ISSN (Print) - 0012-9976 | ISSN (Online) - 2349-8846

ଆୟୁଷମାନ ଭାରତ - ଘରୋଇ ସ୍ୱାସ୍ଥ୍ୟ ସେବା ଦୀର୍ଘଜୀବୀ ହେଉ

ଆୟୁଷମାନ ଭାରତ - ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାର ଭବିଷ୍ୟତ ପ୍ରଶ୍ନ ଘେରରେ।

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ସୁସ୍ଥ ଜନଗଣ ହେଉଛନ୍ତି ମାନବ ସମ୍ବଳ ବିକାଶର ମୂଳ ଉତ୍ସ, ଯାହାକି ଉନ୍ନୟନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ବିଶ୍ୱ ବ୍ୟାଙ୍କ ଅନୁଯାଇ, ଭାରତରେ ୨୦୧୫ମସିହାରେ ମୋଟ ଘରୋଇ ଉତ୍ପାଦନ(ଜିଡିପି)ର ମାତ୍ର ୩.୮% ସ୍ୱାସ୍ଥ୍ୟରେ ଖର୍ଚ୍ଚ ହୁଏ। ଏହା ଆମେରିକାରେ ୧୬.୮% ଓ ବିଶ୍ୱ ସ୍ତରରେ ୯.୯%। କେବଳ ୧୫% ଭାରତୀୟ ବୀମାଭୂକ୍ତ ଏବଂ ୯୪%ଙ୍କର ଚିକିତ୍ସା ଖର୍ଚ୍ଚ ନିଜ ପକେଟରୁ ହୋଇଥାଏ। ସେଥିପାଇଁ ସ୍ୱାସ୍ଥ୍ୟ ଖରାପ ବ୍ୟକ୍ତି ଓ ପରିବାରକୁ ଋଣଯନ୍ତା ମଧ୍ୟକୁ ଟାଣିନିଏ। ତେଣୁ ଗରୀବକୁ ସ୍ୱାସ୍ଥ୍ୟ ବୀମା ପ୍ରଦାନ କେବଳ ବ୍ୟକ୍ତିକୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବ ନାହିଁ, ଏହାର ଆସ୍ତିବାଚକ ପ୍ରଭାବ ଯଥେଷ୍ଟ ଅଧିକ। ଏହା ଗରିବୀର କୁଚକ୍ର ମଧ୍ୟରୁ ପରିବାରମାନଙ୍କୁ ଉଧ୍ୟାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ପାରେ।

ଏହି ପୃଷ୍ଠଭୂମିରେ, ମୋଦିକେୟାର ଭାବେ ଜଣାଶୁଣା, ଆୟୁଷମାନ ଭାରତ - ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା(ଏବି-ଏନ୍‌ଏଚ୍‌ପିଏମ୍) ପ୍ରତି ଆଗ୍ରହ ସୃଷ୍ଠି ହେବା ସ୍ୱାଭାବିକ। ଏବି-ଏନ୍‌ଏଚ୍‌ପିଏମ୍ ସାମାଜିକ-ଅର୍ଥନୈତିକ ଜାତି ଭିତ୍ତିକ ଜନଗଣନା(ଏସ୍ଇସିସି)ର ତଥ୍ୟ ଅନୁଯାଇ ଗରୀବ ଓ ଅସୁରକ୍ଷିତ ୧୦କୋଟିରୁ ଅଧିକ ପରିବାରଙ୍କୁ ପରିବାର ପିଛା ୫ଲକ୍ଷ ଟଙ୍କାର ବୀମା ଦିଆଯିବ। ପୂର୍ବର ରାଷ୍ଟ୍ରିୟ ସ୍ୱାସ୍ଥ୍ୟ ବୀମା ଯୋଜନା(ଆରଏସ୍‌ବିୱାଇ) ଠାରୁ ଏହାର ସ୍ୱତନ୍ତ୍ରତା ହେଉଛି ଯେ ଏହା ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକର ଉନ୍ନତି କରି ପ୍ରାଥମିକ ସ୍ୱାସ୍ଥ୍ୟ ସେବା ମଧ୍ୟ ଯୋଗାଇବ। ବୀମା ରାଶି ମଧ୍ୟ ୩୦ହଜାରରୁ ବୃଦ୍ଧି ହୋଇ ୫ଲକ୍ଷ ଟଙ୍କା ହୋଇଛି। ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ମଧ୍ୟ କମ୍ପ୍ୟୁଟରକରଣ କରାଯିବାର ଯୋଜନା ରହିଛି, ଯାହାକୁ କି ମୁଖ୍ୟତଃ ଭାବେ ଆନ୍ଧ୍ରପ୍ରଦେଶର ରାଜୀବ ଆରୋଗ୍ୟଶ୍ରୀ ସ୍ୱାସ୍ଥ୍ୟ ବୀମା ଯୋଜନାରୁ ଅଣାଯାଇଛି। ମୋଟ ଜନସଂଖ୍ୟାର ୪୦%ଙ୍କୁ ଏହି ଯୋଜନାରେ ଅନ୍ତର୍ଭୂକ୍ତ କରିବାର ଲକ୍ଷ୍ୟ ରଖାଯାଇଛି।

ଏଠାରେ ମୁଖ୍ୟ ବିଷୟ ହେଉଛି, ଏହାକୁ କିପରି ଦୀର୍ଘକାଳୀନ କରାଯାଇ ପାରିବ। ଏହା ଆର୍ଥୀକ ବୋଝ ବଢାଇବ। ସରକାରଙ୍କର ଦାବୀ ହେଉଛି ଯେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର(ଡିବିଟି)ରୁ ହେଉଥିବା ସଞ୍ଚୟ ଜରିଆରେ ୯୦ହଜାର କୋଟି ଟଙ୍କାକୁ ଦିଆଯାଇ ପାରିବ। ଯଦିଓ ଏହି ଅର୍ଥକୁ ଆର୍ଥୀକ ହିସାବରେ ନିଆଯାଇ ସରିଛି। ଯେହେତୁ ରାଜ୍ୟ ସରକାରମାନେ ବ୍ୟୟର ୪୦% ବହନ କରିବେ, ଏହା ମଧ୍ୟ ରାଜ୍ୟମାନଙ୍କର ଆର୍ଥୀକ ବୋଝ ବଢାଇବ ଏବଂ ସେମାନେ ହୁଏତ ଅଧିକ ସମ୍ବଳ କେନ୍ଦ୍ର ସରକାରଙ୍କୁ ମାଗି ପାରନ୍ତି। ଏହା ବିଶେଷ କରି ଗରୀବ ସୀମାରେଖା ତଳେ ସଂଖ୍ୟାଧିକ ଜନଗଣ ଥିବା ଗରୀବ ରାଜ୍ୟମାନଙ୍କ ପାଇଁ ସମସ୍ୟା ସୃଷ୍ଠି କରିବ। ସେଥିପାଇଁ ଏହି ନୀତି ଗରୀବ ରାଜ୍ୟମାନଙ୍କ ପାଇଁ ବୋଝ ହୋଇ ପାରେ।

ସ୍ୱାସ୍ଥ୍ୟ ଭିତ୍ତିଭୂମିର ଅବସ୍ଥା ଏକ ମୁଖ୍ୟ ସମସ୍ୟା ହୋଇ ପାରେ। ଏହା ବିଶେଷ କରି ଉପାନ୍ତ ଅଞ୍ଚଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ପାଖାପାଖି ୮୦% ଡାକ୍ତର ଓ ୭୫% ଡାକ୍ତରଖାନା ସହରୀ ଅଞ୍ଚଳରେ ରହିଛି, ଯେଉଁଠି ଜନସମୁଦାୟର ମାତ୍ର ୨୮% ଲୋକ ରୁହନ୍ତି। ବାକି ସ୍ଥାନରେ ମୌଳିକ ସ୍ୱସ୍ଥ୍ୟସେବା ଦୁର୍ଲଭ। ଆମ ଦେଶରେ ପ୍ରତି ଏକ ହଜାର ଲୋକଙ୍କ ପାଇଁ ଡାକ୍ତରଖାନାରେ ୦.୯ ଖଟିଆ ରହିଛି, ଯେତେବେଳେ ବିକଶୀତ ଦେଶରେ ଏହା ୬.୫। ସେହିଭଳି ପ୍ରତି ହଜାର ଲୋକଙ୍କ ପାଇଁ ଆମ ଦେଶରେ ୦.୬ଜଣ ଡାକ୍ତର ଥିବା ବେଳେ ବିକଶୀତ ଦେଶରେ ଏହି ସଂଖ୍ୟା ପାଖାପାଖି ୩। ୫କିମି ଭିତରେ କେବଳ ୩୭% ଲୋକ ଚିକିତ୍ସାଳୟରେ ରହି ଚିକିତ୍ସିତ ହେଉଥିବା ବେଳେ ୬୮%ଲୋକ ବାହ୍ୟରୋଗୀ ବିଭାଗରେ ଚିକିତ୍ସିତ ହୁଅନ୍ତି। ବିଶ୍ୱ ବ୍ୟାଙ୍କ ଆନୁଯାଇ ଏପରିକି ୨୦୧୫ରେ ୧୫%  ଶିଶୁ ମୌଳିକ ରୋଗ ପ୍ରତିଷେଧକ ପାଇପାରନ୍ତି ନୀହିଁ।

ସରକାରୀ ସ୍ୱାସ୍ଥ୍ୟ ସେବା ନ ଥିବାରୁ ଲୋକେ ଘରୋଇ କ୍ଷେତ୍ର ଉପରେ ନିର୍ଭର କରିବାକୁ ବାଧ୍ୟ ହୁଅନ୍ତି। ଏହା ଜଣାଶୁଣା ଯେ ଯେଉଁଠି ସରକାରୀ ସ୍ୱାସ୍ଥ୍ୟ ସେବା ଉନ୍ନତ, ସେଠାରେ ଘରୋଇ ସ୍ୱାସ୍ଥ୍ୟ ସେବାର ମୂଲ୍ୟ କମ୍। ଉଦାହରଣ ସ୍ୱରୂପ ତାମିଲନାଡୁରେ ଘରୋଇ ଡାକ୍ତରଖାନାମାନଙ୍କୁ ସରକାରୀ ସ୍ୱାସ୍ଥ୍ୟ ସେବା ସହ ପ୍ରତିଯୋଗୀତା କରିବାକୁ ହୁଏ। ସେଥିପାଇଁ ସେଠାରେ ଉତ୍ତମ ସେବା ସହ ମୂଲ୍ୟ ମଧ୍ୟ କମ୍। ଏହାର ବିପରୀତରେ ଉତ୍ତରାଞ୍ଚଳ ରାଜ୍ୟମାନଙ୍କରେ ଘରୋଇ ଡାକ୍ତରଖାନାମାନଙ୍କର ମୂଲ୍ୟ ଆକାଶ ଛୁଆଁ। ଏହା ସହ ଏଭଳି ଡାକ୍ତରଖାନାମାନଙ୍କର ଅପକର୍ମକୁ ନିୟନ୍ତ୍ରଣ କରିବା ପାଇଁ ସେଭଳି କୌଣସି ବିଶ୍ୱାସଯୋଗ୍ୟ ସଂସ୍ଥା ନାହିଁ। ଯଦି ଅପକର୍ମକୁ ରୋକା ନ ଯିବ, ସମ୍ପୂର୍ଣ୍ଣ ବୀମା ରାଶିକୁ ହଡପ କରିନେବା ଅତି ସହଜ ହେବ। ଉଦାହରଣ ସ୍ୱରୂପ, ଏପରି ହୋଇପାରେ ଯ଼େ ଏକ ସାଧାରଣ ରୋଗରେ ପୀଡିତ ରୋଗୀଙ୍କୁ ବାରମ୍ବାର ଅସ୍ତ୍ରପଚାର ହୁଏ। ବଡ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ, ରୋଗୀ ମରିଗଲେ ମଧ୍ୟ ବୀମା ନ ଥିଲେ ଖର୍ଚ୍ଚ ମେଣ୍ଟାଇବା ପାଇଁ ପରିବାର ଏକ ବଡ ଋଣ ଯନ୍ତ୍ରା ମଧ୍ୟକୁ ଠେଲି ହୋଇଯାଏ।

ଏହା ସହ ସରକାରୀ ଡାକ୍ତରଖାନାମାନରେ ଡାକ୍ତରମାନଙ୍କ ପ୍ରତି ନଜର ରଖାଯିବା ଆବଶ୍ୟକ। ଏହା ସାଧାରଣ କଥା ଯେ ସରକାରୀ ଡାକ୍ତରମାନେ ଘରୋଇ ଚିକିତ୍ସା କରନ୍ତି, ଯାହାକି ଅତି ଲାଭ ଦାୟକ। ଘରୋଇ ଡାକ୍ତରଖାନା ଉପରେ ସ୍ୱାସ୍ଥ୍ୟ ବୀମା ଲାଗୁ ହେଉଥିବା ଯୋଗୁଁ ଏହା ହୁଏତ ସରକାରୀ ଡାକ୍ତରମାନଙ୍କୁ ଘରୋଇ ଚିକିତ୍ସା କିମ୍ବା ଘରୋଇ ଚିକିତ୍ସାଳୟ ଖୋଲିବା ପାଇଁ ଉତ୍ସାହିତ କରିବ।

ହିତାଧିକାରୀମାନେ ମଧ୍ୟ ମାନସିକ ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି। ଲୋକମାନେ ବ୍ୟୟବହୁଳ ଘରୋଇ ଚିକିତ୍ସା ହୋଇ ପାରିବେ ବୋଲି ଜାଣିବାରୁ ଏପରି କି ଛୋଟ ଛୋଟ ରୋଗ ପାଇଁ ମଧ୍ୟ ସେମାନେ ଏହି ସେବାକୁ ଆସିବେ। ଏହା ମଧ୍ୟ ସଞ୍ଚୟ ନ କରିବା ପାଇଁ ଲୋକଙ୍କୁ ଉତ୍ସାହିତ କରିବ। ସିଗାରେଟ ଓ ତମାଖୁ ଭଳି କ୍ଷତିକାରକ ବ୍ୟୟ ପ୍ରତି ମଧ୍ୟ ସେମାନେ ଆକର୍ଶୀତ ହୋଇପାରନ୍ତି। ଏହି ସବୁ ଦିଗ ପ୍ରତି ନଜର ରଖିବା ପାଇଁ ସଂସ୍ଥାମାନ ଆବଶ୍ୟକ। ଏହା ସ୍ପଷ୍ଠ ନୁହେଁ ଯେ ଏହାକୁ କାର୍ଯ୍ୟକାରୀ କରିବା ବେଳେ ଯେଉଁ ସବୁ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି, ଏହାକୁ କିପରି ପ୍ରତିରୋଧ କରାଯାଇ ପାରିବ।

ସେଥିପାଇଁ ଜଣେ କହିପାରେ ଯେ ଏବି-ଏନ୍‌ଏଚ୍‌ପିଏମ୍ ର ଅନେକ ଆସ୍ତିବାଚକ ଦିଗ ଥିଲେ ମଧ୍ୟ ଏହାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରା ନଗଲେ, ଏହା ମରିଚୀକାରେ ପରିଣତ ହୋଇଯିବ। ଏହି ସମସ୍ତ ବିଷୟକୁ ନୀତି ନିର୍ଦ୍ଧାକମାନେ ଧ୍ୟାନ ଦେବା ଉଚିତ୍। ବିଭିନ୍ନ ଦିଗରୁ ବିଶ୍ଲେଷଣ ପାଇଁ ଆମକୁ ଆହୁରି ଅଧିକ ତଥ୍ୟ ଆବଶ୍ୟକ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top