ISSN (Print) - 0012-9976 | ISSN (Online) - 2349-8846

ଜଣେ ବିଚାରପତିଙ୍କ ମୃତ୍ୟୁରେ

ବିଚାରପତି ଲୋୟାଙ୍କ ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଭାରତୀୟ ନ୍ୟାୟପାଳିକା ପ୍ରତି ଅହିତକର

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଅପ୍ରେଲ ୧୯ ତାରିଖରେ ସୁପ୍ରିମ କୋର୍ଟ ୧ ଡିସେମ୍ବର ୨୦୧୪ରେ ଘଟିଥିବା ବିଚାରପତି ବି ଏଚ ଲୋୟାଙ୍କ ମୃତ୍ୟୁ ମାମଲାରେ ଫୈସଲା ଶୁଣାଇଲେ । ସେଥିରେ ସେ କହିଲେ ଯେ ଏହି ସେସନ ଜଜ୍ ଜଣକଙ୍କର ମୃତ୍ୟୁ ପ୍ରାକୃତିକ ଭାବରେ  ହୋଇଛି । କିନ୍ତୁ ଏ ବିଷୟରେ ବିଭିନ୍ନ ପକ୍ଷରୁ କରାଯାଉଥିବା ସନ୍ଦେହ ଓ ଉଠାଯାଉଥିବା ପ୍ରଶ୍ନ ସବୁକୁ ବିଚାରକୁ ନେଲେ ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତିକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିବା ସ୍ୱ।।ଭାବିକ ।

୧୨ ଜାନୁଆରୀ ୨୦୧୮ ତାରିଖରେ ଯେଉଁଦିନ ବିଚାରପତି ଲୋୟାଙ୍କ ମୋକଦ୍ଦମା ଶୁଣାଣୀ ପାଇଁ ପ୍ରଥମେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ପାଖକୁ ଆସିଲା ସେହିଦିନ ସୁପ୍ରିମକୋର୍ଟର ଚାରିଜଣ ବିଚାରପତି ଏକ ଅଦ୍ଭୁତପୂର୍ବ ପଦକ୍ଷେପ ନେଇ ଏକ  ସାମ୍ବାଦିକ ସମ୍ମେଳନ କଲେ ଓ ମୁଖ୍ୟ ବିଚାରପତି ସେମାନଙ୍କୁ ମୋକଦ୍ଦମା ଶୁଣାଣୀ କରିବାକୁ ଦେବାରେ ଉପୁଜୁ ଥିବା ସମସ୍ୟା ବିଷୟରେ ଖୋଲାଖୋଲି କହିଲେ । ଏଠାରେ ସାମ୍ବାଦିକ ମାନେ ଗୋଟିଏ ପ୍ରଶ୍ନ କରିଥିଲେ ଯେ ବିଚାରପତିମାନେ କ’ଣ ଜଜ ଲୋୟାଙ୍କ ମୋକଦ୍ଦମା କଥା କହୁଛନ୍ତି କି ? ସେଥିରେ ଚାରିଜଣ ବିଚାରପତିଙ୍କ ମଧ୍ୟରୁ ଜଣେ ବିଚାରପତି ଗୋଗୋଇ ହଁ ରେ ଉତ୍ତର ଦେଇଥିଲେ ।

ଏଭଳି ଏକ  ସ୍ଥିତିରେ ସ୍ୱଚ୍ଛତା ଓ ନିରପେକ୍ଷତା ରକ୍ଷା ପାଇଁ ମୁଖ୍ୟ ବିଚାରପତି ଦୀପକ ମିଶ୍ର ଏହାକୁ ଅନ୍ୟ ବିଚାରପତି ମାନଙ୍କ ଦ୍ୱାରା ଶୁଣାଣି ପାଇଁ ଛାଡିଦେବା କଥା । କିନ୍ତୁ  ଏହା ମୁଖ୍ୟ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ ଏମ କନଭିଲକର ଏବଂ ଡି ୱାଇ ଚନ୍ଦ୍ରଚୂଡକୁ ନେଇ ଗଠିତ ଏକ ଖଣ୍ଡପୀଠରେ ଶୁଣାଣି କରାଗଲା । ନିଜର ରାୟରେ ସୁପ୍ରିମ କୋର୍ଟ ଏକ ଅଲକ୍ଷିତ ଯାଞ୍ଚଉପରେ ନିର୍ଭର କଲେ ଯାହାକି ଇଣ୍ଟେଲିଜେନ୍ସ ବ୍ୟୁରୋ ପକ୍ଷରୁ କରାଯାଇଥିଲା ଅଥଚ ଲୋୟାଙ୍କ ସହିତ ହାସପାତାଳକୁ ଯାଇଥିବା ଚାରି ଜଣ ବିଚାରପତି ଯାହା କହିଥିଲେ ତାହା କେବଳ ରେକର୍ଡଭୁକ୍ତ ହୋଇଥିଲା । ଯେଉଁ ଯାଞ୍ଚ କରାଯାଇଥିଲା ତାକୁ ସୁପ୍ରିମକୋର୍ଟ କରାଇ ନ ଥିଲେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କରାଇଥିଲେ । ମୋକଦ୍ଦମାର ପିଟିସନକାରୀଙ୍କ ଓକିଲ ପ୍ରାର୍ଥନା କରିଥିଲେ ଯେ ଲୋୟାଙ୍କ ମୃତ୍ୟୁକୁ ନେଇ ଆଉଥରେ ଏକ ନିରପେକ୍ଷ ତଦନ୍ତ କରାଯାଉ । କିନ୍ତୁ ସେମାନଙ୍କ ପ୍ରତି କୋର୍ଟ ଯେପରି ବ୍ୟବହାର କଲେ ତାହା ଚମକ୍ରୃତ କରି ଦେବା ଭଳି କଥା ଥିଲା । ସେମାନଙ୍କ ପ୍ରାର୍ଥନାକୁ କୋର୍ଟ ପକ୍ଷରୁ ଏଇଥିପାଇଁ ସ୍ୱାଗତ କରାଯିବାର ଥିଲା ଯେ ସେମାନେ ନ୍ୟାୟପାଳିକା ଉପରେ ହୋଇଥିବା ଏକ ଆକ୍ରମଣ ବିଷୟରେ ଆଉଥରେ ନିରପେକ୍ଷ ଯାଞ୍ଚ କରିବାକୁ କହୁଛନ୍ତି । ତାହା ନକରାଯାଇ ସେମାନଙ୍କୁ କୋର୍ଟର ଅବମାନନା କରୁଥିବା ଦୋଷରେ ଦୋଷୀ ବୋଲି କୁହାଗଲା ।

 ବିଚାରପତି ଲୋୟାଙ୍କ ମୋକଦ୍ଦମା ଡିସେମ୍ବର ୨୦୦୫ରେ ହୋଇଥିବା ସୋହରାବୁଦ୍ଦିନ ଶେଖ ଓ କୌସର ବାଇଙ୍କ ମୋକଦ୍ଦମା ସହିତ ଏକା ସାଙ୍ଗରେ ଆରମ୍ଭ ହୋଇଥିଲା । ସୋହରାବୁଦ୍ଦିନଙ୍କ ଭାଇଙ୍କ ଆବେଦନର ଶୁଣାଣୀ କରି ସୁପ୍ରିମ କୋର୍ଟ ସିବିଆଇକୁ ଏହାର ଯାଞ୍ଚ ଭାର ନେବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ଅମିତ ଶାହଙ୍କ ଗିରଫଦାରୀ(ଅମିତ ଶାହ ସେତେବେଳେ ଗୁଜୁରାଟର ଗୃହମନ୍ତ୍ରୀ ଥିଲେ ଓ ଗିରଫ ହୋଇ ଜାମିନ ପାଇ ଥିଲେ) ପରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଲେ ଯେ ଏହି ମୋକଦ୍ଦମାର ଶୁଣାଣି ମୁମ୍ବାଇରେ କରାଯାଉ ଏବଂ ଏହାର ବିଚାର ପାଇଁ ଜଣେ ସେସନ କୋର୍ଟର ବିଚାରପତି ନିଯୁକ୍ତ ହୁଅନ୍ତୁ । ସୁପ୍ରିମକୋର୍ଟ ଏକଥା ମଧ୍ୟ ନିର୍ଦ୍ଦେଶ ଦେଲେ ଯେ ଯେଉଁ ବିଚାରପତି ଏହାର ବିଚାର କରିବେ ସେ ମୂଳରୁ ଶେଷ ପର୍ଯ୍ୟନ୍ତ ଏହାର ଶୁଣାଣି କରିବେ । ଏହାର କାରଣ ଏଇଆ ହୋଇଥିବ ଯେ ସୁପ୍ରିମକୋର୍ଟ ଗୁଜୁରାଟରେ ଯେଉଁ ରାଜନୈତିକ ହସ୍ତକ୍ଷେପ ହୋଇଥିଲା ତାର ସୂଚନା ପାଇ ସାରିଥିବେ । ପୁଣି ତୁଳସୀରାମ ପ୍ରଜାପତି, ଯିଏକି ସୋହରାବୁଦ୍ଦିନ ଘଟଣାର ପ୍ରତ୍ୟକ୍ଷ ସାକ୍ଷୀ ଥିଲେ,ଙ୍କର ମିଥ୍ୟା ପୁଲିସ ମୁକାବିଲାରେ ମୃତ୍ୟୁ ଘଟଣାର ଯାଞ୍ଚ ମଧ୍ୟ ସିବିଆଇ ଦ୍ୱାରା କରାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସର୍ବଶେଷରେ ସୁପ୍ରିମକୋର୍ଟ ଦୁଇଟିଯାକ ମୋକଦ୍ଦମାର ଏକତ୍ର ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏକଥା ସତ୍ୟ ଯେ ବିଭିନ୍ନ ସମୟରେ ଅନେକ  ବିଚାରପତି ଏହି ମୋକଦ୍ଦମାରେ ସାମିଲ ହୋଇ ଘଟଣାଟିକୁ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ଅନୁଭବ କରିବା ସହିତ ମୂଳ ଯାଞ୍ଚ କାର୍ଯ୍ୟରେ ଅନେକ ସାଲିସ କରାଯାଇଛି ବୋଲି ଅନୁଭବ କରି ସାରିଛନ୍ତି ।

ସୋହରାବୁଦ୍ଦିନ ମାମଲା ମୁମ୍ବାଇକୁ ସ୍ଥାନାନ୍ତରିତ ହେବା ପରେ ପ୍ରଥମେ ବିଚାରପତି ଜେ ଟି ଉତ୍ପାତ ଏହି ମୋକଦ୍ଦମାର ଶୁଣାଣି ପାଇଁ ନିଯୁକ୍ତ ହୋଇଥିଲେ । ଯେତେବେଳେ ଅମିତ ଶାହ କୋର୍ଟରେ ଉପସ୍ଥିତ ହେବା କାର୍ଯ୍ୟରୁ ତାଙ୍କୁ ମୁକ୍ତି ଦେବାକୁ ଆବେଦନ କଲେ କୋର୍ଟ ଏକ ସୀମା ବାହାରେ ଏହା ସମ୍ଭବ ନୁହେଁ ବୋଲି କହି ମନାକଲେ ଓ କହିଲେ ଯେ ଶାହ କୋର୍ଟରେ ଉପିସ୍ଥତ ରହିବେ । ଏହା ପରେ  ବିଚାରପତି ଉତ୍ପାତଙ୍କର ବଦଳି କରି ଦିଆଗଲା ଓ ହାଇକୋର୍ଟ କମିଟିର ନିଷ୍ପତ୍ତି ଅନୁଯାୟୀ ଉତ୍ପାତ୍ଙ୍କ ସ୍ଥାନରେ ବିଚାରପତି ସ୍ୱର୍ଗତ ଲୋୟାଙ୍କୁ ବିଚାରପତି ରୂପେ ନିଯୁକ୍ତ କରାଗଲା । ଏଠାରେ ପ୍ରଥମ ପ୍ରଶ୍ନ ଉଠୁଛି ଯେ ଯେତେବେଳେ ସୁପ୍ରିମ କୋର୍ଟଙ୍କର ନିର୍ଦ୍ଧେଶନାମା, ଯେଉଁ ବିଚାରପତିି ଏହି ମୋକଦ୍ଦମାର ଶୁଣାଣୀ କରିବେ ସେ ଶେଷ ପର୍ଯ୍ୟନ୍ତ ଏହି ମୋକଦ୍ଦମାର ଶୁଣାଣି କରିବେ,ର ପାଳନ ହେଲା ନାହିଁ ସେତେବେଳେ ସୁପ୍ରିମକୋର୍ଟ କୌଣସି ଆପତ୍ତି କଲେ ନାହିଁ କାହିଁକି? ସୁପ୍ରିମକୋର୍ଟ କାହିଁକି ପଚାରିଲେ ନାହିଁ ଯେ ତାଙ୍କ ବିନାନୁମତିରେ ଏହି ମୋକଦ୍ଦମାର ଶୁଣାଣି କରୁଥିବା ବିଚାରପତି ଉତ୍ପାତଙ୍କର କାହିଁକି ବଦଳି କରାଗଲା?

ଯେତେବେଳେ ବିଚାରପତି ଲୋୟା ଏହି ମୋକଦ୍ଦମାର ଭାର ନେଲେ ଶାହଙ୍କ ଓକିଲ କିପରି ଶାହଙ୍କୁ କୋର୍ଟରେ ହାଜର ହେବାରୁ ମୁକ୍ତ ମିଳିଯିବ ସେଥିପାଇଁ ଖୁବ ତରବରରେ ଥିଲେ । କିନ୍ତୁ ବିଚାରପତି ଲୋୟା ଜଣେ ବିଚାରପତି ଯେତିକି ନିରପେକ୍ଷ ରହିବା କଥା ସେତିକି ରହିଲେ । ଏହି ସମୟରେ ସେ ଜନୈକ ବନ୍ଧୁଙ୍କ ଘରକୁ ଏକ ବିବାହ କାର୍ଯ୍ୟରେ ଯୋଗଦେବାପାଇଁ ନାଗପୁର ଯିବା ଅବସରରେ ମୃତ୍ୟୁ ମୁଖରେ ପଡିଲେ । ଲୋୟାଙ୍କ ମୃତ୍ୟୁ ପରେ ଗୋସାଭୀ ତାଙ୍କ ସ୍ଥାନରେ ବିଚାରପତି ଭାବେ ନିଯୁକ୍ତ ହୋଇ ଗୋଟିଏ ମାସ ମଧ୍ୟରେ ରାୟ ଶୁଣାଇଥିଲେ ଯେ ଶାହଙ୍କର କୋର୍ଟରେ ହାଜର ହେବାର ଆବଶ୍ୟକତା ନାହିଁ । ସିବିଆଇ ଯିଏ କି ଶାହଙ୍କୁ ଏକ ଅଭିଯୁକ୍ତ ଭାବେ ନେଇଥିଲା ଏବଂ ସେହି କାରଣରୁ ତାଙ୍କୁ ଗିରଫ କରିଥିଲା ସେ ମଧ୍ୟ ଶାହଙ୍କୁ ନ୍ୟାୟାଳୟରେ ଉପିସ୍ଥିତ ରହିବା ଘଟଣାରୁ ମୁକ୍ତ ଦିଆଯିବା କଥାର ବିରୋଧ କଲା ନାହିଁ । ସୋରାବୁଦ୍ଦିନ ଶେଖଙ୍କ ଭାଇ ଯିଏ କୋର୍ଟରେ ଆବେଦନ କରିଥିଲେ ହାଇକୋର୍ଟରେ ନିଜ ଆବେଦନପତ୍ର ପ୍ରତ୍ୟାହାର କରି ନେଇଥିଲେ ଓ ଶାହ ମୁକ୍ତ ହୋଇ ଯାଇଥିଲେ ।

ତେଣୁ  ଏହି ମୋକଦ୍ଦମାରେ ଯେତିକି ବିବାଦ ଦେଖିବାକୁ ମିଳୁଛି, ବିଭିନ୍ନ କ୍ଷେତ୍ରରେ ଦେଖାଯାଇଥିବା ସନ୍ଦେହକୁ ଲକ୍ଷ୍ୟ ରଖି ଓ ଏତେ ପରିମାଣରେ ସାକ୍ଷୀ ନିଜ ପକ୍ଷ ବଦଳାଇବା ପରେ ଏହା ଜରୁରୀ ଥିଲା ଯେ ସୁପ୍ରିମକୋର୍ଟ ପୁରା ଘଟଣାର ଏକ ନିରପେକ୍ଷ ତଦନ୍ତ ନିର୍ଦ୍ଦେଶ ଦେଇଥାଆନ୍ତେ । ଏହି ଯାଞ୍ଚରେ ସୋହରାବୁଦ୍ଦିନଙ୍କ ପରିବାର ଲୋକମାନଙ୍କ ସହିତ ଯାଞ୍ଚ ଅଧିକାରୀ ଗୁପ୍ତରେ କଥା ହୋଇଥାଆନ୍ତେ, ବିଚାରପତି ମାନଙ୍କୁ କେତେକ ବିନ୍ଦୁକୁ ସ୍ପଷ୍ଟ କରିବାକୁ କୁହା ଯାଇଥାଆନ୍ତା ଏବଂ ପୋଷ୍ଟମର୍ଟମ ରିପୋର୍ଟକୁ ଜଣେ ବିଶେଷଜ୍ଞଙ୍କ ଦ୍ୱାରା ନିରପେକ୍ଷ ଭାବରେ ପରୀକ୍ଷା କରାଯାଇଥାଆନ୍ତା । ତାହା ନକରି କୋର୍ଟ କେବଳ ଇଣ୍ଟେଲିଜେନ୍ସ ବ୍ୟୁରୋ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଉପରେ ଭରସା କରି ଶୁଣାଣି କରି ରାୟ ଦେଲେ ଏବଂ ଏହା ଜଣାଶୁଣା କଥା ଯେ ଇଣ୍ଟେଲିଜେନ୍ସ ବ୍ୟୁରୋକୁ ଗୋଟିଏ ରାଜନୈତିକ ଦଳର ଲୋକ ଯାଞ୍ଚ କାମରେ ଲଗାଇଥିଲେ ଯେଉଁ ଦଳର ନେତା ହେଉଛନ୍ତି ନିଜେ ଶାହା । ଏପରିକି ସୁପ୍ରିମ କୋର୍ଟ ନିଜେ ଯଦି ଏଘଟଣାର ସତ୍ୟାସତ୍ୟ ଜାଣିବାକୁ ଚାହିଁ ଥାଆନ୍ତେ ତେବେ ସେ ଏହି ମୃତ୍ୟୁ ଘଟଣାର ଅନୁସନ୍ଧାନ କରୁଥିବା ସାମ୍ବାଦିକ, ବିଚାରପତି ଲୋୟାଙ୍କର ସମ୍ପର୍କିୟ,  ଏହି ମୋକଦ୍ଦମାରେ କୌଣସି ନା କୌଣସି ସମୟରେ ଶୁଣାଣି କରିଥିବା  ଚାରି ଜଣ ବିଚାରପତିଙ୍କୁ କୋର୍ଟକୁ ସମନ କରି ସେମାନଙ୍କ ଠାରୁ ମିଳିଥିବା ତଥ୍ୟ ଆଧାରରେ ନିଜେ ସ୍ୱାଧୀନ ଭାବରେ ଅନୁସନ୍ଧାନ କରି ପାରି ଥାଆନ୍ତେ । ଏହା ସହିତ କୋର୍ଟ ଏହି ଘଟଣାରେ ସଂଶ୍ଳିଷ୍ଟ ବିଭିନ୍ନ ଲୋକଙ୍କର ଫୋନ କଲ ରେକର୍ଡ ଯାଞ୍ଚ କରି ପାରି ଥାଆନ୍ତେ ଏବଂ ଜଣେ ନିରପେକ୍ଷ ବ୍ୟକ୍ତିଙ୍କୁ ସମ୍ପୃକ୍ତ ଗେଷ୍ଟ ହାଉସ ଓ ହାସପାତାଳକୁ ପଠାଇ ସବିଶେଷ ତଥ୍ୟ ସଂଗ୍ରହ କରି ପାରି ଥାଆନ୍ତେ ।

ନ୍ୟାୟପାଳିକାର ସ୍ୱାଧିନତାକୁ ନେଇ ଉପୁଜିଥିବା ଗୋଟିଏ ଘଟଣାରେ ଯେଉଁଥିରେ କି ନିଜେ ସୁପ୍ରିମ କୋର୍ଟ ହସ୍ତକ୍ଷେପ କରିଥିଲେ ଓ ଯେଉଁଥିପାଇଁ ୪ ଜଣ ବିଚାରପତି ଉଦବେଗ ପ୍ରକାଶ କରି ସାରିଛନ୍ତି ସେପରି  ଘଟଣାରେ ସୁପ୍ରିମକୋର୍ଟଙ୍କ ମୂଲ୍ୟାୟନରେ  କିଛି ଅସମ୍ପୂର୍ଣ୍ଣତା ରହି ଯାଇଛି । ଏଥିରେ କୌଣସି ପୂର୍ବଧାରଣା ସୃଷ୍ଟି ହୋଇ ନ ଥାନ୍ତା ଯଦି ସୁପ୍ରିମ କୋର୍ଟ ଜଣେ ସେସନ କୋର୍ଟର ବିଚାରପତିଙ୍କ ମୋକଦ୍ଦମାରେ ଏକ ନିରପେକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ଥାଆନ୍ତେ । ହୁଏତ ଏହି ଅନୁସନ୍ଧାନରୁ କୌଣସି ନିଷ୍କର୍ସ ବାହାରି ନ ଥାନ୍ତା । କିନ୍ତୁ ଏହା ଫଳରେ  ଅନ୍ତତଃ  ନ୍ୟାୟପାଳିକା ତ ତାଙ୍କ ଗାରିମା ବଜାୟ ରଖି ପାରି ଥାଆନ୍ତେ ।

Back to Top