ISSN (Print) - 0012-9976 | ISSN (Online) - 2349-8846

ବିଫଳ ବିମୁଦ୍ରୀକରଣର ପର୍ଦ୍ଦାଫାଶ

ସମ୍ପ୍ରତି ଆରବିଆଇ ପକ୍ଷରୁ ବ୍ୟାଙ୍କକୁ ଫେରିଥିବା କେତେକ ନିର୍ଦ୍ଦିଷ୍ଟ ବ୍ୟାଙ୍କ ନୋଟର ହିସାବ ଅନେକ ଗୁପ୍ତ ତଥ୍ୟକୁ ଉଜାଗର କରି ଦେଇଛି ।

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ପକ୍ଷରୁ ୨୦୧୭-୧୮ରେ ଦିଆଯାଇଥିବା ବାର୍ଷିକ ରିପୋର୍ଟରେ କୁହାଯାଇଛି ଯେ ୯୯.୩ %  ନିର୍ଦ୍ଦିଷ୍ଟ ବା ସ୍ପେଶିଫାଏଡ ବ୍ୟାଙ୍କ ନୋଟ ବା ଏସଏନବି ବା ଅଚଳ ବ୍ୟାଙ୍କ ନୋଟ ପୁଣିଥରେ ବ୍ୟାଙ୍କକୁ ଫେରି ଆସି ସାରିଛି । ଏହା ପ୍ରମାଣ କରି ଦେଇଛି ଯେ କେନ୍ଦ୍ର ସରକାର ଯେଉଁ କାଳ୍ପନିକ ପ୍ରଚାର କରୁଥିଲେ ଯେ କଳା ଟଙ୍କାକୁ ବାହାର କରିବା ପାଇଁ ସେ ବିମୁଦ୍ରୀକରଣକୁ ଚାଲୁ କରିଛନ୍ତି ତାହା ସମ୍ପୂର୍ଣର୍ ଭୁଲ । ଏହା ବ୍ୟାଙ୍କକୁ ଫେରିଥିବା ନୀର୍ଦ୍ଦିଷ୍ଟ ବ୍ୟାଙ୍କ ନୋଟ ବା (ଅଚଳି ନୋଟ)ଉପରେ ତଥ୍ୟ ଦିଆଯିବାରେ ଏହା କିଛି ପ୍ରଥମ ଘଟଣା ନୁହେଁ । ଡିସେମ୍ବର ୨୦୧୬ରେ ଯେତେବେଳେ ଆରବିଆଇ ପକ୍ଷରୁ ପ୍ରକାଶ କରାଗଲା ଯେ ମୋଟ ୧୫.୪୨ ଶତପରାର୍ଦ୍ଧ ବା ଟ୍ରିଲିୟନ ଟଙ୍କାର ଅଚଳି ନୋଟ ମଧ୍ୟରୁ ୧୨.୪୪ ଟ୍ରିଲିଅନ ନୋଟ ବା ଏସଏନବି ବ୍ୟାଙ୍କ ଗୁଡିକୁ ଫେରି ଆସିଛି ସେତେବେଳେ କେନ୍ଦ୍ର ସରକାର ଏହାକୁ ବିଶ୍ୱାସ ନକରି କହିଲେ ଯେ ଆରବିଆଇ ଅଯଥାରେ ବଢେଇ କରି କହୁଛି । କାରଣ କେନ୍ଦ୍ର ସରକାରଙ୍କର ନିଜସ୍ୱ ଭବିଷ୍ୟବାଣୀ ଥିଲା ଯେ ଦେଶର ଅର୍ଥ ବ୍ୟବସ୍ଥାରେ ୩ ରୁ ୫ ଟ୍ରିଲିଅନ ଟଙ୍କା କଳା ଟଙ୍କା ଆକାରରେ ଲୁଚିକରି ଅଛି ।

ସମାନ ଭାବରେ ଆରବିଆଇ ମଧ୍ୟ ଏହାର କାର୍ଯ୍ୟଦକ୍ଷତାକୁ ନେଇ ଏକ ଅଶ୍ୱସ୍ତିକର ସ୍ଥିତିରେ ପହଞ୍ôଚଥିଲା । ଗୋଟିଏ ବର୍ଷ ପୂର୍ବରୁ ଆରବିଆଇ ଏହାର ବାର୍ଷିକ ରିପୋର୍ଟରେ ପ୍ରକାଶ କରିôତଲା ଯେ ୩୦ ଜୁନ ୨୦୧୭ ପର୍ଯ୍ୟନ୍ତ ଆରବିଆଇର ହିସାବ ଅନୁଯାୟୀ  ଯେତିକି ଅଚଳି ନୋଟ ବ୍ୟାଙ୍କଗୁଡିକୁ ଆସିଥିଲା ତାର ପରିଣାମ ୧୫.୨୮ ଟ୍ରିଲିଅନ ଟଙ୍କା ହେବ ।  ଏବେ ସରକାର ଏବଂ ଜନସାଧାରଣଙ୍କୁ ଖୁସି କରିବା ପାଇଁ ଆରବିଆଇ କହୁଛି ଯେ ଅଚଳ ନୋଟ ବା ଏସଏନବିର ଯେଉଁ ବିରାଟ ପାହାଡ ତାର ପ୍ରକ୍ରିୟା କରଣ ତଥା ସତ୍ୟାପନ(ଯାଞ୍ଚ) କାର୍ଯ୍ୟ ସଫଳତାର ସହ ପୁରା କରାଯାଇ ପାରିଛି ।  କିନ୍ତୁ ଏହି କାର୍ଯ୍ୟଟି ବିମୁଦ୍ରୀକରଣର ଦୁଇ ବର୍ଷ ପରେ ହୋଇଛି ବୋଲି ଆରବିଆଇ ମାନିଛି । ଅଥଚ  ଯେତିକି ଅଚଳି ନୋଟ ବ୍ୟାଙ୍କଗୁଡିକୁ ଆସିବ ବୋଲି ସ୍ଥିର କରାଯାଇଥିଲା ତା’ଠାରୁ କେତେ ଅଧିକ ନୋଟ ବ୍ୟାଙ୍କକୁ ଆସି ପାରିଛି? ଉତ୍ତର ହେଉଛି ମାତ୍ର ୨% । କାରଣ ବର୍ଷକ ତଳେ କୁହାଯାଇଥିଲା ଯେ ଅଚଳି ନୋଟର ପରିମାଣ ୧୫.୨୮ ଟ୍ରିଲିଅନ ଟଙ୍କା ହେବ କିନ୍ତୁ  ଏହା ୧୫.୩୧ ଟ୍ରିଲିଅନ ହୋଇଛି । ତା ହେଲେ କେତେ ବଡ ନୋଟ ବ୍ୟାଙ୍କକୁ ଫେରି ନାହିଁ ? ଉତ୍ତର ହେଉଛି ମାତ୍ର ୧୧ ଟ୍ରିଲିଅନ ଟଙ୍କା ବା ୭% ।

ତେଣୁ ଯେତେ ଅଶ୍ୱସ୍ତିକର ସ୍ଥିତି ଦେଇ ଗତି କଲେ ମଧ୍ୟ ଏ ମାମଲାରେ ସରକାରଙ୍କ ନିୟନ୍ତ୍ରଣ ପୁରା ଶିଥିଳ ହୋଇ ଯାଇଛି । ଏହା ଭିତରେ ଆରବିଆଇର ଅଶ୍ୱସ୍ତି ଆଉ ଗୋଟିଏ ବଡ କାରଣରୁ ବଢି ଯାଇଛି । ସାରା ବିମୁଦ୍ରୀକରଣ ପ୍ରକ୍ରିୟାଟି ଏକ ନିହାତି ଅଗଣତାନ୍ତ୍ରିକ ଢଙ୍ଗରେ ବରିଷ୍ଠ ବିଶେଷଜ୍ଞମାନଙ୍କର ପରାମର୍ଶକୁ ଅବଜ୍ଞା କରି କରାଯାଇଛି । ଆରବିଆଇର ପୁର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି ଯେ ସେ ବର୍ଷକ ତଳୁ ଏପରି ଏକ ଦୁସାହସିକ ପ୍ରସ୍ତାବ ପାଇଁ ନିଜର ଅସମ୍ମତି ଜଣାଇ ସାରିଥିଲେ । କେବଳ ରଘୁରାମ ନୁହନ୍ତି ତାଙ୍କ ପୂର୍ବର ଅନ୍ୟ ବହୁ ଗଭର୍ଣ୍ଣର ମଧ୍ୟ ଏପରି ପଦକ୍ଷେପକୁ ‘ନାଁ’ କହି ସାରିଥିଲେ । ଆରବିଆଇ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରୁ ଜଣା ପଡି ସାରିଥିଲା ଯେ କଳାଧନ ରଖୁଥିବା ଲୋକମାନେ ସେମାନଙ୍କର କଳାଧନର ୯୦ ଭାଗକୁ ଟଙ୍କା ଆକାରରେ ନ ରଖି ବିଭିନ୍ନ ସମ୍ପତ୍ତି ଆକାରରେ ରଖିଥାଆନ୍ତି । ଇତିହାସକୁ ଦେଖିଲେ ଅତୀତରେ ମଧ୍ୟ ରିଜର୍ଭ ବ୍ୟାଙ୍କ ସେହି କାରଣରୁ ବିଭିନ୍ନ ସରକାରଙ୍କ ପକ୍ଷରୁ ବିମୁଦ୍ରୀକରଣ ପାଇଁ ସୃଷ୍ଟି କରାଯାଇଥିବା ଚାପକୁ ଏଡାଇ ଯାଇ ଆସିଛନ୍ତି । ଏବେ ଯାହା ଘଟିଲା ତାହା ବର୍ତ୍ତମାନର ସରକାରର ଆସକ୍ତି ଓ ଅଜ୍ଞତା କାରଣରୁ ଘଟିଛି ।

 ବିମୁଦ୍ରୀକରଣ ପ୍ରକ୍ରିୟା ଯେଉଁ ବଡ ( ୫୦୦ ଓ ୧୦୦୦ ଟଙ୍କିଆ) ନୋଟକୁ ଲକ୍ଷ୍ୟରେ ରଖି କରାଗଲା ସେଗୁଡିକ ଦେଶର ମୋଟ ନୋଟର ମାତ୍ର ୦.୬ ପ୍ରତିଶତ ଅଟେ । ଏବେ କୁହାଯାଉଛି ଯେ ୮୬ % ଟଙ୍କାର ବିମୁଦ୍ରୀକରଣ ହୋଇଛି । ଏଥିରୁ ବିଭିନ୍ନ ଲୋକଙ୍କ ଘରେ କେତେ ଟଙ୍କା ରଖାଯାଇଥିଲା ଓ ଦେଶର ଅର୍ଥନୈତିକ ଢାଞ୍ଚାରେ କେତେ ଟଙ୍କା ରହିଥିଲା ତାହାକୁ ବୌଦ୍ଧିକ ଭାବେ ଆଲୋଚନା କରିବାର ଆବଶ୍ୟକତା ରହିଛି । ୨୦୧୭ରେ ଯେତେବେଳେ ବିମୁଦ୍ରୀକରଣ କରାଗଲା ସେତେବେଳେ ପ୍ରଚଳିତ ନୋଟରୁ ୨୦ % ଜବରଦସ୍ତ ଭାବରେ ଖସି ଯାଇଥିଲା । ଯା ଫଳରେ ଗତବର୍ଷର ପ୍ରଚଳିତ ମୁଦ୍ରା ନୋଟ ଓ ଜିଡିପିର ଅନୁପାତ ମଧ୍ୟ ଗତବର୍ଷର ୧୨.୨ ପ୍ରତିଶତରୁ ଖସି ୮.୮ ପ୍ରତିଶତକୁ ଚାଲି ଆସିଥିଲା । କିନ୍ତୁ ଆରବିଆଇ ପକ୍ଷରୁ କୁହାଯାଇଥିଲା ଯେ ଏହି ସ୍ତରରେ ଭାରତର ଅର୍ଥନୀତି ବିଶ୍ୱର ଅନ୍ୟ ବିକଶିତ ଓ ପରିଦୃଷ୍ଟ ଅର୍ଥନୀତି  ତୁଳନାରେ ଭଲ ରହିଛି । କିନ୍ତୁ ବିପରୀତ ଦୃଷ୍ଟିରୁ ଦେଖିଲେ ଅଭିଜ୍ଞତାରୁ ମିଳିଥିବା ତଥ୍ୟ ଅନୁଯାୟୀ ଦେଶର ମୌଦ୍ରିକ  ପ୍ରବଣତା ବିଶ୍ୱର ଉଭୟ କ୍ରମବର୍ଦ୍ଧିଷ୍ଣୁ ଓ ବିକଶିତ ଅର୍ଥନୀତିଠାରୁ ବହୁ ଅଧିକ ରହିଛି । କାରଣ ଭାରତୀୟ ଅର୍ଥନୀତିରେ ଅଣସଂଙ୍ଗଠିତ ଉଦ୍ୟୋଗ  ଓ ପାରିବାରିକ ଅନୌପଚାରିକ କ୍ଷେତ୍ରର ପ୍ରାଧାନ୍ୟ ଥାଏ ।

ଷଷ୍ଠ ଅର୍ଥନୈତିକ ଗଣନା (୨୦୧୩) ଅନୁଯାୟୀ ୪୫୪ ଲକ୍ଷ ଅଣ-କୃଷି ପ୍ରତିଷ୍ଠାନଗୁଡିକ ମଧ୍ୟରୁ ୯୨% ବେସରକାରୀ ଅଣଅନ୍ତର୍ଭୁକ୍ତ ସ୍ୱତ୍ୱାଧିକାରୀ ଏବଂ ଭାଗିଦାରୀ ବା ଅନ୍ୟାନ୍ୟ ଛୋଟ ୟୁନିଟ୍ ହୋଇଥାଏ । ସେହିପରି ସମସ୍ତ ଶ୍ରମଶକ୍ତି ମଧ୍ୟରୁ ୯୨ % ହେଉଛନ୍ତି ଅନୌ÷ପଚାରିକ ପ୍ରକାରର । ଏପରି ଏକ ପରିବେଶରେ ଏବଂ ଲେସ କ୍ୟସ ସମାଜକୁ ପରିବର୍ତ୍ତନର ଚାପରେ ମୁଦ୍ରାର ପ୍ରଚଳନ ୨୦୧୭-୧୮ରେ ୩୭ ପ୍ରତିଶତ ବଢି ଗଲା । ଏବଂ ମୁଦ୍ରା ବନାମ ଜିଡିପିର ଅନୁପାତ ୨୦୧୬-୧୭ରେ ଥିôବା ୮.୮ %ରୁ ୨୦୧୭-୧୮ରେ ୧୦.୯ % ହୋଇଗଲା । ଭାରତର ଅର୍ଥନୈତିକ ଢାଞ୍ଚାରେ ଏହି ନମନୀୟତା ଅଙ୍ଗାଙ୍ଗୀ ଭାବେ ଜଡିତ । ଏହା ଭିତରେ ଆରବିଆଇ ଏହାର ପରିବର୍ତ୍ତିତ ଭୂମିକାରେ ଏହାକୁ ଏକ ନୂତନ ଘଟଣା ଭାବେ  ଦେଖାଇବାକୁ ଉଦ୍ୟମ କରୁଛି । ଏହି ନୂତନ ଘଟଣାଟି ହେଉଛି ଭାରତ ସମସ୍ତ ବିକାଶଶୀଳ ଓ ବିକଶିତ ଅର୍ଥନୀତିରେ ସବୁଠାରୁ ଅଧିକ ମୁଦ୍ରା ବ୍ୟବହାର କରୁଥିବା ଦେଶ ।

ଦେଶର ଅର୍ଥନୈତିକ ଢାଞ୍ଚାର ପ୍ରଶଂସା କରିବା ଏବଂ ପାରିବାରିକ ବ୍ୟବହାରର ଗତିବିଧିର ଅଧ୍ୟୟନ ପରେ ଏହି ଅପରିଣାମଦର୍ଶୀ ପ୍ରୟୋଗ ସମାଜପାଇଁ କେତେ ପରିମାଣରେ ହାନିକାରକ ତାହା ଜଣା ପଡିଥିବ । ତେବେ  ବିମୁଦ୍ରୀକରଣ ଫଳରେ ନିଯୁକ୍ତି, ରୋଜଗାର ଏବଂ ଅନ୍ୟ ବାଟରେ ଜନସାଧାରଣଙ୍କର  କେତେ ପରିମାଣରେ କ୍ଷତି ଘଟିଛି ତାର ବିଜ୍ଞାନସମ୍ମତ ଭାବେ ଆକଳନ କରାଯାଇ ନାହିଁ ।   ଏହାର ଅନ୍ୟତମ କାରଣଟି ହୋଇପାରେ ଅନୌପଚାରିକ ଅର୍ଥନୀତିର ତଥ୍ୟଗୁଡିକୁ ନିୟମିତ ଭାବରେ ତଥ୍ୟଭୁକ୍ତ କରାଯାଉ ନାହିଁ ।   ଅନୌପଚାରୀକ ଅର୍ଥନୀତିର ଜିଡିପିରେ କେତେ ପ୍ରଭାବ ତାକୁ ଜାଣିବା ପାଇଁ ଔପଚାରିକ ଅର୍ଥନୀତିର ସୂଚକଗୁଡିକୁ  ବ୍ୟବହାର କରାଯାଉଛି । ଉଦାହରଣ ସ୍ୱରୂପ ଯେତେବେଳେ କ୍ୟୁ୧ ବିକାଶ ଦର ୨୦୧୮-୧୯ରେ ୧୩.୫ % ରହିଥିଲା (ଯାହାକି ୨୦୧୭-୧୮ରେ (-) ୧.୮ % ଥିଲା) ତାହାକୁ ଯୋରଦାର ଭାବେ ପ୍ରଚାର କରାଗଲା । କୁହାଗଲା ଯେ ଅର୍ଦ୍ଧକରପୋରେଟ ଓ ଅଣସଂଗଠିତ କ୍ଷେତ୍ରର ଜିଡିପିକୁ ବିନିର୍ମାଣ କ୍ଷେତ୍ରର ଆଇଆଇପି ଅନୁସାରେ ହିସାବ କରି ଦିଆଗଲା । ତେଣୁ ଜିଡିପିରେ ହେଉଥିବା ବିକାଶ ଦରକୁ ଅନୌପଚାରିକ ଅର୍ଥନୀତିରେ ହେଉଥିବା ବିକାଶର ସୂଚକ ବୋଲି ଅଭିହିତ କରିବା ଠିକ ନୁହେଁ ।

ଯେତେବେଳେ କଳାଟଙ୍କାର ଗତିରୋଧ କରିବା ପାଇଁ ବିମୁଦ୍ରୀକରଣ କରିବା କଥାଟି ସମ୍ଭବ ହେଲା ନାହିଁ ସେତେବେଳେ ଅଲାଗ କଥା ଯଥା  ନକ୍ସଲବାଦ ଓ ସନ୍ତ୍ରାସବାଦକୁ ରୋକିବାପାଇଁ ଏହା କରାଯାଉଥିବା କଥା କହିବା, କେବଳ ଖୋଳ ହୋଇସାରିଥିବା କମ୍ପାନୀ ଗୁଡିକୁ ବନ୍ଦ କରି ଦେବା, ଟ୍ୟାକ୍ସ ବଢେଇଦେବା, ଡିଜିଟାଲ ଦେଣନେଣ ଆଦିର କଥା କୁହାଯିବା  ଭୁଲ  । କାରଣ ଏ ସମସ୍ତ କଥା ଦେଶ ଉପରେ ବିଶେଷକରି ଗରିବ ପରିବାରଗୁଡିକ ଉପରେ ଏତେ ଗୁଡିଏ ଦୁଃଖକୁ ନଥୋପି ମଧ୍ୟ ହୋଇ ପାରିଥାଆନ୍ତା ।

Back to Top