହିଁ ବରଂ ସମାଜରେ ସେମାନଙ୍କର ବୃହତ୍ତର ଅବଦାନ ପାଇଁ ପ୍ରତିବନ୍ଧକ ସୃଷ୍ଟି କରୁଛି ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top