ISSN (Print) - 0012-9976 | ISSN (Online) - 2349-8846

ସାମରୀକ ଜାତୀୟତାର ବିରୋଧରେ ...

ଆମକୁ ମନେ ରଖିବାକୁ ହେବ ଯେ ଜିଓନିଜମ ଏବଂ ହିନ୍ଦୁତ୍ୱ, ଜୁଦାଇଜିମ ଓ ହିନ୍ଦୁଇଜିମର ପ୍ରତିନିଧିତ୍ୱ କରନ୍ତି ନାହିଁ

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଜାନୁଆରୀ ୧୪ ରୁ ୧୯ତାରିଖ ମଧ୍ୟରେ ହୋଇଥିବା  ଭାରତ ଗ୍ରସ୍ତ ୧୯୯୨ ରେ ଦୁଇଦେଶ ମଧ୍ୟରେ ସ୍ଥାପିତ ହୋଇଥିବା କୁଟନୀତିଜ୍ଞ ସମ୍ପର୍କର ୨୫ ବର୍ଷ ପୂରଣ କଥାଟିକୁ ଆଉଥରେ ସ୍ମରଣ କରାଇ ଦେଉଛି । ଏହା ହେଉଛି ସୋଭିଏତ ରୁଷର ପତନ ପରେ ଦୀର୍ଘକାଳ ଧରି ଚାଲିଥିବା ଶୀତଳ ଯୁଦ୍ଧରେ ଆମେରିକାର ବିଜୟ  ବେଳର ଘଟଣା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୭ ମସିହା ଜୁଲାଇ ୪ ରୁ ୬ ମଧ୍ୟରେ ଯେଉଁ ଇସ୍ରାଏଲ ଗସ୍ତ କରିଥିଲେ ତାହା ଥିଲା ବ୍ରିଟିଶ ମାନଙ୍କ ଦ୍ୱାରା କରାଯାଇଥିବା ବାଲଫର ଘୋଷଣାନାମାକୁ ୧୦୦ ବର୍ଷ ପୁରିବାର ବର୍ଷ ଯେଉଁଥିରେ ବ୍ରିଟିଶର୍ସମାନେ ୧୯୧୭କୁ ସରକାରକୁ ଆସି ପାଲେଷ୍ଟାଇନରେ ଜିଉ ମାନଙ୍କ ପାଇଁ ଏକ ଜାତୀୟ ସଦନ ବା ନ୍ୟାସନାଲ ହୋମ ସ୍ଥାନ କରିବାର ଶପଥ କରିଥିଲେ ଯାହାକି ବ୍ରିଟିଶ ସାମ୍ରାଜ୍ୟବାଦର ଜିଉବାଦୀମାନଙ୍କ ପାଇଁ କରାଯାଇଥିବା ଏକ ଶପଥ  ଥିଲା । ସେହି ସବୁ ନେହେରୁ ଯୁଗରେ ଇଜରାଏଲର ସୃଷ୍ଟି ପାଇଁ  ପାଲେଷ୍ଟାଇନ ଲୋକମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର, ସେମାନଙ୍କୁ ଯେଭଳି ନିଷ୍ଠୁର ଭାବରେ ବେଦଖଲ କରିବା ଓ ବହିସ୍କାର କରିବା ଉଦ୍ୟମ ହେଉଥିଲା, ଭାରତ ସେଥିପ୍ରତି ପୁରାପୁରି  ସମ୍ବେଦନଶୀଳ ଥିଲା ।

ଜିଓବାଦ କ’ଣ ଓ ଏହା କ’ଣ ପାଇଁ ଉଦ୍ଦିଷ୍ଟ ଏହାକୁ ଜାଣିବାର ଆବଶ୍ୟକତା ଅଛି । ଜିଓବାଦ ହେଉଛି ଏକ େଔପନିବେଶବାଦୀ ଏବଂ ଜାତିବାଦୀ ବ୍ୟବସ୍ଥା ଯାହାକି ଆରବର ସ୍ଥାନୀୟ ଲୋକମାନଙ୍କୁ ବେଦଖଲ ଓ ବହିସ୍କାର କରି ସେମାନଙ୍କର ମାନବାଧିକାରକୁ ଯେତେ ସମ୍ଭବ କ୍ଷୁର୍ଣ୍ଣ କରିବା ପାଇଁ ଉଦ୍ଦିଷ୍ଟ ।  ଜିଓ-ବିରୋଧୀ ଅର୍ଥ ଜିଉ-ବିରୋଧୀ ନୁହେଁ ଏହା ମଧ୍ୟ ଇହୁଦୀ ବିରୋଧୀ ନୁହେଁ । ପାଲେଷ୍ଟିନିଆନମାନଙ୍କ ଉପରେ ଇସ୍ରାଏଲ ପକ୍ଷରୁ ବିଶ୍ୱର ଜିଉ ମାନଙ୍କ ନାମରେ ଏବେ ଯେଉଁ ଦମନଲୀଳା ଚାଲିଛି ତାହା ଦ୍ୱାରା ଇସ୍ରାଏଲ ଜିଉମାନଙ୍କର ମାନବତାକୁ ବିପଦ ମୁଁହକୁ ଠେଲି ଦେଉଛି । ଜିଓବାଦୀଙ୍କ ନେତୃତ୍ୱରେ ଇସ୍ରାଏଲ ପାଲେଷ୍ଟିନିୟ ମାନଙ୍କର ଜମି ଉପରେ କବ୍ଚା କରି ବସିଥିବା ଏକ ଶକ୍ତି ହୋଇଛି । ଇସ୍ରାଏଲ ରାଷ୍ଟ୍ର ପାଲେଷ୍ଟିନୀୟମାନଙ୍କୁ ସେମାନଙ୍କ ସହିତ ସମାନ ବୋଲି ମାନିବାକୁ ପ୍ରସ୍ତୁତ ନୁହେଁ । ପାଲେଷ୍ଟିନୀୟମାନଙ୍କର ମୁକ୍ତି ସଂଘର୍ଷ  ହେଉଛି ଇସ୍ରାଏଲୀ ଅର୍ଦ୍ଧ-ସାମ୍ରାଜ୍ୟବାଦ ବିରୁଦ୍ଧରେ ତଥା ସାମ୍ରାଜ୍ୟବାଦ ସହିତ ଯୋଡି ହୋଇ ଯାଇଥିବା ପ୍ରତିକ୍ରିୟାଶୀଳ ଆରବସାମ୍ରାଜ୍ୟ ବିରୁଦ୍ଧରେ ଚାଲିଥିବା ବ୍ୟାପକ ସଂଘର୍ଷର ଏକ ଅଂଶ ବିଶେଷ । ୱାଶିଂଟନର ସମର୍ଥନ ଓ ୧୯୪୮, ୧୯୬୭ ଓ ୧୯୭୩ରେ ହୋଇଥିବା ଯୁଦ୍ଧ ଭିତରେ ଇସ୍ରାଏଲ ବାସ୍ତବରେ ଦେଖିବାକୁ ଗଲେ ଜୋର୍ଡାନ ନଦୀର ପଶ୍ଚିମ ପାଶ୍ୱର୍ରେ ଥିବା ଅଞ୍ଚଳ ଉପରେ କବ୍ଚା କରି ବସିଛି । ଆହୁରି ମଧ୍ୟ ଏହା ପାଲେଷ୍ଟିନିଆନମାନଙ୍କୁ ସେମାନଙ୍କ ଜମି ଉପରକୁ ଯିବାରେ ବଳ ପ୍ରୟୋଗ କରି ରୋକିବାରେ ଲାଗିଛି ଓ ପାଲେଷ୍ଟିନିଆନମାନଙ୍କୁ ଅତି ନିଷ୍ଠୁର ଭାବରେ ଦମନ କରିବାରେ ଲାଗିଛି ।

ଭାରତର ନେହେରୁ ପରବର୍ତ୍ତୀ ରାଜନୈତିକ ଦଲାଲମାନେ ସେମାନଙ୍କ ପ୍ରକୃତ ରଙ୍ଗ ସେତିକିବେଳେ ଦେଖାଇଲେ ଯେତେବେଳେ ୧୯୯୧ ମସିହାରେ ପାଲେସ୍ତିନୀୟ ପ୍ରଶ୍ନ ଉପରେ ନୂଆଦିଲ୍ଲୀ ଜିଓବାଦ ଓ ଜାତିବାଦକୁ ସମାନ କହି ଜାତିସଂଘରେ ପାରିତ ହୋଇଥିବା ପ୍ରସ୍ତାବକୁ ସମର୍ଥନ କରି ବସିଲା । ଭାରତ ଏହି ପ୍ରସ୍ତାବକୁ ୧୯୭୦ର ମଧ୍ୟଭାଗରେ ମଧ୍ୟ ସମର୍ଥନ କରିଥିଲା । ଗତ ୨୫ ବର୍ଷ ଧରି ଏହାର ମୂଳ ଯୋଗସୂତ୍ରଟି ହେଉଛି ସାମରୀକ । ଇସ୍ରାଏଲ ସହିତ ଅସ୍ତ୍ରଶସ୍ତ୍ର କିଣାବିକା କାରବାର ଏବଂ ନିଜ ଦେଶର ଆନ୍ତରିକ ସୁରକ୍ଷା ନାଁଆରେ ଇସ୍ରାଏଲର ସାମରିକ ପରାମର୍ଶ ସେବାଟି ଏହା ପଛର ମୁଖ୍ୟ କାରଣ ହୋଇଛି । ଏହା ସହିତ ସନ୍ତ୍ରାସବାଦ ବିରୋଧୀ ଅପରେସନ ଏବଂ ଗୁଇନ୍ଦାଗିରିକୁ ସାମିଲ କରାଯାଇଛି । ଭାରତ ବତ୍ତମାନ ଇଜ୍ରାଏଲର ପ୍ରମୁଖ ଅସ୍ତ୍ରଶସ୍ତ୍ର କ୍ରୟକାରୀ ଦେଶ ହୋଇଛି । “ଜେନ୍ସ ଟେରୋରିଜିମ ଆଣ୍ଡ ସିକ୍ୟୁରିଟୀ ମନିଟର”ର ପୁରୁଣା ସଂଖ୍ୟା ଗୁଡିକରେ ଯାହା କୁହାଯାଇଛି, ଯେ ଭାରତର କାଶ୍ମିରୀ ସଶସ୍ତ୍ରବାଦୀଙ୍କୁ ଦମନ କରିବା ପାଇଁ ଠିକ ସେହିଭଳୀ କାର୍ଯ୍ୟ ଚାଲିଛି ଯେଭଳି ପାଲେଷ୍ଟିନୀୟ ପ୍ରତିବାଦୀ ଶକ୍ତିମାନଙ୍କୁ ରୋକିବା ପାଇଁ  ଇସ୍ରାଏଲୀ ସେନା ବା ଡିଫେନ୍ସ ଫୋର୍ସ ଓ ମୋସାଦ ପକ୍ଷରୁ କୌଶଳ ଅବଲମ୍ବନ କରାଯାଉଛି ।

ନୂଆଦିଲ୍ଲୀକୁ ନେତାନ୍ୟାହୁଙ୍କ ଗସ୍ତ ବେଳେ ଭାରତ ପକ୍ଷରୁ ଇସ୍ରାଏଲରୁ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ ଆମନ୍ତ୍ରଣ କରିବାପାଇଁ ଉଦ୍ୟମ ହୋଇଥିଲା ଓ ସାମରୀକ ଅସ୍ତଶସ୍ତ୍ର ନିର୍ମାଣ କ୍ଷେତ୍ରରେ  ମେକ ଇନ ଇଣ୍ଡିଆ ଉଦ୍ୟମରେ ପ୍ରଯୁକ୍ତି ହସ୍ତାନ୍ତର ପାଇଁ ଉଦ୍ୟମ ହୋଇଥିଲା ।(ଭାରତ-ଇସ୍ରାଏଲ ମିଳିତ ବୟାନ -୧୫ ଜାନୁଆରୀ ୨୦୧୮) ଭାରତୀୟ ସେନା ଇସ୍ରାଏଲୀ ରାଫେଲ ଆଡଭାନ୍ସ୍ ଡିଫେନ୍ସ ସିଷ୍ଟମ, ସ୍ପାଇକ ଟାଙ୍କ ବିଧ୍ୱଂସୀ ଗାଇଡେଡ ଅସ୍ତ୍ରଶସ୍ତ୍ର କିଣିବାକୁ ବ୍ୟସ୍ତ ହୋଇ ପଡିଲା । ସେହି ପ୍ରକାରର ଅସ୍ତ୍ରଶସ୍ତ୍ର ଦେଶରେ ନିଜସ୍ୱ ଜ୍ଞାନକୌଶଳରେ ଦେଶର ଡିପେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ସଂଗଠନରେ ପ୍ରସ୍ତୁତ କରିବାର ଉଦ୍ୟମ ମଧ୍ୟ କରାଗଲା ନାହିଁ । ତେଣୁ ଖୁବ ଶୀଘ୍ର ଯେ ଏହାକୁ ନେଇ ଏକ ଆନ୍ତଃ-ସରକାରୀ ସ୍ତରୀୟ ଚୁକ୍ତିନାମା ଦସ୍ତଖତ ହୋଇଯିବାରେ ଆଉ ବିଳମ୍ବ କରାଯିବ ତାହା କୁହାଯାଇ ନ ପାରେ । ଭାରତୀୟ ସେନାପାଇଁ ମଧ୍ୟମ-ଦୂରଗାମୀ ମାଟିରୁ ଆକାଶକୁ ନିକ୍ଷେପ କରାଯାଉଥିବା  ପ୍ରକ୍ଷେପାସ୍ତ୍ରର ପ୍ରସ୍ତୁତି, ଗତବର୍ଷ ଇସ୍ରାଏଲ ସରକାରଙ୍କ ପକ୍ଷରୁ କରାଯାଇଥିବା ଏୟାର-କମ୍ବାଟ ଏକ୍ସରସାଇଜ, ଏବଂ ସମ୍ପ୍ରତି ଆତଙ୍କବାଦ-ବିରୋଧୀ କାର୍ଯକ୍ରମରେ ବ୍ୟାପକ ସହଯୋଗକୁ ଦେଖିଲେ ଜଣାପଡୁଛି ଯେ ଭାରତରେ ଥିବା ଏବେର ହିନ୍ଦୁତ୍ୱବାଦୀ ନେତୃତ୍ୱାଧିନ  ସରକାରଙ୍କ ପୂର୍ବରୁ କେବେବି ଭାରତ ଇସ୍ରାଏଲ ସାମରିକ ରଣନୀତି ସମ୍ପର୍କ ଏତେ ସୁଦୃଢ ହୋଇ ନଥିଲା ।

ହିନ୍ଦୁତ୍ୱବାଦୀମାନେ ସବୁବେଳେ ଜିଓବାଦୀମାନଙ୍କର ସାମରିକ ଜାତୀୟତାବାଦ ପ୍ରତି ବିମୁଖ ରହି ଆସିଛନ୍ତି । କିନ୍ତୁ ଏବେ ସନ୍ତାସବାଦ ବିରୋଧୀ ବ୍ୟାପକ ସହଯୋଗ ଦୃଷ୍ଟିରୁ ବର୍ତ୍ତମାନ ଯେଉଁମାନେ ଭାରତରେ କ୍ଷମତାରେ ଅଛନ୍ତି ସେମାନେ କଣ ସେମାନଙ୍କ ନୀତି ଓ ବ୍ୟବହାରରେ ପାଲେଷ୍ଟିନିୟ ଲୋକଙ୍କ ପ୍ରତି ଜିଓବାଦୀମାନଙ୍କର ଯାହା ବ୍ୟବହାର ଭାରତରେ କାଶ୍ମୀର ଲୋକଙ୍କ ପ୍ରତି ସେହି ବ୍ୟବହାର କରିବେ? ଯେପରି ଜଣେ ଜିଓବାଦୀ ଓ ଜୁଦାଇଜିମ୍ ମଧ୍ୟରେ ଫରକ ଦେଖିପାରେ ସେହିପରି ଜଣେ ହିନ୍ଦୁତ୍ୱ ଓ ହିନ୍ଦୁବାଦ ଭିତରେ ଥିବା ଫରକକୁ ଦେଖିପାରିବା ଉଚିତ୍ । ହିନ୍ଦୁବାଦ ହେଉଛି ଏକ ଗୋଷ୍ଠୀର ଧାର୍ମିକ ବିଶ୍ୱାସ ଯାହାର ଲକ୍ଷ୍ୟ ହେଉଛି ଆଧ୍ୟାତ୍ମିକ ମୋକ୍ଷପ୍ରାପ୍ତି । ହିନ୍ଦୁତ୍ୱ ହେଉଛି ଏକ ଫାସୀବାଦୀ ଆଦର୍ଶରେ ବିଶ୍ୱାସ କରୁଥିବା ଶକ୍ତି । ଏହା ନାଜିବାଦର ଭାରତୀୟ ସଂସ୍କରଣ ବୋଲି କୁହାଯାଇପାରେ । ଯେଭଳି ଜିଓବାଦ ହେଉଛି ଜୁଦାଇଜିମର ବିପରୀତ କଥା ସେହିପରି ହିନ୍ଦୁବାଦ ହିନ୍ଦୁତ୍ୱ ଠାରୁ ଭିନ୍ନ । ଯେଭଳି ଜିଉ ମାନଙ୍କୁ ପ୍ରମାଣ କରିବା ଦରକାର ଯେ ଜିଓବାଦୀମାନେ ସେମାନଙ୍କ ପ୍ରତିନିଧିତ୍ୱ କରୁ ନାହାନ୍ତି, ସେହିଭଳି ହିନ୍ଦୁମାନଙ୍କୁ ଘୋଷଣା କରିବା ଉଚିତ୍ ଯେ ହିନ୍ଦୁତ୍ୱବାଦୀମାନେ ସେମାନଙ୍କ ପ୍ରତିନିଧି ନୁହନ୍ତି । ଏହି ସଂଘର୍ଷ ମଧ୍ୟରେ ହିନ୍ଦୁ, ଜିଉ ଓ ମୁସଲିମମାନେ  ମାନବତାବାଦ ଓ ପାଲେଷ୍ଟାଇନ୍, ମାନବବାଦ ଓ କାଶ୍ମୀର  ସପକ୍ଷରେ ଠିଆ ହେବା ଉଚିତ୍ ଏବଂ ଇହୁଦୀ ବିରୋଧୀ ଏବଂ ଅନ୍ୟ ପାଲେଷ୍ଟାଇନମାନଙ୍କ ସମେତ ଅନ୍ୟ ଇହୁଦୀ ଗୋଷ୍ଠୀ ଓ ମୁସଲିମ ବିରୋଧୀ ମତିଗତିରେ ସମାପ୍ତି ଆସିବା ଦରକାର ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top