ISSN (Print) - 0012-9976 | ISSN (Online) - 2349-8846
Reader Mode

ବାଣିଜ୍ୟ ଯୁଦ୍ଧର ଅଙ୍କାବଙ୍କା ରାସ୍ତା

ସ୍ମୁଟ ଓ ହାଓଲେଙ୍କ ସମ୍ପର୍କକୁ ଦେଖି ପ୍ରଶ୍ନ ଉଠୁଛି ଯେ ସେମାନଙ୍କ  ସଦୃଶ ଆଉ କିଛି ହେବାକୁ ଯାଉଛି କି?

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଗତ ମାର୍ଚ୍ଚ ୧ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ରାଷ୍ଟ୍ରୀୟ ସୁରକ୍ଷା ନାମରେ ଇସ୍ପାତ ଉପରେ ୨୫ ପ୍ରତିଶତ ଓ ଆଲୁମିନିୟମ ଉପରେ ୧୦ ପ୍ରତିଶତ ଆମଦାନୀ ଶୁଳ୍କ ଲଗାଇବା ପାଇଁ କରାଯାଇଥିବା ଟାରିଫ ଘୋଷଣା ଏକ ବାଣିଜ୍ୟିକ ଯୁଦ୍ଧକୁ ଆହ୍ୱାନ କରିବା ପରି ବୋଧ ହେଉଛି । ଯଦିଓ ଏ ଯାବତ୍ ସେପରି କିଛି ଘଟି ନାହିଁ ତଥାପି ଯଦି ସେପରି କିଛି ଘଟେ ତେବେ ବିଶ୍ୱର ବୃହତ ଅର୍ଥନୀତିମାନଙ୍କ ମଧ୍ୟରେ ଚାଲିବାକୁ ଥିବା ବାଣିଜ୍ୟିକ ସଂଘର୍ଷ ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ସଂକୋଚନକୁ ଡାକି ଆଣିବ । ଏହା ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥାକୁ ସ୍ୱାଗତ କରିବ ଯାହା ଫଳରେ ବିଶ୍ୱରେ ବିଭିନ୍ନ ପ୍ରାନ୍ତରରେ ରାଜନୈତିକ ଚାପ ମଧ୍ୟ ବୃଦ୍ଧି ପାଇବ । ନିଜ ଜାତୀୟତାବାଦୀ ‘ପ୍ରଥମେ ଆମେରିକା’ ଆଭିମୁଖ୍ୟ ଯୋଗୁଁ ଟ୍ରମ୍ପ ଏପରି ଏକ ନିନ୍ଦାତ୍ମକ ମନୋଭାବ ପ୍ରଦର୍ଶନ କରୁ ଥାଇ ପାରନ୍ତି । କାହାରି ନାମୋଚ୍ଚାରଣ ନକରି ସେହି ଦେଶମାନେ ଆମେରିକାର ଇସ୍ପାତ ଓ ଆଲୁମିନିୟମ ଶିଳ୍ପକୁ ଧ୍ୱଂସ କରିଦେଲେ ବୋଲି କହି ଟ୍ରମ୍ପ ନୂଆ ତାରିଫ ବା ଶୁଳ୍କ ବୃଦ୍ଧିକୁ ସମର୍ଥନ କରିଛନ୍ତି । ତାଙ୍କ ମତରେ ଯଦି ଏପରି  ଏକ ସମୟ ଆସିବ ଯେତେବେଳେ ଆମ ଦେଶ ଇସ୍ପାତ କି ଆଲୁମିନିୟମ ଉତ୍ପାଦନ କରିବାକୁ ସକ୍ଷମ ହେବ ନାହିଁ ସେତେବେଳେ ଆମର ଏ ଦେଶ ଏକ ଦେଶ ହୋଇ ରହି ନାହିଁ ବୋଲି ଭାବିବାକୁ ହେବ ।

ଆମଦାନୀ ଶୁଳ୍କ ବୃଦ୍ଧି ଘୋଷଣାଟି ଏଭଳି ଗୋଟିଏ ବୈଠକରେ ହୋଇଥିଲା ଯେଉଁଠାରେ ଯୁକ୍ତରାଷ୍ଟ୍ର ଆମେରିକାର ଇସ୍ପାତ ଓ ଆଲୁମିନିୟମ ଉଦ୍ୟୋଗରେ ଥିବା ଉଚ୍ଚସ୍ତରୀୟ କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ଗୋଟିଏ ବିଷୟ ଉପରେ ଜୋର ଦେଉଥିଲେ ଯେ ବୈଠକରେ ସେମାନଙ୍କ ଦେଶରେ ଉତ୍ପାଦିତ ଇସ୍ପାତ ଓ ଆଲୁମିନିୟମର ଦାମ ବୃଦ୍ଧି ଓ ଅଧିକ ମୁନାଫା ହାସଲ ଉପରେ  ମୁଖ୍ୟତଃ ଆଲୋଚନା ହେବା ଉଚିତ୍ । କିନ୍ତୁ ଆମଦାନୀ ଶୁଳ୍କ ବୃଦ୍ଧି ଫଳରେ ଗାଡିମୋଟର, ଉଡାଜାହାଜ ଓ ବାୟୁଜାନ, ନିର୍ମାଣ କ୍ଷେତ୍ର, ବିଭିନ୍ନ ଯନ୍ତ୍ରାଂଶ  ଏବଂ ଅନ୍ୟ ଅନେକ ଇସ୍ପାତ ଓ ଆଲୁମିନିୟମ ଆଧରିତ ଉଦ୍ୟୋଗର ଉତ୍ପାଦନ ଖର୍ଚ୍ଚ  ତଥା ଏହାର ଅନ୍ତରାଷ୍ଟ୍ରୀୟ ପ୍ରତିଯୋଗିତା ଉପରେ କି ପ୍ରଭାବ ପଡିବ ତା ପ୍ରତି ଏଠାରେ କାହାର ନିଘା ଥିବା ପରି ଜଣା ପଡୁ ନ ଥିଲା । ମାର୍ଚ୍ଚ ୬ ତାରିଖରେ ଟ୍ରମ୍ପଙ୍କର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଏବଂ ନ୍ୟାସନାଲ ଇକନମିକ କାଉନସିଲର ମୁଖ୍ୟ ଗ୍ୟାରୀ କୋନ ଯିଏକି ପୂର୍ବରୁ ବହୁଳ ଭାବରେ କରପୋରେସନ ଏବଂ ଇନକମ ଟ୍ୟାକ୍ସ କାଟିବା ପାଇଁ ହୋଇଥିବା ଅଭିଯାନର ଅଗ୍ରଭାଗରେ ଥିଲେ, ନିଜ ପଦରୁ ଇସ୍ତଫା ଦେଇ ଦେଇଥିଲେ ।  ଗୋଲ୍ଡମ୍ୟାନ ସାଚ୍ ର ପୂର୍ବତନ କାର୍ଯ୍ୟନିର୍ବାହୀ ଥିବା କୋନ୍ ଇତି ମଧ୍ୟରେ ଟ୍ରମ୍ପଙ୍କର “ରାଷ୍ଟ୍ରୀୟ ସୁରକ୍ଷା” ଗୋଷ୍ଠୀର ସଦସ୍ୟ ତଥା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା ଏଚ ଆର ମ୍ୟାକମାଷ୍ଟର, ସେକ୍ରେଟାରୀ ଅଫ ଷ୍ଟେଟ ରେକ୍ସ ଟିଲରସନ୍ ଏବଂ ଡିଫେନ୍ସ ସେକ୍ରେଟାରୀ  ଜିମ ମାଟିସଙ୍କ ପକ୍ଷ ନେଇ ଯାଇ ସାରିଥିଲେ  ଯେଉଁମାନେ କି ଏଇଥିପାଇଁ ଆମଦାନୀ ଶୁଳ୍କ ବୃଦ୍ଧି କରିବାକୁ ବିରୋଧ କରୁଥିଲେ ଯେ ସେଭଳି କଲେ ୱାଶିଂଗଟନର ରକ୍ଷାକ୍ଷେତ୍ରରେ ଥିବା ମୂଳ ମିତ୍ର ଦେଶ ଯଥା ଜର୍ମାନୀ, ଫ୍ରାନ୍ସ, ଜାପାନ, କାନାଡା ଏବଂ ଦକ୍ଷିଣ କୋରିଆ ଆଦି ଆମେରିକାଠାରୁ ଦୂରେଇ ଯିବେ ।

ଦର ବଢାଇବା ଉପରେ ପ୍ରଥମ ପ୍ରତିକ୍ରିୟା ୟୁରୋପିଆନ ୟୁନିଅନ ଏବଂ ନର୍ଥ ଆମେରିକାନ ଫ୍ରି ଟ୍ରେଡ ଆଗ୍ରିମେଣ୍ଟ (ନାଫତା), କାନାଡା ଏବଂ ମେକ୍ସିକୋରେ ଥିବା ଆମେରିକାର ବାଣିଜ୍ୟିକ ଅଂଶୀଦାରମାନଙ୍କଠାରୁ ଠାରୁ ଆସିଥିଲା । ୟୁରୋପିଆନ ୟୁନିଅନର ବାଣିଜ୍ୟ କମିଶନର ସିସିଲିଆ ମାଲ୍ମଷ୍ଟର୍ମ ସୂଚନା ଦେଇଥିଲେ ଯେ ସେ ଏହାକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଳ୍୍ୟୁଟିଓ)ର ଡିସପୁଟ ସେଟଲମେଣ୍ଟ ବଡିରେ ଉଠାଇ  ଚ୍ୟାଲେଞ୍ଜ କରିବେ । ଏହା ସହିତ ଏହାର  ପ୍ରତିଶୋଧାତ୍ମକ ପଦକ୍ଷେପ ସ୍ୱରୂପ ଆମେରିକାର କେତେକ ଉତ୍ପାଦିତ ସାମଗ୍ରୀ ଉପରେ  ଡବ୍ଲ୍ୟୁଟିଓର “ସୁସଙ୍ଗତ ପ୍ରତିବିଧାନାତ୍ମକ ଆମଦାନୀ ଦର”କୁ ଲଗାଇ ଦିଆଯିବ । ସେ ଏହାକୁ ଏକ ବାଣିଜ୍ୟିକ ଯୁଦ୍ଧ ଭାବରେ ମାନିବାକୁ ରାଜି ନଥିଲେ ମଧ୍ୟ ଟ୍ରମ୍ପ କିନ୍ତୁ ତୁରନ୍ତ ଘୋଷଣା କରିଦେଲେ ଯେ ସେପରି ହେଲେ ଯୁକ୍ତରାଷ୍ଟ୍ର ଆମେରିକା ୟୁରୋପର କାରଗୁଡିକ ଉପରେ ଦାଉ ସାଧିବ ।  କାରଣ ୟୁରୋପିଆନ ୟୁନିଅନ ପକ୍ଷରୁ ଯେଉଁ ସବୁ ଦ୍ରବ୍ୟ ଉପରେ ପ୍ରତିଶୋଧାତ୍ମକ ତାରିଫ ଲଗାଯିବା କଥା କୁହାଗଲା ସେଥିରେ ହାର୍ଲି ଡାଭିଡସନ ମୋଟର ସାଇକେଲ ଥିଲା । ତେଣୁ ଟ୍ରମ୍ପ ୟୁରୋପିଆନ ୟୁନିଅନର କାର ଉପରେ ଅଧିକ ଶୁଳ୍କ ବସାଇବାକୁ ପ୍ରେରିତ ହୋଇଗଲେ ।  ହ୍ୱାଇଟ ହାଉସରେ ଥିବା ଆମେରିକା ଫାଷ୍ଟ ସମର୍ଥକ, ଅର୍ଥନୀତିକ ଜାତୀୟତାବାଦୀ ତଥା ହ୍ୱାଇଟ ହାଉସ୍ ନ୍ୟାସନାଲ ଟ୍ରେଡ କାଉନସିଲର ନିର୍ଦ୍ଦେଶକ, ପିଟର ନାଭାରୋ, ବାଣିଜ୍ୟ ସଚିବ ଉଇଲବର ରସ୍ ଆଦି ସେତେବେଳେକୁ କୋନଙ୍କ ଉପରେ ନିଜର ପ୍ରଭାବ ବିସ୍ତାର କରି ସାରିଥିଲେ  ଯିଏ କି ଯାହା ପୂର୍ବରୁ କୁହାଯାଇଛି ତାଙ୍କ ଇସ୍ତଫା ପତ୍ର ଦେଇ ସାରିଥିଲେ । ରିପବ୍ଲିକାନମାନେ ଏଥିରେ ଯୋରଦାର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ହାଉସ ସ୍ପିକର ପଲ ଡି ର୍ୟାନଙ୍କ ଭାଷଣରୁ ଏହା ସ୍ପଷ୍ଟ ହୋଇଥିଲା ।

ଯେତେବେଳେ କାନାଡା ଏବଂ ମେକ୍ସିକୋ ଆମଦାନୀ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଦାବି କଲେ, ସେତେବେଳେ ଆମେରିକା ପକ୍ଷରୁ କୁହାଗଲା ଯେ ଯଦି ସେମାନେ ନାଫ୍ତାର ପୁନଃବୁଝାମଣା ବ୍ୟାପାରରେ ଆମେରିକାକୁ ସମର୍ଥନ କରିବେ ତେବେ ଆମେରିକା ତାରିଫ ବୃଦ୍ଧି ପ୍ରତ୍ୟାହାର  ବିଷୟରେ ବିଚାର କରିବ । ଆମେରିକାର ଇଚ୍ଛାଟା ହେଉଛି କାନାଡା ଏବଂ ମେକ୍ସିକୋ ମୁଣ୍ଡରେ ବନ୍ଦୁକ ଲଗାଇ ନାଫଟା ପୁନଃବୁଝାମଣା ଉପରେ ଆଲୋଚନା କାରିବାକୁ ଦେବା ବୋଲି କାନାଡା ଏବଂ ମେକ୍ସିକୋର ପ୍ରତିନିଧିମାନେ କହୁଛନ୍ତି ।  ଦେଖିବାର କଥା ହେଉଛି, ଆମେରିକାର ବାଣିଜ୍ୟ ଏବଂ ବିନିର୍ମାଣ ନୀତି ଦଫ୍ତରର ମୁଖ୍ୟ ନାଭାରେ ନାଭାରୋଙ୍କ ମୁତାବକ ଏହାଦ୍ୱାରା ଶୁଳ୍କ ଛାଡ ନିୟମ କୌଣସି ଗୋଟିଏ ଦେଶ ପାଇଁ କେବଳ ଲାଗୁ ହେବ ନାହିଁ, ବରଂ କମ୍ପାନୀମାନେ ବିଭିନ୍ନ ଦେଶ ପାଇଁ ଜୋରଦାର ଲବି କରିବାପାଇଁ  ସେମାନଙ୍କ ଦ୍ୱାର ଖୋଲି ଦେବେ ।

ଏଥିପାଇଁ ସବୁଠାରେ ନକାରାତ୍ମକ ବାତାବରଣ ଲାଗିରହିଥିବା ବେଳେ, କେତେକଙ୍କ ମଧ୍ୟରେ ଏକଥାକୁ ନେଇ ମଧ୍ୟ ସର୍ବସମ୍ମତି ହେଉଛି ଯେ ଟ୍ରମ୍ପ ତାଙ୍କ ବାଣିଜ୍ୟିକ ଯୁଦ୍ଧକୁ ଚାଇନା ବିରୁଦ୍ଧରେ ମୁଁହାଇବା ପାଇଁ ଉଦ୍ୟମ କରିବା ଦରକାର ଓ ଚାଇନାର ହିଂସାତ୍ମକ ବାଣିଜ୍ୟ କାରବାର ବିରୁଦ୍ଧରେ ବାନ୍ଧୁଥିବା ମେଳିର ନେତୃତ୍ୱ ଯୁକ୍ତରାଷ୍ଟ୍ର ଆମେରିକା ନେବା ଉଚିତ୍ । ଏଠାରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ ଟ୍ରମ୍ପ କାହିଁକି ସେହି ଦେଶମାନଙ୍କ ଉପରେ ଆକ୍ରମଣ କରିବାକୁ ଚାହୁଁଛନ୍ତି ଯେଉଁମାନେ କି ତାଙ୍କୁ ଏହି ସମ୍ମିଳିତ କାର୍ଯ୍ୟରେ ସହାୟତା କରିବାକୁ ରାଜି ଅଛନ୍ତି । ଏଥିରେ ସଂକ୍ଷିକ୍ତ ଓ ସିଧାସଳଖ ଲକ୍ଷ୍ୟଟି ବୋଧେ ହେଉଛି ଚାଇନାର ସଫ୍ଟଓୟାର ଲୁଟ ଓ ବାଣିଜ୍ୟିକ ଗୁପ୍ତକଥା ର ଚୋରୀ ସହିତ ଚୀନ କରୁଥିବା  ନିଷିଦ୍ଧ ଦ୍ରବ୍ୟର ବେପାର ବଣିଜକୁ  ରୋକିବା  । ଚୀନ ହେଉଛି ମୂଳ ଦୋଷୀ, ତେଣୁ ତା ହାତକୁ ଯୁକ୍ତରାଷ୍ଟ୍ର ଆମେରିକା ଓମନିବସ ଟ୍ରେଡ୍ ଆଣ୍ଡ କମ୍ପିଟିଟିଭନେସ୍ ଆକ୍ଟ ଅଫ ୧୯୮୮ ସେକ୍ସନ ୩୦୧ ଅନୁସାରେ  ମୋଡାଯିବା ଦରକାର । ଚୀନର ଅବୈଧ  ପ୍ରଯୁକ୍ତି ହସ୍ତାନ୍ତର ଏବଂ ବୌଦ୍ଧିକ ସମ୍ପଦାର ଗୁଢତା ଯୁକ୍ତରାଷ୍ଟ୍ର ଆମେରିକାର ବାଣିଜ୍ୟିକ ସ୍ୱାର୍ଥକୁ କ୍ଷତି ପହୁଞ୍ଚାଉଛି । ଆହୁରି ମଧ୍ୟ ଚାଇନାରୁ ଆମଦାନୀ କରାଯାଉଥିବା ଜୋତା, କପଡା, ବୈଦ୍ୟୁତିକ ସାମଗ୍ରୀ  ଏବଂ ପୋଷାକ ଉପରେ ନିଷିଦ୍ଧ ଶୁଳ୍କ ଲଗାଇବା ପାଇଁ ମଧ୍ୟ ଆହ୍ୱାନ ଦିଆଯାଇଛି ।

କିନ୍ତୁ ଚାଇନା ଏସବୁ କଥାରେ ଆଦୌ ଉତ୍ତେଜିତ ହୋଇଥିôା ପରି ଜଣା ପଡୁନାହିଁ । ପ୍ରାରମ୍ଭରେ ଟ୍ରମ୍ପଙ୍କର ସଂରକ୍ଷଣବାଦୀ ପଦକ୍ଷେପକୁ ବିଶ୍ୱ ବାଣିଜ୍ୟ  ସଂଗଠନର ନିୟମ ଆଧାରିତ ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥାକୁ  ଦୁର୍ବଳ କରିବାପାଇଁ ଏକ ପଦକ୍ଷେପ ଭାବରେ ବିଚାର ଓ ଗ୍ରହଣ କରାଯାଉଥିଲା । ଏବେ ବିଶ୍ୱ ହୁଏତ ଦେଖୁଥିବ ଯେ  ଜୁନ ୧୯୩୦ରେ ଆସିଥିବା ସ୍ମୁଟ-ହାଓô୍ଲେ ତାରିଫ ଆକ୍ଟର ପାଖାପାଖି କିଛି ଖେଳ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ଯେଉଁଥିରେ  ଯୁକ୍ତରାଷ୍ଟ୍ର ଆମେରିକାର ସହଯୋଗୀ ବାଣିଜ୍ୟିକ ଅଂଶୀଦାର ମାନଙ୍କର ୨୦ ହଜାର ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରାଇବା ସହିତ ଏହାର ପ୍ରତିବିଧାନ ବ୍ୟବସ୍ଥା କରାଇବା ପାଇଁ ଲୋକଙ୍କୁ ଉତ୍ତେଜିତ କରାଯାଉଛିି । ଯାହାକି ବିଶ୍ୱକୁ ଏକ ଗମ୍ଭୀର ବାଣିଜ୍ୟ ଯୁଦ୍ଧ, ବିଶ୍ୱ ବାଣିଜ୍ୟର ସଂକୋଚନ ଏବଂ  ମାନ୍ଦାବସ୍ଥା ଆଡକୁ ଟାଣି ନେଇଛି ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top