ISSN (Print) - 0012-9976 | ISSN (Online) - 2349-8846

ନୂଆ ସଂରକ୍ଷଣବାଦୀଙ୍କ ଅଭ୍ୟୁଦୟ

ସଂରକ୍ଷଣ ପାଇଁ ନୂଆ ଦାବୀ ଅଧିକ ନିଯୁକ୍ତି ସୃଷ୍ଠି ପାଇଁ ମଧ୍ୟ ଦାବୀ କରିବା ଉଚିତ୍

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ସଂରକ୍ଷଣ ମଧ୍ୟରେ ନୂଆ ଜାତିମାନଙ୍କୁ ନେବା ପାଇଁ ଦେଶତମାମ ଦାବୀ ଏକ ରୋଚକ ପଯ୍ୟାୟରେ ଆସି ପହଞ୍ଚିଛି । ବିରୋଧୀମାନଙ୍କର ନିନ୍ଦାରୁ ସଂରକ୍ଷଣ ସଂପର୍କରେ ଥିବା ଭୂଲ ଧାରଣାକୁ ଦୂର କରିବା ପାଇଁ ଏହା ଚାହୁଁଛି । ଏହା ସହ, ଏହି  ତୀବ୍ର ବିରୋଧୀଙ୍କର କେନ୍ଦ୍ରବିନ୍ଦୁ ବ୍ୟବସ୍ଥାର କଲ୍ୟାଣ ପ୍ରତି ସମାଲୋଚନାରୁ ଅଧିକ ଅସ୍ପଷ୍ଠ ହେବା ପାଇଁ ବାଧ୍ୟ କରିଛି । କିଛି ଦଶକ ପୂର୍ବରୁ ବିରୋଧୀମାନେ ଏହାର ହିତାଧିକାରୀମାନଙ୍କୁ, ବିଶେଷକରି ଅନୁସୂଚୀତ ଜାତିମାନଙ୍କୁ ସରକାରଙ୍କ 'ଯୋଇଁ'(ଅର୍ଥାତ ଅଯୁକ୍ତିକ ଭାବେ ସେମାନଙ୍କୁ ସନ୍ତୁଷ୍ଟ କରାଯାଉଛି),'ମେଧାର ବିରୋଧୀ' ଏବଂ 'ଦକ୍ଷତା ପ୍ରତି ପ୍ରତିବନ୍ଧକ' କହି ଅଭଦ୍ର ଭାଷାରେ ଗାଳିକରି ସଂରକ୍ଷଣକୁ ନିନ୍ଦା କରୁଥିଲେ । ଏହିପରି ବିଦ୍ୱେଷମୂଳକ ସମାଲୋଚନା ଏକ ନିଦ୍ଧିଷ୍ଟ ସାମାଜିକ ଗୋଷ୍ଠି ପ୍ରତି କରାଯାଉଥିଲା । ବିରୋଧୀମାନେ ସଂରକ୍ଷଣ ବଦଳରେ ଏକ ନିଦ୍ଧିଷ୍ଟ ସାମାଜିକ ଗୋଷ୍ଠି ବିରୁଦ୍ଧରେ ସେମାନଙ୍କର କ୍ରୋଦ୍ଧ ଓ ଘୃଣାକୁ ପ୍ରକାଶ କରିବାକୁ ବ୍ୟବସ୍ଥାର କଲ୍ୟାଣ ଭଳି ସାମୁହିକ ମଙ୍ଗଳକୁ ବ୍ୟବହାର କରୁଥିଲେ । ଆଶ୍ଚଯ୍ୟଜନକ ଭାବେ, ଯଦି ଏହା ପ୍ରତାରଣା ନୁହେଁ, ଏହି ନିନ୍ଦା କୌଣସି ବ୍ୟକ୍ତି କିମ୍ବା ସାମାଜିକ ଗୋଷ୍ଠି ବିରୁଦ୍ଧରେ ନୁହେଁ, ବରଂ ବ୍ୟବସ୍ଥାର କଲ୍ୟାଣ ବିରୁଦ୍ଧରେ ବୋଲି କୁହାଯାଉଥିଲା । ଅନ୍ୟ ଭାଷାରେ, ଏହି ସମାଲୋଚନା କହୁଥିଲା ଯେ ସଂରକ୍ଷଣ ନ ରହିଲେ ସାମାଜିକ ସଂସ୍ଥାଗୁଡିକରେ ମେଧା ଓ ଦକ୍ଷତାର ପୁନଃ ସ୍ଥାପନା ହୋଇ ପାରିବ । ସେଥିପାଇଁ ମଣ୍ଡଳ-ବିରୋଧୀ ଆନ୍ଦୋଳନ ସମୟରେ, ସଂରକ୍ଷଣକୁ ନିନ୍ଦାକରି ବ୍ୟବହାର କରାଯାଉଥିବା ଆକ୍ରମଣାତ୍ମକ ନୈତିକ ଭାଷା 'ଜାତି ସଂପର୍କରେ ସାଧାରଣ ଧାରଣା'ର ଅଂଶ ହୋଇଯାଇଥିଲା ।

ଆଜି ବିଭିନ୍ନ ଜାତିମାନେ ସଂରକ୍ଷଣ ପାଇଁ ଅଧିକରୁ ଅଧିକ ଦାବୀ କରୁଥିବା ବେଳେ ଏହାର ବିରୋଧୀମାନେ ଖୋଲାଖୋଲି ଭାବେ ନରମ ହୋଇ କେବଳ ମେଧା ଓ ଦକ୍ଷତାର ପ୍ରଶ୍ନକୁ ଉଠାଉ ଥିବାର ଦେଖାଯାଉଛି । ଯଦିଓ ଭିତିରିଆରେ କିମ୍ବା ସାମାଜିକ ଗଣମାଧ୍ୟମରେ ସଂରକ୍ଷଣ ବିରୋଧୀ ଭାଷା ସେହିଭଳି ଉଗ୍ର ରହିଛି । ଏହା ଉଲ୍ଲେଖଯୋଗ୍ୟ ଯେ ସଂରକ୍ଷଣକୁ ବିରୁଦ୍ଧ, ମେଧା ଓ ଦକ୍ଷତା ଉପରେ ହୋଇ ନ ଥାଏ, ବରଂ ଦେଶର ବିକାଶ ଓ ସାମାଜିକ ସଂହତିରେ ସେମାନଙ୍କୁ ଅନ୍ତର୍ଭୂକ୍ତ କାରଣରୁ ଅଧିକ ହୋଇଥାଏ । ସଂରକ୍ଷଣକୁ ନେଇ ଅଧିକରୁ ଅଧିକ ଦାବୀ ବିରୁଦ୍ଧରେ ସେମାନଙ୍କର ଯୁକ୍ତି ହେଉଛି ଯେ ଜାତି ଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା ଜାତି-ବିଲୋପ ବଦଳରେ ଜାତିବାଦକୁ ବଢାଉଛି । ତେବେ ପ୍ରଶ୍ନ ହେଉଛି, କାହିଁକି ବିରୋଧୀମାନେ ମେଧା ଓ ଦକ୍ଷତା ବିଷୟରେ ସନ୍ଦିହାନ ପ୍ରକାଶ କରନ୍ତି, ଯାହାର ଗୁରୁତ୍ୱ ବର୍ତ୍ତମାନ କିଛିଟା କମିଯାଇଛି ।

ସଂସ୍ଥାମାନେ ନିଜେ ନିଯୁକ୍ତି ସଙ୍କଟର ସମ୍ମୁଖୀନ ହେଉଛନ୍ତି । ପ୍ରଥମତଃ, ସରକାରୀ ଚାକିରୀ ପ୍ରାୟତଃ ନାହିଁ । ଯାହା ବି ଅଛି, ବର୍ତ୍ତମାନ ସ୍ଥିତିରେ ଏହା ମେଧା ଅପେକ୍ଷା ପ୍ରିୟାପ୍ରିତି ଦ୍ୱାରା ଅଧିକ ପ୍ରଭାବିତ । ଦ୍ୱିତୀୟରେ, ଯେଉଁମାନେ ସଂରକ୍ଷଣକୁ ମେଧା ଓ ଦକ୍ଷତାର ଭିତ୍ତିରେ ସାମୁହିକ ହିତର ବିପରୀତ ଭାବେ ବିଚାରୁ ଥିଲେ, ବର୍ତ୍ତମାନ ସଂରକ୍ଷଣ ଭିତରେ ସେମାନେ ଏହି ସାମୁହିକ ହିତକୁ ଦେଖୁଛନ୍ତି । ସଂରକ୍ଷଣ ଦାବୀ ମଧ୍ୟରେ ଏହି ନୈତିକ ସ୍ୱିକୃତିକୁ ଦେଖିବାକୁ ହେବ । ସଂରକ୍ଷଣକୁ ନେଇ ଏହି ନୂଆ ମୋଡ, ଅନୁସୂଚୀତ ଜାତିମାନଙ୍କୁ ନେଇ ନିନ୍ଦା ଠାରୁ ଅଲଗା କରି ସଂରକ୍ଷଣ ନୀତିକୁ ଦେଖିବା ପାଇଁ ଆମକୁ ସାହାଯ୍ୟ କରିଛି । ସଂରକ୍ଷଣ ଦାବୀର ଗଣତନ୍ତ୍ରିକରଣ, ସଂରକ୍ଷଣ ବ୍ୟବସ୍ଥା ସଂପର୍କରେ ଥିବା ଭୟଙ୍କର ବିଦ୍ୱେଷକୁ କମାଇପାରିଥିବା ଦୃଷ୍ଟିରୁ ଏହାକୁ ଏକ ଲାଭ ଭାବେ ଦେଖାଯାଇ ପାରେ । କେତେକ ଏହାକୁ ଏକ ସ୍ୱଗତଯୋଗ୍ୟ ପରିବର୍ତ୍ତ ଭାବେ ଭାବିପାରନ୍ତି ଯେ  ଭାରତର ବିଭିନ୍ନ ଜାତିମାନଙ୍କ ମଧ୍ୟରେ ଥିବା ସାମାଜିକ ଉତ୍ତେଜନାକୁ ଏହା ହ୍ରାସ କରିବ । ଯଦିଓ ଏହି ଦାବୀଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ନିଦ୍ଧିଷ୍ଟ ପଦକ୍ଷେପ ନେବାରେ ସରକାରଙ୍କ ଉପରେ ଏହି ଦାବୀଗୁଡିକ ଯଥେଷ୍ଟ ଚାପ ସୃଷ୍ଠି କରିବା ଭଳି ଦେଖାଯାଉ ନାହିଁ ।

ବିଭିନ୍ନ ସାମାଜିକ ଗୋଷ୍ଠିକୁ ସଂରକ୍ଷଣ ଭୂକ୍ତ କରିବା ପାଇଁ ଜାତି ଓ ସଂପ୍ରଦାୟ ଭିତ୍ତିରେ ସଙ୍ଗଠିତ ହେବା, ସେହି ସରକାରଗୁଡିକ ପାଇଁ ତୁରନ୍ତ କୌଣସି ବ୍ୟସ୍ତ ହେବାର କାରଣ ହେଉ ନାହିଁ, ଯେହେତୁ ନିଯୁକ୍ତି ସୃଷ୍ଠିର ମୌଳିକ ଦାବୀ ପରିବର୍ତ୍ତେ ସଂରକ୍ଷଣ ମଧ୍ୟ ଦେଇ ନିଯୁକ୍ତି ପାଇବା ପାଇଁ ଏଭଳି ଆନ୍ଦୋଳନ ହେଉଛି । ଏଭଳି ମୌଳିକ ଦାବୀର ଅନୁପସ୍ଥିତିର କାରଣରୁ ଆନ୍ଦୋଳନକୁ ସମ୍ମୁଖୀନ ହେଉଥିବା ସରକାରମାନେ ଏପଟ ସେପଟ କରିବାର ସୁଯୋଗ ପାଉଛନ୍ତି । ସେମାନେ ନ୍ୟାୟୀକ ସ୍ଥିତିକୁ ବ୍ୟବହାର କରି ମିଥ୍ୟା ପ୍ରତିଶୃତି ଦେଉଛନ୍ତି କିମ୍ବା ଗୋଡ ଭିଡୁଛନ୍ତି । ଆନ୍ଦୋଳନ ଦୃଷ୍ଟିଭଙ୍ଗୀ ସରକାରମାନଙ୍କୁ ସମସ୍ୟାର ନିଦ୍ଧିଷ୍ଟ ସମାଧାନ ନ କରି ସମସ୍ୟାକୁ ନେଇ ଏଭଳି ଖେଳ ଖେଳିବା ପାଇଁ ସୁଯୋଗ ଦେଉଥିବା ଭଳି ଦେଖାଯାଉଛି । ସେଥିପାଇଁ ସରକାରମାନେ ସଂଭବ ଓ ଅସଂଭବ ମଧ୍ୟରେ ଭିନ୍ନ ଭିନ୍ନ ସ୍ଥିତି ନେଇପାରୁଛନ୍ତି । ଉଦାହରଣ ସ୍ୱରୂପ, ମହାରାଷ୍ଟ୍ର ସରକାର ଖୋଲାଖୋଲି ମରଠାମାନଙ୍କ ପାଇଁ ୧୬% ସଂରକ୍ଷଣ ଘୋଷଣା କରୁଛନ୍ତି ଏବଂ ଏହା ସହ ବିଚାରାଳୟରୁ ସ୍ଥଗିତାଦେଶ ଆଣୁଛନ୍ତି, ଯାହାକି ସରକାରଙ୍କ ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇ ସରକାରଙ୍କ ସପକ୍ଷରେ କାର୍ଯ୍ୟ କରୁଛି । ବିଭିନ୍ନ ରାଜ୍ୟର ନୂତନ ସଂରକ୍ଷଣବାଦୀମାନେ ନିଯୁକ୍ତି ସୃଷ୍ଠି ପାଇଁ ସରକାରଙ୍କ ଉପରେ ଚାପ ପକାଇବାର ଆବଶ୍ୟକତା ଉପରେ ସଂପୂର୍ଣ୍ଣ ଜୋର ଦେବାଭଳି ଦେଖାଯାଉ ନାହିଁ । ଏଭଳି ଆନ୍ଦୋଳନଗୁଡିକ ଅନ୍ତତଃ ପକ୍ଷେ ବିଭିନ୍ନ ସ୍ତରରେ ଖାଲିଥିବା ୨୪ଲକ୍ଷ ସରକାରୀ ପଦବୀର ପୂରଣ ପାଇଁ ସରକାରଙ୍କ ଉପରେ ଚାପ ପକାଇବା ଉଚିତ୍ ।

ଅନ୍ୟପକ୍ଷରେ ସଂରକ୍ଷଣ ଭୂକ୍ତ କରିବା ଦାବୀ ଫଳରେ ସୀମିତ ସୁଯୋଗ ପାଇଁ କେବଳ ଅନେକ ଆଶାୟୀଙ୍କ ଚାପ ପଡୁଛି । ଉତ୍ତର ଭାରତର ଜାଠ, ଗୁଜ୍ଜର; ପଶ୍ଚିମ ଭାରତର ପଟିଦାର, ମରଠା ଓ ଦକ୍ଷଣ ଭାରତର କାପୁ ଭଳି କୃଷକ ଜାତିମାନେ କୃଷିକୁ ଏକ ସୁବିଧାଜନକ ବୃତୀ ଭାବେ ଦେଖି ପାରୁ ନାହାନ୍ତି ଏବଂ ଅଧିକରୁ ଅଧିକ ଏହା ଭାବି ଶିକ୍ଷା ଗ୍ରହଣ କରୁଛନ୍ତି ଯେ ସୁଯୋଗ ନେବାରେ ସେମାନେ ବହୁତ ବିଳମ୍ବ କରିଦେଇଛନ୍ତି, ଯେଉଁ ସୁଯୋଗ ହୁଏତ ଆଉ ନାହିଁ କିମ୍ବା ଖୁବ୍ କମ୍ ରହିଛି । ନୂଆ ସଂରକ୍ଷଣବାଦୀମାନେ  ସମାନ୍ତର ଭାବେ ନିଯୁକ୍ତି ସୃଷ୍ଠି ପାଇଁ  ସରକାରଙ୍କ ଉପରେ ଚାପ ପକାଇବା ଦରକାର । ଏହା ଉଲ୍ଲେଖ କରିବା ଅନାବଶ୍ୟକ ଯେ ବାସ୍ତବ ନିଯୁକ୍ତି ସୁଯୋଗ ନଥିବା ବେଳେ ସଂରକ୍ଷଣ ପାଇଁ ଦାବୀ କରିବା ନିରର୍ଥକ ହେବ । ଅଧିକ ସମ୍ମାନଜନକ ନିଯୁକ୍ତି ସୁଯୋଗ ସୃଷ୍ଠି କଲେ ହିଁ ବାସ୍ତବ ସୁଯୋଗ ଆସିପାରିବ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top