ISSN (Print) - 0012-9976 | ISSN (Online) - 2349-8846

ଖାଉଟି ମୂଲ୍ୟରେ ସୀମିତ

ରିଜର୍ଭ ବ୍ୟାଙ୍କର ଆର୍ଥିକ ପରିଚାଳନା କ୍ରମାଗତ ଭାବେ କେବଳ ଖାଉଟି ମୂଲ୍ୟ ସୂଚୀ ବୃଦ୍ଧିକୁ ଲକ୍ଷ୍ୟ ରଖି କରାଯାଉଛି

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଭାରତର ରିଜର୍ଭ ବ୍ୟାଙ୍କ (ଆର୍.ବି.ଆଇ) କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ରେପୋ ହାର ପ୍ରଥମେ ୬%ରୁ ୬.୨୫%କୁ ଓ ପରେ ୬.୫%କୁ ବୃଦ୍ଧି ପାଇôା ସହ ସେହିଭଳି ରିଜର୍ଭ ରେପୋ ହାର, ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି ହାର ଓ ବ୍ୟାଙ୍କ ହାରରେ ଏକ-ଚତୁର୍ଥାଂଶ ଶତକଡ଼ା ବୃଦ୍ଧି କରି ଆଉ ଏକ ପାଭ୍ଲୋଭିୟ ପ୍ରତିକ୍ରିୟା ମଧ୍ୟ ଦେଇ ଆତ୍ମପ୍ରଚାରିତ ଅଭିବୃଦ୍ଧି ଆଶାକୁ ପୂରଣ କରିଛନ୍ତି । ଏହାର ଲକ୍ଷ୍ୟ ହେଉଛି ଆର.ବି.ଆଇ ବ୍ୟାଙ୍କମାନଙ୍କୁ ଦେଉଥିବା ନଗଦ ଅର୍ଥର ମୂଲ୍ୟକୁ ବୃଦ୍ଧି କରିବା, ଯାହାର ଫଳରେ ଋଣ ଗ୍ରହୀତାମାନଙ୍କ ପାଇଁ ଋଣ ଅଧିକ ମହଙ୍ଗା ହେବ ଏବଂ ମୁଖ୍ୟତଃ ଖୁଚୁରା ବଜାରରେ ମୁଦ୍ରାସ୍ଫିତି ନିର୍ଦ୍ଧାରିତ ପରିସର ମଧ୍ୟରେ ରହିବ ।

ଉଚ୍ଚ ଅଭିବୃଦ୍ଧି, ଅଧିକ ନିଯୁକ୍ତିର ସୁଯୋଗ ଓ ସାମାଜିକ ଅସମତାର ବ୍ୟାପକ ଲକ୍ଷ୍ୟରୁ ଓହରି ଯାଇ ଜାତୀୟ ଅର୍ଥନୀତିର ପରିଚାଳନାରେ ଦୁଇଟି ମୁଖ୍ୟ ଗଢ଼ାନୀତିକୁ ଆର୍ଥିକ ଓ ମୁଦ୍ରା ଉଦାରବାଦୀ ଅର୍ଥନୀତିର ପୂର୍ବ ନିର୍ଦ୍ଧାରିତ ଢାଞ୍ଚା ଅନୁଯାଇ ପରିଚାଳିତ କରାଯାଉଛି । ଆର୍ଥିକ କେନ୍ଦ୍ରିଭୂତକରଣ ଯୋଗୁଁ ସାମାଜିକ କ୍ଷେତ୍ରରେ ଆବଶ୍ୟକୀୟ ପାଣ୍ଠି ଯୋଗ୍ୟତା ହେଉନାହିଁ । ଏହି କ୍ଷେତ୍ରରେ ଭାରତର ଅଗ୍ରଗତି ଉର୍ଣ୍ଣୀତ ଦେଶମାନଙ୍କଠାରୁ ଯଥେଷ୍ଟ ପଛରେ ରହିଛି । ଏହା ବ୍ୟବସ୍ଥା ମଧ୍ୟରେ ଥିବା ଅସମତାକୁ ଆହୁରି ବଢ଼ାଉଛି ।

ମୁଦ୍ରା ନୀତି କ୍ଷେତ୍ରରେ, ଆର.ବି.ଆଇ.ର ମୁଖ୍ୟ ଦାୟିତ୍ୱ ବ୍ୟାଙ୍କମାନଙ୍କୁ ନଗଦ ନିୟନ୍ତ୍ରଣ ଜରିଆରେ ଗୋଟିଏ ସୁଧ ହାର ନୀତି ଗ୍ରହଣ କରି ମୁଦ୍ରାସ୍ଫିତି ହାରକୁ ୨%ରୁ ୬% ମଧ୍ୟରୁ ରଖିବାର ସରକାରୀ ଆଦେଶ ମଧ୍ୟରେ ସୀମିତ ହୋଇଯାଇଛି । ପ୍ରାୟ ସମସ୍ତ ପୂର୍ବତନ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣରମାନେ ମୁଦ୍ରାନୀତିକୁ ଏଭଳି ସୀମିତ କରିବାର ବିରୋଧ କରିଛନ୍ତି, ସେମାନେ ବିରୋଧ କରିବାର ମୁଖ୍ୟ କାରଣ ହେଉଛି ଯେ ମୁଦ୍ରାସ୍ଫିତି ପ୍ରତି କେବଳ ଧ୍ୟାନ ଦେବାଯୋଗୁଁ କେନ୍ଦ୍ରୀୟ ବ୍ୟାଙ୍କ ବ୍ୟାପକ ଅଭିବୃଦ୍ଧିର ଲକ୍ଷ୍ୟ ପ୍ରତି ଦୃଷ୍ଟି ଦେଇପାରୁ ନାହିଁ । ଭାରତରେ ଅଧିକାଂଶ ମୁଦ୍ରାସ୍ପିତି ପ୍ରକ୍ରିୟା ଯୋଗାଣ ଯୋଗୁଁ ହୋଇଥାଏ, ଯେଉଁଥିର ଆର୍.ବି.ଆଇର ବିଶେଷ କିଛି କରିବାର ନାହିଁ । ସେଥିପାଇଁ ମୁଦ୍ରାସ୍ଫିତିର ସଞ୍ଚାରିତ ବ୍ୟବସ୍ଥା ସବୁବେଳେ ଏକ ଦୁର୍ବଳ ସ୍ଥାନ ହୋଇ ରହିଆସିଛି । ବିଭିନ୍ନ ସ୍ୱାଧୀନ ବିଶ୍ଳେଷଣ ଆର୍.ବି.ଆଇ.ର ଦାବୀଙ୍କୁ ପ୍ରଶ୍ନ କରନ୍ତି ଯେ ରେପୋ ହାରରେ ପରିବର୍ତ୍ତନ ଦ୍ୱାରା ଖାଉଟି ମୂଲ୍ୟ ସୂଚୀରେ ମୁଦ୍ରାସ୍ଫିତି ହାରକୁ ନିୟନ୍ତ୍ରଣ କରାଯାଇ ପାରୁଛି ।

ବିଭିନ୍ନ ପ୍ରକାରର ମୁଦ୍ରାସ୍ଫିତି ମାପକ ରହିଛି – ଖାଉଟି ମୂଲ୍ୟ ସୂଚୀ (ସି.ପି.ଆଇ) ପାଇକାରୀ ମୂଲ୍ୟ ସୂଚୀ ଓ ମୋଟ ଘରୋଇ ଉପାଦାନ (ଜିଡ଼ିପି) ଅବସ୍ଫିତି ନୀତି - ପ୍ରତ୍ୟେକଙ୍କ ପାଇଁ ଏହାର ଭିନ୍ନ ଭିନ୍ନ ପ୍ରାସଙ୍ଗିକତା ରହିଛି, ଯଥା : ଖାଉଟି ଓ ଉତ୍ପାଦକ । ଏହାର ଭଲ ଉଦାହରଣ ହେଉଛି ଗୁଜୁରାଟର ସଫଳ ଗୋ-ଆନ୍ଦୋଳନ । ଏହା ପ୍ରମାଣ କରେ ଯେ ଏକ ବିକାଶଶୀଳ ଅର୍ଥନୀତିରେ ମୂଲ୍ୟ ବୃଦ୍ଧି ଉତ୍ପାଦକଙ୍କ ଉତ୍ପାଦନ ବୃଦ୍ଧି କରିବା ପାଇଁ ସହାୟକ ହୋଇଥାଏ । ବିଭିନ୍ନ ପଣ୍ୟ ଓ ସେବାର ଆପେକ୍ଷିକ ମୂଲ୍ୟ ସମ୍ପର୍କରେ ବିଚାର କଲେ, ୪% ଖାଉଟି ମୂଲ୍ୟ ବୃଦ୍ଧି ଲକ୍ଷ୍ୟ ଅନାବଶ୍ୟକ ଭାବେ କମ୍ ହୋଇପାରେ । ମୁଦ୍ରାସ୍ଫିତି ମଧ୍ୟରେ ହେଡ଼ଲାଇନ୍ ଓ କୋର ମୁଦ୍ରାସ୍ଫିତି ଭଳି ଉପବିଭାଗ ମଧ୍ୟ ରହିଛି । କିନ୍ତୁ ସଦ୍ୟତମ ସାମ୍ବାଦିକ ସମ୍ମିଳନୀରେ ଆର୍.ବି.ଆଇର ଗଭର୍ଣ୍ଣର ସ୍ୱୀକାର କରିଛନ୍ତି । ‘ଖାଉଟି ମୂଲ୍ୟ ସୂଚୀର ହେଡ଼ଲାଇନ୍ ଉପରେ ସରକାରୀ ଲକ୍ଷ୍ୟ ଓ ଆମ ନୀତି ହେଉଛି ଏହାକୁ ୪% ମଧ୍ୟରେ ରଖିବା ।’

ଉଭୟ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କୁ ମୁଦ୍ରାସ୍ଫିତି ଲକ୍ଷ୍ୟ ନେଇ ସରକାରୀ ନିଷ୍ପତ୍ତି ଓ ଅଭିବୃଦ୍ଧି ପରିଚାଳନା ପାଇଁ ଏକ ସାମଗ୍ରିକ ଦୃଷ୍ଟିଭଙ୍ଗୀ ମଧ୍ୟରୁ ଗୋଟିକୁ ବାଛିବା ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ । ଅର୍ଥନୀତିରେ ରିଜର୍ଭ ବ୍ୟାଙ୍କ ଆର୍ଥିକ ସଞ୍ଚୟକୁ ଉତ୍ସାହିତ କରିବାର ଲକ୍ଷ୍ୟ ନେବା ଉଚିତ, ଯାହାକି ଅତି ଆବଶ୍ୟକ । ବ୍ୟାଙ୍କରେ ଜମାକାରୀମାନଙ୍କର ଜମା ଉପରେ ଏକ ଆସ୍ତିବାଚକ ପ୍ରକୃତ ସୁଧ ହାର ପାଇବାକୁ ସୁନିଶ୍ଚିତ କରିବାକୁ ହେବ, ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟାପକ ଜନଗଣଙ୍କ ସଞ୍ଚୟ କରିବାର ମୁଖ୍ୟ ଓ ସରଳ ବ୍ୟବସ୍ଥା ହୋଇ ରହିଛି । କ୍ଷୁଦ୍ର ସଞ୍ଚୟକାରୀମାନେ ପ୍ରମୁଖ ସଞ୍ଚୟକାରୀ ଗୋଷ୍ଠୀ ହୋଇଥିବା ସତ୍ତେ୍ୱ ସେମାନଙ୍କୁ ଆର୍ଥିକ ନୀତି ଗୁରୁତ୍ୱ ଦେଉନାହିଁ । ଏମାନଙ୍କୁ ବିଶେଷ ଆର୍ଥିକ ସହଯୋଗ ଦେବାକୁ ହେବ । ଏହାର ଅର୍ଥ ନୁହେଁ ଯେ ପୂର୍ବର କଠୋର ସୁଧହାର ନିୟନ୍ତ୍ରଣ ବ୍ୟବସ୍ଥାକୁ ଫେରିଯିବା, ଗୋଟିଏ ନିର୍ଦ୍ଧାରଣ ବ୍ୟବସ୍ଥା ହେଉଛି ଏକ ବର୍ଷ ପାଇଁ ବ୍ୟାଙ୍କ ଜମା, ପୂର୍ବ ବର୍ଷର ଖାଉଟି ମୂଲ୍ୟ ସୂଚୀ ବୃଦ୍ଧି ହାର ଉପରେ ସର୍ବନିମ୍ନ ଦୁଇ ଶତକଡ଼ା ଅତିରିକ୍ତ ପ୍ରକୃତ ସୁଧହାର ପାଇବାକୁ ସୁନିଶ୍ଚିତ କରିବା, ସଞ୍ଚୟ ଜମା ହାର, ପୋଷ୍ଟାଲ ହାର ଇତ୍ୟାଦି ଭଳି ଅନ୍ୟାନ୍ୟ ପ୍ରଚଳିତ ସଞ୍ଚୟ ହାରଗୁଡ଼ିକ ସମୟ ଅନୁଯାଇ ସମତୁଲ ହୋଇଯିବ । ବ୍ୟାଙ୍କ ଉପରେ ପଡ଼ୁଥିବା ପାଣ୍ଠିର ଅତିରିକ୍ତ ଖର୍ଚ୍ଚର ପରିଚାଳନା ଋଣ ଦେବା ହାର ଉପରେ ଭିତ୍ତି କରି ପାଣ୍ଠିର ସର୍ବନିମ୍ନ ଖର୍ଚ୍ଚ (ଏମ୍.ସି.ଏଲ.ଆର) ଦ୍ୱାରା କରାଯିବ, ଯାହାକୁ ନେଇ ବ୍ୟାଙ୍କଗୁଡ଼ିକୁ ଚଳିବା ପାଇଁ କୁହାଯାଇଥାଏ।

ଉନ୍ନୟନ ପାଇଁ ବ୍ୟାଙ୍କ ଋଣ ସମ୍ପର୍କରେ ଏକ ଭିନ୍ନ କଥା ଦେଖିବାକୁ ମିଳୁଛି ଯେ ସୁଝା ନ ହେଉଥିବା ଋଣ (ନନ୍-ପର୍ଫରମିଂ ଆସେଟ୍ସ-ଏନ୍.ପି.ଏ) ଯୋଗୁଁ କର୍ପୋରେଟ ଓ ବ୍ୟାଙ୍କଗୁଡ଼ିକର ଦୂତ ବାଲାନ୍ସିଟ୍ ସମସ୍ୟା ଦ୍ୱାରା ଅଧିକାରୀମାନେ ଭାରାକ୍ରାନ୍ତ । ଅନ୍ୟପକ୍ଷରେ ଭାରତୀୟ ଅର୍ଥନୀତି ଢାଞ୍ଚାରେ ଅସଙ୍ଗଠିତ କ୍ଷେତ୍ରର ବହୁ ପ୍ରାଧାନ୍ୟ ରହିଛି । ଏହି ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲକ୍ଷ ଲକ୍ଷ ଅପହଞ୍ଚ ଉଦ୍ୟଗ ପାଖରେ ଭାରତୀୟ ବ୍ୟାଙ୍କ ବ୍ୟବସ୍ଥା ଏ ପର୍ଯ୍ୟନ୍ତ ପହଞ୍ôଚପାରି ନାହିଁ । ମୋଟ ଘରୋଇ ଉତ୍ପାଦନ ପ୍ରତି ଭାରତର ଘରୋଇ ବ୍ୟାଙ୍କର ଅବଦାନର ହାର ମାତ୍ର ୫୨% ହୋଇଥିବା ବେଳେ ଅନେକ ତୁଳନାତ୍ମକ ଅର୍ଥନୀତିରେ ଏହା ୧୧୦%କିମ୍ବା ଏହାଠାରୁ ଅଧିକ । ଏହି ଶକ୍ତିଶାଳୀ ବ୍ୟାପକ ସଂଖ୍ୟକଙ୍କୁ ଉତ୍ପାଦନ କ୍ଷମ ଋଣ ପ୍ରଦାନ ପାଇଁ ବ୍ୟାଙ୍କଗୁଡ଼ିକର ସଙ୍ଗଠିତ ଓ ବ୍ୟବସ୍ଥିତ ଆବଶ୍ୟକତା ସମ୍ପର୍କରେ ଗୁରୁତ୍ୱର ସହ ବିଚାର କରାଯିବା ଉଚିତ । ବୃହତ୍ତର ଉନ୍ନୟନ ବିିତ୍ତିୟ ସଂସ୍ଥାମାନ ବନ୍ଦ ହୋଇଯିବା ଯୋଗୁଁ ଶିଳ୍ପାୟନ ପ୍ରକ୍ରିୟା ମଧ୍ୟ ବାଧାପ୍ରାପ୍ତ ହୋଇଛି । ଆର୍.ବି.ଆଇ. ପ୍ରାୟ ଦେଢ଼ବର୍ଷ ହେଲା ନୂଆ ପ୍ରସ୍ତାବ ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଏହାର କାରଣ ଜାଣିବା ପାଇଁ ମଧ୍ୟ ଚେଷ୍ଟା କରାଯାଇ ନାହିଁ । ଏହି ପ୍ରସ୍ତାବରେ ଏକ ସମ୍ଭାବ୍ୟ ଆଦର୍ଶଗତ ଦୁର୍ବଳତା ହେଉଛି, ଏହା କେବଳ ଘରୋଇ କ୍ଷେତ୍ରରେ ଅଣ-ବ୍ୟାଙ୍କି ବିତ୍ତିୟ ସଂସ୍ଥା ଉପରେ ଗୁରୁତ୍ୱ ଦେଇଛି, ସରକାରୀ କ୍ଷେତ୍ରର ବିନା ସହଯୋଗରେ ଏହା ଶିଳ୍ପ ପାଇଁ ଆବଶ୍ୟକ ଦୀର୍ଘକାଳୀନ ସମ୍ବଳ ଯୋଗାଡ଼ କରିପାରିବ ନାହିଁ ।

ସେଥିପାଇଁ ବିକାଶର ଏହି ସ୍ତରରେ, ଆର୍.ବି.ଆଇ ଓ ସରକାର ତାଙ୍କ ଆଗରେ ଥିବା ବ୍ୟାପକ ଉନ୍ନୟନର ପ୍ରଶ୍ନକୁ ବିଚାରକୁ ନେଇ ଏକ ଉଚ୍ଚକ୍ଷମତା ସମ୍ପର୍ଣ୍ଣ କମିଟି ବସନ୍ତୁ, ଯିଏକି ଏହି ସମସ୍ତ ବିଷୟକୁ ବିସ୍ତୃତ ଭାବେ ପରୀକ୍ଷା କରି ଆବଶ୍ୟକୀୟ ପରାମର୍ଶ ଦେଇପାରିବ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top