ISSN (Print) - 0012-9976 | ISSN (Online) - 2349-8846

ଠିକଣା ଉପାୟର ନିଯୁକ୍ତି

ନିଯୁକ୍ତିର ସଠିକ ତଥ୍ୟ ପ୍ରକ୍ସିରୁ ନୁହେଁ  ବରଂ କେବଳ ବିସ୍ତାରିତ ଓ ନିରନ୍ତର ସର୍ବେକ୍ଷଣରୁ ମିଳିିପାରିବ

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଏବେର ଏକ ଟେଲିଭିଜନ ସାକ୍ଷାତକାରରେ ବିଭାନ୍ତିକର  ଭାବରେ ଦାବୀ କଲେ ଯେ ଗୋଟିଏ ନିରପେକ୍ଷ ସଂସ୍ଥା କହିଛି ଯେ ଦେଶରେ ୧୮ ରୁ ୨୫ ବର୍ଷ ମଧ୍ୟରେ ୭୦ ଲକ୍ଷ ଲୋକଙ୍କର ଏମ୍ପ୍ଳଇଜ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନରେ  ଖାତା ଖୋଲା ଯାଇ ସାରିଛି । ସେ କହିଲେ ଯେ ସେ ଏହି ଅତିରିକ୍ତ ନିଯୁକ୍ତି ସୃଷ୍ଟି ଯେଉଁ ସମୟରେ ହୋଇଛି ସେକଥାକୁ ନଜରରେ ନରଖି କାଳେ ସେ ଏହା କହିଛନ୍ତି । କେବଳ ସେତିକି ନୁହେଁ ମୋଦି ଏକଥା ମଧ୍ୟ ପଚାରିଲେ ଯେ ଏକଥାଟି କ’ଣ ନୂଆ ନିଯୁକ୍ତିକୁ ଦର୍ଶାଉ ନାହିଁ?

ଏବେ ଏକଥା ସ୍ପଷ୍ଟ ହୋଇଯାଇଛି ଯେ ମୋଦି ଯେଉଁ କଥାଟି କହିଛନ୍ତି ତାର ମୂଳ ସୂତ୍ରଟି ହେଉଛି ନୀତି ଆୟୋଗ ପାଖରେ ପହଞ୍ôଚଥିବା ଏକ ଅଧ୍ୟୟନ ରିପୋର୍ଟ । ଯାହାକି ଚଳିତ ଆର୍ଥିକ ବର୍ଷ ଅର୍ଥାତ୍  ୩୧ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ନିଯୁକ୍ତି ସମ୍ବନ୍ଧିତ ହିସାବ ନିକାଶର ସୂଚନା ଦେଇଥାଏ । ଏବେ ସୁଦ୍ଧା ମିଳିଥିବା ଅଧିକାଂଶ ନିଯୁକ୍ତି ସୃଷ୍ଟି ସମ୍ବନ୍ଧୀୟ ଉପଲବ୍ଧ ପ୍ରମାଣ ଏବଂ ତତ୍ସମ୍ବନ୍ଧିତ ବିତ୍ତୀୟ ସଂକେତକ ଗତ ବର୍ଷଠାରୁ ଚଳିତ ବର୍ଷ ଅର୍ଥାତ୍ ୨୦୧୭-୧୮ରେ ନିଯୁକ୍ତି କ୍ଷେତ୍ରରେ ଅଭିବୃଦ୍ଧିର ବିପରୀତ ଦିଗଟିକୁ ଦର୍ଶାଉଛି । 

ଇତି ମଧ୍ୟରେ ନୀତି ଆୟୋଗକୁ ‘ଟୁୱାର୍ଡସ ଏ ପେ ରୋଲ ରିପୋର୍ଟିଙ୍ଗ ଇନ ଇଣ୍ଡିଆ’ ନାମରେ ଏକ ସର୍ବେକ୍ଷଣ ( ଯାହାର ଏକ ସଂକ୍ଷିପ୍ତସାର ଅନଲାଇନରେ ମଧ୍ୟ ଉପଲବ୍ଧ) ରିପୋର୍ଟ ଦିଆଯାଇଛି ଯାହାକି ଛଳନାପୂର୍ଣର୍ ଭାବେ ସରକାରୀ ପ୍ରବୁଦ୍ଧ ମଣ୍ଡଳ ବା ଥିଙ୍କ ଟ୍ୟାଙ୍କ ପକ୍ଷରୁ ଭାରତରେ ଯେପରି ନିଯୁକ୍ତି ହୁଏ ସେଥିରେ  ଏକ ବିରାଟ ପରିବର୍ତ୍ତନକୁ ବଳ ଦେବା ପାଇଁ  କରାଯାଇଛି । ଏହା ପଛରେ ଥିବା ତର୍କ ଯାହାକୁ କି ଶ୍ରମ-ଅର୍ଥନୀତିବିଦ୍ ମାନେ ମଧ୍ୟ ମାନନ୍ତି ସେଇଟି ହେଉଛି ଭାରତରେ ନିଯୁକ୍ତିର ଯେଉଁ ପରିମାପକ ରହିଛି ସେଥିରେ କେତେକ ଦୁର୍ବଳତା ରହିଛି; ଏଥିପାଇଁ ଛୋଟଛୋଟ ନମୂନାର ବ୍ୟବହାର କରାଯିବା, ନିରନ୍ତର ସର୍ବେକ୍ଷଣ ନହେବା ଏବଂ ପଛୁଆ ତଥ୍ୟ ଆଦି ଏହି ଦୁର୍ବଳତାର କେତେକ ଉଦାହରଣ ମାତ୍ର । ବହୁଦିନରୁ ଏହାର ଏକ ବଡ ସର୍ବେକ୍ଷଣ କରାଯିବା ତଥା ବାସ୍ତବିକ ନିର୍ଦ୍ଧାରକର ଉପଯୋଗର ଆବଶ୍ୟକତା ଅନୁଭୂତ ହେଉଛି । ଦି ରିପୋର୍ଟ ଅଫ ଦି ଟାସ୍କଫୋର୍ସ  ଅନ ଇମ୍ପ୍ରୁଭିଙ୍ଗ ଏମ୍ପ୍ଳୟମେଣ୍ଟ ଡାଟା(୨୦୧୭) ଅନୁଯାୟୀ ଅନ୍ୟ ସବୁ ସମ୍ଭାବିତ ଉପାୟଗୁଡିକ ସହିତ ପ୍ରଶାସନିକ ତଥ୍ୟାବଳୀ ବା ଡାଟାସେଟ ଯେପରିକି ଇପିଏଫଓ, ଦି ଏମ୍ପ୍ଳୟିଜ୍ ଷ୍ଟେଟ ଇନ୍ସୁରାନ୍ସ କରପୋରେସନ(ଇସିଆଇସି), ଦି ନ୍ୟାସନାଲ ପେନସନ ସ୍କିମ(ଏନପିଏସ୍), ତଥା ଅନ୍ୟାନ୍ୟ ଏହିପରି ଶ୍ରମ ବଜାରର ତଥ୍ୟ ସଂଗ୍ରହ ପାଇଁ ଥିବା ସ୍କିମର ବ୍ୟବହାର କରାଯାଇପାରିବ । ନିଯୁକ୍ତି ସୃଷ୍ଟିର ଆକଳନ ପାଇଁ ଏହି ଡାଟା ସେଟକୁ ବ୍ୟବହାର କରି ସେମାନେ ଏହି ନିଷ୍କର୍ଷରେ ପହଞ୍ôଚଛନ୍ତି ଯେ ଚଳିତ ଆର୍ଥିକ ବର୍ଷରେ ପ୍ରତି ମାସରେ ଏହି ପେରୋଲରେ ୫.୯ ଲକ୍ଷ ଲୋକ ସାମିଲ ହେବେ । ଏହା ସ୍ପଷ୍ଟ ହୋଇ ସାରିଛି ଯେ ଏହି ଅଧ୍ୟୟନ ସାମାଜିକ ସୁରକ୍ଷା ସ୍କିମରେ ନୂତନ ନିଯୁକ୍ତି ସହ ନୂତନ ପେ ରୋଲ ଆଡକୁ ଇଙ୍ଗିତ କରୁଛି । ଏହି ଅଧ୍ୟୟନରେ ଯେଉଁ ଶ୍ରମିକମାନଙ୍କର ତଥ୍ୟ ଦିଆଯାଇଛି ତାହା ସମସ୍ତ ଶ୍ରମିକମାନଙ୍କର ନୁହେଁ ବରଂ ସବୁ ଶ୍ରମିକଙ୍କର ଗୋଟିଏ ଅଂଶର ତଥ୍ୟାବଳୀ । ତେଣୁ କେବଳ ଗୋଟିଏ ଶ୍ରମିକ ବଜାରର ତଥ୍ୟକୁ ନେଇ ଓ ଅନ୍ୟାନ୍ୟ ସବୁ ଶ୍ରମିକମାନଙ୍କୁ ବାଦ ଦେଇ ନୂଆ ନିଯୁକ୍ତିର ହିସାବ ଦେବା ଅର୍ଥହୀନ । ଏହି ତଥ୍ୟ ଅତିବେଶିରେ ଗୋଟିଏ କଥା କହୁଛି ଯେ ସାମାଜିକ ସୁରଈା ଯୋଜନାରେ ନାମ ପଞ୍ଜିକରଣ କରିଥିବା ଏହି ଶ୍ରମିକମାନଙ୍କର ଏହା ଏକ ଫର୍ମାଲାଇଜେସନ ହୋଇ ପାରେ । ଏହା କେବେହେଲେ ନିଯୁକ୍ତି ସୃଷ୍ଟି ହୋଇ ପାରେନା ।

ଟାସ୍କଫୋର୍ସ ରିପୋର୍ଟରେ ପ୍ରଶାସନିକ ଡାଟାସେଟର କେତେକ ହାନିକାରକ ଦିଗ ସମ୍ବନ୍ଧରେ ମଧ୍ୟ ସୂଚନା ମିଳିଥାଏ । କେତେକ ନିଶ୍ଚିତ ବିଷୟ ଆଧାରିତ ହେବା ଫଳରେ ଏହି ଡାଟା ସେଟ୍ ଗୁଡିକ ମଧ୍ୟ ଦୁର୍ବଳ ଓ ବିଭ୍ରାନ୍ତିକର ତଥ୍ୟ ଦେଉଥିବା ପରି ସମାଲୋଚନାର ଶରବ୍ୟ ହୁଅନ୍ତି । ସରକାରୀ ନୀତିରେ ପରିବର୍ତ୍ତନ ଯୋଗୁଁ ଏହି ଡାଟା ସେଟ ଭିତରକୁ ପୂର୍ବାଗ୍ରହର ପ୍ରବେଶ ଘଟିଯାଏ । ସରକାରଙ୍କ ଇଚ୍ଛାଶକ୍ତି ଓ ପ୍ରବର୍ତ୍ତନ କ୍ଷେତ୍ରରେ ପ୍ରତିବର୍ଷ ପରିବର୍ତ୍ତନ ଦେଖାଯାଇ ପାରେ । ସରକାର ଶ୍ରମିକମାନଙ୍କର ପଞ୍ଜିକରଣକୁ ବଢାଇବାପାଇଁ ଚାପ ପ୍ରୟୋଗ କରିବା ଫଳରେ ନିଯୁକ୍ତିକୁ ଦେଖାଇବାପାଇଁ ବ୍ୟବହାର ହେଉଥିବା ଏହି ଡାଟା ସେଟକୁ ଅଧିକ କରି ଦେଖାଇ ଦିଆଯାଏ । ଏବେ ଇପିଏଫଓ ବେଶ୍ ଉତ୍ସାହୀ ହୋଇ ବିଭିନ୍ନ ସଂସ୍ଥାକୁ ସେମାନଙ୍କ ନିକଟରେ ଠିକାରେ କାମ କରୁଥିବା ଶ୍ରମିକମାନଙ୍କୁ ମଧ୍ୟ ପ୍ରୋଭିଡେଣ୍ଟ ଫଣ୍ଡ ଓ ପେନସନ ସ୍କିମରେ ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇ ସାରିଛନ୍ତି । ଏହା ୨୦୧୭ରେ ହୋଇଥିବା ଏମ୍ପ୍ଲଇଜ ଏନରୋଲମେଣ୍ଟ କ୍ୟାମ୍ପେନ୍ ବାହାରେ ନିଆଯାଇଥିବା ପଦକ୍ଷେପ । ଯେତେବେଳେ ଜଣେ ଅସ୍ଥାୟୀ କର୍ମଚାରୀ ସ୍ଥାୟୀ ହୁଅନ୍ତି ସିଏ ବିନା ନୂତନ ନିଯୁକ୍ତିରେ ପେ ରୋଲରେ ସାମିଲ ହୋଇ ଯାଆନ୍ତି । ତେଣୁ ରିପୋର୍ଟରେ ଚେତାଇ ଦିଆଯାଇଛି ଯେ ପ୍ରଶାସନିକ ଡାଟା ସେଟ୍ରେ ନକଲୀ ବା ଜାଲି ତଥ୍ୟ ପ୍ରବେଶ କରିଯିବାର ବହୁ ଆଶଂକା ରହିଛି କାରଣ ଏଣ୍ଟ୍ରୀ ଗୁଡିକୁ ପୁଣି ଥରେ ନକଲୀ ମୁକ୍ତ କରିବା ପାଇଁ ବା ଧରିବା ପାଇଁ  କୌଣସି ସାଧାରଣ ଚିହ୍ନଟକାରୀ ବ୍ୟବସ୍ଥା ନାହିଁ । ଯଦି ବି ଗୋଟିଏ ଘଟଣାରେ ନକଲୀ ଚିହ୍ନଟ କରାଯାଇ ତାକୁ ରଦ୍ଦ କରାଯିବାପାଇଁ ପ୍ରସ୍ତୁତି ହୋଇଯାଏ ତାହାହେଲେ ସେହି ଘଟଣାରେ ଯେତିକି ଡାଟା ଥିବ ତାହା ମଧ୍ୟ ପ୍ରମାଦମୁକ୍ତ ହୋଇ ନ ଥାଇ ପାରେ ।

ଅର୍ଥନୀତି କ୍ଷେତ୍ରରେ ୨୦୧୬-୧୭ ଓ ୨୦୧୭-୧୮ ବର୍ଷ ଦୁଇଟି ଅସାମାନ୍ୟ ଥିଲା  । ଦୁଇଟି ସୁଦୂର ପ୍ରସାରୀ ପଦକ୍ଷେପ ଯେପରିକି ବିମୁଦ୍ରୀକରଣ ଓ ବସ୍ତୁ ଓ ସେବାକର ବା ଜିଏସଟି ଲାଗୁ କରାଯିବା ଯୋଗୁ ରାଷ୍ଟ୍ର  କେତେକ ଅନୌ÷ପଚାରିକ ଅର୍ଥନୈତିକ କାରବାର ଉପରେ ରୋକ ଲଗାଇଲା । ଯାହାଫଳରେ ଉଦ୍ୟୋଗଗୁଡିକ ତାଙ୍କ ପ୍ରତି କ୍ଷତିକାରକ ଜାଣି ମଧ୍ୟ ସେମାନଙ୍କ ଉପରେ ଅଧିକରୁ ଅଧିକ ରାଷ୍ଟ୍ର ପକ୍ଷରୁ  ଲଦି ଦିଆଯାଇଥିବା  ନିୟମକୁ ମାନିବାକୁ ବାଧ୍ୟ ହେଲେ । ଏହା ଫଳରେ ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ଅଧିକ ଲୋକ ନିଯୁକ୍ତ ହେଲେ ବା ପେ ରୋଲରେ ରହିଲେ ବୋଲି ଦେଖାଇ ଦିଆଯାଇପାରେ କିନ୍ତୁ ବାସ୍ତବରେ ଏହି ଲୋକମାନେ ଅଫରୋଲରେ ହିଁ ରହି ଥାଆନ୍ତି । ଯାହାର ପରିଣାମ ହେଉଛି ନିଯୁକ୍ତି ମାପିବା ପାଇଁ କରାଯାଉଥିବା ସର୍ବେକ୍ଷଣ ପଦ୍ଧତିରେ କେବଳ ଛାୟା ବା ପ୍ରକ୍ସି ପଶି ଥାଆନ୍ତି । 

କୌତୁହଳର କଥା ହେଉଛି ନୀତି ଆୟୋଗକୁ ପ୍ରଦାନ କରାଯାଇଥିବା ଏହି ସର୍ବେକ୍ଷଣର ପ୍ରସ୍ତୁତକାରୀ ଦର୍ଶାଇଛନ୍ତି ଯେ ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ବ୍ୟୁରୋ ଅଫ ଲେବର ଷ୍ଟାଟିଷ୍ଟିକ୍ସ(ବିଏଳଏସ) ରେ ଯେପରି ମାସିକ ଅଣକୃଷି ନିଯୁକ୍ତି ବା ପେରୋଲର ତଥ୍ୟ ଦିଆଯାଇଥାଏ ତାଙ୍କ ପ୍ରଦତ୍ତ ସର୍ବେକ୍ଷଣ ରିପୋର୍ଟ ଠିକ ସେହିପରି ହେବ । କିନ୍ତୁ ଆମେରିକାର ବିଏଲଏସ ଅଣକୃଷି ନିଯୁକ୍ତି ସମ୍ବନ୍ଧୀୟ ତଥ୍ୟ ହାସଲ ପାଇଁ ସେଠାରେ ବହୁ ସଂଖ୍ୟାରେ ହେଉଥିବା ତ୍ୱରିତ ଉଦ୍ୟୋଗ ସର୍ବେକ୍ଷଣ ଓ ପରିବାର ସର୍ବେକ୍ଷଣର ତଥ୍ୟ ଉପରେ ନିର୍ଭର କରିଥାଏ ।  ସେଠାରେ ନମୂନାର ସଂଖ୍ୟା ବହୁତ ଅଧିକ  । ଅଣକୃଷି କର୍ମଚାରୀଙ୍କର ପାଖାପାଖି ଏକ-ତୃତିୟାଂଶର ସର୍ବେକ୍ଷଣ ହୋଇଥାଏ । ଏହି ସର୍ଭେ ଭାରତର ଲେବର ବ୍ୟୁରୋ ଏଣ୍ଟରପ୍ରାଇଜ ସର୍ଭେ ସହିତ ପ୍ରାୟ ସମାନ, କିନ୍ତୁ ସେମାନଙ୍କ ପକ୍ଷରୁ ଏହା ଅଧିକ ବ୍ୟାପକ ଓ ନିୟମିତ ଭାବରେ କରାଯାଇଥାଏ । ସେଠାରେ ତୁରନ୍ତ ସୂଚନା ମିଳିଯିବାର ବ୍ୟବସ୍ଥା ଥାଏ ।   ଦେଶରେ କେତେ ପରିମାଣରେ ନିଯୁକ୍ତି ବୃଦ୍ଧି ହେଲା ତା ପାଇଁ ସୃଷ୍ଟ ପ୍ରଶାସନିକ ଡାଟା ବେଶ ବା ତଥ୍ୟରାଜି କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଦିଗକୁ ଧରି ଆଗାଉ ଥିବାରୁ ଏହା ପରିବାର ବା ଉଦ୍ୟୋଗଗୁଡିକର ତଥ୍ୟରାଜିର ବିକଳ୍ପ ହେବା ସମ୍ଭବ ନୁହେଁ । ନିଯୁକ୍ତି ଅଭିବୃଦ୍ଧିକୁ ମାପିବା ହେଉଛି କେବଳ ଶ୍ରମିକ ବା ଶ୍ରମ ବଜାରର ଗୋଟିଏ ଦିଗକୁ ମାପିବା କଥା । ଶ୍ରମିକମାନଙ୍କର କର୍ମର ଗୁଣ, ସର୍ତ୍ତ ଓ ପରିବେଶର ମଧ୍ୟ ସର୍ବେକ୍ଷଣ ହେବା ଉଚିତ୍ । ବିଶେଷକରି ଆମେରିକାରେ ଯେହେତୁ ଏକ ଔପଚାରିକ ଅର୍ଥନୀତି ରହିଛି ତେଣୁ ସେଠାରେ ବାସ୍ତବ ନିଯୁକ୍ତି ବଜାରର  ପରିମାପକ ମଧ୍ୟ ସର୍ବେକ୍ଷଣ ଆଧାରିତ ହୋଇଥାଏ ।

ଏହି ଦୃଷ୍ଟିରୁ ପ୍ରଶାସନିକ ତଥ୍ୟରାଜୀ ବା ତଥ୍ୟାବଳୀକୁ ନେଇ ଥିବା ଅନୁଭୂତି ଯଦିଓ ଏକାଡେମିକାଲୀ ଉତ୍ସାହପ୍ରଦ, ଓ ହୋଇପାରେ ଯେ ଏହା ସଂଗଠିତ ଶ୍ରମଶକ୍ତିକୁ ମାପିବାରେ ସାହାଯ୍ୟ କରି ପାରେ କିନ୍ତୁ ଏହା ସର୍ବେକ୍ଷଣର ବିକଳ୍ପ ହୋଇ ନପାରେ ।  ଏବେ ରାଷ୍ଟ୍ରୀୟ ନମୂନା ସର୍ବେକ୍ଷଣ ଦଫ୍ତର ଓ ଲେବର ବ୍ୟୁରୋ ଏମ୍ଳୟମେଣ୍ଟ ସର୍ବେକ୍ଷଣର ଇତିହାସ ଉପରେ ଧ୍ୟାନ କେନ୍ଦ୍ରୀତ କରିବାର ସମୟ ଆସିଯାଇଛି । ସମୟ ବଦଳିବା ସହିତ ସେମାନେ ସେମାନଙ୍କ ସର୍ବେକ୍ଷଣକୁ ଭାରତୀୟ ପରିବେଶ ସହିତ ଖାପଖୁଆଇବା ପାଇଁ ପରିବର୍ତ୍ତିତ କରିଛନ୍ତି । ଏହା ଦ୍ୱାରା କଠିନ ଘଟଣାଗୁଡିକୁ ସମଝିବାରେ ଅନେକ ସୁବିଧା ହୋଇଥାଏ । ଏହା ଦ୍ୱାରା ଔପଚାରିକ କ୍ଷେତ୍ରରେ ଥିବା ଅନୌ÷ପଚାରିକତାକୁ ଭଲ ଭାବରେ ବୁଝିବା, ଅନୌ÷ପଚାରିକ କ୍ଷେତ୍ରରେ ଥିବା ବିଭିନ୍ନ ପ୍ରକାରର ନିଯୁକ୍ତି, ନିଯୁକ୍ତି ମିଳିବାର ସମୟ ବା ରୁତୁ ଏବଂ ନିଯୁକ୍ତି ନମିଳିବା ଘଟଣାକୁ ଜାଣିବାପାଇଁ  ସୁଯୋଗ ମିଳିଥାଏ ।

ଏହି ଅଧ୍ୟୟନ ଓ ଏହାର ପ୍ରସାରକୁ ନେଇ ଯେଉଁ ସମସ୍ୟାଟି ଦେଖାଦିଏ ତାହା ହେଉଛି ଏହାର ପୁରା ହିସାବ ବା ପ୍ରଶାସନିକ ତଥ୍ୟାବଳୀ କୌଣସି ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ପବ୍ଳିକ ଡୋମେନରେ ନାହିଁ ।  ଏହି ଅପରୀକ୍ଷିତ ସମୀକ୍ଷା ଓ ନୂତନ ତଥ୍ୟରେ କଷ୍ଟକରି କରାଯାଇଥିବା କୌଣସି ସର୍ବେକ୍ଷଣର ବ୍ୟବସ୍ଥା ନଥିବାରୁ  ଏକଥା ସ୍ପଷ୍ଟ ହୋଇଯାଇଥାଏ ଯେ ଏହାକୁ କେବଳ ରାଜନୈତିକ ଫାଇଦା ହାସଲ ପାଇଁ ଲୋକପ୍ରିୟ କରାଯାଉଛି ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top