ISSN (Print) - 0012-9976 | ISSN (Online) - 2349-8846

ସ୍ଥାନ ନିର୍ଣ୍ଣୟ ବା ର୍ୟାଙ୍କିଙ୍ଗର ଉତ୍ପୀଡନ

ବ୍ୟବସାୟ କରିବାକୁ ସହଜ ସୂଚୀଟି ଏବେ ନିଜେ ଏକ ବ୍ୟବସାୟ ପାଲଟିଛି ।  କାହିଁକି?

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ବିଶ୍ୱ ବ୍ୟାଙ୍କ ଗ୍ରୁପ(ଡବ୍ଳ୍ୟବିୁଜି) ପକ୍ଷରୁ ପ୍ରକାଶ କରାଯାଇଥିବା ଲୋକପ୍ରିୟ ଅଥଚ ଅସାର ବ୍ୟବସାୟ ପାଇଁ ସହଜ ବା ଇଜ ଅଫ ଡୁଇଙ୍ଗ ବିଜିନେସ(ଓଡିବି) କଥାଟି ଏବେ ପୁଣି ଥରେ ସନ୍ଦେହର ପରିସର ଭିତରକୁ ଆସିଲାଣି । ବିଶ୍ୱ ବ୍ୟାଙ୍କର ପ୍ରମୁଖ ଅର୍ଥନୀତିଜ୍ଞ ପଲ ରୋମର ତାଙ୍କ ସଙ୍ଗଠନର ଡୁଇଙ୍ଗ ବିଜିନେସ ରିପୋର୍ଟକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ବିଶେଷକରି ଚିଲ୍ଲୀରେ  ବର୍ଷ ବର୍ଷ ଧରି ଚାଲିଥିବା ପଦ୍ଧତିରେ ପରିବର୍ତ୍ତନ ଆସିବା ପରେ ସ୍ଥାନ ନିର୍ଣ୍ଣୟ  ବ୍ୟବସ୍ଥାରେ ପ୍ରବଳ ଅବନତି ଘଟିଛି । ୨୦୦୬ ମସିହାରୁ ଚିଲ୍ଲୀର ର୍ୟାଙ୍କିଙ୍ଗ ୨୫ ରୁ ୨୭ ଭିତରେ ରହି ଆସିଛି ।   ମାଇକେଲ ବ୍ୟାଚେଲରଙ୍କ ସୋସାଲିଷ୍ଟ ପାର୍ଟି ଅଧିନରେ ଏହି ସ୍ଥାନ ବା ର୍ୟାଙ୍କିଙ୍ଗ ବହୁ ପରିମାଣରେ କମି ଯାଇଥିଲା କିନ୍ତୁ ରକ୍ଷଣଶୀଳ ସେବାଷ୍ଟିଆନ୍ ପିନେରାଙ୍କ ବେଳେ ଏହାର ବୃଦ୍ଧି ଘଟିଥିଲା । ରୋମର ଯାହା ଅବଶ୍ୟମ୍ଭାବୀ ତାହାହିଁ କରିଥିଲେ । ଯେତେବେଳେ ଏହି ସୂଚୀ ମାପିବା ପାଇଁ ଥିବା ପରିବର୍ତ୍ତନଶୀଳ କଥା ଗୁଡିକରେ ପରିବର୍ତ୍ତନ ଆସିଲା ବା କାର୍ଯ୍ୟପ୍ରଣାଳୀରେ ପରିବର୍ତ୍ତନ ହେଲା ସେତେବେଳେ  ବର୍ଷ ବର୍ଷ ଧରି ଚାଲିଥିବା ସ୍ଥାନ ନିର୍ଣ୍ଣୟ ବ୍ୟବସ୍ଥାକୁ ପୂର୍ବରୁ ଯେଭଳି ତୁଳନା କରାଯାଉଥିଲା ତାହା ଆଉ ସେହି ଭଳି ରହିଲା ନାହିଁ । ସେ କହିଲେ ଯେ ବିଶ୍ୱବ୍ୟାଙ୍କ ଗତ ଚାରି ବର୍ଷର ତଥ୍ୟକୁ ନେଇ ଏକ ସୁସଙ୍ଗତ ପଦ୍ଧତିରେ ଏହାର ପୁନଃହିସାବ କରିବ । ଏଠାରେ ଯେତେବେଳେ ରୋମରଙ୍କ ସ୍ଥା ନିର୍ଣ୍ଣୟକୁ ନେଇ ସୃଷ୍ଟିି ହୋଇଥିବା ସନ୍ଦେହ ସ୍ୱାଗତଯୋଗ୍ୟ ସେତେବେଳେ ଏକଥାକୁ ମଧ୍ୟ ମନେ ରଖିବାକୁ ହେବ ଯେ ଏହାକୁ ନେଇ ବହୁ ଗବେଷଣା ହୋଇ ସାରିଲାଣି ଓ ରିପୋର୍ଟ ବିଶେଷକରି ବ୍ୟବସାୟ ପାଇଁ ସହଜ ରିପୋର୍ଟ ଉପରେ ଏହି ଗବେଷଣାରୁ ବହୁ ଗମ୍ଭୀର ସମସ୍ୟା ସବୁର ସୂଚନା ମିଳି ସାରିଲାଣି ।

ପ୍ରଥମେ ୨୦୦୩ରେ ପ୍ରକାଶିତ ବ୍ୟବସାୟ କରିବା ରିପୋର୍ଟ ବ୍ୟବସାୟ ପାଇଁ ଥିବା ପରିବେଶକୁ ଜାଣିବା ପାଇଁ  ସାଧାରଣତଃ ଆଇନଗତ ନିୟମାବଳୀ ଓ ପ୍ରକ୍ରିୟାଗତ ତଥ୍ୟ ଉପରେ ନିର୍ଭର କରା ଯାଉଥିଲା । ରିପୋର୍ଟ ବିଶେଷକରି ଦେଶର ବିଭିନ୍ନ ବଡ ବଡ ସହରରେ ଥିବା ମଧ୍ୟମ ଧରଣର ବ୍ୟବସାୟିକ ସଂସ୍ଥାଗୁଡିକ ପ୍ରତି ଲାଗୁ ହେଉଥିବା ନିୟମାବଳିକୁ ବିଚାରକୁ ନେଉଥିଲା । ଏହା ଔପଚାରିକ ଅର୍ଥନୀତିର କଥିତ ନୀତିଗୁଡିକୁ ଆକଳନ କରୁଥିଲା, ଅନ୍ତର୍ଦେଶୀୟ ନିୟମାବଳୀର ପରିବର୍ତ୍ତନକୁ ଅଣଦେଖା କରୁଥିଲା ଏବଂ ନିତିଦିନିଆ ବ୍ୟବସାୟିକ କାରବାରର ଆକଳନ ଉପରେ ଗୁରୁତ୍ୱ ଦେଉ ନ ଥିଲା । ୨୦୦୬ରୁ ୱାର୍ଲ୍ଡ ବ୍ୟାଙ୍କ ଗ୍ରୁପ ବ୍ୟବସାୟ ପାଇଁ ସହଜ ସୂଚୀ ପ୍ରସ୍ତୁତ କରିବାପାଇଁ ବିଭିନ୍ନ ସୂଚକାଙ୍କଗୁଡିକୁ ଏକତ୍ରିତ କରିବା ଆରମ୍ଭ କରିଦେଲା । ଏହା ମଧ୍ୟ ବ୍ୟାଙ୍କ ଗୁଡିକର ରୁଣ ପ୍ରଦାନ ନୀତିର ସର୍ତ୍ତ ଗୁଡିକୁ ବିଚାରକୁ ନେଲା । କିନ୍ତୁ ୨୦୦୯ ବେଳକୁ ଏହା ଉପରେ ଆଉ ଗୁରୁତ୍ୱ ଦିଆଗଲା ନାହିଁ । ଯାହା ଫଳରେ ଏହା  ପ୍ରବଳ ସମାଲୋଚନାର ଶିକାର ହେଲା । ୨୦୧୩ ମସିହା ବେଳକୁ ଡବ୍ଲ୍ୟବିଜିର ଅଧ୍ୟକ୍ଷ ଜିମ ୟଙ୍ଗ କିମ୍ଙ୍କ ଦ୍ୱାରା ଉନ୍ମୋଚିତ  ‘ଦି ଇଣ୍ଡିପେଣ୍ଡେଣ୍ଟ ପ୍ୟାନେଲ ରିଭ୍ୟୁ ଅଫ ଦି ଡୁଇଙ୍ଗ ବିଜିନେସ ରିପୋର୍ଟ’ ରେ କୁହାଗଲା ଏହି ସୂଚୀ ପ୍ରକାଶିତ ହୋଇ ଚାଲିବାର ଆବଶ୍ୟକତା ନାହିଁ । ଏହି ସମୀକ୍ଷା ରିପୋର୍ଟରେ କୁହାଗଲା ଯେ ଏଥିରେ ଥିବା ତଥ୍ୟ ଆନ୍ତର୍ଜାତିକ ତୁଳନାକୁ ବଳ ଯୋଗାଇ ପାରେ କିନ୍ତୁ ଏହି ତଥ୍ୟକୁ ଆଧାର କରି ସୂଚୀରେ ଥିବା ସ୍ଥାନ ନିର୍ଣ୍ଣୟ କଥାଟିି ଠିକ ନୁହେଁ । ତା ସତ୍ତେ୍ୱ ମଧ୍ୟ ସ୍ଥାନ ନିର୍ଣ୍ଣୟ ବିଷୟଟି ଅଟକି ନଯାଇ ଚାଲିଛି । ଅର୍ଥନୀତି ଓ ପରିସଂଖ୍ୟାନରେ ସୂଚକାଙ୍କ ନିର୍ମାଣ କରିବା ଏକ ଚତୁରତା ଭରା କୌଶଳ । ସୂଚକାଙ୍କ ବିଭିନ୍ନ ବିପରୀତମୁଖୀ ଗୁଣଗୁଡିକୁ ଏକତ୍ରିତ କରିବାର ମାର୍ଗ ପ୍ରଦର୍ଶନ କରେ । ଓଜନ ଓ ଆକାର ବାଛିବା ତୁଳନା କରିବାର ବସ୍ତୁନିଷ୍ଠ ପଦ୍ଧତିଟି ଉପରେ ପ୍ରାଧାନ୍ୟ ବିସ୍ତାର କରେ । ଅବଶ୍ୟ ଦୁଇଟି ଗୁଣର ଫଳାଫଳକୁ ଏକତ୍ରୀତ କରିବା ପାଇଁ ଆହୁରି ଅନେକ ସଚ୍ଚା ପଦକ୍ଷେପ ରହିଛି କିନ୍ତୁ ପ୍ରତି ପରିଣାମକୁ ପୂର୍ବାଗ୍ରହ ପ୍ରଭାବିତ କରିବାର ଆଶଙ୍କା ରହିଛି । ଏକଥା ନିଶ୍ଚିତ ଯେ ସୂଚକାଙ୍କର ସବୁଠୁ ବଡ ଶକ୍ତି ହେଉଛି ଏହା ଜଟିଳ ଅସାଧାରଣ ଘଟଣାଗୁଡିକୁ ସରଳ ତୁଳନାତ୍ମକ ସଂକ୍ରାରେ ପରିବର୍ତ୍ତନ କରିଦିଏ । ଏହି ସରଳତା ସ୍ଥାନ ନିର୍ଣର୍ୟ ବା ର୍ୟାଙ୍କିଙ୍ଗକୁ ଲୋକପ୍ରିୟ ଓ ଶକ୍ତିଶାଳୀ କରେ । ଏହା ମଧ୍ୟ ନୀତି ନିର୍ଦ୍ଧାରଣ କରିବା କ୍ଷେତ୍ରରେ ଏକ ବିପଦପୂର୍ଣ୍ଣ ଓ ଅବାଟରେ ପରିଚାଳିତ ଅସ୍ତ୍ର ଭାବରେ କାମ କରିଥାଏ । ଯେତେବେଳେ ସବୁ ଦାବିଦାରମାନେ ଏଭଳି ସ୍ଥାନ ନିର୍ଣର୍ୟ ବ୍ୟବସ୍ଥାକୁ  ଗ୍ରହଣ କରି ପାରନ୍ତିନି ଏହାକୁ ବହୁଳ ଭାବରେ ବିଜ୍ଞପୀତ କରାଯାଏ ଓ ଏହାକୁ ଅଣଦେଖା କରିବା ଅସମ୍ଭବ ହୋଇପଡେ । ଅନେକ ସମୟରେ ଯେତେବେଳେ ଏହାର ପଦ୍ଧତିକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ବହୁ କମ ନଜରକୁ ଆସିଥାଏ ସେତେବେଳେ ସ୍ଥାନ ନିର୍ଣ୍ଣୟର ଅର୍ଥହୀନ ଆନ୍ଦୋଳନ ଅନାବଶ୍ୟକ ଭାବେ ଲୋକଙ୍କ ନଜରରେ ଅଧିକ ପଡିଥାଏ ।

ସବୁଠାରୁ ବଡ ସମସ୍ୟା ସେତେବେଳେ ସୃଷ୍ଟି ହୋଇଥାଏ ଯେତେବେଳେ ସ୍ଥାନ ନିର୍ଣ୍ଣୟ କଥାଟି ସରକାରମାନଙ୍କୁ ର୍ୟଙ୍କିଙ୍ଗରେ ଉଚ୍ଚସ୍ଥାନ ପାଇବା ପାଇଁ ନିଜର ନୀତିକୁ ଦୁର୍ବଳ କରିଦେବା ପାଇଁ ପ୍ରୋତ୍ସାହିତ କରେ । ବାସ୍ତବ କଥାଟି ହେଉଛି ଭାରତ ସରକାର ଏହାର ୨୦୧୭-୧୮ ଉଦ୍ୟୋଗ ନୀତିରେ ୨୦୧୭-୧୮ର ଇଡିବି ସୂଚକାଙ୍କରେ ୯୦ ତମ ସ୍ଥାନରେ ଓ ୨୦୨୦ରେ ୩୦ତମ ସ୍ଥାନରେ ପହଞ୍ôଚବାକୁ ମୂଳ ଲକ୍ଷ୍ୟ କରିଥିଲା । ଭାରତ ଗତ ବର୍ଷ ୧୩୦ ରେ ôତଲା, ଚଳିତ ବର୍ଷ ୧୦୦ ରେ ପହଞ୍ôଚଛି । ଭାରତ ଏବେ ଡୁଇଙ୍ଗ ବିଜିନେସର ରୁଣ ପାଇବା ବା ଗେଟିଙ୍ଗ କ୍ରେଡିଟ ଇଣ୍ଡେକ୍ସରେ ୨୯ତମ ସ୍ଥାନରେ ରହିଛି । ଏହା ଫଳରେ ଏକ ସନ୍ଦେଶ ଯାଉଛି ଯେ ଭାରତ କରଜ ବା କ୍ରେଡିଟ କ୍ଷେତ୍ରରେ ଭଲ କରୁଛି । କିନ୍ତୁ ବହୁ ସର୍ବେକ୍ଷଣ ଓ ରିପୋର୍ଟରେ ଏହାର ବିପରୀତଧର୍ମୀ ସୂଚନା ଆସୁଛି । ଏହି ରିପୋର୍ଟ ପ୍ରକୃତରେ ରୁଣ ପାଇବାର ସାମର୍ଥ୍ୟ ବର ଆମସେସ ଟୁ କ୍ରେଡିଟ ୁପରେ ସେଭଳି ଧ୍ୟାନ ଦେଇ ନ ଥାଏ ।

ଡୁଇଙ୍ଗ ବିଜିନେସର ସମୀକ୍ଷା ରିପୋର୍ଟ ଏକଥାକୁ ମଧ୍ୟ ଧ୍ୟାନକୁ ନେଇଛି ଯେ ଏଥି଼ରେ କେତେକ ଭ୍ରମାତ୍ମକ ଶବ୍ଦାବଳୀ ବ୍ୟବହୃତ ହୋଇଛି ଯାହାର କି ପ୍ରଭାବ ସୁଦୂର ପ୍ରସାରୀ ହୋଇପାରେ ଓ ସାଧାରଣ ଲୋକଙ୍କର ଅର୍ଥନୀତି ବିଷୟରେ ଥିବା ଧାରଣା ଓଲଟ ପାଲଟ ହୋଇଯିବାର ମଧ୍ୟ ଆଶଂକା ରହିଛିି । ଏଥିରେ ବ୍ୟବହୃତ ଶବ୍ଦାବଳୀ କହେ ଯେ ଏହି ସୂଚୀ ବ୍ୟବସାୟିକ ପରିବେଶର ଏକ ବ୍ୟାପକ ପଦକ୍ଷେପଗୁଡିକ ବିଷୟରେ ଧାରଣା ଦେଇଥାଏ । କିନ୍ତୁ ଏହା କେବଳ କାଗଜପତ୍ରରେ ଥିବା ନିୟମାବଳୀଗୁଡିକ ଉପରେ ନଜର ଦେଇଥାଏ । ସୂଚୀରେ ଉପରକୁ ଯିବା ପାଇଁ ସରକାରମାନେ ସେମାନଙ୍କ ନୀତିରେ ମଧ୍ୟ କେତେକ ପରିବର୍ତ୍ତନ କରିଥାଆନ୍ତି ସେତେବେଳେ ସେମାନେ ସେମାନଙ୍କ ଲୋକମାନଙ୍କ ବିଷୟରେ ମଧ୍ୟ ଧ୍ୟାନ ଦେଇ ନଥାନ୍ତି । କିଛି କ୍ଷେତ୍ରରେ ଯେଉଁ ଧାରଣା ରହିଛି ଯେ ଭଲ ର୍ୟାଙ୍କିଙ୍ଗ ବ୍ୟବସ୍ଥା ହୋଇଗଲେ ଗୋଟିଏ ଦେଶକୁ ଅଧିକ ପ୍ରତ୍ୟକ୍ଷ ପୁଞ୍ଜି ଆସିବାର ସୁଯୋଗ ମିଳିଯିବ ତାହା ମଧ୍ୟ ଏହି ସ୍ଥାନ ନିର୍ଣ୍ଣୟ ପଛରେ ଲୋକଙ୍କର ଦଉଡିବାର ଆଉ ଏକ କାରଣ ।

ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଯେ ଏହି ଇଜ ଅଫ ଡୁଇଙ୍ଗ ବିଜିନେସ ବିଭିନ୍ନ ଦେଶର ବିକାଶର ବିଭିନ୍ନ ପ୍ରସଙ୍ଗଗୁଡିକୁ ଅଣଦେଖା କରି ଦେଇଥାଏ । ଧାରଣା ଦିଆଯାଏ ଯେ ଯଦି ଦେଶ ତାଙ୍କର ନିଜସ୍ୱ ପ୍ରସଙ୍ଗ ଓ ବିକାଶର ମାର୍ଗକୁ ବାଦ ଦେଇ ଏହି ସବୁ ସର୍ତ୍ତବଳୀର ପୂରଣ କରିବେ ତାହାହେଲେ ସେମାନେ ସୂଚୀରେ ଉପରକୁ ଉପରକୁ ଯିବେ । ଏହା ଠିକ ଗୋଟିଏ ଫୁଟବଲ ବିଶ୍ୱ କପ ପରି ହୋଇଥାଏ ଯେଉଁଠାରେ ଖେଳାଳୀ ଓ ଦଳ ମାନଙ୍କ ପାଇଁ ଗୋଟିଏ ସାଧାରଣ ନିୟମ ତ ରହିଥାଏ, ତା ବାହାରେ ଗୋଟିଏ ଦଳ ଅନ୍ୟ ଦଳ ବିରୁଦ୍ଧରେ ତିଆରୁ ଥିବା ରଣନୀତି ମ୍ୟାଚ ଜିତିବାରେ ଅଧିକ କାମ ଦେଇଥାଏ । ଯଦିଓ ଡୁଇଙ୍ଗ ବିଜିନେସ ଖୋଲାଖୋଲି ଭାବରେ ନୀତି ନିର୍ଦ୍ଧାରଣ ବିଷୟରେ କହିବାକୁ ଚାହେଁ ଏବଂ ଏହାକୁ କେବେ ପ୍ରେସକ୍ରାଇବ ନକରି ବା ଏଥିପାଇଁ  ନୀତି ନର୍ଦ୍ଧାରିତ ନକରି ସବୁକିଛି କରିବାକୁ ୁଚାହେଁ କିନ୍ତୁ  ର୍ୟାଙ୍କିଙ୍ଗ ସଂକ୍ଷେପରେ ଖୋଲଶକେଖାଲି ସେକଥାଟିକୁ କରିଥାଏ । ତେଣୁ ଏହି ନୂତନ ବିବାଦକୁ ନଜରରେ ରଖି ବିଶ୍ୱବ୍ୟାଙ୍କ ଏ ବିଷୟରେ ଆଉଥରେ ଚିନ୍ତା କରିବା ଆବଶ୍ୟକ ଓ ଦରକାର ହେଲେ ଇଡିବି ଇଣ୍ଡେକ୍ସକୁ ସମ୍ପୂର୍ଣର୍ ଭାବେ ହଟାଇ ଦେବାପାଇଁ ଉଦ୍ୟମ କରିବା ଆବଶ୍ୟକ ।

 

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top