ISSN (Print) - 0012-9976 | ISSN (Online) - 2349-8846

ଅନାହାର ମୃତ୍ୟୁ ପାଇଁ ଉତ୍ତରଦାୟୀ କିଏ?

ଅନାହାର ମୃତ୍ୟୁ ଅଭିଯୋଗ ଘଟଣାରେ ସାମାଜିକ ସୁରକ୍ଷା ବ୍ୟବସ୍ଥାର ଅଭାବକୁ ହିଁ ଦାୟୀ କରାଯିବ

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଗତ ସପ୍ତାହରେ ନୂଆଦିଲ୍ଲୀର କେନ୍ଦ୍ରସ୍ଥଳୀରେ ତିନିଜଣ ବାଳିକାଙ୍କର ଅନାହାର ମୃତ୍ୟୁର ଯନ୍ତ୍ରଣାଦାୟକ ସମ୍ବାଦ ଅନେକ ପ୍ରଶ୍ନ ଉଠାଏ । ସ୍ୱାଧୀନତାର ୭୦ବର୍ଷ ପରେ ମଧ୍ୟ କ୍ଷୁଧାରୁ ସୁରକ୍ଷା ଦେବାରେ ଏହା କେବଳ ରାଷ୍ଟ୍ରର ବିଫଳତା ଉପରେ ପ୍ରଶ୍ନ ଉଠାଏ ନାହିଁ, ଭାରତ ଗ୍ରହଣ କରିଥିବା ବିକାଶ ଢାଞ୍ଚା ଉପରେ ମଧ୍ୟ ଏହା ପ୍ରଶ୍ନ ଉଠାଏ । ଆଠବର୍ଷର ମାନସୀ, ଚାରି ବର୍ଷର ଶିଖା ଓ ଦୁଇବର୍ଷର ପାରୁଲଙ୍କୁ ଜୁଲାଇ ୨୪ତାରିଖରେ ଡାକ୍ତରଖାନାକୁ ଅଣାଯିବା ପରେ ମୃତ୍ୟୁ ଘୋଷଣା କରାଗଲା । ବ୍ୟବଚ୍ଛେଦ ରିପୋର୍ଟ ସ୍ପଷ୍ଟ ଭାବେ ଦର୍ଶାଉଥିଲା ଯେ ଏହା ଅନାହାର ମୃତ୍ୟୁ, ସେମାନଙ୍କର ବାପାଙ୍କର ପତ୍ତା ମିଳୁନାହିଁ ଏବଂ ମା’ଙ୍କର ମାନସିକ ସ୍ଥିରତା ନାହିଁ ଓ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହା କହିବା ବିରୁଦ୍ଧାତ୍ମକ ଯେ ଭାରତ ଔଦ୍ୟୋଗିକ ପୁଞ୍ଜିବାଦରୁ ଉପଭୋକ୍ତା ପୁଞ୍ଜିବାଦକୁ ଚାଲିଆସିଛି । ଏଠାରେ ପ୍ରଶ୍ନ ଉଠୁଛି କିଏ କ’ଣ ଓ କେତେ ଉପଭୋଗ କରୁଛି? ଖାଦ୍ୟ ଓ ସେବା କ୍ଷେତ୍ରରେ ଅଭିବୃଦ୍ଧି ଏକ ସନ୍ତୋଷଜନକ ଚିତ୍ର ଦେଖାଉଛି, କିନ୍ତୁ ଏହି ‘ଉପଭୋଗ କରୁଥିବା ଭାରତ’ କ’ଣ ଏଭଳି ଅନାହାର ମୃତ୍ୟୁ ସମ୍ପର୍କରେ ସଚେତନ?

ଏହି ପିଲାମାନଙ୍କର ମୃତ୍ୟୁ ପରେ ଗତ ଛଅମାସ ମଧ୍ୟରେ ହୋଇଥିବା ଅନେକ ଅନାହାର ମୃତ୍ୟୁ ଅଭିଯୋଗ ପ୍ରକାଶ ପାଇଛି । ଏଥି ମଧ୍ୟରୁ ଅଧିକାଂଶ ଝାଡ଼ଖଣ୍ଡରୁ ଥିବା ସହ କର୍ଣ୍ଣାଟକ, ଝତିଶଗଡ଼ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟମାନଙ୍କରୁ ମଧ୍ୟ ଆସୁଛି । ପ୍ରତ୍ୟେକ ଘଟଣାରେ ସତ୍ୟ ଅନୁସନ୍ଧାନ ରିପୋର୍ଟ ଓ ସମ୍ବାଦପତ୍ରର ଲେଖା, ଆକ୍ରାନ୍ତ ପରିବାର ପାଖରେ ସେମାନଙ୍କର ଅଧିକାରକୁ ପହଞ୍ଚାଇବାରେ ବ୍ୟବସ୍ଥାର ବିଫଳତାକୁ ଦାୟୀ କରିଛନ୍ତି । ଗଣ-ବଣ୍ଟନ ବ୍ୟବସ୍ଥାରେ ରିହାତିରେ ଖାଦ୍ୟଶସ୍ୟ ଯୋଗାଣ, ସ୍କୁଲ ଯିବା ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ, ପ୍ରସୂତି କାଳିନ ସୁବିଧା-ସୁଯୋଗ ଓ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ଶିଶୁମାନଙ୍କ ପାଇଁ ଅତିରିକ୍ତ ପୁଷ୍ଟିକର ଖାଦ୍ୟର ବ୍ୟବସ୍ଥା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରହିଛି । ଏହି ନିର୍ଦ୍ଦିଷ୍ଟ ଘଟଣାରେ ବଡ଼ ଝିଅଟି ଶିକ୍ଷା ଅଧିକାର ଆଇନ ଅନୁଯାଇ ସ୍କୁଲ ଯିବା କଥା ଓ ସେଠାରେ ପ୍ରତିଦିନ ମଧ୍ୟାହ୍ନ ଭୋଜନ ପାଇବା କଥା ଏବଂ ଅନ୍ୟ ଦୁଇଜଣ ସାନ ପିଲା ଅଙ୍ଗନବାଡ଼ି କେନ୍ଦ୍ରରୁ ଅତିରିକ୍ତ ପୁଷ୍ଟିକର ଖାଦ୍ୟ ପାଇବା କଥା । ଦିଲ୍ଲୀ ରୋଜି ରୋଟି ଅଧିକାର ଅଭିଯାନ ଦ୍ୱାରା ପ୍ରସ୍ତୁତ ଏକ ସତ୍ୟ ଅନୁସନ୍ଧାନ ରିପୋର୍ଟ ଦର୍ଶାଇଥିଲା ଯେ ଯଦିଓ ଏହି ସମସ୍ତ ସେବା ସେ ଅଞ୍ଚଳରେ ରହିଛି, ଏହି ଝିଅମାନେ ଓ ସେମାନଙ୍କର ବାପା-ମା’ ମୃତ୍ୟୁ ପର୍ବ ମାସ ମାନଙ୍କରେ ଏହି ସବୁ ପାଇପାରି ନଥିଲେ । ବୋଧହୁଏ ସେମାନେ ଅନ୍ୟ ଅଞ୍ଚଳରୁ ଆସିଥିବାରୁ ଓ ସେମାନଙ୍କ ପାଖରେ ଆବଶ୍ୟକ କାଗଜପତ୍ର ନଥିବାରୁ ତାଲିକାଭୁକ୍ତ ହେବା ପାଇଁ ସେମାନଙ୍କ ପକ୍ଷେ ଅସୁବିଧା ହୋଇଥିବ କିମ୍ବା ଦିଲ୍ଲୀର ରେସନ କାର୍ଡ଼ କୋଟା ବଣ୍ଟା ସରିଯାଇଥିବ ।

ଏହି ଘଟଣାର ପ୍ରକୃତ ବିଷୟ ଯଦିଓ ଏ ପର୍ଯ୍ୟନ୍ତ ତଦନ୍ତ ହୋଇନାହିଁ, ଅନାହାର ମୃତ୍ୟୁ ଅଭିଯୋଗ ହୋଇଥିବା ସମସ୍ତ ଘଟଣାରେ ଏହା ଦେଖାଯାଉଛି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଥିବା ଅଧିକାର କିମ୍ବା ସାମାଜିକ ସୁରକ୍ଷା ଭତ୍ତା (ବୟସ୍କ / ଏକାକୀ ମହିଳାଙ୍କ ପାଇଁ) ଅମଲାତାନ୍ତ୍ରିକ ବାଧା ଏବଂ / କିମ୍ବା ରାଷ୍ଟ୍ର ଦ୍ୱାରା ସମ୍ବଳ ଯୋଗାଯାଇ ନଥିବାରୁ ଦିଆଯାଇ ନାହିଁ । ଦୀର୍ଘଦିନର ଅନାହାର ପରେ ଏହି ମୃତ୍ୟୁ ଘଟଣାଗୁଡ଼ିକ ଗୁରୁତ୍ୱର ସହ ଦର୍ଶାଉଛି ଯେ ସାମାଜିକ ସୁରକ୍ଷାକୁ ନେଇ ଏଭଳି ଯୋଜନାମାନ ଥିବା ସତ୍ତେ୍ୱ ସବୁଠାରୁ କଣଠେସା ହୋଇଥିବା ଲୋକମାନେ ଏହାର ସୁବିଧା ପାଇପାରୁ ନାହାନ୍ତି । ବର୍ତ୍ତମାନର ଏହି ଯୋଜନାଗୁଡ଼ିକର କାର୍ଯ୍ୟକାରିତାକୁ ଦୃଢ଼ କରିବା ସହ ବିଭିନ୍ନ ରାଜ୍ୟରେ କାର୍ଯ୍ୟକାରୀ କରାଯାଇ ସଫଳତା ମିଳିଥିବା ଅନ୍ୟ କେତେକ ଯୋଜନାକୁ ମଧ୍ୟ ଦେଶ ତମାମ କାର୍ଯ୍ୟକାରୀ କରାଯିବା ଆବଶ୍ୟକ । ସେଗୁଡ଼ିକ ହେଲା; ସହରାଞ୍ଚଳରେ ସାମୂହିକ ରୋଷେଇ ଘର, ଗଣ-ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ବିଶେଷକରି ଆଦିବାସୀ ଅଞ୍ଚଳରେ ବିଭିନ୍ନ ପ୍ରକାରର ଖାଦ୍ୟ ଯୋଗାଣ, ଛୁଟି ଦିନରେ ମଧ୍ୟ ସ୍କୁଲମାନଙ୍କରେ ଭୋଜନ ବ୍ୟବସ୍ଥା ଇତ୍ୟାଦିର ପ୍ରଚେଷ୍ଟା । ଏହା ସହ ଆଧାର ପ୍ରମାଣର ବାଧ୍ୟବାଧକତାକୁ ହଟାଇବାକୁ ହେବ, ଯାହା ଅଧିକାଂଶ ଘଟଣାରେ ବାଦ ପଡ଼ିବାର କାରଣ ହୋଇଛି । ସବୁଠାରୁ ଅସୁରକ୍ଷିତ ସମ୍ପ୍ରଦାୟଗୁଡ଼ିକ ପାଖରେ ପହଞ୍ôଚବା ପାଇଁ ବିଶେଷ ଧ୍ୟାନ ହେଉଥିବା ଏକ ବାସ୍ତବ ସର୍ବଜାନୀନ ସାମାଜିକ ସୁରକ୍ଷା ବ୍ୟବସ୍ଥା ହେବା ଆବଶ୍ୟକ ।

ରାଷ୍ଟ୍ର ଦ୍ୱାରା ଦିଆଯାଉଥିବା ଅଧିକାରଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବାର ବ୍ୟବସ୍ଥାକୁ ଉନ୍ନତ କରିବାର ଆବଶ୍ୟକତା ରହିଥିବା ବେଳେ, ଏହାକୁ ମଧ୍ୟ ଆତ୍ମନିରିକ୍ଷଣ କରିବାକୁ ହେବ ଯେ ଦୁଇ ଦଶକ ଧରି ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧି ସତ୍ତେ୍ୱ କାହିଁକି ଦେଶ ଏପରି ଏକ ପରିସ୍ଥିତିରେ ସମ୍ମୁଖୀନ ହେଉଛି, ଯେଉଁଠି ଲୋକେ ଭୋକ ଓ ଅନାହାରରେ ମରୁଛନ୍ତି । ଏହାକୁ ସ୍ୱୀକାର କରିବାକୁ ହେବ ଯେ ଅଳ୍ପ କିଛିଙ୍କୁ ଫାଇଦା ପହଞ୍ଚାଉଥିବା ବର୍ତ୍ତମାନର ଅର୍ଥନୈତିକ ଢାଞ୍ଚାରେ ଥିବା ଗଭୀର ଅସମତା ଯୋଗୁଁ ଅନେକ ସର୍ବନିମ୍ନ ବଞ୍ôଚବାର ସୁରକ୍ଷା ଓ ସମ୍ମାନଜନକ ନିଯୁକ୍ତିର ସୁଯୋଗରୁ ବଞ୍ôଚତ ହେଉଛନ୍ତି । ଦିଲ୍ଲୀର ଏହି ଗୋଟିଏ ଘଟଣା କୋଟି କୋଟି ଭାରତୀୟଙ୍କର ଅସୁରକ୍ଷାକୁ ଦେଖାଉଛି, ଯେଉଁମାନେ ବଞ୍ôଚବାର ସୁରକ୍ଷା ଅଭାବରୁ ଅତି ଦୈନ୍ୟ ଅବସ୍ଥାରେ ଜୀବନ କାଟୁଛନ୍ତି । ଏହା ଜଣାଯାଉଛି ଯେ ଏହି ତିନି ଝିଅଙ୍କର ପଡ଼ୋସୀମାନେ ସେମାନଙ୍କର ପରିବାର ଅତି ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଥିବା ଜାଣିଥିଲେ, କିନ୍ତୁ ବୋଧହୁଏ ଝିଅମାନଙ୍କର ମୃତ୍ୟୁ ହୋଇପାରେ ବୋଲି ଆଗରୁ କଳ୍ପନା କରିପାରି ନଥିଲେ । ରାଷ୍ଟ୍ରର ଅନୁପସ୍ଥିତି ସ୍ପଷ୍ଟ ଦୃଶ୍ୟମାନ । ଏହା ଦେଶରେ ଅନ୍ୟ ଦଶଲକ୍ଷରେ ଜଣଙ୍କର କଥା ହୋଇଥାଇ ପାରେ ।

ସମ୍ପଦର ସମବଣ୍ଟନକୁ ନେଇ ଜାତୀୟ ବିତର୍କ ହେବା ଜରୁରୀ । ଅତି କମ୍ରେ, ରାଷ୍ଟ୍ର ଓ ରାଜନୈତିକ ଦଳମାନେ ଏଭଳି ଏକ ଆଲୋଚନା ଆରମ୍ଭ କରିପାରିବେ ଏବଂ ଏହି ସମସ୍ତ ମୃତ୍ୟୁର କାରଣ ଅନାହାର କି ନୁହେଁ - ଆଲୋଚନାରେ ଶକ୍ତି ନଷ୍ଟ ନକରି ଏହାର ଏକ ସୃଜନାତ୍ମକ ସମାଧାନ ବାହାର କରିବା ଆବଶ୍ୟକ । ଏହି ସମସ୍ତ ମୃତ୍ୟୁ ଘଟଣାରେ ଗୋଟିଏ କଥା ସ୍ପଷ୍ଟ ଯେ, ଯେଉଁମାନେ ମୃତ୍ୟୁବରଣ କରିଛନ୍ତି, ସେମାନେ ସମସ୍ତେ ଅତି ଦରିଦ୍ର ଅବସ୍ଥାରେ ଥିଲେ ଏବଂ ବିଭିନ୍ନ କାରଣରୁ ଖାଦ୍ୟ, ପୁଷ୍ଟି ଓ ସ୍ୱାସ୍ଥ୍ୟସେବାରୁ ବଞ୍ôଚତ ଥିଲେ । ଏହି ଅବସ୍ଥା ପାଇଁ ଉତ୍ତରଦାୟିତ୍ୱ ରହିବା ଜରୁରୀ । ଏହା ଏକ ସାଧାରଣ ବିଷୟ ହୋଇ ନପାରେ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top