ISSN (Print) - 0012-9976 | ISSN (Online) - 2349-8846

ନିବେଶ ଉପରେ ନଜର

ଭାରତର ଜିଡିପି ଅଭିବୃଦ୍ଧି ଦର ମନ୍ଥର ହେଉଛି, ନିବେଶ  କମ ରୁ କମ ହେବାରେ ଲାଗିଛି

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଗତ ୫ ଜାନୁଆରୀ ରେ ସେଣ୍ଟ୍ରାଲ ଷ୍ଟାଟିଷ୍ଟିକ୍ସ ଅଫିସ(ସିଏସଓ) ପକ୍ଷରୁ ପ୍ରକାଶିତ ଦି ଫାଷ୍ଟ ଆଡଭାନ୍ସ ଏଷ୍ଟିମେଟ୍ସ ଅଫ ନ୍ୟାସନାଲ ଇନକମ,୨୦୧୭-୧୮ ର ହିସାବ ଅନୁଯାୟୀ ଗତ ଚାରିବର୍ଷ ମଧ୍ୟରେ ଦେଶର ଅର୍ଥନୀତି ସବୁଠାରୁ ଧୀର ଗତିରେ ବୃଦ୍ଧି ପାଇଛି । ଏହି ହିସାବ ଭାରତୀୟ ଅର୍ଥନୀତିର ଛଅରୁ ଆଠମାସର ହିସାବକୁ ନେଇ କରାଯାଇଛି, ଫେବୃଆରୀ ୧ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦରେ ଯେଉଁ କେନ୍ଦ୍ରୀୟ ବଜେଟ ଦିଆଯିବାର ଥିଲା ତା’ରି ପାଇଁ ଏହି ଦୁଇମାସିଆ ସର୍ବେକ୍ଷଣ କରାଯାଇଥିଲା । ଏବେ ସରକାରଙ୍କ ପକ୍ଷରୁ ଅତ୍ୟଧିକ ଉତ୍ସାହିତ ହୋଇ ଯେଉଁ କୁହାଯାଉଛି ଯେ ବର୍ଷକୁ ବର୍ଷ ନିବେଶ ପରିମାଣରେ ବୃଦ୍ଧି ଘଟୁଛି, ୨୦୧୧ ମସିହାରେ ପ୍ରକାଶିତ ନ୍ୟାସନାଲ ଆକାଉଣ୍ଟ୍ ଷ୍ଟାଟିସଟିକ୍ସ(ଏନଏଏସ)ସିରିଜ କୁ ଲକ୍ଷ୍ୟ କଲେ ଜଣାପଡିବ ଯେ ଅର୍ଥନୀତିର ବୃଦ୍ଧି ଘଟିବାର ସାମର୍ଥ୍ୟ ସର୍ବନିମ୍ନ ରହିଛି । ଏଥିରେ ସକଳ ଘରୋଇ ଉତ୍ପାଦ ବା ଜିଡିପିର ଏକ ଅଂଶ ଗ୍ରସ କ୍ୟାପିଟାଲ ଫର୍ମେସନ(ଜିଏଫସିଏଫ)କୁ ମଧ୍ୟ ହିସାବକୁ ନିଆଯାଇଛି ।   ଆହୁରି ମଧ୍ୟ ୨୦୧୬-୧୭ରେ ହୋଇଥିବା ବିମୁଦ୍ରୀକରଣ ଏବଂ ୨୦୧୭-୧୮ରେ କରାଯାଇଥିବା ବିଘାତକ  ବସ୍ତୁ ଓ ସେବା କର ବା ଜିଏସଟି କାରଣରୁ ଏହି ହିସାବରେ କେତେକ ଅନିଶ୍ଚିତତା ମଧ୍ୟ  ଦେଖିବାକୁ ମିଳିଛି ।

ଏବେ ଆମ ପାଖରେ ଯେଉଁ ତଥ୍ୟ ରହିଛି ତାହା ଅନୁଯାୟୀ ପ୍ରଥମେ କୁହାଯାଇଥିଲା ଯେ ୨୦୧୭-୧୮ରେ ଜିଡିପି ୬.୫ ପ୍ରତିଶତ ହାରରେ ବୃଦ୍ଧି ପାଇବ ଯାହାକି ପୁର୍ବ ଆର୍ଥିକ ବର୍ଷର ୭.୧ ପ୍ରତିଶତଠାରୁ କମ୍ ।  ସେହିପରି ଗ୍ରସ ଭ୍ୟାଲ୍ୟୁ ଆଡେଡ ବା ଜିଭିଏ ପରିମାଣ ସ୍ଥାୟୀ ମୂଲ୍ୟ ଅନୁଯାୟୀ ୬.୧ ପ୍ରତିଶତ ହେବ ବୋଲି ଆଶା କରାଯାଉଥିଲା ଯାହାକି ଗତ ବର୍ଷ ୬.୬ ପ୍ରତିଶତ ଥିଲା । ଜିଡିପିର ଅନ୍ୟ ଉପାଦାନ ଗୁଡିକ ଯେପରିକି ଉତ୍ପାଦନ ଉପରେ ଶୁଦ୍ଧ କରର ପରିମାଣ ମଧ୍ୟ ଗତ ଥରର ୧୦.୯ ପ୍ରତିଶତ ଠାରୁ ମନ୍ଥର ବା କମ ହେବ ବୋଲି ଆଶଙ୍କା କରାଯାଉଛି କାରଣ ଜିଏସଟିରେ ପରୋକ୍ଷ ଟିକସ ଆଦାୟ ପରିମାଣ କମ ରହିଛି ।

ଜିଭିଏ ତଥ୍ୟ ଅନୁଯାୟୀ ଦେଶରେ ସବୁଠାରୁ ଅଧିକ ଲୋକଙ୍କୁ କାମ ଯୋଗାଉଥିବା କୃଷି କ୍ଷେତ୍ରରେ ଗତ ବର୍ଷଠାରୁ ଚଳିତ ବର୍ଷ ଅଧିକ ସଂକଟ ଦେଖାଯିବ ।  ଏହାର ଦୀର୍ଘ ଧାରାଟି ହେଉଛି ଯେ ଗତ କେତେ ବର୍ଷ ଧରି କୃଷିକ୍ଷେତ୍ରରେ ଅଭିବୃଦ୍ଧିର ପରିମାଣ କମ ପରିଲକ୍ଷିତ ହେଉଥିଲା । ଏଥିରୁ ଜିଭିଏରେ କୃଷି କ୍ଷେତ୍ରର ଯୋଗଦାନର ଅଂଶ କମ ହେଉଥିବା ପରିଲକ୍ଷିତ ହେବାରେ ଲାଗିଛି । ଯାହାକି ଚଳିତି ବର୍ଷ ୧୪.୬ ପ୍ରତିଶତ ହେବ ବୋଲି ଆଶା କରାଯାଉଛି ।  ସେବା କ୍ଷେତ୍ରରେ ଚଳିତ ବର୍ଷ ୪୦ ପ୍ରତିଶତ ବୃଦ୍ଧି ହେବ ବୋଲି ଆଶା କରାଯାଉଛି ଓ ଏହା ଗତବର୍ଷଠାରୁ ସାମାନ୍ୟ ଅଧିକ ହୋଇପାରେ ବୋଲି ଆଶା କରାଯାଉଛି । କିନ୍ତୁ ବିନିର୍ମାଣ କ୍ଷେତ୍ରରେ ଚଳିତ ବର୍ଷ ଗତବର୍ଷଠାରୁ ମଧ୍ୟ କମ ବୃଦ୍ଧି ଘଟିବ ବୋଲି ଆଶଙ୍କା କରାଯାଉଛି । କିନ୍ତୁ ପରଚେଜିଙ୍ଗ ମ୍ୟାନେଜର୍ସ ଇଣ୍ଡେକ୍ସ ପକ୍ଷରୁ କୁହାଯାଉଛି ଯେ ଚଳିତବର୍ଷର ବୃଦ୍ଧି ଦର ଦ୍ୱିତୀୟ ବର୍ଷରେ ଭଲ ରହିବ । ରପ୍ତାନୀ କ୍ଷେତ୍ରରେ ମଧ୍ୟ ଭାରତର ସ୍ଥିତି ଏତେ ଭଲ ନୁହେଁ, ଯଦିଓ ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଗତ ଛଅ ମାସରେ ବେଶ ଉନ୍ନତି ପରିଲକ୍ଷିତ ହୋଇଛି ।

ମୋଟାମୋଟି ଭାବରେ ସିଏସଓ ପୂର୍ବରୁ ବୃଦ୍ଧି ଦର ଉପରେ ଦିଆଯାଇଥିବା ତଥ୍ୟ ଉପରେ ଏକ ପୁନଃ ସଂଶୋଧିତ ତଥ୍ୟ ପ୍ରଦାନ କରିଛି । ଏଥିରେ ଜିଭିଏର ପ୍ରଥମ ସ୍ତରର ବାର୍ଷିକ ବୃଦ୍ଧି ଦରକୁ ଟିକିଏ ବଢାଇ ଚଢାଇ ଦେଖାଇବାର ଉଦ୍ୟମ ହୋଇଛି । କିନ୍ତୁ ପରେ ପରେ ଯେଉଁ ସଂଶୋଧନ ହୋଇଛି ସେଥିରେ ଏହା ନିମ୍ନଗାମୀ ହେବା ଲକ୍ଷ୍ୟ କରାଯାଇଛି ଓ ତାହାହିଁ ଏବେ ପର୍ଯ୍ୟନ୍ତ ମିଳିଥିବା ଧାରା ବୋଲି ଜଣାପଡୁଛି ।

କିନ୍ତୁ ସରକାର ଭାବୁଥିବାର ଅନୁମାନ କରାଯାଉଛି  ଯେ  ବୃଦ୍ଧି ଦର ଉଦ୍ଧ୍ୱର୍ଗାମୀ ହୋଇ ସଂଶୋଧିତ ହେବ ।  ଏହା ବିଶ୍ୱାସ କରୁଛି ଯେ ୨୦୧୭-୧୮ର ପ୍ରଥମ ଛଅ ମାସ ଠାରୁ ଦ୍ୱିତୀୟ ଛଅ ମାସରେ ଭଲ ପରିଣାମ ଆସିବ ।  କିନ୍ତୁ ଏବେ ସୁଦ୍ଧା ନାସ ପକ୍ଷରୁ ଯେତିକି ତଥ୍ୟ ମିଳିଛି ସେଥିରୁ ଜଣା ପଡୁନାହିଁ ଯେ  ଏହା ସମ୍ଭବ ହେବ । କେବଳ ନାସ ବୋଲି ନୁହେଁ, ଅନ୍ୟାନ୍ୟ ଅର୍ଥନୈତିକ ତଥ୍ୟ ମଧ୍ୟ ଏପରି କଳ୍ପନାକୁ ସମର୍ଥନ କରୁ ନାହାନ୍ତି ।

ସେ  ଯାହାହେଉ କେତେକ ବିଶ୍ଳେଷକ ଯୁକ୍ତି କରନ୍ତି ଯେ ଯଦି ଚଳିତ ବର୍ଷର ପୁନଃ ହିସାବ ପ୍ରକ୍ରିୟାରେ ବୃଦ୍ଧି ଦର ଉଦ୍ଧ୍ୱର୍ଗାମୀ ହେଲା ତେବେ ତାହା କେବଳ ହେବ ବୃଦ୍ଧି ଦର ପାଇଁ ପରିସଂଖ୍ୟାନ ସୃଷ୍ଟ ପ୍ରୋତ୍ସାହନ ।  ଏହି ଯୁକ୍ତିଟି ଏଇଥିପାଇଁ ଥିଲା ଯେ ଯେହେତୁ ଜାନୁଆରୀ ୨୦୧୮ର ଶେଷବେଳକୁ ପ୍ରକାଶ ପାଇବାକୁ ଥିବା ପ୍ରଥମ ସଂଶୋଧିତ ହିସାବ ବିମୁଦ୍ରୀକରଣ ପରି ନିମ୍ନଗାମୀ ୨୦୧୬-୧୭ର ହିସାବ ସହିତ ଆସିବ । ନିମ୍ନାବସ୍ଥାରେ ଥିବା ହିସାବ ୨୦୧୮ର ହିସାବକୁ ଉଚ୍ଚା କରି ଦେଖାଇବାରେ ସହାୟକ ହେବ ଏବଂ ଯେତେବେଳେ ଫେବୃଆରୀ ୨୦୧୮ର ଦ୍ୱିତୀୟ ଅଗ୍ରୀମ ହିସାବର ତଥ୍ୟ ଆସେ ସେତେବେଳେ ମଧ୍ୟ ପରିସଂଖ୍ୟାନରେ ଏହା ବେଶ ଭଲରେ  ଥିବା ପରି ଲାଗେ । ଏହା କେବଳ ଅନ୍ତଃଜ୍ଞାନ ଯୋଗୁଁ ହୁଏତ ସମ୍ଭବ ହୋଇ ପାରିବ । ଗୁଣାତ୍ମକ ତଥ୍ୟ ଆମକୁ ବିମୁଦ୍ରୀକରଣର ନକାରାତ୍ମକ ସମଷ୍ଟିଗତ ବା ମାକ୍ରୋଇକନମିକ ତଥ୍ୟ ପ୍ରଦାନ କରିବା ଉଚିତ୍  ହୋଇଥାଆନ୍ତା । ତେବେ ଏହା ଆମକୁ ଆଶ୍ଚର୍ଯ୍ୟ କରିବ ନାହିଁ ଯଦି ଏଭଳି ଏକ ଅବସ୍ଥା ଦେଖାଦେବ ଯେଉଁଠି ୨୦୧୬-୧୭ ଓ ୨୦୧୭-୧୮ ପାଇଁ ଆସିଥିବା ସଂଶୋଧିତ ହିସାବ  କେବଳ ନିମ୍ନଗାମୀ ଥିବ ।

ବୃଦ୍ଧିଦର ମାପିବାର ପରିସଂଖ୍ୟାନ ବାହାରେ ଆମ ଅର୍ଥନୀତିକୁ ମାପିବାର ମୂଳକଥାଟି ହେଉଛି ନିବେଶ । ଜିଏଫସିଏଫର ହିସାବରୁ ଯାହା ପ୍ରକାଶ ପାଇଛି ତାହା ମୁତାବକ ନିବେଶ ଧୀରେ ଧୀରେ କମିବାରେ ଲାଗିଛି । ଦୁଇଟି ଅନ୍ୟ କଥା ହେଉଛି ବେସରକାରୀ ଏବଂ ସରକାରୀ ଖର୍ଚ୍ଚର ଅଭିବୃଦ୍ଧି ଯାହାକି ୨୦୧୭-୧୮ ବେଳକୁ ବର୍ଷକୁ ବର୍ଷ କମିବାରେ ଲାଗିଛି । ଜିଡିପିର ଏକ ଅଂଶ ଜିଏଫସିଏଫ ୨୯ ପ୍ରତିଶତକୁ କମ ହୋଇ ସାରିଛି । ୨୦୧୧ରେ ଏହା ୩୪.୩ ପ୍ରତିଶତ ଥିଲା । ୨୦୦୪-୦୫ ରୁ ୨୦୧୧-୧୨ ମଧ୍ୟରେ ନିବେଶର ଯେଉଁ ଦର ଥିଲା  ସେ ପର୍ଯ୍ୟନ୍ତ ପହଞ୍ଚô୍ବାର କୌଣସି ବ୍ୟବସ୍ଥ୍ା ମଧ୍ୟ ଦେଖିବାକୁ ମିଳୁ ନାହିଁ । ତିନି ବର୍ଷ ଧରି ନିବେଶ ବୃଦ୍ଧି କରିବା ତଥା ବଜେଟ କାଟ କରିବାର ବ୍ୟବସ୍ଥା କରିବା ପରେ ବି ନରେନ୍ଦ୍ର ମୋଦି ସରକାରଙ୍କ ପାଖରେ ଏକ ରାସ୍ତା ରହିଛି । ଏହା ଚାହିଁଲେ ଏହି ସବୁ ରେଟିଙ୍ଗ ଏଜେନ୍ସୀମାନଙ୍କୁ ଅଣଦେଖା କରି ଏଭଳି କ୍ଷେତ୍ରରେ ନିବେଶ ବୃଦ୍ଧି କରିବା ଆବଶ୍ୟକ ଯେଉଁଥିରେ ନିଯୁକ୍ତି ବୃଦ୍ଧି ପାଇବ, ଜୀବନଜୀବିକା ସୁରକ୍ଷିତ ହୋଇ ପାରିବ ଏବଂ ଲୋକଙ୍କର କ୍ରୟଶକ୍ତି ବୃଦ୍ଧି ପାଇ ପାରିବ ।

ତେବେ ଏହା କାହା ଉପରେ ଦୃଷ୍ଟିନିବେଶ କରିବା ଉଚିତ୍ । ସରକାରଙ୍କ ପକ୍ଷରୁ ବଡ ବଡ ରାଜନୈତିକ ପଦକ୍ଷେପ ନିଆଯିବା ଅନୁଚିତ୍ । ବିମୁଦ୍ରୀକରଣ ଓ ତରବରିଆ ଭାବେ ବସ୍ତୁ ଓ ସେବା କର ଲାଗୁ କରିବା ଘଟଣା ଅର୍ଥନୀତି ପାଇଁ ଠିକ୍ ନଥିଲା । ଏପରି ନୀତି ଗ୍ରହଣ କରାଯିବା ଉଚିତ୍ ଯେଉଁଥିରେ ଗ୍ରାମୀଣ ମୂଳଭୂତ ସୁବିଧା, କୃଷି କ୍ଷେତ୍ରରେ ସରକାରୀ ନିବେଶ, ଅଣକୃଷି କ୍ଷେତ୍ରରେ ନିବେଶ, ବିନିର୍ମାଣ, ସ୍ୱାସ୍ଥ୍ୟ, ଶିକ୍ଷା ଆଦିରେ ନିବେଶ କରାଯାଇ ପରିବ । ଏହା ଫଳରେ ଲୋକଙ୍କର ରୋଜଗାର ବୃଦ୍ଧି ଘଟିବ ଓ ଲୋକଙ୍କର କ୍ରୟ ଚାହିଦା ବଢିବ ଯା ଫଳରେ ନିବେଶ କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ଆସିବ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top