ISSN (Print) - 0012-9976 | ISSN (Online) - 2349-8846

ସିପିଆଇ(ଏମ) ପାଇଁ ଆହ୍ୱାନର ସମୟ

ଅର୍ଦ୍ଧ-ଫାସିବାଦକୁ ରୋକିବା ପାଇଁ ସିପିଆଇ(ଏମ) ଦେଶର ସବୁ ଧର୍ମନିରପେକ୍ଷ ଓ ଗଣତାନ୍ତ୍ରିକ ଦଳକୁ ଏକାଠି କରିବ କି?

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ହାଇଦ୍ରାବାଦରେ ଏପ୍ରିଲ ୧୮ ରୁ ୨୨, ୨୦୧୮ ପର୍ଯ୍ୟନ୍ତ  ଆୟୋଜିତ ହୋଇଥିବା କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ(ମାର୍କ୍ସିଷ୍ଟ) ବା ସ୍ୱଳ୍ପରେ ସିପିଏମର ୨୨ତମ ପାର୍ଟି  କଂଗ୍ରେସରେ ଯେଉଁ ଜୋଶ୍ ଓ ଆତ୍ମବିଶ୍ୱାସ ଦେଖିବାକୁ ମିଲିଲା ତାହା ୨୦୧୨ ଓ ୨୦୧୫ରେ ଦେଖିବାକୁ ମିଳି ନ ଥିଲା । ସେପ୍ଟେମ୍ବର ୧୮୬୭ରେ ପ୍ରକାଶ ପାଇଥିବା ଦାସ କ୍ୟାପିଟାଲର ପ୍ରଥମ ସଂସ୍କରଣର ଏହା ହେଉଛି ୧୫୦ତମ ପୂର୍ତ୍ତି ବର୍ଷ ଏବଂ ମାର୍କ୍ସଙ୍କ ଜନ୍ମ ୫ ମଇ ୧୮୧୮କୁ ୨୦୦ ବର୍ଷ ପୂର୍ଣ୍ଣ ହୋଇଛିି ।  କମ୍ୟୁନିଷ୍ଟ ମାନିଫେଷ୍ଟୋ ଓ ଦାସ କ୍ୟାପିଟାଲର କଭର ପୃଷ୍ଠାରେ ଶୋଭା ପାଉଥିବା ସମୁଜ୍ଜଳ  ଦୃଷ୍ଟି ସମ୍ପନ୍ନ ମାର୍କ୍ସଙ୍କ ଫଟୋ  ଯେପରି ଚଳିତ ପାର୍ଟି କଂଗ୍ରେସର ବ୍ୟାନରରେ ମଧ୍ୟ ଦେଖିବାକୁ ମିଳିଲା ସେ ସବୁ ମିଶି ଲାଗୁଥିଲା ଯେ ସିପିଏମ ଦଳ ଏଥର ନିଶ୍ଚିତ ଏକ ବୈପ୍ଳବିକ ରାସ୍ତା ଆପଣେଇବାକୁ ଯାଉଛି । ଲାଗୁଥିଲା ଯେମିତି ପୋଡିୟମର ବ୍ୟାନରରେ ଥିବା ବୃଦ୍ଧ ଜଣକ ସେଦିନ କମ୍ରେଡମାନଙ୍କୁ ମନେ ପକାଇ ଦେଉଥିଲେ ଯେ ତାଙ୍କ ଚିନ୍ତନ, ସେସବୁର ବୈପ୍ଳବିକ  ମର୍ମ ଓ ନିର୍ଯ୍ୟାସ ଆଉ ତିଷ୍ଠି ରହିବା ପରି ଲାଗୁନାହିଁ । ଏହାକୁ ନେଇ କମ୍ରେଡମାନଙ୍କର ଜ୍ଞାନୋଦୟ ହେବ କି? 

ସମ୍ପ୍ରତି ଯେପରି ଅର୍ଦ୍ଧ-ଫାସିବାଦୀ ପରିବେଶ ସୃଷ୍ଟି ହୋଇଛି ସେଥିରେ ୨୦୧୯ ଲୋକସଭା ନିର୍ବର୍ାଚନ ପରେ ଯେପରି  ବିଜେପି ଆଉ ଥରେ ସରକାରକୁ ନ ଆସେ ସେଥିପାଇଁ ଦେଶର ଧର୍ମନିରପେକ୍ଷ ଓ ଗଣତାନ୍ତ୍ରିକ ଶକ୍ତିମାନଙ୍କୁ ଏକାଠି କରାଇବାକୁ ସିପିଏମ ଉଦ୍ୟମ କରିବ ଓ ଦରକାର ପଡିଲେ ଏହି ଲକ୍ଷ୍ୟ ସାଧନ ପାଇଁ  କଂଗ୍ରେସ ସହିତ ମଧ୍ୟ ଏହା ନିର୍ବାଚନୀ ବୁଝାମଣା କରିବ ବୋଲି ଆଶା କରାଯାଉଛି ।  ପାର୍ଟି କଂଗ୍ରେସର ରାଜନୈତିକ ଚିଠା ପ୍ରସ୍ତାବରେ ଯେଉଁ ରାଜନୈତିକ ବିଚାରଧାରାକୁ ଦେଖିବାକୁ ମିଳିଲା ସେଥିରେ “ମିଳିତ କାର୍ଯ୍ୟାନୁଷ୍ଠାନ....  ମିଳିତ ସଂଘର୍ଷ .... ସମ୍ମିଳିତ ଆନ୍ଦୋଳନ....ସମସ୍ତ  ଧର୍ମନିରପେକ୍ଷ ଓ ଗଣତାନ୍ତ୍ରିକ ଶକ୍ତିମାନଙ୍କର ସର୍ବାଧିକ ମୋବିଲାଇଜେସନ.... ତୃଣମୂଳ ସ୍ତରରେ ସାମ୍ପ୍ର୍ରଦାୟିକ ଶକ୍ତିମାନଙ୍କ ବିରୁଦ୍ଧରେ ସଂଘର୍ଷ କରିବାପାଇଁ ଲୋକମାନଙ୍କୁ ଏକଜୁଟ କରିବାର ଉଦ୍ୟମ......,ଗଣତାନ୍ତ୍ରିକ ଅଧିକାର ଉପରେ କତ୍ତୃପକ୍ଷ ମାନଙ୍କର ହେଉଥିବା ଆକ୍ରମଣ ବିରୁଦ୍ଧରେ ସଂଘର୍ଷ ପାଇଁ ଏକୀକରଣ.....ବିଜେପି ବିରୋଧୀ ଭୋଟ ଯେପରି ଅଧିକରୁ ଅଧିକ ଭୋଟିଙ୍ଗ ମେସିନରେ ସଂଗୃହିତ ହେବ ତା ପାଇଁ ସଠିକ କୌଶଳ ଅବଲମ୍ବନ..ପ୍ରଭୃତି ବାକ୍ୟଗୁଡିକ ସବୁ ଥିଲା ।

ମୁଖ୍ୟ ଗଣମାଧ୍ୟମ ଗୁଡିକରେ ଏହାକୁ ଅଲଗା କରି ପ୍ରକାଶ କରାଯାଇଥିଲା । ସେମାନେ ମୁଖ୍ୟତଃ ଦେଖାଇଥିଲେ ଯେ ରାଷ୍ଟ୍ରୀୟ ସମ୍ପାଦକ ସିତାରାମ ୟେଚୁରୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ୨୦୧୯ ଲୋକସଭା ପାଇଁ କଂଗ୍ରେସ ସହିତ ବ୍ୟାପକ ନିର୍ବାଚନୀ ବୁଝାମଣା କରିବା ସପକ୍ଷରେ ଥିବା ବେଳେ ପୂର୍ବତନ ସମ୍ପାଦକ ପ୍ରକାଶ କାରାତଙ୍କ ଗୋଷ୍ଠୀ କଂଗ୍ରେସ ଦଳ ସହ ଏପରି କୌଣସି ସମ୍ପର୍କ ରଖିବା ସପକ୍ଷରେ ନାହାନ୍ତି । ତେଣୁ ଗଣମାଧ୍ୟମ ଆଖିରେ ପ୍ରକାଶ କାରାତ ଦଳର କଂଗ୍ରେସ ବିରୋଧୀ ଗୋଷ୍ଠୀର ନେତା ଭାବରେ ଚିତ୍ରିତ ହୋଇଥିଲେ । କିନ୍ତୁ ଏହା ସେପରି ଏକ ଗମ୍ଭୀର ମାମଲା ନଥିଲା । କାରାତ କଂଗ୍ରେସ ପାର୍ଟି ସହ କୌଣସି ପ୍ରକାରର ପ୍ରାକ୍ ନିର୍ବାଚନୀ ମେଣ୍ଟ କରିବା ମତଲବରେ ନ ଥିଲେ । ସେ ବରଂ ୨୦୦୪ରେ ଯେତେବେଳେ ସେ ସିପିଏମର ରାଷ୍ଟ୍ରୀୟ ସମ୍ପାଦକ  ଥିଲେ ସେତେବେଳେ ଯେପରି ହୋଇଥିଲା ସେହିପରି ଭାବରେ ନିର୍ବାଚନ ପରବର୍ତ୍ତି ମେଣ୍ଟ କରିବାକୁ ଚାହୁଁଛନ୍ତି ।  କିନ୍ତୁ ବିଜେପିକୁ ପରାସ୍ତ କଲାଭଳି ବିରୋଧୀ ଦଳର ଯେ କୌଣସି ବ୍ୟବସ୍ଥା ଓ ଯେ କୌଣସି ନିର୍ବାଚନ ମଣ୍ଡଳୀର  ପ୍ରାର୍ଥୀଙ୍କୁ ସମର୍ଥନ ଦେବାରେ କାରାତ ଅନ୍ତତଃ ଅରାଜି ନୁହନ୍ତି ଓ ହେବେ ନାହିଁ ଏକଥା ପାର୍ଟିର ଅନେକ ସଦସ୍ୟଙ୍କ ପାଖରୁ ଶୁଣିବାକୁ ମିଳିଛି । ପୂର୍ବରୁ ମଧ୍ୟ ଦଳର କେନ୍ଦ୍ରୀୟ କମିଟି ଏହି ନୀତିକୁ ଆପଣେଇ ଗତ ମଇ ୧୨ ତାରିଖରେ କର୍ଣ୍ଣାଟକର ମତଦାତାମାନଙ୍କୁ ଅପିଲ କରି ସାରିଛନ୍ତି ଯେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଯେଉଁ ପ୍ରାର୍ଥୀ ବିଜେପି ଓ ଏନଡିଏ ମେଣ୍ଟର ପ୍ରାର୍ଥୀଙ୍କୁ ହରାଇ ପାରିବେ ତାଙ୍କୁ ସେମାନେ ସମର୍ଥନ ଦିଅନ୍ତୁ ।

ସିପିଏମ ଠିକ ଠଉରେଇ ସାରିଛି ଯେ ମୋଦି ସରକାର ଅଧିନରେ ନବ୍ୟ ଉଦାରବାଦୀ ପୁଞ୍ଜିବାଦୀ ଶୋଷଣର ମାତ୍ରା ବଢିଛି ଏବଂ ସମ୍ବିଧାନର ଧର୍ମନିରପେକ୍ଷ-ଗଣତାନ୍ତ୍ରିକ ଢାଞ୍ଚାର ଅବକ୍ଷୟ ଘଟିଛି । ଆହୁରି ମଧ୍ୟ ଏହା ଭିତରେ ଭାରତ ଆମେରିକୀୟ ସାମ୍ରାଜ୍ୟବାଦୀ ପ୍ରକ୍ରିୟାର କନିଷ୍ଠ ଅଂଶଦାର ପାଲଟି ଯାଇଛି । ସେ ଯାହାବି ହେଉ ଏ ଦେଶରେ କଂଗ୍ରେସ ପାର୍ଟି ହିଁ ପ୍ରଥମେ ନବ୍ୟ ଉଦାରବାଦୀ କାର୍ଯ୍ୟସୂଚୀକୁ ଚାଲୁ କରିଥିଲା ଏବଂ ଆମେରିକା ସହିତ ରଣନୀତି ଆଧାରିତ ଗଠବନ୍ଧନର କଥା କହିଥିଲା । ଏବେ ମଧ୍ୟ ମୁଖ୍ୟ ବିରୋଧୀ ରାଜନୈତିକ ଦଳ ହିସାବରେ ଏହା ସେହିସବୁ ନୀତିକୁ ପିଛା କରିବାରେ ଲାଗିଛି । କିନ୍ତୁ ବିଜେପିକୁ ହରାଇବାକୁ ହେଲେ ସିପିଏମ ସଂସଦରେ କଂଗ୍ରେସକୁ ସମର୍ଥନ ଦେବାପାଇଁ ରାଜି ଯିଏକି କେରଳରେ ସଂଯୁକ୍ତ ଗଣତାନ୍ତ୍ରିକ ମୋର୍ଚ୍ଚାର ନେତୃତ୍ୱ ନେଉଛି । ଯିଏ କି ବିଜେପିକୁ ବିରୋଧ କରୁଥିôଲେ ମଧ୍ୟ କେରଳରେ ବାମ ଗଣତାନ୍ତ୍ରିକ ମୋର୍ଚ୍ଚାକୁ ବିରୋଧ କରୁଛି । ଆଞ୍ଚଳିକ ଦଳଗୁଡିକର କଥାକୁ ଦେଖିଲେ ସେମାନେ ଏଇଥିପାଇଁ ସୁବିଧାବାଦୀ ଲାଗନ୍ତି ଯେ ସେମାନେ କେନ୍ଦ୍ରରେ ମେଂଟ ସରକାରରେ ସାମିଲ ହୋଇଯିବା ପାଇଁ ରାଜ୍ୟରେ ପଛେ ଯାହା ହେଉ କେନ୍ଦ୍ର ସ୍ତରରେ କଂଗ୍ରେସ ବା ବିଜେପି ସହିତ ଗଠବନ୍ଧନ କରିବାକୁ ରାଜି ହୋଇ ଯାଆନ୍ତି  । କିନ୍ତୁ ସିପିଏମ ସେମାନଙ୍କୁ ମଧ୍ୟ ଧର୍ମନିରପେକ୍ଷ ଓ ଗଣତାନ୍ତ୍ରିକ ମେଣ୍ଟର ଏକ ଅଂଶୀଦାର ଭାବରେ ଗ୍ରହଣ କରିବାକୁ ରାଜି ହୁଏ ଯେତେବେଳେ ସେମାନେ ବିଜେପି ସହିତ ସମ୍ପର୍କ ନ ରଖି ଏହା ବିରୁଦ୍ଧରେ ଲଢିବାକୁ ବାହାରନ୍ତି ।

ନିଶ୍ଚିତ ଭାବରେ ସିପିଏମର ଏପରି ବୁଝାମଣା ବା ଗଠବନ୍ଧନ କିଛି ନୂଆ କଥା ନୁହେଁ । ଏହି ଦଳ ବିଜେପି ଓ ଆରଏସଏସକୁ ଶାସନରୁ ଦୂରେଇ ରଖିବା ଆଳରେ ୧୯୯୧ ରୁ ୨୦୦୮ ପର୍ଯ୍ୟନ୍ତ ବିଭିନ୍ନ ଦଳ ସହ ଯୋଡି ହୋଇଛି ପୁଣି ତାହାକୁ ଅନ୍ତର କରି ଦେଇଛି ବା ତା ଠାରୁ ଦୁରେଇ ଯାଇଛି । କିନ୍ତୁ ବାସ୍ତବତା ହେଉଛି ମଇ ୨୦୧୪ରେ ବିଜେପି ନିଜ ବଳରେ ସଂସଦରେ ବହୁମତ ପାଇ କ୍ଷମତାକୁ ଆସିଲା । ଏବେ ଏହି ଦଳ କେନ୍ଦ୍ରରେ ସରକାର କରିଥିବା ବେଳେ ଏକାକୀ ହେଉ ବା ଅନ୍ୟ କେଉଁ ଆଞ୍ଚଳିକ ଦଳ ସହିତ ମେଂଟ  କରି ହେଉ ଭାରତର ୨୯ଟିରୁ ୨୧ଟି ରାଜ୍ୟରେ କ୍ଷମତାରେ ଅଛି ।  ସିପିଏମର ଏବେ ଲୋକସଭାରେ ମାତ୍ର ୯ଟି ଆସନ ଅଛି ଓ ଏହାର ବାମପନ୍ଥୀ ମିତ୍ରଦଳ ସିପିଆଇର ମାତ୍ର ଜଣେ ସାଂସଦ ଅଛନ୍ତି । ପାର୍ଟିର ଅନେକ ଦିନରୁ ଦୁର୍ଗ ରହିଆସିଥିବା ପଶ୍ଚିମ ବଙ୍ଗ ଓ ତ୍ରିପୁରାରେ ଦଳକୁ ଅତି ନିର୍ମମ ଭାବେ ପରାଜୟର ମୁଁହ ଦେଖିବାକୁ ପଡିଛି । ଏହା ପଶ୍ଚିମ ବଙ୍ଗରେ ୨୦୧୬ରେ ପରାଜୟ ବରଣ କରିଥିଲା, ଯଦିଓ ସେତେବେଳେ ମଧ୍ୟ ଏହାର ମୁଖ୍ୟ ପ୍ରତିଦ୍ୱନ୍ଦୀ ତୃଣମୂଳ କଂଗ୍ରେସକୁ ହରାଇବା ପାଇଁ ଏହା କଂଗ୍ରେସ ସହିତ ଗଠବନ୍ଧନ କରି ଲଢିଥିଲା ସେଥିରୁ କିଛି ବି ଲାଭ ମିଳି ନ ଥିଲା । କାରଣ ପଶ୍ଚିମବଙ୍ଗର ମତଦାତାମାନେ ଭାବି ପାରି ନ ଥିଲେ ଯେ ପୁଞ୍ଜିପତିମାନଙ୍କର ଏକ ବଡ ଯୋଜନା ପାଇଁ ଜମି ହାତେଇବାକୁ ଏକ ବାମପନ୍ଥୀଦଳ  ପୋଲିସ ଏବଂ ନିଜର କାଡର ମାନଙ୍କୁ ଲୋକଙ୍କ ଆନ୍ଦୋଳନଙ୍କୁ ଚାପି ଦେବାପାଇଁ ଏପରି ଦମନମୂଳକ କାର୍ଯ୍ୟରେ ବ୍ୟବହାର କରିପାରେ । ସେମାନେ ସେକଥାକୁ ଭୁଲି ପାରି ନାହାନ୍ତି । ଆହୁରି ମଧ୍ୟ ସିପିଏମ ଯିଏକି ଏବେ ଆମର୍୍ଡ ଫୋର୍ସେସ (ସ୍ପେଶାଲ ପାୱାର) ଆକ୍ଟ ବା ଏଏଫଏସପିଏ କୁ କାଶ୍ମୀରରେ ବ୍ୟବହାର କରିବାକୁ ନାପସନ୍ଦ କରୁଛି ସେହି କଳାକାନୁନକୁ ସିପିଏମ ଦଳ ତ୍ରିପୁରାରେ କ୍ଷମତାରେ ଥିବା ବେଳେ ଆନ୍ଦୋଳନକାରୀ ମାନଙ୍କ ବିରୁଦ୍ଧରେ ଲଗାଇ ଦେଇଥିଲା  ଏବଂ ସୈନ୍ୟବାହିନୀ ସେ ରାଜ୍ୟରେ ଆନ୍ଦୋଳନକାରୀମାନଙ୍କୁ ଦମନ କରିବାର ବହୁ ଦିନ ପରେ ଏହାକୁ ମଇ ୨୦୧୫ରେ ଉଠାଇ ନିଆ ଯାଇଥିଲା ।

ତେଣୁ ଆଶ କରାଯାଉ ଯେ ବିଜେପିର ଅର୍ଦ୍ଧ ଫାସିବାଦୀ ବିପଦ ବିରୋଧରେ ଏକ ଆତ୍ମବିଶ୍ୱାସୀ ଓ ନବଯୌ÷ବନ ପ୍ରାପ୍ତ ସିପିଏମ ମାର୍କ୍ସବାଦର ସାରମର୍ମକୁ ନେଇ  କ୍ରାନ୍ତିକାରୀ  ରାସ୍ତା ଆପଣେଇବ  ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top