ISSN (Print) - 0012-9976 | ISSN (Online) - 2349-8846

ହସିମ୍ପୁରାରୁ ଶିକ୍ଷା

ହସିମ୍‌ପୁରାର ପୋଲିସ ହାଜତରେ ଜଘନ୍ୟ ଗଣହତ୍ୟା ଭୂଲିବାର ନୁହେଁ

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

୧୯୮୭ ମସିହାରେ ଉତ୍ତରପ୍ରଦେଶ (ୟୁପି) ପ୍ରଦେଶୀକ ସଶସ୍ତ୍ର ପୋଲିସ ଫୌଜ (ପିଏସି) ଦ୍ୱାରା ହସିମ୍‌ପୁରାରେ ୩୮ ଜଣ ମୁସଲମାନଙ୍କର ଗଣହତ୍ୟା ପୃଷ୍ଠଭୂମିରେ ବିଚାର କରାଯାଇ ପାରେ ଯେ ଭୂଲି ଯାଇ ବନ୍ଦ କରିଦେବା କୌଣସି ପଦକ୍ଷେପ ନୁହେଁ । ସେଥିପାଇଁ ସାମ୍ପ୍ରତିକ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ଆଦେଶନାମା, ଯଦିଓ ହତ୍ୟାର ୩୧ ବର୍ଷ ପରେ ଆସିଲା, ପ୍ରଣିଧାନ ଯୋଗ୍ୟ । ଭାରତୀୟ ସମାଜ ଓ ରାଜନୀତି ପାଇଁ ଶିକ୍ଷା ଭାବେ ଏହି ଭୟଙ୍କର ଘଟଣାର ସୃତି ଉଜାଗର ହୋଇ ରହିବା ଉଚିତ୍ । ଏହି ହତ୍ୟାକାଣ୍ଡରେ ଭୂମିକା ପାଇଁ ପିଏସିର ଅବସରପ୍ରାପ୍ତ ୧୬ଜଣ ପୋଲିସଙ୍କୁ ଆଜୀବନ ସଜା ଦେବାବେଳେ (ତିନି ଜଣ ବିଚାର ଅବଧି ମଧ୍ୟରେ ସୃତ୍ୟୁ ବରଣ କରିସାରିଛନ୍ତି) ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଏହା "ଆଇନ୍ କାର୍ଯ୍ୟକାରୀ କରୁଥିବା ସଂସ୍ଥା ମଧ୍ୟରେ ଆନୁଷ୍ଠାନିକ ପକ୍ଷପାତକୁ ଦର୍ଶାଉଛି ।" ଏପରି କି ହାଜତ ମୃତ୍ୟୁ ଓ ଆନୁଷ୍ଠାନିକ ହିଂସାରେ ଅଭ୍ୟସ୍ତ ଏକ ଦେଶ ପାଇଁ ଏହା ଥିଲା ଭୟଙ୍କର ଅମାନୁଷିକ । ମୁସଲମାନ ବିରୋଧୀ ବିଷ ଓ ଦଣ୍ଡ ମିଳିବ ନାହିଁ ବୋଲି ଆଶାରେ ଏହି ହୃଦୟ ବିଦାରକ ଗଣହତ୍ୟା ହୋଇଥିଲା ।

ପ୍ରକୃତ ପକ୍ଷେ ତିନି ଦଶକ ଧରି ଚାଲିଥବା ବିଚାର ମଧ୍ୟରେ ରାଷ୍ଟ୍ର, ୟୁପି ପୋଲିସ ଏବଂ ପରବର୍ତ୍ତି ରାଜ୍ୟ ସରକାରମାନେ ଥିଲେ । ବିଚାରର ଏକ ଲମ୍ବା ପ୍ରକ୍ରିୟାରେ, ପ୍ରଥମେ ତଳ ଅଦାଲତ ପୋଲିସମାନେ ଖଲାସ ହୋଇଥିଲେ । ପରେ ହାଜତ ହିଂସା ଓ ମୃତ୍ୟୁ କ୍ଷେତ୍ରରେ ପୋଲିସ ତଦନ୍ତ କିପରି କରାଯାଇଛି, ଏହା ଉପରେ ଉଚ୍ଚ ନ୍ୟାୟାଳୟରେ ଅଭିଯୋଗ ଆସିଥିଲା । ଦେଶରେ ବ୍ୟାପକ ହାଜତ ମୃତ୍ୟୁକୁ ବିଚାର କଲେ, ସବୁ ବେଳେ ଏହି ପ୍ରଶ୍ନ ଆସୁଛି ଯେ : ପୋଲିସକୁ ନିୟନ୍ତ୍ରଣ କରିବ କିଏ ?

ପୁନଶ୍ଚ ଯେପରି ଉଚ୍ଚ ନ୍ୟାୟାଳୟ ମଧ୍ୟ ଟୀପଣୀ କରିଛନ୍ତି, ଏହା ଏକ ହାଜତ ହତ୍ୟା ଯେଉଁଠି "ମୌଳିକ ମାନବ ଅଧିକାରର ହନନକାରୀ ଅପରାଧୀମାନଙ୍କ ବିରୁଦ୍ଧରେ ସକ୍ରିୟ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଆଇନ୍‌ଗତ ବ୍ୟବସ୍ଥା ଅସମର୍ଥ ହୋଇଛି" । ଏହା ନିରାଶାଜନକ ହେଲେ ମଧ୍ୟ ସତ ଯେ ହୃଦୟର ସହ ହସିମ୍‌ପୁରା ଘଟଣାକୁ ନେଇ କାର୍ଯ୍ୟ ନ କଲେ ଏହା ଶେଷ ଘଟଣା ହେବ ନାହିଁ । ଏହି ଲମ୍ବା ଲଢେଇ ସହ ଥିବା ଜଣେ ମାନବ ଅଧିକାର କର୍ମୀ ଓ ଆଇନଜୀବୀ ଦର୍ଶାଇଛନ୍ତି ଯେ ପିଏସିର ତଳିଆ ପୋଲିସମାନେ ନିଜ ଇଚ୍ଛାରେ ଏଭଳି କାମ କରିବା ସମ୍ଭବ ନୁହେଁ । ଏହା ସହ ବୃଦ୍ଧକାଳୀନ ଅସୁସ୍ଥତା : ଏପରିକି ଯେତେବେଳେ ହାଜତ ହିଂସା ପାଇଁ ଦଣ୍ଡ ହୁଏ, ଦଣ୍ଡିତମାନେ ବାସ୍ତବରେ ଅନ୍ୟ ଦ୍ୱାରା ପ୍ରଭାବିତ ।

ସାମ୍ବିଧାନିକ ଭାବେ ନାଗରିକମାନଙ୍କର ମାନବିକ ଅଧିକାରର ସୁରକ୍ଷା ପାଇଁ ଯେଉଁ ସଂସ୍ଥାମାନେ ରହିଛନ୍ତି, ସେମାନେ ହିଁ ଏହାକୁ ହନନ କରୁଛନ୍ତି । ଦୁର୍ଭାଗ୍ୟବସତଃ, ଏହା ବର୍ତ୍ତମାନ ମଧ୍ୟ ହେଉଛି । ଯେତେବେଳେ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ଓ ଗୋଷ୍ଠି ବିରୁଦ୍ଧରେ ଅତି ନୃଶଂସ ଭାବେ ବିଭିନ୍ନ କାର୍ଯ୍ୟ ବିନା ଦଣ୍ଡରେ ଚାଲି ଏହି ସଂସ୍ଥାମାନଙ୍କର ଅବକ୍ଷୟ ହେଉଛି, ସେତେବେଳେ ହସିମ୍‌ପୁରାର ଶିକ୍ଷାର ସୃତି ଓ ଆଲୋଚନା ହେଉଛି ସମୟର ଆବଶ୍ୟକତା ।

ଗଣହତ୍ୟାର ଶୀକାର ହୋଇଥିବା ପରିବାରର ସଭ୍ୟ ଓ ସମର୍ଥକମାନଙ୍କର ଏବଂ ସାମ୍ପ୍ରଦାୟୀକ ହିଂସାରୁ ବର୍ତ୍ତିଯାଇଥିବା ଲୋକଙ୍କର ନ୍ୟାୟ ବ୍ୟବସ୍ଥା ଉପରେ ବିଶ୍ୱସ ଓ ନୈତିକ ଶକ୍ତିକୁ ସ୍ୱକାର କରିବାକୁ ହେବ । ଗଣମାଧ୍ୟମର ରିପୋର୍ଟ ଓ ଆଇନଜୀବୀମାନେ ଯେପରି ଦର୍ଶାଇଛନ୍ତି, ପିଏସି ଯବାନମାନେ ଯେଉଁଠାରୁ ସେମାନଙ୍କୁ ଉଠାଇ ନେଇଥିଲେ, ସେ ଅଞ୍ଚଳର ସମସ୍ତ ପଡୋସୀମାନେ ସେମାନଙ୍କୁ ବିପଦଜନକ ଏବଂ ଜାତୀୟତା-ବିରୋଧୀ ଭାବେ ଚିତ୍ରଣ କରିଥିଲେ । ସେମାନଙ୍କୁ ଧରାଗଲା ବେଳେ କୌଣସି ତୁରନ୍ତ ପ୍ରତିକ୍ରିୟା ଦେଖାଦେଇ ନ ଥିଲା କିମ୍ବା ସେଠାରେ କୌଣସି ଅସ୍ତ୍ର ଥିବାର ପ୍ରମାଣ ମିଳି ନ ଥିଲା, ଯେପରି ନିନ୍ଦିତ କରିବା ପାଇଁ ମିଛ ପ୍ରଚାର କରାଯାଇଥିଲା । ଏପରି କି ପୀଡିତଙ୍କ ପରିବାରବର୍ଗ ତଳ କୋଟରେ ହାରିଥିଲେ । ସେମାନଙ୍କର ଜୀବିକା ଓ ପିଲାମାନଙ୍କର ଶିକ୍ଷା ମଧ୍ୟ ପ୍ରଭାବିତ ହୋଇଥିଲା । ଏହା ସତ୍ୱେ ସେମାନେ ମାମଲାକୁ ଚଳାଇ ରଖିଥିଲେ । କେତେକ ମହିଳାଙ୍କ ସମେତ ଦୃଢ ଆଇନଜୀବୀମାନେ ଦକ୍ଷତାପୂର୍ଣ୍ଣ ଭାବେ ସେମାନଙ୍କୁ ପ୍ରତିନିଧିତ୍ୱ କରିଥିଲେ ଏବଂ ମାମଲାକୁ ଛାଡି ନ ଥିଲେ । ବାସ୍ତବରେ ଏହି ଲଗାତର ଉଦ୍ୟମ ଯୋଗୁଁ ହିଁ ପ୍ରକୃତ ଗଣହତ୍ୟା ସହ ଅଭିଯୁକ୍ତ ପିଏସି ଯବାନମାନେ ସଂଶ୍ଲିଷ୍ଟ ଥିବାର ପ୍ରମାଣ ମିଳିଥିଲା । ଯେତେ କଷ୍ଟକର ହେଲେ ମଧ୍ୟ, ପୀଡିତମାନଙ୍କର ପରିବାର, ଆଇନଜୀବୀ ଓ ଗଣମାଧ୍ୟମର ଏକ ଛୋଟ ଅଂଶ ହେଉଛନ୍ତି ସମସ୍ତ ସ୍ୱକୃତି ଓ ପ୍ରସଂଶା ପାଇବାର ହକଦାର, ଯେଉଁମାନେ ନ୍ୟାୟର ଆଶା ଓ ବିଶ୍ୱାସକୁ ବଞ୍ଚାଇ ରଖିଥିଲେ ।

ଏହି ମାମଲା ଏକ ବିଚ୍ଛିର୍ଣ୍ଣ ଘଟଣା ନୁହେଁ । ହିଂସା ଓ ହତ୍ୟାର ଶୀକାର ହୋଇଥିବା ପରିବାରମାନଙ୍କ ଦ୍ୱାରା ଅନେକ ଦାବୀ ହେଉଛି, ଯାହାକୁ ଦୃଷ୍ଟି ଦିଆଯିବା ଉଚିତ୍ ।  ଏହି ଘଟଣାରେ ତଦନ୍ତ କରିଥିବା ପୋଲିସ ଅଫିସରଙ୍କ ବର୍ଣ୍ଣନା ଅନୁଯାଇ, ଯେଉଁ ଆଡକୁ ଦେଶ ଆଗାଉଛି, ଏହା କେବଳ ସମ୍ଭବ ଯଦି ସଚେତନ ନାଗରିକମାନଙ୍କ ସମର୍ଥନରେ ଗଣମାଧ୍ୟମ ଅସମାଧିତ "ସ୍ୱାଧୀନ ଭାରତର ସବୁଠାରୁ ଖରାପ ହାଜତ ମୃତ୍ୟୁ"କୁ ବଞ୍ଚାଇ ରଖେ ।

ହସିମ୍‌ପୁରାର  ମୁସଲମାନ ସମ୍ପ୍ରଦାୟ ପାଇଁ, ସେମାନଙ୍କର ସାମୁହିକ ଇତିହାସରେ ଏହା ଏକ ଅଭୂଲା ଅଂଶ । ସମ୍ପ୍ରଦାୟର ସୃତିରେ ସଂପୂର୍ଣ୍ଣ ଘଟଣା ସବୁ ଦିନ ପାଇଁ ବଞ୍ଚି ରହିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ ଏହି ଘଟଣାକୁ ବ୍ୟାପକ ଲୋକଙ୍କ ସୃତିରେ ମଧ୍ୟ ବଞ୍ଚାଇ ରଖିବା । ଏଠାରେ ଶିକ୍ଷା ହେଉଛି ଯେ, ଇତିହାସର ଦୁର୍ଭାଗ୍ୟପୂର୍ଣ୍ଣ ପୁନଃରାବୃତ୍ତି ହୁଏ ଯେଉଁମାନେ ଏହାକୁ ଭୂଲି ଯାଆନ୍ତି, ଯାହା ବୋଧ ହୁଏ ହେଉଛି ସର୍ବାଧିକ ସ୍ୱାଭାବିକ ଓ ଅବହେଳିତ ବିଷୟ ।

Back to Top