ISSN (Print) - 0012-9976 | ISSN (Online) - 2349-8846

ଐକ୍ୟର ଭାବ ରହୁ ନାହିଁ

ଭାରତୀୟ ଜନତା ପାର୍ଟିର "ଐକ୍ୟର ପ୍ରତିମୂର୍ତ୍ତି" ଯୋଜନା ରାଷ୍ଟ୍ର ପ୍ରାୟୋଜିତ କର୍ପୋରେଟ ପ୍ରିତିକୁ ସୁନିଶ୍ଚିତ କରୁଛି।

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଉଚ୍ଚାକାଙ୍‌କ୍ଷୀ "ଐକ୍ୟ ପ୍ରତିମୂର୍ତ୍ତି" ଯୋଜନା କାରଣରୁ ଦେଶକୁ ବିଶ୍ୱ ରାଜନୈତିକ ଦୃଶ୍ୟପଟରେ ଲଜ୍ଜିତ ହେବାକୁ ହୋଇଛି। ୱାସିଂଟନ୍ ପୋଷ୍ଟ ଏହି "୬୦୦ ଫୁଟର ନିର୍ମାଣକୁ ଭାରତର ବିଶ୍ୱ ଆକାଂକ୍ଷା ସହ ଏହାର ନେତାଙ୍କର ରାଜନୈତିକ ଅହଂକାରକୁ ଦେକାଉଛି" ବୋଲି ଦର୍ଶାଇଛି। ବ୍ରିଟିଶ ସାଂସଦ ପିଟର କୋନ ଦର୍ଶାଇଛନ୍ତି ଯେ ପ୍ରତିମୂର୍ତ୍ତିରେ ଏଭଳି ବିପୁଳ ଅର୍ଥ ଖର୍ଚ୍ଚ କରୁଥିବା ଦେଶ ପାଇଂ ବିକାଶମୂଳକ ସାହାଯ୍ୟ ଅଦରକାରୀ। ମନେପକାଇବାକୁ ହେବ ଯେ ଯେତେବେଳେ ଭାରତ ଏହି ବିଶାଳ ପ୍ରତିମୂର୍ତ୍ତି ଯୋଜନାରେ ୪୩ କୋଟି ପାଉଡ ଖର୍ଚ୍ଚ କରିଛି, ସେତେବେଳେ ସାମାଜିକ କ୍ଷେତ୍ରରେ ଖର୍ଚ୍ଚ ପାଇଁ ବ୍ରିଟିଶ ସରକାରଙ୍କ ଠାରୁ ୧୧୦କୋଟି ସାହାଯ୍ୟ ଗ୍ରହଣ କରିଛି। ଦେଶ ଭିତରେ ଦେଖିଲେ, ଏହା କେବଳ ସରକାରୀ ଉଲ୍ଲାସ। ସାଧାରଣ ଜନତା, ବିଶେଷ କରି ବିସ୍ଥାପିତ ଆଦିବାସୀ ଗ୍ରାମବାସୀମାନେ ଏଥିରେ କ୍ରୋଧାନ୍ୱିତ। ଏହା ସତ୍ୱେ ମୋଦିଙ୍କ ପାଇଁ ଏହି ପ୍ରତିମୂର୍ତ୍ତି ହେଉଛି "ଯେଉଁମାନେ ଭାରତର ଅସ୍ଥିତ୍ୱକୁ ନେଇ ପ୍ରଶ୍ନ କରୁଛନ୍ତି, ସେମାନଙ୍କୁ ଏକ ପ୍ରତିଉତ୍ତର", "ଆମ କାରୀଗରୀକୌଶଳର ନିପୁଣତା"ର ନିଦର୍ଶନ ଏବଂ ସର୍ବପରି ଏହାର ଅତ୍ୟାଧିକ ଖର୍ଚ୍ଚରେ ଭାରାକ୍ରାନ୍ତ ଦେଶ ପାଇଁ "ଏକ ଉପହାର"।

କିନ୍ତୁ କିଏ ଜାଣେ ଏହାର ପ୍ରକୃତ ମୂଲ୍ୟ କେତେ? ବିଭିନ୍ନ ଦସ୍ତାବିଚ ଅନୁଧ୍ୟାନ କଲେ ଜଣାଯାଏ ଯେ ରେକର୍ଡରେ ଦର୍ଶାଯାଇଥିବା ମୂଲ୍ୟ ଠାରୁ ପ୍ରକାଶ କରାଯାଇଥିବା ମୂଲ୍ୟ ଯଥେଷ୍ଟ କମ୍। ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାଇ ରାଜ୍ୟ ସରକାରଙ୍କ ବଜେଟ ମୁତାବକ କେବଳ ରାଜ୍ୟ ସରକାର ୨୦୧୪-୧୫ରୁ ଆଜି ପର୍ଯ୍ୟନ୍ତ ଯୋଜନାରେ ୨,୯୮୦କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହା ସହ କେନ୍ଦ୍ର ବଜେଟରେ ୨୦୧୪-୧୫ ଓ ୨୦୧୭-୧୮ରେ ଅଲଗା ଅଲଗା ଭାବେ ୩୦୯ କୋଟି ଖର୍ଚ୍ଚ ହୋଇଛି। ଇଣ୍ଡିଆ ଟୁଡେକୁ ଏକ ସାକ୍ଷାତକାର ଦେଇ ସର୍ଦାର ସରୋବର ନର୍ମଦା ନିଗମ ଲି.ର ଯୁଗ୍ମ ନିର୍ଦ୍ଦେଶକ ସନ୍ଦିପ କୁମାର ଦର୍ଶାଇଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାରୀ ଉଦ୍ୟୋଗ, ବେସରକାରୀ କଂପାନୀ ଓ ବ୍ୟକ୍ତି ବିଶେଷମାନେ ଆଉ ୫୫୦କୋଟି ଟଙ୍କା ଦାନ କରିଛନ୍ତି। ଏହି ତିନି ସୂତ୍ରକୁ ଏକାଠି କଲେ, ମୋଟ ଖର୍ଚ୍ଚ ୩,୮୩୯କୋଟି ଟଙ୍କାକୁ ବଢିଯାଉଛି, ଯାହାକି ସାଧାରଣ ଭାବେ କୁହାଯାଉଥିବା ଖର୍ଚ୍ଚ ଠାରୁ ୧.୩ଗୁଣ ଅଧିକ। ସେହିଭଳି ସରକାରୀ ଉଦ୍ୟୋଗ(ପିଏସ୍‌ୟୁ)ର କର୍ପୋରେଟ ସାମାଜିକ ଦାୟୀତ୍ୱ(ସିଏସ୍‌ଆର)ରୁ ଆସିଥିବା ୧୪୬.୮୩କୋଟି ଟଙ୍କା ଉପରେ ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟିହୋଇ ଏହା ଝୁଲି ରହିଛି। ଭାରତର ନିୟନ୍ତ୍ରକ ଓ ମହାନିରୀକ୍ଷକ(ସିଏଜି) କମ୍ପାନୀ ଆଇନ୍ ୨୦୧୩ର ଅନୁସୂଚୀ-୭ ଅନୁଯାଇ ଜାତୀୟ ଐତିହ, କଳା ଓ ସାଂସ୍କୃତିର ସୁରକ୍ଷା ପାଇଁ ସିଏସ୍‌ଆର ଅନୁଦାନର ଅନୁମୋଦନକୁ ଆଗ୍ରହ୍ୟ କରିଦେଇଛନ୍ତି।

ଭାରତୀୟ ଜନତା ପାର୍ଟି ଓ ମୋଦିଙ୍କର ବଲ୍ଲଭଭାଈ ପଟେଲଙ୍କର ରାଜନୈତିକ ପରମ୍ପରାକୁ ଦଖଲ କରିବାର ଚେଷ୍ଟା ପଛରେ ଥିବା ବିଭିନ୍ନ ଲକ୍ଷ୍ୟ ମଧ୍ୟରେ ସେମାନଙ୍କର ଆଡମ୍ବରର ଅନୁମୋଦନ ପାଇଁ ଏକ 'ଐତିହ'ର ଛାପ ସଂଗ୍ରହର କଣ ଗୁପ୍ତ ଉଦ୍ଦେଶ୍ୟ ଅଛି? ସାମାଜିକ ନୈତିକତା ଦୃଷ୍ଟିରୁ ସିଏସ୍‌ଆର ପାଣ୍ଠିକୁ ଅଣଉତ୍ପାଦିତ କାର୍ଯ୍ୟରେ ବ୍ୟୟକରିବା ଭଳି କେବଳ ଗୁରୁତ୍ୱର ଶାସନଗତ ବିଫଳତାକୁ ଆଇନ୍‌ଗତ ଭାବେ ବାଧ୍ୟ କରିବା ଯଥେଷ୍ଟ ନୁହେଁ। ଯେତେବେଳେ ଭାରତର ସିଏସ୍‌ଆଇର ବ୍ୟୟ ବୃଦ୍ଧି ଧୀର, ବର୍ତ୍ତମାନ ସାଧାରଣ ଭାବେ ଏହାର କେବଳ ୬୦% ସ୍ୱାସ୍ଥ୍ୟ, ଦାରିଦ୍ର୍ୟ ଦୂରୀକରଣ, ଜଳ ଓ ପରିମଳ, ଶିକ୍ଷା ଓ ଜୀବିକା ସୃଷ୍ଠି ଭଳି ସାମାଜିକ କ୍ଷେତ୍ରରେ ବ୍ୟବହାର ହୁଏ। ଏହି ଅର୍ଥ ଭଣ୍ଡାରକୁ ଅନୈତିକ ଭାବେ ବ୍ୟବହାର କରି ମିଳିଥିବା ସୁଯୋଗକୁ ହାତଛଡା କରାଯାଉଛି, ବିଶେଷକରି ଯେତେବେଳେ ସାମାଜିକ କ୍ଷେତ୍ରର ବିକାଶରେ ରାଷ୍ଟ୍ର ନିଜର ଭୂମିକାକୁ ଗୌଣ କରିଚାଲିଛି। ଗୁଜୁରାଟରେ ହିଁ, ରାଜ୍ୟ ସରକାରଙ୍କର ବିକାଶ କ୍ଷେତ୍ରରେ ବ୍ୟୟ ୨୦୧୪-୧୫ରୁ ଆରମ୍ଭ କରି ଗତ୪ ବର୍ଷ ମଧ୍ୟରେ ମୋଟ ବଜେଟ ଖର୍ଚ୍ଚର ୭୦% ରୁ ୬୦%କୁ ହ୍ରାସ ଘଟିଛି ଏବଂ ଅଣ-ବିକାଶ କ୍ଷେତ୍ରରେ ଖର୍ଚ୍ଚ ୩୦% ରୁ ୪୦%କୁ ବୃଦ୍ଧି ପାଇଛି। ଏହା ହେଉଥିବା ବେଳେ, ବିଜେପି, ମୋଦି ବା ଏପରିକି ପିଏସ୍‌ୟୁ ଓ କର୍ପୋରେଟମାନେ କିପରି (ବିଭିନ୍ନ କ୍ଷେତ୍ରକୁ ସଂଯୋଗକରି) ସେମାନଙ୍କର ନିଯୁକ୍ତି ବୃଦ୍ଧିର ପ୍ରଚାର ସପକ୍ଷରେ କହିବେ, ଯଦିଓ ଏହି ଯୋଜନାରେ ସେମାନଙ୍କର ଅଂଶକୁ ଯଥାର୍ଥ ଦର୍ଶାଇବାକୁ ଯାଇ ଏହାକୁ ଚତୁରତାର ସହ ସେମାନେ ପ୍ରଚାର କରୁଛନ୍ତି? ଏଭଳି ନିର୍ବୋଧ ଅର୍ଥନୈତିକ ଯୁକ୍ତି ଦ୍ୱାରା ସାଧାରଣ ଭାବେ ଅର୍ଥନୀତିରେ ବଢୁଥିବା ବେକାରୀକୁ ସମାଧାନ କରିବା ପାଇଁ ରାଜନୈତିକ ଇଚ୍ଛାର ଅଭାବ ଓ ସରକାରୀ ସଂସ୍ଥାରେ ଖାଲି ପଡିଥିବା ବ୍ୟାପକ ପଦବୀକୁ କୌଣସି ପ୍ରକାରରେ ଯୁକ୍ତିସଂଗତ କରାଯାଇ ପାରିବ ନାହିଁ।

ଏଭଳି ଦାବୀର ଫମ୍ପାପଣକୁ ଏଡାଇ ଯିବା କଷ୍ଟକର ଏବଂ ଏହା ଠାରୁ ଅଧିକ କଷ୍ଟକର, ବିଶେଷକରି ସମାଜର ସବୁଠାରୁ ତଳସ୍ତରରେ ଥିବା ଜନଗଣଙ୍କ ପ୍ରତି ରାଷ୍ଟ୍ରର ସଂବେଦନଶୀଳତାର ଭେଳିକିକୁ ପ୍ରତ୍ୟାଖାନ କରିବା। ଏକ ଆଦିବାସୀ ଅନୁସଂଧାନ ଓ ପ୍ରଶିକ୍ଷଣ ସଂସ୍ଥାର ପ୍ରତିଷ୍ଠା ପାଇଁ ଯୋରରେ ଖର୍ଚ୍ଚ ହେଉଥିଲା, ମାତ୍ର ସମସ୍ତ ପ୍ରଚେଷ୍ଟା ହ୍ରାସ ପାଇଲା, ଯେତେବେଳେ ଏହି ଯୋଜନାରେ ବିସ୍ଥାପିତ ଆଦିବାସୀ ଗ୍ରାମଗୁଡିକ ସପକ୍ଷରେ ସାମାଜିକ ସମର୍ଥନର ପ୍ରଶ୍ନ ଆସିଲା। ସର୍ଦାର ସରୋବର ଯୋଜନାରେ ବିସ୍ଥାପିତ ଆଦିବାସୀମାନଙ୍କର ପୂର୍ବ ଅଭିଜ୍ଞତା କୁହେ ଯେ ସଠିକ୍ ସାମାଜିକ ସମର୍ଥନ ବିନା ଏପରିକି ଯଥେଷ୍ଟ କ୍ଷତିପୂରଣ ମଧ୍ୟ ଦୀର୍ଘକାଳୀନ ଭାବେ ଫଳପ୍ରଦ ହେବନାହିଁ। କୌଣସି ସାମାଜିକ, ରାଜନୈତିକ କିମ୍ବା ଅର୍ଥନୈତିକ ପୁଞ୍ଜି ବା ବିଭିନ୍ନ ସରକାରୀ ଯୋଜନାର ସୁଫଳ ନ ପାଇ ଏହି ଆଦିବାସୀ ସମ୍ପ୍ରଦାୟମାନେ ସାମଗ୍ରିକ ସାମାଜିକ-ଅର୍ଥନୈତିକ ଚାପର ଶୀକାର ହେଉଛନ୍ତି। ଯଦି ଏଭଳି ସାମାଜିକ କ୍ଷତିର ମୂଲ୍ୟକୁ ହିସାବ କରାଯାଏ, ଯୋଜନାର ମୂଲ୍ୟ ଆହୁରି ବଢିଯିବ।

ଆଦର୍ଶଗତ ଦୃଷ୍ଟିରୁ ଦେଖିଲେ, ନିଜର ସାମାଜିକ ଗୁରୁତ୍ୱ ହୃଦୟଗମ କରିବା ପାଇଁ, ଐକ୍ୟ ହେଉଛି ଲୋକଙ୍କ ପାଇଁ ଅପରିହାର୍ଯ୍ୟ। କିନ୍ତୁ ବିଜେପି କଣ "ଐକ୍ୟ" ଶବ୍ଦର ନିର୍ଦ୍ଦିଷ୍ଟ ଭାବ ରଖିବା ପାଇଁ ଇଚ୍ଛା କରେ? ପ୍ରତିମୂର୍ତ୍ତିକୁ "ଐକ୍ୟର ପ୍ରତିମୂର୍ତ୍ତି" ନାମ ଦେବା ହେଉଛି ଏକ ରାଜନୈତିକ ଶବ୍ଦର ଖେଳ। ଏହା ବର୍ତ୍ତମାନ ସରକାରଙ୍କର ରାଜନୈତିକ ଧୃବିକରଣ ପାଇଁ ଏକ ଚାଲ, ଯାହାକି ପଟେଲଙ୍କ ଐକ୍ୟର ଆଦର୍ଶକୁ ଲଜ୍ୟାହୀନ ଭାବେ ଉଲଙ୍ଘନ କରେ। ଆର୍ଥୀକ କଟକଣା, କଳାଧନ ଉପରେ ଆକ୍ରମଣ ଓ କର୍ପୋରେଟ ଦେବାଳିଆପଣ ନାମରେ ଅର୍ଥନୈତିକ ନୀତିର ଆକ୍ରମଣାତ୍ମକ କାର୍ଯ୍ୟକାରୀତାର ସାମ୍ପ୍ରତିକ ଅନୁଭୁତି ଦର୍ଶାଏ ଯେ ସାଧାରଣ ଲୋକଙ୍କୁ ଅବଦମିତ କରିବା ସହ ରାଷ୍ଟ୍ରର କର୍ପୋରେଟ ପ୍ରିତିର ଲକ୍ଷ୍ୟକୁ ହାସଲ କରିବା ପାଇଁ ଏହି ନୀତିଗୁଡିକୁ କାର୍ଯ୍ୟକାରୀ କରାଯାଉଛି।

ପ୍ରତିମୂର୍ତ୍ତି ଯୋଜନାରେ ମଧ୍ୟ, ବ୍ରୋଞ୍ଚ ଆବରଣକୁ ଚୀନରୁ ଅଣାଯାଇଥିବା ବେଳେ, ଇଂଜିନିୟରିଂ କମ୍ପାନୀ ପାଇଁ ସରକାରଙ୍କର ଧ୍ୱଜା ବହନ କରୁଥିବା "ମେକ୍ ଇନ୍ ଇଣ୍ଡିଆ"ର କାର୍ଯ୍ୟକ୍ରମର କୌଣସି ଅମଲାତାନ୍ତ୍ରିକ ନିର୍ଦ୍ଦେଶ ଦରକାର ହୋଇନାହିଁ। ସର୍ଦ୍ଦାର ସରୋବରର ଅବବାହିକାର କୃଷକମାନଙ୍କୁ ଏଭଳି ରାଜନୈତିକ ଆଡମ୍ବର ପାଇଁ ୧୭.୯୨ଲକ୍ଷ ହେକ୍ଟର ଚାଷଜମିର ୭୫%ର ଜଳସେଚନ ଓ ୯୦,୩୮୯କିମି କେନାଲ ପାଇଁ ଅନୁମୋଦିତ ଅର୍ଥର ୨୦% ଦେବାକୁ ହେଉଛି। ପଟେଲଙ୍କ ଆଦର୍ଶର ଏଭଳି ବିରୁଦ୍ଧାତ୍ମକ କାର୍ଯ୍ୟ ପାଇଁ ତାଙ୍କର ରାଜନୈତିକ ପରମ୍ପରାକୁ ଦଖଲ କରିନେବାର ଅପଚେଷ୍ଟା ନିହାତି ଦେଶର ସ୍ୱାର୍ଥ ପ୍ରତିବଦଳରେ କେବଳ ନ୍ୟସ୍ତସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top