ISSN (Print) - 0012-9976 | ISSN (Online) - 2349-8846

ରାମ ନବମୀରୁ ରାମ ମନ୍ଦିର

ନିର୍ବାଚନ ଏବଂ ଆହୁରି ଅନେକ ଘଟିବାକୁ ଥିବା ଘଟଣାକୁ ପ୍ରଭାବିତ କରିବା ପାଇଁ ଅଞ୍ଚଳଗୁଡ଼ିକ ଭାଗଭାଗ କରିବା ଉଦ୍ଦେଶ୍ୟରେ ପୂର୍ବ ଭାରତରେ ସଂଘର୍ଷର ସୂତ୍ରପାତ କରାଯାଇଛି ।

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଆଗକୁ ୨୦୧୯ ସାଧାରଣ ନିର୍ବାଚନ । ଯାହା ଦେଖାଯାଉଛି ଭାରତୀୟ ଜନ୍ୟତା ପାର୍ଟି (ଭାଜପା) ନିଜର ପୁରୁଣା କୌଶଳ ପ୍ରୟୋଗ କରି ଶୀଘ୍ର ଫଳାଫଳ ପାଇବା ଆଶାରେ ସେହି ପୁରୁଣା ରାସ୍ତାକୁ ଆପଣେଇଛି । ବିହାର ଏବଂ ପଶ୍ଚିମବଙ୍ଗରେ ନିକଟ ଅତୀତରେ ଘଟିଥିବା ସଂଘର୍ଷଗୁଡ଼ିକୁ ଦେଖିଲେ ସାମ୍ପ୍ର୍ରଦାୟିକ ବିଭାଜିକରଣ ପ୍ରକ୍ରିୟାର ସୂଚନା ମିଳୁଛି । ତୁହାକୁ ତୁହା ମୁସଲମାନ ଉପରେ ଛୋଟ ଛୋଟ ସାମ୍ପ୍ରଦାୟକ ଆକ୍ରମଣ ବିଶେଷ କରି ରାମନବମୀ ମହୋତ୍ସବକୁ ଆଳକରି ଏହି ଦୁଇଟି ରାଜ୍ୟରେ ଘଟିଥିବା କଥା ଆମେ ଜାଣିବାକୁ ପାଉଛୁ । ସାମାଜିକ ଗଣମାଧ୍ୟମ ଏବଂ ଭାଜପାର ସାଂଗଠନିକ ଶକ୍ତିକୁ ଚତୁରତାର ସହିତ ବିନିଯୋଗ କରାଯାଇ ଏହିସବୁ ସଂଗଠିିତ କରାଯାଇଛି ।

ଏଥର ରାମନବମୀ ମହୋତ୍ସବ ଆୟୋଜନ କଲାବେଳେ ଆକ୍ରମଣାତ୍ମକ ଢାଞ୍ଚାରେ ଯୁବକମାନେ ମୋଟର ସାଇକେଲ ଧରି ଶୋଭାଯାତ୍ରରେ ଯିବା, ଖଣ୍ଡା ବୁଲାଇବା ଏବଂ ଗୌରୀକ ପତାକା ହଲାଇ ଯିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏଭଳି ଶୋଭାଯାତ୍ରାଗୁଡ଼ିକ ଯୋଜନାବଦ୍ଧ ଭାବେ ଧାର୍ମୀକ ସଂଗୀତର ନାରାବାଜୀ ଭିତରେ ହିନ୍ଦୁମାନେ ରହୁଥିବା  ବାସସ୍ଥଳୀରୁ ବାହାରୁଥିଲା ତାପରେ ସେମାନେ ମୁସଲମାନମାନେ ରହୁଥିବା ବାସସ୍ଥଳୀ ଆଡ଼କୁ ଯାଉଥିଲେ ଯେତେବେଳେ କି ଗୀତ ଓ ନାରାବାଜୀ ଅତି ନଗ୍ନଭାବେ ସାମ୍ପ୍ରଦାୟିକ ସ୍ୱରରେ ବଦଳୁଥିଲା ଏବଂ ତାହାହିଁ ସେମାନେଙ୍କର ଉଦ୍ଦେଶ୍ୟ କ’ଣ ସ୍ପଷ୍ଟ କରୁଥିଲା । ଏମିତି ବହୁତ ଶୋଭାଯାତ୍ରା ସ୍ଥାନୀୟ ପରିବାରର ନେତୃତ୍ୱ ଓ କର୍ମୀମାନଙ୍କର ଦ୍ୱାରା ପରି•ଳିତ ହେଉଥିଲା ଏବଂ ଉତ୍ତରପ୍ରଦେଶ ଓ ଝାଡଖଣ୍ଡର ଆସୁଥିବା ସେମାନଙ୍କର ମାତୃଗୋଷ୍ଠୀ ସେଥିରେ ସାମିଲ ହେଉଥିଲେ ।

ମାର୍ଚ୍ଚ ୨୦୧୮ ‘ବିହାରରେ ସାମ୍ପ୍ରଦାୟିକ ଘଟଣା ଗୁଡ଼ିକ ଆରମ୍ଭ ହୋଇଥିଲା ଯେତେବେଳେ ଆରାରିୟା ଉପ-ନିର୍ବାଚନରେ ଭାଜପାର ପାର୍ଥୀ ରାଷ୍ଟ୍ରିୟ ଜନତା ଦଳର ପ୍ରାର୍ଥୀଙ୍କ ଦ୍ୱାରା ପରାଜିତ ହୋଇଥିଲେ । ଏହି ସାମ୍ପ୍ରଦାୟିକ ଘଟଣାବଳୀ ରାମନବମୀ ମହୋତ୍ସବ ଯାଏଁ •ଲିଥିଲା ଯଦ୍ୱାରାକି ୧୦ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିଲେ ଏବଂ ଗୋଟିଏ ଲୋକର ମୃତ୍ୟୁ ସହ ୬୫ ଜଣ ଲୋକ କ୍ଷତବିକ୍ଷତ ହୋଇଥିଲେ । ପଶ୍ଚିମବଙ୍ଗରେ ରାମନବମୀକୁ କେନ୍ଦ୍ରକରି ସଂଘର୍ଷ ଘଟିଥିଲା ଯେଉଁଥିରେ ଆଶାମସୋଲରେ ୪ଜଣଙ୍କର ମୃତ୍ୟୁ ହୋଇଥିଲା । ଭାଜପାର ରାଜ୍ୟ ଏବଂ ଜାତୀୟ ନେତୃଗଣ ନିଶୋଧାଜ୍ଞାଳୁ ଆବଦ୍ଧ କରି କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକ ଗ୍ରସ୍ଥ କରି ନିର୍ଦ୍ଦିଷ୍ଟ ହିନ୍ଦୁମାନେ ରହୁଥିବା ସ୍ଥାନଗୁଡ଼ିକ ଯାଉଥିଲେ ।

ଦଙ୍ଗା ଉସୁକାଉଥିବା ଅଭିଯୋଗରେ ଭାଜପାର ଜଣେ କେନ୍ଦ୍ରମନ୍ତ୍ରୀଙ୍କ ପୁଅକୁ ବିହାରରେ ଗୀରଫ କରାଯାଇଥିଲା, ଯେଉଁ ପ୍ରକାର ଦାୟିତ୍ୱ ବୋଧକତା ଓ ବିଜ୍ଞତା ରାଜନ୍ରେତିକ ନେକୃବର୍ଗଙ୍କଠାରୁ ଆଶାକରାଯାଏ ଜଣେ ବାଳକର ପିତା ତଥା ମୁସଲମାନ ଧର୍ମପାଦକ ଇମଦାଦୁଲା ରସିଦଙ୍କ ପାଖରେ ଦେଖିବାକୁ ମିଳିଥିଲା । ଗଣମାଧ୍ୟକୁ ଉଦ୍ବୋଧନ ଦେଲାବେଳେ ରସିଦ ଦଙ୍ଗାକାରୀଙ୍କ ଦ୍ୱାରା ନିଜ ପୁଅର ହତ୍ୟାକୁ ନେଇ ବିଳାପ କରିଥିଲେ ଏବଂ ନିଜ ସମ୍ପ୍ରଦାୟର ଲୋକମାନଙ୍କୁ ପ୍ରତିଶୋଧ ନୁହଁ ବରଂ ଶାନ୍ତି ପାଇଁ ନିବେଦନ କରିଥିଲେ ।

ପାରମ୍ପାରିକ ଭାବେ ବିହାର ଏବଂ ପଶ୍ଚିମବଙ୍ଗ ଯଥାକ୍ରମେ ଲୋହିଆ ଏବଂ ବାମ ରାଜନୀତିର କେନ୍ଦ୍ରପୀଠ ରହିଆସିଛି । ଦକ୍ଷୀଣାପନ୍ଥୀ ହିନ୍ଦୁ ଏବଂ ଉଚ୍ଚଜାତି କେନ୍ଦ୍ରିକ ଭାଜପା ଏହି ଦୁଇଟି ରାଜ୍ୟରେ କେବେବି ନିଜର ପାଦ ମଦବୁତ ଭାବରେ ରଖିବା ପାଇଁ ସକ୍ଷମ ହୋଇପାରି ନାହିଁ । ବିହାରରେ ଜନତାଦଳ (ସଂପୃକ୍ତ) ସହ ଗଠବନ୍ଧନ ଏକ ବ୍ୟତୀକ୍ରମ। ପ୍ରକୃତପକ୍ଷେ, ଏହି ଦୁଇଟି ରାଜ୍ୟ ଜାତୀୟ ରାଜନୀତିରେ ଭାଜପା ବିରୁଦ୍ଧରେ ସାମାଜିକ ଓ ରାଜନୈତିକ ବିରୋଧକୁ ସଂଘଟିତ କରାଇବାରେ ବେଶ ପରିଚିତ । ଭାଜପା କିନ୍ତୁ ଶାସନ କରିଆସୁଥିବା ଦଳଗୁଡ଼ିକୁ ଭଲଭାବେ ଚଳେଇ ଆସିଛି ଏବଂ ଶାସନରେ ଥିବା ସଂଯୁକ୍ତ ଜନତା ଦଳ ଓ ସର୍ବଭାରତୀୟ ତୃଣମୂଳ କଂଗ୍ରେସକୁ ରାଜ୍ୟ ଏବଂ ଜାତୀୟ ସ୍ତରରେ ଆକ୍ରମଣାତ୍ମକ ରାଜନୈତିକ ଖେଳ ଖେଳୀ ସେମାନେଙ୍କ ନିଜର ସୁରକ୍ଷା ପାଇଁ ନାଚାର କରିଦେଇଛି ।

ଏହି ଦୁଇଟି ପୂର୍ବାଞ୍ଚଳ ରାଜ୍ୟର ବିବିଧ ରାଜନୈତିକ ଧାରାର ଏକ ଲମ୍ବା ଇତିହାସ ଅଛି ଏବଂ ଗତ କିଛି ଦଶନ୍ଧି ଧରି ରାଜ୍ୟଗୁଡ଼ିକରେ ଯେଭଳି କୌଣସି ବଡ଼ଧରଣର ସାମ୍ପ୍ରଦାୟିକ ଘଟଣା ଘଟି ନାହିଁ । ରାମନବମୀ ଏଯାବତ୍ ଏସବୁ ସ୍ଥାନରେ ଗୋଟିଏ ଛୋଟ ଧରଣର ଉତ୍ସବ ହିସାବରେ ପାଳନ କରାଯାଇ ଆସିଛି କିନ୍ତୁ ଏବେ ଦୃଢ଼ଗତିରେ ଏହି ଧାରାଟି ବଦଳି ଶୋଭାଯାତ୍ରା ବାହାର କରାଯାଉଛି । ଏହି ପରିବର୍ତ୍ତିତ ଧାରାଟି ଆହୁରି ଅନେକ ରାଜ୍ୟରେ ଅଧିକରୁ ଅଧିକ ଦେଖିବାକୁ ମିଳୁଛି ।

ରାମଙ୍କ ଭିତରେ ଭାଜପା ଏକ ଶକ୍ତିଶାଳୀ ଏବଂ ସମ୍ଭାବନାରେ ଭରପୁର ସଙ୍କେତକୁ ବାହାର କରିପାରିଛି ଯାହାକୁ ପ୍ରୟୋଗ କରି ହିନ୍ଦୁରାଷ୍ଟ୍ର ନିର୍ମାଣ ପାଇଁ ହିନ୍ଦୁ ଜନଗଣଙ୍କୁ ରାଜନୈତିକ ଭାବେ ସଂଗଠିତ କରାଯାଇପାରନ୍ତି । ତାହା ସହ ମିଶି କରି ରହିଛି ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଦାବୀ ଯାହାକି ହିନ୍ଦୁତ୍ୱ ରାଜନୀତିର କେନ୍ଦ୍ରବିନ୍ଦୁ । ସେହିଭଳି ସଂଘ ପରିବାର ରାମଭକ୍ତି ନିର୍ମାଣ ପାଇଁ ବିହାର ଏବଂ ବେଙ୍ଗଲରେ ବିଭିନ୍ନ ଅଭିଯାନ ମାଧ୍ୟମରେ ଯାଥା ବେଟି ବଚାଓ, ବୋହୁ ଲାଓ (ବହୁଟିଏ ଘରକୁ ଆଣ) ଇତ୍ୟାଦି ସୁଚିନ୍ତିତ ଭାବେ ସଂଗଠିତ କରିଆସିଛନ୍ତି । ସବୁକାମ ‘ଲଭଜିହାଦ୍’କୁ ବିରୋଧ କରି ଏବଂ ମୁସଲମାନ ଯୁବମାନଙ୍କ ଆଧୁନିକ ଯୁଗର ପରରକ୍ଷୀ ରାବଣ ହିସାବରେ ଚିତ୍ରିତ କରିଚାଲିଛି । ହିନ୍ଦୁ ରମଣୀମାନଙ୍କୁ ନିରୀହ ସୀତା ହିସାବରେ ଉପସ୍ଥାପନା କରାଯାଉଛି ଯାହାକୁ ସମ୍ମାନର ସହ ହିନ୍ଦୁ ପୁରୁଷମାନେ ରାମଙ୍କୁ ଅନୁକରଣ କରି ଉଦ୍ଧାର କରିବା ପାଇଁ ବାହାରିବା ଦରକାର ।

୨୦୧୪ ସାଧାରଣ ନିର୍ବାଚନରେ ବିହାର ଏବଂ ପଶ୍ଚିମ ବଙ୍ଗରେ ଭାଜପାର ଭୋଟ ଅଂଶ ଯଥାକ୍ରମେ ଶତକଡ଼ା ୨୯.୯ ଏବଂ ଶତକଡ଼ା ୧୩ ଥିଲା ଯାହାକି ପରବର୍ତ୍ତୀ ରାଜ୍ୟନିର୍ବାଚନ ବେଳକୁ ୨୦୧୫ ଓ ୧୬ରେ ଯାଥାକ୍ରମେ ଶତକଡ଼ା ୨୪.୪ ଏବଂ ୧୦.୨କୁ ଖସି ଆସିଥିଲା । ଏବେ ଯେତେବେଳେ କୃଷି କ୍ଷେତ୍ରରେ ସଂକଟ ଓ ଜାତିକୁ ନେଇ ଅଶାନ୍ତି ବଢ଼ି ବଢ଼ି ଚାଳିଛି ଯାହାଫଳରେ ସମଗ୍ର ରାଜ୍ୟରେ ଶାସକ ଦଳ ବିରୁଦ୍ଧରେ ପ୍ରତିରୋଧ ବଢ଼ି ଚାଳିଛି ଭାଜପା ନିଜର ଉତ୍ତର ପୂର୍ବ ରାଜ୍ୟରେ ସଦ୍ୟପ୍ରାପ୍ତ ବିଜୟକୁ ଆଧାର କରି ଏହିସବୁ ଅଞ୍ଚଳରେ ନିଜର ସ୍ଥିତି ଜାହିର କରିବା ପାଇଁ ଉଦ୍ୟମ କରୁଛି । ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟିର ଗଠବନ୍ଧନ ଯୋଗୁଁ ଉତ୍ତରପ୍ରଦେଶର ଦୁଇଟି ଉପନିର୍ବାଚନ ଏହାର ପରାଜୟ ଏହି ଦଳଦ୍ୱାରା ଅତୀତରେ ପ୍ରୟୋଗ କରି ସୁଫଳ ମିଳିଥିଲା ଚିରାଚରିତ ପ୍ରୟୋଗର ମାଧ୍ୟମକୁ ପୁଣିଥରେ ପ୍ରୟୋଗ କରାଯାଇଛି । ଏହି ଦୁଇଟି ରାଜ୍ୟରେ ଯଥା ବିହାରରେ ଶତକଡ଼ା ୧୭ ଭାଗ ଏବଂ ପଶ୍ଚିମ ବଙ୍ଗରେ ଶତକଡ଼ା ୨୭ ଭାଗ ଆଖିଦୃଷ୍ଟିଆ ମୁସଲମାନ ଜନସଂଖ୍ୟାର ଉପସ୍ଥିତି ସଂଖ୍ୟାଲଘୁ ବିରୋଧୀ ମାନସିକତାକୁ ତୀବ୍ରତ୍ତର କରିବା ପାଇଁ ଭାଜପାକୁ ସୁଯୋଗଟିଏ ଦେଇଛି ।

ଭାରତର ତୃତୀୟ ଏବଂ ଚୁତର୍ଥ ସବୁଠାରୁ ଅଧିକ ଜନଗହଳ ରାଜ୍ୟ ବିହାର ଏବଂ ବେଙ୍ଗଲକୁ ଏକାଠି ନେଇ ହିସାବ କଲେ ମୋଟ ଜନସଂଖ୍ୟାର ଶତକଡ଼ା ୧୬ ଭାଗ ଲୋକ ଏଠି ବାସ କରନ୍ତି । ଏହି ଦୁଇଟି ରାଜ୍ୟମଧ୍ୟ ଅପେକ୍ଷାକୃତ ଅନୁନ୍ନତ ଅଞ୍ଚଳ ଯେଉଁଠି ଶିଳ୍ପ ପ୍ରାୟ ନାହିଁ ଏବଂ ଗରିବୀର ହାର ଅଧିକ ଅଛି । କଂଗ୍ରେସର ଦୁର୍ନୀତି ବିରୋଧରେ ଜନ ଅସନ୍ତୋଷ ତଥା ନିଯୁକ୍ତି ଏବଂ ବିକାଶ ପାଇଁ ଲୋକମାନଙ୍କର ଦାବୀକୁ ଭିତ୍ତକରି ୨୦୧୪ ଭାଜପା କ୍ଷମତାକୁ ଆସିଥିଲା । ଲୋକଙ୍କର ବସ୍ତୁ ସ୍ଥିତିରେ ଉନ୍ନତି ଆଣିବାରେ ବିଫଳ ହେବା ପରେ ଏବେ ଭାଜପା ଜାତି ଭିତ୍ତିକ ବିଭାଜନ ଏବଂ ସାମ୍ପ୍ରଦାୟିକ ଅଶାନ୍ତିକୁ ଉସୁକାଉଛି ମୁଖ୍ୟତଃ ଜନଗଣଙ୍କ ଭିତରେ ଥିବା ଭାବପ୍ରବଣତାକୁ ଆୟୁଧ କରି ।

ସାଧାରଣତଃ ବିହାର ଏବଂ ବେଙ୍ଗଲର ସାଧାରଣ ଜନତା ଏଭଳି ହିଂସା ଏବଂ ସାମ୍ପ୍ରଦାୟିକ ପ୍ର•ର ବିରୁଦ୍ଧରେ ନିଜର କ୍ଷୋଭ ପ୍ରକାଶ କରି ଆସୁଛନ୍ତି । କିନ୍ତୁ ତୃରମୂଳ କଂଗ୍ରେସକୁ ନିନ୍ଦା କରିବା ପରିବର୍ତ୍ତେ ନିଜ ନିଜର ନରମ ହିନ୍ଦୁତ୍ୱ ଢାଞ୍ଚାରେ ଉାଜପାକୁ ପଛରେ ପକାଇବା ପାଇଁ ପ୍ରତିଯୋଗିତା କରୁଛନ୍ତି । ଅନ୍ୟପଟେ ସଂଯୁକ୍ତ ଜନତାଦଳଟି ନିଜର ଗଠବନ୍ଧନ ଭାଜପାକୁ ପ୍ରଭାବିତ କରିବା ପରିବର୍ତ୍ତେ ନିଜେ ନିସ୍କ୍ରିୟ ହୋଇଯାଇଛି । ଯଦି ବିରୋଧୀ ଦଳମାନେ ଏହି ଭଳି ଏକ ମୁହୂର୍ତ୍ତର ଗୁରୁତ୍ତ୍ୱ ଉପଲବ୍ଧି ନ କରିନ୍ତି ଏବଂ ଭାଗଭାଗ କରୁଥିବା ଏକ କାର୍ଯ୍ୟସୂଚୀ ପରାଜିତ କରିବା ପାଇଁ ଭୋଟରମାନଙ୍କ ସମ୍ମୁଖରେ ଏକ ବଳିଷ୍ଠ ନିର୍ବାଚନୀ ଏବଂ ବୈଚାରିକ ବିକଳ୍ପ ଉପସ୍ଥାପନ ନ କରନ୍ତି ତେବେ ସମଗ୍ର ଦେଶପାଇଁ ଏହା ଏକ ବିରାଟ ବିପର୍ଯ୍ୟୟ ହେବ ।

Updated On : 13th Apr, 2018
Back to Top