ISSN (Print) - 0012-9976 | ISSN (Online) - 2349-8846

ଯେତେବେଳେ ତେଲ ନିଆଁ ଜାଳୁଛି

ବିଶ୍ୱ ତୈଳ ଦରଠାରୁ ସରକାରଙ୍କ ବିକୃତିକରଣ ନୀତି  ଯୋଗୁଁ ଉପଭୋକ୍ତାମାନଙ୍କୁ ତୈଳ ପାଇଁ ଅଧିକ ଦାମ ଦେବାକୁ ହେଉଛି ।

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ସମ୍ପ୍ରତି ଦେଶରେ ତୈଳଦର ଯେପରି ବୃଦ୍ଧି ଘଟିବାରେ ଲାଗିଛି ସେଥିରେ  ସାମ୍ପ୍ରତିକ ସରକାରର ଏହି ସମସ୍ୟା ପ୍ରତି ଥିବା ଦାୟିତ୍ୱହୀନ ଚିନ୍ତାଧାରା  ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଉଛି । ବିରୋଧୀଦଳ ମାନଙ୍କର ଦେଶବ୍ୟାପୀ ପ୍ରତିବାଦ ଆନ୍ଦୋଳନକୁ ଦେଖି କେନ୍ଦ୍ର ସରକାର ତୈଳଦର ବୃଦ୍ଧି ପାଇଁ ରାଜ୍ୟ ସରକାରମାନଙ୍କ ଉପରକୁ ଦୋଷ ଠେଲି ଦେଉଛନ୍ତି  ।    ରାଜସ୍ଥାନ ଏବଂ ଆନ୍ଧ୍ରପ୍ରଦେଶ ଯେଉଁମାନେ କି ତୈଳ ଦର ଲିଟର ପିଛା ଯଥାକ୍ରମେ ୨ ଟଙ୍କା ୫୦ ପଇସା ଓ ୨ ଟଙ୍କା କମ କରିଛନ୍ତି ସେହି ଦୁଇ ରାଜ୍ୟଙ୍କୁ  ବାଦ ଦେଇ ଅନ୍ୟ କୌଣସି ରାଜ୍ୟ ଏଥିପ୍ରତି କର୍ଣ୍ଣପାତ କରି ନାହାନ୍ତି । ତା ସତ୍ତେ୍ୱ ମଧ୍ୟ ରାଜଧାନୀରେ ପେଟ୍ରୋଲ ଦର ଲିଟର ପିଛା ୮୧ରୁ ୮୩ ଟଙ୍କା ଓ ୮୫ ରୁ ୮୭ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ଲିଟର ପିଛା ୯୦ ଟଙ୍କା ରହିଛି ଯେଉଁ ରାଜ୍ୟକି ତୈଳରେ ସବୁଠାରୁ ଅଧିକ ଭାଟ ଆଦାୟ କରୁଛନ୍ତି ।

୨୦୧୦ ଓ ୨୦୧୪ରେ ତୈଳ ଦର ଉପରୁ ନିୟନ୍ତ୍ରଣ ଉଠାଯିବାର ଫାଇଦା ଗ୍ରାହକମାନଙ୍କୁ ମିଳି ପାରିଥାଆନ୍ତା ଯଦି ଯେତେବେଳେ ଆନ୍ତର୍ଜାତିକ ବଜାରରେ ତୈଳ ଦର କମିଲା ସେତେବେଳେ ଭାରତରେ ତୈଳ ଦର କମି ଥାଆନ୍ତା । କାରଣ ଏହି ବ୍ୟବସ୍ଥାରେ ଯେତେବେଳେ ଅନ୍ତରାଷ୍ଟ୍ରୀୟ ବଜାରରେ ତୈଳ ଦର ବୃଦ୍ଧି ଘଟିଥାଏ ସେତେବେଳେ ଗ୍ରାହକଙ୍କୁ ତାର ବୋଝ ଉଠାଇବାକୁ ପଡିଥାଏ । କିନ୍ତୁ ବାସ୍ତବତା ଟିକେ ଅଲଗା । ଏହାର ଭିତିରି ହିସାବଟି ହେଉଛି ତୈଳର ବିକ୍ରୀ ଦରର ୫୦ ପ୍ରତିଶତ ଏକ୍ସାଇଜ ଶୁଳ୍କ ଓ ଭ୍ୟାଟ ଆକାରରେ ଏବଂ ଡିଲର କମିଶନ ତୈଳର ବିକ୍ରୀ ଦରର ୯ ପ୍ରତିଶତ ଟାଣି ନିଆଯିବା ପରେ ଗ୍ରାହକ ଲିଟରେ  ପେଟ୍ରୋଲ /ଡିଜେଲ ପାଇଁ  ଦାମ ଯେତିକି ଦେବା କଥା ତାର ଦୁଇଗୁଣା ଦେବାକୁ ବାଧ୍ୟ ହେଉଛି । ଯେତେବେଳେ ଅଶେଧିତ ତେଲ ଦର ବଢିଯାଏ (୨୦୧୪ ପରଠାରୁ ଏବେ ରେକର୍ଡ ସ୍ତରରେ ପହଞ୍ଚ ବ୍ୟାରେଲ ପିଛା ୮୦ ଡଲାର ହୋଇଛି)  ସରକାରଙ୍କ ବଢନ୍ତା ଟ୍ୟାକ୍ସ ଗ୍ରାହକକୁ ତୈଳଖର୍ଚ୍ଚ ପାଇଁ ନାକରେ କନ୍ଦାଇଥାଏ । ଅଥଚ ଯେତେବେଳେ ତୈଳଦର କମିଯାଏ ସେତେବେଳେ ତୈଳ ଦର କମେ ନାହିଁ ତେଣୁ  ଗ୍ରାହକକୁ ତାର ଫାଇଦା ମିଳେ ନାହିଁ । ଉଦାହରଣ ସ୍ୱରୂପ ଦିନେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ଦାମ ନଭେମ୍ବର ୨୦୧୪ ରୁ ଜାନୁଆରୀ ୨୦୧୬ ମଧ୍ୟରେ ବ୍ୟାରେଲ ପିଛା ୬୦ ଡଲାର ମଧ୍ୟ ହୋଇ ଯାଇଥିଲା । ହେଲେ ସେଥିର ତୈଳ ଉପଭୋକ୍ତାଙ୍କୁ କିଛି ଫାଇଦା ମିଳିଲା ନାହିଁ । କେନ୍ଦ୍ର ସରକାର ଏକ୍ସାଇଜ ଶୁଳ୍କକୁ ଏହା ଭିତରେ ୯ ଥର ବଢାଇ ଦେଇ ସାରିଲେଣି । ଯାହା ଫଳରେ ଏକ୍ସାଇଜ ଡ୍ୟୁଟୀ ସାଧାରଣ ପେଟ୍ରୋଲରେ ଲିଟର ପିଛା ୧୫୦ ପ୍ରତିଶତ ବା ୧୯ ଟଙ୍କା ୪୮ ପଇସା ବଢି ସାରିଛି ଓ ହାଇସ୍ପିଡ ଡିଜେଲରେ ୩୩୦ % ବା ୧୫ ଟଙ୍କା ୫୩ ପଇସା ବୃଦ୍ଧି ପାଇଛି । ଏହା ଫଳରେ କେନ୍ଦ୍ର ସରକାରଙ୍କର ୨୦୧୬-୧୭ରେ  ରାଜସ୍ୱ ୨,୪୨,୦୦୦ କୋଟି ଟଙ୍କା ଅଧିକ ହୋଇଛି ଯାହାକି ୨୦୧୪-୧୫ରେ ୯୯୦୦୦ କୋଟି ଟଙ୍କା ଥିଲା ।

 ଆସନ୍ତା ବର୍ଷ ୨୦୧୯ରେ ହେବାକୁ ଥିବା ନିର୍ବାଚନ ପରିପ୍ରେକ୍ଷୀରେ ଦେଖିଲେ ଏହା ଆଶା କରାଯାଇ ନ ପାରେ ଯେ କେନ୍ଦ୍ର ସରକାର ଏହି ସହଜରେ ମିଳି ଯାଉଥିବା ଅର୍ଥକୁ କେବେ ହେଲେ ହାତଛଡା କରିବାକୁ ଚାହିଁବେ । ଗୋଟିଏ ପକ୍ଷରେ ଟଙ୍କାର ମୂଲ୍ୟ କମି ଯାଉଥିବାରୁ ସରକାରଙ୍କର ତୈଳ ବିଲ ବଢି ବଢି ଯାଉଛି, ଅନ୍ୟ ପକ୍ଷରେ ଏବେ ସୁଦ୍ଧା ଜିଏସଟି ଉପରେ କାମ ଚାଲିଥିବାରୁ ଦେଶର କର ବ୍ୟବସ୍ଥା ଏ ଯାବତ୍ ସଠିକ ରୂପ ନେଇ ପାରି ନାହିଁ । ଏପରି ଅବସ୍ଥାରେ କର/ଶୁଳ୍କ କମାଇବାର ସବୁଠାରୁ ବଡ ସମସ୍ୟାଟି ହେବ ଯେ ଏହା ଦ୍ୱାରା ଦେଶର କେତେକ ସାମାଜିକ କଲ୍ୟାଣକାରୀ  କାର୍ଯ୍ୟ ବାଧାପ୍ରାପ୍ତ ହେବ । ବିଜେପି ଶାସିତ ଅନେକ ରାଜ୍ୟ ଯେଉଁମାନେ କି ଲୋକପ୍ରିୟତା ସାଉଣ୍ଟିବା ପାଇଁ କୃଷିରୁଣ ଛାଡ କରି ସାରିଛନ୍ତି, ସେମାନେ ଅଧିକ ଗୁଡିଏ ଭାଟ ଛାଡି ପାରିବା ସମ୍ଭବ ନୁହେଁ କାରଣ ସେପରି କରିବା ଦ୍ୱାରା ସେମାନଙ୍କୁ ଅନ୍ୟ ଖର୍ଚ୍ଚରେ କାଟ କରିବାକୁ ହେବ ।

ରାଜ୍ୟ ସରକାରମାନେ ମତଦାତାମାନଙ୍କ ଭୟରେ ତୈଳ ଦର ବଢାଇବାକୁ ଡରି ଥାଆନ୍ତି । ନିର୍ବାଚନ ପୂର୍ବରୁ ପେଟ୍ରୋଲ ପମ୍ପରେ ଭୋଟରଙ୍କ କ୍ରେଧରୁ ବଞ୍ôଚବା ପାଇଁ ଦୈନିକ ଦିଆଯାଉଥିବା ଦାମକୁ ଫ୍ରିଜିଙ୍ଗ କରି ଦିଆଯାଏ ଯେପରିକି କର୍ଣ୍ଣାଟକରେ ଅପ୍ରେଲ/ମଇ ୨୦୧୮ରେ କରାଯାଇଥିଲା । କିନ୍ତୁ ଏହି ରଣନୀତି ପୁରୁଣା ହୋଇ ଗଲାଣି । ସମ୍ପ୍ରତି ଯେପରି ପେଟ୍ରୋଲ ଦାମ ବଢିବାରେ ଲାଗିଛି ଏହା ଭବିଷ୍ୟତରେ ମଧ୍ୟ କାମରେ ଲାଗି ନପାରେ ।  ବିପରୀତ ଭାବରେ ଏହା ଅନେକ କଥାର ଖୁଲାସା କରି ଦେଇଛି । ଏବେ ପ୍ରଶ୍ନ ଉଠୁଛି ଯେ ଏ ଦେଶରେ ଦୈନିକ ପେଟ୍ରୋଲ ଓ ଡିଜେଲର ଦାମ ସ୍ଥିର କରାଯାଏ କିପରି? ଚଳିତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାୟର କରି ଜନୈକ ବ୍ୟକ୍ତି ଜାଣିବାକୁ ଚାହିଁଥିଲେ ଯେ ଏ ଦେଶରେ ତୈଳଦର ବଢାଯିବା ପଛର ଯୁକ୍ତିଟି କ’ଣ?  ତୈଳଦରକୁ ନେଇ ସୃଷ୍ଟି ହେଉଥିବା ସନ୍ଦେହକୁ ନେଇ ଜଣେ ଚିନ୍ତାକରିବାକୁ ବାଧ୍ୟ ହେବ ଯେ କର୍ଣ୍ଣାଟକ ନିର୍ବାଚନ ଚାଲିଥିବା ବେଳେ କମ୍ପାନୀମାନେ ଯେଉଁ ତୈଳକ୍ଷେତ୍ରରେ ୫୦୦ କୋଟିର କ୍ଷତି ହେଲା ବୋଲି କହିଲେ ତାହା କିପରି ହିସାବ କରାଗଲା? ନିର୍ବାଚନ ପରେ ଯେପରି ପେଟ୍ରୋଲ ଦାମ ସ୍ଥିର କରାଗଲା ତାହା କିପରି କରାଗଲା?

ଭାରତରେ ତୈଳ(ଅଶୋଧିତ ତୈଳକୁ ବାଦ ଦେଇ)  ଦର ଏପରି  ସ୍ଥିର କରାଯାଏ ସେଥିରୁ ଲାଗେ ଯେପରି ଯେଉଁ ତୈଳ ଉପଭୋକ୍ତାଙ୍କୁ ଦିଆ ଯାଉଛି ତାହା ସିଧା ବିଦେଶରୁ ଆମଦାନୀ କରାଯାଉଥିବାରୁ ଏପରି ଦାମ କରାଯାଉଛି । ପ୍ରକୃତ କଥା ହେଉଛି ଯଦିଓ ଭାରତ ଏକ ତୈଳ ରପ୍ତାନୀକାରୀ ଦେଶ ନୁହେଁ, ତଥାପି ୨୦୧୭-୧୮ରେ ଏହା ଯେତିକି(୨୩୮୫୮ ନିୟୁତ ) ଟଙ୍କା ମୂଲ୍ୟର ତୈଳ ରପ୍ତାନୀ କରିଥିଲା ତାହା ଆମଦାନୀ (୭୪୪ ନିୟୁତ ଟଙ୍କା)ର ୩୨ ଗୁଣ ଥିଲା  । କିନ୍ତୁ ରିଫାଇନାରୀ ଗେଟ ପ୍ରାଇସ,ତୈଳ ଉତ୍ପାଦନକାରୀ/ ଶୋଧନକାରୀ କମ୍ପାନୀମାନଙ୍କର ଲାଭ/କ୍ଷତି, ସମସ୍ତେ କେବଳ ଇନ୍ଧନର ଆମଦାନୀର ହିସାବକୁ ଗୁରୁତ୍ୱ ଦେଉଛନ୍ତି । ଏହାର ଅର୍ଥ ହେଉଛି ଯେତେବେଳେ ଆନ୍ତଜାତିକ ବଜାରରେ ଅଶୋଧିତ ତୈଳଦରରେ ବୃଦ୍ଧି ଘଟେ ସେତେବେଳେ ଭାରତରେ ଥିବା ତୈଳ କମ୍ପାନୀ ମାନେ ଆକାଶ ଛିଡି ପଡିଲା ପରି ବ୍ୟବହାର କରିଥାଆନ୍ତି । ଉପଭୋକ୍ତା କେବଳ ଅଧିକ ଅର୍ଥ ଗଣିବାରେ ରହିଯାଏ  । ଲାଗେ ଭାରତ ଅଶୋଧିତ ତୈଳ ଆମଦାନୀ ନକରି ଯଦି ପରିଶୋଧିତ ବା ରେଡି ଟୁ ୟୁଜ ତେଲ ଆମଦାନୀ କରୁ ଥାଆନ୍ତା ତାହାହେଲେ ହୁଏତ ଗ୍ରାହକଙ୍କୁ ଏତିକି ଦାମ ଦେବାକୁ ପଡୁଥାଆନ୍ତା । ତେଣୁ ଦେଶର ଯେଉଁ କ୍ଷତି ହେଉଛି ବୋଲି କୁହାଯାଏ ତାହା ବାସ୍ତବ କ୍ଷତିର ଏକ ଅତିଶୟୋକ୍ତି ବ୍ୟତୀତ ଆଉ କିଛି ନୁହେଁ ।

ଏ ଦେଶରେ ତୈଳ ଦର ବୃଦ୍ଧି ବିଷୟଟି ଏକ ଅର୍ଥନୈତିକ ବିଷୟ ନହୋଇ ଅଧିକନ୍ତୁ ଏକ ରାଜନୈତିକ ବିଷୟ ହୋଇଥାଏ । ଏନଡିଏ ସରକାର ଯିଏକି ୨୦୧୪ରେ ପେଟ୍ରୋଲ ଦରକୁ ସରକାରୀ ନିୟନ୍ତ୍ରଣ ବାହାରକୁ ନେଇ ଏକ ବାସ୍ତବ ବ୍ୟବସାୟୀକ ଆଭିମୁଖ୍ୟ ପ୍ରଦର୍ଶନ କରିଥିଲେ ଏବେ ତୈଳ କମ୍ପାନୀମାନଙ୍କ ଲାଭ ଉପରେ ଉପରେ ଅବିଶ୍ୱସନୀୟ ଭାବରେ କର ଲଗାଇବାରେ ଲାଗିଛନ୍ତି । ଏହା କେବଳ ଆଗାମୀ ନିର୍ବାଚନରେ ନିଜର ଆର୍ଥିକ ଗଣିତକୁ ଠିକ ରଖିବା ପାଇଁ କରାଯାଉଛି । ଯଦିଓ ଏ ଯାବତ୍ ଜଣା ପଡିନାହିଁ ଯେ ଏପରି ଏକ ସୀମା ଧାର୍ଯ୍ୟ କରିବା ପାଇଁ ସରକାର ଏ ହିସାବଟି କେଉଁଠୁ ଆଣିଲେ କିନ୍ତୁ ବ୍ୟାରେଲ ପିଛା ୭୦ ଡଲାର ଉପରେ ଯେତେ ଲାଭ ହେବ ତା ଉପରେ ସରକାର କର ଲଗାଇବେ । ଏହାଦ୍ୱାରା ପେଟେ୍ାଲିୟମ ଉଦ୍ୟୋଗ ମଧ୍ୟରେ ଏକ ଅସନ୍ତୋଷ ଦେଖା ଯାଉଛି ଯେ ସରକାରଙ୍କ ସହିତ ରାଜସ୍ୱର ଅଂଶୀଦାର ହେବା ପାଇଁ ଏକ ରାଜିନାମା କରାଯାଇଥିଲେ ମଧ୍ୟ  ମୁନାଫା ଉପରେ କର ଲଗାଇବା ଘଟଣା ଉଦ୍ୟୋଗର ମନୋବଳକୁ ଭାଙ୍ଗି ଦେବ । ଯାହାଫଳରେ ଏହି ଉଦ୍ୟୋଗରେ ଉଭୟ ତୈଳ ଅନ୍ୱେଷଣ ପାଇଁ ଦେଶୀୟ ଓ ବିଦେଶୀ ପୁଞ୍ଜିନିବେଶ ବାଧାପ୍ରାପ୍ତ ହେବ । ଏହି ତୈଳଦରର ଝାମେଲା ଭିତରେ ଭାରତର ଅବସ୍ଥା ଠିକ ସେହି ପେଲିକାନ ପକ୍ଷୀଟିର ଅବସ୍ଥା ପରି ହୋଇ ଯାଇଛି ଯିଏ କି ଉପସାଗରୀୟ ତୈଳ ଲିକ ସମୟରେ ସମୁଦ୍ରରେ ଭାସୁଥିବା ତୈଳରେ ପଡି କେବଳ ମରଣାନ୍ତକ କଷ୍ଟ ପାଉଥିଲା ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top