ISSN (Print) - 0012-9976 | ISSN (Online) - 2349-8846

ବିଭାଜନ ଓ ମହାପ୍ଳାବନ

ଟ୍ରିପଲ ତଲାକର ଅପରାଧୀକରଣ ମୁସଲିମ ଓ ବିରୋଧୀଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବାର ଏକ ଚତୁରତାପୂର୍ଣ୍ଣ କୌଶଳ ମାତ୍ର 

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ନୂଆବର୍ଷ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ ଯେ ତାଙ୍କ ସରକାର ସୁନିଶ୍ଚିତ କରି ସାରିଛି ଯେ ଭାରତୀୟ ମହିଳାମାନେ ବିନା ପୁରୁଷରେ ହଜ କରିବା ପାଇଁ ମକ୍କା ଗସ୍ତ କରି ପାରିବେ । ଏହା ହେଉଛି ସତକୁ ଲୁଚେଇବା ପାଇଁ ସେଥିରେ ରଙ୍ଗବୋଳିବାର ଏକ ପ୍ରୟାସ । ଅନ୍ୟ କଥାରେ କହିଲେ ଏକ ସଫେଦ  ମିଛ  । ୨୦୧୫ରେ ସାଉଦୀ ଆରବ ସରକାର ହଜ ଯାତ୍ରା କରୁଥିବା ମହିଳାଙ୍କୁ ନେଇ ଥିବା ପୁରୁଣା ଆଇନରେ ପରିବର୍ତ୍ତନ କରିଛନ୍ତି । ସେଥିରେ କୁହାଯାଇଛି ଯେ ଯେଉଁ ମହିଳା ମାନନଙ୍କର ବୟସ  ୪୫ରୁ ଅଧିକ ସେମାନେ ଯଦି ଚାରିଜଣ ମହିଳାଙ୍କର ଏକ ଦଳ କରି ଯିବେ ତେବେ ହଜ ଯାତ୍ରା ବେଳେ କୌଣସି ପୁରୁଷଙ୍କୁ ସାଥିରେ ନେବାର ଆବଶ୍ୟକତା ନାହିଁ । କୌଣସି ଦେଶ ଅନ୍ୟ ଦେଶକୁ ଏହାର ନାଗରିକ ପଠାଇବା ବିଷୟରେ ନିଜେ ଗୋଟିଏ ଅଲଗା ଆଇନ ତିଆରି କରିଦେଇ ପାରିବ ନାହିଁ । ଏ କ୍ଷେତ୍ରରେ ସାଉଦୀ ଆରବ ହିଁ  ନିୟମ କରିପାରିବ ଯେ ତାଙ୍କ ଦେଶକୁ ବିଦେଶୀ ମାନଙ୍କର ପ୍ରବେଶ ପାଇଁ କ’ଣ କ’ଣ ବ୍ୟବସ୍ଥା ହେବ । ତେବେ ନରେନ୍ଦ୍ର ମୋଦୀ ଓ ଭାରତୀୟ ଜନତା ପାର୍ଟି ଶାସନକୁ ଆସିବା ପରେ ବିଜେପିର କାର୍ଯ୍ୟକର୍ତ୍ତାମାନେ ମୁସଲିମ ପୁରୁଷମାନଙ୍କ ଉପରେ  ଗୋସୁରକ୍ଷା ନାମରେ ହିଂସାତ୍ମକ ଆକ୍ରମଣ ଚଳାଇ ସେମାନଙ୍କୁ ହତ୍ୟା କରୁଥିବା  ବେଳେ ସବୁ ଦେଖି  ଚୁପ ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଚାନକ ମୁସଲିମ ମହିଳାଙ୍କ ପ୍ରତି ଏତେ ଦରଦୀ ହୋଇଗଲେ କିପରି?

ଇତିମଧ୍ୟରେ ଲୋକସଭାରେ ମୁସଲିମ ଓମେନ୍ (ପ୍ରୋଟେକ୍ସନ ଅଫ ରାଇଟ୍ସ ଅନ ମ୍ୟାରେଜ୍)ବିଲ, ୨୦୧୭ କୁ ପେଶ କରାଯାଇ   ବିନା କୌଣସି ଆଲୋଚନାରେ ସଂସଦରେ ପାରିତ ହୋଇ ସାରିଛି  । ଯେଉଁଥିରେ କୌଣସି ମୁସଲିମ ମହିଳାଙ୍କୁ ଅଚାନକ ଛାଡପତ୍ର ଦିଆଯିବା ବିଷୟକୁ ଅପରାଧ ଭାବରେ ବର୍ଣ୍ଣନା କରାଯାଇଛି । କିନ୍ତୁ ଏହା କରାଯିବା ପଛରେ ମଧ୍ୟ ଭିନ୍ନ କିଛି କାରଣ ରହିଛି । ଏହି ବିଧେୟକଟି ପାରିତ ହେବା ପଛରେ ମୋଦୀଜୀ ଓ ବିଜେପିର ଯେଉଁ ଭାବନା ରହିଛି ତାହା ସମ୍ପୂର୍ଣ୍ଣ ଲୋକଦେଖାଣିଆ ।  ଏହାକୁ ଲୋକଦେଖାଣିଆ ବୋଲି ଏଇଥିପାଇଁ କୁହାଯାଇଛି ଯେ ଅନେକ ଦିନ ଧରି ବାର ବାର ତ୍ରୀ-ତଲାକ ବା ତଲାକ-ଇ-ବିଦାତ୍ କୁ ବିରୋଧ କରି ଆସୁଥିବା ମହିଳାଗୋଷ୍ଠୀ ଯେଉଁମାନଙ୍କୁ କି ମୁସଲିମ ସମ୍ପ୍ରଦାୟର ଏକ ଗୋଷ୍ଠୀ ମଧ୍ୟ ସମର୍ଥନ କରି ଆସୁଛନ୍ତି ସେମାନଙ୍କୁ ଏପରି ଏକ ଆଇନ କରାଯିବା ପୂର୍ବରୁ ଥରୁଟିଏ ହେଲେ ପଚରା ମଧ୍ୟ ଗଲାନାହିଁ । ବରଂ ଏହି ବିଧେୟକକୁ ସଂସଦରେ ରଖାଯିବାର ମାତ୍ର କିଛି ସପ୍ତାହ ପୂର୍ବରୁ ତଲାକ ମାମଲାରେ ସୁପ୍ରିମ କୋର୍ଟ ଯାଇଥିବା ଗୋଟିଏ ଗୋଷ୍ଠୀ ଦାବି କରିଥିଲା ଯେ ଏହି ଆଇନକୁ ଚୂଡାନ୍ତ ସ୍ପର୍ଶ ଦିଆଯିବା ପୂର୍ବରୁ ପ୍ରଥମେ ଏ ବିଷୟରେ ସବୁ ଦାବୀଦାରଙ୍କୁ ନେଇ ବିସ୍ତାରରେ ଆଲୋଚନା ହେବା ଆବଶ୍ୟକ । ଏହି ଗ୍ରୁପଗୁଡିକ ବାରମ୍ବାତ୍ତତ୍ରୀ-ତଲାକ ମାମଲାକୁ ଅପରାଧ ସହିତ ନଯୋଡିବାପାଇଁ ଦାବୀ କରି ଆସିଛନ୍ତି । ସେମାନେ ଏକଥା ମଧ୍ୟ ଦର୍ଶାଇଛନ୍ତି ଯେ ଏହା ପୂର୍ବରୁ ମହିଳା(ବିଶେଷକରି ମୁସଲିମ ମହିଳା)ମାନଙ୍କୁ ନେଇ ଯେତେ ଆଇନ୍ କରାଯାଇଛି ସେସବୁକୁ ଚୂଡାନ୍ତ ରୂପ ଦିଆଯିବା ପୂର୍ବରୁ ସେ ସମ୍ବନ୍ଧରେ ବିଶଦ ଭାବରେ ଦାବୀଦାର ଗୋଷ୍ଠୀମାନଙ୍କ ମଧ୍ୟରେ  ଆଲୋଚନା କରାଯାଇଛି । ଏହି ଗୋଷ୍ଠୀମାନଙ୍କର  କହିବା କଥା ଯେ ବିବାହ ହେଉଛି ଦୁଇଜଣ ସାବାଳକ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାପିତ ହେଉଥିବା ସମ୍ପର୍କ ଯାହାକି ଏକ ସିଭିଲ ମାମଲା । ତେଣୁ ଏହାକୁ ଅପରାଧିକ ମାମଲା ଭାବରେ ବିଚାର ନକରି ଓ ସିଭିଲ ମାମଲା ଭାବରେ ବିଚାର କରାଯିବା ଦରକାର । ଏଥିରେ ମହିଳାମାନଙ୍କୁ ଆହୁରି ତଳକୁ ନେଇ ନଯାଇ ସେମାନଙ୍କୁ ଶକ୍ତିଶାଳୀ କରିବ ।

ଏହି ଆଇନକୁ ଏତେ ଶୀଘ୍ର ପାରିତ କରିବାର ଆବଶ୍ୟକତା କ’ଣ ଥିଲା? ଗତ ବର୍ଷ ଅଗଷ୍ଟ ମାସରେ ଏହି ଗୋଷ୍ଠୀମାନଙ୍କ ପକ୍ଷରୁ ଏ ସମ୍ବନ୍ଧରେ ନ୍ୟାୟାଳୟରେ ଯେଉଁ ମୋକଦମ୍ମା କରାଯାଇଥିଲା ସେଥିରେ ନ୍ୟାୟାଳୟଙ୍କ ପକ୍ଷରୁ କୁହାଯାଇଥିଲା ଯେ ଏଭଳି ଛାଡପତ୍ର ବେଆଇନ୍ । ଆଉ ଯଦି ଏଥିପାଇଁ ତା ଉପରେ ବି ଆଇନ୍ କରିବାର ଥିଲା ତାହେଲେ ଏକ ସିଭିଲ ମାମଲାରେ ଅପରାଧୀକ ଆଇନ କରିବାର ଆବଶ୍ୟକତା କ’ଣ ଥିଲା? ଏହାର କ’ଣ କୌଣସି  ସିଭିଲ ନିଦାନ କରାଯାଇ ପାରି ନଥାନ୍ତା? ସେଭଳି କୌଣସି ସମାଧାନର ବାଟ ଖୋଜାଯାଇଥିଲା କି?

ତେଣୁ ଜଣେ ଏହି ଉପସଂହାରରେ ପହଞ୍ôଚବାକୁ ବାଧ୍ୟ ହେବ ଯେ ମୁସଲିମ ମହିଳାଙ୍କ କ୍ଷେତ୍ରରେ  ସରକାରଙ୍କ ଉଦ୍ଦେଶ୍ୟ ଆଦୌ ସ୍ୱାର୍ଥ ରହିତ ନୁହେଁ, ବରଂ ଏହା ଏକ ଚତୁର ରାଜନୈତିକ ହିସାବ କିତାବ ଉପରେ ପର୍ଯବେସିତ । ସିଧାକଥା ହେଉଛି ଯେ ଏପରି ଏକ ଆଇନ କରି ବିଜେପିି ମୁସଲିମ ମହିଳାମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ସହିତ ମୁସଲିମ ସମ୍ପ୍ରଦାୟକୁ ଭାଗ ଭାଗ କରିବା ମତଲବରେ ଅଛି । ମୁସଲିମ ଧର୍ମଗୁରୁମାନେ ଏହି ଆଇନକୁ ବିରୋଧ କରିବା ଆରମ୍ଭ କଲେଣି । ଏମାନେ ମଧ୍ୟ ସେହି ଲୋକ ଯେଉଁମାନଙ୍କୁ ମୁସଲିମ ମହିଳାମାନେ ବାରବାର ଅଚାନକ ଛାଡପତ୍ର ବ୍ୟବସ୍ଥ୍ା ଉପରେ ପୁର୍ନବିଚାର କରି ଏଭଳି ପ୍ରଥାକୁ ବନ୍ଦ କରିବାପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରି ଆସିଛନ୍ତି । ଏବେ ଏପରି ଏକ ଅବସ୍ଥ୍ା ଉପୁଜିଛି ଯେଉଁଠି ଗୋଟିଏ ପଟେ ମୁସଲିମ ସମ୍ପ୍ରଦାୟର ମହିଳାଙ୍କ ପକ୍ଷରୁ ଅଚାନକ ଛାଡପତ୍ର ବିରୁଦ୍ଧରେ ମତ ପ୍ରକାଶ ପାଇ ଚାଲିଛି କାରଣ ଏହି ତ୍ରୀ-ତଲାକ ବ୍ୟବସ୍ଥାରେ ସେମାନଙ୍କୁ ଥରେ ଅଚାନକ ଛାଡପତ୍ର ଦେଇ ଦିଆଯିବା ପରେ ସେମାନଙ୍କ ଜୀବନରେ କେବଳ ଅନ୍ଧାର ହିଁ ଅନ୍ଧାର ଘୋଟି ଯାଉଛି ଓ ସେମାନଙ୍କ ପାଇଁ  ସବୁ ରାସ୍ତା ବନ୍ଦ ହୋଇଯାଉଛି, ଅନ୍ୟପଟେ ଏପରି ଏକ ପାର୍ଟି ସେମାନଙ୍କର ଏହି ସମସ୍ୟା ସମାଧାନ ପାଇଁ ବାହାରିଛି ଯେଉଁ ପାର୍ଟିର ବାସ୍ତବରେ ଏହି ସମ୍ପ୍ରଦାୟ ପ୍ରତି କୌଣସି ଦୁର୍ବଳତା ନାହିଁ ।

ଦେଖିବାକୁ ମିଳୁଛି ଯେ ଏହି ରାଜନୈତିକ ଚତୁରତା କାମ କରିବାକୁ ଆରମ୍ଭ କରିଛି । ଦେଶର କୌଣସି ରାଜନୈତିକ ଦଳ ଏହି ଛାଡପତ୍ର ପ୍ରଥାକୁ ଅପରାଧର ରୂପ ଦେଇ ଏହାକୁ ବନ୍ଦ କରିବାକୁ  ଅଣାଯାଉଥିବା ବିଧେୟକ ବିରୁଦ୍ଧରେ ମୁଁହ ଖୋଲୁ ନାହାନ୍ତି । ସ୍ପଷ୍ଟ ଭାବରେ କହିଲେ କଂଗ୍ରେସ ସହିତ କୌଣସି ବିରୋଧୀଦଳ ପୁରାପୁରି ମୁସଲିମ ମହିଳା ବିରୋଧୀ ବା ମୁସଲିମ ପୁରୁଷ ସପକ୍ଷବାଦୀ ହୋଇ ପାରିବେନାହିଁ । ଯେତେେବେଳ ଏହି ବିଷୟଟିକୁ ମୁସଲିମ ମହିଳାମାନଙ୍କୁ ସେମାନଙ୍କ ପୁରୁଷମାନଙ୍କ ହାତରୁ ବଞ୍ଚାଇବା ଭଳି ନିମ୍ନସ୍ତରକୁ ନେଇଆସି ବିଚାର କରାଯାଏ ସେତେବେଳେ ଏହାକୁ ବିରୋଧ କରିବାପାଇଁ କମ ସୁଯୋଗ ଥାଏ । ଏହା ମଧ୍ୟ ଏକଥାଟିକୁ ପ୍ରମାଣ କରେ ଯେ ଧର୍ମ ହେଉଛି ବିଜେପି ପାଇଁ ଏକ ସୁବିଧାଜନକ ମାର୍ଗ ।

କିନ୍ତୁ ଏଠାରେ ଯାହାକୁ ସହଜରେ ଭୁଲି ଯିବାର ଉଦ୍ୟମ କରାଯାଉଛି ତାହା ହେଉଛି ଯେ ତ୍ରୀ-ତଲାକ ବିଷୟଟିକୁ ଏ ସରକାର ନୁହେଁ, ମୁସଲିମ ମହିଳାମାନେ ହିଁ ଉଠାଇଛନ୍ତି । ସେମାନେ କୋର୍ଟର ଦ୍ୱାରସ୍ଥ ହୋଇ ସେମାନଙ୍କୁ ଭାରତୀୟ ନାଗରିକର ଅଧିକାରରୁ ବଞ୍ôଚତ କରାଯାଉଥିବା ବିରୁଦ୍ଧରେ ଯାଚିକା ଦେଇ ନ୍ୟାୟଭିକ୍ଷା କରିଛନ୍ତି । ଏବଂ ସେମାନେ ଏଥିରେ ଜିତାପଟ ମଧ୍ୟ ହାସିଲ କରି ସାରିଛନ୍ତି । କିନ୍ତୁ ସେମାନେ ଛାଡପତ୍ରକୁ ଅପରାଧ ଭାବରେ ନେବାକୁ ଆବେଦନ କରି ନଥିଲେ । ଏବେ ସେମାନେ ଅସୁବିଧାରେ ପଡି ଯାଇଛନ୍ତି । ଗୋଟିଏ ପକ୍ଷରେ ସେମାନେ ଜାଣୁଛନ୍ତି ଯେ ଏବେ ବହୁ ମୁସଲିମ ମହିଳା ଏଇଥିପାଇଁ ଖୁସି ହେବେ ଯେ ସେମାନଙ୍କୁ ଅଚାନକ ଛାଡପତ୍ର ବିରୁଦ୍ଧରେ ଏକ ଅସ୍ତ୍ର ମିଳିଯାଇଛି କିନ୍ତୁ ଅନ୍ୟ ପଟରେ ସେମାନେ ଏକଥା ମଧ୍ୟ ଜାଣିବା ଉଚିତ୍ ଯେ ଏଡି ଆଇନରେ ଗୁଡିଏ  ତ୍ରୁଟି ରହି ଯାଇଛି । ଏହା ରକ୍ଷଣାବେକ୍ଷଣ ବିଷୟରେ କିଛି କହି ନାହିଁ ଏବଂ ଛାଡପତ୍ର ଦେଇଥିବା ପୁରୁଷଟି ଥରେ ଜେଲ ଯିବା ପରେ ଆଉ ଦୁଇପକ୍ଷ ମଧ୍ୟରେ ପୁନଃମିଳାମିଶା ହୋଇ ପାରିବ ଏହି  ସମ୍ଭାବନାକୁ ଏଥିରେ ପୁରାପୁରି ନାକଚ କରି ଦିଆଯାଇ ସାରିଛି । ଏଭଳି ଏକ କଠୋର ପଦକ୍ଷେପ ମହିଳା ମାନଙ୍କ ପାଇଁ ବୁମେରାଂ ପ୍ରମାଣିତ ହୋଇପାରେ । ଏବେ ପୁଲିସ ଜଣେ ତୃତୀୟ ପକ୍ଷର ଅଭିଯୋଗ ଆଧାରରେ ମଧ୍ୟ ମୁସଲିମ ପୁରୁଷମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ କରି ଦେଇପାରେ । ଏବେ ବହୁ ଆଇନ ବିଶେଷଜ୍ଞ ମତ ଦେଲେଣି ଯେ ଆଗକୁ ମୁସଲିମ ପୁରୁଷମାନେ ଆଉ ମହିଳାମାନଙ୍କୁ ତଲାକ ନଦେଇ ବା ତଲାକ ଶବ୍ଦର ଆଦୌ ଉଚ୍ଚାରଣ ନକରି କେବଳ ପରିତ୍ୟାଗ କରି ଦେବେ ବା ସେମାନଙ୍କ ସହିତ ସମ୍ବନ୍ଧ କାଟିଦେବେ ।

ଶେଷରେ, ଏହି ସାରା ଘଟଣାରେ ଯେଉଁ କୁଟିଳତା ଦେଖିବାକୁ ମିଳିଛି ତାହାହିଁ ସବୁଠାରୁ ଅଧିକ କ୍ଳେଶଦାୟକ । ଗୋଟିଏ ଦଳ ଯାହାର ମୁସଲିମ ମାନଙ୍କ ପ୍ରତି ସାମାନ୍ୟ ଟିକିଏ ଦରଦ ନାହିଁ, ଯିଏ ମୁସଲିମମାନଙ୍କୁ ଏହାର ନିର୍ବାଚନୀ ଯୋଜନାରୁ ସମ୍ପୂର୍ଣ୍ଣ ବିଚ୍ୟୁତ କରି ରଖିଛି, ଯିଏ ମୁସଲିମଙ୍କ ବିରୁଦ୍ଧରେ ଏହାର ଘୃଣାତ୍ମକ ଭାଷଣ ବା କାର୍ଯକଳାପକୁ କେବେବି ବନ୍ଦ କରି ନାହିଁ, ସେ ଏବେ ଆମକୁ କହୁଛି ଯେ ତାର ମୁସଲିମ ମହିଳାଙ୍କ ପ୍ରତି ଦରଦ ଓ ଚିନ୍ତା ରହିଛି ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top