ISSN (Print) - 0012-9976 | ISSN (Online) - 2349-8846

ଜମି ପ୍ରହେଳିକା

କୃଷି ସଂକଟକୁ ଅଧିକ ଖରାପ କରାଇବା କ୍ଷେତ୍ରରେ ଢ଼ାଂଚାଗତ ଅସୁବିଧାଗୁଡ଼ିକ ଜାରି ରହିଛି ବୋଲି ୨୦୧୫-୨୦୧୬ର କୃଷି ଜନଗଣନା ସୂ•ଇ ଦେଉଛି ।

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

୨୦୧୫-୧୬ର କୃଷି ଜନଗଣନାରୁ କିଛି ଅସ୍ଥାୟୀ ପରିଣାମ ସାମ୍ନାକୁ ଆସିଛି । ସେଥିରୁ ଜଣାପଡ଼ୁଛି ଯେ ଜମିର ମାଲିକାନାକୁ ନେଇ ଭାଗ ଭାଗ ହେବାର ଢାଞ୍ଚାଟି ଏବଂ ବିଭିନ୍ନ ଶ୍ରେଣୀରେ ତାର ବିଷମ ଆବଣ୍ଟନର ଧାରା ବରାବର ଜାରି ରହିଛି । ଯେହେତୁ ଜମି ଧାରଣର ଆକାର ଜମିର ନିରନ୍ତର ଆୟକୁ ନିର୍ଦ୍ଧାରଣ କରିବା କ୍ଷେତ୍ରରେ ଏକ ପ୍ରମୁଖ କାରଣ ଏହି ଅସ୍ଥାୟୀ ପରିଣାମ ଗୁଡ଼ିକ ଉଲ୍ଲେଖନୀୟ ଭାବେ ଇଙ୍ଗିତ କରୁଛନ୍ତି ଯେ, ଭାରତର ଗ୍ରାମଞ୍ଚଳ ଗୁଡ଼ିକରେ  କେଉଁଭଳି କୃଷି ସଂକଟ ଏବଂ ଅସନ୍ତୋଷ ଜାରି ରହିଛି ।

୨୦୧୫-୧୬ର କୃଷି ପରିସଂଖ୍ୟାନ ମୁତାବକ •ଷ ଆମ ଦେଶରେ •ଷ ହେଉଥିବା ସାମଗ୍ରୀକ ଅଞ୍ଚଳର ହ୍ରାସ ଘଟି ଯାହା ୨୦୧୦-୧୧ରେ ୧୫୯.୫୯ ନିୟୁତ ହେକ୍ଟର ଥିଲା ତାହା ୨୦୧୫-୧୬ରେ ୧୫୭.୧୪ ନିୟତ ହେକ୍ଟାରେ ପହଞ୍ôଚଛି । ଠିକ୍ ସେତିକିବେଳେ କାର୍ଯ୍ୟକାରୀ ଜମି ମାଲିକାନାର ସଂଖ୍ୟା ଶତାକଡ଼ା ୫.୩୩% ବୃଦ୍ଧି ହୋଇ ଯାହା ୨୦୧୦-୧୧ ରେ ୧୩୮ ନିୟତ ଥିଲା ତାହା ୨୦୧୫-୧୬ ବେଳକୁ ୧୪୬ ନିୟତରେ ପହଞ୍ôଚଛି । ସୁତରାଂ କାର୍ଯ୍ୟାକ୍ଷମ ଜମି ମାଲିକାନାର ହାରାହାରି ଆକରଟି ୧.୧୫ ହେକ୍ଟରରୁ ଖସି ଆସି ୧.୮ ହେକ୍ଟରରେ ପହଞ୍ôଚଛି । ଏହା କୃଷି ଜମି ଉପରେ କ୍ରମ ବର୍ଦ୍ଧିଷ୍ଣୁ କୃଷକ ସମୁଦାୟର •ପକୁ ପ୍ରତିଫଳିତ କରୁଛି, ଯାହା କୃଷି ଉତ୍ପାଦନର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ କିନ୍ତୁ ଯାହାର ସଂଖ୍ୟା ସୀମିତ ।

କେଉଁ ପରିମାଣରେ ଜମିର ବିଭାଜନ ଏବଂ ବିଭିନ୍ନ ବର୍ଗରେ ସୀମିତ ଆବଂଟନ ହେଉଛି ତାହାର ଏକ ଚିତ୍ର ଏହି ପରିସଂଖ୍ୟାନରୁ ମିଳୁଛି । ଏଥିରୁ ଜଣାପଡ଼ୁଛି ଯେ, ୨୦୧୧ରେ ହୋଇଥିବା ଶେଷ କୃଷି ଜନଗଣନା ପରଠାରୁ କ୍ଷୁଦ୍ର ଓ ନାମକୁ ମାତ୍ର ଜମି ମାଲିକାନା କ୍ଷେତ୍ରରେ ବେଶୀ ବୃଦ୍ଧି ଘଟିଛି । ୨୦୧୫-୧୬ରୁ ଦେଶରେ ଜମି ମାଲିକାନାର ଶତକଡ଼ା ୮୬.୨୧ଭାଗ କ୍ଷୁଦ୍ର ଏବଂ ନାମକୁମାତ୍ର •ଷୀ ମାନଙ୍କର ଥିଲା ଯାହାର ପରିମାଣ(୦-୨ହେକ୍ଟର ଜମି) ଯେତେବେଳେ କି କାର୍ଯ୍ୟକ୍ଷମ ଜମିଗୁଡ଼ିକୁ ଦେଖିଲେ ସେଥିରେ ଏମାନଙ୍କ ଭାଗଥିଲା କେବଳ ମାତ୍ର ଶତକଡ଼ା ୪୭.୩୪ ଭାଗ । କ୍ଷୁଦ୍ର ନାମକୁ ମାତ୍ର •ଷୀଙ୍କର ଜମିର ହାରାହାରି ଅକାର ଥିଲା ୦.୬ ହେକ୍ଟର ଉତ୍ତର ପ୍ରଦେଶ ଓ ବିହାର ଭଳି ଗରିବ ରାଜ୍ୟ ମାନଙ୍କରେ ଏହି ସଂଖ୍ୟାଟି ଥିଲା ସର୍ବାଧିକ । ମଧ୍ୟମ ଧରଣରୁ ଆଧାଜମି (୨ରୁ୪ ହେକ୍ଟର) ଜମିମାଲିକାନାର ସଂଖ୍ୟା ସମଗ୍ର ସଂଖ୍ୟାର ଶତକଡ଼ା ୯.୪୫ଭାଗ ଥିଲା କିନ୍ତୁ କାର୍ଯ୍ୟକ୍ଷମ ଜମିରେ ସେମାନଙ୍କର ଭାଗ ଶତକଡ଼ା ୨୩.୬୫ଥିଲା । ମଧ୍ୟମ ଧରଣର ଜମି ମାଲିକାନା (୪-୧୦ ହେକ୍ଟର) ଶତକଡ଼ା ୩.୭୬ ଭାଗ ଥିଲା କିନ୍ତୁ କାର୍ଯ୍ୟକ୍ଷମ ଜମିଗୁଡ଼ିକାରେ ସେମାନଙ୍କ ଭାଗ ଥିଲା ଶତକଡ଼ା ୧୯.୯୬ । ସେତିକି ବେଳେ ବୃହତ୍ ଜମିମାଲକାନା (୧୦ ହେକ୍ଟରରୁ ଉଦ୍ଧ୍ୱର୍) ସଂଖ୍ୟାଥିଲା ଶତକଡ଼ା ୦.୫୩ ଭାଗ କିନ୍ତୁ ସମଗ୍ର ଅଞ୍ଚଳରେ ସେମାନଙ୍କର କାର୍ଯ୍ୟକ୍ଷମ ଅଂଶ ଶତକଡ଼ା ୯.୦୪ ଭାଗ ଥିଲା । ଏହି କୃଷି ଜନଗଣନା  ଆହୁରି କହୁଛି ଯେ, ଅନୁସୂଚିତ ଜାତି ବର୍ଗର ଲୋକମାନଙ୍କ ପାଖରେ ସମଗ୍ର ଜମି ପରିମାଣର ଶତକଡ଼ା ୯ ଭାଗ କାର୍ଯ୍ୟକାରୀ ଜମି ମାଲିକାନା ଥିବା ବେଳେ ସେମାନଙ୍କ ଜମିର ହାରାହାରି ଆକାର ଥିଲା ୦.୭୮ ହେକ୍ଟର । ଅନୁସୂଚିତ ଜାତି ପାଖରେ ଥିବା ସମଗ୍ର ଜମିର ଶତକଡ଼ା ୯୨ ଭାଗ କ୍ଷୁଦ୍ର ଓ ନାମକୁ ମାତ୍ର ଜମି ଥିଲା । ଜମିର କାର୍ଯ୍ୟକ୍ଷମ ମାଲିକାନାର ସତ୍ତ୍ୱକୁ ନେଇ ସାମାଜିକ ବର୍ଗଗୁଡ଼ିକ କେଉଁ ପ୍ରକାର ବଞ୍ôଚତ ଅବସ୍ଥାରେ ଅଛନ୍ତି ଏହି ତଥ୍ୟଗୁଡ଼ିକ ତାହାର ଉନ୍ମୋଚନ କରୁଛି । ଏହା ମଧ୍ୟ ପୁନଶ୍ଚ ପ୍ରମାଣିତ କରୁଛି ଯେ, ବିଭିନ୍ନ ଜାତିର ଗୋଷ୍ଠୀମାନଙ୍କ ଭିତରେ ଥିବା ଜମି ମାଲିକାନା କ୍ଷେତ୍ରରେ ବିଭିନ୍ନତା କେଉଁ ପ୍ରକାର ଢାଞ୍ଚାଗତ ଅବରୋଧ ଦେଇ ଗତି କରୁଛି ଯାହାକୁ ଅଧିକାଂଶ ରାଜ୍ୟ ଅଣଦେଖା କରୁଛନ୍ତି ଏବଂ ଏହି କ୍ଷେତ୍ରରେ କୌଣସି ବୃହତ୍ ପରିବର୍ତ୍ତନ ଏଯାବତ୍ ଦେଖାଯାଇନାହିଁ ।

ଜମିର କ୍ରମବର୍ଦ୍ଧିଷ୍ଣୁ ବିଭାଜନ କୃଷି ଉତ୍ପାଦନରେ ସହାୟକ ହେଉଛି କି? ଜମିର ଆକାର ଏବଂ ଏକର ପିଛା ଉତ୍ପାଦନଶୀଳତାକୁ ନେଇ କେଉଁଭଳି ଓଲଟା ସମ୍ପର୍କ ରହିଛି ତାହାରି ଉପରେ ୧୯୬୦ ଏବଂ ୧୯୭୦ ଦଶନ୍ଧିରେ ତୀବ୍ର ବିତର୍କ ହୋଇଥିଲା । ୨୦୧୧ରେ ଜାତୀୟ ନମୁନା ସର୍ବେକ୍ଷଣକୁ ଆଧାରକରି ଯେଉଁ ଗବେଷଣା ପ୍ରକାଶିତ ହୋଇଥିଲା ତାହା ସୁନିଶ୍ଚିତ କରୁଛି ଯେ, ଭାରତୀୟ କୃଷି କ୍ଷେତ୍ରରେ ବଡ଼ ଧରଣର ଜମି ମାଲିକାନା ଥିବା କ୍ଷେତ୍ର ତୁଳନାରେ ଛୋଟ ମାଲିକାନା ଜମିଗୁଡ଼ିକ ଅଧିନ ଉତ୍ପାଦନଶୀଳ । କିନ୍ତୁ ଏହି ତଥ୍ୟ ଆହୁରି ମଧ୍ୟ ସୂ•ଇ ଦେଇଛି ଯେ, କ୍ଷୁଦ୍ର ମାଲିକନା ଥିବା ଜମିର ମୁଣ୍ଡପିଛା ଉତ୍ପାଦନଶୀଳତା କମ୍ ଏବଂ ସେମାନଙ୍କ କ୍ଷେତ୍ରରେ ଦାରିଦ୍ର‌୍ୟ ବି ବ୍ୟାପକ । ଅଧ୍ୟାୟନ ଗୁଡ଼ିକ ଆହୁରି ସୂ•ଇ ଦେଉଛି ଯେ, କ୍ଷୁଦ୍ର ଏବଂ ନାମକୁ ମାତ୍ର •ଷୀମାନଙ୍କର ଏକ କ୍ଷୁଦ୍ରଭାଗ ଲୋକ ଆନୁଷ୍ଠାନିକ ଋଣ ପାଇ ପାରୁଛନ୍ତି ଏବଂ ଅଧିକାଂଶ ଚାଷୀମାନେ ମଧ୍ୟସ୍ଥ ମାନଙ୍କ ଉପରେ ନିର୍ଭଳଶୀଳ ।

ପୁନଶ୍ଚ ୨୦୧୩ର ପରିସ୍ଥିତି ସମୀକ୍ଷା ସର୍ବେକ୍ଷଣର ପରିଣାମ ସୁନିଶ୍ଚିତ କରୁଛି ଯେ, ଏକ ହେକ୍ଟରରୁ ଅଧିକ ଜମିର ମାଲିକାନା ଥିବା •ଷୀମାନଙ୍କ କ୍ଷେତ୍ରରେ ହିଁ ଭଲ ଧରଣର ସାମଗ୍ରୀକ ମାସିକ ଆୟ ଉପଲବ୍ଧ ହେବା ଦେଖାଯାଉଛି । ସାମଗ୍ରୀକ ଆୟ ଦେଖିଲେ ଏଠି ସବୁ କ୍ଷେତ୍ରରୁ ଆସୁଥିବା  ଆୟ ଏବଂ ସବୁ କ୍ଷେତ୍ରରେ ହେଉଥିବା ଖର୍ଚ୍ଚ ଭିତରେ ଥିବା ଅନ୍ତରଟିକୁ ବୁଝାଇଛି । ତେଣୁ କରି ଏକ ହେକ୍ଟରରୁ କମ ଜମି ମାଲିକାନା ଥିବା କୃଷକ ମାନଙ୍କର ପରିବାରମାନଙ୍କୁ ଯଥେଷ୍ଟ ଆୟ ଦେବାରେ କ୍ଷୁଦ୍ର ଜମିଗୁଡ଼ିକ ବିଫଳ । ଜମିଗୁଡ଼ିକରୁ ମିଳୁଥିବା ଫସଲ ପରିମାଣ କମ୍ ମକ୍ଟଳରଥିବା ଯୋଗୁଁ କୃଷି କ୍ଷେତ୍ରର ଦୁସ୍ଥାବସ୍ଥା ଜାରି ରହିଛି ଏବଂ ଜମିମାଲିକନା ବିଭାଜନ ହେଉଥିବା ଯୋଗୁଁ ଏଭଳି ଏକ ଅବସ୍ଥା ଉଲ୍ଲେଖନୀୟ ଭାବେ ଉପୁଜିଛି । କୃଷି ଜନଗଣନା ୨୦୧୫-୧୬ ମୁତାବକ ସମଗ୍ର କାର୍ଯ୍ୟକ୍ଷମ ଜମିର ମାଲିକାନା ଥିବା ଲୋକଙ୍କ ଭିତରେ ଶତକଡ଼ା ୬୮.୫୨ ଭାଗ ହେଉଛନ୍ତି ନାମକୁ ମାତ୍ର •ଷୀ । କିନ୍ତୁ ଅନୁସୂଚିତ ଜାତି କ୍ଷେତ୍ରରେ ନାମକୁ ମାତ୍ର •ଷୀମାନଙ୍କ ସଂଖ୍ୟା ଶତକଡ଼ା ୭୮.୦୬ ଭାଗ । ଏହିସବୁ କୃଷକମାନଙ୍କୁ ଏକାଠି କଲେ ଭାରତର କୃଷି ସମୁଦାୟରେ ସର୍ବହରା ଶ୍ରେଣୀ କିଏ ତାହାର ଚିତ୍ରଟି ମିଳିଯାଏ । ପୁଣି ଏହି ଅଧ୍ୟୟନ ଗୁଡ଼ିକ ସୂଚିତ କରୁଛି ଯେ ଅନୁସୂଚିତ ଜାତିମାନଙ୍କ ଭଳି ସାମାଜିକ ଭାବରେ ନିଷ୍ପେଷିତ ବର୍ଗ ଗୁଡ଼ିକ ଜାତିଭିତ୍ତିକ ଭେଦଭାବ ଯୋଗଁ କୃଷି କ୍ଷେତ୍ରରେ ଅସୁବିଧା ଜନକ ସ୍ଥିତିରେ ରହିଯାଉଛନ୍ତି ଯେହେତୁ ସେମାନଙ୍କୁ ସମ୍ବଳର ସୁବିଧା କମ୍ ମିଳିଥାଏ । ଯାହା ଫଳରେ ଉତ୍ପାଦନ ସ୍ତର ଏବଂ ଫସଲ ଆଦାୟ କ୍ଷେତ୍ରରେ ହ୍ରାସ ଘଟିଥାଏ ।

କୃଷିକ୍ଷେତ୍ର ବାହାରେ ଏବଂ ଅଣକୃଷି କ୍ଷେତ୍ରରେ ଯଥେଷ୍ଟ ନିଯୁକ୍ତ ଅଭାବ ରହିଥିବା ଦୃଷ୍ଟିରୁ ଜମି ମାଲିକାନାର ବିଭାଜନର କାରଣ କୃଷି କ୍ଷେତ୍ରରେ ଥିବା ଦୁଃସ୍ଥତା କେତେ ତୀବ୍ର ତାକୁ ସୂ•ଇ ଦେଇଛି ଏବଂ ଏହି ଭିତରୁ ବାହାରିବାର ଉପାୟନ ନଥାଇ ଜୀବିକା ପାଇଁ କୃଷି ସହିତ ବାନ୍ଧି ହୋଇଯାଇଥିବା କୃଷକମାନେ କିଭଳି ଦରିଦ୍ରରୁ ଦରିଦ୍ର ହୋଇ •ଲିଛନ୍ତି ତାହା ଜଣାଇ ଦେଉଛି । ସେମାନଙ୍କ ଅବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ କାର୍ଯ୍ୟକ୍ଷମ ଜମି ମାଲିକାନା କ୍ଷେତ୍ରରେ ସଂସ୍କାର ଆଣି ଭୂ-ବନ୍ଦବସ୍ତକୁ ସୁଦୃଢ଼ କରିବାର ଜରୁରୀ ଆବଶ୍ୟକତା ଅଛି ଯଦ୍ୱାରା କି କୃଷି କ୍ଷେତ୍ରରେ ଅଧିକ ଅର୍ଥନୈତିକ ଉପଯୋଗୀ ହେବାପାଇଁ ଯେଉଁ ପରିମାଣର ଜମି ଦରକାର ତାହା ନିରୋପିତ ହେବ । ଯଦିଓ  ଭାଗ•ଷକୁ ବୈଧ କରିବା, ଲିଜ୍ ବଜାରର ଉଦାରୀକରଣ କରିବା ଏବଂ ଜମି ବ୍ୟାଙ୍କ୍ ପ୍ରତିଷ୍ଠା କରିବା ବିଷୟ ଅନେକ ଦିନଧରି ଆଲୋଚନା ଓ ଚର୍ଚ୍ଚା ହୋଇଆସିଛି ତେବେ ଭୂ-ବନ୍ଦୋବସ୍ତ ଏକ ସହଜ ପ୍ରକ୍ରିୟା ନୁହେଁ ବିଶେଷ କରି କ୍ଷୂଦ୍ର ଓ ନାମକୁ ମାତ୍ର କୃଷକ ମାନଙ୍କ ଜମି ମାଲିକାନା ସଂପର୍କିତ ଦସ୍ତାବିଜ୍ର ଅଭାବ ଯୋଗୁଁ । ଜମି ସଂପର୍କିତ ଦସ୍ତାବିଜ ଓ ମାଲିକାନା ସଠିକ୍ ନିରୂପଣ କରିବା ଜରୁରୀ ଯଦି ଜମିର ଭୁ-ବନ୍ଦୋବସ୍ତ କରଣ କରାଯାଏ । ସମବାୟ କୃଷି ଅବା କ୍ଷୁଦ୍ର ଓ ନାମକୁ ମାତ୍ର •ଷୀଙ୍କୁ ସଂଗଠିତ କରି ଉତ୍ପାଦକ କଂପାନୀ ଗଠନ କଲେ ହୁଏତ ଜମି ବିଭାଜନ ସମସ୍ୟାଟିକୁ ଅତିକ୍ରମ କରିବା ପାଇଁ ସମ୍ଭାବ୍ୟ ସମାଧାନର ବାଟ ଖୋଲିପାରେ । ଅଧିକାଂଶ ରାଜ୍ୟ ଭୂସଂସ୍କାର ଏବଂ କୃଷି କ୍ଷେତ୍ରରେ ସଂସ୍କାର ଆଣିବାରେ ବିଫଳ ହେଇଥିବା ଦୃଷ୍ଟିରୁ ରାଷ୍ଟ୍ରକୁ ଭୂ-ବନ୍ଦୋବସ୍ତ ବ୍ୟବସ୍ଥାର ସଂଯୋଜକ କାମ କରିବାକୁ ପଡ଼ିକ ଯାହାଫଳରେ ନିଷ୍ପେସିତ ବର୍ଗର ଲୋକେ ଅଧିକ ଜମି ପାଇପାରିବେ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top