ISSN (Print) - 0012-9976 | ISSN (Online) - 2349-8846

ଫାସୀବାଦର ସମ୍ଭାବ୍ୟତା

ଫାସୀଷ୍ଟ ବିରୋଧୀଙ୍କ ଦାୟିତ୍ୱ  ବଢୁଛି

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଗତ ୧୯ ରୁ ୨୧ ଜାନୁଆରୀ ମଧ୍ୟରେ କୋଲକାତାରେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କ୍ସବାଦୀ) ବା ସିପିଆଇ(ଏମ) ର ରାଜନୈତିକ ଚିଠା ପ୍ରସ୍ତାବର ସଂଶୋଧନ ଓ ଅଙ୍ଗୀକାର ପାଇଁ ବସିଥିବା  କେନ୍ଦ୍ରୀୟ କମିଟି ବୈଠକରେ ଯାହା ନିଷ୍କର୍ଷ ବାହାରିଲା ସେଥିରେ ବାମପନ୍ଥୀ ଓ ପ୍ରଗତିଶୀଳ ବ୍ୟକ୍ତିମାନଙ୍କ ମଧ୍ୟରେ  ବେଶ ଉତ୍ସୁକତା ପ୍ରକାଶ ପାଇଛି । ବୈଠକରେ ଅର୍ଦ୍ଧ-ଫାସୀବାଦ ବା କେତେକଙ୍କ ପାଇଁ ଫାସୀବାଦର ଆଗମନର ନିରାଧାର ଆଶଙ୍କା ମଧ୍ୟରେ କୁହାଗଲା ଯେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଥାଇ ଯଦି ବିଜେପି ପୁଣିଥରେ ୨୦୧୯ ଲୋକସଭା ନିର୍ବାଚନରେ ସରକାରକୁ ଆସେ ତେବେ ବାମପନ୍ଥୀମାନଙ୍କୁ ପୁଣିଥରେ ଜୀବନ-ମରଣର କର୍ତ୍ତବ୍ୟ ବା ସଂଘର୍ଷ କରିବାକୁ ହେବ ଯେଉଁ ଦାୟିତ୍ୱ ପାଇଁ ସେମାନେ ଐତିହାସିକ ଭାବରେ କଟି ଯାଇ ସାରିଛନ୍ତି । ସେପ୍ଟେମ୍ବର ୨୦୧୬ରୁ ଯାହା ଜନଗଣ ତଥା ଗଣମାଧ୍ୟମର ଧ୍ୟାନ ଆକର୍ଷଣ କରିଛି ତାହା ହେଉଛି ଭିତରେ ଭିତରେ ଚାଲିଥିବା ଏକ ବିତର୍କ ଯେ ରାଜନୈତିକ, ଅର୍ଥନୈତିକ ଓ ଶ୍ରେଣୀକୁ ନେଇ ସ୍ଥାପିତ ହେବାକୁ ଥିବା ଫାସିବାଦ ପାଇଁ  ଏବେ ଦେଶରେ ଅବସ୍ଥା ସୃଷ୍ଟି ହୋଇଛି କି ଆଉ ଯଦି ହୋଇଛି ତେବେ ଏହାକୁ ଜୁଝିବା ପାଇଁ କି ପ୍ରକାରର ରାଜନୈତିକ ମୋର୍ଚ୍ଚା/ମେଣ୍ଟର ଆବଶ୍ୟକତା ରହିଛି ।

ସିପିଆଇ(ଏମ)ର ପ୍ରମୁଖ ମତ ଯାହାକି ପାର୍ଟିର ପୂର୍ବତନ ସମ୍ପାଦକ ପ୍ରକାଶ କାରାତଙ୍କ ପକ୍ଷରୁ ବ୍ୟକ୍ତ କରାଯାଇଥିଲା ତାହା ହେଉଛି ଫାସୀବାଦର ଉଦ୍ଭବ ପାଇଁ ଅବସ୍ଥା ଆହୁରି ଆସି ନାହିଁ ଓ ଯଦି କେଉଁଠାରେ ଏହା ଅଛି ତେବେ ଖୁବ ଦୁର୍ବଳ ଅବସ୍ଥାରେ ଅଛି । କିନ୍ତୁ ଦେଶର କେତେକ ସଂସ୍ଥା ଯୋଗୁ ହେଉ ବା ହିନ୍ଦୁତ୍ୱ ବ୍ରିଗେଡ ଯୋଗୁ ହେଉ ହିନ୍ଦୁତ୍ୱ ଆଧାରରେ ଦେଶର ବର୍ତ୍ତମାନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଏକ ନିଷ୍ଠାପର ଉଦ୍ୟମ ଚାଲିଛି ଯାହା ପଳରେ ଦେଶର ଗଣତନ୍ତ୍ର ଓ ଧର୍ମନିରପେକ୍ଷତା ବିପଦାପନ୍ନ ହେଉଛି ।  ତେବେ ସେଥିପାଇଁ କ’ଣ କରାଯିବ ତାକୁ ନେଇ କେନ୍ଦ୍ରୀୟ କମିଟି ଯାହା ବିଶ୍ୱାସ କରେ ତାହା ହେଉଛି ନବ୍ୟ-ଉଦାରବାଦ ଏବଂ ସାମ୍ପ୍ରଦାୟିକତାବାଦ ବିରୁଦ୍ଧରେ ସଂଘର୍ଷ କରିବାକୁ ହେବ ଓ ଏହାକୁ ଏକ ମିଳିତ ସଂଘର୍ଷର ଅଂଶବିଶେଷ ରୂପେ ଦେଖିବାକୁ ହେବ ।  ତେଣୁ କଂଗ୍ରେସ ପାର୍ଟି ଯିଏକି ବିଜେପି ପରି ନବ୍ୟ  ଉଦାରବାଦୀ ଶାସକ ଶ୍ରେଣୀର ସ୍ୱାର୍ଥ ପାଇଁ କାର୍ଯ୍ୟ କରେ ତାକୁ କେବେେହେଲେ ଏହି ସଂଘର୍ଷରେ ସାମିଲ କରିହେବ ନାହିଁ ।

ପାର୍ଟିର ବର୍ତ୍ତମାନର ସମ୍ପାଦକ ସୀତାରାମ ୟେଚୁରୀଙ୍କ ପକ୍ଷରୁ ଦିଆଯାଇଥିବା ବିକଳ୍ପ ମୁତାବକ କଂଗ୍ରେସ ସହିତ କୌଣସି ମେଣ୍ଟ ବା ବୁଝାମଣା ନକରିବା ଏକ ଅଯଥା କଥା । କିନ୍ତୁ ଏହି ବିକଳ୍ପଟି ମଧ୍ୟ ପାର୍ଟିରେ ହୋଇଥିବା ଭୋଟରେ କାଟ ଖାଇ ଯାଇଛି । ତେଣୁ କଂଗ୍ରେସ ସହିତ ଆଉ  କିଛି ହୋଇ ପାରିବ ନାହିଁ ।  ଯଦି ଅପ୍ରେଲ ମାସରେ ହେବାକୁ ଥିବା ପାର୍ଟି କଂଗ୍ରେସରେ କିଛି ବ୍ୟବସ୍ଥା ହେଲା ତେବେ କଥା ଅଲଗା ହୋଇପାରେ । 

କେବଳ ସିପିଆଇ(ଏମ୍) ବୋଲି ନୁହେଁ ସାଧାରଣ ଭା ବରେ ଏହି ଆହ୍ୱାନକୁ ନଜରକୁ ନେଇ ଏବଂ ଅତୀତରେ ୧୯୨୦ ଓ ୧୯୩୦ରେ ଜର୍ମାନୀରେ ବାମପନ୍ଥୀମାନେ କରିଥିବା ଐତିହାସିକ ଭୁଲକୁ ନଜରରେ ରଖି ଭାରତର ବାମପନ୍ଥୀମାନେ ଏହି ଅର୍ଦ୍ଧ-ଫାସୀବାଦକୁ ରୋକିବାପାଇଁ ପ୍ରଥମେ ଏକ ମିଳିତ ମଞ୍ଚଗଠନ କରିବା  ଉଚିତ୍ । ସଂସଦୀୟ ବାମପନ୍ଥୀ ଦଳ ବ୍ୟତୀତ କଠୋରପନ୍ଥୀ ବାମପନ୍ଥୀ ତଥା ସମାଜବାଦୀମାନଙ୍କୁ ଏହି ସଂଘର୍ଷରେ ସାମିଲ କରିବାର ମଧ୍ୟ ଆବଶ୍ୟକତା ରହିଛି । 

ବାମପନ୍ଥୀ କମ୍ୟୁନିଷ୍ଟମାନଙ୍କୁ ଏବେ ସେମାନଙ୍କ ଅନ୍ତନାଡିରେ ଥିବା ସମ୍ପ୍ରଦାୟବାଦକୁ ବାଦ ଦେଇ ସମାଜବାଦୀ ପ୍ରଥାର ସମଷ୍ଟିକୁ ନେଇ ଚାଲିବା ପରମ୍ପରା ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ । ଆହୁରି ମଧ୍ୟ ସଂଯୁକ୍ତ ମୋର୍ଚ୍ଚାକୁ ଏହାର କାର୍ଯ୍ୟକ୍ରମରେ ନବ୍ୟ-ଉଦାରବାଦ-ବିରୋଧୀ କଥାଟିକୁ ସ୍ଥାନ ଦେବା ଆବଶ୍ୟକ ।  ଯେ କୌଣସି ସଂଯୁକ୍ତ ମୋର୍ଚ୍ଚାକୁ ଆସୁରିକ ଶ୍ରେଣୀ-ସମୀକରଣ ଉପରେ ଗୁରୁତ୍ୱ ଦେବାକୁ ହେବ ଯାହାକି ନବ୍ୟ-ଉଦାରବାଦ କାଳରେ ପୁଞ୍ଜି ଠୁଳୀକରଣ ପ୍ରକ୍ରିୟାର ଏକ ପରିଣାମ । ଏହା ସହିତ ଅର୍ଥ ଓ ସମ୍ପଦର ଶକ୍ତି  ବଳରେ ପୁରା ନିର୍ବାଚନ ପ୍ରକ୍ରିୟାକୁ ଅପହରଣ କରିନେବା ଓ ପ୍ରଭୃତ୍ୱ ପ୍ରଦର୍ଶନକୁ ଏହାର ଆଉ ଏକ କାରଣ ରୂପେ ନିଆଯାଇପାରେ ।

ଏହା ସେହିପରି ଏକ ସଂଯୁକ୍ତ ମୋର୍ଚ୍ଚା ହେବା ଆବଶ୍ୟକ ଯାହାକି ଏକ ଲୋକପ୍ରିୟ ମୋର୍ଚ୍ଚା ଗଠନ ପାଇଁ ଉଦାରବାଦୀ ପୁଞ୍ଜିବାଦୀ ପାର୍ଟି, ଦକ୍ଷିଣପନ୍ଥ୍ୀ ଦଳ ଓ ସରକାର ଏବଂ ଅନ୍ୟମାନଙ୍କ ସହିତ କେଉଁ ସମୟରେ କିପରି ବା କି କି ସର୍ତ୍ତରେ ଏକ ମୋର୍ଚ୍ଚା ଗଠନ ହୋଇପାରିବ ତା  ଉପରେ ଧ୍ୟାନ ଦେବା ଆବଶ୍ୟକ । ଅର୍ଥାତ୍ ଏ ସମସ୍ତଙ୍କୁ ନେଇ ଫାସୀବାଦୀ ବିରୋଧୀ ଏକ ରାଷ୍ଟ୍ରୀୟ  ମଞ୍ଚ ଗଠନ ପାଇଁ ଉଦ୍ୟମ ହେବା ଆବଶ୍ୟକ ।  ସଂଯୁକ୍ତ ମୋର୍ଚ୍ଚାକୁ ଭେଦଭାବ ବିଶେଷ କରି ମୁସଲିମଙ୍କ ବିରୁଦ୍ଧରେ ଥିବା ଘୃଣା ପ୍ରତି ଦୃଷ୍ଟିଦେବା ଦରକାର ଯାହାକି କେବଳ ଧାର୍ମିକ ଭେଦଭାବ ବା ଘୃଣାରୁ ସୃଷ୍ଟି ବୋଲି କୁହାଯିବା ଠିକ୍ ନୁହେଁ, ବରଂ ଏହାର ସୃଷ୍ଟି ସଂରଚନାତ୍ମକ ଅସମାନତା ଏବଂ ଐତିହାସୀକ ଭାବରେ ଶୋଷିତ ତଥା ବଞ୍ôଚତ ଶ୍ରେଣୀରୁ ସୃଷ୍ଟ ଘଟଣା ଭାବରେ ମଧ୍ୟ ଦେଖାଯିବା ଆବଶ୍ୟକ । ଏ କଥାଟିକୁ କୌଣସି ଗୋଟିଏ  ଲୋକପ୍ରିୟ ରାଷ୍ଟ୍ରୀୟ ମୋର୍ଚ୍ଚା ଗଠନ ବେଳେ ଅଧିକ ଦୃଷ୍ଟି ଦିଆଯିବା ଆବଶ୍ୟକ ।

ସମ୍ପ୍ରତି ବହୁ ମୁସଲିମ ଯୁବକ ପୋଲିସ ଏବଂ ଅପରାଧିକ ନ୍ୟାୟବ୍ୟବସ୍ଥା ହାତରେ ବହୁ ବାଟରେ ଶୋଷିତ ଓ  ଅତ୍ୟାଚାରିତ ହେବାରେ ଲାଗିଛନ୍ତି । ହିନ୍ଦୁତ୍ୱବାଦୀ  ଜାତୀୟବାଦ ଶକ୍ତି ଗୁଡିକ ମୁସଲିମମାନଙ୍କୁ ଧ୍ୱଂସ କରିଦେବାପାଇଁ  ରାଷ୍ଟ୍ର ଓ ଶାସନ ବ୍ୟବସ୍ଥାର ସହାୟତା ନେଇ ଲାଗି ପଡିଛନ୍ତି । ପୋଲିସ ଓ ନ୍ୟାୟାଳୟ ସେମାନଙ୍କୁ ନ୍ୟାୟ ତଥା ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି । ଏହା ଏପରି ସ୍ଥିତିରେ ପହଞ୍ôଚଛି ଯେ ମୁସଲିମ ସମାଜର ଗୋଟିଏ ଗୋଷ୍ଠୀ ଦେଶର ଏହି ବ୍ୟବସ୍ଥାଗୁଡିକ  ଉପରୁ ବିଶ୍ୱାସ ହରାଇ ସାରିଲେଣି । ଯେ କୌଣସି ରାଷ୍ଟ୍ରୀୟ ବା ଲୋକପ୍ରିୟ ମୋର୍ଚ୍ଚା ଏହି ଦଳିତ ମୁସଲିମ, ହିନ୍ଦୁତ୍ୱବାଦୀ ବ୍ରାହ୍ମଣବାଦ ଦ୍ୱାରା ଅନ୍ୟାନ୍ୟ ଭାବେ ପୀଡିତ ବିଶେଷକରି ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ପୀଡିତ ଓ ଦଳିତ ମାନଙ୍କୁ   ମୋର୍ଚ୍ଚାରେ ସାମିଲ କରିବା ଉଚିତ୍ ।

ଫାସିବାଦ / ଅର୍ଦ୍ଧ-ଫାସିବାଦ , ସାମାଜିକ ଅର୍ଥନୀତିକ ଏବଂ ସାମାଜିକ ଅବସ୍ଥାର ମୂଳକୁ ଜାଣିବା ପରେ ସଂଯୁକ୍ତ ମୋର୍ଚ୍ଚା ଏହାର ନିରାକରଣ ପାଇଁ ଉଦ୍ୟମ କରି ପାରିବ । ତା ପରେ ଏହା ଏକ ଲୋକପ୍ରିୟ ମୋର୍ଚ୍ଚା ବା ଆବଶ୍ୟକତାନୁଯାୟୀ ରାଷ୍ଟ୍ରୀୟ ମୋର୍ଚ୍ଚା ଗଠନ କରି ପାରିବ ଓ ଫାସୀବାଦୀ ଏବଂ ଅର୍ଦ୍ଧ-ଫାସୀବାଦୀ ପ୍ରବୃତ୍ତି ବିରୁଦ୍ଧରେ ଲୋକମାନଙ୍କୁ ଠିଆ କରି ପାରିବ ।  ଏ ବିଷୟରେ ରାଜନୈତିକ ଦଳଗୁଡିକୁ  ମନେ ରଖିବାକୁ ହେବ ଯେ ଏବେ ସଂଘ ପରିବାର କ୍ଷମତାରେ ଅଛି,ଯଦି ଏହା ୨୦୧୯ରେ କ୍ଷମତାକୁ ଆସିଗଲା ଓ ହିନ୍ଦୁତ୍ୱବାଦୀ ଜାତୀୟତାବଦୀ ଆନ୍ଦୋଳନର  ସମର୍ଥନରେ ଏହା ହୁଏତ ସମ୍ପୂର୍ଣ୍ଣ ହିନ୍ଦୁ ରାଷ୍ଟ୍ର ଗଠନ କରିବାପାଇଁ ଉଦାରବାଦୀ-ରାଜନୈତିକ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଇପାରେ ।

 

 

 

Updated On : 29th May, 2018

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top