ISSN (Print) - 0012-9976 | ISSN (Online) - 2349-8846

ସମ୍ମାନଜନକ ଦୂରତ୍ୱ ରକ୍ଷା

Rekha Chowdhary (rekchowdhary@gmail.com) is a fellow at the Indian Institute of Advanced Study, Rashtrapati Niwas, Shimla and author of Jammu and Kashmir: Politics of Identity and Separatism (2016).

ଜାମ୍ମୁକାଶ୍ମୀରର ସ୍ଥାନୀୟ ରାଜନୀତିରେ ଯେ କୌଣସି ପ୍ରକାରର ପ୍ରବେଶ କେବଳ ମୁଖ୍ୟ ରାଜନୈତିକ ଧାରାର ଅବକ୍ଷୟ ଆଣିବ ଓ ବିଚ୍ଛିନତାବାଦୀ ରାଜନୀତିକୁ ଅଧିକ ପ୍ରୋତ୍ସାହିତ କରିବ ।

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଋାଧିକା ଚୈଧୁରୀ ଲେଖିଛନ୍ତି –

ଲୋକ ଜନତାନ୍ତ୍ରିକ ପାର୍ଟି(ପିଡିପି) ଓ ଭାରତୀୟ ଜନତା ପାର୍ଟିର ମିଳିତ ସରକାର ଇସ୍ତଫା ଦେବାର ପାଞ୍ଚମାସ ପରେ ରାଜ୍ୟପାଳଙ୍କ ଦ୍ୱାରା ଜାମ୍ମୁ କାଶ୍ମୀର ବିଧାନସଭାକୁ ଭାଙ୍ଗି ଦିଆଯିବା ଘଟଣା କାଶ୍ମୀର ରାଜନୀତିରେ ଆଉ ଏକ ଐତିହାସିକ କ୍ଷଣ ହୋଇ ରହିବ । ଏହାର କାରଣ ନୁହେଁ ଯେ ଏହା ଫଳରେ କେବଳ ରାଜ୍ୟର ବିଭିନ୍ନ ରାଜନୈତିକ ଖେଳାଳୀମାନଙ୍କର ପତନ ଘଟିଛି ବରଂ ରାଜ୍ୟରେ ଚାଲିଥିବା ବିଚିତ୍ର ଓ ଅନିଶ୍ଚିତ ଗଣତାନ୍ତ୍ରିକ ବ୍ୟବସ୍ଥା ଓ କେନ୍ଦ୍ର ସରକାର ପ୍ରତି ରାଜ୍ୟବାସୀଙ୍କ ଯାହା ମନୋଭାବ ସେଥିରେ ଦ୍ୱନ୍ଦ ତଥା ସନ୍ଦେହ ଦେଖାଯାଇଛି ।

                ରାଜ୍ୟପାଳଙ୍କର ଏହି ନିଷ୍ପତ୍ତି ଏଇଥିପାଇଁ ବିବାଦାସ୍ପଦ ହୋଇ ପଡିଲା ଯେ ରାଜ୍ୟରେ କଂଗ୍ରେସ ଏବଂ ନ୍ୟାସନାଲ କନଫରେନ୍ସ ସହିତ ମିଶି ପିଡିପି ନେତ୍ରୀ ତଥା ଜାମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ସରକାର ଗଠନ କରିବେ ବୋଲି କହିବା ପରେ ରାଜ୍ୟପାଳଙ୍କର ଏହି ନିଷ୍ପତ୍ତି ଆସିଗଲା । କେବଳ ମେହବୁବା ମୁଫତି କଂଗ୍ରେସ ସହିତ ମିଶି ସରକାର ଗଠନ କରିବାପାଇଁ ଦାବୀ କରି ନଥିଲେ ଜାମ୍ମୁକାଶ୍ମୀର ପିପୁଲ୍ସ କନଫରେନ୍ସ(ଜେକେପିସି)ର ନେତା ସାଜାଦ ଗନି ଲୋନ ମଧ୍ୟ ବିଜେପି ସହିତ ମିଶି ସରକାର କରିବାପାଇଁ ରାଜ୍ୟପାଳଙ୍କ ନିକଟରେ ଦାବୀ ଜଣାଇଥିଲେ ।

                ବିରୋଧାଭାଷୀ ଭାବରେ ଜାମ୍ମୁକାଶ୍ମୀର ନ୍ୟାସନାଲ କନଫରେନ୍ସ(ଜେକେଏନସି) ଏବଂ ପିଡିପି ଖୁବ ଜୋରରେ ମେହବୁବା ମୁଫତିଙ୍କ ସରକାରର ପତନ ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ (ସସପେଣ୍ଡେଡ ଆନିମେସନ) ଅବସ୍ଥାରେ ଥିବା ରାଜ୍ୟ ବିଧାନସଭାକୁ ଭଙ୍ଗ କରିବା  ପାଇଁ ଚିକ୍ରାର କରୁଥିଲେ ।  ଏହି ଦାବୀ ପଛରେ ଥିବା କାରଣଟି ହେଉଛି ଯେ କିଛି ଲୋକଙ୍କର ଆଶଙ୍କା ହେଲା ଯେ ବିଜେପି ଗନି ଲୋନଙ୍କର ପିପୁଲ୍ସ ଫ୍ରଣ୍ଟକୁ ଧରି ଜାମ୍ମୁ କାଶ୍ମୀରରେ ସରକାର କରିଦେବା ମତଲବରେ ଅଛି । ଏହି ସରକାରରେ ସାମିଲ ହେବା ପାଇଁ ପିଡିପିର କିଛି ଦଳବଦଳକାରୀଙ୍କ ସହିତ କଂଗ୍ରେସ ଓ ଅନ୍ୟ ଦଳର  ବିଧାୟକଙ୍କୁ ମଧ୍ୟ ସାଙ୍ଗରେ ନେବାର ବ୍ୟବସ୍ଥା ହେଉଛି ବୋଲି ମଧ୍ୟ ସୂଚନା ମିଳିଲା । ଲୋନ ଏଥିପାଇଁ ଏକ ତୃତୀୟ ଫ୍ରଣ୍ଟ ଗଢିବାର ମଧ୍ୟ ଉଦ୍ୟମ କରିଥିଲେ । ପିଡିପିର କେତେଜଣ ଆଗଧାଡିର ନେତା ଏଥିରେ ଯୋଗ ଦେବାପାଇଁ ରାଜି ଥିବା କଥା ମଧ୍ୟ ଜଣାଇଥିଲେ ।

                ଜେକେଏନସି, ପିଡିପି ଏବଂ କଂଗ୍ରେସ ପକ୍ଷରୁ ଏକ ମହାମେଣ୍ଟର ଗଠନ କରାଯାଇ ବିଜେପିକୁ ମାତ ଦେବାକୁ ଓ ବିଜେପି-ତୃତୀୟ ମୋର୍ଚ୍ଚାର ସରକାର ଗଠନ ପ୍ରକ୍ରିୟାକୁ ରୋକିବାକୁ ଚିନ୍ତା କରାଯାଇଥିଲା । ସେଇଥିପାଇଁ ଯଦିଓ ପିଡିପି ଏବଂ ଜେକେଏନସି ପ୍ରଥମେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ନିନ୍ଦା କରୁଥିଲେ ଓ ରାଜ୍ୟପାଳଙ୍କୁ ପକ୍ଷପାତୀ ବୋଲି କହୁଥିଲେ ପରେ କିନ୍ତୁ ସେମାନେ ବିଧାନସଭା ଭାଙ୍ଗିବା କଥାରେ ବେଶ ସନ୍ତୋଷ ପ୍ରକାଶ କରିଥିଲେ । ଏହା କରି ଏହି ଦଳମାନେ ସେମାନଙ୍କ ମୁଣ୍ଡ ଉପରେ ଝୁଲୁଥିବା ଅସ୍ଥିରତାର ଖଣ୍ଡାକୁ ହଟେଇ ଦେଇ ପାରିଥିଲେ । ବିଶେଷକରି ଦୁଇ ଦଶନ୍ଧୀ ପୁର୍ବେ ଗଠନ ହୋଇଥିବା ପିଡିପି ପାଇଁ ବିପଦ ଅଧିକ ଥିଲା କାରଣ ଏହି ଦଳ ଭାଗ ଭାଗ ହୋଇ ଶେଷରେ ଧ୍ୱଂସ ହୋଇଯିବ ବୋଲି ଆଶଂକା ପ୍ରକାଶ ପାଉଥିଲା । ଯଦିଓ ଏତେ ଖରାପ ନ ଥିଲା ତଥାପି ଜେକେଏନସି ପାଇଁ ମଧ୍ୟ ସ୍ଥିତି ଠିକ ନ ଥିଲା । ପିଡିପିର ଉଦୟ ପରେ ରାଜ୍ୟ ରାଜନୀତିରେ ନ୍ୟାସନାଲ କନଫରେନ୍ସର  ଯେଉଁ ମୁଖ୍ୟ ସ୍ଥାନ ଥିଲା ତାହା ଶେଷ ହୋଇ ଯାଇଛି । ୨୦୧୪ ନିର୍ବାଚନ ପରେ ଏହା ରାଜ୍ୟର ସବୁଠାରୁ ବଡ ଦଳ ହେବାର ଯୋଗ୍ୟତାକୁ ମଧ୍ୟ ଜେକେଏନସି ହରାଇ ସାରିଛି । ତେଣୁ ପିପୁଲ୍ସ କନଫରେନ୍ସର ନେତୃତ୍ୱରେ ଯେଉଁ ତୃତୀୟ ମୋର୍ଚ୍ଚାର ଉଦୟ ଘଟିଛି ସେଥିରେ ନ୍ୟାସନାଲ କନଫରେନ୍ସ ରାଜ୍ୟ ରାଜନୀତିରେ ଆହୁରି ଦୁର୍ବଳ ହୋଇଯିବାର ଭୟ ରହିଛି । ତେଣୁ ବିଧାନସଭା ଭଙ୍ଗ ହୋଇଯିବା ପରେ ପିଡିପିରେ ଦେଖାଦେଇଥିବା ସମସ୍ୟା ଦୂର ହୋଇଛି ତା ସହିତ ନ୍ୟାସନାଲ କନଫରେନ୍ସକୁ ମଧ୍ୟ କାଶ୍ମିରୀ ଲୋକଙ୍କ ସ୍ୱାର୍ଥ କଥା କହିବାର ସୁଯୋଗ ମିଳିଛି । ଏକଥାଟି କହିବାପାଇଁ ବିଜେପି ଯେତିକି ଉଦ୍ୟମ କରିଥିଲା ତାହା ଫସର ଫାଟି ଯାଇଛି । କିନ୍ତୁ ମୋଟାମୋଟି ଭାବରେ ଦେଖିଲେ କାଶ୍ମୀରର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଏହି ପଦକ୍ଷେପ ନଷ୍ଟ କରିବ ଓ କରୁଛି । ଏହି ପ୍ରକାରର ରାଜନୀତି ଗତ ଦେଢ ଦଶନ୍ଧୀ ଧରି କାଶ୍ମୀର ଉପତ୍ୟକାରେ ବେଶ ଚର୍ଚ୍ଚାରେ ରହି ଆସିଛି । କିନ୍ତୁ ଏ ସବୁ ସତ୍ତେ୍ୱ ରାଜ୍ୟରେ ଗଣତାନ୍ତ୍ରିକ ରାଜନୀତି ପ୍ରତି ମଧ୍ୟ ବିଶ୍ୱାସ ବଢିଛି । ୧୯୮୯ ପରେ କାଶ୍ମୀରରେ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ଯେପରି ବଢି ଚାଲିଥିଲା ସେଥିରେ ମୁଖ୍ୟଧାରାର ରାଜନୀତି ପୁରାପୁରି ନଷ୍ଟ ହୋଇଯାଇଥିଲା । କେନ୍ଦ୍ରରେ କ୍ଷମତାରେ ଥିବା କଂଗ୍ରେସର କାଶ୍ମୀର ଉପତ୍ୟକାରେ ଯେଉଁ ଦଖଲଅଂଦାଜୀ ଓ କ୍ଷମତା ହାତେଇବା ପାଇଁ କାର୍ଯ୍ୟକ୍ରମ ଜାରୀ ରହିଲା ସେଥିରେ କାଶ୍ମୀରର ରାଜନୀତି ଓ ସାମାଜିକ ଅବସ୍ଥା ଆଜି ଏଇଠି ପହଞ୍ôଚଛି । ରାଜ୍ୟ ରାଜନୀତିକୁ ନିୟନ୍ତ୍ରଣକୁ ଆଣିବାପାଇଁ କଂଗ୍ରେସ ୧୯୮୪ରେ ନ୍ୟାସନାଲ କନଫରେନ୍ସରେ ବିଭାଜନ କରାଇ ଫାରୁକ ଅବଦୁଳ୍ଲା ସରକାରକୁ କ୍ଷମତାରୁ ହଟାଇ ଦେଲା ଓ ଜି ଏମ ଶାହଙ୍କ ନେତୃତ୍ୱରେ ଦଳବଦଳକାରୀମାନଙ୍କୁ ନେଇ ଏକ ସରକାର ବସାଇଦେଲା । ୧୯୮୬ରେ ହୋଇଥିବା କଂଗ୍ରେସ-ନ୍ୟାସନାଲ କନଫରେନ୍ସ ମେ ସରକାର ଭାଙ୍ଗିବା ଓ ୧୯୮୭ ନିର୍ବାଚନରେ ଏହି ଦଳର ବିପର୍ଯ୍ୟୟ କାଶ୍ମିରୀ ଲୋକଙ୍କୁ ଗଣତାନ୍ତ୍ରିକ ରାଜନୀତିକୁ ନେଇ ଦ୍ୱନ୍ଦରେ ପକାଇ ଦେଲା । ତେଣୁ ପରେ କେନ୍ଦ୍ରରେ କ୍ଷମତାକୁ ଆସିଥିବା ଅଟଳ ବିହାରୀ ବାଜପେୟୀ ସରକାରଙ୍କୁ ପୁଣିଥରେ କାଶ୍ମିରୀ ଲୋକଙ୍କ ମଧ୍ୟରେ ଗଣତାନ୍ତ୍ରୀକ ବ୍ୟବସ୍ଥା ଉପରେ ଆସ୍ଥା ସ୍ଥାପନ ପାଇଁ ବହୁ ପରିଶ୍ରମ ଓ ଅର୍ଥ ଶ୍ରାଦ୍ଧ କରିବାକୁ ପଡିଲା । ୨୦୦୨ରେ ସେ କେବଳ ଏକ ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ପ୍ରତିଶୃତି ଦେଲେ ନାହିଁ, ବରଂ ରାଜ୍ୟର କ୍ଷମତା ରାଜନୀତିରୁ କେନ୍ଦ୍ରସରକାରକୁ ଯଥାସମ୍ଭବ ଦୂରେଇ ରଖିବାକୁ ଉଦ୍ୟମ କରିଥିଲେ ।  ଯା ଫଳରେ କାଶ୍ମୀର ଉପତ୍ୟକାରେ ପୁଣି ଥରେ ସ୍ଥାନୀୟ ଚର୍ଚ୍ଚା ଓ ଗଣତାନ୍ତ୍ରୀକ ମୂଲ୍ୟବୋଧ ପ୍ରତି ଲୋକଙ୍କର ବିଶ୍ୱାସ ଫେରିଥିଲା ।

                                ଏହି ପରିପ୍ରେକ୍ଷୀରେ ଦେଖିଲେ ଏବେ ଯାହା ସବୁ ଘଟୁଛି ତାହା କାଶ୍ମୀରରେ ଗଣତନ୍ତ୍ରର ଭବିଷ୍ୟତ ପାଇଁ ଶୁଭଙ୍କର ନୁହେଁ । ସ୍ଥାନୀୟ ଦଳଗୁଡିକୁ ଭାଙ୍ଗି ଏଠାରେ କ୍ଷମତା ହାତେଇବା ପାଇଁ ବିଜେପିର ଉଦ୍ୟମ ଠିକ ସେହିକଥାକୁ ମନେ ପକାଇ ଦେଉଛି ଯାହା କଂଗ୍ରେସ ଉଦ୍ୟମରେ ୧୯୮୪ରୁ ୧୯୮୭ ମଧ୍ୟରେ ଘଟିଥିଲା । ଏବେ ଯେତେବେଳେ କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀ ଓ ବିଛିନ୍ନତାବାଦୀ କାର୍ଯ୍ୟକଳାପ ବଢିବାରେ ଲାଗିଛି ସେହି ସମୟରେ ଏପରି ଖେଳ ଗଣତନ୍ତ୍ର ପାଇଁ ଆଦୌ ଠିକ ନୁହେଁ । ଏବେ ସେଠାରେ ଯେଉଁ ରାଜନୈତିକ ସ୍ଥିତି ରହିଛି ସେଥିରେ ଏହି ସବୁ କାରବାର ସ୍ଥାନୀୟ ଲୋକଙ୍କ ମଧ୍ୟରେ ମୁଖ୍ୟଧାରାର ରାଜନୀତି ପ୍ରତି ସନ୍ଦେହ ସୃଷ୍ଟି କରିବ ଓ ଦେଶର ମୁଖ୍ୟଧାରାର ରାଜନୀତି ପାଇଁ ଆଉ ସ୍ଥାନ ରହିବ ନାହିଁ । କିନ୍ତୁ ଏବେ କାଶ୍ମୀର ଉପତ୍ୟକାରେ ଗଣତାନ୍ତ୍ରିକ ରାଜନୀତିକୁ ମଜବୁତ କରାଯିବା ନିହାତି ଆବଶ୍ୟକ । କୌଣସି ଏକ ରାଜନୈତିକ ଦଳର ସ୍ୱାର୍ଥ ପାଇଁ ରାଜନୈତିକ ଫିସାଦୀକୁ ଆଦୌ ପ୍ରଶୟ ଦିଆଯିବା ଉଚିତ୍ ନୁହେଁ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top