ISSN (Print) - 0012-9976 | ISSN (Online) - 2349-8846

କାଥୁଆକୁ ମନେରଖ

ରହିଯାଅ ଏବଂ ପଚାର, ଭ୍ରଷ୍ଟତା, ବର୍ବରତା ଏବଂ ଅନ୍ୟାୟ, ଧର୍ମ ଓ ରାଜନୀତିର ସଂଜ୍ଞା ନିରୂପିତ କରିପାରିବେ କି?

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଜାମ୍ମୁଠାରୁ ୭୨କି.ମି. ଦୂରରେ ଥିବା କାଥୁଆ ଗ୍ରାମ ନିକଟରେ ରହୁଥିବା ବାଖେର୍ୱାଲ-ଗୁଜ୍ଜର ସମ୍ପ୍ରଦାୟର ଗୋଟିଏ ଆଠବର୍ଷର ଝିଅର ଲଗାତାର ଧର୍ଷଣ ପରେ ବର୍ବୋରୋଚିତ ହତ୍ୟାର ସମସ୍ତ ବିବରଣୀଟିକୁ ଦେଖିଲେ ଅତ୍ୟନ୍ତ ଭୟାନକ ଜଣାପଡ଼ୁଛି । କିନ୍ତୁ ଘଟଣା ଘଟିବା ପରେ ଅପରାଧିମାନଙ୍କୁ ଧରିବା ଯାଏଁ ଯେଉଁ ପୋଲିସ ଅନୁସନ୍ଧାନ ଚାଲିଥିଲା ତାହା ଅଧିକ ଭୟାନକ ଥିଲା-ଏଇଥିପାଇଁ କି ଯେ ଆମ ସମାଜରେ ସ୍ତର ସ୍ତର ହୋଇଥିବା ତ୍ରୁଟିପୂର୍ଣ୍ଣ ରେଖାଗୁଡ଼ିକ ଏଥିରେ ସାମ୍ନାକୁ ଆସିଥିଲା । ଆମେ କେମିତି ଗୋଟିଏ ସମୟରେ ଆସି ପହଂଚିଛେ ଯେ, ଗୋଟିଏ ଶିଶୁର ଧର୍ଷଣ ଓ ହତ୍ୟାକୁ ଆମେ ସାମ୍ପ୍ରଦାୟିକ ଘୃଣାରେ ରୂପାନ୍ତରିତ କରି ପ୍ରସାର କରାଇପାରୁଛୁ ଏବଂ ଅପରାଧୀମାନଙ୍କୁ ଦଣ୍ଡବିଧାନ ନକରାଇବା ପାଇଁ ରାଜନୈତିକ ସମର୍ଥନରେ ଅଭିଯାନଟିଏ ଚଳାଇପାରୁଛୁ ।

୧୦ ଜାନୁଆରୀ ଦିନ ପିଲାଟି ନିଖୋଜ ହେବା ଦିନଠାରୁ ୧୭ ଜାନୁଆରୀରେ ତା’ର ବର୍ବରୋଚିତ ବିକ୍ଷତ ମର ଶରୀର ମିଳିବା ଯାଏଁ ଯେଉଁ ସବୁ ଜଘନ୍ୟ ଦୃଷ୍ଟାନ୍ତ ସାମ୍ନାକୁ ଆସୁଛି ତାହା ଭୟଙ୍କର ଲାଗୁଛି ଏଇଥିପାଇଁ ଯେ, ସମଗ୍ର ଘଟଣାଟି ଭ୍ରଷ୍ଟତାକୁ ପ୍ରତିଫଳିତ କରୁଛି । ଗୋଟିଏ ପିଲାଟିକୁ ଅପହରଣ କରିନିଆଯିବ, ନିଶାଗ୍ରସ୍ତ କରାଯିବ, ଗୋଟିଏ ମନ୍ଦିରରେ ଆବଦ୍ଧ କରି ରଖାଯିବ ଏବଂ ତୁହାକୁ ତୁହା ମାରଧର କରିବା ସହ ଧର୍ଷଣ କରାଯିବ ଏବଂ ଶେଷରେ ତାକୁ ହତ୍ୟା କରି ଫୋପାଡ଼ି ଦିଆଯିବ ଯଥେଷ୍ଟ ଭୟଙ୍କର । ତାକୁ ଅଧିକ ଭୟଙ୍କର କରିଦେଉଛି ଏଭଳି ଏକ ତଥ୍ୟ ଯେ ଏହି ଘଟଣାର ଅପରାଧୀମାନଙ୍କ ଭିତରେ ଅଛି ଜଣେ ସ୍ଥାନୀୟ ପୋଲିସ କର୍ମଚାରୀ । ଶିଶୁଟିର ବାପାଙ୍କ ଅଭିଯୋଗ ପରେ ସେ ମଧ୍ୟ ଅନୁସନ୍ଧାନ ଦଳରେ ଯାଇଥିଲେ ଏକଥା ଭଲଭାବେ ଜାଣି କି ଯେ ତାକୁ କେଉଁଠି ରଖାଯାଇଥିଲା ଏବଂ କ’ଣ ସବୁ କରାଯାଇଥିଲା ।

ଶେଷରେ ଯେତେବେଳେ ରାଜ୍ୟ ସରକାର ଗୋଟିଏ ଅନୁସନ୍ଧାନ ପ୍ରକ୍ରିୟା ଆରମ୍ଭ କରାଇଲେ, ଶିଶୁଟିର ମରଶରୀର ମିଳିବା ପରେ, ଏବଂ ପୋଲିସ କର୍ମଚାରୀଙ୍କ ସହ ସନ୍ଧିଗ୍ଧ ଅପରାଧୀମାନଙ୍କୁ ଧରାଗଲା, ତା’ପରେ ରାଜନୀତି ଆରମ୍ଭ ହୋଇଗଲା । ଶିଶୁଟିର ଧର୍ଷଣ ଓ ହତ୍ୟାକୁ ନିନ୍ଦା କରିବା ଏବଂ ତା’ପାଇଁ ନ୍ୟାୟ ମାଗିବା ପରିବର୍ତ୍ତେ ଜାମ୍ମୁର ରାଜନେତା ଏବଂ ଏମିତିକି ଓକିଲମାନେ ଅପରାଧୀମାନଙ୍କ ପକ୍ଷ ନେଇ ରାଜରାସ୍ତାକୁ ଆସିଲେ, ରାଜ୍ୟ ପୋଲିସର ଦକ୍ଷତାକୁ ନେଇ  ପ୍ରଶ୍ନ କଲେ ଏବଂ ମାମଲାଟିକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା ସି.ବି.ଆଇ.କୁ ହସ୍ତାନ୍ତର କରିବା ପାଇଁ ଦାବୀ କଲେ ।

ଭାରତୀୟ ଜନତା ପାର୍ଟି ସମର୍ଥିତ ହିନ୍ଦୁ ଏକତା ମଞ୍ଚ ଧର୍ଷଣ ଅପରାଧିଙ୍କ ସପକ୍ଷରେ ରାଜରାସ୍ତାକୁ ଆସିବା, ଜାତୀୟ ପତାକା ଧରି ମାର୍ଚ୍ଚ କରି ଅଭିଯୁକ୍ତଙ୍କୁ ନ୍ୟାୟ ଦେବାପାଇଁ ଦାବୀ କରିବା ଏବଂ ଓକିଲମାନେ ପୋଲିସଙ୍କୁ ଚାର୍ଜସିଟ୍ ନଦେବା ପାଇଁ ଶାରୀରିକ ଭାବେ ପ୍ରତିରୋଧ କରିବା ଘଟଣାର ପୂର୍ବରୁ କୌଣସି ଦୃଷ୍ଟାନ୍ତ ନାହିଁ । ଏସବୁଥିରେ ଗୋଟିଏ ଶିଶୁର ଧର୍ଷଣ, ନିର୍ଯାତନା ଏବଂ ହତ୍ୟା ଯେମିତି ଏକ ବିଷୟ ହିଁ ନଥିଲା ।

ଏହିସବୁ ଘଟଣା ପଛରେ ଅବଶ୍ୟ ଏକ ବୃହତ୍ତର ରାଜନୈତିକ ପୃଷ୍ଠଭୂମି ଅଛି । ପିପୁଲସ୍ ଡେମୋକ୍ରାଟିକ୍ ପାର୍ଟି (PDP) ସହ ମିଳିତ ଗଠବନ୍ଧନ ସରକାର ସହ ଥିବା ଭାଜପା ପାଇଁ ଜାମ୍ମୁ ଏକ ଭିତ୍ତିଭୂମି ଯୋଗାଇଛି । ଜାମ୍ମୁ ଓ କାଶ୍ମୀର ଉପତ୍ୟାକା ଭିତରେ ଚାଲି ରହିଥିବା ସାମ୍ପ୍ରଦାୟିକ ଓ ରାଜନୈତିକ ବିଭାଜନ ଏଭଳି ଏକ ଅଶ୍ୱସ୍ତିକର ଗଠବନ୍ଧନ ସତ୍ତେ୍ୱ ଜାରି ରହିଛି । ଏଥିରେ ବିସ୍ମିତ ହେବାର କିଛି ନାହିଁ ଯେ ଧର୍ଷିତା ହୋଇଥିବା ମୁସଲମାନ ଝିଅଟିର ପରିଚୟ ଏବଂ ଗିରଫ ହୋଇଥିବା ସନ୍ଦିଗ୍ଧ ଧର୍ଷଣକାରୀ ହିନ୍ଦୁମାନଙ୍କର ପରିଚୟ ସାମ୍ପ୍ରଦାୟିକ ସଟ୍ଟା ଖୋଲିବା ପାଇଁ କ୍ଷେତ୍ର ଯୋଗାଇଛି । ଏଭଳି ଏକରକମ ଖେଳ ଗୋଟିଏ ବର୍ବୋରଚିତ ଭାବେ ଧର୍ଷଣ ଓ ହତ୍ୟା କରାଯାଇଥିବା ଶିଶୁଟିର ଶବଟି ଉପରେ ଖେଳାଯାଇ ପାରିବ ତାହା ହିଁ ଭାରତୀୟ ରାଜନୀତିର ଏକ ନୂତନ ଅଧୋଗତିକୁ ସୂଚିତ କରୁଛି ।

ତଥାପି, ଏହି ଧର୍ଷଣ ଓ ହତ୍ୟା ଘଟଣାକୁ ନେଇ ଚାଲିଥିବା ଘଟଣାଗୁଡ଼ିକ ଉପରେ ଆମର ଆକ୍ରୋଶ ଯେତେବେଳେ ଆମେ ବ୍ୟକ୍ତ କରିବାକୁ ଯାଉଛନ୍ତି ଆମକୁ ବୃହତ୍ତର ପୃଷ୍ଠଭୂମିଟି ଦେଖିବାକୁ ପଡ଼ିବ । ପ୍ରଥମତଃ, ଶିଶୁମାନଙ୍କର ଯୌନ ନିର୍ଯାତନା । ଧର୍ଷଣ ଓ ଘରୋଇ ହିଂସା ଆମ ଦେଶରେ ବ୍ୟାପକ ବଢ଼ିଚାଲିଛି । ପରିସଂଖ୍ୟାନରୁ ଅଧା କାହାଣୀ ବି ଆଗକୁ ଆସେନାହିଁ । ମହିଳା ଓ ଝିଅମାନଙ୍କୁ ଆକ୍ରମଣ କରାଯାଉଛି, ନିର୍ଯାତନା ଦିଆଯାଉଛି ଏବଂ ଘରେ, ପଡ଼ୋଶୀଙ୍କ ଘରେ, ରାସ୍ତାରେ, କ୍ଷେତରେ, ଜଙ୍ଗଲରେ କେଉଁଠି ବି ଯୌନ ଆକ୍ରମଣ କରାଯାଇପାରୁଛି । ବଳିଷ୍ଠ ଆଇନର ପ୍ରବନ୍ଧ କିଛି ବି ଭିନ୍ନତା ଆସିପାରୁ ନାହିଁ । ୨୦୧୨ରେ ଶିଶୁମାନଙ୍କ ଯୌନ ଅପରାଧକୁ ସୁରକ୍ଷା ଦେବାପାଇଁ ଆଇନଟିଏ ଆସିଲା । ୨୦୧୩ରେ ଧର୍ଷଣ ଆଇନଟିକୁ କଠୋର କରିଦେଲେ ମୃତ୍ୟୁଦଣ୍ଡ ମଧ୍ୟ ସାମିଲ କରାଗଲା । ଏସବୁ ସତ୍ତେ୍ୱ, ଧର୍ଷଣ ବା ଶିଶୁ ଯୌନ ନିର୍ଯାତନା କମିନାହିଁ । ଆଇନଗୁଡ଼ିକ କାମ କରିବ, ଯଦି ଯେଉଁ ବ୍ୟବସ୍ଥା ତାକୁ କାର୍ଯ୍ୟକାରୀ କରାଏ ତାହା କାମ କରେ ।

ଦ୍ୱିତୀୟରେ, ଆମକୁ ମନେ ରଖିବାକୁ ହେବ ଯେ ଏହି ଘଟଣାଟି ଜାମ୍ମୁରେ ହେଇଥିଲା । ସେହି ରାଜ୍ୟରେ କାଶ୍ମୀର ଉପତ୍ୟକାରେ ଅସଂଖ୍ୟ ନାରୀ ଓ ଶିଶୁମାନଙ୍କର ଧର୍ଷଣ ହୋଇଚାଲିଥିଲେ ବି ଅବଶିଷ୍ଟ ଭାରତରେ ତାକୁ ନେଇ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ନ୍ୟାୟ ପ୍ରଦାନରେ ଯେଉଁ ଅବ୍ୟବସ୍ଥା ଥାଏ ସେଥିସହିତ ସେଠି ନାରୀମାନଙ୍କୁ ଆର୍ମଡ଼ ଫୋର୍ସେସ୍ ସେଷ୍ଟିଆଲ୍ ପାୱାର  ଆକ୍ଟ ବା ଆଫସା ମୁକାବିଲା କରିବାକୁ ପଡ଼େ ଯେଉଁଥିରେ ଏଭଳି ଅପରାଧ କରୁଥିବା ସେନା ବାହିନୀର ଯବାନମାନଙ୍କୁ ସୁରକ୍ଷା ମିଳିଥାଏ ।

ତୃତୀୟରେ ରାଜନୀତି ଯେତେବେଳେ ଦୁଇଟି ସମ୍ପ୍ରଦାୟ ଭିତରେ ବିଷ ପ୍ରୟୋଗ କରେ, ସେତେବେଳେ ପ୍ରତିପକ୍ଷକୁ ଶିକ୍ଷା ଦେବାପାଇଁ ନାରୀର ଶରୀରକୁ ଲକ୍ଷ୍ୟରେ ରଖାଯାଉଛି । ବିଭାଜନ ପରଠାରୁ ଅନେକ ସ୍ଥାନରେ ଆମେ ଏଭଳି ଘଟଣା ସବୁ ଦେଖିଆସିଛୁ ଏବଂ ତାହାର ଅନ୍ତ ଘଟୁନାହିଁ । ଆଜି ଯେଉଁ ନୂଆ ମୋଡ଼ ଆମେ ଦେଖୁଛେ ତାହା ହେଉଛି ଯେଉଁଭଳି ଆତ୍ମ ବିଶ୍ୱାସର ସହ ଘୃଣା ସୃଷ୍ଟିକାରୀ ଲୋକେ ସକ୍ରିୟ ଅଛନ୍ତି, ଯେହେତୁ ସେମାନେ ଜାଣନ୍ତି ଯେ ସେମାନଙ୍କୁ ରାଜନୈତିକ ସୁରକ୍ଷା ମିଳିବ । ତା’ ନହେଲେ ଆମେ ଏଭଳି ଏକ ଜଘନ୍ୟ ଶିଶୁ ହତ୍ୟାର ସନ୍ଦିଗ୍ଧ ଅପରାଧୀମାନଙ୍କ ସପକ୍ଷରେ ନଗ୍ନ ଭାବେ ସାମ୍ନାକୁ ଆସୁଥିବା ମଣିଷମାନଙ୍କୁ କିପରି ବୁଝିବା ?

ଏହା ଜରୁରୀ ଯେ ଅନ୍ୟ ଝିଅମାନେ ଏଭଳି ପରିସ୍ଥିତିକୁ ସାମ୍ନା କରିବାକୁ ଯେପରି ନପଡ଼େ ସେଥିପାଇଁ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ । ପିଡ଼ିତା ପ୍ରଥମେ ଅଭିଯୋଗ କରିବା ପାଇଁ ଥାନାକୁ ଯାଇଥାଏ । ସେଠି ସେମାନଙ୍କୁ କୌଣସି ସମବେଦନା ମିଳିନଥାଏ । ଯଦି ବି ମାମଲାଟିକୁ ସେମାନେ ଗ୍ରହଣ କରନ୍ତି ଏବଂ ଅନୁସନ୍ଧାନ କରନ୍ତି, ନ୍ୟାୟ ମିଳିବାର ଆଶା କମ୍ । ଖାମଖିଆଲି ଅନୁସନ୍ଧାନ ଏବଂ ଓକିଲମାନଙ୍କ ଉଦାସୀନତା ଏକପ୍ରକାର ନିଶ୍ଚିତ କରିଦିଏ ଯେ ମାମଲାର ଫଳ କିଛି ମିଳିବ ନାହିଁ । ଆମ ନ୍ୟାୟ ବ୍ୟବସ୍ଥା ଭାଙ୍ଗିପଡ଼ିଛି ତାକୁ ଯୋଡ଼ିବାକୁ ପଡ଼ିବ।

ନାରୀମାନଙ୍କ ବିରୁଦ୍ଧରେ ହେଉଥିବା ଅପରାଧକୁ ନେଇ ଚାଲିଥିବା ଚର୍ଚ୍ଚାର ଏକ ନିର୍ଣ୍ଣାୟକ ମୋଡ଼ ଡିସେମ୍ବର ୧୬, ୨୦୧୨ଦିନ ନେଇଛି ବୋଳି ଆମେ ଭାବିଥିଲେ । ଏହି ଛୋଟ ଶିଶୁଟିର ମୃତ୍ୟୁ ନିଶ୍ଚିତ ଭାବେ ଆଉ ଏକ ଅବସର ସୃଷ୍ଟି କରିଛି, ଯାହା ପ୍ରତ୍ୟେକ ଭାରତୀୟକୁ କହୁଛି, ତୁମେ ଟିକିଏ ରହିଯାଅ ଏବଂ ପ୍ରଶ୍ନ କର ଆମ ସମାଜଟି କୁଆଡ଼େ ଗତି କରୁଛି । ଆମେ କ’ଣ ଏମିତି ଏକ ସମାଜ ଆଡ଼କୁ ଯାଉଛେ ଯେଉଁଠି ଭ୍ରଷ୍ଟତା, ବର୍ବରତା ଏବଂ ଅନ୍ୟାୟକୁ ଧର୍ମ ଏବଂ ରାଜନୀତି ନାଁରେ ଗ୍ରହଣ କରାଯାଇପାରିବ? ଅବା ମାନବିକତା ହିଁ ପ୍ରାଧାନ୍ୟ ପାଇବ, ଏବଂ ସୂଚାଇ ଦେବ ଯେ ସବୁ ଜୀବନ ଆମ ପାଇଁ ମୂଲ୍ୟବାନ ଅପରାଧର କୌଣସି ଧର୍ମ ନାହିଁ?

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top