ISSN (Print) - 0012-9976 | ISSN (Online) - 2349-8846

ରକ୍ଷକ ଯେବେ ଦୁଷ୍କର୍ମୀ ପାଲଟି ଯାଏ

ଆଶ୍ରୟ ଗୃହରେ ଥିବା ନିରାଶ୍ରୟଙ୍କ ସୁରକ୍ଷାକର୍ତ୍ତା ଭାବେ ରାଷ୍ଟ୍ର ଓ ନାଗରିକ ସମାଜ ନିଜର ଭୂମିକା ପାଳନ କରିବାରେ ବିଫଳ ହୋଇଛି

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଏକ ଅସମ ଓ ପୁରୁଷ ପ୍ରାଧାନ୍ୟ ସମାଜରେ, ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ଅବସ୍ଥା ଏଭଳି ଏକ ପରିସ୍ଥିତି ସୃଷ୍ଟି କରେ, ଯେଉଁଠି ନାରୀ ଓ ଶିଶୁ ଭଳି ଦୁର୍ବଳ ଅଂଶ ଅତ୍ୟାଚାରୀ ମାନସିକତା ଥିବା ଦୁଷ୍କର୍ମୀମାନଙ୍କ ଦ୍ୱାରା ଶିକାର ହେବାରୁ ସୁରକ୍ଷା ଆବଶ୍ୟକ କରେ । ଯଦିଓ ଜନମଙ୍ଗଳକାରୀ ରାଷ୍ଟ୍ର ଓ ନାଗରିକ ସମାଜ ଠାରୁ ରକ୍ଷକର ଭୂମିକା ପାଳନ ଆଶା କରାଯାଏ, କିନ୍ତୁ ନିଜର ଅନୁଷ୍ଠାନ ମଧ୍ୟରେ ମଧ୍ୟ ସେମାନେ ଅତ୍ୟାଚାରକୁ ବନ୍ଦ କରିବାରେ ଅସମର୍ଥ ହେଉଛନ୍ତି । ନିକଟରେ ବିହାର ଓ ଉତ୍ତରପ୍ରଦେଶର ଶିଶୁ ଯତ୍ନ ସଂସ୍ଥା (ସି.ସି.ଆଇ) ଓ ଆଶ୍ରୟ ଗୃହରେ ଅପ୍ରାପ୍ତ ବୟସ୍କ ଓ ନାରୀମାନଙ୍କ ଉପରେ ଶାରୀରିକ ଓ ଯୌନ ଅତ୍ୟାଚାରର ଘଟଣା ଦର୍ଶାଏ କିପରି ରାଷ୍ଟ୍ର ଓ ନାଗରିକ ସମାଜ ନିଜର ସୁରକ୍ଷାକର୍ତ୍ତା ଓ ଜଗୁଆଳୀର ଭୂମିକା ପାଳନ କରିବାରେ ବିଫଳ ହୋଇଛି । ଏହା ନ୍ୟାୟ ପ୍ରତି ଉପହାସ ଯେ ପୁଣିଥରେ ରକ୍ଷକମାନେ ହିଁ ଦୁଷ୍କର୍ମୀ ପାଲଟି ଗଲେ । କିଶୋର ନ୍ୟାୟ (ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା) ଆଇନ, ୨୦୧୫ (ଜେ.ଜେ.ଆକ୍ଟ) ପାଳିତ ହେବା ଏବଂ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ (ଏନ୍.ସି.ପି.ସି.ଆର) ରହିଥିବା ସତ୍ତେ୍ୱ ଏହା ଘଟୁଛି ।

ବିହାରର ମୁଜାଫରପୁରର ସି.ସି.ଆଇ.ରେ ହେଉଥିବା ଯୌନ ଅତ୍ୟାଚାର ଘଟଣା ଟାଟା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସର ଏକ ଦଳ ଦ୍ୱାରା ବାହାରେ ପ୍ରକାଶ ପାଇଥିଲା, ଯେଉଁମାନେ କି ୨୦୧୭ ମସିହାରେ ଏକ ସାମାଜିକ ସମୀକ୍ଷା କରିଥିଲେ । ସି.ସି.ଆଇର ୪୨ଜଣ ଅନେଃବାସୀଙ୍କ ମଧ୍ୟରୁ ୩୪ଜଣ ୭ବର୍ଷରୁ ୧୭ବର୍ଷ ମଧ୍ୟରେ ଥିବା ନାବାଳିକା ଶାରୀରିକ ଓ ଯୌନ ଅତ୍ୟାଚାରର ଶିକାର ହୋଇଛନ୍ତି । ବିହାରର ଅନ୍ୟ ୧୪ଟି ସି.ସି.ଆଇ.ରେ ମଧ୍ୟ ଶାରୀରିକ, ଯୌନ ଓ ମାନସିକ ଅତ୍ୟାଚାର ହୋଇଥିବା ଏବଂ ଏହିସବୁ ଆଶ୍ରୟ ଗୃହରେ ଦୁଃଖଦାୟକ ଚଳିବାର ଅବସ୍ଥା ଓ ମୌଳିକ ସ୍ୱାଧୀନତାର ଅଭାବ ଥିବା କଥା ସମୀକ୍ଷାରେ ପ୍ରକାଶ ପାଇଛି । ଉଦ୍ବେଗର ବିଷୟ ଯେ ମୁଜାଫରପୁର ଘଟଣାରେ ସାତଜଣ ଅଭିଯୁକ୍ତ ହେଉଛନ୍ତି ମହିଳା ତତ୍ତ୍ୱାବଧିକା ଓ ଉପଦେଷ୍ଟା ।

ଉତ୍ତରପ୍ରଦେଶର ଦେଓରିଆରେ ଅନ୍ୟ ଏକ ଅପ୍ରାପ୍ତବୟସ୍କମାନଙ୍କ ଉପରେ ଯୌନ ଅତ୍ୟାଚାର ଘଟଣା ପଦକୁ ଆସିଲା, ଯେତେବଳେ ସି.ସି.ଆଇ.ର ଜଣେ ୧୦ବର୍ଷ ବୟସ୍କ ଅନ୍ତେବାସୀ ସେଠାରୁ ଖସି ଆସିବାରେ ସମର୍ଥ ହେଲେ, ସେ ଆଶ୍ରୟ ଗୃହରେ ଶିଶୁମାନଙ୍କ ଉପରେ ହେଉଥିବା ହିଂସା ଓ ଅତ୍ୟାଚାର ସମ୍ପର୍କରେ ପୋଲିସ ଆଗରେ ରିପୋର୍ଟ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆଶ୍ରୟ ଗୃହରୁ ୧୮ଜଣ ବାଳିକାଙ୍କର ପତା ମିଳୁନାହିଁ, ଖବର ଅନୁଯାଇ ଏହା ବିନା ସଠିକ ପଞ୍ଜିକରଣରେ ଚାଲୁଥିଲା ।

ଆଇନର ଅଭାବ କାରଣରୁ ନୁହେଁ, ବରଂ ତଦାରଖ କମିଟିଗୁଡ଼ିକର ଯାଞ୍ଚର ଅଭାବ ଓ ଅନୁପସ୍ଥିତି ଯୋଗୁଁ ବର୍ତ୍ତମାନର ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇଛି । ସମସ୍ତ ସିସିଆଇଗୁଡ଼ିକ କିଶୋର ନ୍ୟାୟ ଆଇନ ଅଧିନରେ ପଞ୍ଜିକରଣ ଭୁକ୍ତ ହେବା ଆବଶ୍ୟକ ଏବଂ ପ୍ରତ୍ୟେକ ଜିଲ୍ଲାରେ ଜଣେ ଶିଶୁ ସୁରକ୍ଷା ଅଧିକାରୀ, ଏକ ଶିଶୁ କଲ୍ୟାଣ କମିଟି ଓ ଏକ କିଶୋର ନ୍ୟାୟ ବୋର୍ଡ଼ ରହିବା ଆବଶ୍ୟକ । ମାତ୍ର କାର୍ଯ୍ୟତଃ ଏମାନେ ଏହି ସବୁ ସଂସ୍ଥାକୁ ଚଳାଉଥିବା ଲୋକଙ୍କର କ୍ଷମତା ଓ ଅର୍ଥର ବ୍ୟାପକ ଅପବ୍ୟବହାରକୁ ରୋକିବାରେ ସକ୍ଷମ ହେଉନାହାନ୍ତି, ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନର ଏକ ରିପୋର୍ଟ ଦର୍ଶାଏ ଯେ ମାତ୍ର ୩୨% ସିସିଆଇ କିଶୋର ନ୍ୟାୟ ଆଇନ ଅଧିନରେ ପଞ୍ଜିକରଣଭୁକ୍ତ ହୋଇଛି, ଯେତେବେଳେ ୩୩% ସଂସ୍ଥା କୌଣସି ଅଧିକାରୀଙ୍କ ଠାରେ ପଞ୍ଜିକରଣ ଭୁକ୍ତ ହୋଇନାହିଁ । ସମନ୍ୱୟ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ସି.ସି.ଆଇଗୁଡ଼ିକୁ ପାଣ୍ଠି ଯୋଗାଉଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଦାୟିତ୍ୱ ହେଉଛି ଅପବ୍ୟବହାରକୁ ରୋକିବା ପାଇଁ ସାମାଜିକ ସମୀକ୍ଷା କରିବା, କିନ୍ତୁ ରିତିମତ ପରିଦର୍ଶନ କରା ନଯାଇ ଏହି ସବୁ ସଂସ୍ଥାକୁ କାର୍ଯ୍ୟ କରିବାକୁ ଦିଆଗଲା କିମ୍ବା ମୁଜାଫରପୁରର ସି.ସି.ଆଇ ଘଟଣାରେ ବ୍ୟାପକ କୁକାର୍ଯ୍ୟ ଚାଲିଥିବା ସତ୍ତେ୍ୱ ଗତ କେତେବର୍ଷ ଧରି ବିଭିନ୍ନ ସରକାରୀ ସଂସ୍ଥାର ପରିଦର୍ଶନ କୌଣସି ଭୁଲ୍ ଦେଖିପାରିଲେ ନାହିଁ ।

ଯଦିଓ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ ବର୍ତ୍ତମାନ ସମସ୍ତ ସି.ସି.ଆଇ. ଗୁଡ଼ିକର ସମ୍ପୂର୍ଣ୍ଣ ସାମାଜିକ ସମୀକ୍ଷା ପାଇଁ ଆଦେଶ ଦେଇଛନ୍ତି ଏବଂ ରାଜ୍ୟ ସରକାରମାନେ ତଦନ୍ତ ଆଦେଶ ଦେଇଛନ୍ତି, କିନ୍ତୁ ନିଜର ସୁରକ୍ଷାରେ ଥିବା ଲୋକଙ୍କ ଦ୍ୱାରା ଗଭୀର ଆଘାତ ପାଇଥିବା ଅନେକଙ୍କ ପାଇଁ ଏହା ବହୁତ ଡେରି ହୋଇଯାଇଛି । ତଦନ୍ତରେ ଅନେକ ଅତ୍ୟାଚାର ଘଟଣା ଆଗକୁ ଆସୁଛି ଏବଂ ଆହୁରି ଅନେକ ଲୋକଲୋଚନକୁ ଆସିବ ବୋଲି ଆଶା କରାଯାଉଛି ।

ମୁଜାଫରପୁର ମାମଲାରେ ଶୁଣାଣୀ କରୁଥିବାବେଳେ ସର୍ବୋଚ୍ଚ ନ୍ୟାୟାଳୟ ଆଶ୍ରୟଗୃହରେ ରହୁଥିବା ଶିଶୁମାନଙ୍କର ସୁରକ୍ଷା ଓ କଲ୍ୟାଣକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନର ସର୍ଭେ ଅନୁଯାଇ ବର୍ତ୍ତମାନ ଦେଶରେ ସି.ସି.ଆଇ.ଗୁଡ଼ିକରେ ଯୌନ ଅତ୍ୟାଚାରର ଶିକାର ହୋଇଥିବା ୧୫୭୫ଜଣ ରହୁଛନ୍ତି । ଏହି ଶିଶୁମାନେ ଆଶ୍ରୟଗୃହରେ ପୁଣିୀଥରେ ଯୌନ ଅତ୍ୟାଚାରର ଶିକାର ହେବାପାଇଁ ଏଥିରୁ ଖସିଯାଇଥିଲେ । ଯଦିଓ କଠୋର କାର୍ଯ୍ୟାନୁଷ୍ଠାନ ଜରୁରୀ, ଅନେକ ସମୟରେ ସରକାରୀ କାର୍ଯ୍ୟାନୁଷ୍ଠାନ ଏହା ମଧ୍ୟରେ ସୀମିତ ରହିଯାଏ, ପରିସ୍ଥିତିକୁ ଅଧିକ ଖରାପ କରିବାକୁ ନ ଦେଇ ଏହି ଶିଶୁ ଓ ମହିଳାମାନଙ୍କର ପରିସ୍ଥିତିରେ ଉର୍ଣ୍ଣତି ପାଇଁ ଚେଷ୍ଟା ଓ ଆଶ୍ରୟ ଗୃହଗୁଡ଼ିକର କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଯିବା ଜରୁରୀ ।

ହିଂସା ଓ ପ୍ରତିକୂଳ ପରିସ୍ଥିତିର ଶିକାର ହୋଇଥିବା ଶିଶୁ ଓ ନିଃସ୍ୱ ମହିଳାମାନଙ୍କର ସେମାନଙ୍କର କଲ୍ୟାଣ ସମ୍ପର୍କିତ ବିଷୟରେ କିଛି କହିବାର ନଥାଏ । ରାଷ୍ଟ୍ର ହେଉ ବା ତାର ଅଧିକାରୀ ଓ ରାଜନୀତିଜ୍ଞ କିମ୍ବା ସମାଜର ଅନ୍ୟମାନେ, ସେମାନଙ୍କ ଉପରେ ନିଜର କ୍ଷମତା ବିସ୍ତାର କରି ସେମାନଙ୍କୁ ନିଜର ଦୟାରେ ରଖିଥାନ୍ତି । ରାଷ୍ଟ୍ରର ସୁରକ୍ଷା ମଧ୍ୟରେ ଥିବା ଅସୁରକ୍ଷିତ ଗୋଷ୍ଠୀମାନଙ୍କର ପରିସ୍ଥିତିରେ ପରିବର୍ତ୍ତନ ଆଣିବାକୁ ହେଲେ, ଆଦିମ ଓ ପୁରୁଷତାନ୍ତ୍ରିକ ମାନସିକତାରେ ପରିବର୍ତ୍ତନ ଆଣିବାକୁ ହେବ, ଯାହାକି ମଣିଷଙ୍କୁ ଆତ୍ମସମ୍ମାନରୁ ବଞ୍ôଚତ କରି ସେମାନଙ୍କ ଉପରେ ଅତ୍ୟାଚାର ଓ ହିଂସା ଲଦିଦିଏ । ଅଧିକ ଗୁରୁତ୍ୱପୂଣ୍ଣର୍ର ଭାବେ, ଏହି ଅସୁରକ୍ଷିତ ଗୋଷ୍ଠୀମାନଙ୍କୁ ସମ୍ପୂର୍ଣ୍ଣ ଅଧିକାର ଥିବା ନାଗରିକ ଭାବେ ବିଚାର କରି ଏବଂ ସେମାନଙ୍କର ବିଷୟ ଓ କଲ୍ୟାଣ ସମ୍ପର୍କରେ ସେମାନଙ୍କୁ ସକ୍ର୍ରିୟ ଭୂମିକା ନେବାପାଇଁ ବ୍ୟବସ୍ଥା କରି ସେମାନଙ୍କୁ ସଶକ୍ତିକରଣ କରିବା ଜରୁରୀ ।

ଏହି ସି.ସି.ଆଇ ଓ ଆଶ୍ରୟ ଗୃହଗୁଡ଼ିକର ଦୁଃଖଦାୟକ ପରିସ୍ଥିତି ଏଭଳି ଯେ ଏହି ଅପ୍ରାପ୍ତ ବୟସ୍କ ଓ ନିଃସ୍ୱ ମହିଳାମାନଙ୍କୁ ସେମାନଙ୍କର ରକ୍ଷକମାନଙ୍କ ଠାରୁ ଏବଂ ଅନ୍ୟ ପ୍ରକାରର ଅତ୍ୟାଚାର ଓ ଅସଦ୍ବ୍ୟବହାରରୁ ଉଧାର କରାଯିବା ଆବଶ୍ୟକ । ରକ୍ଷକର ମୁଖା ତଳେ ଏହି ସବୁ ସଂସ୍ଥା ଚଳାଉଥିବା ଅପରାଧୀମାନଙ୍କୁ ସାମାଜିକ ସୁରକ୍ଷାର ବ୍ୟବସ୍ଥାରୁ ବାହାର କରିବାକୁ ହେବ ଓ ଉପଯୁକ୍ତ ଦଣ୍ଡ ଦେବାକୁ ହେବ ଏବଂ ସେମାନଙ୍କ ଉପରେ ବିଧିବଦ୍ଧ ଯାଞ୍ଚ କରିବାକୁ ହେବ । ବ୍ୟାପକ ଜନଗଣଙ୍କ ମଧ୍ୟରେ ମୌଳିକ ମାନବିକ ଅଧିକାର ଓ ଆତ୍ମ ସମ୍ମାନର ପୁନଃସ୍ଥାପନ ନ ହୋଇପାରିବା ପର୍ଯ୍ୟନ୍ତ ଏହି ସମସ୍ତ ସଂସ୍ଥାଗୁଡ଼ିକୁ ବାସ ପାଇଁ ଅନୁପଯୁକ୍ତ ବୋଲି ଘୋଷଣା କରାଯାଉ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top