ଶ୍ରେଷ୍ଠତାର ଭ୍ରାନ୍ତିରେ ପଡିଯାଇଛନ୍ତି
ନିଜର ଗୁରୁତ୍ୱକୁ ନେଇ ରିଜର୍ଭ ବ୍ୟାଙ୍କ - ସରକାରଙ୍କ ମଧ୍ୟରେ ଲଢେଇ ଭିତରେ ଅର୍ଥନୈତିକ ସାବଧାନତା ସହ ସମଝୋତା କରାଯାଇଛି ।
The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.
ନିକଟରେ ଭରତର ରିଜର୍ଭ ବ୍ୟାଙ୍କ (ଆର.ବି.ଆଇ) ଓ ସରକାରଙ୍କ ମଧ୍ୟରେ କଳି ଖୋଲାଖୋଲି ଭାବେ ଆଗକୁ ଆସିଛି । ଏହା ଦେଶର ପ୍ରତିକ୍ରିୟାଶୀଳ ମାକ୍ରୋ ନୀତିର ବିରୁଡି ବସାକୁ ଖୋଲି ଦେଇଛି, ଯାହାକି କେବଳ ଆର୍ଥୀକ ବ୍ୟବସ୍ଥାର କାର୍ଯ୍ୟକାରୀତା ପାଇଁ ନୁହେଁ, ବରଂ ସାଧାରଣ ଭାବେ ଜାତୀୟ ଅର୍ଥନୀତି ପାଇଁ ମଧ୍ୟ ଅସୁବିଧାଜନକ । ନିକଟରେ ବ୍ୟାଙ୍କର ଡେପୁଟି ଗଭର୍ନର ଭିରାଲ ଆଚାର୍ଯ୍ୟ ଏକ ଖୋଲା ବକ୍ତବ୍ୟ ରଖିଛନ୍ତି । ଏହାକୁ ବିଶ୍ଲେଷଣ କଲେ ଜଣାଯାଉଛି ଯେ ରିଜର୍ଭ ବ୍ୟାଙ୍କର ବିଶେଷଜ୍ଞଙ୍କର ଉଭୟ ଦେଶର ଅର୍ଥନୀତି ଓ କେନ୍ଦ୍ରିୟ ବ୍ୟାଙ୍କର ସ୍ୱାୟତ୍ତତା ଅର୍ଥାତ ରାଷ୍ଟ୍ର ଠାରୁ ଅପହଞ୍ଚ ଦୂରତା ସମ୍ପର୍କରେ ଦୃଷ୍ଟିଭଙ୍ଗିକୁ ନେଇ ଦାବୀ ଦୁର୍ବଳ ଭିତ୍ତି ଉପରେ ପ୍ରତିଷ୍ଠିତ । ପ୍ରଥମତଃ ଏହା ଦେଖାଉଛି କିପରି ଆର.ବି.ଆଇ ବାରମ୍ବାର ଦୀର୍ଘକାଳୀନ ଉନ୍ନୟନକୁ ଅବହେଳା କରି କେବଳ ସ୍ୱଳ୍ପକାଳୀନ ମୁଦ୍ରାସ୍ଫୀତିକୁ ନେଇ କେବଳ ବ୍ୟସ୍ତ ରହିଛନ୍ତି । ଦ୍ୱିତୀୟରେ ବ୍ୟାଙ୍କ ଦ୍ୱାରା ଘୋଷଣା କରାଯାଇଥିବା "ସ୍ୱାଧୀନତା/ସ୍ୱାୟତ୍ତତା"ର ଧାରଣାକୁ ଯାଞ୍ଚ କରାଯିବା ଆବଶ୍ୟକ । ଏହି ସ୍ୱାଧୀନତା କେବଳ ରାଷ୍ଟ୍ରଠାରୁ ଅତ୍ୟାଧିକ ସ୍ୟାଧୀନତା, କିନ୍ତୁ ବଜାର ଓ କର୍ପୋରେଟମାନଙ୍କ ଠାରୁ ନୁହେଁ (କିମ୍ବା ଡେପୁଟି ଗଭର୍ନରଙ୍କ ଭାଷାରେ "ବଜାରର ଫୁଲତୋଡା"), ଯାହାକି ଅର୍ଥନୈତିକ ନୀତି ନିଧ୍ୟାରଣ ପାଇଁ ଅନିର୍ବାଯ୍ୟ କାରଣ ରହି ଆସିଛି । ନିହାତି ଭାବେ, ସ୍ୱାଧୀନତା କହିଲେ ସାମାଜିକ ବିଚାରକୁ ଛାଡି କେବେ ହେଁ ପୂର୍ଣ୍ଣାଙ୍ଗ ସ୍ୱାଧୀନତାକୁ ବୁଝାଏନା ।
ଏହାକୁ ଏଡାଯାଇ ପାରିବ ନାହିଁ ଯେ ଅମଲାତାନ୍ତ୍ରିକ କ୍ଷମତାର ପ୍ରଭାବ ଥିବା ସତ୍ୱେ ଆର.ବି.ଆଇ ଆର୍ଥୀକ ନିରନ୍ତରତା ରକ୍ଷା କରିବାରେ ବିଫଳ ହୋଇଛି । ସମାଜର ଅଗ୍ରାଧିକାର କ୍ଷେତ୍ର ଓ ଦୁର୍ବଳ କ୍ଷେତ୍ର ଭଳି ସାମାଜିକ ହିତକାରୀ ବ୍ୟାଙ୍କ କାର୍ଯ୍ୟକ୍ରମକୁ ସଠିକ୍ ସାମାଜିକ ସମୀକ୍ଷା ନ କରାଯାଇ ଅନାଗ୍ରହୀ ଭାବେ କେବଳ କାର୍ଯ୍ୟକାରୀ କରାଯାଇଛି । ସତ କଥା ହେଉଛି, ନବେ ଦଶକର ପ୍ରଥମ ଭାଗରୁ ଆର.ବି.ଆଇ କାର୍ଯ୍ୟକାରୀ କରୁଥିବା ନବ୍ୟ-ଚିରାୟତ ମାକ୍ରୋ ନୀତିଗତ ଢାଞ୍ଚା ଆର୍ଥୀକ କେନ୍ଦ୍ରିଭୂତ କରିଚାଲିଛି । ଏହା ଅଧିକ ଭାବେ ଜନକଲ୍ୟାଣ ଖର୍ଚ୍ଚ କାଟ ଓ ପ୍ରତକ୍ଷ କର ହ୍ରାସ କରିଛି । ଫଳରେ ସାମାଜିକ/ଉନ୍ନୟନ ଖର୍ଚ୍ଚ କମିଛି ଏବଂ ବିଶେଷ କରି ସହରୀ ଆଞ୍ଚଳରେ ଅସମତା ବଢିଛି । ଏହା ବିଶ୍ୱସ କରିବା କଷ୍ଟ ଯେ ଆର.ବି.ଆଇ.ର ବିନା ସହମତିରେ ସରକାରୀ ଆଇନ ମଧ୍ୟରେ ଏଭଳି କଠୋର ଆର୍ଥୀକ କେନ୍ଦ୍ରିଭୂତିକରଣ ସ୍ଥାନ ପାଇଛି । ଉଭୟ ଆର୍ଥୀକ ଦାୟୀତ୍ୱ ଓ ଯୋଜନା ପରିଚାଳନା ଆଇନ,୨୦୦୩ (ଏଫ୍.ଆର.ବି.ଏମ୍.ଏ) ଏବଂ ମୁଦ୍ରାଜନିତ ନୀତିଗତ ଢାଞ୍ଚା ଚୁକ୍ତି (ଏମ୍.ପି.ଏଫ୍.ଏ) କେବଳ ଭାରତ ସରକାର ଓ ଆର.ବି.ଆଇ ମଧ୍ୟରେ କେବଳ ସ୍ୱାକ୍ଷରିତ ହୋଇନାହିଁ, ଆର.ବି.ଆଇ ଆଇନ୍ରେ ମଧ୍ୟ ସଂଶୋଧନ ହୋଇଛି । ଅନ୍ୟ ଦେଶ ତୁଳନାରେ ମୋଟ ଘରୋଇ ଉତ୍ପାଦନ (ଜିଡିପି) ତୁଳନାରେ ଅତି କମ୍ ବ୍ୟାଙ୍କ ଜମା ରହିଛି । କମ୍ ଟ୍ୟାକ୍ସ ଓ କମ୍ ଖର୍ଚ୍ଚର ଦେଶ ହିମାବରେ ଏହା ଫଳରେ ଭାରତର ବିଶ୍ୱ ଛବି ତିଆରି କରାଯାଇଛି । ଏନ୍ କେ ସିଂହ କମିଟିର ସୁପାରିସକୁ ଲାଗୁକରି ୨୦୨୪-୨୫ ବେଳକୁ ଜିଡିପି ତୁଳନାରେ କେନ୍ଦ୍ର ସରକାରଙ୍କର ଋଣକୁ ୪୦%କୁ କମାଇ ଆଣିଲେ ଏହି ଛବିକୁ ଆହୁରି ଦୃଢୀଭୂତ କରାଯାଇ ପାରିବ । ବର୍ତ୍ତମାନ ଶାସକଙ୍କର ନୀତିରେ "ସର୍ବନିମ୍ନ ସରକାର ଏବଂ ସର୍ବାଧିକ ପ୍ରଶାସନ"ର ଆଦର୍ଶଗତ ସ୍ଥିତି ମଧ୍ୟରେ ମୁଖ୍ୟତଃ ଏହି କଠୋର ଆର୍ଥୀକ କେନ୍ଦ୍ରିଭୂତିକରଣ ହେଉଛି ।
ଏଭଳି ଏକ କଠୋର ମାକ୍ରୋ ଅର୍ଥନୈତିକ ନୀତିଗତ ଢାଞ୍ଚାର ପରିବେଶରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍.ଡି.ଏ) ସରକାରଙ୍କର ବିମୁଦ୍ରାକରଣ ଓ ଯୋରଜବରଦସ୍ତ ଦ୍ରବ୍ୟ ଓ ସେବା କର (ଜିଏସ୍ଟି) ଲାଗୁ ଭଳି "ଦୁଃସାହସିକ" ପଦକ୍ଷେପ ଏକ ଅନିଶ୍ଚିତ ଅର୍ଥନୈତିକ ପରିସ୍ଥିତି ସୃଷ୍ଠି କରିଛି । ବିଶେଷ କରି ଦେଶରେ ଅଧିକ ନିଯୁକ୍ତିର ସୁଯୋଗ ସୃଷ୍ଠି କରୁଥିବା କ୍ଷୁଦ୍ର ଓ ଅସଙ୍ଗଠିତ କ୍ଷେତ୍ର ଏହା ଦ୍ୱାରା ଅଧିକ ପ୍ରଭାବିତ ହୋଇଛି । ବିଭିନ୍ନ ପ୍ରତିକ୍ରିୟାଶୀଳ ମାକ୍ରୋ ଅର୍ଥନୈତିକ ନୀତିର ସମ୍ମିଳିତ ପ୍ରତିଫଳନ ନିମ୍ନ ଘରୋଇ ସଞ୍ଚୟ ଓ ନିବେଶ, ଅର୍ଥୀକ କଟକଣା, ସାମ୍ପ୍ରତିକ ନିଅଣ୍ଟିଆ ହିସାବ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦୁର୍ବଳ ନିଯୁକ୍ତି ସୃଷ୍ଠିରେ ଦେଖିବାକୁ ମିଳୁଛି । ଏଭଳି ଚାପରେ ସମ୍ମୁଖୀନ ବର୍ତ୍ତମାନର ସରକାର ଆଗାମୀ ନିର୍ବାଚନ ଦୃଷ୍ଟିରୁ କେବଳ ବାକ୍ୟ ଆଡମ୍ବର ଦେଖାଉଛନ୍ତି । ତେବେ ଏହି ଅସହାୟ ପରିସ୍ଥିତିକୁ ପାର ହେବା ପାଇଁ ସରକାର କଣ କେନ୍ଦ୍ରିୟ ବ୍ୟାଙ୍କକୁ ପ୍ରବର୍ତ୍ତାଇବା ପାଇଁ ଚେଷ୍ଟା କରୁଛନ୍ତି ?
ଆର.ବି.ଆଇ.ର ଶକ୍ତି ଉତ୍ପାଦନ ଶିଳ୍ପକୁ ଋଣ; ଅଣ-ବ୍ୟାଙ୍କିଙ୍ଗ ଆର୍ଥୀକ ସଂସ୍ଥା(ଏନ୍.ବି.ଏଫ୍.ସି)ଗୁଡିକୁ ନଗଦ ଅର୍ଥ ସହାୟତା ପାଇଁ ନିୟମଗତ ବ୍ୟବସ୍ଥା; ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମ୍.ଏସ୍.ଏମ୍.ଇ)ଗୁଡିକୁ ଋଣ ଏବଂ ସୁଝା ହେଉ ନ ଥିବା ଋଣ(ଏନ୍.ପି.ଏ) ଭାରରେ ଆକ୍ରାନ୍ତ ସରକାରୀ ବ୍ୟାଙ୍କଗୁଡିକର ପୁନଃସ୍ଥାପନା ପାଇଁ ନୀତିକୁ ନେଇ ବିବାଦ ଦେଖା ଦେଇଛି । ଏହା ବ୍ୟତିତ ଅନ୍ୟ ବିବାଦୀୟ ବିଷୟଗୁଡିକ ହେଉଛି ବ୍ୟାଙ୍କ ବୋଡର ଭୂମିକା, ଆଶା କରାଯାଉଥିବା ବ୍ୟାଙ୍କର ଅତିରିକ୍ତ ଅର୍ଥରେ ଆର୍ଥୀକ ନିୟଣ୍ଟର ଭରଣା ଓ ବ୍ୟାଙ୍କ ସମ୍ବଳର ବିରାଟ ପରିମାଣକୁ ମୁକ୍ତ କରିବା ପାଇଁ (ବ୍ୟାଙ୍କ ତଦାରଖ ସମ୍ପର୍କିତ ବସେଲ କମିଟିର ୮% ପ୍ରସ୍ତାବର ଓଲଟା ଭାବେ) ଆଶଙ୍କାପୂର୍ଣ୍ଣ ସମ୍ପତିର ୯% ପୁଞ୍ଜି ପ୍ରଯ୍ୟାପ୍ତ କରିବାର ବ୍ୟାଙ୍କର ନିଷ୍ପତି ।
ବର୍ତ୍ତମାନର ବିବାଦ କେବଳ କୌଣସି ନିର୍ଦ୍ଧିଷ୍ଟ ଯୁକ୍ତିଯୁକ୍ତତାକୁ ବିଚାର ନ କରି ସରକାରଙ୍କର ବୁଦ୍ଧିହୀନ ଚାପକୁ ଦେଖାଉ ନାହିଁ, ଏଥି ମଧ୍ୟରୁ କେନ୍ଦ୍ରିୟ ବ୍ୟାଙ୍କର ସ୍ୱୟତ୍ତତା ପ୍ରତି କ୍ଷୀଣ ସମ୍ମାନ ଓ ଅହଙ୍କାରର ଦୁର୍ଗନ୍ଧ ମଧ୍ୟ ବାରି ହୋଉଛି । ଏହା ନୁହେଁ ଯେ କୌଣସି ନଗଦ ବୃଦ୍ଧି ଓ ବ୍ୟାଙ୍କ ଋଣ ପ୍ରଦାନ କରାଯାଇ ପାରିବ ନାହିଁ, ଯେପରି ଏମ୍.ଏସ୍.ଏମ୍.ଇ. । କିନ୍ତୁ "୫୯ମିନିଟ୍ରେ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ"କୁ ଏମ୍.ଏସ୍.ଏମ୍.ଇ. ଭାବେ ଘୋଷଣା କରିବା ଅତ୍ୟାନ୍ତ ଅରୁଚିକର । ଏହାକୁ ଅଣ-ଦେଖା କରାଯାଇ ପାରିବ ନାହିଁ ଏବଂ କରାଯିବା ଉଚିତ୍ ମଧ୍ୟ ନୁହେଁ ଯେ ଅତୀତରେ ସରକାରୀ ଭୂଲିଯିବା ଉଚିତ୍ ନୁହେଁ ଯେ ବ୍ୟାଙ୍କ ବୋଡ କେବଳ ଏକ ଉପଦେଷ୍ଟା ମଣ୍ଡଳୀ ଏବଂ କମ୍ପାନୀ ଆଇନ୍ ଅଧିନରେ ଥିବା ବୋଡ ଭଳି ନୁହେଁ । ଯାନ୍ତ୍ରିକ ଭାବେ ବିଚାର କଲେ, ଏହା ମୁଦ୍ରା ଓ ବ୍ୟାଙ୍କ ନୀତି ନିଦ୍ଦେର୍ଶ କରି ପାରିବ ନାହିଁ କିମ୍ବା ନିଷ୍ପତିରେ ହସ୍ତକ୍ଷେପ କରି ପାରିବ ନାହିଁ । ଆର.ବି.ଆଇ.ର ଅତିରିକ୍ତ ଅର୍ଥର ପରିମାଣ ଦୃଷ୍ଟିରୁ, ତିନୋଟି କମିଟିରୁ କମ୍ରେ ଏହାକୁ ବିଚାର କରାଯାଇ ନ ଥିଲା ଏବଂ ସମ୍ପୂର୍ଣ୍ଣ ସମ୍ପତ୍ତିର ୧୨% "ଆବଶ୍ୟକ ବିଭିନ୍ନ ଅସୁବିଧା ଓ ଜମା"ର ସୁରକ୍ଷା ପାଇଁ ଆକସ୍ମିକ ନିଧିକୁ ସର୍ବନିମ୍ନ ହସ୍ତାନ୍ତର ହୋଇ ପାରୁଥିବା ମୋଟ ଲାଭ ଭାବେ ଗ୍ରହଣ କରାଯାଇ ଥିଲା । ସେଥିପାଇଁ ଆକସ୍ମିକ ନିଧିର ଶୁଦ୍ଧତାକୁ ସମ୍ମାନ କରାଯାଉ । ଯାହାହେଉ, ବ୍ୟାଙ୍କ ପୁଞ୍ଜି ପ୍ରଯ୍ୟାପ୍ତ ବିଷୟରେ କୋହଳ ହେବାର ଅଛି । ଏହା ସତ ଯେ କେନ୍ଦ୍ରିୟ ବ୍ୟାଙ୍କ ମଧ୍ୟ ଜନଗଣଙ୍କ କଲ୍ୟାଣ ସମ୍ପର୍କିତ ସରକାରୀ ବିଚାରରେ ଥିବା ବ୍ୟାପକ ମୂଲ୍ୟକୁ ଗ୍ରହଣ କରିବା ଦରକାର ।