ISSN (Print) - 0012-9976 | ISSN (Online) - 2349-8846

ନାରୀଙ୍କୁ ବିଶ୍ୱାସ କରିବା କିପରି

ନିଜର ଅନୁଭୂତିଗୁଡ଼ିକ ଉଦ୍ଧାର କରି ନାରୀମାନେ କହୁଛନ୍ତି, ଯାହା ଆଜିଯାଏଁ କେବଳ ପିତ୍ରୃତନ୍ତ୍ରର ଭାଷାରେ ହିଁ ବୁଝାଯାଉଥିଲା

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଗତ ସପ୍ତାହରେ ଦୁଇଜଣ ନାରୀ ସାରା ବିଶ୍ୱକୁ ତୁହାକୁ ତୁହା କହିଚାଲିଥିଲେ ନିଜ ପ୍ରତି ହୋଇଥିବା ଯୌନ ଉତ୍ପିଡ଼ନର କାହାଣୀ । ଆମେରିକାର ଖ୍ରୀଷ୍ଟିନୀ ବ୍ଲେସି ଫୋର୍ଡ଼ ଯେକି ଜଣେ ସମାଜତତ୍ତ୍ୱର ପ୍ରଫେସର, ଅଭିଯୋଗ କରିଥିଲେ ଯେ ୧୯୮୨ରେ ତରୁଣ ଅବସ୍ଥାରେ ଥିଲାବେଳେ ତାଙ୍କର ସେତେବେଳର ତରୁଣ ବନ୍ଧୁ ବ୍ରେଟ୍ ଏମ୍ କାଭାନଗ୍ ତାଙ୍କୁ ଯୌନ ଉତ୍ପୀଡ଼ନ ଦେଇôଥଲେ । ବ୍ରେଟ୍ ଏମ୍ କାଭାନଗ୍ ଆମେରିକାର ଉଚ୍ଚତମ ନ୍ୟାୟାଳୟର ବିଚାରପତି ପାଇଁ ଏକ ପ୍ରସ୍ତାବିତ ନାଁ । ମୁମ୍ବାଇରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଏକ ଟେଲିଭିଜନ ଚ୍ୟାନେଲରେ ଆରୋପ କରିଥିଲେ ଯେ ୨୦୦୮ରେ ଏକ ଫିଲ୍ମର ନିର୍ମାଣ ଚାଲିଥିବା ବେଳେ ଅଭିନୟ ସ୍ଥଳରେ ଅଭିନେତା ନାନା ପାଟେକର ତାଙ୍କୁ ଯାତନା ଦେଇଥିଲେ ଏବଂ ଏହାର ପରିଣାମ ସ୍ୱରୂପ ତାଙ୍କୁ ଚଳଚ୍ଚିତ୍ର ଶିଳ୍ପରୁ ବାହାରିବାକୁ ପଡ଼ିଥିଲା । ନିର୍ଦ୍ଦିଷ୍ଟ ଉତ୍ପୀଡ଼ନ ଦେଉଥିବା ଲୋକଙ୍କର ମାମଲାର ଅନେକ ଆଗରେ ଅଛି ନିର୍ଯାତନା ଜନିତ ବିବରଣୀଗୁଡ଼ିକର ମହତ୍ୱ । ଏସବୁ ଗୋଟିଏ ବୃହତ୍ତର ପ୍ରବାହ ଭିତରେ ଅନ୍ତର୍ଭୁକ୍ତ ଯାହାକୁ ‘ମୁଁ ମଧ୍ୟ(ମିଁ ଠୁ)’ ଆନ୍ଦୋଳନ ମାଧ୍ୟମରେ ଅନେକ ନାରୀ ସ୍ୱୀକାର କରୁଛନ୍ତି । ଗୋଟିଏ ଧାରା ଯେଉଁଠି ନିର୍ଯାତକମାନଙ୍କୁ ଅଧିକ ବଳିଷ୍ଠ କରାଇବା ଓ ନିର୍ଯାତନାକୁ ସ୍ୱାଭାବିକ ବା ସାଧାରଣ କରିଦେଉଥିବା ନିତିଦିନିଆ ଜୀବନର ଢାଞ୍ଚାଗୁଡ଼ିକୁ ଏବଂ ପୁରୁଷକୁ ସୁରକ୍ଷା ଦେଉଥିବା ବିରାଦରୀକୁ ପଦାରେ ପକାଉଛି । ଗୋଟିଏ ଗମ୍ଭୀର ଅପରାଧ ହେଇଥିବା ସତ୍ତେ୍ୱ ଯୌନ ଉତ୍ପୀଡ଼ନ ଏକ ବ୍ୟତିକ୍ରମ ନୁହେଁ । ନିତିଦିନ ପୁରୁଷମାନଙ୍କର ଉପଭୋଗ କରୁଥିବା କ୍ଷମତା ଏବଂ ଦଣ୍ଡମୁକ୍ତ ଜୀବନର ଏହା ଏକ ପ୍ରତିଫଳନ ମାତ୍ର । ଗୋଟିଏ ବିଦ୍ୟାଳୟର ଜଣେ ନିଶାସକ୍ତ ଛାତ୍ର ଏବଂ ଜଣେ ରାଜନୈତିକ ପତିଆରା ଥିବା କଳାକାର ଉଭୟେ ଯେଭଳି ଦଣ୍ଡମୁକ୍ତ ହୋଇପାରନ୍ତି ତାହା ଚକିତ କରାଇଦିଏ ।

ଏହି ଦୁଇଟି ଘଟଣା ଯାହା ଯଥାକ୍ରମେ ୩୬ବର୍ଷ ଓ ୧୦ବର୍ଷ ତଳେ ଘଟିଥିଲା ତାକୁ ଉତ୍ପୀଡ଼ନର ଶିକାର ହେଇଥିବା ନାରୀମାନେ ପ୍ରସାର କରିଚାଲିଛନ୍ତି ଏହି ଆଶାରେ ଯେ ତାଙ୍କକଥା ମଧ୍ୟ ଏବେ ଶୁଣାଯିବ । ୨୦୧୭ ଅକ୍ଟୋବର ମାସରେ ଆମେରିକୀୟ ଚଳଚ୍ଚିତ୍ର ନିର୍ମାତା ହାରର୍ଭେ ୱିନ୍ଷ୍ଟେଇନ୍ଙ୍କ ବିରୁଦ୍ଧରେ ୮୦ଜଣ ମହିଳା ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିବା ପରଠୁ କ’ଣ ସବୁ ପରିବର୍ତ୍ତନ ହୋଇଛି? ମିଁ ଠୁ ବା ମୁଁ ମଧ୍ୟ ହେଷଟେଗ୍ (ସଙ୍କେତ) ଦେଇ ବିଶ୍ୱସାରା ନାରୀମାନେ ନିଜ ଯୌନ ଉତ୍ପୀଡ଼ନର କାହାଣୀ ସାମାଜିକ ଗଣମାଧ୍ୟମରେ ଧ୍ୟାନ ଆକର୍ଷଣ କରିବା ପରଠାରୁ କ’ଣ ସବୁ ପରିବର୍ତ୍ତନ ହୋଇଛି?

ଆମେରିକାରେ ନୁହଁ । ଭାରତରେ ନିଶ୍ଚିତ ଭାବରେ ନୁହେଁ । କିଛି ନାରୀ, ଅନ୍ୟ ନାରୀମାନଙ୍କ ଅନୁଭୂତିଗୁଡ଼ିକ ଉନ୍ମୁକ୍ତ ହୋଇଯିବା ପରେ ନିଜର ଅତୀତ ଭିତରକୁ ଫେରିଯାଇ ଅନେକବର୍ଷ ପୂର୍ବେ ହୋଇଥିବା ଯୌନ ଉତ୍ପୀଡ଼ନର କାହାଣୀ ଯାହାକି ସେମାନଙ୍କର ଜୀବନ ଓ ଜୀବନର ନିଷ୍ପତ୍ତିଗୁଡ଼ିକୁ ନିର୍ଣ୍ଣାୟକ ଭାବେ ପ୍ରଭାବିତ କରିଆସିଛି, ସେସବୁକୁ କହିବା ପାଇଁ ସାହସ ସଞ୍ଚୟ କରିପାରିଛନ୍ତି ।

କିଛି ନାରୀ, ନିର୍ଯାତନା ଘଟଣାଗୁଡ଼ିକ କେମିତି ସେମାନଙ୍କ ଜୀବନକୁ ପ୍ରଭାବିତ କରି ରଖିଛି ତାହା ସେମାନେ ସମ୍ପୂର୍ଣ୍ଣ ଭାବେ ବୁଝିପାରି ନାହାନ୍ତି । ବର୍ଣ୍ଣନା କରାଯାଉଥିବା ଘଟଣାଗୁଡ଼ିକ ଯାହା ବର୍ଷ ବର୍ଷ ଧରି ନାରୀମାନେ ପ୍ରତିଦିନ କ୍ଷତବିକ୍ଷତ ମନ ନେଇ ବଞ୍ôଚ ଆସୁଥିଲେ ତାକୁ ସାମ୍ନାକୁ ଆଣିଛି । ସେମାନେ ସେସବୁ କଥା କେବେ କାହାକୁ କହି ନଥିଲେ ।

ଯୌନ ଉତ୍ପୀଡ଼ନ ଏମିତି ଏକ ଅପରାଧ ଯାହା ଅପରାଧୀ ଅପେକ୍ଷା ନିର୍ଯାତିତା ମହିଳାଟିକୁ ଅଧିକ ଲଜ୍ଜୀତ କରିବାରେ ବ୍ୟବହାର ହୋଇଆସିଛି । ଯୌନ ଉତ୍ପୀଡ଼ନର ‘ପ୍ରମାଣ’ଟିକୁ ଆମେ କେମିତି ବୁଝିବା, ଯେତେବେଳେ ଯାହାକୁ ଆମେ ଜ୍ଞାନ ବୋଲି କହୁଛୁ ତାହା କ୍ଷମତାସମ୍ପନ୍ନ ଏବଂ ନିଶ୍ଚିତଭାବେ ପିତୃତନ୍ତ୍ରର କ୍ଷମତା ସମ୍ପନ୍ନଙ୍କ ଦ୍ୱାରା ନିରୂପିତ ହୋଇଥାଏ । ଯୌନ ଉତ୍ପୀଡ଼ନ ମାମଲାଗୁଡ଼ିକର ପ୍ରମାଣଟିକୁ ଆମେ କ’ଣ କହିବା ଯେତେବେଳେ ନିଜ ଉପରେ ହୋଇଥିବା ଏହି ଅପରାଧକୁ ଭୁଲିଯିବା ପାଇଁ ଉଦ୍ୟମ କରି ଏହି ନାରୀମାନଙ୍କର ଜୀବନଟା ବି ବିତିଯାଇଥାଏ । ଏହି ଉତ୍ପୀଡ଼ନର ପ୍ରମାଣକୁ ନେଇ କ’ଣ କହିବା ଯେତେବେଳେ କି ଅପରାଧୀଟି ପିଡ଼ିତାଙ୍କୁ ପୁନଶ୍ଚ ନୀରବ କରିଦେବା ପାଇଁ ଆତଙ୍କିତ କରିଚାଲିଥାଏ ।

ଯେଉଁ ପ୍ରଶ୍ନଟି ଅଧିକାଂଶ ଲୋକଙ୍କ ମନକୁ କବଳିତ କରି ରଖୁଛି ତାହା ହେଉଛି, ଏଭଳି ଏକ ମନୋଭାବ ଯେ ଆମେ ଏହି ନାରୀମାନଙ୍କୁ କେମିତି ବିଶ୍ୱାସ କରିବା! ଆମେ କେମିତି ଜାଣିବା ଯେ ସେମାନେ ସତ କହୁଛନ୍ତି! କ’ଣ ପ୍ରମାଣ ଅଛି ଯେ ୩୬ବର୍ଷ ତଳେ ଗୋଟିଏ ଧର୍ଷଣର ଉଦ୍ୟମ କରାଯାଇଥିଲା! ‘ବିଶ୍ୱାସ’ ବର୍ଗଟି ନ୍ୟାୟିକ ବିଚାର ପାଇଁ ଅଜଣା ନୁହେଁ । ଯାହା ତଫାତ ରହୁଛି ସେ କଥାଟି ହେଉଛି ଯେ ପିତୃତନ୍ତ୍ରର ଜ୍ଞାନକୁ ଆଧାର କରି ନାରୀମାନଙ୍କର କଥାଗୁଡ଼ିକୁ ପରଖିବାର ବିଶ୍ୱାସ ଟି । ଯେହେତୁ ଯୌନ ଉତ୍ପୀଡ଼ନ  ହେଉଛି ଆକ୍ରମଣକାରୀର କ୍ଷମତା ଏବଂ ଦଣ୍ଡମୁକ୍ତ ସ୍ଥିତିକୁ ଉପଭୋଗ କରିବାର ଏକ ପରିପ୍ରକାଶ, ଏହି ଦଣ୍ଡମୁକ୍ତି, ଆଇନ ବ୍ୟବସ୍ଥା ଯାଏଁ ବି ଲମ୍ବିଥାଏ ଯେଉଁଠି ଉଚ୍ଚଜାତିର ପୁରୁଷମାନଙ୍କର ଅଧିକ ପ୍ରତିନିଧିତ୍ୱ ରହିଥାଏ । ଆଇନଗତ ବିଚାରଗୁଡ଼ିକ ନାରୀମାନଙ୍କର ସ୍ୱୀକୃତିର ମୂଲ୍ୟକୁ ଅନବରତ ଭାବେ ନ୍ୟୁନ କରି ଦେଖିଆସିଛ: ସେମାନଙ୍କର ଶରୀରର କ୍ଷତଚିହ୍ନ ବିପକ୍ଷରେ ସେମାନଙ୍କ ବକ୍ତବ୍ୟଗୁଡ଼ିକୁ ବ୍ୟବହାର କରାଯାଉଛି । ନ୍ୟାୟମୂର୍ତ୍ତିମାନେ ଶରୀରରେ କ୍ଷତଚିହ୍ନ ନରହିବାଟିକୁ କିଭଳି ବୁଝିବେ ବା କିଭଳି ବୁଝନ୍ତି ତାହା ନାରୀଟିର ଚରିତ୍ର ଏବଂ ଯୌନ ଇତିହାସକୁ ନେଇ ସେମାନଙ୍କର କ’ଣ ବୁଝାମଣା ରହିଛି ତାହାରି ଉପରେ ନିର୍ଭର କରିଥାଏ । ଅନ୍ୟପ୍ରକାରରେ କହିବାକୁ ଗଲେ ଜଣେ ଯୌନ ପୀଡ଼ିତ ହିସାବରେ ନାରୀର ଆଚରଣ କେତେ ବିଶ୍ୱାସନୀୟ ତାହାର ବୁଝାମଣାଟି ଉପରେ ନିର୍ଭର କରିଥାଏ ।

ହୁଏତ ଏହି ନାରୀବାଦୀ ‘ତରଙ୍ଗ’ର ସୁଦୂରପ୍ରସାରୀ ଅବଦାନ ହେଉଛି ଯେ ଜ୍ଞାନଟି ପୁରୁଷଦ୍ୱାରା ନିର୍ଦ୍ଧାରିତ ଏବଂ ପିତୃତନ୍ତ୍ର ଦ୍ୱାରା ଲଦି ଦିଆଯାଇଛି ବୋଲି ହେଉଥିବା ଦାବୀଟିକୁ ଲୋକପ୍ରିୟ କରାଇବା । ନାରୀମାନଙ୍କୁ ଏବେ ଗୋଟିଏ ଭାଷା ମିଳିଯାଇଛି ଯଦ୍ୱାରା କି ସେମାନେ ନିଜର ଅନୁଭୂତିର ଜ୍ଞାନଟିକୁ ଅବମାନନା କରାଯାଉଥିବା କଥାଟିକୁ ସ୍ପଷ୍ଟ ଭାବେ କହିପାରିବେ । କେତୋଟି ଜଣାଶୁଣା ଶବ୍ଦ ‘ମେନସ୍ପ୍ଲାନିଂ’, ‘ଗ୍ୟାସଲାଇଟିଂ’, ‘ଏନ୍ଣ୍ଟାଇଟେଲ୍ମେଣ୍ଟ’, ‘ଡିସକମଫର୍ଟ’ ପୁରୁଷମାନଙ୍କର ପ୍ରକୃତିକୁ ନେଇ ନାରୀମାନଙ୍କର ଯେଉଁ ଅସ୍ୱସ୍ଥିକର ଅନୁଭୂତି ଅଛି ସେପଟୁ ନଜର ହଟାଇବା ପାଇଁ ଉଦ୍ଦିଷ୍ଟ । ନିଜ ନିଜ ଭିତରେ ଅନୁଭୂତିଗୁଡ଼ିକୁ ବାଣ୍ଟିବା ଦ୍ୱାରା ନାରୀମାନେ ଆଉ ଏକ ଜ୍ଞାନ ସୃଷ୍ଟି କରୁଛନ୍ତି ଯାହା ସେମାନଙ୍କର ଜୀବନ୍ତ ବାସ୍ତବତା ଉପରେ ଆଧାରିତ । ସେମାନଙ୍କର ଅସୁବିଧାଜନକ ଅବସ୍ଥାଟିକୁ ଅନ୍ୟମାନଙ୍କ ତୁଳନାରେ ଏକ ‘ଜ୍ଞାନଗତ ବିଶେଷ ଅଧିକାର’ ହିସାବରେ ନିରୂପିତ କରାଯାଇଛି; ଯାହାକି ସାମାଜିକ ବାସ୍ତବତାକୁ ନେଇ ଏକ ସାମଗ୍ରିକ ଦୃଷ୍ଟି ।

‘ମିଁ ଠୁ’ ଆନ୍ଦୋଳନର ପରିଣାମ ସ୍ୱରୂପ ଭାରତର ଶିକ୍ଷା କ୍ଷେତ୍ରରେ ଯୌନ ଉତ୍ପୀଡ଼କ ମାନଙ୍କର ତାଲିକାଟି ଏବଂ ନାଁ’ଗୁଡ଼ିକୁ ପ୍ରକାଶ କରିବାରେ ଯେଉଁ ଅବିରତ ସ୍ରୋତ ଚାଲିଛି ତାହା ନାରୀବାଦୀମାନଙ୍କୁ ଏଭଳି ଏକ ପକ୍ଷ ନେବାପାଇଁ ବାଧ୍ୟ କରିଛି ଯଦ୍ୱାରାକି ପୀଡ଼ିତାଙ୍କୁ ନ୍ୟାୟ ପାଇଁ ଉଚିତ ପ୍ରକ୍ରିୟା ଦେଇ ବକ୍ତବ୍ୟ ରଖିବାକୁ ପଡ଼ିବ । ଏହା ନ୍ୟାୟ ପ୍ରଦାନର ଆଶା ଦେଖାଉଥିବା ବେଳେ ପିତୃତନ୍ତ୍ରର କ୍ଷମତାଠାରୁ ମୁକ୍ତ ନୁହେଁ । ତନୁଶ୍ରୀ ଦତ୍ତାଙ୍କ ଉପରେ ମାନହାନୀ ମକଦ୍ଦମା କରିବା ପାଇଁ ନାନା ପାଟେକର ଆଗେଇ ଆସିଥିବା ବେଳେ, ଖ୍ରୀଷ୍ଟିନୀ ବ୍ଲାସି ଫୋର୍ଡ଼ଙ୍କ ବୟାନ ସତ୍ତେ୍ୱ ସେ ଯେମିତି ଉଚ୍ଚତମ ନ୍ୟାୟାଳୟରେ ଅଧିଷ୍ଠିତ ହୋଇପାରିବେ କାଭାନଗ୍ ଚାହିଁବସିଛନ୍ତି । ଅନ୍ୟ ଅଭିଯୁକ୍ତମାନେ ନିଜର ସ୍ୱାଭାବିକ ଜୀବନ ଏବଂ କାର୍ଯ୍ୟକୁ ଫେରି ଆସୁଥିବା ବେଳେ ଆମେ ଜାଣିପାରୁନୁ ଏଭଳି ଖୋଲିକି କହିବାର ପ୍ରକୃତ ପରିଣାମ କ’ଣ ହେଉଛି ।

କିନ୍ତୁ ବର୍ତ୍ତମାନ ପାଇଁ ନାରୀମାନେ କହିଚାଲିଛନ୍ତି ଯେହେତୁ ସେମାନେ କେବଳ ନିଜର ଶକ୍ତି ଫେରିପାଇଛନ୍ତି ତାହା ନୁହେଁ ବରଂ ନିଜର ଜ୍ଞାନ ମଧ୍ୟ ଫେରିପାଇଛନ୍ତି ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top