ISSN (Print) - 0012-9976 | ISSN (Online) - 2349-8846

ଘୋଷରା ଗୋଲାମୀ

ଶାସକମାନଙ୍କର ନିରବତା ଗଣମାଧ୍ୟମକୁ ନିୟନ୍ତ୍ରଣ କରିବାର ଅନ୍ୟ ଏକ ରୂପ

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଗଣମାଧ୍ୟମର ସ୍ୱାଧୀନ ୱେବସାଇଟ୍ ଦି ହୁଟ୍ରେ ପ୍ରକାଶ ପାଇଥିବା ଇଣ୍ଡିଆ ଫ୍ରିଡମ ରିପୋର୍ଟ ୨୦୧୭ରେ ଯାହା କୁହାଯାଇଛି  ଭାରତରେ ସାମ୍ବାଦିକତାର ପରିବେଶ ଗତବର୍ଷ  ବିପରୀତ ଭାବରେ ବୃଦ୍ଧି ପାଇଥିଲା । ଗୌରୀ ଲଙ୍କେଶଙ୍କ ସହିତ ଦୁଇଜଣ ସାମ୍ବାଦିକଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା ଏବଂ ଜଣଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲା । ଯଦିଓ ମୋଟ ୧୧ ଜଣ ସାମ୍ବାଦିଙ୍କୁ ହତ୍ୟା କରାଯାଇଥିଲା, ସେଥିରୁ ତିନୋଟି ହତ୍ୟାକାଣ୍ଡ ସିଧାସଳଖ ସେମାନଙ୍କ କାର୍ଯ୍ୟ ବା କର୍ତ୍ତବ୍ୟ ସହିତ ଜଡିତ । ଗତବର୍ଷ ୪୬ ଜଣ ସାମ୍ବାଦିକଙ୍କ ଉପରେ ସେମାନେ ସେମାନଙ୍କ କର୍ତ୍ତବ୍ୟ କରୁୁଥିବା ବେଳେ ଆକ୍ରମଣ ହୋଇଥିଲା, ୨୭ଟି ଘଟଣାରେ ସାମ୍ବାଦିକମାନଙ୍କୁ ଅଟକ ରଖାଯାଇଥିଲା ବା ସେମାନଙ୍କୁ ଗିରଫ କରାଯାଇଥିଲା ଅଥବା ସେମାନଙ୍କ ବିରୁଦ୍ଧରେ ମୋକଦମ୍ମା କରାଯାଇଥିଲା ।

ଋିପୋର୍ଟରେ ଗଣମାଧ୍ୟମ ଉପରେ ଲଗାଯାଇଥିବା କଟକଣା ବା ସେନସରସିପ ଓ ଗଣମାଧ୍ୟମକୁ ସହଜରେ କାମ କରିବାକୁ ଦିଆଯିବା ଠାରୁ ମଧ୍ୟ ବିଚ୍ଛିନ୍ନ କରି ରଖା ଯାଇଥିଲା । ଦେଖିବାର କଥା ହେଉଛି ଯେ ଗଣମାଧ୍ୟମରେ ଏହି ହସ୍ତକ୍ଷେପ ସବୁ ଦଳ ପକ୍ଷରୁ କରାଯାଇଥିଲା । ଗୋଆରେ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ମେଣ୍ଟ ସରକାର ପକ୍ଷରୁ କେବଳ କେତେକ ହାତଗଣତି ନିର୍ବାଚିତ ସାମ୍ବାଦିକଙ୍କୁ ପ୍ରେସ ବ୍ରିଫିଙ୍କକୁ ଡକା ଯାଇଥିଲା, କେରଳରେ ସିପିଏମର ମୁଖ୍ୟମନ୍ତ୍ରୀ ବିଜେପିର ପ୍ରତିନିଧି ଓ ତାଙ୍କ ଭିତରେ ହେବାକୁ ଥିବା ବୈଠକରୁ ଗଣମାଧ୍ୟମକୁ ବାହାର କରି ଦେଇଥିଲେ । ରାଜସ୍ଥାନ ସରକାର ବିଚାରପତି ଓ ସରକାରୀ ଅଧିକାରୀମାନଙ୍କର କୌଣସି ଦୁର୍ନୀତି ଅଭିଯୋଗକୁ ଗଣମାଧ୍ୟମରେ ପ୍ରକାଶ କରିବାରୁ ରୋକିବାପାଇଁ ଗୋଟିଏ ଆଇନ ପ୍ରାୟତଃ ପ୍ରସ୍ତୁତ କରି ସାରିଥିଲେ । ଦାର୍ଜିଲିଙ୍ଗରେ ବୈଦ୍ୟୁତିକ ଗଣମାଧ୍ୟମକୁ କହି ଦିଆଯାଇଥିଲା ଯେ ସେମାନେ ଗୋର୍ଖାଲ୍ୟାଣ୍ଡ ଆନ୍ଦୋଳନକୁ ଦେଖାଇବେ ନାହିଁ । କଂଗ୍ରେସ ପାର୍ଟି ମଧ୍ୟ ଏହାକୁ ବିରୋଧ କରୁଥିବା ଚ୍ୟାନେଲମାନଙ୍କୁ ନିଜ ପ୍ରେସ କନଫରେନ୍ସରୁ ଦୂରେଇ ରଖି ପ୍ରେସକୁ ନିୟନ୍ତ୍ରଣ କରିବାର ଖେଳକୁ ମଧ୍ୟ କିଛି କମ ଖେଳିନାହିଁ । ଇତି ମଧ୍ୟରେ ଜାମ୍ମୁ କାଶ୍ମୀରରେ ଗଣମାଧ୍ୟମକୁ କେତେକ ଘଟଣାରୁ ଚିରାଚରିତ ଭାବେ ଅଲଗା ରଖା ଯାଇଛି ଯେପରିକି ଭାରତର ବିଶେଷ ପ୍ରତିନିଧି ଦିନେଶ୍ୱର ଶର୍ମାଙ୍କ  କୁପୱାଡା ଯାତ୍ରା ସହିତ ପ୍ରତି ଅପ୍ରୀତିକର ପରିସ୍ଥିତି ପରେ ଇଣ୍ଟରନେଟକୁ ବନ୍ଦ କରି ଦିଆଯିବା ଆଦି ଏହାର ପ୍ରମାଣ । ବାସ୍ତବ କଥା ହେଉଛି ୨୦୧୭ରେ ଦେଶର ସବୁ ରାଜ୍ୟ ମଧ୍ୟରେ ଜାମ୍ମୁ କାଶ୍ମୀରରେ ବାକ୍ ସ୍ୱାଧୀନତା ଓ ଗଣମାଧ୍ୟମର ସ୍ୱାଧୀନତାର ସ୍ଥିତି ଅତି ଦୟନୀୟ ଅବସ୍ଥାରେ ଥିଲା । ଦେଶରେ ଯେଉଁ ମୋଟ ୭୭ ଦିନ ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଥିଲା ସେଥିରୁ କେବଳ ଜାମ୍ମୁକାଶ୍ମୀରରେ ଏହି ସେବାକୁ ୪୦ ଦିନ ପାଇଁ ବନ୍ଦ ରଖାଯାଇଥିଲା । ଏହା ବ୍ୟତୀତ ଗତ ବର୍ଷ ବହୁ ସାମ୍ବାଦିକଙ୍କୁ ଗିରଫ ମଧ୍ୟ କରାଯାଇଥିଲା ଓ ସେମାନଙ୍କୁ ଡରା ଧମକା ଯାଇଥିଲା । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ଭାରତରେ ଗଣମାଧ୍ୟମ “ପ୍ରେସ ସ୍ୱାଧୀନତା” ଉତ୍ସବ ମନେଇବା ଭଳି ଏକ ଉତ୍ସାହପୂର୍ଣର୍ ସ୍ଥିତିରେ ଆଦୌ ନାହିଁ ।

ଯେତେବେଳେ ସାମ୍ବାଦିକମାନଙ୍କର ହତ୍ୟା, ସେମାନଙ୍କ  ଉପରେ ଆକ୍ରମଣ, ଅଟକ, ଜେଲ ଏବଂ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସେମାନଙ୍କ ଉପରେ କଟକଣା ଲଗାଯିବାକୁ ଗଣମାଧ୍ୟମର ସ୍ୱାଧୀନତା ଉପରେ ଆକ୍ରମଣ ବୋଲି ମନେ କରାଯାଉଛି ସେହି ସମୟରେ ଯେଉଁ କଥାଟି ଗଣମାଧ୍ୟମ ଉପରେ ଆକ୍ରମଣ ବୋଲି ବିଚାର କରାଯାଇ ପାରୁନାହିଁ ତାହା ହେଉଛି ବିଭିନ୍ନ ସରକାରୀ ତଥ୍ୟ ଓ ସରକାରୀ ଦପ୍ତରରେ ବସିଥିବା ଲୋକମାନଙ୍କୁ ଭେଟିବାରୁ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ବାରଣ କରିବା ଯାହାକି ଗୋଟିଏ ଗଣତାନ୍ତ୍ରୀକ ରାଷ୍ଟ୍ରରେ ଗଣମାଧ୍ୟମକୁ ସହଜ ଓ ଅବାଧରେ  କାର୍ଯ୍ୟକରିବାକୁ ଦେବାରୁ ବଞ୍ôଚତ କରାଯିବାର ଅନ୍ୟ ଏକ ରୂପ ମାତ୍ର ପାଲଟିଛି । ଯଦିଓ ଅଶା କରାଯାଏ ଯେ ଭାରତୀୟ ଗଣମାଧ୍ୟମ ଚତୁର୍ଥ ସ୍ତମ୍ଭର ଭୂମିକା ତୁଲାଇବ ତଥାପି ଏହି କ୍ଷେତ୍ରରେ ଏହାର ରେକର୍ଡ ଅତୀତରେ ଅସ୍ଥିର ରହିଥିଲା । ଡେରିରେ ହେଉ ପଛେ ପ୍ରଶ୍ନ କରିବା ଉପରେ ଲାଗି ଯାଉଥିବା ପ୍ରଶ୍ନଚିହ୍ନ ଓ ଗୋଟିଏ ମତ ଉପରେ ଆଉ ଗୋଟିଏ  ତଥା ବିକଳ୍ପ ମତର ପ୍ରାଧାନ୍ୟ ଏବେ ବିଶେଷାଧିକାର ପାଇବାରେ ଲାଗିଛି । ଯାହା ଫଳରେ ନିରବରେ ଏବଂ ଧୀରେ ଧୀରେ ସୂଚନାକୁ ନିୟନ୍ତ୍ରଣ କରିବା ପାଇଁ ଚାଲିଥିବା ଅଭ୍ୟାସ ଗତ ତିନି ବର୍ଷ ମଧ୍ୟରେ କାହାରି ଦୃଷ୍ଟିକୁ ଆସି ପାରି ନାହିଁ । କହିବା ବାହୁଲ୍ୟ ଯେ ସବୁ ସରକାର ସେମାନଙ୍କର ରାଜନୈତିକ ରଙ୍ଗ ଯାହା ହେଉନା କାହିଁକି ସମସ୍ତେ ଗଣମାଧ୍ୟମକୁ ତଥ୍ୟ ପାଖରେ ପହଞ୍ôଚବାରୁ ରୋକିବା ପାଇଁ ଉଦ୍ୟମ କରନ୍ତି ଆଉ ତା ଯଦି ନପାରନ୍ତି ତେବେ ଏଥିରେ ହେରଫେର କରିବାର ଉଦ୍ୟମ କରିଥାଆନ୍ତି । କିନ୍ତୁ ଏବେ ଯେପରି ସୂଚନା ଉପରେ କେନ୍ଦ୍ର ସରକାର ପକ୍ଷରୁ କଠୋର  ନିୟନ୍ତ୍ରଣର ବ୍ୟବସ୍ଥା କରାଯାଉଛି ଓ ଯେପରି ଅମଲାତନ୍ତ୍ରୀମାନେ ସାମ୍ବାଦିକମାନଙ୍କ ସହିତ ଖୋଲାଖୋଲି ମିଳାମିଶା ବା କଥାବାର୍ତ୍ତା କରିବାକୁ ଭୟ କରୁଛନ୍ତି ତାହା ପୂର୍ବରୁ କ୍ୱଚିତ ଘଟିଥିଲା । ଯେଉଁମାନେ କ୍ଷମତାରେ ଥାଆନ୍ତି ସେମାନେ ସାଧାରଣତଃ ପ୍ରଧାନମନ୍ତ୍ରୀଙ୍କର ଯାହା ମତ ବୋଲି ବିଶ୍ୱାସ କରାଯାଏ ତାହାକୁ ହିଁ ସମର୍ଥନ କରିଥାଆନ୍ତି । ସରକାର ଭିତରେ କୌଣସି ଖୋଲା ବିତର୍କର ସୁଯୋଗ ନ ଥାଏ, ସରକାର ଭିତରେ ଯେଉଁ ଖୋଲାମତ ପ୍ରକାଶ କରିବାର ଲୋକ ଥାଆନ୍ତି  ସେମାନେ କଥା କହିବାକୁ ଭୟ କରିଥାଆନ୍ତି । ଯାହା ଫଳରେ ଅନୁସନ୍ଧାନଧର୍ମୀ ସାମ୍ବାଦିକମାନଙ୍କୁ ଗୁରୁତ୍ୱପୂର୍ଣର୍ ବିଷୟଗୁଡିକ ଉପରେ ଅନୁସନ୍ଧାନ କରିବାର କୌଣସି ସୁଯୋଗ ମିଳି ନ ଥାଏ । ଯେତେବେଳେ ସେମାନେ ଏହା କରନ୍ତି ସେମାନଙ୍କୁ ବିରୋଧୀ ଦଳ ସହିତ ସାମିଲ ହୋଇ ଯାଇଛନ୍ତି ବୋଲି କୁହାଯାଏ ।

ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବାର ସାଢେ ତିନି ବର୍ଷ ମଧ୍ୟରେ ସେ ଥରେ ହେଲେ କେବେବି ସାମ୍ବାଦିକ ସମ୍ମିଳନୀ ଡାକି ନାହାନ୍ତି । ସେ କେବଳ ମନ କି ବାତ୍ ପରି ନିଜ କଥା କହିବାର କାର୍ଯ୍ୟକ୍ରମରେ କୁହନ୍ତି ବା ତାଙ୍କ ସମର୍ଥକ ଟିଭି ଚ୍ୟାନେଲ ଗୁଡିକୁ ସାକ୍ଷାତକାର ଦେଇଥାଆନ୍ତି । କେବଳ ସେହି ସାମ୍ବାଦିକ ବା ଗଣମାଧ୍ୟମ ଗୁଡିକ ମୋଦିଙ୍କ ସାକ୍ଷାତକାର ନେବାର ସୁଯୋଗ ପାଆନ୍ତି ଯେଇଁମାନେ ତାଙ୍କ ସରକାରଙ୍କ କଥାକୁ ସମର୍ଥନ କରୁ ଥାଆନ୍ତି । ଯାହାକି ମୋଦି ଗତ ୨୦ ଏବଂ ୨୧ ଜାନୁଆରୀରେ ଜି ନିଉଜ ଓ ଟାଇମ୍ସ ନାଓକୁ ଦେଇଥିବା ସାକ୍ଷାତକାରରେ ଦେଖିବାକୁ ମିଳିଲା । କେହି ହୁଏତ ଯୁକ୍ତି କରି ପାରନ୍ତି ଯେ ଜଣେ ରାଷ୍ଟ୍ରମୁଖ୍ୟଙ୍କୁ ସରକାରରେ ରହିବାପାଇଁ ସାମ୍ବାଦିକ ସମ୍ମିଳନୀ କରିବା ବା ସାମ୍ବାଦିଙ୍କ ପ୍ରଶ୍ନର ଉତ୍ତର ଦେବା ବାଧ୍ୟତାମୂଳକ ନୁହେଁ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରି ନ ପାରିବା ଫଳରେ ସାମ୍ବାଦିକଟିଏ ପ୍ରଧାନମନ୍ତ୍ରୀ ବା ରାଷ୍ଟ୍ରପତିଙ୍କ ଘୋଷଣାରୁ ସେ  ବିଷୟରେ ଯାହା ଭାବେ ବା ଯାହା ଅନୁଭବ କରେ ତାହା ଲେଖେ । ଏବେ ଆମେରିକାର ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପଙ୍କ କ୍ଷେତ୍ରରେ ସୋସିଆଲ ମେଡିଆରେ ହୋଇଥିବା ବିସ୍ମୟବୋଧକ ଘଟଣା ଏହାର ଏକ ଉଦାହରଣ ମଧ୍ୟ ହୋଇପାରେ । ଟ୍ରମ୍ପ ତାଙ୍କ ବିରୁଦ୍ଧରେ ଲେଖା ଯାଉଥିବା ସମସ୍ତ ଖବରକୁ ମିଛ ଖବର କହି ଦେବାରେ ଲାଗିଛନ୍ତି କିନ୍ତୁ ହ୍ୱାଇଟ ହାଉସର ନିୟମିତ ସାସମ୍ବାଦିକ ସମ୍ମିଳନୀ ବା ପ୍ରେସ ବ୍ରିଫିଙ୍ଗ ବନ୍ଦ ହୋଇନାହିଁ । ଏଥିରେ ଟେଲିଭିଜନ ମାଧ୍ୟମରେ ଯେଉଁ ପ୍ରଶ୍ନୋତ୍ତର  ଦେଖାଯାଉଛି ତାହାକୁ ସମସ୍ତେ ଦେଖି ଓ ଶୁଣି ପାରୁଛନ୍ତି । କିନ୍ତୁ ଭାରତରେ ଏପରି କାର୍ଯ୍ୟକ୍ରମ ଦେଖିବାକୁ ମିଳୁନାହିଁ । କେବଳ ବଜେଟ ପୂର୍ବରୁ ବା ସରକାରର କୌଣସି ବଡ ନୀତି ଘୋଷଣା କରାଯିବାପରେ ସେହି ବିଷୟରେ ଯାହା କିଛି ଆଲୋଚନା ଦେଖିବାକୁ, ଶୁଣିବାକୁ ବା ପଢିବାକୁ ମିଳିଥାଏ ।

ଭାରତରେ ପ୍ରେସ ସ୍ୱାଧୀନତା ସିଧାସଳଖ ଭାବେ ପ୍ରେସ କନଫରେନ୍ସ ବା ବ୍ରୀଫିଙ୍ଗ ଭଳି ବୈଧ ରାସ୍ତାଗୁଡିକ ସହିତ ଜଡିତ । ଯେତେବେଳେ କାର୍ଯ୍ୟପାଳିକା ଏକଥା ମାନିବାକୁ ମନା କରିଦିଏ ଯେ ନୀତିଗତ ମାମଲାରେ ପ୍ରେସର କଡା ପ୍ରଶ୍ନମାନ ପଚାରିବା ଉଚିତ୍ ନୁହେଁ ବା ସରକାରୀ ନୀତିଗୁଡିକର କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ରହିଯାଉଥିବା ଦୁର୍ବଳତା ପ୍ରତି ନଜର ଦେବା ଉଚିତ୍ ନୁହେଁ ସେତେବେଳେ ସାମ୍ବାଦିକମାନଙ୍କ ନିକଟରେ ଏହି ପ୍ରେସ କନଫରେନ୍ସ ବା ପ୍ରେସ ବ୍ରୀଫିଙ୍ଗ ବ୍ୟତୀତ ଆଉ କିଛି ବ୍ୟବସ୍ଥା ରହିଯାଏ ନାହିଁ । କେବଳ ଏକ ଫ୍ରୀ ପ୍ରେସ ହିଁ ଏହା କରିପାରିବ । ଆଜିକାଲି କଡା ପ୍ରଶ୍ନ ପଚାରିବାକୁ କେବଳ ବିରୋଧୀ ମନୋଭାବ ଓ ଅନାବଶ୍ୟକ ବୋଲି ବିଚାର କରାଯାଉ ନାହିଁ ବରଂ ଏହାକୁ ବେଇମାନୀ ବା ଦେଶଦ୍ରୋହ ଭାବରେ ଦେଖାଯାଉଛି । ଅନ୍ୟ ପକ୍ଷରେ ଏବେ ଯେଭଳି ଟିଭି ସାକ୍ଷାତକାରମାନଙ୍କରେ ଦେଖିବାକୁ ମିଳୁଛି ସେଥିରେ ଏକ ବୋଲକରା ଗଣମାଧ୍ୟମ ଜଣେ ବ୍ୟକ୍ତିକୁ ମହିମାମଣ୍ଡିତ କରିବା ସହିତ ସାମ୍ବାଦିକତାକୁ ଏକ ଥଟ୍ଟାମଜାର ବିଷୟ ସ୍ତରକୁ ନେଇ ଆସୁଛି ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top