ISSN (Print) - 0012-9976 | ISSN (Online) - 2349-8846

କାଟୋୱାଇସ ଜଳବାୟୁ ସମ୍ମିଳନୀରେ ହାତଛଡା ହୋଇଥିବା ଏକ ବଡ ସୁଯୋଗ

ଲେଖକ ଅବିନାଶ ପରସାଉଦ((ବକ୍ଟ୍ରରକ୍ସଗ୍ଦବଙ୍କୟଅଜ୍ଞର.ମକ୍ଟଜ୍ଞ) ହେଉଛନ୍ତି ଡୋମିନିକା ଅନ ରିକଭରୀ ଫ୍ରମ ମାରିଆର ପ୍ରଧାନମଂତ୍ରୀ ଏବଂ ଲଣ୍ଡନ ତଥା ମୁମ୍ବାଇ ସ୍ଥିତ ଏଲାରା କ୍ୟାପିଟାଲର ଚେୟାରମ୍ୟାନଙ୍କର ବିଶେଷ ପରାମର୍ଶଦାତା ।

ଇକ୍ୱିଟୀ  ପ୍ରତି ନିଷ୍ଠା ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନଗୁଡିକୁ ଅଣଦେଖା କରୁଛି ।

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଅବିନାଶ ପରସାଉଦ ଲେଖିଛନ୍ତି :

ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ଜଳବାୟୁ ପରିବର୍ତ୍ତନ ଏକ ମାନବକୃତ ସମସ୍ୟା ନୁହେଁ ବୋଲି କହି ଏଡାଇ ଦିଆ ଯିବା ପରେ ଏବଂ ଏଥିରେ ବ୍ରାଜିଲ ଓ ଭାରତର ଅରାଜିକୁ ଦେଖି ପୋଲାଣ୍ଡର କାଟୋୱାଇସଠାରେ ଆୟୋଜିତ ଜଳବାୟୁ ସମ୍ମେଳନରେ ଯୋଗ ଦେଇଥିବା ପ୍ରତିନିଧି ମାନେ ଚିନ୍ତା କରିବା ସ୍ୱାଭାବିକ  ଯେ ଏହି ସମ୍ମଳନୀରେ ହୋଇଥିବା କୌଣସି ଚୁକ୍ତିର କିଛି ମୂଲ୍ୟ ନାହିଁ କି ତାହା ସଫଳ ହେବାର ନାହିଁ । ଏହା ବରଂ ସମ୍ପ୍ରତି ହୋଇଥିବା ଅନେକ ଗୁଡିଏ ବିଫଳ ବହୂପକ୍ଷୀୟ କାର୍ଯ୍ୟକ୍ରମରୁ ଆଉ ଗୋଟିଏ ପ୍ରମାଣିତ ହେବାକୁ ଯାଉଛି । ସେ ଯାହାହେଉ ଦୁଇ ସପ୍ତାହର ଚର୍ବିତ ଚର୍ବଣ ପରେ ପାଖାପାଖି ୨୦୦ ଦେଶଙ୍କ ପକ୍ଷରୁ ଅଙ୍ଗରକାମ୍ଳ ଗ୍ୟାସ ଉତ୍ସର୍ଜନକୁ ନେଇ ପ୍ରସ୍ତୁତ ହୋଇଥିବା ୧୩୩ ପୃଷ୍ଠାର ରୁଲ ବୁକରେ ଦସ୍ତଖତ କରାଯାଇଛି । ଏହି ରୁଲବୁକକୁ ୨୦୧୫ରେ ହୋଇଥିବା ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧିତ ପ୍ୟାରିସ ରାଜିନାମାକୁ କାର୍ଯ୍ୟକାରୀ କରାଯିବାର ଲକ୍ଷ୍ୟକୁ ଦୃଷ୍ଟିରେ  ରଖାଯାଇ କରାଯାଇଛି ଯେଉଁଥିରେ ବିଶ୍ୱତାପନକୁ ୨ ଡିଗ୍ରୀ ସେଣ୍ଟିଗ୍ରେଡରୁ କମ କରାଯିବା ପାଇଁ ଉଦ୍ୟମ କରାଯିବା ଉପରେ ଗୁରୁତ୍ୱ  ଦିଆଯାଇଛି ।

ଏହି ରୁଲବୁକର ଏକ ବିଧିବଦ୍ଧ ନାମ ଦିଆଯାଇଛି ‘ ଦି କାଟୋୱାଇସ୍ କ୍ଲାଇମେଟ ଚେଞ୍ଜ ପ୍ୟାକେଜ’  ଯାହାକି ବିଭିନ୍ନ ଦେଶ ସେମାନଙ୍କ ପକ୍ଷରୁ  ଗ୍ରୀନହାଉସ ଗ୍ୟାସର ଉତ୍ସର୍ଜନକୁ ନିୟନ୍ତ୍ରଣ କରିବା ପାଇଁ କି କି ପଦକ୍ଷେପ ନିଆଯାଉଛି  ସେ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇଥାଏ ।  ଜଣେ ନିନ୍ଦୁକ ନିଶ୍ଚିତ ଯୁକ୍ତି କରିବେ ଯେ ଏଥିରେ କୌଣସି ପ୍ରବର୍ତ୍ତନ (ଏନଫୋସମେଣ୍ଟ ବା ବଳପ୍ରୟୋଗ) ବ୍ୟବସ୍ଥା ନାହିଁ । ଯଦି ଗୋଟିଏ ଦେଶ ଏହାର ଅଙ୍ଗାରକାମ୍ଳ ଉତ୍ସର୍ଜନ ନିୟମ ଓ ଲକ୍ଷ୍ୟକୁ ଉଲ୍ଲଂଘନ କରେ ତାଙ୍କୁ କି ଦଣ୍ଡ ଦିଆଯିବ ସେକଥାର କିଛି ହେଲେ ଉଲ୍ଲେଖ ନାହିଁ । ଏହା ସହିତ ଶକ୍ତି କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଓ ଜୀବାଶ୍ମ ବା ପ୍ରାକୃତିକ ଇନ୍ଧନରୁ ଦୂରେଇ ଯିବା କଥାଟି ଏହା ସହିତ ଯୋଡି ହୋଇ ଯାଇଛି । କୌଣସି ବିଶ୍ୱସ୍ତରୀୟ ପ୍ରବର୍ତନ ( ବା ବଳପୂର୍ବକ ରୋକ)ବ୍ୟବସ୍ଥା ନଥାଇ ମଧ୍ୟ ବିଶ୍ୱରେ ସକଳ ଘରୋଇ ଉତ୍ପାଦ ବା ଜିଡିପିର ବିକାଶ ପାଇଁ ଆବଶ୍ୟକ ହେଉଥିବା ଅତିରିକ୍ତ ବିଜୁଳି ଉତ୍ପାଦନ ୧୯୯୦ ମସିହା ପରଠାରୁ  ପ୍ରାୟ ୩୨ % କମିଛି । ଏହା ବିକଶିତ ଅର୍ଥନୀତି ଅପେକ୍ଷା ବିକାଶୋନ୍ମୁଖୀ  ଅର୍ଥନୀତିରେ ଅଧିକ କମିଛି ।  ଏହା ମନେ ପକାଇ ଦେଉଛି ଯେ ପରିବର୍ତ୍ତନ ସମ୍ଭବ ଏବଂ ଏ କ୍ଷେତ୍ରରେ ପ୍ରଯୁକ୍ତି ଓ ସଠିକ୍ ବ୍ୟବସ୍ଥା କରିବା ଯେତିକି ଗୁରୁତ୍ୱପୂର୍ଣର୍ ନୁହେଁ,  ସଦସ୍ୟ ଦେଶମାନଙ୍କର ଏହି କାର୍ଯ୍ୟରେ ଅଂଶଗ୍ରହଣ ର ନିଷ୍ଠା ବା  ଇକ୍ୱିଟୀ ଅଧିକ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏଥିରେ ଯେଉଁ ମୂଳ ସମସ୍ୟାଟି ଦେଖିବାକୁ ମିଳୁଛି ତାହା ହେଉଛି ରାଜନୀତି ।

 ଇକ୍ୱିଟୀ ବିଷୟର ଉଦାହରଣ ହେଉଛି ଧରି ନିଆଯାଉ ଆମେ ବାୟୁମଣ୍ଡଳରୁ ଗ୍ରୀନ ହାଉସ ଗ୍ୟାସ ଉତ୍ସର୍ଜନକୁ  ସୀମିତ କରି ବିଶ୍ୱତାପନକୁ ୨ ଡିଗ୍ରୀ ସେଣ୍ଟିଗ୍ରଡ ମଧ୍ୟରେ ସୀମିତ ରଖିବାର ସୀମା ନିର୍ଦ୍ଧାରଣ କଲେ ଓ ଏହାକୁ ବିଶ୍ୱର ବିଭିନ୍ନ ଦେଶର ଆଜିର ମୋଟ ଜନସଂଖ୍ୟାରେ ହରିଲେ । ତା ପରେ ଆମେ ଏହି ନମ୍ବରକୁ ଗ୍ରୀନହାଉସ ଗ୍ୟାସର ଉତ୍ପନ ଓ ବିଶ୍ୱତାପନ ପାଇଁ  ଯେଉଁ ଦେଶର ଯେତିକି ଅବଦାନ ରହିଛି ସେମାନଙ୍କୁ ନିୟନ୍ତ୍ରଣ କରିବାର ସେତିକି ସୀମା ସ୍ଥିର କରିଦେଲେ ।  କିନ୍ତୁ ଏଥିରେ ବହୁ ବିକଶିତ ରାଷ୍ଟ୍ରଙ୍କୁ ଦିଆଯାଇଥିବା ପରିମାଣ ବା ସୀମା  ଖୁବଶୀଘ୍ର ଶେଷ ହୋଇଯିବାର ସୁଯୋଗ ରହିଛି କାରଣ ସେମାନଙ୍କ ଦେଶରେ ବହୁ ପୁରାତନ ବଡ ବଡ ଶିଳ୍ପସବୁ ରହିଛି । ସେମାନେ ନିଜର ଜିଡିପିକୁ କମ କରିବାକୁ ନାଟକୀୟ ଭାବେ ଉତ୍ସର୍ଜନକୁ  କମ କରିବାକୁ ପଡିବ । ଅନ୍ୟ ପକ୍ଷରେ ଅର୍ଥନୈତିକ ଦୃଷ୍ଟିରୁ ବିକାଶଶୀଳ ଦେଶ ଗୁଡିକ ସେମାନଙ୍କର ବିକାଶ ବିସ୍ତାର ପାଇଁ ସୁଯୋଗ ପାଇବେ । କିନ୍ତୁ ଏହା ଭିତରେ ବିଭିନ୍ନ ଦେଶମାନେ ଯଦି ସେମାନଙ୍କ ସୀମାର ପରିମାଣକୁ ନେଇ ବ୍ୟବସାୟ କରିବାକୁ ଚାହାନ୍ତି ତେବେ ସମ୍ପଦର ହସ୍ତାନ୍ତର ଧନୀ ଦେଶମାନଙ୍କ ଠାରୁ ଗରିବ ଦେଶମାନଙ୍କୁ ହୋଇପାରେ । ତେଣୁ ଏହା ଫଳରେ ଏତିକି ହେବ ଯେ ଆମେ ଗୋଟିଏ ସମସ୍ୟାର ସମାଧାନ କରି ଆଉ ଗୋଟିଏ ସମସ୍ୟାର ମଧ୍ୟ ସମାଧାନ କରି ପାରିବା ।

କଳ୍ପନା କରାଯାଉ ଯେ ଆମେ ଉତ୍ସର୍ଜନର ଏକ ନୂଆ ସଂଖ୍ୟା ସ୍ଥିର କଲେ ଯାହାକି ବିଶ୍ୱତାପନ ବୃଦ୍ଧିର ମାତ୍ରାକୁ ୨ ଡିଗ୍ରୀ ସେଣ୍ଟିଗ୍ରେଡରୁ ଆହୁରି କମ ରଖିବ  ଏବଂ ଏହାକୁ ବିଶ୍ୱର ମୋଟ ଜନସଂଖ୍ୟାରେ ଭାଗ କରି ବିଭିନ୍ନ ସଦସ୍ୟ ରାଷ୍ଟ୍ରଙ୍କୁ ସେମାନଙ୍କ ଉତ୍ସର୍ଜନ ପରିମାଣର ସୀମା ଜଣାଇଦେଲେ । କିନ୍ତୁ ଏହି ଦୃଷ୍ଟିକୋଣ ଅବିକଶିତ ବା ଗରୀବ ଦେଶ ମାନଙ୍କରେ ହେଉଥିବା ଜନସଂଖ୍ୟା ବୃଦ୍ଧିକୁ ନଜରରେ ରଖି ସେମାନଙ୍କ ବିଜୁଳି ବ୍ୟବହାରର ସୀମାକୁ ହ୍ରାସ କଲାବେଳେ ବିକଶିତ ରାଷ୍ଟ୍ର ଯେଉଁମାନଙ୍କର ଜନସଂଖ୍ୟା ନିୟନ୍ତ୍ରିତ ହୋଇସାରିଛି ସେମାନଙ୍କୁ ଅଧିକ ବିଜୁଳି ଉତ୍ପାଦନ ଓ ଖର୍ଚ୍ଚ ପାଇଁ ସୁଯୋଗ ଦେବା ସହିତ ସେମାନଙ୍କର ବିଜୁଳି ବ୍ୟବହାର କ୍ଷମତା ବୃଦ୍ଧି କରାଇବ । ଅର୍ଥାତ୍ ଆମକୁ ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ପାଇଁ ଅସମାନତାର ମାର୍ଗକୁ ଆପଣେଇବାକୁ ପଡିବ । କାଟୋୱାଇସର ନିଷ୍ପତ୍ତି  ଏହି ଦୃଷ୍ଟିକୋଣ ସହିତ ପ୍ରାୟ ସମାନ । ଏହା ହେଉଛି ଅଙ୍ଗାରକାମ୍ଳ ଓ ମିଥେନ ଗ୍ୟାସ ଆଦିର ଉତ୍ସର୍ଜନର ଏକ ନୂତନ ଲକ୍ଷ୍ୟ ସ୍ଥିର କରିବା ଢାଞ୍ଚା  । ଏବେ ଜଳବାୟୁ ପରିବର୍ତ୍ତନ କଥାଟି ରାଷ୍ଟ୍ରମାନଙ୍କ ମଧ୍ୟରେ ଥିବା ଅସମାନତାକୁ ପଦାକୁ ଆଣିବା ଓ ଏହାକୁ ନେଇ ଖେଳିବାର ଏକ ମାଧ୍ୟମ ହୋଇଯିବାପରି ଜଣାପଡୁଛି ।

କାଟୋୱାଇସ ଇକ୍ୱିଟୀକୁ ତିନି ବାଟରେ ଦର୍ଶାଇଥାଏ । ପ୍ରଥମ ବିକାଶଶୀଳ ଦେଶ ମାନଙ୍କ ପାଇଁ ଉତ୍ସର୍ଜନ ଲକ୍ଷ୍ୟକୁ ବିକଶିତ ଦେଶମାନଙ୍କ ଅପେକ୍ଷା ଅଧିକ ଦୀର୍ଘକାଳୀକ କରାଯାଇଛି ଯା ଫଳରେ ବିକଶିତ ଓ ବିକାଶଶୀଳ ଦେଶମାନଙ୍କ ମଧ୍ୟରେ ଥିବା ସୀମାରେଖାକୁ ନେଇ  ସଂଘର୍ଷ ଦେଖା ଦେଇଛି । କାଟୋୱାଇସ ଠାରେ ତୁର୍କୀ ପକ୍ଷରୁ ଯୁକ୍ତି ଦିଆଗଲା ଯେ ଏହାକୁ ଅର୍ଥାତ୍ ତୁର୍କୀକୁ କାଟୋୱାଇସ ସମ୍ମିଳନୀ ପକ୍ଷରୁ   ଏକ ବିକାଶଶୀଳ ଦେଶ ଭାବରେ ବିଚାର କରାଯିବା ଉଚିତ୍ । ଦ୍ୱିତୀୟରେ ଉତ୍ସର୍ଜନର ଲକ୍ଷ୍ୟର ବ୍ୟବସାୟ କଥାଟିକୁ ମଧ୍ୟ କଳ୍ପନା ବା ଆଶଙ୍କା କରାଯାଉଛି । ଏ ସମସ୍ତ ବିଷୟ  ବିକାଶଶୀଳ ଦେଶ ମାନଙ୍କ ପାଇଁ ଅଧିକ ଉତ୍ସର୍ଜନ ପାଇଁ ସୁଯୋଗ ସୃଷ୍ଟି କରାଇବ । ତୃତୀୟରେ କାଟୋୱାଇସ ବିକାଶଶୀଳ ଦେଶମାନଙ୍କ ପାଇଁ ୧୦୦ ବିଲିଅନ ଡଲାରର ଏକ ଜଳବାୟୁ କୋଷ ସୃଷ୍ଟି କରିଛି ।

ଦୁର୍ଭାଗ୍ୟଜନକ କଥାଟି ହେଉଛି ଏହା କେବଳ ବିକାଶଶୀଳ ଦେଶମାନଙ୍କ ପାଇଁ ଯଚାଯାଉଥିବା ଏକ ପ୍ରଲୋଭନ ବ୍ୟତିତ ଆଉ କିଛି ନୁହେଁ । କାରଣ ଗତବର୍ଷ ଆଟଲାଣ୍ଟିକ ଦେଶରେ ହୋଇଥିବା ଘୁର୍ଣ୍ଣିବାତ୍ୟାରେ ୧୦୦ ବିଲିୟନ ଡଲାରର କ୍ଷତି ହୋଇଥିଲା । କାର୍ବନ ଟ୍ରେଡିଙ୍ଗ ବ୍ୟବସ୍ଥା ଏ ଯାବତ ଆରମ୍ଭ ହୋଇନାହିଁ, କିନ୍ତୁ ଏହା ହେଲେ ଏହାର ସ୍ରୋତ ଗରୀବ ଦେଶମାନଙ୍କ  ଆଡକୁ ନଯାଇ ଅଧିକରୁ ଅଧିକ ଧନୀ ଦେଶଆଡକୁ ଯିବ । ଧନ଼ୀ ଦେଶମାନେ ଅତୀତରେ ବହୁ ପରିମାଣରେ ଗ୍ରୀନହାଉସ ଗ୍ୟାସକୁ ବାୟୁମଣ୍ଡଳକୁ ଛାଡି ଧନୀ ହୋଇସାରିବା ପରେ ଏବେ ବିକାଶଶୀଳ ରାଷ୍ଟ୍ରମାନଙ୍କୁ ଏଥିପାଇଁ ଦୋଷୀ କରୁଛନ୍ତି ।

 ବିଶ୍ୱ ଇନ୍ଧନ ଦକ୍ଷତାର ବିକାଶ ଅନ୍ୟ ଗୋଟିଏ କଥା ସୂଚାଉଛି । ଅନେକ  ରାଷ୍ଟ୍ର ‘ପ୍ରଦୂଷଣକାରୀହିଁ ଅର୍ଥ ଭରଣା କରୁ’ ଓ କାର୍ବନ ଟ୍ୟାକ୍ସ ବ୍ୟବସ୍ଥା ଜରିଆରେ  ପ୍ରାଥମିକ ରୂପେ ନିଜ ନିଜ ରାଷ୍ଟ୍ରରୁ ଉତ୍ସର୍ଜନ କମ କରିବା ପାଇଁ ଇଚ୍ଛା ଶକ୍ତି ଓ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଏବେ ମୂଳ କଥାଟି ହେଉଛି ଗ୍ରୀନ ହାଉସ ଗ୍ୟାସକୁ ବିସ୍ତରିତ ହେବାରୁ କିପରି ରୋକାଯିବ । ଗୋଟିଏ ରାଷ୍ଟ୍ରର କର ରାଜସ୍ୱ ଅନ୍ୟ ରାଜ୍ୟର ସୀମାକୁ ଯିବା ସମ୍ଭବ ନୁହେଁ । ଜଳବାୟୁ ପରିବର୍ତ୍ତନର ବିସ୍ତାରିତ ପ୍ରଭାବ ସେହି ମାନଙ୍କ ଉପରେ ପଡୁଛି ଯେଉଁମାନେ ତଳିଆ ଅଞ୍ଚଳରେ ବାସ କରୁଛନ୍ତି । ବିଶ୍ୱତାପନ ଫଳରେ ସମୁଦ୍ରଜଳ ଉତପ୍ତ ହୋଇ ଏହାର ସ୍ତର ବଢି ଚାଲିଛି ଓ ଅନେକ ଅଂଚଳ ବୁଡିଯିବାରେ ଲାଗିଛି, ବାତ୍ୟା ମହାବାତ୍ୟାର ରୂପ ନେଉଛି, ସମୁଦ୍ରର ଜଳ ସ୍ତର ଆଶତୀତ ଭାବରେ ବୃଦ୍ଧି ପାଉଛି । ଏହି ଅଂଚଳର ଲୋକମାନେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଅଙ୍ଗେ ନିଭାଉଥିବା ବେଳେ କାଟୋୱାଇସ ସମ୍ମିଳନୀ ସେମାନଙ୍କ ପ୍ରତି ନଜର ଦେଇନାହିଁ ।

   ହୋଇପାରେ, ଆମେ ଏବେ ଯେତିକି ଅର୍ଥ ରାଷ୍ଟ୍ରୀୟ ଉତ୍ସର୍ଜନ କରରୁ ଯୋଗାଡ କରୁଛୁ ତା ଉପରେ ୨୦ ପ୍ରତିଶତ ଅନ୍ତରାଷ୍ଟ୍ରୀୟ ସରଚାର୍ଜ ସେହିମାନଙ୍କଠାରୁ ଆଦାୟ କରାଯିବା ଉଚିତ୍ ଯେଉଁମାନଙ୍କ ଯୋଗୁ ବାୟୁମଣ୍ଡଳରେ ପ୍ରଦୂଷଣ ସୃଷ୍ଟି ହେଉଛି ଓ ସେହି ଅର୍ଥରେ ସେହି ମାନଙ୍କ କ୍ଷତି ଭରଣା କରିବା ଉଚିତ୍ ଯେଉଁମାନେ ସମୁଦ୍ର କୂଳର ଏହି ତଳିଆ ଅଂଚଳରେ ରହୁଛନ୍ତି ।

 

 

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top