ISSN (Print) - 0012-9976 | ISSN (Online) - 2349-8846

ଭାଗ୍ୟ ଭରସାରେ

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଆଧାର ପରିଯୋଜନା ବାଉଳା ହେବାକୁ ନେଇ କେନ୍ଦ୍ର ସରକାର ଓ ୟୁଆଇଡିଏଆଇ ହିଁ ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ରହିବେ

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ପ୍ରତ୍ୟେକ ଥର ଯେତେବେଳେ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟୀ ଅଫ ଇଣ୍ଡିଆ (ୟୁଆଇଡିଏଆଇ) ବୁଝନ୍ତି ଯେ ସିଏ ଯେଉଁ କୋଟି କୋଟି ଭାରତୀୟ ମାନଙ୍କର ବ୍ୟକ୍ତିଗତ ତଥ୍ୟଭଣ୍ଡାର ବା ଡାଟା ବେସ୍  ଏକତ୍ରିତ କରିଛନ୍ତି ତାହା  ପ୍ରବଳ ଅସୁରକ୍ଷିତ ସେତେବେଳେ ସେମାନେ ମୁଁହ ଲୁଚାଇଥାଆନ୍ତି । ଚଣ୍ଡିଗଡର ଟ୍ରିବୁନ ସମ୍ବାଦପତ୍ରର ଜଣେ ମହିଳା ସମ୍ବାଦଦାତା ଯେତେବେଳେ ଲେଖିଲେ ଯେ ସେ ଜଣେ ଦଲାଲକୁ ମାତ୍ର ୫୦୦ ଟଙ୍କା ଦେଇ ଆଧାରରେ ଥିବା ତଥ୍ୟ କିଣି ପାରିଥିଲେ ସେତେବେଳେ ୟୁଆଇଡିଏଆଇ ଏହି ସାମ୍ବାଦିକାଙ୍କ ବିରୁଦ୍ଧରେ ଏକ ମୋକଦମ୍ମା କରିଦେଲା ଏବଂ କହିଲା ଯେ ତଥ୍ୟ ଭଣ୍ଡାରର କିଛି କ୍ଷତି ହୋଇନାହିଁ  । ଏହା ସହିତ ୟୁଆଇଡିଏଆଇ ଭାରତର ନାଗରିକ ମାନଙ୍କୁ କହିଲା ଯେ ସେମାନେ ସେମାନଙ୍କ ତଥ୍ର୍ୟକୁ ସୁରକ୍ଷିତ ରଖିବା ଦରକାର ।  ତେଣୁ ଏବେ ସମୟ ଆସିଛି ଯେତେବେଳେ ଆଧାର ତଥ୍ୟ ସୁରକ୍ଷିତ ରଖିବା ମାମଲାକୁ ନେଇ ୟୁଆଇଡିଏଆଇର ବାହାପିଆମୀ ବିଷୟରେ ବିଚାର କରାଯିବା ଦରକାର ।

ଆଧାର ପରି ଦେଶର ଏକ ବିସ୍ତୃତ ଏବଂ ବ୍ୟାପକ ବ୍ୟବସ୍ଥା ସବୁବେଳେ ତଥ୍ୟ ଚୋରୀ କରୁଥିବା ଦଲାଲମାନଙ୍କ ଟାର୍ଗେଟରେ ରହୁଛି । ବିଭିନ୍ନ ଲୋକ ଅନଧିକୃତ ଭାବରେ ଏଥିରେ ପ୍ରବେଶ କରିବାରେ ଲାଗିଛନ୍ତି ଓ ବିଭିନ୍ନ ସମୟରେ ତଥ୍ୟର ଅପବ୍ୟବହାର କରି ପ୍ରକାଶ କରିବାରେ ଲାଗିଛନ୍ତି । ସମ୍ପ୍ରତି  ଟ୍ରିବ୍ୟୁନ ଘଟଣା ସାମନାକୁ ଆସି ପ୍ରମାଣିତ କରିଛି ଯେ କିପରି ଅନଧିକୃତ ଲୋକମାନେ ଏହି ତଥ୍ୟକୁ ବିକ୍ରୀ କରୁଛନ୍ତି ଓ ଦେଶର ଜନତାଙ୍କ ବିଷୟରେ ଅନଧିକୃତ ଲୋକଙ୍କୁ ସବୁ କଥା ଜାଣିବାର ସୁଯୋଗ ଦେଉଛନ୍ତି । ପୂର୍ବରୁ, ଆମେ ଶୁଣିଥିଲେ ଯେ କିପରି ଏୟାରଟେଲ ପେମେଣ୍ଟ ବ୍ୟାଙ୍କ ବିନାନୁମତିରେ ମୋବାଇଲ ଗ୍ରାହକମାନଙ୍କର ଖାତା ଖୋଲି ସେମାନଙ୍କ ବିନାନୁମତିରେ ସେମାନେ ଡାଇରେକ୍ଟ ବେନିଫିଟ ଯୋଜନାରେ ପାଇଥିବା ଅର୍ଥକୁ ସେମାନଙ୍କ ପ୍ରାଥମିକ ବ୍ୟାଙ୍କଖାତାରୁ ଆଣି ଏହି ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟରେ ରଖାଇଛନ୍ତି ।  ଆହୁରି ମଧ୍ୟ ଅନ୍ୟାନ୍ୟ ଅନେକ ସରକାରୀ ୱେବସାଇଟ ପରି ଝାଡଖଣ୍ଡ ସରକାରଙ୍କର ଏକ ୱେବସାଇଟ ଲକ୍ଷ ଲକ୍ଷ ପେନସନଧାରୀଙ୍କର ନାଁଆ ଓ ଠିକଣା ସହିତ ସେମାନଙ୍କ ଆଧାର ନମ୍ବର ଓ ସେମାନଙ୍କର ବ୍ୟାଙ୍କ ଖାତାର ସମ୍ପୂର୍ଣ୍ଣର୍ ତଥ୍ୟ ପ୍ରକାଶ କରି ଦେଇଥିଲା ।

ଏହାକୁ ନେଇ ସାଧାରଣ ଜନତାର କ୍ରୋଧ ପ୍ରକାଶ ପାଇବାପରେ  ୟୁଆଇଡିଏଆଇ ପକ୍ଷରୁ ପୁଣିଥରେ କୁହାଯାଇଛି ଯେ ସେମାନଙ୍କ ପାଖରେ ଥିବା ବାୟୋମେଟ୍ରିକ ଡାଟା ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି  ଓ ୱେବସାଇଟରେ ଯେଉଁ ଆଧାର ନମ୍ବରର ତଥ୍ୟ ପ୍ରକାଶିତ ହୋଇଛି ସେଥିରେ ଲୋକଙ୍କ ଉପରକୁ କୌଣସି  ବିପଦ ଆସିବାର ନାହିଁ । ବାୟୋମେଟ୍ରିକ ତଥ୍ୟ ନମିଳିବା ପର୍ଯ୍ୟନ୍ତ କେବଳ ଜନସଂଖ୍ୟା ସମ୍ବନ୍ଧିିତ ତଥ୍ୟ ଚୋରି କରି କେହି ଏହାର ଅପବ୍ୟବହାର କରି ପାରିବ ନାହିଁ । (ୟୁଆଇଡିଏଆଇ ପ୍ରେସ ରିଲିଜ, ୨୦ ନଭେମ୍ବର ୨୦୧୭) । ଏହି ସଂସ୍ଥା ଏକ ଜିଦଖୋର ମନୋବୃତ୍ତି ନେଇ ମନା କରି ଚାଲିଛି ଯେ କୌଣସି  ତଥ୍ୟ କୁଆଡେ ଯାଇ ନାହିଁ, ଜନଗଣନା ସମ୍ବନ୍ଧିତ ଯାହା ବି ତଥ୍ୟ ପ୍ରକାଶିତ ହୋଇଛି ତାହା ନଗଣ୍ୟ । ଏହା ଦାବି କରିଛି ଯେ ଏହା ପାଖରେ ଅନେକ ଗୁଡିଏ ବ୍ୟବସ୍ଥା ଅଛି ଯାହା ଫଳରେ ତଥ୍ୟର କୌଣସି ଅପବ୍ୟବହାରକୁ ଏହା ସହଜରେ ଠଉରାଇ ନେଇ ପାରିବ ।  ଏବେ ଏକଥା ଜଣାପଡୁନାହିଁ ଯେ ତାହେଲେ  ଟ୍ରିବ୍ୟୁନରେ ଯେଉଁ ବିଷୟରେ ରିପୋର୍ଟିଙ୍ଗ କରାଯାଇଛି ତାହା କିପରି କାହାରି ଦୃଷ୍ଟିକୁ ଆସି ପାରିଲା ନାହିଁ ।

ପରବର୍ତ୍ତି ପର୍ଯ୍ୟାୟରେ ଯାହା ବିଚାରକୁ ଆସିଛି ୟୁଆଇଡିଏଆଇ ଏହାର ୫୦୦୦ ଅଧିକାରୀଙ୍କୁ କେବଳ  ଅନଧିକୃତ ଲୋକଙ୍କୁ ଏହି ବ୍ୟବସ୍ଥାରେ ପ୍ରବେଶ କରିବାରୁ ରୋକିବା ପାଇଁ ରଖିଛି ଓ ଏକ ଦୁଇ ଥାକିଆ ସୁରକ୍ଷା ବ୍ୟବସ୍ଥା ମଧ୍ୟ ରଖିଛି । ଏହି ଦୁଇଟି ଥାକ ହେଉଛନ୍ତି ଭର୍ଚୁଆଲ ଆଇଡି ଓ ସୀମିତ  କେୱାଇସି ବ୍ୟବସ୍ଥା । ବେସରକାରୀ ସଂସ୍ଥାଗୁଡିକ ପକ୍ଷରୁ ଲକ୍ଷ ଲକ୍ଷ ଆଧାର ଦରଖାସ୍ତଗୁଡିକର ପ୍ରକ୍ରିୟାକରଣ କରାଯିବାପରେ ୟୁଆଇଡିଏଆଇ ନିଷ୍ପତ୍ତି ନେଲା ଯେ ଏହାକୁ ସରକାରୀ ସଂସ୍ଥାକୁ ଦେବ । ପରେ ଗତବର୍ଷ  ଏଥିରେ ବ୍ୟାଙ୍କ ଓ ପୋଷ୍ଟ ଅଫିସକୁ ମଧ୍ୟ ସାମିଲ କଲା । ଆଧାର ପରିଯୋଜନାରେ  ଚୋର ଗଲା ପରେ ଚୋରି ରୋକିବାପାଇଁ  ବୁଦ୍ଧି ବାହାର କରିବା ଘଟଣା ଏହିପରି ନିୟମିତ ଚାଲିଛି ଓ ୟୁଆଇଡିଏଆଇ ମୂଳରୁ ଏହାର ପ୍ରତି ପଦକ୍ଷେପରେ ଲୋକମାନଙ୍କୁ ଭାଗ୍ୟ ଉପରେ ନିର୍ଭର କରିବାକୁ ପ୍ରେରିତ କରି ଆସୁଛି । ୟୁଆଇଡିଏଆଇ ସ୍ଥାପନ ହେବା ଦିନଠାରୁ ଏହି ଘଟଣା ଘଟି ଚାଲିଛି ଓ ଏ ସମ୍ବନ୍ଧରେ ଏକ ଆଇନ ପ୍ରଣୟନ ହେବାର  ବହୁ ପୂର୍ବରୁ ଏନରୋଲମେଣ୍ଟ ଓ ଲିଙ୍କିଙ୍ଗ ପ୍ରକ୍ରିୟା ଚାଲିଛି । ଏହି ପରିଯୋଜନା ଆମ ଜୀବନର ସବୁ ଦିଗକୁ ସାମିଲ କରି ସାରିଥିବା ବେଳେ ଆମର ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ କରି ରଖିବାର କୌଣସି ଆଇନ ବା ନିରାପତ୍ତାର ବ୍ୟବସ୍ଥା ଏଥିରେ କରାଯାଇ ନାହିଁ । ଏହା ଭିତରେ ଭାରତୀୟ ନାଗରିକମାନଙ୍କ ଉପରେ ଚାପ ପକାଯାଉଛି ଯେ ସେ ଜନ୍ମ ପ୍ରମାଣପତ୍ର ଠାରୁ ମୃତ୍ୟୁ ପ୍ରମାଣପତ୍ର ସହିତ ଜନ୍ମ ଠାରୁ ମୃତ୍ୟୁ ଭିତରେ ଥିବା  ପ୍ରତ୍ୟେକଟି ବା’ôତ ସେବା ପାଇବା ପାଇଁ ସେମାନେ ଏକ ଜରୁରୀ ଆଧାର ନମ୍ବର ହାସଲ କରନ୍ତୁ ଓ ଯେ କୌଣସି ସେବା ପାଇବାକୁ ଦାବୀ କଲାବେଳେ ଏହାକୁ ଦେଖାନ୍ତୁ । ଏବେ ଏହା ଏପରି ଏକ ଜରୁରୀ ଜିନିଷ ହୋଇ ଉଠିଛି ଯେ ଉତ୍ତର ପ୍ରଦେଶ ସରକାର ଅସ୍ଥାୟୀ ରାତି ଆଶ୍ରୟ ସ୍ଥଳରେ ରହିବାକୁ ଚାହୁଁଥିବା ବାସହୀନ ଲୋକମାନଙ୍କୁ  ମଧ୍ୟ ସେମାନଙ୍କ ଆଧାର ନମ୍ବର କହିବାକୁ କହୁଛନ୍ତି । ଯାହାକୁ ଦେଖି ଦେଶର ସୁପ୍ରିମକୋର୍ଟ ପଚାରିଛନ୍ତି ଯେ ଯେଉଁ ମଣିଷ ମାନଙ୍କର ଆଧାରକାର୍ଡ ନାହିଁ ସେମାନେ କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାରଙ୍କ ପାଇଁ କ’ଣ ବଞ୍ôଚ ନାହାନ୍ତି?

ଆଧାର କାର୍ଡର ଅପବ୍ୟବହାରକୁ ନେଇ ହୋଇଥିବା ଆଇନଗତ ମୋକଦ୍ଦମା ସୁପ୍ରିମକୋର୍ଟରେ ୨୦୧୫ରୁ ପଡିଛି ଓ ଏହାର ଶୁଣାଣୀ ଜାନୁଆରୀ ୧୭ରୁ କରାଯିବ ବୋଲି କୁହାଯାଇଥିଲା । ସୁପ୍ରିମକୋର୍ଟ ଜାଣିବାକୁ ଚାହିଁବେ ଯେ କିପରି ଓ କାହିଁକି ଆଧାର ପରିଯୋଜନା କରାଯାଇଥିଲା ଓ ଏହା କିପରି ଉପର୍ଯ୍ୟୁପରି ବଢି ଚାଲିଥିଲା, ତଥ୍ୟ ସୁରକ୍ଷାକୁ ନେଇ କି କି ବ୍ୟବସ୍ଥା କରାଯାଇଥିଲା, ଆଧାର ନଥିବାରୁ ନାଗରିକଙ୍କୁ ବିଭିନ୍ନ ସେବା ଓ ଅଧିକାରରୁ ବଞ୍ôଚତ କରାଯିବା, ଗୋପନୀୟତା ଓ ସୂଚିତ ସମ୍ମତି ବିଷୟ ଏବଂ ସର୍ବୋପରି ଏ ସମସ୍ତ କଥାକୁ ନିୟନ୍ତ୍ରଣ କରିବାରେ ୟୁଆଇଏଡିଆଇର ବିଫଳତା ବିଷୟରେ ଶୁଣାଣୀ ହେବ । ୟୁଆଇଡିଏଆଇ ପରି କର୍ତ୍ତୃପକ୍ଷ ଯିଏ କି ତାଙ୍କ ନିଜ ନିୟନ୍ତ୍ରଣରେ ଥିବା  ସମ୍ବେଦନଶୀଳ ଜନଗଣନା ସମ୍ବନ୍ଧିତ ତଥ୍ୟକୁ ଗୋପନ ରଖିବାରେ ବିଫଳ ହୋଇ ସାରିଛନ୍ତି ତାଙ୍କୁ କିପରି ନିୟନ୍ତ୍ରଣରେ  ରଖାଯାଇ ପାରିବ? ବି ଏନ ଶ୍ରୀକ୍ରିଷ୍ଣା କମିଟି ଭାରତରେ ତଥ୍ୟ ସୁରକ୍ଷା ଉପରେ ଦେଇଥିବା ଶ୍ୱେତପତ୍ରରେ ତଥ୍ୟ ସୁରକ୍ଷା ସମ୍ବନ୍ଧରେ ଯେଉଁ ମୂଳ ନିୟମଟି ବିଷୟରେ କହିଛନ୍ତି ତାହା ହେଉଛି ଯେଉଁ ସଂସ୍ଥାଟିକୁ ତଥ୍ୟ ସଂରକ୍ଷଣ ଦାୟିତ୍ୱ ଦିଆଯିବ ତାହା ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବୈଧାନିକ ସଂସ୍ଥା ହେବା ଦରକାର ଓ ଏହାର ପର୍ଯ୍ୟାପ୍ତ କ୍ଷମତା ଥିବା ଦରକାର । ଶ୍ୱେତପତ୍ରରେ ଏଭଳି କର୍ତ୍ତୃପକ୍ଷଙ୍କର ଭୂମିକା, ସାମର୍ଥ୍ୟ ଓ କ୍ଷମତା ସମ୍ପର୍କରେ ମଧ୍ୟ କେତେକ କଥା କୁହାଯାଉଛି । ସ୍ପଷ୍ଟ ଭାବରେ କହିଲେ ଏହା ୟୁଆଇଡିଏଆଇ ଠାରୁ ସ୍ୱତନ୍ତ୍ର ହେବା ଦରକାର ଓ ଏହାକୁ ନିୟନ୍ତ୍ରଣରେ ରଖିବା ଭଳି ବ୍ୟବସ୍ଥା ରହିବା ଦରକାର ।

ଆମେ ଯେତେବେଳେ ତଥ୍ୟର ଯୁଗରେ ପ୍ରବେଶ କରିଛୁ –ଯେଉଁଠାରେ ଜଣଙ୍କର ପରିଚୟ କେବଳ ରାଷ୍ଟ୍ରପାଇଁ ମୂଲ୍ୟବାନ ନୁହେଁ ନିଜସ୍ୱ କର୍ପୋରେଟଗୁଡିକ ପାଇଁ ମଧ୍ୟ ଜରୁରୀ ହୋଇ ପଡିଛି-ସେଥିରେ ଭାରତରେ ପ୍ରଚଳିତ ଆଧାର ପରିଯୋଜନା ଭାରତୀୟ ନାଗରିକଙ୍କ ଗୋପନୀୟତାର ଅଧିକାର ପ୍ରତି ଖାମଖିଆଲୀ ଓ ଅହଂକାରୀ ମନୋଭାବକୁ ଦର୍ଶାଉଛି । ଏହା ଭିତରେ  ନାଗରିକର ଗୋପନୀୟତାର ଅଧିକାର ସପକ୍ଷରେ ସମ୍ପ୍ରତି ସୁପ୍ରିମକୋର୍ଟ ତାଙ୍କ ରାୟ ଶୁଣାଇ ସାରିଛନ୍ତି ।ତେଣୁ ଆଶା କରାଯାଉ ଯେ ସୁପ୍ରିମକୋର୍ଟ ଏହି ଅଧିକାରକୁ କାୟମ ରଖିବା ପାଇଁ ପଦକ୍ଷେପ ନେବେ ଓ ଯେଉଁ ବିଶାଳ ବିପର୍ଯ୍ୟୟ ହୋଇ ସାରିଛି ତାକୁ ଠିକ କରିବାପାଇଁ ବ୍ୟବସ୍ଥା କରିବେ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top