ISSN (Print) - 0012-9976 | ISSN (Online) - 2349-8846

ବିଦ୍ୟାଳୟର ଶିକ୍ଷାର ପୁନଃ ସମୀକ୍ଷା

ଶିକ୍ଷାଦାନର ସମୀକ୍ଷା ପାଇଁପରୀକ୍ଷାର ଭୂମିକା ଅତି କ୍ଷୁଦ୍ର

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ସିବିଏସସି ଦ୍ୱାରା କରାଯାଉଥିବା ଦଶମ ଶ୍ରେଣୀର ଗଣିତ ପ୍ରଶ୍ନ ଓ ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ପ୍ରଶ୍ନପତ୍ର ପ୍ରଘଟ ହେବାର ଅଭିଯୋଗ ଆମକୁ ଚିନ୍ତନ କରିଛି ନିଶ୍ଚୟ । ଏଭଳି ଘଟଣା ଯେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଉନାହିଁ ବରଂ ବ୍ୟବସ୍ଥାରେ ଥିବା ଦୁର୍ନୀତି ଓ ଦାୟିତ୍ୱହୀନତାର ବ୍ୟାପକତାକୁ ଇଙ୍ଗୀତ କରୁଛି । ସିବିଏସସି ଏଭଳି ଏକ ସଂସ୍ଥା ଏଥିସହିତ ଅନୁବନ୍ଧିତ ସମସ୍ତ ସରକାରୀ ଓ ବେସରକାର ବିଦ୍ୟାଳୟରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଚାତ୍ରୀମାନଙ୍କର ଜ୍ଞାନ ଆହରଣକୁ ନେଇ ଜାତୀୟ ସ୍ତରରେ ପରୀକ୍ଷା ମାଧ୍ୟମରେ ପ୍ରମାଣିତ ପ୍ରଦାନ କରିଛନ୍ତି । ଗତ କିଛି ସପ୍ତାହଧରି ବୋର୍ଡ଼ ନିଜର ପ୍ରାଥମିକ ଦାୟିତ୍ୱ ତୁଲାଇବାରେ ଯଥା ପରୀକ୍ଷା ଦିନ ପରୀକ୍ଷା ବେଳକୁ ପିଲାଙ୍କ ନିକଟରେ ପ୍ରଶ୍ନପତ୍ର ପହଞ୍ଚାଇବା ଯାଏଁ ଗୋପନୀୟତାକୁ ନିଶ୍ଚିତ କରିବାରେ ବିଫଳ ହୋଇଥିବା ଯୋଗୁଁ ସବୁଦିଗରୁ ସମାଲୋଚନାର ସରବ୍ୟ ହୋଇଛନ୍ତି ।

ଉଚ୍ଚ ଶିକ୍ଷାପାଇଁ ନିଜ ପସନ୍ଦର କଲେଜ ଓ ଶିକ୍ଷା କ୍ଷେତ୍ରରେ ପ୍ରବେଶ କରବା ନିମନ୍ତେ ଉପଯୋଗୀ ହେଉଥିବା ଏହି ପରୀକ୍ଷାଗୁଡ଼ିକ ଅଣବ୍ୟକ୍ତିଗତ ଆନୁଷ୍ଠାନିକ ବା ଔପ•ରିକ ଆବଶ୍ୟକତାରଠାରୁ ଅଧିକ ଗୁରୁତ୍ୱବହନ କରୁଥିବା ବଡ଼ ବଡ଼ କାର୍ଯ୍ୟକ୍ରମ ଯାହାର ପ୍ରଭାବ ଜୀବନବ୍ୟାପୀ ଭୋଗୀବାକୁ ପଡ଼ିଥାଏ । ଏହା ଆଉ ଗୋଟିଏ ଭିନ୍ନକଥା ଯେ ବାସ୍ତବରେ ତା’ର ଦକ୍ଷତା, ସକ୍ଷମତା ଅବା ମାନସିକତା ଚିହ୍ନିବାପାଇଁ ଏହି ପରୀକ୍ଷାଗୁଡ଼ିକରେ ମିଳୁଥିବା ମାର୍କ ଯଥେଷ୍ଟ ନୁହଁ । ଯେହେତୁ ପରୀକ୍ଷାରେ ପ୍ରଦର୍ଶନ ମୂଲ୍ୟାୟନ କରାଯାଏ, ମାର୍କ ଦିଆଯାଏ, ଏବଂ ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ଯେ ପ୍ରମାଣପତ୍ର ଦିଆଯାଏ ସେଥିପାଇଁ ଏହି ରୀତିଟି ଜନଗଣଙ୍କ ଆଖିରେ ଅଧିକ ଗରୁତ୍ୱ ବହନ କରିଆସିଛି । ଏହାର ଗୁରୁତ୍ୱଟି ନିମ୍ନ କେତୋଟି କାରଣ ଯୋଗୁଁ ପ୍ରତିଷ୍ଠିତ ହୋଇଆସିଛି । ଯେମିତିକି ନିଜର ଉଜ୍ୱଳ ଭବିଷ୍ୟତ ପାଇଁ ବ୍ୟଗ୍ରଥିବା ଛାତ୍ର, ନିଜ ପିଲାଙ୍କର ପାଇଁ ଅଧିକ ଉତ୍ସାହୀ ଥିବା ବାପା ଓ ମାଆ ଏବଂ ସେମାନଙ୍କର ଆତ୍ମ-ମୂଲ୍ୟ, ନିଜ ଦାୟିତ୍ୱବୋଧକତା ସମ୍ପର୍କରେ ବ୍ୟସ୍ଥଥିବା ଶିକ୍ଷକ ଓ ଭଲ ଫଳାଫଳ ଦେଖାଇ ଅଧିକ ପିଲାଙ୍କୁ ଆକୃଷ୍ଟ କରିବା ରୋଗରେ ପୀଡ଼ିତ ବିଦ୍ୟାଳୟଗୁଡ଼ିକ । ବୋର୍ଡ଼ ପରୀକ୍ଷ୍ରାୁ ନେଇ ଏଭଳିଏକ ଉନ୍ମାଦ ଗୋଟିଏ ବ୍ୟାପକ ଶିଳ୍ପ ପ୍ରତିଷ୍ଠା କରିବାରେ ଇନ୍ଧନ ଯୋଗାଇଛି ଏବଂ ପ୍ରଶ୍ନପତ୍ର ପ୍ରଘଟ ହେବାର ଏକ ପରିଣାମ ଏହା ହେଉଛି ଯେ ସ୍କୁଲ, କୋଚିଂ କେନ୍ଦ୍ର ଏବଂ ଦାୟିତ୍ୱରେ ଥିବା ସିବିଏସ୍ସି କାର୍ଯ୍ୟକର୍ତ୍ତାଙ୍କର ଭିତରେ ଥିବା ଘୃଣ୍ୟ ସମ୍ପର୍କକୁ ଏହି ଘଟଣାଟି ଉନ୍ମୋଚନ କରିଛି ।

ବର୍ତ୍ତମାନ ସୁଧା ଯାହା ଚର୍ଚ୍ଚା •ଲିଛି ତାହା ଘଟଣାପାଇଁ ଦାୟୀ ଲୋକଟିକୁ ଚିହ୍ନଟ କରିବା, ଅପରାଧିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ଓ ପ୍ରଶ୍ନପତ୍ରଗୁଡ଼ିକୁ ନେଇ ଅଧିକ କଠିନ ଓ ନିରାପତ୍ତା ବ୍ୟବସ୍ଥା ତିଆରିକରିବା ଇତ୍ୟାଦି ପ୍ରସଂଶା ମଧ୍ୟରେ ସୀମିତ । ସିବିଏସ୍ସି ନିର୍ଦ୍ଦେଶକଙ୍କ ଭଳି ଉଚ୍ଚ ଅଧିକାରୀ ମାନଙ୍କର ଏବଂ କେନ୍ଦ୍ରମାନବ ସମ୍ବଳ ମନ୍ତ୍ରୀଙ୍କର ଇସ୍ତାଫା ମଧ୍ୟ ଦାବୀ କରାଯାଇଛି । ଅନେକ ଜନସ୍ୱାର୍ଥ ମାମଲା ଉଚ୍ଚତମ ନ୍ୟାୟାଳୟରେ ଦାୟର କରାଯାଇଛି ଯାହାକୁ ନ୍ୟାୟଳୟ ନାକଚ କରି ଦେଇଛନ୍ତି ଏକଥାଟି କହିଯେ, ପରୀକ୍ଷା ପୁଣିଥରେ କରିବାର ଆବଶ୍ୟକତା ଅଛି କି ନାହିଁ, ତାହା ସିବିଏସ୍ସି କର୍ତ୍ତୃପକ୍ଷ ହିଁ ନିର୍ଦ୍ଦାରଣ କରିବେ । କ୍ଷତିଗ୍ରସ୍ତ ହୋଇଥିବା ଛାତ୍ରମାନଙ୍କୁ ସାହାଯ୍ୟ ଯୋଗାଇବା ଏବଂ ପ୍ରଶ୍ନପତ୍ର ପ୍ରଘଟ ଯୋଗୁଁ ବିଶ୍ୱସନୀୟତା ହରାଇଥିବା ପରୀକ୍ଷା ବ୍ୟବସ୍ଥାଟିକୁ ସଜାଡ଼ିବା ପାଇଁ ବୋର୍ଡ଼ କାମକରିବାକୁ ପଡ଼ିବ । କିନ୍ତୁ ଏହି ଅବସରଟି ମଧ୍ୟ ଗୋଟିଏ ଭଲ ସୁଯୋଗ ଯୋଗାଇଛି ଟିକିଏ ପଛକୁ ଫେରି ପ୍ରଶ୍ନ କରିବା ପାଇଁ - ଗୋଟିଏ ଭଲ ଜୀବନ ବିତାଇବାପାଇଁ ଜଣକର ଦକ୍ଷତାକୁ ବାସ୍ତବରେ ପ୍ରତିଫଳିତ କରିବା କ୍ଷେତ୍ରରେ ଯଦି ଏମାନେ କାମକରୁ ନାହାଁନ୍ତି । ତେବେ ଏହି ପରୀକ୍ଷାଗୁଡ଼ିକୁ କାହିଁକି ଏତେ ଗୁରୁତ୍ୱ ଦିଆଯାଉଛି । ଏହି ପରୀକ୍ଷାଗୁଡ଼ିକୁ ବର୍ଷ ବର୍ଷ ଧରି ସମାଲୋଚନା କରାଯାଇ ଆସିଛି ଯେହେତୁ ଏମାନେ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାସଂସ୍କୃତି ସୃଷ୍ଟି କରିବା କ୍ଷେତ୍ରରେ ସକ୍ଷମ ହୋଇପାରି ନାହାଁନ୍ତି । ତଥାପି ଆଦି ଏମାନେ ଘୋଷିକି ମନେ ରଖିବାଟିକୁ ଶିକ୍ଷାସହ ତୁଳନା କରିବା, ପାଠ୍ୟ ପୁସ୍ତକଗୁଡିକୁ ଜ୍ଞାନର ସର୍ବୋତ୍ତମ ପିଲାମାନଙ୍କର ଭବିଷ୍ୟତ ସୁନିଶ୍ଚିତ କରିବା କ୍ଷେତ୍ରରେ ଏକ କ୍ଷମତା ହିସାବରେ ବ୍ୟବହୃତ ହେବା ଇତ୍ୟାଦିର ପ୍ରସାର କରାଇ ଅସିଛନ୍ତି ।

ଅନେକ ଶିକ୍ଷିବିତ୍ ଏବଂ ସରକାରୀ କମିଟିଗୁଡ଼ିକ ଆମ ଶିକ୍ଷା ବ୍ୟବସ୍ଥାରେ ଥିବା ଏହି ଗଭୀର ତୃଟିଗୁଡ଼ିକର ଉପସ୍ଥିତି ସମ୍ପର୍କରେ ଅବଗତ ରହିଆସିଛନ୍ତି । ସେଇଥିପାଇଁ ଆଜି ଯାହା ଆମ ପାଖରେ ଅଛି ତାହାର ଏକ ବିକଳ୍ପ ଦୃଷ୍ଟି ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ଆମର ଗଣତାନ୍ତ୍ରୀକ ସ୍ଥାନଗୁଡ଼ିକୁ ବିକଶିତ କରିବାର ଆବଶ୍ୟକତା ରହିଛି ଯେଉଁଠି ପ୍ରତିଫଳିନ କରିପାରିଥିବା ସମ୍ବେଦନଶୀଳ ଏବଂ ଜ୍ଞାନୀ ଯୁବକ ବ୍ୟକ୍ତିତ୍ୱର ବିକାଶ ହେଇପାରୁଥିବ ଏବଂ ସେମାନଙ୍କୁ ମୁଖ୍ୟତଃ କେତେକ ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ପାଇଁ ବାଧ୍ୟ କରାଯାଉନଥିବ । ଏହାର ଅର୍ଥ ହେଉଛି ଯେ ପରୀକ୍ଷାପାଇଁ ଦିଆଯାଉଥିବା ପ୍ରେରଣା ଓ ମୂଲ୍ୟବୋଧଗୁଡ଼ିକ ପରିତ୍ୟାଗ କରିବାକୁ ପଡ଼ିବ ଏବଂ ଶିକ୍ଷା ଓ ଶିକ୍ଷାୟତ୍ତନର ଭୂମିକାଟିର ସଜ୍ଞା ପୁନଃ ନିର୍ଦ୍ଧାରଣ କରିବାକୁ ପଡ଼ିବ

ଏପରି କରିବାକୁ ହେଲେ ଆଜିର ଦିନରେ ଶିକ୍ଷା ଓ ସମୀକ୍ଷାକୁ ନେଇ ଆମ ବିଦ୍ୟାଳୟମାନଙ୍କ ଯେଉଁ ବୁଝାମଣା ଅଛି ତାର ସ୍ୱାଭାବ ଏବଂ ଉଦ୍ଦେଶ୍ୟକୁ ନେଇ ଆମକୁ ତର୍ଜମା କରିବାକୁ ପଡ଼ିବ । ଔପ•ରିକ ପାଠ୍ୟକ୍ରମ ଏବଂ ପାଠ୍ୟପୁସ୍ତକ ଭିତରେ ବନ୍ଧା ଜ୍ଞାନ ଯାହା ଆମ ଛାତ୍ର ଏବଂ ଶିକ୍ଷକମାନଙ୍କୁ କବଳିତ କରି ରଖିଛି ତାହାର ଭୂମିକାଟି ମଧ୍ୟ ସମୀକ୍ଷା କରିବାକୁ ପଡ଼ିବ । ସ୍ପଷ୍ଟଭାବେ ସ୍କୁଲଗୁଡ଼ଇକରେ ଜ୍ଞାନ କେମିତି ତିଆରି କରାଯାଉଛି ତାହାର ପ୍ରମାଣପତ୍ର ଯୋଗାଇ ଦିଆଯାଉଛି ଏବଂ ତାକୁ ବୈଧ କରି ଦିଆଯାଉଛି ଓ ବାସ୍ତବ ଦୁନିଆର ପରିସ୍ଥିତିଗୁଡ଼ିକରେ ଜ୍ଞାନ କେମିତି ପିଲାମାନଙ୍କ ପାଖକୁ ଆସୁଛି ଯେତେବେଳେ ସେମାନେ ଅନବରତ ଶିଖୁଛନ୍ତି କିଛି ଶିକ୍ଷାକୁ ପରିତ୍ୟାଗ କରିବାକୁ ସମ୍ମୁଖିନ ହେଉଛନ୍ତି । ଏହି ଦୁଇଟି ଜ୍ଞାନ ଭିତରେ ବିରାଟ ପ୍ରଭେଦ ଅଛି । ଶିକ୍ଷାକୁ ପାଠ୍ୟପୁସ୍ତକ ଗୁଡ଼ିକରୁ ବିଯୁକ୍ତ କରିବାକୁ ପଡ଼ିବ ସୁତରାଂ ପିଲାମାନଙ୍କର ଅନୁଭୂତିର ଦୁନିଆ ଶ୍ରେଣୀଗୃହର ଅଂଶ ହୋଇପାରିବ ଏବଂ ଶିକ୍ଷକ ଯେପରି ଏଭଳି ଏକ ଶିକ୍ଷାର ପରିଚାଳନା କରିପାରିବେ ।

ଅଧିକ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଯେ ସମୀକ୍ଷା ବା ମୂଲ୍ୟୟନ ବ୍ୟବସ୍ଥା ଶିକ୍ଷାଦାନରେ କେବଳ ସହଯୋଗ କରିବ ଏବଂ ତାକୁ ଦୂରରେ ରଖି, ଅସମ୍ଭବ ବୋଲି ଧାରଣଟିଏ ସୃଷ୍ଟିକରି ଅବା ତାକୁ ଦୂରେଇ ଦେଇ ଶିକ୍ଷାକୁ ନେଇ ଅସୁହାଭାବ ସୃଷ୍ଟି କରିବ ନାହିଁ । ଉଭୟ ଜାତୀୟ ପାଠ୍ୟକ୍ରମ ଢାଞ୍ଚା ୨୦୧୫ ଯେଉଁଥିରେ ୟସପାଲ କମିଟିଙ୍କର “ବୋଝମୁକ୍ତ ଶିକ୍ଷା” ରିପୋର୍ଟର ପରିସମାପ୍ତି ଘଟିଥିଲା ଏବଂ ୨୦୦୯ ମସିହାରେ ମୁକ୍ତ ଏବଂ ବାଧ୍ୟତାମୂଳକ ଶିକ୍ଷା ପାଇଁ ପିଲାମାନଙ୍କର ଅଧିକାର ସମ୍ପର୍କିତ ଗୋଟିଏ ବ୍ୟାପକ ଓ ଅନବରତ ସ୍କୁଲଭିତ୍ତିକ ମୂଲ୍ୟାୟନ ବ୍ୟବସ୍ଥାର ପ୍ରସ୍ତାବ ରଖିଥିଲେ ଯାହାକି ଏକ ବିକଳ୍ପର ପ୍ରତିଶ୍ରୁତି ବହନ କରୁଥିଲା ।

ଆମେ କିନ୍ତୁ େସହି ପରୀକ୍ଷାଗୁଡ଼ିକ ଜାବୁଡ଼ି ଧରି ବସିଛୁ ଯେହେତୁ ଆମେ ମୁଖ୍ୟତଃ ଗୋଟିଏ ଅସମାନତାପୂର୍ଣ୍ଣ ସମାଜରେ ବାସକରୁଛି ଯେଉଁଠି ଆମେ ଗୋଟିଲ ବ୍ୟବସ୍ଥାକୁ ଖେଜନ୍ତି ଯାହା ଲୋକମାନଙ୍କୁ “ମେରିଟ”କୁ ଆଧାର କରି ଉପରତଳ କରି ରଖିବା ଏବଂ ଯାହା ନ୍ୟାୟପୂର୍ଣ୍ଣ ତଥା ନୀରପେକ୍ଷ ଭଳି ଦେଖାଯାଉଥିବା । ପରୀକ୍ଷା ପତ୍ରକୁ ନେଲେ ଗୋଟିଏ ଶ୍ରେଷ୍ଠ ସୁରକ୍ଷିତ ଢାଞ୍ଚା ତିଆରି କରିବା ପାଇଁ ଚେଷ୍ଟା କରିବା ଓ ଯେଉଁମାନେ ଏହା ପାଇଁ ତାକୁ ବିପର୍ଯ୍ୟସ୍ତ କରୁଛନ୍ତି ସେମାନଙ୍କୁ ଧରିବା ପାଇଁ ତାଙ୍କ ପଛରେ ଧାଇଁବା ଇତ୍ୟାଦି କରିବା ପରିବର୍ତ୍ତେ ଆମେ ଏକ ଉପଯୁକ୍ତ ଶିକ୍ଷା ଏବଂ ପରୀକ୍ଷାମୁକ୍ତ ସମୀକ୍ଷା ପ୍ରକ୍ରିୟା ତିଆରି କରିବାପାଇଁ ସଚେତଶୀଳ ଉଦ୍ୟମ କରିବା ଜରୁରୀ । ଆମ ପିଲାମାନେ କେବଳ ପରୀକ୍ଷାରେ କେମିତି ଭଲ କରିବେ ବା ପରସ୍ପର ସହିତ ପ୍ରତିଯୋଗୀତା କରିବେ କେବଳ ସେତିକି ଶିଖିବା ଉଚିତ୍ ନୁହେଁ । ସେମାନଙ୍କୁ ଆମେ ସେହି ଶିକ୍ଷା ଦେବା ଦରକାର ଯାହା ସେମାନଙ୍କୁ ଏକ ଧୀ-ଶକ୍ତି ସମ୍ପନ୍ନ, ଅର୍ଥପୂର୍ଣ୍ଣ, ସୃଜନଶୀଳ ଏବଂ ଆନନ୍ଦମୟ ଜୀବନ ବିତାଇବା ପାଇଁ ସକ୍ଷମ କରିପାରୁଥିବ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top