ISSN (Print) - 0012-9976 | ISSN (Online) - 2349-8846

ଅଣସହଯୋଗୀ ସଂଘବାଦ

୧୫ଦଶ ଅର୍ଥ ଆୟୋଗର ସନ୍ଦର୍ଭର ସର୍ତ୍ତଗୁଡ଼ିକରେ ସନ୍ତୁଳନ ଦରକାର, ନଚେତ ରାଜ୍ୟଗୁଡ଼ିକ ଆର୍ଥିକ କ୍ଷମତା ହରାଇବେ

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଅର୍ଥ ଆୟୋଗ ଏକ ସାମ୍ବିଧାନିକ ସଂସ୍ଥା, ଯେ ରାଜ୍ୟ କେନ୍ଦ୍ର ଭିତରେ ସମ୍ବଳ ଆବଣ୍ଟନକୁ ନେଇ ସ୍ୱାଧୀନ ଭାବେ ବିଚାର କରିଥାନ୍ତି । ଆୟୋଗକୁ ଦିଆଯାଇଥିବା ମୁଖ୍ୟ ଶାସନାଦେଶ ହେଉଛି ଯେ, ସମ୍ବିଧାନର ୭ମ ପରିଚ୍ଛେଦ ମୁତାବକ, କେନ୍ଦ୍ର ଓ ରାଜ୍ୟମାନେ ନିଜର ଖର୍ଚ୍ଚର ଦାୟିତ୍ୱ ତୁଲାଇବା ପାଇଁ ସେ ସଂଘୀୟ ବ୍ୟବସ୍ଥାର ଟିକସଗୁଡ଼ିକୁ ଏଭଳି ଏକ ମାର୍ଗରେ ଭାଗ କରି ବଣ୍ଟନ କରିବେ । ଅର୍ଥ ଆୟୋଗ ଅତୀତରେ ଏହି ଭୂମିକାଟିକୁ ପ୍ରଶଂସନୀୟ ଭାବେ ତୁଲାଇ ଆସିଥିଲେ, ଏବଂ ଗୋଟିଏ ଅନୁଷ୍ଠାନ ଭାବରେ ସବୁ ପକ୍ଷ ଦ୍ୱାରା ଗଭୀର ଭାବେ ଆଦୃତ ହୋଇଥିଲେ । ଭାରତର ସଂଘୀୟ ଅର୍ଥ ବ୍ୟବସ୍ଥାର ସବୁଠାରୁ ଅଧିକ ସାମର୍ଥ୍ୟ ଭିତରେ ଅଛି ଏକ ସ୍ୱାଧୀନ ଅର୍ଥ ଆୟୋଗ ଏବଂ ଦେଶରେ ସଂଘବାଦକୁ ବଳିଷ୍ଠ କରିବାରେ ଏହାର ଭୂମିକା ସମ୍ବିଧାନ ପ୍ରଦତ୍ତ ଶାସନାଦେଶକୁ ଅର୍ଥ ଆୟୋଗରେ ‘ସନ୍ଦର୍ଭର ସର୍ତ୍ତ’ ବା କାର୍ଯ୍ୟକାରିତାର ସର୍ତ୍ତ ଭିତରେ ନିରୂପଣ କରାଯାଇଛି । ୧୫ଦଶ ଅର୍ଥ ଆୟୋଗର କାର୍ଯ୍ୟକାରିତାକୁ ନେଇ ଥିବା ସର୍ତ୍ତରେ (ଙ୍ଘଙ୍ଖ-ଲମ) ଯେଉଁଭଳି ପରିବର୍ତ୍ତନ ଅଣାଯାଇଛି ରାଜ୍ୟମାନଙ୍କ ଭିତରେ ଗଭୀର ଆଶଙ୍କା ସୃଷ୍ଟି କରିଛି । ୨୦୧୧ର ଜନସଂଖ୍ୟା ପରିବର୍ତ୍ତେ ୧୯୭୧ର ଜନସଂଖ୍ୟାକୁ ଭିତ୍ତି କରି ସମ୍ବଳ ଆବଣ୍ଟନ କରିବା ଯାହା ରାଜ୍ୟମାନଙ୍କୁ କମ୍ ସମ୍ବଳ ଦେବ, ତାହା ବ୍ୟତୀତ ସଂଘୀୟ ସରକାର ବା କେନ୍ଦ୍ର ସରକାରଙ୍କ ଆଡ଼କୁ ଅଧିକ ଢଳିଥିବା ଯୋଗୁଁ ବିବାଦ ସୃଷ୍ଟି ହୋଇଛି । ୧୫ଦଶ ଅର୍ଥ ଆୟୋଗ ଦ୍ୱାରା ଯଦି ଏକ ସନ୍ତୁଳିତ ଦୃଷ୍ଟି ଦିଆଯାଏ ତେବେ ଆଗରୁ ଉପର-ତଳ ହୋଇ ରହିଆସିଥିବା କେନ୍ଦ୍ର-ରାଜ୍ୟ ସମ୍ପର୍କଟି ଆଦେଶ ଓ ନିୟନ୍ତ୍ରଣ ଢାଞ୍ଚାକୁ ଖସିଯିବ । ଯେହେତୁ ଯୋଜନା ଆୟୋଗକୁ ସମାପ୍ତ କରିଦେବା ପରେ ଏହା ହେଉଛି ପ୍ରଥମ ଅର୍ଥ  ଆୟୋଗ, ରାଜ୍ୟ ଓ କେନ୍ଦ୍ରର ସମ୍ବଳ ଏବଂ ଆୟୋଗ ସୁପାରିଶ କରୁଥିବା ବାଟ ବାହାରର ସମ୍ବଳକୁ ଏକ ସାମଗ୍ରିକ ଓ ସନ୍ତୁଳିତ ଦୃଷ୍ଟିରେ ଦେଖିବାକୁ ପଡ଼ିବ ।

ସମ୍ବଳ ଓ ଖର୍ଚ୍ଚ ସାମଗ୍ରିକ ଭାବେ ହିସାବକୁ ନେଇ ପ୍ରଥମ କରି ୧୪ଦଶ ଅର୍ଥ ଆୟୋଗ ସୁପାରିଶ କରିଥିଲେ ଯେ ଟିକସର ଶତକଡ଼ା ୪୨ଭାଗ ରାଜ୍ୟମାନଙ୍କୁ ଦିଆଯାଉ ଯାହାକି ସେମାନଙ୍କର ଯୋଜନା ଓ ଅଣଯୋଜନା ବାବଦ ରାଜସ୍ୱ ଖର୍ଚ୍ଚକୁ ତୁଲାଇବା । ଠିକ୍ ସେହି ସମୟରେ ୧୪ଦଶ ଅର୍ଥ ଆୟୋଗ ୨୦୧୫-୧୬ରୁ ୨୦୧୯-୨୦ ଆର୍ଥିକ ବର୍ଷ ଭିତରେ କେନ୍ଦ୍ରର ଅର୍ଥକୁ ଆକଳନ କରି କହିଥିଲେ ଯେ କେନ୍ଦ୍ରରେ ଯଥେଷ୍ଟ ସମ୍ବଳ ଅଛି ଯଦ୍ୱାରା କି କେନ୍ଦ୍ରୀୟ ତାଲିକାରେ ଥିବା ବିଷୟଗୁଡ଼ିକ ଉପରେ ଏବଂ କେନ୍ଦ୍ର ଦ୍ୱାରା ପ୍ରାୟୋଜିତ ଯୋଜନାଗୁଡ଼ିକ ଉପରେ ଯଥେଷ୍ଟ ଖର୍ଚ୍ଚ କରିହେବ । କିନ୍ତୁ ଏବେ ଅଦ୍ଭୁତପୂର୍ବ ଶାସନାଦେଶ ଦେଇ ୧୫ଦଶ ଅର୍ଥ ଆୟୋଗକୁ କୁହାଯାଇଛି ଯେ ୧୪ଦଶ ଆୟୋଗ ସୁପାରିଶ ମୁତାବକ ରାଜ୍ୟମାନଙ୍କୁ ଦିଆଯାଇଥିବା ଅଧିକ ଟିକସ ଭାଗର ପ୍ରଭାବ କେନ୍ଦ୍ରର ଆର୍ଥିକ ସ୍ଥିତି ଉପରେ କେମିତି ପଡ଼ିଛି ଏବଂ କେନ୍ଦ୍ର ସରକାରଙ୍କର ନୂତନ ଭାରତ – ୨୦୨୨  ସମେତ ଅନ୍ୟ ଜାତୀୟ ବିକାଶ କାର୍ଯ୍ୟକ୍ରମଗୁଡ଼ିକ ଉପରେ ତାହାର ପ୍ରକୋପ କ’ଣ ରହିବ ତାକୁ ଅନୁଧ୍ୟାନ କରିବ । ଏହି ନୂତନ ଭାରତ ୨୦୨୨ଟି କ’ଣ? ଗୋଟିଏ ସରକାର ଯାହାର ସମୟକାଳ ୨୦୧୯ରେ ସରିଯିବ, ଆୟୋଗଙ୍କୁ ୨୦୨୨ ଯାଏଁ ସମ୍ବଳ ସଂରକ୍ଷଣ କରି ଅନ୍ୟ କେହି ଏମାନଙ୍କ ଦର୍ଶନକୁ କାର୍ଯ୍ୟକାରୀ କରୁ ବୋଲି କହିପାରିବେ କି? ଏହି ନୂତନ ଭାରତ ଉଦ୍ୟମଟି ମଧ୍ୟ ଅନ୍ୟ ସବୁ କେନ୍ଦ୍ରୀୟ ସାମାଜିକ ଓ  ଅର୍ଥନୈତିକ ଯୋଜନାଗୁଡ଼ିକ ଭିତରେ ପଶିଯାଇପାରେ । ପୁନଶ୍ଚ ଏକ ସଂଘୀୟ ବ୍ୟବସ୍ଥାରେ ଯେଉଁଠି ରାଜ୍ୟ ସରକାରମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ପାଇଁ ପ୍ରାୟ ଶତକଡ଼ା ୫୮ଭାଗ ଖର୍ଚ୍ଚ କରିବା ପାଇଁ  ଉତ୍ତରଦାୟିତ୍ୱ ବହନ କରନ୍ତି, ସେମାନଙ୍କୁ ପ୍ରଦାନ କରାଯାଉଥିବା ଅର୍ଥ ହ୍ରାସ କରି କ’ଣ କୌଣସି ଜାତୀୟ ବିକାଶ ଯୋଜନାର କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇପାରିବ କି? ଏହି ‘ସନ୍ଦର୍ଭର ସର୍ତ୍ତ’ଗୁଡ଼ିକ ସ୍ପଷ୍ଟ ଓ ସ୍ୱଚ୍ଛ ଭାବେ ଶୁଣାଯାଉଛି । କେନ୍ଦ୍ର ସରକାର ପ୍ରଦାନ କରାଯାଇଥିବା ଆର୍ଥିକ ସ୍ୱାୟତତ୍ତାକୁ ଓଲଟାଇ ଦେବାପାଇଁ ଚାହୁଁଛନ୍ତି ଏବଂ ରାଜ୍ୟଗୁଡ଼ିକର ସମ୍ବଳ ଓ କାର୍ଯ୍ୟକାରିତାକୁ ନିୟନ୍ତ୍ରିତ କରିବା ପାଇଁ ଚାହୁଁଛନ୍ତି ।

ଧାରା ୨୭୫ ମୁତାବକ ରାଜ୍ୟମାନଙ୍କୁ ଅର୍ଥ ଯୋଗାଇବା ଦ୍ୱାରା ସେମାନଙ୍କୁ ଟିକସ ଭାଗ ପ୍ରଦାନ କରିବା ପରେ ଯେଉଁ ରାଜ୍ୟଗୁଡ଼ିକ ନିଅଣ୍ଟିଆ ସମ୍ବଳର ପରିସ୍ଥିତିରେ ଅଛନ୍ତି ଏହା ସେମାନଙ୍କ ନିଅଣ୍ଟକୁ ଭରଣା କରିବ । ଯାହା ଶାସନାଦେଶ ଅଛି ଯେ, ଅର୍ଥ ଆୟୋଗ ‘ବିତ୍ତୀୟ ନିଅଣ୍ଟ ତୁଲାଇବା ପାଇଁ ଅର୍ଥ ମୂଳରୁ ଦିଆଯିବ କି ନାହିଁ’ ତା’ର ସମୀକ୍ଷା କରିବେ । ଯଦି ସତରେ ବିତ୍ତୀୟ ନିଅଣ୍ଟିଆ ପରିସ୍ଥିତି ଆର୍ଥିକ ସହଯୋଗ ବନ୍ଦ କରିଦିଅନ୍ତି, ତା’ହେଲେ ରାଜ୍ୟଗୁଡ଼ିକୁ ସମ୍ବଳ ବଣ୍ଟନ କଲାପରେ ଯେଉଁ ନିଅଣ୍ଟିଆ ପରିସ୍ଥିତି ଉପୁଜିବ ତାହାର ଭରଣା କରିବା ପାଇଁ କ’ଣ ବିକଳ୍ପ ବ୍ୟବସ୍ଥା ରହିବ? ଏହି ‘ସର୍ତ୍ତ’ଗୁଡ଼ିକ ଏମିତି ତିଆରି କରାଯାଇଛି ଯେମିତିକି ଆୟୋଗ ନିଶ୍ଚିତ କରାଇବେ ଟିକସ ସମ୍ବଳ ଆବଣ୍ଟନ ପରେ କୌଣସି ରାଜ୍ୟରେ ନିଅଣ୍ଟିଆ ପରିସ୍ଥିତି ନଆସେ । ଏପରି କରି ଅର୍ଥ ଆୟୋଗକୁ ବାଧ୍ୟ କରାଯାଉଛି, ରାଜ୍ୟଗୁଡ଼ିକର ରାଜସ୍ୱ ଓ ଖର୍ଚ୍ଚର ଆବଶ୍ୟକତାକୁ ନେଇ କରାଯାଇଥିବା ଅବାସ୍ତବ ଆକଳନକୁ ଯଥାର୍ଥ ପ୍ରମାଣିତ କରିବା ପାଇଁ ।

‘କାର୍ଯ୍ୟକାରିତା ସର୍ତ୍ତ’ର ସର୍ତ୍ତାବଳୀକୁ ନେଇ ଅନେକ ବିଷମତା ରହିଛି । ସର୍ତ୍ତ (୭) ମୁତାବକ ରାଜ୍ୟଗୁଡ଼ିକ ପାଇଁ ମପାଯାଇ ପାରୁଥିବା ପ୍ରଦର୍ଶନକୁ ରାଜ୍ୟଗୁଡ଼ିକୁ ପ୍ରୋତ୍ସାହନ ପ୍ରଦାନ କରାଯିବ, ଯାହା ସରକାରଙ୍କ ଉପଯୁକ୍ତ ସ୍ତରରେ ଏବଂ ବହୁତ କ୍ଷେତ୍ରରେ ପ୍ରୟୋଗ କରାଯିବ । ଏଠି ଅନେକ ପ୍ରଶ୍ନ ଉପୁଜିଛି । ରାଜ୍ୟଗୁଡ଼ିକର ପ୍ରଦର୍ଶନ ମାପିବା ଏବଂ ପ୍ରୋତ୍ସାହନ ଦେବାପାଇଁ ବିଚାର କରିବା କ୍ଷେତ୍ରରେ ଆୟୋଗ କ’ଣ ଉପଯୁକ୍ତ ଅନୁଷ୍ଠାନ କି? ଯଦି କମିଶନକୁ ଦିଆଯାଇଥିବା ମୁଳ ଶାସନାଦେଶ ହେଉଛି ଯେ ସେ ଆର୍ଥିକ ଓ ମୂଲ୍ୟ ଅକ୍ଷମତାକୁ ଦୂରକରିବା ପାଇଁ କାମ କରିବ । ତେବେ ଏହି ପ୍ରୋତ୍ସାହନ ଦେବା କଥା ଆସିଲା କେଉଁଠୁ? ଯଦି ଟିକସ ଭାଗ ଦେବା କାମଟି ପ୍ରୋତ୍ସାହନ ଉପରେ ଆଧାରିତ ହେବ, ତା’ହେଲେ ଆର୍ଥିକ ସମତା ଆଣିବାର ପ୍ରାଥମିକ ଭୂମିକାଟିରେ ସାଲିସ କରାଯିବ ନାହିଁ କି? ଯଦି ଏଭଳି ଏକ କାମ ଅର୍ଥ ସାହାଯ୍ୟ ଦେଇ କରାଯିବ ତେବେ ତାହା ଟିକସ ରାଜସ୍ୱ ବଣ୍ଟନକୁ ଆପଣାଛାଏଁ କମାଇ ଦେଇ ଆର୍ଥିକ ସାହାଯ୍ୟଗୁଡ଼ିକୁ ସର୍ତ୍ତାବଳୀ ଆଧାରିତ କରାଇବ ନାହିଁ କି? ଅର୍ଥ ଆୟୋଗ ବାହାରେ ମଧ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଆର୍ଥିକ ପ୍ରୋତ୍ସାହନ ଯୋଗାଇଦେଇ ପାରିବେ । ତେବେ ସର୍ତ୍ତାବଳୀ କରି ତା’ରି ମାଧ୍ୟମରେ କାହିଁକି ଅର୍ଥ ଆୟୋଗ ଉପରେ ଅଙ୍କୁଶ ରଖାଯିବ?

ଶେଷରେ ଋଣ, ନିଅଣ୍ଟ ଓ ଆର୍ଥିକ ଦାୟିତ୍ୱବୋଧକତାକୁ ନେଇ ପ୍ରଶ୍ନ ଆସୁଛି । ସାମଗ୍ରିକ ଭାବେ ରାଜ୍ୟଗୁଡ଼ିକ ଆର୍ଥିକ ଚତୁର ଥାଆନ୍ତି । ୨୦୧୭-୧୮ (ବଜେଟ ଅଧିବେଶନ) ମୁତାବକ ରାଜ୍ୟଗୁଡ଼ିକର ନିଅଣ୍ଟିଆ ଅର୍ଥ ସମଗ୍ର ଜାତୀୟ ଉତ୍ପାଦନର ମାତ୍ର ଶତକଡ଼ା ୨.୭ଭାଗ । ସୁତରାଂ, ୧୫ଦଶ  ଅର୍ଥ ଆୟୋଗ ଦ୍ୱାରା ଯଦି ରାଜ୍ୟର ଋଣ ଭାର ହ୍ରାସ କରିବା ପାଇଁ ସର୍ତ୍ତ ରଖାଯାଏ ତେବେ ରାଜ୍ୟସ୍ତରରେ କରାଯାଉଥିବା ଖର୍ଚ୍ଚଗୁଡ଼ିକ ଉପରେ ତା’ର ପ୍ରଭାବ ପଡ଼ିବ । ରାଜ୍ୟ ନୁହେଁ ବରଂ କେନ୍ଦ୍ର ସରକାରଙ୍କୁ ନିଜର ଆର୍ଥିକ ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ କୁହାଯିବା ଦରକାର । ଆମେ ମନେ ରଖିବା କଥା ଯେ ୨୦୦୮ରେ କାର୍ଯ୍ୟକ୍ଷମ ହେଇଥିବା ଆର୍ଥିକ ଉତ୍ତରଦାୟିତ୍ୱ ଏବଂ ବଜେଟ ପରିଚାଳନା ନିୟମଟିକୁ କେନ୍ଦ୍ର ସରକାର ନିଜେ ପାଳିପାରୁ ନାହାନ୍ତି ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top