ISSN (Print) - 0012-9976 | ISSN (Online) - 2349-8846

ପୁରୁଣା ଓ ନୂଆ ପେଶୱାଇ

ହିନ୍ଦୁତ୍ୱ ବିରୋଧୀ ଦଳିତ ଆନ୍ଦୋଳନ ଭୀମ କୋରେଗାଓଁରେ ଉଚ୍ଚଜାତିର ଲୋକଙ୍କୁ ହିଂସାତ୍ମକ ହେବାକୁ ପ୍ରୋତ୍ସାହିତ କରିଛି

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଗତ ୧ ଜାନୁୱାରୀ ୨୦୧୮ରେ ମହାରାଷ୍ଟ୍ରର ପୁନେ ଜିଲ୍ଲାର  ଭୀମ କୋରେଗାଓଁରେ ହୋଇଥିବା ଆନ୍ଦୋଳନର ଦ୍ୱିଶତବାର୍ଷିକୀ ଉତ୍ସବରେ କିଛି ଲୋକ ସାରା ରାଜ୍ୟରୁ ଆସି ଏକତ୍ରିତ ହୋଇଥିବା ଦଳିତ ଲୋକଙ୍କ ଉପରେ ଆକ୍ରମଣ କରି ସେମାନଙ୍କୁ ଘଉଡାଇ ଦେଇଥିଲେ । ପ୍ରତିକ୍ରିୟାରେ ଉତ୍ୟକ୍ତ ଦଳିତ ଲୋକମାନେ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ପ୍ରତିବାଦ ଆନ୍ଦୋଳନ କରିଥିଲେ । ଏହି ଆକ୍ରମଣ ପଛରେ ମୂଳ କାରଣଟି ଥିଲା ବୋଧେ ଏଇଆ ଯେ ଆକ୍ରମଣକାରୀମାନଙ୍କ ଧାରଣା ହୋଇଯାଇଥିଲା ଯେ ଏହି ସମ୍ମେଳନ ହିନ୍ଦୁତ୍ୱ ବିରୁଦ୍ଧରେ ହେଉଛି । କାରଣ ଏହି ସମ୍ମିଳନୀରେ ଦଳିତ ଓ ସଂଖ୍ୟାଲଘୁ ନେତାମାନେ ହିଁ ଅଧ୍ୟକ୍ଷତା କରୁଥିଲେ ଯେଉଁମାନେ କି ଆଜି ଦକ୍ଷିଣପନ୍ଥୀ ଶକ୍ତିମାନଙ୍କ ବିରୁଦ୍ଧରେ ସବୁଠୁ ବଡ ପ୍ରତିବାଦର ସ୍ୱର ପାଲଟିଛନ୍ତି ।

ଭୀମ କୋରେଗାଓଁଠାରେ ୧୮୧୮ ରେ ବ୍ରିଟିଶ ସାମ୍ରାଜ୍ୟର ସୈନ୍ୟବାହିନୀ ଓ ପେଶୱା ସାମ୍ରାଜ୍ୟ ଭିତରେ ଯେଉଁ ଯୁଦ୍ଧ ହୋଇଥିଲା  ତାହା ଦଳିତ ଇତିହାସର ଏକ ଏତିହାସିକ  କ୍ଷଣ ଥିଲା । ଏଠାରେ ଔପନିବେଶିକ ଶକ୍ତିମାନଙ୍କର ଯେଉଁ ବିଜୟ ଘଟିଲା ତାହା ଦୁର୍ଦ୍ଦଶ ମାହାର ବାହିନୀର ଜୋରଦାର ଯୁଦ୍ଧ ଫଳରେ ଘଟିଲା ଓ ଏଥିରେ ବ୍ରାହ୍ମଣ ସମ୍ପ୍ରଦାୟର ପେଶୱା ଶାସନର ଅନ୍ତ ଘଟିଥିଲା । ଏହି ସାସ୍କୃତିକ ସ୍ମୃତିକୁ ନିଜେ ବି ଆର ଆମ୍ବେଦକର ମଧ୍ୟ ଅତ୍ୟାଚାରୀଙ୍କ ବିରୁଦ୍ଧରେ ଦଳିତ ଶକ୍ତିମାନଙ୍କର ବୀରତ୍ୱ ଓ ବିଜୟର  ପ୍ରତୀକ ବୋଲି କହି ସେହି ସ୍ମୃତିକୁ ପୁନଃ ସତେଜ କରାଇଥିଲେ । ପରେ ପରେ ପ୍ରତିବର୍ଷ ଏହାକୁ ହିନ୍ଦୁ-ଉଚ୍ଚଜାତି ସଂସ୍କୃତିର ବିରୋଧୀ କାର୍ଯ୍ୟକ୍ରମ ଭାବରେ ପାଳନ କରାଗଲା । ଡିସେମ୍ବର ଏବଂ ଜାନୁଆରୀ ମାସରେ ପାଳନ କରାଯାଉଥିବା ଏହିପରି କାର୍ଯ୍ୟକ୍ରମ ମାନଙ୍କ ଭିତରେ ରହିଛି ଡିସେମ୍ବର ୬ ତାରିଖରେ ଆୟୋଜିତ ହେଉଥିବା ଆମ୍ବେଦକରଙ୍କ ପୂଣ୍ୟତିଥି ଯେତେବେେଳେ ମୁମ୍ବାଇର ଚୈତ୍ୟଭୂମୀଠାରେ ହଜାର ହଜାର ଦଳିତ ଏକତ୍ରିତ ହୋଇ ଆମ୍ବେଦକରଙ୍କୁ  ସମ୍ମାନ ପ୍ରଦାନ କରିଥାନ୍ତି । ସେହିପରି ଡିସେମ୍ବର ୨୫ ତାରିଖରେ ଆମ୍ବେଦକରଙ୍କ ପକ୍ଷରୁ ମନୁସ୍ମୃତି ପୁସ୍ତକକୁ ଜଳାଯିବା ଘଟଣାକୁ ମଧ୍ୟ ପ୍ରତିବର୍ଷ ପାଳନ କରାଯାଇଥାଏ  । ବିଶେଷକରି ଦଳିତ-ବହୁଜନ-ମହିଳା ସପକ୍ଷବାଦୀ ସଙ୍ଗଠନଗୁଡିକ ପକ୍ଷରୁ ଏହି ଦିନଟିକୁ ଭାରତୀୟ ସ୍ତ୍ରୀ ମୁକ୍ତି ଦିବସ ରୂପେ ପାଳନ କରାଯାଇଥାଏ । ସେହିପରି ଜାନୁଆରୀ ୧ ତାରିଖରେ ପୁନେର କୋରେଗାଓଁ ଯୁଦ୍ଧକ୍ଷେତ୍ରଠାରେ ଭୀମକୋରେଗାଓଁ ବିଜୟ ଦିବସ ପାଳନ କରାଯଏ, ଜାନୁଆରୀ ୩ ତାରିଖ ଦିନ ସାବିତ୍ରୀ ବାଇ ଫୁଲେଙ୍କର ଜନ୍ମ ଦିବସକୁ ଦଳିତ ମାନଙ୍କ ପକ୍ଷରୁ ଶିକ୍ଷକ ଦିବସ ଭାବରେ ପାଳନ କରାଯାଇଥାଏ , ଏବଂ ଜାନୁଆରୀ ୨୬ ତାରିଖକୁ ଜନତନ୍ତ୍ର ଦିବସ ରୂପେ ପାଳନ କରାଯାଇଥାଏ ଯେଉଁଦିନ କି ବାବା ସାହେବ ଆମ୍ବେଦକରଙ୍କ ପ୍ରଣିତ ଭାରତୀୟ ସମ୍ବିଧାନକୁ ଗ୍ରହଣ କରାଯାଇଥିଲା । ଏହି ସବୁ ଦିବସ ଓ କାର୍ଯକ୍ରମଗୁଡିକରେ ସାମିଲ ହେବା ସହିତ ରାଜ୍ୟର ଦଳିତମାନଙ୍କ ମଧ୍ୟରେ ଏକ ଆମ୍ବେଦକରାଇଟ ପରିଚୟର ମଧ୍ୟ ସୃଷ୍ଟି ହୋଇଛି ।

ଚଳିତ ବର୍ଷର ଭୀମ କୋରେଗାନ ଦିବସ ପାଳନ ବେଳେ ବ୍ୟାପକ ଭାବେ ହିନ୍ଦୁତ୍ୱ ବିରୋଧୀ ରାଜନୈତିକ ଉଦଗୀରଣ ଦେଖିବାକୁ ମିଳିଲା । ବହୁ ପରିମାଣରେ ଦଳିତ ସଭ୍ୟ ସମାଜ ଏବଂ ସାଂସ୍କୃତିକ ସଂଗଠନ, ବି ଆର ଆମ୍ବେଦକରଙ୍କ ନାତି ତଥା ଭାରିପା ବହୁଜନ ମହାସଂଘ ପାର୍ଟିର ଅଧ୍ୟକ୍ଷ  ପ୍ରକାଶ ଆମ୍ବେଦକରଙ୍କ ନେତୃତ୍ୱରେ ଭୀମ କୋରେଗାଓଁ ସୌର୍ଯ୍ୟ ଦିବସରୁ ଆରମ୍ଭ ହୋଇଥିବା ଅଭିଯାନକୁ  ପ୍ରେରଣା ଅଭିଯାନ ନାମରେ ଘୋଷଣା କରି କହିଲେ ଯେ ଏଲଗାର ପରିଷଦ ପକ୍ଷରୁ ୩୧ ଡିସେମ୍ବର ୨୦୧୭ରେ ଏହି ଦ୍ୱବାର୍ଷିକ କାର୍ଯ୍ୟକ୍ରମକୁ ପୂର୍ବରୁ କରାଯିବ । ସ୍ଥାନ ହେବ ସାନିୱାରୱାଡା ବା ପୁନେ ନଗରୀର ପୂର୍ବତନ ପେଶୱା ପ୍ୟାଲେସ୍ । ଏହି ସମ୍ମେଳନର ବିଷୟବସ୍ତୁ ରହିବ ନୂଆ-ପେଶୱାଇ (ନୂଆ-ଫାସିବାଦୀ)ଙ୍କ ବିରୁଦ୍ଧରେ ମୁହଁ ଖୋଲ । ବିଷୟବସ୍ତୁରେ ଥିଲା ସମ୍ପ୍ରତି ଶାସନରେ ଥିବା ଗୋଟିଏ ରାଜନୀତିକ ଦଳର ହିନ୍ଦୁ ଦକ୍ଷିଣପନ୍ଥୀ ମତାଦର୍ଶ ଉପରେ ରାଜନୈତିକ ଆକ୍ରମଣ  । ଏଥିରେ ଯେଉଁ ମୁଖ୍ୟବକ୍ତାମାନେ ଥିଲେ ସେମାନେ ହେଉଛନ୍ତି ପ୍ରକାଶ ଆମ୍ବେଦକର, ଦଳିତ ନେତା ଓ ଗୁଜୁରାଟ ବିଧାନସଭାର ସ୍ୱାଧିନ ବିଧାୟକ ଜିଗ୍ନେଶ ମେୱାନୀ, ଛତିଶଗଡର ସାମାଜିକ କର୍ମୀ ସୋନୀ ସୋରି, ମହାରାଷ୍ଟ୍ରର ଉଲକା ମହାଜନ, ଆତ୍ମହତ୍ୟା କରିଥିବା ଛାତ୍ରନେତା ରୋହିତ ଭେମୁଲା ଙ୍କ ମାତା ରାଧିକା ଭେମୁଲା ତଥା ଛାତ୍ରନେତା ଦୋନ୍ତା ପ୍ରଶାନ୍ତ ଓ ଉମର ଖଲିଦ୍ । ଏହି ସମସ୍ତ ବକ୍ତାମାନେ ହେଉଛନ୍ତି ଦେଶରେ ହିନ୍ଦୁତ୍ୱ ମତାଦର୍ଶ ଓ  ଭାରତୀୟ ଜନତା ପାର୍ଟିର ପ୍ରଚଣ୍ଡ ବିରୋଧୀ । ସମ୍ମେଳନରେ ଏହି ବକ୍ତାମାନଙ୍କର ଭାଷଣ ହିଁ ଉଚ୍ଚଜାତିର ଲୋକମାନଙ୍କୁ ସେମାନଙ୍କ ସମ୍ମେଳନ ଉପରେ ଆକ୍ରମଣ କରିବାକୁ ପ୍ରେତି କରିଥିôଲା । ୩୧ ଡିସେମ୍ବର ୨୦୧୭ରେ ଏହି ଆକ୍ରମଣ ହେଇଥିଲା ଓ ୧ ଜାନୁଆରୀ ୨୦୧୮ରେ ବ୍ୟକ୍ତିବିଶେଷ, ଗୋଷ୍ଠୀ ଏବଂ ସେମାନଙ୍କ ସମ୍ପତ୍ତି ଉପରେ ଆକ୍ରମଣ କରାଯାଇଥିଲା  ଯେଉଁଥିରେ ଜଣକଙ୍କର ମୃତ୍ୟୁ ହୋଇ ଯାଇଥିଲା, ବହୁ ଲୋକ ଆହତ ହୋଇଥିଲେ ଓ ବହୁ କାର ଭାଙ୍ଗିରୁଜି ଯାଇଥିଲା ।

ଦଳିତ ଏଲଗାର ପରିଷଦରର ସାମନ୍ୟ ଆହ୍ୱାନ ପୁନେର ପ୍ରଧାନ ବ୍ରାହ୍ମଣ ସମ୍ପ୍ରଦାୟକୁ ଉତ୍ୟକ୍ତ କରିଥିଲା ଯଦିଓ ଚାପରେ ପଡି ସେମାନେ ସମ୍ମେଳନର ସଙ୍ଗଠକମାନଙ୍କୁ ଭୀମ କୋରେଗାଓଁର ଇତିହାସ ଉପରେ ଆଲୋଚନା କରିବାକୁ ଡାକିଥିଲେ । ଏହି ସମ୍ପ୍ରଦାୟ ମଧ୍ୟ ୨୦୧୭ ରେ କିଛି ମାସ ପୂର୍ବରୁ ଯେତେବେଳେ ଜଣେ ବୈଜ୍ଞାନିକ ମେଧା ଖୋଲେ ତାଙ୍କ ମହିଳା ରୋଷେୟା ଜଣକ ତାର ଅସଲ ଜାତି ଲୁଚାଇ ତାଙ୍କ ଘରେ କାମ କରିବାର ଜାଣି ତାଙ୍କ ବିରୁଦ୍ଧରେ ମୋକଦମ୍ମା କରିବାକୁ ବାହାରିଥିଲେ ସେତେବେଳେ ଚାପରେ ଆସିଯାଇଥିଲେ । ବିଜେପି ମହାରାଷ୍ଟ୍ରରେ ଅବ୍ରାହ୍ମଣ-ମରାଠା ରାଜନୈତିକ ଶକ୍ତି କଂଗ୍ରେସ-ଏନସିପି ମେଣ୍ଟକୁ ହରାଇ ଶାସନକୁ ଆସିବା ପରେ ରାଜ୍ୟରେ ବ୍ରାହ୍ମଣ ଓ ଅନ୍ୟ ପଛୁଆ ଜାତି ମଧ୍ୟରେ ଏକ ସାମାଜିକ ସମ୍ପର୍କ ଆଣିବାପାଇଁ ଉଦ୍ୟମ କରିଥିଲା । ଏହାର ମୁଖ୍ୟ ସ୍ଥପତି ଥିଲେ ଶିବ ପ୍ରତିଷ୍ଠାନର ସମ୍ଭାଜି ଭିଡେ ଓ ହିନ୍ଦୁ ଏକତା ମଞ୍ଚର ମିଲିନ୍ଦ ଏକବୋତେ  । ଏହି ଦୁଇ ନେତାଙ୍କର କେନ୍ଦ୍ର ଓ ରାଜ୍ୟର ବିଜେପୀ ସରକାର ତଥା ରାଜ୍ୟରେ ଘଟିଥିବା ଅନେକ ଦଙ୍ଗା ଓ ସାମ୍ପ୍ରଦାୟିକ ହିଂସାକାଣ୍ଡ ବିଶେଷକରି ଦଳିତ ସମ୍ପ୍ରଦାୟଙ୍କ ବିରୁଦ୍ଧରେ ଘଟିଥିବା ହିଂସାକାଣ୍ଡରେ ସମ୍ପୃକ୍ତି ରହିଥିଲା ।

କୁହାଯାଇଥାଏ ଯେ ବିଜେପି ଏହି ଦଳିତ ପ୍ରତିବାଦ ଘଟଣାରେ ହାତେ ମାପି ଚାଖଣ୍ଡେ ଚାଲୁଥିଲା  । ଯଦିଓ ସେମାନେ ମହାରାଷ୍ଟର ଜନସଂଖ୍ୟାର ମାତ୍ର ୧୦ % ଅଟନ୍ତି ତଥାପି ଯେହେତୁ ସେମାନଙ୍କର  ଭଲ  ସଂଗଠନ ରହିଛି ଓ ସହରୀ-ଗ୍ରାମୀଣ ବିଭାଜନ ଉପରେ ଏକ ସକ୍ରିୟ ନେଟୱାର୍କ ରହିଛି ତେଣୁ ବିଜେପି ହିନ୍ଦୁ ସତର୍କତାକୁ ସଠିକ ଭାବରେ ପରିଚଳନା  କରିପାରିବାର ସାମର୍ଥ୍ୟ ନଥିବାରୁ ନିଜକୁ ସ୍ମାର୍ଟ ଦେଖେଇବାର ଏକ ବ୍ୟବସ୍ଥା କରିଛି । ଗତ ଦୁଇବର୍ଷ ମଧ୍ୟରେ ବିଜେପି ଦଳିତ ବିରୋଧୀ ମରହଟ୍ଟା ଆନ୍ଦୋଳନକୁ ଏଇଥିପାଇଁ ସମର୍ଥନ କରି ଆସୁଛି ଯେ ସେମାନେ ଯେଉଁ ବିଶାଳ ହିନ୍ଦୁ ଏକତାର ସ୍ୱପ୍ନ ଦେଖୁଛନ୍ତି ତାକୁ ଏ କଥାଟି ସୁହାଉଛି । ସେ ଯାହା ହେଉ ଗୋଟିଏ ପଟେ ରାଜ୍ୟର ରାଜନୀତିକ ଅର୍ଥନୀତିରେ ଥିବା ମରହଟ୍ଟା ଆଧିପତ୍ୟ ଅନ୍ୟ ପଟେ ବ୍ରାହ୍ମଣମାନଙ୍କର ରାଜ୍ୟର ସାସ୍କୃତିକ ବୈଭବ ଉପରେ ଥିବା ଆଧିପତ୍ୟ ଭିତରେ ଦଳିତମାନେ ଚାପି ହୋଇ ଯାଉଛନ୍ତି । ନିତିନ ଆଗେ ଏବଂ କୋପାର୍ଡି ଘଟଣାରେ ବା ରାଜପୁତମାନଙ୍କ ପଦ୍ମାବତ୍ ବା ପଦ୍ମାବତୀ ମାମଲାରେ ରାଜପୁତମାନଙ୍କର ବିରୋଧ ଓ ଭୀମ କୋରେଗାଁଓ ଘଟଣାରେ ଦଳିତ ମାନଙ୍କର ପ୍ରତିବାଦ ପ୍ରକାଶ କରିଛି ଯେ ନ୍ୟାୟାଳୟ ଠାରୁ ରାଜରାସ୍ତା ପର୍ଯ୍ୟନ୍ତ ଦଳିତ ମାନଙ୍କୁ  କିପରି ଅନ୍ୟାୟର ସମ୍ମୁଖୀନ ହେବାକୁ ପଡୁଛି । କିନ୍ତୁ ହିନ୍ଦୁତ୍ୱ ଶକ୍ତି ବିରୁଦ୍ଧରେ ଦଳିତ ମାନଙ୍କର ନିଉ-ପେଶୱାଇ ର ବିରୋଧର ଯେଉଁ ଦୃଢ ରୂପ ଦେଖିବାକୁ ମିଳୁଛି ସେଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ଏହା ଦ୍ୱାରା ଦେଶର ହିନ୍ଦୁ-ଦକ୍ଷିଣପନ୍ଥୀ ମାନଙ୍କର ରାଜନୈତିକ ଭବିଷ୍ୟତ ନିଶ୍ଚିତ ବିପଦରେ ପଡିଯିବ ।

 

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top