ISSN (Print) - 0012-9976 | ISSN (Online) - 2349-8846

ବିଟକଏନ-ବ୍ଳକଚେନ ଉନ୍ମାଦ

ସମ୍ପ୍ରତି ସମ୍ପତ୍ତିର  ଅହେତୁକ  ମୂଲ୍ୟ ବୃଦ୍ଧି ଘଟଣା ପୁଞ୍ଜିବାଦରେ ଆଖିବୁଜା ବ୍ୟକ୍ତିଗତ ସମ୍ପତ୍ତି  ପଛରେ ଧାଇଁବାର  ଏକ ଲକ୍ଷଣ ମାତ୍ର

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଗୁରୁତ୍ୱର ସହ ଦେଖିଲେ, ୧୦ ଡିସେମ୍ବର ୨୦୧୭ରେ ଚିକାଗୋ ବୋର୍ଡ ଅପସନ ଏକ୍ସଚେଞ୍ଜରେ ଗୁପ୍ତମୁଦ୍ରା(କ୍ରିପ୍ଟୋକରେନ୍ସୀ) ବା ବିଟ୍କଏନରେ ଭବିଷ୍ୟତ ବାଣିଜ୍ୟ କାରବାର ଚଳାଇବାର ହୋଇଥିବା ଶୁଭାରମ୍ଭ ଏବଂ ଚଳିତ ସପ୍ତାହରେ ଚିକାଗୋ ମର୍କାଣ୍ଟାଇଲ ଏକ୍ସଚେଞ୍ଜରେ ଯାହା ଘଟିଲା ସେଥିରେ ବଡ ବଡ ନିବେଶକ ମାନଙ୍କୁ ସେମାନଙ୍କ ପୂର୍ବର ଦେଣନେଣ ବ୍ୟବସ୍ଥା ସହିତ ଆଉ ଏକ ନୂଆ ବିତ୍ତିୟ ଉପକରଣ ମିଳିଗଲା । ଏବେ କିନ୍ତୁ ଯେଉଁ ପରିମାଣରେ ଡିଜିଟାଲ ବିଟକଏନର ଦରବୃଦ୍ଧି ଘଟୁଛି ବଡ ବଡ ନିବେଶକମାନେ ଏଥିରୁ ଅଧିକ ଫାଇଦା ଉଠାଇବାର ସୁଯୋଗକୁ ହାତଛଡା କରିବାକୁ ଚାହିଁବେ ନାହିଁ କି ଚାହୁଁ ନାହାନ୍ତି । ଦରରେ ଚଢାଉତରା ଲାଗିଥିବା ବେଳେ ବିଟକଏନର ମୂଲ୍ୟ ଯାହା ଜାନୁଆରୀ ୨୦୧୭ରେ ମାତ୍ର ୧୦୦୦ ଡଲାର ଥିଲା ଡିସେମ୍ବର ତୃତୀୟ ସପ୍ତାହରେ ତାହା ୨୦୦୦୦ ଡଲାରରେ ପହଞ୍ôଚ ଥିଲା । ତେବେ ସମ୍ପ୍ରତି ଆଶଙ୍କା ଉପୁଜିଲାଣି ଯେ କେତେବେଳେ ଏହି ବୃଦ୍ଧି ପାଣିଫୋଟକା ପରି ଫାଟି ଉଭେଇ ମଧ୍ୟ ଯାଇପାରେ ।  ବିଟକଏନରେ ଯେପରି  ଭାବରେ ଗୁପ୍ତଧନର କାରବାର ବଢିବାରେ ଲାଗିଛି  ସେଥିରେ ବଡ ବଡ ବ୍ୟାଙ୍କ ଓ ବିତ୍ତୀୟ ସଂସ୍ଥା ମଧ୍ୟ ଏହାକୁ ବିପଦପୂର୍ଣର୍ ବୋଲି କହିଲେଣି ।

 ଏହା ସତ୍ତେ୍ୱ କଥାଟିର ସତ୍ୟତା  ହେଉଛି ଯେ ଏହା ପଛରେ ବଡ ବଡ ବ୍ୟାଙ୍କ ଗୁଡିକର ହିଁ କେତେକ ପଦକ୍ଷେପ ରହିଛି  । ଯେପରିକି ଫେଡେରାଲ ରିଜର୍ଭ, ୟୁରୋପିଆନ ସେଣ୍ଟ୍ରାଲ ବ୍ୟାଙ୍କ, ବ୍ୟାଙ୍କ ଅଫ ଜାପାନ୍ ଆର୍ଥିକ ସଂକଟ ସମୟରୁ ନଗଦୀ ସମସ୍ୟା ଦେଖାଯିବାବେଳୁ  ଚାପରୁ ବଞ୍ôଚବା ପାଇଁ ଅନେକ ନକଲା କାର୍ଯ୍ୟ ସବୁ କରିଛନ୍ତି ।  ଏଥିରୁ ଆଉ ଗୋଟିଏ ରାସ୍ତା ବାହାରିଛି ଷ୍ଟକ, ବଣ୍ଡ, ରିୟଲ ଇଷ୍ଟେଟ ଓ ଅନ୍ୟାନ୍ୟ ଅର୍ଥିକ ସମ୍ପତ୍ତି ରେ ଅନ୍ଦାଜିଆ ଭାବରେ ନିବେଶ କରି ପକାଇବା । ଯାହାକି ସମ୍ପତ୍ତି(ଆସେଟ୍)ର ମୁଦ୍ରାସ୍ଫିତିକୁ ବହୁ ପରିମାଣରେ ବଢାଇ ଦେଲା । ଗୋଟିଏ ପଟେ ସମ୍ପତ୍ତିରେ ମୁଦ୍ରାସ୍ଫିତି ଅନ୍ୟ ପଟେ ସମ୍ପତ୍ତିକୁ ନେଇ ନାନା ପ୍ରକାରର କଳ୍ପନା ଜଳ୍ପନା ସମ୍ପତ୍ତି କିଣି ପକାଇବା ପାଇଁ ଲୋକଙ୍କୁ ଅଧିକରୁ ଅଧିକ ରୁଣ କରିବା ପାଇଁ ବାଧ୍ୟ କଲା ।  ଏହାରି ପଳରେ ସମ୍ପତ୍ତି ମୂଲ୍ୟରେ ମୁଦ୍ରାସ୍ଫିତି ଆହୁରି ଅଧିକ ପରିମାଣରେ ଦେଖିବାକୁ ମିଳିଲା । ଏହା ସହିତ ଏଥିରେ ପ୍ରତ୍ୟାଶିତ ଆତଙ୍କର ମଧ୍ୟବୃଦ୍ଧି ଘଟିଲା । ସବୁରି ଉପରେ ଗୋଟିଏ କଥା ଦେଖିବାକୁ ମିଳିଥାଏ ଯେ ଅନ୍ଦାଜକାରୀମାନଙ୍କର ପତିଆରା ସେମାନଙ୍କ ପାଖରେ ଥିବା ମୂଲ୍ୟବାନ ସମ୍ପତ୍ତିର ବଜାର ମୂଲ୍ୟରୁ ହିଁ ନିର୍ଦ୍ଧାରିତ ହୋଇଥାଏ । ଯାହା କି ରୁଣ ଦେଉଥିବା ବ୍ୟଙ୍କମାନଙ୍କ ପାଇଁ ଆନୁସଂଙ୍ଗିକ ବା କୋଲାଟରାଲ ଭାବରେ ଗ୍ରହଣ କରାଯାଇଥାଏ ।

ଅଧିକ ପରିମାଣର ମୁଦ୍ରା ଛାଡିଦେବା ଫଳରେ ଆସିଥିବା  ସହଜ ନେଣଦେଣ ବ୍ୟବସ୍ଥା ଏବଂ ବିକଶିତ ପୁଞ୍ଜିବାଦୀ ଅର୍ଥନୀତିର ବାସ୍ତବ ପରିସରକୁ ଆସିଯାଇଥିବା ମାନ୍ଦାବସ୍ଥା ଯୋଗୁଁ ସମସ୍ତଙ୍କ ମଧ୍ୟରେ ପୁଞ୍ଜିବାଦୀ ଫାଇଦା ଉଠାଇବା ପାଇଁ ଦୌଡ ଆରମ୍ଭ ହୋଇଥିଲା । ଏହା ଫଳରେ ଆର୍ଥିକ ବଜାରର ଯୋଗାଣ ବ୍ୟବସ୍ଥାରେ ନୂଆ ନୂଆ ଅଦୃଶ୍ୟ ମୁଦ୍ରା(ଡିଜିଟାଲ, କ୍ରିପ୍ଟୋ କରେନ୍ସୀ)ର ଆବିର୍ଭାବ ଘଟିଲା । ୨୦୦୯ ରେ ଆସିଥିବା ବିଟକଏନ ହେଉଛି ଏହିପରି ଏକ ଡିଜିଟାଲ ମୁଦ୍ରା ଯାହାର ଆବର୍ଭାବ ଆର୍ଥିକ ବଜାରରେ ପ୍ରଥମ ଘଟିଥିଲା ।   ଏହି ପ୍ରକାରର ମୁଦ୍ରା  ଏହାର ଦେଣନେଣ , ଏହାର ସୃଷ୍ଟିକୁ ନିୟନ୍ତ୍ରଣରେ ରଖିବା, ଅତିରିକ୍ତ ଯୁନିଟ ପ୍ରସ୍ତୁତ କରିବା ଆଦି ପାଇଁ କୁଟଲିଖନ ବା କ୍ରିପ୍ଟୋଗ୍ରାଫି ଉପରେ ନିର୍ଭର କରିବାକୁ ହୋଇଥାଏ । ଏହାର ପ୍ରଭାବ ମଧ୍ୟ ସେୟାର ମାର୍କେଟ ଉପରେ ଦେଖିବାକୁ ମିଳିଥାଏ । ଏହା ସହିତ ବିଟକଏନ ଓ ଡିଜିଟାଲ ମୁଦ୍ରାର ଅତିରିକ୍ତ ଯୁନିଟ ଖୋଲିବା ଆଦି ଘଟଣା ଯାହାକୁ କି ଏହି ସବୁ ମୁଦ୍ରା ବ୍ୟବସ୍ଥାର ଖଣି ବୋଲି କୁହାଯାଇଥାଏ, ସେଥିରେ ମଧ୍ୟ ବୃଦ୍ଧି ଘଟିବାକୁ ଲାଗିଲା ।

ଏଠାରେ ୧୯୯୯ରେ ସୃଷ୍ଟି ହୋଇଥିବା ଡଟ-କମ ଜଳକନ୍ଦୁକ  ବିଷୟରେ ଲୋକଙ୍କୁ ମନେ ପକାଇଦେବାକୁ ଚାହୁଁ ଯେତେବେଳେ କି ଇଣ୍ଟରନେଟ ଭେଞ୍ଚର ନାମରେ ବହୁ କଥା ଶୁଣିବାକୁ ମିଲିଲା । ସେହି ଅଯୌକ୍ତିକ ଉଚ୍ଛ୍ୱାସ ପୁଣି ଥରେ ଦେଖିବାକୁ ମିଳିଛି । ଆମେ ହୁଏତ ଟିକିଏ ଅଧିକ କହି ଦେଉଛୁ କିନ୍ତୁ କୁହାଯାଏ ଯେ ଯଦି ତମେ ନିଜ କମ୍ପାନୀର ସେଆର ମୂଲ୍ୟ ବଢାଇବାକୁ ଚାହୁଁଛ ତେବେ ଏହାର ନାଁଆ ବଦଳାଇ ଦିଅ । ଯେମିତିକି ଲଙ୍ଗ ଆଇଲ୍ୟାଣ୍ଡ ଆଇସ୍ ଟି କର୍ପ ଏହାର ନାଁ’କୁ ଲଙ୍ଗ ବ୍ଳକଚେନ କର୍ପକୁ ବଦଳାଇ ଦେଇଥିଲା ।

ସର୍ବୋପରି ବିଟକଏନ ଓ ବ୍ଳକଚେନର ପ୍ରବକ୍ତାମାନେ ଏହି ଉତ୍ପାଦନକୁ ଦ୍ୱିତୀୟ ସ୍ତରର ନବାଚାର ବା ଇଣ୍ଟରନେଟ ବିପ୍ଳବ ବୋଲିସ୍କହିଲେଣିି? କିନ୍ତୁ ଏହା ଡଲାର, ୟୁରୋ, ରୁପୟା ପରି ନହୋଇ ବିଟକଏନର ପ୍ରବକ୍ତାମାନେ କହୁଛନ୍ତି ଯେ ଏଥିରେ ଆଉ କୌଣସି ସେଣ୍ଟ୍ରାଲ ବ୍ୟାଙ୍କ ବା ବାଣ୍ୟିଜିକ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଥିବା  ବିତ୍ତୀୟ ମଧ୍ୟସ୍ଥ୍ି ବା  ନିଜ ନିଜର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ସମର୍ଥନ ଯୋଗାଉଥିବା କୌଣସି ରାଜ୍ୟ ବା ରାଷ୍ଟ୍ର ଉପରେ ଭରସା କରିବାର ମଧ୍ୟ ଆବଶ୍ୟକତା ନାହିଁ  । ଏକ ବିଶ୍ୱ ଅର୍ଥନୈତିକ ବ୍ୟବସ୍ଥାରେ ବିଶ୍ୱକୁ ଅର୍ଥ ଯୋଗାଇବା ପାଇଁ ହେଉଥିବା ବିକଳ୍ପ ବ୍ୟବସ୍ଥା   ସେଣ୍ଟ୍ରାଲ ବ୍ୟାଙ୍କ ବା ଆର୍ôଥକ କର୍ତ୍ତୃପକ୍ଷମାନଙ୍କ ପକ୍ଷରୁ ଲାଗୁ କରାଯାଉଥିବା ନିୟନ୍ତ୍ରଣ ଓ ନିୟମ ଦ୍ୱାରା ସଂକୁଚିତ ହେବେ ନାହିଁ ।

ଏପରି ଅତିରଞ୍ଜନ ବ୍ୟତୀତ ବିଟକଏନ-ବ୍ଳକଚେନର ବୁଦବୁଦଗୁଡିକର ଫାଟିବା ଘଟଣା ପ୍ରତି ମଧ୍ୟ ଧ୍ୟାନ ଦିଆଯିବା ଆବଶ୍ୟକ । ବର୍ଷ୨୦୦୭ରେ ଦୁଇଟି ସଂସ୍ଥାର ବିଫଳତା ଯେପରିକି ବିୟର ଷ୍ଟର୍ଣ୍ଣ କମ୍ପାନୀର ଗୁପ୍ତଧନର ବିଫଳତା  ଓ ଏବଂ ବିଭିନ୍ନ ସଂସ୍ଥାର କୋଲାଟରାଲ ରୁଣ ପ୍ରଦାନର ବିଫଳତା ସତ୍ତେ୍ୱ ଫେଡେରାଲ ରିଜର୍ଭର ଅଧ୍ୟକ୍ଷ ବେନ ବର୍ଣ୍ଣାଙ୍କେ କହିଥିଲେ ଯେ ମୋଟାମୋଟି ଆର୍ଥିକ ବ୍ୟବସ୍ଥା ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । ତାହେଲେ  ସିଏ କ’ଣ  ଜାଣି ନ ଥିଲେ ଯେ ଆକଳନ ଓ ସିକ୍ୟୁରିଟିଜ ଭିତରେ ଏକ ଜଟିଳ ଅନ୍ତଃସମ୍ପର୍କ ରହିଛି ଏବଂ ଏକ ବିଶାଳ ଆର୍ଥିକ ବ୍ୟବସ୍ଥାରେ ଏହା ଏକ ଅଦୃଶ୍ୟ ସଂକଟକୁ ଡାକି ଆଣିବ?

ତାହାହେଲେ ବିଟକଏନ-ବ୍ଳକଚେନ ଉନ୍ମାଦ ଓ ଅନ୍ୟାନ୍ୟ ଆସେଟ ବଜାର ଯେମିତିକି ବ୍ୟାଙ୍କ ରୁଣ, ରୁଣକରି ନ ସୁଝିବା ମଧ୍ୟରେ ରହିଥିବା ସେହି ଜଟିଳ ସମ୍ପର୍କଟି କ’ଣ? ସିଧାକଥାରେ କହିଲେ  ଏହାକୁ ବୁଝିବାପାଇଁ କୌଣସି ସୁରାଗ ଆମ ପାଖରେ ନାହିଁ । ଆମେ କିନ୍ତୁ ଏକଥା ଜାଣୁ ଯେ ଯେତେବେଳେ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପଦର ମୂଲ୍ୟ-ଫୋଟକା ଫାଟିଯାଏ ଏବଂ ତଳେ ଥିବା ଗୁଡିଏ ମିଛ କୋଲାଟରାଲ୍ସ ସିକ୍ୟୁରିଟିଜ ଆକାଶରେ ଉଭେଇଗଲା ପରି ଉଭେଇ ଯାଏ, ସେତେବେଳେ ବିଭିନ୍ନ ଦେଶ ତଥା ବିଶ୍ୱର ଆର୍ଥିକ ସଂସ୍ଥା ଗୁଡିକ ଉପରେ ଆକାଶ ଛିଣ୍ଡି ପଡେ ।

ବଡ କଥାଟି ହେଉଛି ଯେ ବିକଶିତ ପୁଞ୍ଜିବାଦୀ ଦେଶଗୁଡିକରେ ମନ୍ଥର ଆର୍ଥିକ ଅଭିବୃଦ୍ଧି, ଅଧିକ ବେକାରୀ ବା ସ୍ୱଳ୍ପରୋଜଗାରୀ, ଏବଂ ଅଧିକ ସାମର୍ଥ୍ୟ ଯୋଗୁ ଆର୍ଥିକ ସ୍ଥାଣୁତ୍ୱର କୌଣସି ଅନ୍ତ ଦେଖା ଯାଉନଥିବା ବେଳେ , ଉତ୍ପାଦନକ୍ଷମ ନିବେଶ ନୁହେଁ, ଏକ କାଳ୍ପନିକ ବିତ୍ତ ବ୍ୟବସ୍ଥା ହିଁ ଆର୍ଥିକ ଅଭିବୃଦ୍ଧିର ମୁଖ୍ୟ ଇଞ୍ଜିନ୍ ହୋଇଥାଏ । ଅନ୍ୟ କଥାରେ କହିଲେ, ଅନେକ ଗୁଡିଏ ଅର୍ଥନୈତିକ ବୁଦବୁଦ ହିଁ ଏଭଳି ଅର୍ଥ ବ୍ୟବସ୍ଥାକୁ ଚଳାଇ ରଖିବାକୁ ଜରୁରୀ ହୋଇଥାଏ । ସମ୍ପଦର ପ୍ରଭାବ, ଆୟବୃଦ୍ଧି ଘଟୁଥାଉ ବା ନ ଥାଉ ସମ୍ପଦର ମୂଲ୍ୟବୃଦ୍ଧି ଯୋଗୁ ବଢିବା ପାଇଁ ଖାଇବା ନ୍ୟାୟରେ କରାଯାଉଥିବା ଆର୍ଥିକ ବ୍ୟବସ୍ଥା ଏଭଳି ଅର୍ଥନୀତିକ ବ୍ୟବସ୍ଥାରେ ଉତ୍ତେଜନା ଆଣିଥାଏ । କିନ୍ତୁ ଯେତେବେଳେ ଏହି ଜଳକନ୍ଦୁକ ବା ପାଣିଫୋଟକା ଫାଟେ ସେତେବେଳେ ବାସ୍ତବ ଅର୍ଥନୀତିରେ କମ୍ପନ ସୃଷ୍ଟି ହୁଏ । ପୂର୍ବର ଆର୍ଥିକ ଉନ୍ମାଦ ପରି ଏହି ବିଟକଏନ-ବ୍ଳକଚେନ ଆବେଶ ମଧ୍ୟ ପୁଞ୍ଜିବାଦରେଯେନତେନ ପ୍ରକାରେଣ ଅର୍ଥ ଠୁଳ କରିବାର ଏକ ଆଭାସ । କିନ୍ତୁ ଏଥିରେ ଲୋକଙ୍କର କୌଣସି ବାସ୍ତବ ଆବଶ୍ୟକତା ପୂରଣ ହେଉଛି ବା ନ ହେଉଛି ସେଥିପ୍ରତି କାହାରି ନଜର ନ ଥାଏ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top