ISSN (Print) - 0012-9976 | ISSN (Online) - 2349-8846

ଆମର ଏକ ନିରପେକ୍ଷ ଅମଲାତନ୍ତ୍ର ଆବଶ୍ୟକ କି?

ନିରପେକ୍ଷତା ମହୁଫେଣା ପରି ପାର୍ଟିଭିତ୍ତିକ ରାଜନୈତିକ ଢାଞ୍ଚାରେ ଗଠିତ ସରକାରରେ ଚାଲାକ ଅଧିକାରୀମାନଙ୍କୁ ଖସାଇ ଦେବାରେ ସାହାଯ୍ୟ କରେ ।

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଦେଶର ୮୦ରୁ ଅଧିକ ସେବାନିବୃତ୍ତ ଅମଲାତାନ୍ତ୍ରିକ ଅଧିକାରୀ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିଟି ଏକାଧିକ କାରଣରୁ ଗୁରୁତ୍ୱପୂର୍ଣର୍ ।  ପ୍ରଥମତଃ ଏହା ଭାରତୀୟ ସମ୍ବିଧାନର ପ୍ରାମାଣିକ ସିଦ୍ଧାନ୍ତକୁ ସମ୍ବନ୍ଧିତ ବିନ୍ଦୁ ଭାବରେ ନେଇ ଲେଖାଯାଇଛି । ଯାହା ସୂଚେଇ ଦେଉଛି ଯେ ଏହି ପତ୍ର ଓ ଏହାର ଲେଖକ ଭାରତୀୟ ସମ୍ବିଧାନର ନିର୍ଦ୍ଦେଶ ମାନିବାପାଇଁ ବଦ୍ଧ ପରିକର । ଯେଉଁଥିରୁ ଆଉ ଗୋଟିଏ କଥାର ମଧ୍ୟ ସୂଚନା ମିଳୁଛି ଯେ ସରକାରୀ ଅଧିକାରୀମାନେ କେବଳ ସମ୍ବିଧାନର କତ୍ତୃତ୍ୱ ବ୍ୟତୀତ ନା ରାଜନୀତିଜ୍ଞ ନା ଅନ୍ୟ କୌଣସି କର୍ତ୍ତୃପକ୍ଷଙ୍କର କ୍ରୀତଦାସ ନୁହନ୍ତି ।   ଦ୍ୱିତୀୟରେ ନିରପେକ୍ଷ ନୀତିର ଅର୍ଥ ହେଉଛି ଉଭୟ ସାମ୍ପ୍ରତିକ ସରକାରର ଦଳୀୟ ଆଭିମୁଖ୍ୟ ଓ କିଛି ସାମାଜିକ ବର୍ଗଙ୍କର କାର୍ଯ୍ୟ  ଯେଉଁ ମାନଙ୍କର କାମ ଅନ୍ୟମାନଙ୍କୁ ଅପମାନିତ କରି  ଦବେଇ ରଖିବା ବା ସେମାନଙ୍କଠାରୁ  ନିଜକୁ ଦୁରେଇ ରଖିବା । ଏହି ଚିଠିଟିର ଅନ୍ତର୍ନିହିତ କଥାଟି ହେଉଛି ଯେ  ସରକାରୀ ଅଧିକାରୀମାନେ ସରକାରଙ୍କର ( ଏହି ଘଟଣାରେ ଉତ୍ତର ପ୍ରଦେଶ ସରକାରର) ଭୁଲଗୁଡିକର ପ୍ରଦର୍ଶନ ପାଇଁ ସକ୍ରୀୟ ଭୁମିକା ନିଭାଇବାର ଆବଶ୍ୟକତା ରହିଛି । ଏହା କରିବାର କାରଣ ହେଉଛି ଯେ ଏହା ଦ୍ୱାରା ଅମଲାତନ୍ତ୍ର ନିଜ ପ୍ରତି ଜନତାର ବିଶ୍ୱସନୀୟତା ଆଣି ପାରିବ ଏବଂ ଏହା ସହିତ ଅମଲାତନ୍ତ୍ର ଚାହିଁଲେ ଯେଉଁ ଲୋକମାନେ ଭିଡତନ୍ତ୍ର ଦ୍ୱାରା ଅତ୍ୟାଚାରିତ ଏପରିକି ଭିଡ-ହତ୍ୟାର ଶିକାର ହେବା ଭୟରେ ଅଛନ୍ତି ସେମାନଙ୍କ ପାଇଁ କିଛି ପ୍ରଶାସନିକ ବ୍ୟବସ୍ଥା କରି ସେମାନଙ୍କୁ କିଛି ଆଶ୍ୱସ୍ତି ଦେଇ ପାରିବ ।

ସମ୍ପ୍ରତି ଦେଖାଦେଇଥିବା ଜଣ-ତନ୍ତ୍ରର ବର୍ଦ୍ଧିଷ୍ଣୁ ବିପଦକୁ ରୋକିବା ପାଇଁ  ସମ୍ବିଧାନ ପ୍ରତି ନିଷ୍ଠା ରଖୁଥିବା ଅମଲାତନ୍ତ୍ରର ଅଧିକ ଆବଶ୍ୟକତା ରହିଛି । ତୃତୀୟରେ ଏହି ଚିଠିଟି ସୂଚନା ଦେଉଛି  ଯେ ଯେଉଁ ସରକାର ମୁଣ୍ଡରେ କେବଳ ତରଳ ପଦାର୍ଥ ଥିବା କିଛି ଲୋକଙ୍କର  ଭିଡକୁ ଅନ୍ୟ କିଛି ନିରୀହ ଲୋକଙ୍କୁ  ଭିଡ- ହତ୍ୟାର ଶିକାର କରିବାକୁ ଉସୁକାଇବା କଥାଟି ପଶିଛି ସେହି ସରକାରର ବିଫଳତା ଅମଲାତନ୍ତ୍ର ବାହାରର ସମାଜକୁ ଅପ୍ରାସଙ୍ଗିକ କରି ଦେଉଛି । ଭାରତରେ ଆମପାଇଁ ଏକ ସମ୍ବିଧାନ ପ୍ରତି ନିଷ୍ଠା ରଖୁଥିବା ଅମଲାତନ୍ତ୍ରର ଆବଶ୍ୟକତା ରହିଛି । ଅଛି ନା ନାହିଁ? ଅମଲାତନ୍ତ୍ର ସାଧାରଣତଃ ଆଦର୍ଶ ଓ ରାଜନୀତିକ ଦୃଷ୍ଟିରୁ ନିରପେକ୍ଷ ରହିବା ଉଚିତ୍ । ଏହା ବ୍ୟତୀତ ସବୁଠାରୁ ବଡ କଥା ହେଉଛି, ସରକାରୀ ଅଧିକାରୀମାନେ ସେବାନିବୃତ୍ତ ହେବାପରେ ସମ୍ବିଧାନ ପ୍ରତି ନିଷ୍ଠା ରଖୁ ନ ଥିବା କୌଣସି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳରେ ଯୋଗ  ନ ଦେଇ ଅନେକ ମହତ କାର୍ଯ୍ୟରେ ଯୋଗଦାନ ଦେଇ ପାରିବେ ଯେପରିକି ମଣିଷ ଓ ମାନବିକ ମର୍ଯ୍ୟାଦାକୁ ଭୟମୁକ୍ତ କରିବା କାର୍ଯ୍ୟ । ଅନ୍ୟ ଭାଷାରେ କହିଲେ, ଏହି ଚିଠିଟି ସେହି ସେବାନିବୃତ୍ତ ଅଧିକାରୀ ମାନଙ୍କ ପାଇଁ ଏକ ଆଇନା ସଦୃଶ ହୋଇଛି ଯେଉଁମାନେ ସେବାନିବୃତ୍ତ ହେବା ପରେ ରାଜନୀତିରେ ପ୍ରବେଶ କରିବା ପାଇଁ ଏଭଳି ସବୁ ରାଜନୀତିକ ଦଳରେ ଯୋଗଦେଉଛନ୍ତି ଯେଉଁମାନଙ୍କର ନୀତି ଆଦର୍ଶ ଓ ପରିଚୟ କେବଳ ଘୃଣା ଓ ମଣିଷର ଅପମାନ କରିବା ରୂପେ ହୋଇ ସାରିଛି ।  

ଏହା  ଉଲ୍ଲେଖ କରିବାର ଆବଶ୍ୟତା ନାହିଁ ଯେ ଜଣେ ନିଷ୍ଠାପର, ସଚ୍ଚୋଟ ଅଧିକାରୀଙ୍କ ପାଇଁ ସମ୍ବିଧାନ ପ୍ରତି ନିଷ୍ଠା ରଖିବା କେବଳ ଏକ ଆଜୀବନ ପ୍ରତିଶୃତି ନୁହେଁ ଏହାକୁ ବିନା କୋଣସି ରାଜନୈତିକ ବା ଆଦର୍ଶଗତ ମଧ୍ୟସ୍ଥିଙ୍କ ସହାୟତାରେ ଆଜୀବନ ପାଳନ ମଧ୍ୟ କରାଯାଇପାରେ । ଏହି କାର୍ଯ୍ୟଟିକୁ ସମ୍ବିଧାନ ପ୍ରଦର୍ଶିତ ନ୍ୟାୟ ବ୍ୟବସ୍ଥା, ରାଜନୀତି, ଆଦର୍ଶ ସହ ଯୋଡିବାର କୌଣସି ଆବଶ୍ୟକତା ମଧ୍ୟ ନାହିଁ । ଏହି ବ୍ୟବସ୍ଥାରେ ସମ୍ବିଧାନ ଏକ ମାନକ ଦିଏ ଯାହା ମାଧ୍ୟମରେ ଜଣେ ଜାଣି ପାରିବ ଯେ ଅମଲାତନ୍ତ୍ରର ଶାନ୍ତି, ସଂହତି ଏବଂ ନ୍ୟାୟ ପ୍ରତି କେତେ ନିଷ୍ଠା ରହିଛି । ଅମଲାତନ୍ତ୍ର କୌଣସି ରାଜନୀତି ଓ ଆଦର୍ଶ ବିନା   ଏକ ନିରପେକ୍ଷ ଓ ତୃତୀୟ ପକ୍ଷ ଭାବରେ କାର୍ଯ୍ୟ କରିଥାଏ । ସମସ୍ୟାଟି ସେହି ଅମଲାତାନ୍ତ୍ରିକ ଅଧିକାରୀଙ୍କୁ ନେଇ ସୃଷ୍ଟି ହୁଏ ଯେଉଁମାନେ ଲିଙ୍ଗଗତ ଅସମାନତା  ବା ସାମାଜିକ ବହୁଳତାବାଦୀ ମନୋଭାବ ନେଇ କାର୍ଯ୍ୟ କରୁଥିବା ରାଜନୈତିକ ଦଳ ମାନଙ୍କ ସହ ଯୋଡି ହୋଇ ସାରିଛନ୍ତି ବା ଏହି ଦଳରେ ଯୋଡି ହୋଇଥିବାରୁ ସର୍ବସାଧାରଣରେ ଆଦୃତି ହାତେଇବାର  ଉଦ୍ୟମ କରୁଛନ୍ତି । ଏହି ଅମଲାତନ୍ତ୍ରୀ ମାନେ ଏହାର ଏକ ପ୍ରମାଣ ପେଶ କରିବା କଥା  ଯେ ସେମାନେ ଯେତେବେଳେ ପଦବୀରେ ଥିଲେ ସେତେବେଳେ ସେମାନଙ୍କର କାର୍ଯ୍ୟକଳାପ କେତେଦୂର  ସମ୍ବିଧାନର ନିର୍ଦ୍ଦେଶାନୁଯାୟୀ ହୋଇ ପାରୁଥିଲା । ରାଜନୈତିକ ଦଳମାନେ ଅମଲାମାନଙ୍କୁ ବିଧିବଦ୍ଧ ଭାବରେ  ସେମାନଙ୍କ ଦଳରେ ସାମିଲ କଲାବେଳେ ଏହି ସବୁ କଥା ପ୍ରତି ଧ୍ୟାନ ଦେବାର ସମ୍ଭାବନା ନ ଥିବା ପରିପ୍ରେକ୍ଷୀରେ  ମଧ୍ୟ ବଡ ଅଧିକାରୀ ମାନଙ୍କୁ ରାଜନୀତିରେ ସାମିଲ କରିବା ପୂର୍ବରୁ ସେମାନଙ୍କ ଅତୀତର କାର୍ଯ୍ୟାବଳୀ ପ୍ରତି ଦୃଷ୍ଟି ଦେବା କଥାଟିକୁ ଏକ ନୈତିକ ଆବଶ୍ୟକତା ଭାବରେ  ଦେଖାଯିବା ଜରୁରୀ । ଏହି ଯାଂଚ କରିବାର ଆବଶ୍ୟକତା ଏଇଥିପାଇଁ ଜରୁରୀ ଯେ ଅନେକ ଉଚ୍ଚ ପଦବୀଧାରୀ ଅମଲା ସେମାନଙ୍କ ଜାତିଗତ, ଆଧିପତ୍ୟ ଜନିତ ସଚେତନତା ଓ ଘୃଣାକୁ ସେମାନଙ୍କ ଅଫିସ ବାହାରେ ଥିବା ଦୁନିଆରେ ନିଜ ନିୟନ୍ତ୍ରଣରେ ରଖିô ପାରି ନଥାନ୍ତି । ଯୁକ୍ତି ଦିଆଯାଏ ଯେ ଭାରତରେ ଅମଲାତାନ୍ତ୍ରିକ ଢାଂଚାଟି ଦୁଖର ସହିତ ଏକ ଅମଲାତାନ୍ତ୍ରିକ ମନୋବୃତ୍ତିସହିତ ଯୋଡି ହୋଇ ଯାଇଥାଏ । ଜଣେ ଅଧିକାରୀ ଯେତେବେଳେ ଗୋଟିଏ ପଦରୁ ଆଉ ଗୋଟିଏ ପଦକୁ ବଦଳୀ ହୁଅନ୍ତି ସେତେବେଳେ ତାଙ୍କ ବଦଳି ସମ୍ବନ୍ଧିତ ସରକାରୀ କାଗଜପତ୍ର ସିଏ ବଦଳୀ ହେଉଥିବା ଅଫିସରେ ପହଞ୍ôଚବାର ବହୁ ପୂର୍ବରୁ ତାଙ୍କର ଜାତି ବିଷୟକ ସୂଚନା ପହଂଚି ସାରିଥାଏ । ତେଣୁ ଜାତି, ଲିଙ୍ଗ, ଧର୍ମ ଓ ଭାଷାକୁ ନେଇ ଏକ ପାତର ଅନ୍ତର ପ୍ରକ୍ରିୟା ପ୍ରତିନିୟତ ଦେଖିବାକୁ ମିଳୁଥାଏ ।

ସରକାରୀ ଅଧିକାରୀମାନଙ୍କର ପରସ୍ପର ଯୋଡି ହୋଇ ରହିଥିବା ଦୁଇଟି ନୈତିକ କାର୍ଯ୍ୟ ରହିଥାଏ । ପ୍ରଥମଟି ହେଉଛି  ବ୍ୟସ୍ତ ଭଦ୍ର ସମାଜର ଏକ ଗୋଷ୍ଠୀ ପକ୍ଷରୁ ଅମଲାତନ୍ତ୍ରକୁ ଯେପରି ନିଚ୍ଚା ଦେଖେଇବାର ପ୍ରୟାସ ଚାଲିଥାଏ ସେଥିରୁ ଅମଲାତନ୍ତ୍ରକୁ ବଂଚାଇବା ଓ ଦ୍ୱିତୀୟଟି ହେଉଛି ଜାତିଭେଦ ଓ ଆଧିପତ୍ୟ ପ୍ରଦୂଷିତ ଏକ ସମାଜ ବ୍ୟବସ୍ଥାରେ ସମାଜର ହାନିକାରକ ଉଦ୍ୟମକୁ ପ୍ରତିହତ କରିବା । ଅମଲାତନ୍ତ୍ରକୁ ସାଧାରଣ ଜୀବନରେ ସକ୍ରୀୟ ଭୂମିକା ନେଇ ଏହା ଦେଖିବାକୁ ହେବ ଯେ ଯେପରି ସମାଜ ଏହି ପ୍ରଗତିବିରୋଧିମାନଙ୍କ ସକ୍ରୀୟ ଚକ୍ରାନ୍ତରେ ପେଶି ହୋଇ ନ ଯାଏ । ଗୋଟିଏ ପକ୍ଷରେ ସାମ୍ପ୍ରତିକ ସରକାରଙ୍କ ପକ୍ଷରୁ ସମାଜରେ ସମ୍ବିଧାନ ବିରୋଧି କଥାକୁ ଭର୍ତ୍ତି କରିବାକୁ ଉଦ୍ୟମ ହୋଇପାରେ ଯାହାକୁ ଅମଲାତନ୍ତ୍ରୀମାନଙ୍କ ପକ୍ଷରୁ ରୋକିବାର ଉଦ୍ୟମ କରାଯିବା ଆବଶ୍ୟକ ।  ଅନ୍ୟପକ୍ଷରେ ସେମାନେ ସେମାନଙ୍କର ସକ୍ରୀୟ ହସ୍ତକ୍ଷେପ ଜରିଆରେ ସାମ୍ବିଧାନିକ ନିର୍ଦ୍ଦେଶାନୁଯାୟୀ ସାମାଜିକ ଭାବେ ଲୋକମାନଙ୍କର ସମସ୍ୟାକୁ ବୁଝି ଏହାର ସମାଧାନ କରିବା ପାଇଁ ଉଦ୍ୟମ କରିବା ଜରୁରୀ । ଏହ ଦୃଷ୍ଟିରୁ ଦେଖିଲେ ଏହି ଅଧିକାରୀମାନେ ବିଶ୍ୱସ୍ତରରେ ସେମାନଙ୍କର ଏକ ଶ୍ରେଣୀ ସୃଷ୍ଟି କରିଛନ୍ତି ଯେହେତୁ ସେମାନଙ୍କର ମଧ୍ୟ ଏକ ଶାନ୍ତିପୂର୍ଣ୍ଣ ତଥା ସଭ୍ୟଓ ରୁଚିସମ୍ପନ୍ନ ସମାଜ ଗଠନର ଉଦ୍ଦେଶ୍ୟ ପୂରଣର ଇଚ୍ଛା ରହିଛି । ଏହି ଶ୍ରେଣୀର ସଦସ୍ୟମାନେ ଅମଲାତାନ୍ତ୍ରିକ ଆଧିପତ୍ୟ ବଜାୟ ରଖିବାର ଇଚ୍ଛା ନରଖି ସାମାଜିକ ସମ୍ପର୍କର ଅସ୍ୱାଭାବିକ ଧାରାଟିକୁ ବଦଳାଇ ଏକ ଅଧିକ ରୁଚିସମ୍ପନ୍ନ ରୂପ ଦେବାର ଏକ ମହତତର ଭୂମିକା ନିଭାଇବାର ଉଦ୍ୟମ ପାଇଁ ବଦ୍ଧପରିକର ଅଛନ୍ତି । ଏହି ଶ୍ରେଣୀର ସାମର୍ଥ୍ୟ  ଅଛି ଯେ ସେମାନେ ଶାନ୍ତିପୂର୍ଣ୍ଣ ମଧ୍ୟସ୍ଥତା, ପ୍ରରୋଚନା ଓ ପରାମର୍ଶ ମାଧ୍ୟମରେ  ସମାଜର ସାମାଜିକ ସମ୍ପର୍କକୁ ଶତୃତା-ବିହୀନ କରାଇ ପାରନ୍ତି । କିନ୍ତୁ ଏହି ଶ୍ରେଣୀର ସର୍ବ-ବ୍ୟାପକତା ବହୁ ସମୟରେ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପଛରେ ଧାଇଁବା କାରଣରୁ ନଷ୍ଟ ହୋଇ ଯାଉଛି । ତେବେ ଏହି ଚିଠିରେ ନିରପେକ୍ଷତା ନୀତିକୁ ନେଇ ଯାହା କୁହାଯାଇଛି ତାହା ଅମଲାତନ୍ତ୍ରକୁ  ସାମ୍ପ୍ରତିକ ସରକାରର କ୍ରୀତଦାସ ହୋଇଯିବାରୁ ରକ୍ଷା କରିବାର ଏକ ସୂଚନା ଦେଉଛି ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top