ISSN (Print) - 0012-9976 | ISSN (Online) - 2349-8846

ଶ୍ୱାସର ମୂଲ୍ୟ

ବାୟୁ ପ୍ରଦୁଷଣ ହେଉଛି ଗଣସ୍ୱାସ୍ଥ୍ୟ ପ୍ରତି ଏକ ବିପଦ । ଏହାର ଦୀର୍ଘକାଳୀନ କାର୍ଯ୍ୟକ୍ଷମ ସମାଧାନ ଆବଶ୍ୟକ ।

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

'ଲାନ୍ସେଟ୍ ପ୍ରାନେଟାରୀ ହେଲ୍‌ଥ'ରେ ପ୍ରକାଶିତ ଅନୁସଂଧାନ ତଥ୍ୟ ଅନୁଯାଇ ପ୍ରଦୁଷିତ ବାୟୁ ଯୋଗୁଁ ଭାରତୀୟମାନଙ୍କର ମୃତ୍ୟୁ ହାର ଓ ରୋଗ ଯଥେଷ୍ଟ ଅଧିକ । ଗଣ-ସ୍ୱାସ୍ଥ୍ୟ ଭୟଙ୍କର ଭାବେ ପ୍ରଭାବିତ ହେଉଥିବାରୁ, ଭାରତରେ ବାୟୁ ପ୍ରଦୁଷଣକୁ ରୋକିବା ଏକ ଗୁରୁତ୍ୱର ପ୍ରଶ୍ନ ହୋଇ ଦେଖାଦେଇଛି, ଯାହାକି ବିଶ୍ୱ ବାୟୁ ପ୍ରଦୁଷଣରେ ଅନ୍ୟତମ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ବର୍ତ୍ତମାନ ପର୍ଯ୍ୟନ୍ତ, ଦେଶରେ ବାୟୁ ପ୍ରଦୁଷଣ କେତେ ପରିମାଣରେ ସ୍ୱାସ୍ଥ୍ୟ ଓ ଜୀବନ-ସୀମାକୁ ପ୍ରଭାବିତ କରୁଛି, ଏହାର ନିଧ୍ୟାରଣ କରାଯାଇ ନାହିଁ ।

ଦେଶ ତମାମ ବିଭିନ୍ନ ସଂସ୍ଥାର ବିଜ୍ଞାନୀମାନଙ୍କର ଏକ ଦଳ ୨୦୧୭ରେ ମିଳିତ ଭାବେ ବିଭିନ୍ନ ରାଜ୍ୟରେ ବାୟୁ ପ୍ରଦୁଷଣର ପ୍ରଭାବ ସଂପର୍କରେ ଏକ ବିଶ୍ଲେଷଣ କରିଥିଲେ । ସେମାନେ ମୃତ୍ୟୁ, ରୋଗ ଓ ଜୀବନ-ସୀମା ଭିତ୍ତିରେ ତିନୋଟି ସ୍ତରରେ ସାମାଜିକ-ଜନସଂଖ୍ୟା ସୂଚୀ(ଏସ୍‌ଡିଆଇ)କୁ ବିଭକ୍ତ କରିଥିଲେ । ଏହା ଦର୍ଶାଏ ଯେ ଭାରତରେ ବାର୍ଷିକ ପ୍ରଦୁଷଣ ସୂଚୀ, ଅର୍ଥାତ ବାୟୁରେ ବିଶାକ୍ତ କଣିକା PM2.5 , ୨୦୧୭ରେ ୮୯.୯µg/m3 ଥିଲା, ଯାହାକି ବିଶ୍ୱରେ ଅନ୍ୟତମ ସର୍ବୋଚ୍ଚ ସ୍ତର ଥିଲା । କୌଣସି ରାଜ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଟିଓ)ର ଅନୁମୋଦିତ ବାୟୁରେ ବିଶାକ୍ତ କଣିକା ସ୍ତର ୧୦ µg/m3 ରୁ କମ୍ ନ ଥିଲା । ବରଂ ଜନସଂଖ୍ୟାର ୭୭% ଜନଗଣ ୪୦µg/m3 ରୁ ଅଧିକ ପ୍ରଦୁଷଣର ପ୍ରଭାବରେ ଆସୁଛନ୍ତି, ଯାହାକି ରାଷ୍ଟ୍ରିୟ ପରିବେଶ ବାୟୁ ଗୁଣବତ୍ତା ମାନଙ୍କ (ନାକ୍ସ) ଅନୁମୋଦିତ ।

ଭାରତରେ ଧୂଆଁପତ୍ର ବ୍ୟବହାର ଠାରୁ ବାୟୁ ପ୍ରଦୁଷଣ ଅଧିକ ରୋଗ ସୃଷ୍ଠିକରେ, ଯାହାକି ଶ୍ୱାସକ୍ରିୟାରେ ସଂକ୍ରାମଣ, ଫସ୍‌ଫୁସ୍ ଓ ହୃତ୍‌ପିଣ୍ଡ ରୋଗ, ହୃତ୍‌ଘାତ ଓ ବହୁମୂତ୍ରି ଭଳି ରୋଗ ଆଣିଦେଇ ଥାଏ । ବିଶ୍ଲେଷଣ ଅନୁଯାଇ ୨୦୧୭ରେ ପ୍ରାୟ ୧୨.୪ଲକ୍ଷ ଲୋକ ବାୟୁ ପ୍ରଦୁଷଣ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରାୟ ୫୧.୪% ବ୍ୟକ୍ତିଙ୍କର ବୟସ ହେଉଛି ୭୦ ବର୍ଷ କମ୍ । ଯଦି ବାୟୁ ପ୍ରଦୁଷଣର ସ୍ତର ସର୍ବନିମ୍ନ ସ୍ତର ଠାରୁ କମ୍ ହୋଇଥାନ୍ତା, ତେବେ ହାରାହାରି ବୟସ ସୀମା ୧.୭ବର୍ଷ ଅଧିକ ହୋଇଥାନ୍ତା । ବିଭିନ୍ନ ରାଜ୍ୟ ମଧ୍ୟରେ ବିଶାକ୍ତ କଣିକା ପ୍ରଦୁଷଣ ଓ ଘରୋଇ ବାୟୁ ପ୍ରଦୁଷଣ ମଧ୍ୟରେ ଯଥେଷ୍ଟ ଫରକ ରହିଛି । ଉତ୍ତରପ୍ରଦେଶ, ହରିଆନା, ଦିଲ୍ଲୀ, ପଞ୍ଜାବ ଓ ରାଜସ୍ଥାନରେ ବିଶାକ୍ତ କଣିକା ପରିବେଶ ପ୍ରଦୁଷଣ କାରଣରୁ ଅକ୍ଷମ ଜୀବନ ବର୍ଷ ହାର ସର୍ବାଧିକ । ସେହିଭଳି ଛତିଶଗଡ, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଆସାମରେ ଘରୋଇ ପ୍ରଦୁଷଣ କାରଣରୁ ଅକ୍ଷମ ଜୀବନ ବର୍ଷ ହାର ସର୍ବାଧିକ । ସେଥିପାଇଁ ବାୟୁ ପ୍ରଦୁଷଣ କେବଳ ସହରାଞ୍ଚଳରେ ସୀମିତ ନୁହେଁ, ଗ୍ରାମାଞ୍ଚଳ ମଧ୍ୟ ଏହା ଦ୍ୱାରା ପ୍ରଭାବିତ । କଠିନ ଜାଳେଣୀର ଅଧିକ ବ୍ୟବହାର ଯୋଗୁଁ ଗ୍ରାମୀଣ ଭାରତ ପ୍ରଭାବିତ ।

ଅର୍ଥନୈତିକ ଅଭିବୃଦ୍ଧି ସହ ଶିଳ୍ପ, ଗାଡିରୁ ବାହାରୁ ଥିବା ଧୂଆଁ, ଫସଲର ଅବଶେଷାଂଶ ପୋଡି ଓ ନିର୍ମାଣ କାର୍ଯ୍ୟକ୍ରମ ଯୋଗୁଁ କ୍ରମାଗତ ଭାବେ ବାୟୁ ପ୍ରଦୁଷଣ ବଢିବାରେ ଲାଗିଛି । ନୂଆ ଦିଲ୍ଲୀରେ ବର୍ଷ ବର୍ଷ ଧରି ବିଶେଷ କରି ଶୀତ ଦିନରେ, ବିଶାକ୍ତ ଧୂଆଁର କୁହୁଡି ସରକାରଙ୍କୁ ଦୃଷ୍ଟି ଦେବାକୁ ଓ କିଛି କରିବାକୁ ବାଧ୍ୟ କରୁଛି । ପ୍ରଦୁଷଣର ଅର୍ଥନୈତିକ ମୂଲ୍ୟକୁ ମଧ୍ୟ ଏଡାଯାଇ ପାରିବ ନାହିଁ । ବାୟୁ ପ୍ରଦୁଷଣର କାରଣରୁ ସ୍ୱାସ୍ଥ୍ୟ ଖରାପର ମଧ୍ୟ ଅର୍ଥନୀତି ଉପରେ ବିଶେଷ ପ୍ରଭାବ ରହିଛି । ୨୦୧୬ରେ ପ୍ରକାଶିତ ବିଶ୍ୱବ୍ୟାଙ୍କ ଓ ୱାସିଙ୍ଗଟନ୍ ବିଶ୍ୱବିଦ୍ୟାଳୟର ଏକ ବିଶ୍ଲେଷଣ ଦର୍ଶାଏ ଯେ ୨୦୧୩ରେ ବାୟୁ ପ୍ରଦୁଷଣ ଯୋଗୁଁ ଭାରତରେ ୫୦,୫୧୦କୋଟି ଡଲାର ମୂଲ୍ୟର କଲ୍ୟାଣ ନଷ୍ଟ ହୋଇଛି (୨୦୧୧ର କ୍ରୟ ମୂଲ୍ୟ ହିସାବରେ) । ଏଥିରେ ଏହା ମଧ୍ୟ କୁହାଯାଇଛି ଯେ ୨୦୧୩ରେ ବାୟୁ ପ୍ରଦୁଷଣ ଯୋଗୁଁ ବିଶ୍ୱରେ ସବୁଠାରୁ ଅଧିକ ଶ୍ରମ ନଷ୍ଟ ଭାରତରେ ହୋଇଛି, ଯାହାକୁ ୫,୫୩୯କୋଟି ଡଲାର (୨୦୧୧ର କ୍ରୟ ମୂଲ୍ୟ ହିସାବରେ) ବୋଲି ଆକଳନ କରାଯାଇଛି । ଉଭୟ କଲ୍ୟାଣ ଓ ଶ୍ରମ ନଷ୍ଟକୁ ମିଶାଇ ହିସାବ କଲେ ବାୟୁ ପ୍ରଦୁଷଣ କାରଣରୁ ୨୦୧୩ରେ ଭାରତର କ୍ଷତି ମୋଟ ଘରୋଇ ଉତ୍ପାଦନର ୮.୫%ରୁ ଅଧିକ ହେବ । ସେଥିପାଇଁ ବାୟୁ ପ୍ରଦୁଷଣ ଗୁରୁତର ସହ ଅର୍ଥନୈତିକ ଅଭିବୃଦ୍ଧିକୁ ଦୁର୍ବଳ କରିପାରିଛି।

ଦୃତ ଗତିରେ ବାୟୁ ପ୍ରଦୁଷଣ ବଢୁଥିବାରୁ କେନ୍ଦ୍ର ସରକାର ନିକଟରେ ଏହି ବିପଦ ପ୍ରତି ସଚେତନ ହୋଇଛନ୍ତି । ସରକାର ବାୟୁ ପ୍ରଦୁଷଣକୁ ସମଗ୍ର ଭାରତର ସମସ୍ୟା ଭାବେ ସ୍ୱକାର କରିଛନ୍ତି । ସରକାର ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ(ଏନ୍‌କ୍ୟାପ)ର ଚିଠା ପ୍ରସ୍ତୁତ କରିଛନ୍ତି । ଏହାର ଲକ୍ଷ୍ୟ ହେଉଛି ସମଗ୍ର ଦେଶରେ ବାୟୁର ଗୁଣବତ୍ତା ଉପରେ ଦୃଷ୍ଟି ରଖିବା, ବାୟୁ ପ୍ରଦୁଷଣର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ଆକଳନ ପାଇଁ ନିଜସ୍ୱ ବିଶ୍ଲେଷଣ କରିବା ଏବଂ ଜାତୀୟ ନିଗ୍ରତ-ଧୂଆଁ ତାଲିକା ତିଆରି କରିବା ପାଇଁ ଆନୁଷ୍ଠାନିକ ଦକ୍ଷତାକୁ ତିଆରି ଓ ଶକ୍ତିଶାଳୀ କରିବା । କିନ୍ତୁ ଏହି କାର୍ଯ୍ୟକ୍ରମରେ ନିଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ମାନକୁ ସୁନିଶ୍ଚିତ କରିବା ପାଇଂ କୌଣସି ସ୍ପଷ୍ଠ ଲକ୍ଷ୍ୟ ଓ ପ୍ରଣାଳୀ ନ ଥିବା ଦର୍ଶାଇ ପରିବେଶବିତ୍ତମାନେ ଏହାକୁ ସମାଲୋଚନା କରିଛନ୍ତି। ନିକଟରେ ସରକାର ପ୍ରଦୁଷଣ ସୃଷ୍ଠି କରୁଥିବା କୋଇଲା ତାପଜ ବିଦ୍ୟୁତ କେନ୍ଦ୍ର ଉପରେ ନିୟନ୍ତ୍ରଣ ହାଲୁକା କରିଥିବାରୁ ବିଶେଷ ସମାଲୋଚନା ହେଉଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ତାପଜ ବିଦ୍ୟୁତ କେନ୍ଦ୍ରଗୁଡିକ ୨୦୧୭ ଡିସେମ୍ବର ମଧ୍ୟରେ ନିଗ୍ରତ-ଧୂଆଁ ପାଇଁ ନିଧ୍ୟାରିତ ମାନକୁ ରକ୍ଷା କରିବାର ଥିଲା । ସେହିଭଳି ନୂଆ କାରଖାନା ପାଇଁ ଆଇନ୍‌ଗତ ଭାବେ ଆବଶ୍ୟକ ଥିବା ପ୍ରଦୁଷଣ ମାନକୁ ମାନିବାର ନିୟମକୁ ସରକାର ଛାଡ କରିଦେଇଛନ୍ତି । ବଡ ବଡ ନିର୍ମାଣ କାର୍ଯ୍ୟରେ ପରିବେଶ ପ୍ରଭାବକୁ ଆକଳନ କରିବାର ବ୍ୟବସ୍ଥାକୁ ମଧ୍ୟ ସରକାର ଉଠାଇ ଦେଇଛନ୍ତି । ଏହି ସବୁ ଛାଡ, ଦେଶରେ ବାୟୁ ପ୍ରଦୁଷଣର ସମସ୍ୟାକୁ ନେଇ ସରକାରଙ୍କର ପ୍ରତିବଦ୍ଧତା ଉପରେ ସନ୍ଦେହ ସୃଷ୍ଠି କରୁଛି । ବାୟୁ ପ୍ରଦୁଷଣକୁ ରୋକିବା ପାଇଁ କେବଳ ଆଞ୍ଚଳିକ ପରିସୀମା ବାହାରେ ସଂଯୋଜନାର ଆବଶ୍ୟକତା ନାହିଁ, ଏହା ସହ ତଳ ସ୍ତରରେ ଉଭୟ ରାଜନୈତିକ ଓ ସାମାଜିକ ଇଚ୍ଛା ଓ କାର୍ଯ୍ୟକାରୀତାର ମଧ୍ୟ ଆବଶ୍ୟକତା ରହିଛି ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top