ISSN (Print) - 0012-9976 | ISSN (Online) - 2349-8846

କାଶ୍ମୀରରେ ସଙ୍କୁଚିତ ହୋଇଚାଲିଥିବା ନିର୍ବାଚନୀ ପରିସର

Rekha Chowdhary (rekchowdhary@gmail.com) is a fellow at the Indian Institute of Advanced Study, Rashtrapati Niwas, Shimla and author of Jammu and Kashmir: Politics of Identity and Separatism (2016).

ନିକଟରେ ସ୍ଥାନୀୟ ଗଣତାନ୍ତ୍ରିକ ସଂସ୍ଥାମାନଙ୍କ ପାଇଁ ଅନୁଷ୍ଠିତ ହୋଇଥିବା ନିର୍ବାଚନ ମୁଖ୍ୟସ୍ରୋତର ରାଜନୈତିକ ଦଳମାନଙ୍କ ପାଇଁ ଭଲ ସଙ୍କେତ ଦେଉନାହିଁ ।

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ରେଖା ଚୌଧୁରୀ ଲେଖନ୍ତି :

ନିକଟରେ ଜାମ୍ମୁ-କାଶ୍ମୀର ସହରାଞ୍ଚଳରେ ଥିବା ଗଣତାନ୍ତ୍ରିକ ସଂସ୍ଥାମାନଙ୍କ ପାଇଁ ନିର୍ବାଚନ ସେଠି ସଙ୍କୁଚିତ ହୋଇଚାଲିଥିବା ନିର୍ବାଚନୀ ପରିସରଟିକୁ ସ୍ପଷ୍ଟ ଭାବେ ପଦାରେ ପକାଇଛି । ୨୦୦୨ର ବିଧାନସଭା ନିର୍ବାଚନଠାରୁ ସେଠି ଯେଉଁ କମ୍ପନ ସୃଷ୍ଟି କଲାଭଳି ନିର୍ବାଚନୀ ପରିସର ସୃଷ୍ଟି ହେଇଥିଲା ତାହା ଗତ କିଛିବର୍ଷ ଭିତରେ ସଙ୍କୁଚିତ ହୋଇଯାଇଛି ।

 ଶ୍ରୀନଗର ଓ ଜାମ୍ମୁର ୭୧ଟି ପୌରନିଗମ, ୬ଟି ପୌରପରିଷଦ ଓ ୭୧ଟି ପୌରାଞ୍ଚଳ କମିଟି ସମେତ ଯେଉଁ ୭୯ଟି ପୌରାଞ୍ଚଳ ସଂସ୍ଥାମାନଙ୍କ ପାଇଁ ନିର୍ବାଚନ ହୋଇଥିଲା ସେଥିରେ ମାତ୍ର ଶତକଡ଼ା ୩୫ଭାଗ ଭୋଟର ମତଦାନ କରିଥିଲେ । ଏଥିରେ ମୁଖ୍ୟତଃ ଲଦାଖ୍ ଓ ଜାମ୍ମୁରୁ ହିଁ ଭାରିମାତ୍ରାରେ ଭୋଟଦାନ ହୋଇଥିଲା । କିନ୍ତୁ କାଶ୍ମୀର ଉପତ୍ୟକାରେ ସେହି ନିର୍ବାଚନକୁ ପ୍ରାୟତଃ ସମ୍ପୂର୍ଣ୍ଣ ବାସନ୍ଦ କରାଯାଇଥିଲା । ସେଠି ସର୍ବାଧିକ ଶତକଡ଼ା ୮.୩ଭାଗ ଭୋଟର ମତଦାନ କରିଥିଲେ ଯାହା ପ୍ରଥମ ପର୍ଯ୍ୟାୟ ଭୋଟଦାନ ବେଳେ ହୋଇଥିଲା । ପରବର୍ତ୍ତି ପର୍ଯ୍ୟାୟରେ ଭୋଟଦାନ ଆହୁରି କମିଯାଇ ଦ୍ୱିତୀୟ ପର୍ଯ୍ୟାୟରେ ଶତକଡ଼ା ୩.୪ଭାଗ, ତୃତୀୟ ପର୍ଯ୍ୟାୟରେ ଶତକଡ଼ା ୩.୪୯ ଏବଂ ୪ର୍ଥ ପର୍ଯ୍ୟାୟରେ ୪ ପ୍ରତିଶତରେ ପହଞ୍ôଚଥିଲା । ନିର୍ବାଚନ ପ୍ରକ୍ରିୟାଟିକୁ ବର୍ଜନ କରିବା କଥାଟି ନିର୍ବାଚନର ବହୁ ପୂର୍ବରୁ ସ୍ପଷ୍ଟ ଜଣାପଡ଼ୁଥିଲା ଯେତେବେଳେ ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ପ୍ରାର୍ଥିମାନେ ଆଗେଇ ଆସୁ ନଥିଲେ । ଅଧିକାଂଶ ୱାର୍ଡ଼ରେ କେହି ପ୍ରତିଦ୍ୱନ୍ଦ୍ୱିତା କରୁନଥିଲେ ବା ଏକମାତ୍ର ପ୍ରାର୍ଥି ଥିଲେ । ତେଣୁ କାଶ୍ମୀର ୫୯୮ଟି ୱାର୍ଡ଼ ମଧ୍ୟରୁ କେବଳ ୧୮୬ଟି ୱାର୍ଡ଼ରେ ଭୋଟ ଗ୍ରହଣ କରାଯାଇଥିଲା । ଏକମାତ୍ର ପ୍ରାର୍ଥି ପ୍ରତିଯୋଗିତା କରୁଥିବା ୨୩୧ଟି ୱାର୍ଡ଼ରେ ସମସ୍ତ ପ୍ରାର୍ଥି ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବାବେଳେ, ୧୮୧ଟି ୱାର୍ଡ଼ରେ କହେି ବି ପାରିନଥିଲେ । ଫଳତଃ ୪୧୨ଟି ୱାର୍ଡ଼ରେ ଭୋଟଗ୍ରହଣ ଆଦୌ ହୋଇନଥିଲା । ବିଚ୍ଛିନ୍ନତାବାଦୀ ଏବଂ ଉଗ୍ରପନ୍ଥି ସଙ୍ଗଠନମାନଙ୍କ ଦ୍ୱାରା ନିର୍ବାଚନ ବର୍ଜନ ଡାକରା ଦିଆଯାଇଥିବାରୁ, ଯେଉଁ ନିର୍ବାଚନମଣ୍ଡଳୀଗୁଡ଼ିକରେ ନିର୍ବାଚନ ହୋଇଥିଲା ସେଠି ମଧ୍ୟ ପ୍ରଚାର କରାଯାଇ ପାରିନଥିଲା । କେତେକ ସ୍ଥାନରେ ସୁରକ୍ଷା ଦୃଷ୍ଟିରୁ ପ୍ରାର୍ଥିମାନଙ୍କ ନାମ ଗୋପନ ରଖାଯାଇଥିବାରୁ କିଏ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଲୋକେ ବି ଜାଣିପାରି ନଥିଲେ ।

ଏହି ନିର୍ବାଚନ ପରିସ୍ଥିତିଟି ୧୯୮୯ପରବର୍ତ୍ତୀ ସମୟର କାଶ୍ମୀରରେ ଚାଲିଥିବା ପ୍ରାଥମିକ ପର୍ଯ୍ୟାୟରେ ସାମରିକ କାର୍ଯ୍ୟକଳାପକୁ ମନେ ପକାଇ ଦେଉଥିଲା ଯେଉଁଠି ମୁଖ୍ୟସ୍ରୋତର ରାଜନୀତି ସମ୍ପୂର୍ଣ୍ଣଭାବେ ଭୁଷୁଡ଼ି ଯାଇଥିଲା ଏବଂ ନିର୍ବାଚନୀ ରାଜନୀତି ସମ୍ପୂର୍ଣ୍ଣ ଭାବେ ବୈଧତା ହରାଇଥିଲା । ୧୯୮୯ର ସଂସଦୀୟ ନିର୍ବାଚନରେ ମାତ୍ର ୫ପ୍ରତିଶତ ମତଦାନ ନିର୍ବାଚନଟିକୁ ଏକ ପ୍ରହସନ ରୂପେ ସାବ୍ୟସ୍ତ କରିଥିଲା । ୧୯୯୬ ବିଧାନସଭା ନିର୍ବାଚନ ବେଳେ ବହୁ ସଂଖ୍ୟକ ମତଦାନ ହୋଇଥିଲା, କିନ୍ତୁ ସଶସ୍ତ୍ର ବିଦ୍ରୋହୀ ଓ ନିରାପତ୍ତା ବାହିନୀଙ୍କ ବଳପ୍ରୟୋଗ ଯୋଗୁଁ ଭୋଟଦାନ ହୋଇଥିବା ମନେକରି ଏହି ନିର୍ବାଚନଟି ବୈଧତା ହରେଇ ବସିଥିଲା । ୨୦୦୧ର ପଞ୍ଚାୟତ ନିର୍ବାଚନ ମଧ୍ୟ ବିବାଦୀୟ ହୋଇ ପଡ଼ିଥିଲା । ପ୍ରାର୍ଥି ଅଭାବରୁ ଯେତେବେଳେ ବହୁ ସଂଖ୍ୟାର ନିର୍ବାଚନ ମଣ୍ଡଳୀରେ ଗୋଟିଏ ବି ଗୋଟିଏବି ପ୍ରାର୍ଥି ପ୍ରାର୍ଥିପତ୍ର ଦାଖଲ କରିନଥିଲେ ।

ତେବେ ୨୦୦୨ର ବିଧାନସଭା ନିର୍ବାଚନ ବେଳଠାରୁ ନିର୍ବାଚନ ପ୍ରକ୍ରିୟାର ବୈଧତା କିଛି ବଢ଼ିଥିଲା । ବିଚ୍ଛିନ୍ନତାବାଦୀଙ୍କ ପରିସର ଯେମିତି ସେମିତି ଥିବାବେଳେ, ଦୁଇଟି କାଶ୍ମୀର ଭିତରେ ଥିବା ରାଜନୈତିକ ଦଳ ନ୍ୟାସନାଲ କନଫେରେନ୍ସ ଓ ପିପୁଲସ୍ ଡେମୋକ୍ରାଟିକ ପାର୍ଟିଙ୍କ ଭିତରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଯୋଗୁଁ ନିର୍ବାଚନୀ ରାଜନୀତିରେ ଆଗ୍ରହ ଓ ଅଂଶଗ୍ରହଣ ବଢ଼ିଥିଲା । ପ୍ରତ୍ୟେକଟି ପରବର୍ତ୍ତୀ ନିର୍ବାଚନବେଳେ ଅଧିକ ଭୋଟର ଅଂଶଗ୍ରହଣ କରିବା ଦେଖାଯାଇଛି ଯଦିଓ ଏପରି ହେବାର ମଧ୍ୟ ଗୋଟିଏ ଧାରା ଦେଖାଯାଉଥିଲା । ନିର୍ବାଚନଟି ଯେତେ ସ୍ଥାନୀୟ ସ୍ତର ପାଇଁ ହେଉଥିଲା ଲୋକଙ୍କ ଅଂଶଗ୍ରହଣ ସେଭଳି ବଢ଼ୁଥିଲା । ବିଧାନସଭା ନିର୍ବାଚନ ଅପେକ୍ଷା ପଞ୍ଚାୟତ ନିର୍ବାଚନ ପାଇଁ କାଶ୍ମୀରବାସୀଙ୍କ ଉତ୍ସାହ ବେଶୀ ଥିଲା । ୨୦୧୧ର ପଞ୍ଚାୟତ ନିର୍ବାଚନ ବେଳେ ଶତକଡ଼ା ୮୦ଭାଗ ଭୋଟ ଦାନ ହୋଇଥିଲା । ବିଚ୍ଛିନ୍ନତାବାଦୀ ଓ ଉଗ୍ରବାଦୀଙ୍କ ନିର୍ବାଚନ ବର୍ଜନ ଡାକରାକୁ ଲୋକେ ଅଗ୍ରାହ୍ୟ କରିଦେଇଥିଲେ । କୌତୁହଳର କଥା ଯେ ୨୦୧୧ର ଅମରନାଥ ଜମି ଝାମେଲା ବେଳେ ବ୍ୟାପକ ସଂଖ୍ୟାର ବିଚ୍ଛିନ୍ନତାବାଦୀଙ୍କ ଆବିର୍ଭାବ ହେବା ସତ୍ତେ୍ୱ, ମାତ୍ର କିଛିମାସ ପରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ୫୨ ପ୍ରତିଶତ ଭୋଟର ମତଦାନ କରିଥିଲେ ଯେତେବେଳେ କି ୪ଟି ଜିଲ୍ଲାରେ ଏହି ସଂଖ୍ୟା ୬୦ ପ୍ରତିଶତରେ ପହଞ୍ôଚଥିଲା । ସେହିଭଳି ୨୦୧୧ରେ ୫ମାସ ଧରି ଚାଲିଥିବା ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ସତ୍ତେ୍ୱ ୨୦୧୧ପଞ୍ଚାୟତ ନିର୍ବାଚନ ପାଇଁ ଅଧବକ ଆଗ୍ରହ ଦେଖିବାକୁ ମିଳିଥିଲା । ଏକ ତୀବ୍ର ନିର୍ବାଚନ ଅଭିଯାନ ପରେ ୨୦୧୪ରେ ଯେତେବେଳେ ବିଧାନସଭା ନିର୍ବାଚନ ହେଲା, ନିର୍ବାଚନୀ ପରିସରରେ ଜୀବନ୍ତ ରେଖାଗୁଡ଼ିକ ବାରି ହୋଇଯାଉଥିଲା । କାଶ୍ମୀର ଅଞ୍ଚଳର ୪୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଭିତରୁ ୨୩ଟିରେ ୬୦ ପ୍ରତିଶତରୁ ଅଧିକ ଭୋଟର ମତଦାନ କରିଥିବା ବେଳେ ୧୩ଟିରେ ୩୦ ପ୍ରତିଶତରୁ ଅଧିକ ମତଦାନ କରିଥିଲେ ଏବଂ ୫ଟି ନିର୍ବାଚନ ମଣ୍ଡଳୀରେ ୮୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା । ମଜୁବୁଦିଆ ନିର୍ବାଚନ ପର୍ଯ୍ୟାୟଟି ସାରା ‘ଶାସନର ରାଜନୀତି’ (ମୁଖ୍ୟସ୍ରୋତର ରାଜନୀତି) ଏବଂ ‘ସଂଘର୍ଷ ସମାଧାନ କରିବାରେ ରାଜନୀତି (ବିଚ୍ଛିନ୍ନତାବାଦୀ ରାଜନୀତି) ଭିତରର ପ୍ରଭେଦଟିକୁ କାଶ୍ମୀରବାସୀ ସ୍ପଷ୍ଟ ଭାବେ ନିରୁପିତ କରିଥିଲେ । ତେଣୁକରି ବିଚ୍ଛିନ୍ନତାବାଦୀ ରାଜନୀତି ଜୀବନ୍ତ ଥିବାବେଳେ ଗଣତନ୍ତ୍ରର ପରିସରଟି ମଧ୍ୟ ସକ୍ରିୟ ଥିଲା । ବିଚ୍ଛିନ୍ନତାବାଦୀ ମନୋଭାବ ରଖିଥିବାବେଳେ ଲୋକମାନଙ୍କର ବୁଝାମଣା ମଧ୍ୟ ଥିଲା ଯେ ବିଜୁଳୀ, ସଡ଼କ ଓ ପାଣି (ନିତିଦିନିଆ ପ୍ରସଙ୍ଗ) ପାଇଁ ନିର୍ବାଚନୀ ରାଜନୀତି ଜରୁରୀ । ଏହା ହିଁ ଏକ କାରଣ ଯେ, ବିଚ୍ଛିନ୍ନତାବାଦୀ ରାଜନୀତିର ଉଦ୍ଗୀରଣ ସତ୍ତେ୍ୱ କାଶ୍ମୀରରେ ନିର୍ବାଚନ ରାଜନୀତି ଓ ଶାସନ ରାଜନୀତିର ବୈଧତା ଜାରି ରହିଛି ।

 ‘ଶାସନର ରାଜନୀତି’ ଏବଂ ‘ସଂଘର୍ଷ ବିଘଟନର ରାଜନୀତି’ ସମାନ୍ତରାଳ ଭାବେ ଚାଲିବାର ଏହି ପର୍ଯ୍ୟାୟଟି ଏବେ ଶେଷ ହୋଇଯାଇଥିବା ଭଳି ଲାଗୁଛି । ୨୦୧୪ର ସଫଳ ନିର୍ବାଚନ ପ୍ରକ୍ରିୟା ପରଠାରୁ କାଶ୍ମୀର ପରିସ୍ଥିତିରେ ବିରାଟ ଧରଣର ପରିବର୍ତ୍ତନ ହୋଇଛି ବିଶେଷକରି ୨୦୧୬ର ବିଚ୍ଛିନ୍ନତାବାଦୀ ଉତ୍ଥାପନ ପରେ ୨୦୧୭ରେ ଶ୍ରୀନଗର ସଂସଦୀୟ କ୍ଷେତ୍ର ପାଇଁ ହୋଇଥିବା ଉପନିର୍ବାଚନ ବେଳେ ଏହି ପରିବର୍ତ୍ତନର ପ୍ରତିଫଳନ ଦେଖିବାକୁ ମିଳିଥିଲା ଯେତେବେଳେ ନିର୍ବାଚନ ବେଳେ ତୀବ୍ର ହିଂସା ଓ ପ୍ରତିବାଦ ହେଇଚାଲିଥିଲା, ଫଳରେ ମାତ୍ର ୮ ପ୍ରତିଶତ ମତଦାନ ହୋଇପାରିଥିଲା ।

 ମୁଖ୍ୟସ୍ରୋତର ଦଳମାନେ ଯେ କାଶ୍ମୀରରେ ଗଭୀର ଆହ୍ୱାନର ସମ୍ମୁଖୀନ ହେଉଛନ୍ତି ଏକଥା ନ୍ୟାସନାଲ କନ୍ଫରେନ୍ସ ଏବଂ ପିଡ଼ିପି ଭଳି ଦଳମାନଙ୍କ ପୌରାଞ୍ଚଳ ନିର୍ବାଚନକୁ ବର୍ଜନ କରିବା ପାଇଁ ନିଷ୍ପତ୍ତିରୁ ଜଣାପଡ଼ୁଛି । ସେମାନେ ନିର୍ବାଚନୀ ପ୍ରକ୍ରିୟାଠାରୁ ଦେଖିଲା ଭଳି ଦୂରେଇ ରହୁଛନ୍ତି ଯେହେତୁ ଧାରା ୩୫ (କ) ଲାଗୁହେବା ଯୋଗୁଁ ରାଜନୈତିକ ଅସ୍ଥିରତା ଉପୁଜିଛି ଯାହାକି ଉଚ୍ଚତମ ନ୍ୟାୟାଳୟରେ ମଧ୍ୟ ଚୁନୋତି ଦିଆଯାଇଛି । ପ୍ରକୃତ କାରଣଟି ହେଉଛି କାଶ୍ମୀରର ପରିସ୍ଥିତି ଯାହାକି ନିଶ୍ଚିତଭାବେ ମୁଖ୍ୟସ୍ରୋତର ରାଜନୀତି ପାଇଁ ଅନୁକୂଳ ନୁହେଁ ।

(ରେଖା ଚୌଧୁରୀ , ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଡ଼ଭାନ୍ସଡ଼ ଷ୍ଟଡ଼ିର ଫେଲୋ ଓ ଜାମ୍ମୁ ଓ କାଶ୍ମୀର : ଅସ୍ମିତା ଓ ବିଚ୍ଛିନ୍ନତାବାଦୀ ରାଜନୀତି (୨୦୧୬) ଲେଖିକା)

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top