ISSN (Print) - 0012-9976 | ISSN (Online) - 2349-8846

ସୁପ୍ରିମକୋର୍ଟର ଆଗକୁ

ସୁପ୍ରିମକୋର୍ଟ ବିଶ୍ୱାସର ସଂକଟରେ ପଡିଥିବା ଦେଶର ଏକମାତ୍ର ଗଣତାନ୍ତ୍ରୀକ ସଂଗଠନ ନୁହେଁ

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଏହା ନିଶ୍ଚିତ ଭାବରେ ଚା କପରେ ଝଡ ବା ଏକ ପାରିବାରିକ ବିବାଦର କଥା ନୁହେଁ । ସର୍ବୋଚ୍ଚ କୋର୍ଟର ଚାରିଜଣ ବରିଷ୍ଠ ବିଚାରପତି ୧୨ ଜାନୁଆରୀ ୨୦୧୮ରେ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ଯେଉଁ ବିତର୍କ ଉଠାଇଲେ ସେଥିôରୁ ଗୋଟିଏ କଥା ସ୍ପଷ୍ଟ ହୋଇଗଲା ଯେ ଏବେ ଦେଶର କୌଣସି ଗଣତାନ୍ତ୍ରିକ ସଂଗଠନରେ ଆଉ ପ୍ରଶ୍ନଚିହ୍ନ ଲାଗିନାହିଁ ବୋଲି ନୁହେଁ ।  ସବୁଥିରେ ସଂସ୍କାରର ଆବଶ୍ୟକତା ଦେଖା ଦେଲାଣି । ନଭେମ୍ବର ୨୦୧୭ରେ ବିଚାରପତି ଜେ ଚଲମେଶ୍ୱର, ରଞ୍ଜନ ଗୋଗୋଇ, ମଦନ ଲୋକୁର ଏବଂ କୁରିଆନ୍ ଯୋଶେଫ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କୁ ଯେଉଁ ପତ୍ର ଲେଖିଲେ ସେଥିରୁ ଜଣା ପଡିଲା ଯେ ସେମାନଙ୍କର  ଆପତ୍ତି ଓ ଆକ୍ରୋଶ କେବଳ ଗୋଟିଏ କୌଣସି ବିଷୟକୁ ନେଇ ନୁହେଁ ବରଂ ଅତୀତରେ ଘଟିଥିବା ଅନେକ ଗୁଡିଏ ଘଟଣା ଓ ତଦଜନିତ ମତାନ୍ତରକୁ ନେଇ ଏହି ଅସନ୍ତୋଷ ପୁଞ୍ଜିଭୂତ ହୋଇଛି । ଡିସେମ୍ବର ୨୦୧୪ରେ ସିବିଆଇ ବିଚାରପତି ଲୋୟାଙ୍କର ଅକସ୍ମାତ୍ ମୃତ୍ୟୁ  ଘଟଣାକୁ ନେଇ ଗଣମାଧ୍ୟମ ଯାହା କଲା ଓ ମାମଲାଟି ସୁପ୍ରିମକୋର୍ଟରେ ବିଚାର ପାଇଁ ଆସିବା ପରେ ତାର ବିଚାର କରିବାପାଇଁ ଯେଉଁ ଖଣ୍ଡପୀଠକୁ ବଛାଗଲା ତାହାକୁ ଏହି ୪ ଜଣ ବିଚାରପତିଙ୍କର ସାମ୍ବାଦିକ ସମ୍ମିଳନୀ ଡାକିବାର ମୁଖ୍ୟ କାରଣ ବୋଲି ଧରାଯାଉଛି ।

ଏ ଘଟଣାରେ କେତେକ ପ୍ରଶ୍ନ ଉଠାଇଛନ୍ତି ଯେ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତିମାନେ ଏପରି ସାମ୍ବାଦିକ ସମ୍ମିଳନୀ କରିବା ଉଚିତ୍ କି । କିନ୍ତୁ କେହି ଏକଥାରେ ଦ୍ୱିମତ ନୁହନ୍ତି ଯେ ଭାରତୀୟ ମାନଙ୍କର ନ୍ୟାୟ ପାଇବାର ଶେଷ ଭରସା ବୋଲି କୁହାଯାଇଥିବା ନ୍ୟାୟାଳୟ ପାରଦର୍ଶୀ ବ୍ୟବସ୍ଥା ଭିତରେ ଚାଲୁ ବୋଲି ସମସ୍ତେ ଚାହାନ୍ତି । ଯଦି ବିଚାରପତିମାନେ ମୁଖ୍ୟ ବିଚାରପତିଙ୍କୁ ଲେଖିଥିବା ଚିଠି(ଯାହାକି ଇପିଡବ୍ଲ୍ୟୁର ୧୩ ଜାନୁଆରୀ ୨୦୧୮ ସଂଖ୍ୟାରେ ପ୍ରକାଶିତ ହୋଇଛି)ରେ ସାମାନ୍ୟତମ ସତ୍ୟ ଥାଏ ତାହାହେଲେ ଏହାକୁ ନେଇ ଚିନ୍ତିତ ହେବାର ଏକାଧିକ କାରଣ ରହିଛି । ବିଚାରପତିମାନେ ଯେଉଁ ମୂଳକଥାଟି ଉଠାଇଛନ୍ତି ସେଇଟି ହେଉଛି ରାଜନୀତିକ ଦୃଷ୍ଟିରୁ ସମ୍ବେଦନଶୀଳ ମୋକଦମ୍ମା ଗୁଡିକୁ ଜାଣିଶୁଣି  କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଖଣ୍ଡପୀଠକୁ ବିଚାର ପାଇଁ ଦିଆଯାଉଛି । ଏହା ପଛରେ ନିଶ୍ଚିତ କିଛି ଅଲଗା ଉଦ୍ଦେଶ୍ୟ ରହିଛି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଯେଭଳି କୋର୍ଟରେ ରୋଷ୍ଟର ପରିଚାଳନା କରୁଛନ୍ତି ସେଥିରେ ସେମାନେ ଚିନ୍ତା ପ୍ରକଟ କରି ଏ ସମ୍ବନ୍ଧରେ ଯେଉଁ ନିୟମ ସବୁକୁ ପାଳନ କରାଯିବା କଥା ତାହାକୁ ପାଳନ କରିବା ଉପରେ ଯୋର ଦେଇଛନ୍ତି ଓ କହିଛନ୍ତି ଯେ  ନିୟମ ଅନୁସାରେ କାର୍ଯ୍ୟ ନହେଲେ ଏହା ଏକ ଅପ୍ରିୟ ଓ ଅବା’ିତ ପରିଣାମକୁ ଡାକି ଆଣିବ ଯାହା ଫଳରେ ଳୋକମାନଙ୍କ ଭିତରେ ଏହି ସଂସ୍ଥାକୁ ନେଇ ସନ୍ଦେହ ସୃଷ୍ଟି ହେବ । ସେମାନେ ଏକଥା ମଧ୍ୟ କହିଛନ୍ତି ଯେ ନିୟମଠାରୁ ଦୂରେଇ ଯିବା ଫଳରେ ଏହି ସଂସ୍ଥାର ସୁନାମରେ କିଛି ପରିମାଣରେ ଆଞ୍ଚ ଆସି ସାରିଲାଣି ।

ଏବେ ଦେଖିବାକୁ ବାକି ରହିଲା ଯେ କିପରି ସୁପ୍ରିମକୋର୍ଟର ଏହି ଚାରିଜଣ ବରିଷ୍ଠ ବିଚାରପତି ଓ ମୁଖ୍ୟ ବିଚାରପତିଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ସ୍ଥାପନ ହେଉଛି । ଏଠାରେ ଗୋଟିଏ କଥା ପ୍ରାସଙ୍ଗିକ ମନେ ହୁଏ ଯେ ଏ ବିଷୟରେ ଯାହା ବି ପ୍ରସ୍ତାବ ଆସିବ ତାହାକୁ ଜନତା ଜାଣିବାକୁ ଇଚ୍ଛୁକ ରହିବ ଓ ସେଥିରେ ଯଦି ତ୍ରୁଟି ବିଚ୍ୟୁତି ହୁଏ ତେବେ ତାହା ଲୋକଙ୍କର ନ୍ୟାୟାଳୟ ଉପରେ ଥିବା ଭରସାରେ ପ୍ରଶ୍ନଚିହ୍ନ ଲଗାଇଦେବ । ବିଚାରପତି ଚେଲାମେଶ୍ୱର ସାମ୍ବାଦିକ ସମ୍ମିଳନୀରେ କହି ସାରିଛନ୍ତି ଯେ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ବିଶ୍ୱସନୀୟତାରେ ଦାଗ ଲାଗିବା ଦେଶର ଗଣତନ୍ତ୍ର ପାଇଁ ଏକ ବହୁତ ବଡ ଧକ୍କା । ତେଣୁ ଦେଶର ଗଣତନ୍ତ୍ରକୁ ଜୀବିତ ରଖିବାକୁ ହେଲେ କେବଳ ସୁପ୍ରିମକୋର୍ଟ ନୁହେଁ ଦେଶର ଅନ୍ୟାନ୍ୟ ସମସ୍ତ ଗଣତାନ୍ତ୍ରିକ ସଂସ୍ଥାଗୁଡିକର ବିଶ୍ୱସନୀୟତା ପ୍ରତି ନଜର ଦେବାକୁ ହେବ ।

ଉଦାହରଣ ସ୍ୱରୂପ  ବିଧାନପାଳିକାକୁ ନିଆଯାଉ । ସମୟ ସ୍ରୋତରେ ସଂସଦରେ ଆଇନକୁ ନେଇ ତର୍ଜମା କରାଯିବାର ଦୃଶ୍ୟ ଆଉ ଦେଖିବାକୁ ମିଳୁନାହିଁ । ଲୋକସଭାର ଶେଷ ହୋଇଥିବା ଶୀତ ଅଧିବେଶନରେ ଯାହାକି ୧୫ ଦିନ ପର୍ଯ୍ୟନ୍ତ ଚାଲିଥିଲା ସେଥିରେ କୌଣସି ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେଲା ନାହିଁ । ଏପରିକି ବହୁ ଗୁରୁତ୍ୱପୂର୍ଣ୍ଣ ମୁସଲିମ ଓମେନ୍ (ପ୍ରେଟେକସନ ଅଫ ରାଇଟ୍ସ ଅନ ମ୍ୟାରେଜୟ)ଆକ୍ଟ ୨୦୧୭କୁ ମଧ୍ୟ ଅତି ତରବରିଆ ଭାବେ ପାରିତ କରି ଦିଆଗଲା । ସଂସଦରେ ଏପରି ଆଚରଣ ଏକ ନିୟମ ହୋଇ ଗଲାଣି । କରଦାତାମାନଙ୍କ ଅର୍ଥରେ ଚାଲିଥିବା ଏହି ସଂସ୍ଥାକୁ ଆସୁଥିôବା ଲୋକପ୍ରତିନିଧି ମାନେ ଯଦି ଲୋକଙ୍କ ପାଇଁ କିଛି ନକରି ସଂସଦ ସୌଧର ଘାସ ପଡିଆରେ ଘାସ ଚରିବେ ଓ ସେମାନଙ୍କୁ ଦିଆଯାଇଥିବା କାମ ପାଇଁ ମୁଣ୍ଡ ନ ଖେଳାଇବେ ତେବେ ସଂସଦ ଯେଉଁ କାରଣ ପାଇଁ କରାଯାଇଛି ତାହା ହୋଇ ପାରିବ ନାହିଁ ।

ନ୍ୟାୟପାଳିକା ଓ ବିଧାନ ପ୍ରଣୟନକାରୀ ସଂସ୍ଥାଙ୍କ ବ୍ୟତୀତ ସଂସଦୀୟ ଗଣତାନ୍ତ୍ରୀକ ବ୍ୟବସ୍ଥାରେ କାର୍ଯ୍ୟପାଳିକା ବିଧାନପାଳିକା ପାଖରେ ଉତ୍ତରଦାୟୀ ହେବା କଥା । କିନ୍ତୁ ଏବେକାର କାର୍ଯ୍ୟପାଳିକା ସେକଥା ଭୁଲିଗଲାଣି । ସମ୍ପ୍ରତି କାର୍ଯ୍ୟପାଳିକା  ବାଧା ଦୌଡରେ ବାଧାକୁ ପାର ନକରି ଭିନ୍ନ ରାସ୍ତାରେ ବୁଲିକି ବାଧାଦୌଡରେ ଲକ୍ଷ୍ୟପ୍ରାପ୍ତି କରିନେବାରେ ରେ ମାତିଛନ୍ତି । ଉଦାହରଣ ସ୍ୱରୂପ ଏବେ କାର୍ଯ୍ୟପାଳିକା ଅଣଅର୍ଥନୀତିକ ମାମଲାକୁ ଅର୍ଥନୈତିକ ବିଧେୟକ ବୋଲି ଦେଖାଇ ସଂସଦରେ ପେଶ କରି ଦେଉଛି । କାରଣ ଏହାକୁ ରାଜ୍ୟସଭାରେ ଆଉ ଅଟକିବାକୁ ପଡିବ ନାହିଁ । ଏଥିପାଇଁ ଗୋଟିଏ ଯୁକ୍ତି ଦିଆଯାଉଛି ଯେ ପୂର୍ବ ସରକାର ସେଇଆ କରୁଥିଲା । କିନ୍ତୁ ପୂର୍ବର୍ ସରକାର ଯାହା କରୁଥିଲା ଏବେର ସରକାର ସେଇଆ କରିବ ତାର କିଛି ମାନେ ଅଛି? ଏହା ଫଳରେ ନିର୍ବାଚିତ ପ୍ରତିନିଧିମାନଙ୍କର ଅଧିକାର କ୍ଷୁର୍ଣର୍ ହେବାରେ ଲାଗିଛି । କେବଳ ସେତିକି ନୁହେଁ ଆଧାର ଘଟଣାରେ ସଂସଦ ବା ସୁପ୍ରିମକୋର୍ଟ କେହି କିଛି କହିଲେ ନାହିଁ, ଏପରିକି ସେମାନଙ୍କ ପକ୍ଷରୁ ପୂର୍ବରୁ ଦିଆଯାଇଥିବା ମତର ବିରୋଧାଭାସ ସତ୍ତେ୍ୱ ବି ସେମାନେ ମୁଁହ ଖୋଲିଲେ ନାହିଁ ।

ତା ପରେ ଆସୁଛି ଚତୁର୍ଥସ୍ତମ୍ଭର କଥା । ଭାରତରେ ଆମର ତଥାକଥିତ ମୁକ୍ତ ଗଣମାଧ୍ୟମ ବ୍ୟବସ୍ଥାଟି କେବଳ ରାଜନୈତିକ ଆଲୋଚନାକୁ ବିକୃତ କରିବା ପାଇଁ ଉଦ୍ଦିଷ୍ଟ । ପ୍ରତ୍ୟେକ ବିଷୟକୁ କେବଳ ଦ୍ୱିପାକ୍ଷିକ ମାମଲା କରି ସାରିଦେବାରେ ହିଁ ଗଣମାଧ୍ୟମ ବ୍ୟସ୍ତ । ଆଲୋଚନା ପାଇଁ ବୋଧେ ମଧ୍ୟମପନ୍ଥା ପାଇଁ କୌଣସି ରାସ୍ତା ନାହିଁ । ଯେ କୌଣସି କଳ୍ପିତ ବିବାଦରେ ଗଣମାଧ୍ୟମ ନିଜକୁ ଶ୍ରେଷ୍ଠ ବିଚାରକ ବୋଲି ମନେ କରୁଛି । ଏଥିରେ କିଛି ଭିନ୍ନ ଗଣମାଧ୍ୟମ ମଧ୍ୟ ଅଛନ୍ତି କାରଣ କିଛି ଗଣମାଧ୍ୟମ ନିଜର ଦାୟିତ୍ୱ ତୁଲାଇବା ପାଇଁ ମଧ୍ୟ ଚାହୁଁଛନ୍ତି । ଯେଉଁମାନେ କ୍ଷମତାରେ ଅଛନ୍ତି ସେମାନେ ବେଳେ ବେଳେ ବିଚାରର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଏଭଳି ଘଟଣା କଦବା କ୍ୱଚିତ୍ ଘଟୁଛି ।

ଭାରତର ନିର୍ବାଚନ କମିଶନ ଯାହାର କିଛି ନିରପେକ୍ଷତା ଅଛି ବୋଲି କୁହାଯାଇଥାଏ ସେଠାରେ ମଧ୍ୟ ବିଶ୍ୱସନୀୟତାର ସଂକଟ ଦେଖିବାକୁ ମିଳିଲାଣି । ଗୁଜୁରାଟ ନିର୍ବାଚନକୁ ବିଳମ୍ବ କରିବା ପାଇଁ ନିର୍ବାଚନ କମିଶନ ପକ୍ଷରୁ ହୋଇଥିବା ଉଦ୍ୟମ ଏହାର ଏକ ଉଦାହରଣ ମାତ୍ର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିଏସଟି ଲାଗୁକରି ବ୍ୟବସାୟୀମାନଙ୍କ ପ୍ରତି ଯେଉଁ ସମସ୍ୟା ସୃଷ୍ଟି କରାଯାଇଥିଲା ତାହା ପ୍ରଶମିତ ହେବା ପର୍ଯ୍ୟନ୍ତ ନିର୍ବାଚନକୁ ଘୁଞ୍ଚାଇ ଦିଆଗଲା କାରଣ ଏହି ବ୍ୟବସାୟୀ ଗୋଷ୍ଠୀର ଅଧିକ ସଦସ୍ୟ ହେଉଛନ୍ତି ସରକାରୀ ଦଳର ସମର୍ଥକ ।

ତେଣୁ ଭାରତରେ ଗଣତନ୍ତ୍ର ବଞ୍ଚବ ରହିବାର ବିପଦ କେବଳ ସୁପ୍ରିମକୋର୍ଟରେ ଏବେ ଯେଉଁ  ସଙ୍କଟ ଦେଖାଯାଇଛି ତାରି ଉପରେ ନାହିଁ                ଯଦିଓ ତାହା ମଧ୍ୟ ନିର୍ଣ୍ଣାୟକ କିନ୍ତୁ ଏହା ସହିତ ଅନ୍ୟାନ୍ୟ ବହୁ ସଂସ୍ଥାର ବିଶ୍ୱସନୀୟତାରେ ଆସିଥିବା ସଂକଟ ଏଥିପାଇଁ କିଛି କମ ଦାୟୀ ନୁହେଁ ।

 

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top