ISSN (Print) - 0012-9976 | ISSN (Online) - 2349-8846

ସହରୀ ନକ୍ସାଲ କାହାକୁ କହନ୍ତି?

Bernard D’Mello is editorial consultant at EPW, and the author of India after Naxalbari: Unfinished History (2018).

ବଣ୍ଣାଡ ଡି ମେଲୋ ତାଙ୍କ ପୂର୍ବତନ ସହକର୍ମୀ ‘ସହରୀ ନକ୍ସଲ’ଗୌତମ ନବଲଖାଙ୍କ ବିଷୟରେ ଯାହା କହନ୍ତି. . . .

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ସରକାର ଏବଂ ହିନ୍ଦୁତ୍ୱବାଦୀ ‘ଜାତୀୟତାବାଦୀ’ ଆନ୍ଦୋଳନର ସାଂସ୍କୃତିକ ନୈଷ୍ଠିକତା ପାଇଁ ଚାଲିଥିବା ଆସୁରିକ ଉଦ୍ୟମର ଏବେ କୌଣସି ସୀମା ନାହିଁ । ସବୁଠାରୁ ସାଂଘାତିକ କଥାଟି ହେଉଛି ଜାତୀୟତାବାଦୀ ଆନ୍ଦୋଳନ ନାଆଁରେ ସମସ୍ତ ପଦକ୍ଷେପକୁ  ବିଜେପିର ସମର୍ଥନ, ରାଷ୍ଟ୍ର ଆତଙ୍କବାଦର ଉପଯୋଗରେ  ଶତୃ ମାନଙ୍କ ଉପରେ ଆକ୍ରମଣ ଯୋଜନା ସହିତ ଗତ ଜୁନରୁ ଅଗଷ୍ଟ ୨୦୧୮ ମଧ୍ୟରେ ସହରୀ ନକ୍ସଲ ନାଁଆରେ କିଛି ଲୋକଙ୍କୁ ପରିଚିତ କରାଇବାର ଯୋଜନା କରାଯାଇଛି । ନହେଲେ ଅଧିକାଂଶ ସମୟରେ ମୁସଲମାନ, ସାମରିକ ଶକ୍ତିଙ୍କ ଦ୍ୱାରା ଦବିକରି ରହିଥିବା ଜାତୀୟତାବାଦୀ ଏବଂ ମାଓବାଦୀମାନଙ୍କୁ ଏହି ଶକ୍ତି ଲକ୍ଷ୍ୟ ବନାଇଥାଆନ୍ତି । ସରକାରଙ୍କ ଶ୍ରେଣୀ ବିଭାଗରେ ସହରୀ ନକ୍ସଲ ହେଉଛନ୍ତି ଓକିଲ, ଅଧିକାରପାଇଁ ଲଢାଇ କରୁଥିବା ଶକ୍ତି, କବି, ଲେଖକ, ସାମ୍ବାଦିକ, ପ୍ରଫେସର ଯେଉଁମାନଙ୍କୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାଓବାଦୀ)ର ସକ୍ରିୟ ସଦସ୍ୟ ଭାବରେ ଗଣନା କରାଯାଇଥାଏ ।

ଗତ ଅଗଷ୍ଟ ମାସରେ ଗିରଫ ହୋଇଥିବା ପାଞ୍ଚ ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ ଅନ୍ୟାନ୍ୟ ଅପରାଧିକ ଆଇନ ବ୍ୟତୀତ ବେଆଇନ କାର୍ଯ୍ୟକଳାପ (ନିରୋଧ) ଆଇନ ବା ଅନଲଫୁଲ ଆକ୍ଟିଭିଟିଜ (ପ୍ରିଭେନସନ) ଆକ୍ଟରବିଭିନ୍ନ ଦଫା ଲଗାଯାଇଛି ।  ଏମାନଙ୍କ ସହିତ ଆଉ କେତେଜଣ ଯେଉଁମାନଙ୍କୁ ସରକାର ହଇରାଣ କରିବାକୁ ଚାହିଁଛନ୍ତି ସେମାନଙ୍କ ଘର ଓ ଅଫିସ ଉପରେ ଚଢାଉ କରାଯାଇଛି । ସେମାନଙ୍କୁ ହଇରାଣ କରିବାର ମତଲବ ସେତିକିବେଳେ ସ୍ପଷ୍ଟ ହୋଇଗଲା ଯେତେବେଳେ କେତେକ ସରକାର ସହଯୋଗୀ ପ୍ରାଇମ ଟିଭି ଚ୍ୟାନେଲରେ ଏହି ଲୋକମାନଙ୍କ ବିରୁଦ୍ଧରେ ବିଭିନ୍ନ ମନଗଢା ଅଭିଯୋଗ ସବୁ ଦେଖିବାକୁ ମିଳିଲା  । ଯାହା ଫଳରେ କେତେକଙ୍କୁ ସର୍ବସାଧାରଣରେ ଦେଶଦ୍ରୋହୀ, ଦେଶର ଗୁପ୍ତଶତୃ, ଭାରତୀୟ ଗଣତନ୍ତ୍ର ପ୍ରତି ଭୟଙ୍କର ବିପଦ ସହିତ ସିପିଆଇ(ମାଓବାଦୀ)ଙ୍କୁ ସମର୍ଥନ କରୁଥିବା ଆଦି କଥା କହି ଦଣ୍ଡ ଦିଆଗଲା ।    

 ଏହି ଧରି ନିଆଯାଇଥିବା ଜାତୀୟତାର ଗୁପ୍ତଶତୃ ଏବଂ ଗଣତନ୍ତ୍ର ପ୍ରତି ଗଭୀର ବିପଦ  ମାନଙ୍କ ଭିତରେ ଇକନମିକ ଆଣ୍ଡ ପଲିଟିକାଲ ଉଇକ୍ଲି(ଇପିଡବ୍ଲ୍ୟୁ)ର ବିଶିଷ୍ଟ ସାମ୍ବାଦିକ ଗୌତମ ନବଲଖା ଅଛନ୍ତି । ନବଲଖା ଇପିଡବ୍ଲ୍ୟୁରେ ୧୯୮୦ ମସିହାର ପ୍ରାରମ୍ଭରେ  ଯୋଗ ଦେଇ ରଂଜନ ଦେଶାଇ, ଏମ ଏସ ପ୍ରଭାକର, କ୍ରିଷ୍ଣା ରାଜଙ୍କ ପରି ମୁଁ ଜାଣିଥିବା ସବୁଠୁ ଭଲ ସାମ୍ବାଦିକମାନଙ୍କ ସହିତ କାମ କରୁଥିଲେ । ପରେ ୧୯୮୦ରେ ଯେତେବେଳେ ସିଏ ରହିବାପାଇଁ ଦିଲ୍ଲୀକୁ ଆସିଲେ ସେ ଇପିଡବ୍ଲ୍ୟୁ ପାଇଁ କାମ କରି ଚାଲିଲେ ଏବଂ ସମ୍ପାଦକୀୟ ପରାମର୍ଶଦାତା ହେଲେ ।୨୦୦୬ ପର୍ଯ୍ୟନ୍ତ ସେ ସେହି ପଦରେ ରହିଥିଲେ । ୨୦୦୬ ମସିହାରେ ସେ ଇପିଡବ୍ଲ୍ୟୁର ତତକାଳୀନ ସମ୍ପାଦକ ସି ରାମମନୋହର ରେଡ୍ଡୀଙ୍କୁ ନିଜ ପଦରୁ ମୁକ୍ତ ହେବାପାଁଇ ଲେଖିଥିଲେ କାରଣ ସେ ପିପୁଲ୍ସ ୟୁନିଅନ ଅଫ ଡେମୋକ୍ରାଟିକ୍ ରାଇଟ୍ସରେ ସାମିଲ ହୋଇ ବିଭିନ୍ନ ଅଧିକାର ପାଇଁ ଲଢାଇ କରୁଥିବା ଲୋକଙ୍କ ସହିତ ମିଶି କାମ କରିବାକୁ ବାହାରିଥିଲେ । ଏହା ସହିତ ସେ ଇପିଡବ୍ଲ୍ୟୁରେ ମଧ୍ୟ ଲେଖୁଥିଲେ ।

ନବଲେଖାଙ୍କ ଲେଖାରେ ୧୯୯୦ର ପ୍ରାରମ୍ଭ ଓ ପରେ ପରେ  ଏକ  ପରିବର୍ତ୍ତନ ଆସିଲା ଯେତେବେଳେ ସିଏ ଜାମ୍ମୁ କାଶ୍ମୀର କୋଆଲିସନ ଅଫ ସିଭିଲ ସୋସାଇଟୀ ସହିତ ସାମିଲ ହୋଇ ଏହାର ଅନୁସନ୍ଧାନକାରୀ ଟିମ, ବିଭିନ୍ନ ଅଭିଯାନ ଏବଂ ଏହାର ବିଭିନ୍ନ ରିପୋର୍ଟ ଲେଖା ଆଦିରେ ସାମିଲ ହେଲେ ।

ସତ୍ୟ ପ୍ରତି ଅତିମାତ୍ରାରେ ସତ୍ୟନିଷ୍ଠ ଥିବା ନବଲଖା ଇପିଡବ୍ଲ୍ୟୁ ପୃଷ୍ଠାରେ କାଶ୍ମୀରର ବିଭିନ୍ନ ସ୍ଥାନରେ ଥିବା ସାମୁହିକ ଅଥଚ ଅଜଣା କବର ସ୍ଥଳ ଗୁଡିକର ପର୍ଦ୍ଦାଫାଶ କରାଇ କାଶ୍ମୀରରେ ଭାରତୀୟ ରାଷ୍ଟ୍ରର ମାନବାଧିକାର ହନନର ପ୍ରକୃତ ଚିତ୍ରକୁ ଲୋକଙ୍କ ସମ୍ମୁଖରେ ରଖିଥିଲେ । ତାଙ୍କ ଲେଖାରେ କାଶ୍ମୀରୀମାନଙ୍କୁ ବଳପୂର୍ବକ ହଜାଇ ଦିଆଯିବା, ପରେ ସେମାନଙ୍କ ମିଛ ଏନକାଉଁଟର କରି ମାରି ଦିଆଯିବା, ସୈନ୍ୟବାହିନୀ, ଅର୍ଦ୍ଧସାମରିକ ବାହିନୀ ଓ ପୋଲିସକୁ ସମସ୍ତ ଆଇନର ଉଦ୍ଧ୍ୱର୍ରେ ରଖାଯିବା ପରି ବହୁ କଥାର ତଥ୍ୟଭିତ୍ତିକ ପର୍ଦ୍ଦାଫାଶ ହେଲା ।

ଭାରତୀୟ ଗଣତନ୍ତ୍ରର ଯେଉଁ ମିଛ ଗୁଡିକୁ ନବଲଖା ନିଜ ଲେଖାରେ ପର୍ଦ୍ଦାଫାଶ କରାଉଥିଲେ ସେ ସବୁ କାଶ୍ମୀରର ମାନବାଧିକାର ହନନକୁ ନେଇ ଲେଖା ଯାଉଥିଲା ।  ଜଣକୁ ସାମ୍ବାଦିକ ହେବାକୁ ହେଲେ ନିର୍ଭୟ ଓ ଦୃଢ ହେବାକୁ ହେବ ବିଶେଷକରି ଯେତେବେଳେ ଗଣମାଧ୍ୟମ ନିରପେକ୍ଷତା ଭୁଲି ସରକାରଙ୍କ ପକ୍ଷ ନେବା ଆରମ୍ଭ କରିଦିିଏ ସେତେବେଳେ ଜଣେ ପ୍ରକୃତ ସାମ୍ବାଦିକର ଦାୟିତ୍ୱ ବଢିଯାଏ । ଯେଉଁମାନେ ହିଂସାର ଶିକାର ହୋଇ ଥାଆନ୍ତି ସେମାନଙ୍କୁ ହିଁ ହିଂସାପାଇଁ ଦାୟୀ ବୋଲି କୁହାଯାଇଥାଏ ଏବଂ କ୍ରୋଧିତ ନେତାମାନେ ତୁମକୁ ଶୁଣିବାପାଇଁ ପ୍ରସ୍ତୁତ ନଥାନ୍ତି । ଏପରିକି ସଂସଦରେ ଥିବା କେତେକ ବାମପନ୍ଥୀ ନେତା ମଧ୍ୟ ନବଲଖାଙ୍କୁ ଭ୍ରାନ୍ତ ଓ ଭୁଲ ରାସ୍ତାେରେ ଯାଉଥିବା ସାମ୍ବାଦିକ ବୋଲି କହୁଥିଲେ । ତା ସତ୍ତେ୍ୱ ସେ ତାଙ୍କ ତଥ୍ୟ ଓ ବିବେକକୁ ନେଇ ଦୃଢ ଭାବରେ ଠିଆ ହୋଇଥିଲେ ଓ ଭାରତୀୟ ରାଷ୍ଟ୍ରକୁ ଭାରତ ଶାସିତ କାଶ୍ମୀରରେ ଅନ୍ତରୀଣ ଉପନିବେଶବାଦୀ କାର୍ଯ୍ୟକ୍ରମ ବିଷୟରେ ଚେତାଇ ଚାଲିଥିଲେ ।

 ଜଣେ ମାର୍କ୍ସବାଦୀ-ସମାଜବାଦୀ ହେବାକୁ ହେଲେ ତାଙ୍କୁ ସବୁ ପ୍ରକାରର ଦମନ, ତାହା ସାମ୍ପ୍ରଦାୟିକ ହେଉ, ଜାତୀୟତାକୁ ନେଇ ହେଉ, ଜାତି, ଶ୍ରେଣୀ,ସମ୍ପ୍ରଦାୟ ,ରଙ୍ଗ ବା ଲିଙ୍ଗଭେଦକୁ ନେଇ ହେଉ ବିରୋଧରେ ଠିଆ ହେବାକୁ ହେବ । ଏହା ହିଁ ମାର୍କ୍ସବାଦୀ ସମାଜବାର ମୂଳକଥା । ମାର୍କ୍ସବାଦ ହେଉଛି ଦଳିତ, ସର୍ବହରା, ସେମି-ପ୍ରୋଲିଟରିଏଟ ଓ ସର୍ବୋପରି ଗରିବ, କୃଷକମାନଙ୍କର ଦର୍ଶନ । ମାର୍କ୍ସବାଦ ଏକ କ୍ଷମତାର ଦର୍ଶନ ନୁହେଁ, ଏହା ହେଉଛି ସମତାର ଦର୍ଶନ ଯାହାକୁ ନବଲଖା ପୂର୍ଣର୍ ଭାବରେ ଆପଣେଇ ନେଇ ସାରିଥିଲେ । ତାଙ୍କର ସାମ୍ବାଦିକତା, ଅଧିକାର ପାଇଁ ଲଢାଇ  ଏବଂ ଅନୁସନ୍ଧାନ କାର୍ଯ୍ୟ ତାଙ୍କୁ ମାଓବାଦୀଙ୍କ ପ୍ରମୁଖ କେନ୍ଦ୍ର ଦକ୍ଷିଣ ଛତିଶଗଡ ଅଞ୍ଚଳକୁ ଟାଣି ନେଇଥିଲା । ଯେଉଁଠାରେ ଭାରତୀୟ ରାଷ୍ଟ୍ର ୨୦୦୯ ମସିହାରୁ ଅପରେସନ ଗ୍ରୀନ ହଣ୍ଟ ନାମରେ  ଏକ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରିଛି ।

ଏଠାରେ ନବଲଖାଙ୍କ ଅବସ୍ଥା ଠିକ ସେଇଆ ହୋଇଗଲା ଯାହାକି ୧୯୩୦ରେ ଚାଇନାରେ ଆମେରିକୀୟ ସାମ୍ବାଦିକ ଏଡଗାର ସ୍ନୋଙ୍କର ହୋଇଥିଲା । ୧୯୩୮ରେ ସ୍ନୋ ପ୍ରକାଶ କରିଥିବା ରେଡ ଷ୍ଟାର ଓଭର ଚାଇନା ଏକ ଅବିସ୍ମରଣୀୟ ଲେଖା ଭାବରେ ଆଜି ମଧ୍ୟ ଲୋକଙ୍କ ସ୍ମୃତିରେ ରହିଛି । ସେ ଯେତେବେଳେ ଲାଲ କରିଡରରେ ପ୍ରବେଶ କରିଥିଲେ ଚାଇନିଜ ପିପୁଲ୍ସ ଲିବରେସନ ଆର୍ମି, ଦି କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନାର ନେତାମାନଙ୍କ କାରବାର, ମୋନଙ୍କର ନୀତି ଓ କାର୍ଯ୍ୟକ୍ରମ  ବିଷୟରେ ଯାହା ଦେଖିଥିଲେ ତାହାକୁ ଅବିକଳ ପ୍ରକାଶ କରିଥିଲେ । ନବଲଖାଙ୍କର ୨୦୧୨ରେ ପ୍ରକାଶିତ ପୁସ୍ତକ ଡେଜ ଆଣ୍ଡ ନାଇଟ୍ସ ଇନ ଦି ହାର୍ଟଲ୍ୟାଣ୍ଡ ଅଫ ରେବେଲିୟନ ପୁସ୍ତକରେ ସେ ଦକ୍ଷିଣ ଛତିଶଗଡକୁ ଏକ ମାଓବାଦୀ ଗରିଲା ଘାଟୀ ହିସାବରେ ଯେପରି ଦେଖିଛନ୍ତି ସେ ବିଷୟରେ ପ୍ରକାଶ କରିଛନ୍ତି । ଏବେ ସେଠାରେ ଚାଲିଥିବା ଶୀତଳ ଯୁଦ୍ଧକୁ ଲକ୍ଷ୍ୟକରି ନବଲଖା କହିଛନ୍ତି ଯେ ଭାରତୀୟ ରାଷ୍ଟ୍ର ବ୍ୟବସ୍ଥା ଓ ସିପିଆଇ(ମାଓବାଦୀ)ଙ୍କ ମଧ୍ୟରେ ଜେନେଭା ସମ୍ମେଳନ ୧୯୪୯ର ଧାରା ୩ ଓ ୧୯୭୭ର ପ୍ରୋଟୋକଲ ୨ରେ ଅଣ-ଅନ୍ତରାଷ୍ଟ୍ରୀୟ ସଶସ୍ତ୍ର ସଂଘର୍ଷ ବିଷୟରେ ଯାହା କୁହାଯାଇଛି ତାକୁ ମାନିନେବା ଉଚିତ୍ ।

ତାହାହେଲେ ସହରୀ ନକ୍ସଲ କ’ଣ? ନବଲଖାଙ୍କର ଲେଖାକୁ ମୁଣ୍ଡରେ ରଖି ମୁଁ ନକ୍ସଲଙ୍କୁ ଏହିପରି ବର୍ଣ୍ଣନା କରିବାକୁ ଚାହିଁବି ଯେ ସେହି ହେଉଛନ୍ତି ନକ୍ସଲ ଯିଏ ଭାରତର ଅଧିକାଂଶ ଲୋକ ଖାଲି ପେଟରେ ବା ଅଧାପେଟ ଖାଇ ଶୋଉଥିବା, ଶରୀର ଢାଙ୍କିବା ପାଇଁ କପଡା ପାଉ ନ ଥିବା, ରହିବା ପାଇଁ ଖଣ୍ଡେ ବାସଗୃହ ପାଉ ନଥିବା, ଉପଯୁକ୍ତ ଶିକ୍ଷା ପାଇ ପାରୁ ନଥିବା, ଉତ୍ତମ ସ୍ୱାସ୍ଥ୍ୟସେବା ପାଉ ନ ଥିବା କଥା ସହିତ ଏକଥା ମଧ୍ୟ ବୁଝି ପାରୁଥିବେ ଯେ ଭାରତର ଦମନ ଓ ଶୋଷଣମୂଳକ ବ୍ୟବସ୍ଥାରୁ ଏହା ଘଟୁଛି ତାକୁ ଦେଖି ଜାଣି ସେ ଚୁପ ରହି ପାରିବେନି । ସେ ବୁଝି ପାରୁଥିବେ ଯେ ଲୋକେ ଏକ ସାମାଜିକ ପରିବର୍ତ୍ତନ ପାଇଁ ଚିକ୍ରାର କରି ଚାଲିଛନ୍ତି । ମୋର ଧାରଣା ହେଉଛି ଏହି ଅବସ୍ଥାରେ ବହୁଲୋକଙ୍କୁ  ନକ୍ସଲ କହି ହେବ, ସେମାନେ ସହରୀ ହୋଇ ପାରନ୍ତି ବା ଗ୍ରାମୀଣ ହୋଇ ପାରନ୍ତି, ଯେମିତି କି ମୁଁ ଓ ନବଲଖା । ଏଥିପାଇଁ ଜଣକୁ ସିପିଆଇ(ମାଓବାଦୀ) ପାର୍ଟିର ସମର୍ଥକ ହେବାର ଆବଶ୍ୟକତା ନାହିଁ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top