ISSN (Print) - 0012-9976 | ISSN (Online) - 2349-8846
Reader Mode

ମହଙ୍ଗା ଅନାଗ୍ରହ

ବିପର୍ଯ୍ୟୟ ପ୍ରତି ସରକାରୀ କର୍ମଚାରୀଙ୍କ ଅଚାନକ ପ୍ରତିକ୍ରିୟା ବା ଖାମଖିଆଳଈ ମନୋଭାବ ଜନସାଧାରଣଙ୍କ ଚାପରେ ଭାଙ୍ଗିବା ଦରକାର

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ପ୍ରତିଦିନ ବିଭିନ୍ନ ନଗର ଓ ସହରରେ ବହୁତଳ ବିଶିଷ୍ଟ କୋଠା ଭୁଷୁଡିବା, ନିଅାଁ ଲାଗିଯିବା ତଥା ଅନ୍ୟାନ୍ୟ ଦୁର୍ଘଟଣାର ଶିକାର ହେବାକୁ ନେଇ ଅନେକ ଖବର ପ୍ରକାଶିତ ହେଉଛି । ଏହା ସହିତ ଆଉ ଏକ ଖବର ମଧ୍ୟ ପ୍ରକାଶିତ ହେଉଛି ଯେ ଏହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଧି ପାଇବାରେ ଲାଗିଛି । ପ୍ରତି ଦୁର୍ଘଟଣା ପରେ ଏହାକୁ ନେଇ ଗଡ୍ଡାଳିକା ପ୍ରବାହରେ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଥାଏ, ଯେମିତିକି କର୍ତ୍ତୃପକ୍ଷଙ୍କ ତରଫରୁ  କୋଠାଗୁଡିକରେ ସୁରକ୍ଷା ସମ୍ପର୍କିତ ନିୟମ ଓ କାନୁନର ଉଲ୍ଲଂଘନ, ଏଥିପାଇଁ ଦୋଷୀ ପ୍ରମାଣିତ ଲୋକଙ୍କ ବିରୁଦ୍ଧରେ ସେହି କର୍ତ୍ତୃପକ୍ଷଙ୍କ ତରଫରୁ କଠୋର ଦଣ୍ଡ ବିଧାନ କରାଯିବାର ଘୋଷଣା ଆଦି ସହିତ ସହାନୁଭୂତିଶୀଳ କଥା ସବୁ ଶୁଣିବାକୁ ମିଳିଥାଏ । ଡିସେମ୍ବର ୨୦୧୭ରେ ମୁମ୍ବାଇରେ ଦୁଇଟି ବଡ ଅଗ୍ନୀକାଣ୍ଡ ଦେଖିବାକୁ ମିଳିଲା । ୨୯ ତାରିଖରେ ଏକ ମଦ୍ୟାଶାଳାରେ ଅଗ୍ନୀକାଣ୍ଡ ଘଟି ୧୪ ଜଣଙ୍କର ମୃତ୍ୟୁ ଘଟିଲା ଓ ଅନ୍ୟ ଗୋଟିଏ ଘଟଣାରେ ଏକ ଜଳଖିଆ ପ୍ରସ୍ତୁତ କରୁଥିବା ସଂସ୍ଥାରେ ନିଅାଁ ଲାଗି ୧୨ ଜଣ ଲୋକ ମୃତ୍ୟୁ ବରଣ କଲେ । ଏହି ଘଟଣାରେ କର୍ତ୍ତୃପକ୍ଷଙ୍କର ଯେଉଁ ପ୍ରତ୍ୟାଷିତ ପ୍ରତିକ୍ରିୟା ମିଳିଲା ତାହା ହେଉଛି ସେହି ସହରର ବେଆଇନ ଗଢି ଉଠିଥିବା ଓ ବଢିଥିବା କୋଠାବାଡି ଭାଙ୍ଗି ଦେବାର ଅକସ୍ମାତ ପ୍ରତିକ୍ରିୟା  । ଯାହାକି ଏହି ସବୁ ଘଟଣାରେ ଦେଖିବାକୁ ଓ ଶୁଣିବାକୁ  ମିଳିଥାଏ । ସେ ଯାହାହେଉ ଏହି ଦୁଇ ଘଟଣା ଓ ଦେଶରେ ଘଟିଥିବା ଏହିପରି ଅନ୍ୟ ଅନେକ ଘଟଣା( ଯେଉଁଥିରେ ଏକ ରେଳଷ୍ଟେସନରେ ହୋଇଥିବା ଦଳାଚକଟାରେ ୨୨ ଜଣଙ୍କର ମୃତ୍ୟୁ ଘଟିଥିଲା)ରେ ଜନତା ଏବଂ କର୍ତ୍ତୃପକ୍ଷ ଉଭୟଙ୍କର ଅନାଗ୍ରହ ସମାନ ଭାବରେ ଦେଖିବାକୁ ମିଳିଥିଲା ।

ସହରାଞ୍ଚଳରେ କୌଣସି ସଠିକ୍ ଯୋଜନା ନ ହୋଇପାରିବାର କାରଣ ହେଉଛି ଏହି ପ୍ରକ୍ରିୟାରେ ଜନ-ସମ୍ପ୍ରଦାୟ ଜଡିତ ନ ହେବା । ଏହି ଅନାଗ୍ରହ ପଛରେ  ନୈରାଶ୍ୟବାଦ ହିଁ ରହିଛି ଯେ ଏଠାରେ କିଛି ପରିବର୍ତ୍ତନ ହେବ ନାହିଁ କି ହୋଇ ପାରିବ ନାହିଁ ।

ଫେଡେରେସନ ଅଫ ଇଣ୍ଡିଆନ୍ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଦି ଇଣ୍ଡିଆ ରିସ୍କ ସର୍ଭେ ୨୦୦୭ରେ ଦେଶରେ ବ୍ୟବସାୟ ଚଳାଇବା କ୍ଷେତ୍ରରେ ୧୨ଟି ବିପଦର ଏକ ସୂଚୀ ପ୍ରସ୍ତୁତ କରାଯାଇଛି । ଏହି ସୂଚୀର ପଞ୍ଚମରେ ନିଅାଁ ଲାଗିଯିବା କଥାଟି ରହିଛି । ୨୦୧୬ରେ ଏହା ଦୁଇ ନମ୍ବରରେ ଥିଲା । ୨୦୧୭ ବେଳକୁ ଏହା ତିନିପାଦ ଉପରକୁ ଉଠିଛି । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର କହିବାନୁଯାୟୀ ୨୦୧୫ରେ ଦେଶରେ ୧୮,୪୫୦ ଟି ଅଗ୍ନୀ-ଦୁର୍ଘଟଣା ଘଟିଥିଲା ଯେଉଁଥିରେ କି ୧୭,୭୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା । ଏଥିରୁ ୪୨.୧ ପ୍ରତିଶତ କ୍ଷେତ୍ରରେ ହେଇଥିବା ମୃତ୍ୟୁ ଆବାସିକ କୋଠାବାଡି ଗୁଡିକରେ ଘଟିଥିବା ଅଗ୍ନୀକାଣ୍ଡ ଯୋଗୁ ହୋଇଥିଲା । ସବୁଠୁ ବେଶୀ ଅଗ୍ନୀକାଣ୍ଡ ଜନିତ ଦୁର୍ଘଟଣା ମହାରାଷ୍ଟ୍ରରେ ଘଟିଥିଲା । କେବଳ ମହାରାଷ୍ଟ୍ରରେ ଦେଶରେ ଘଟିଥିବା ମୋଟ ଅଗ୍ନୀକାଣ୍ଡର ୨୨ ପ୍ରତିଶତ ଘଟିଥିଲା । ଦେଖିବାର କଥା ହେଉଛି ଯେ ସର୍ବେକ୍ଷଣ ରିପୋର୍ଟରେ ଯେଉଁଠି ଅଗ୍ନୀକାଣ୍ଡ ଘଟଣା ପଞ୍ଚମ ସ୍ଥାନରେ ରହିଛି ସେଠାରେ ଦୁର୍ନୀତି, ଲାଞ୍ଚ ଓ କରପୋରେଟ ଠକେଇ ମଧ୍ୟ ତୃତୀୟ ସ୍ଥାନରେ ରହିଛି । ଏଥିରୁ ପଢାବହିମାନଙ୍କରେ ଥିବା ଗୋଟିଏ କଥା ପ୍ରମାଣିତ ହେଉଛି ଯେ ମତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ ।

ଦୁର୍ଘଟଣାଟି ଘଟିଯିବାପରେ ଓ ମ୍ୟୁନିସିପାଲିଟୀ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ ପକ୍ଷରୁ  ଯାହା ଯାହା  ପଦକ୍ଷେପ ନିଆଯିବା କଥା କୁହାଯାଉଛି ଏବଂ ସେଥିରେ ପୂର୍ବରୁ କାହାରିକୁ କୌଣସି ଉତ୍ତରଦାୟିତ୍ୱ ଦିଆଯାଇ ନଥିବା କଥା କୁହାଯାଉଛି, ସେଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ଦେଶରେ ଗୋଟିଏ ଭୟଙ୍କର ଅଗ୍ନୀକାଣ୍ଡ ଘଟିଯିବା ଓ ତା ବିରୁଦ୍ଧରେ ଭୟଙ୍କର ଭାବରେ ପ୍ରତିବାଦ ଓ ହୋହଲ୍ଲା ହେବା ପରେ ମଧ୍ୟ ସେଥିରୁ କିଛି ମନେ ରଖାଯାଇ ନାହିଁ କି ଶିଖାଯାଇ ନାହିଁ । ମୁମ୍ବାଇରେ ୨୦୧୫ରେ ଆଠଜଣ କଲେଜ ଛାତ୍ରଛାତ୍ରୀ ନିଅାଁରେ ପୋଡି ହୋଇ ମୃତ୍ୟୁବରଣ କରିଥିଲେ । ସେମାନେ ଏକ ହୋଟେଲରେ ଖାଇବା ପାଇଁ ବସିଥିଲେ ଯେଉଁ ହୋଟେଲର ଭିତର ସାଜସଜ୍ଜାରେ କେତେକ ପରିବର୍ତ୍ତନ କରାଯାଇଥିଲା ଓ ଯେଉଁଥିରେ ଗ୍ୟାସ ସିଲିଣ୍ଡରଗୁଡିକ ଅବ୍ୟବସ୍ଥିତ ଭାବରେ ରଖାଯାଇଥିଲା । ସେହିପରି ଉପହାର ସିନେମା ହଲରେ ଯେଉଁ ନିଅାଁ ଲାଗିଥିଲା ଓ ଯେଉଁଥିରେ ୧୯୯୭ ମସିହାରେ ୫୯ ଜଣ ଲୋକ ପୋଡି ହୋଇ ମରିଥିଲେ, ୨୦୧୧ରେ କୋଲକାତାର ଆମ୍ରି ହସପିଟାଲ ନିଅାଁରେ ୮୯ ଲୋକ ପୋଡିହୋଇ ମରିବାକଥା ଲୋକଙ୍କ ସ୍ମୃତିରେ ତାଜା ହୋଇ ରହିଛି । କିନ୍ତୁ ଏହି ସବୁ ସ୍ଥାନରେ ସୁରକ୍ଷା ନିୟମକୁ କଡାକଡି ପାଳନ କରାଯାଇ ଏହାକୁ  ରୋକାଯିବା ଉପରେ  ସେପରି କୌଣସି ଆଖିଦୃଶିଆ  ପଦକ୍ଷେପ ନିଆ ଯାଇନାହିଁ । ସନ୍ଦେହ ନାହିଁ ଯେ ଏହି ପ୍ରକାରର ସ୍ଥିତି ଦେଶର ସହରାଞ୍ଚଳରେ ଥିବା ବିଭିନ୍ନ ଖାଦ୍ୟ ବିକ୍ରୀ ହେଉଥିବା ସ୍ଥାନ, ବଡ ବଡ ହୋଟେଲ, ପାନଶାଳା, ସିନେମାହଲ, ହସପାତାଳ, ଛୋଟ ଛୋଟ ଶିଳ୍ପ, ସେଡ୍, କାରଖାନା, ଆବାସସ୍ଥଳୀ ଆଦିରେ ଘଟୁଛି । ଏହି ସବୁ ସ୍ଥାନରେ ସୁରକ୍ଷା ନିୟମକୁ କଡାକଡି କଲାବେଳକୁ କୁହାଯାଉଛି ଯେ ଆବାସ ନିର୍ମାଣକାର ବିଲଡର୍ସ ବା ବ୍ୟବସାୟୀମାନଙ୍କୁ ଅସୁବିଧାରେ ପକାଯାଉଛି ।  ଯେଉଁ ଜଳଖିଆ ବା ସ୍ନାକ୍ସ ପ୍ରସ୍ତୁତ କରୁଥିବା କାରଖାନାରେ ନିଁଆ ଲାଗିଥିଲା ସେଥିରେ ଗ୍ୟାସ ସିଲିଣ୍ଡରଗୁଡିକୁ ବିକ୍ଷିପ୍ତଭାବରେ ପକାଇ ରଖାଯାଇଥିଲା ଓ ଗୋଟିଏ ଛୋଟିଆ ସ୍ଥାନରେ ସେହି ଦୋକାନରେ କାମ କରୁôତବା ଗୁଡିଏ ଦାଦନ ଶ୍ରମିକ ମଧ୍ୟ ଶୋଉଥିଲେ ।

ମୁନିସିପାଲିଟୀ କର୍ତ୍ତୃପକ୍ଷମାନେ ବର୍ତ୍ତମାନ କହୁଛନ୍ତି ଯେ ଜଳଖିଆ ଦୋକାନର ମାଲିକ ଜଣକ ଏହାକୁ ସୁରକ୍ଷିତ ଭାବରେ ଚଳାଇବା ପାଇଁ ଆବଶ୍ୟକ କୌଣସି ଜରୁରୀ ଅନୁମତି ନନେଇ ଦୋକାନ ଚଳାଉଥିଲେ । ସେହିପରି, ଅନେକ ସାମାଜିକ କର୍ମୀ କହିଛନ୍ତି ଯେ କମଳା ମିଲ୍ସ କମ୍ପେ୍ଲକ୍ସରେ ବେଆଇନ ନିର୍ମାଣକାର୍ଯ ଚାଲିଥିବା କଥା ସେମାନେ ବହୁବାର ଚେତାଇ ଦେଇଥିଲେ । କମଳା କମ୍ପେ୍ଲକ୍ସ ହେଉଛି ଗୋଟିଏ ସ୍ଥାନ ଯେଉଁଠାରେ ବହୁଗୁଡିଏ ଖାଦ୍ୟ ପଦାର୍ଥ ଦୋକାନ ଓ ପାନଶାଳା ରହିଛି । ଏଠାରେ ଯେଉଁ ପାନଶାଳା କଥା କୁହାଯାଉଛି ତାହା କେତେକ ବେଆଇନ କାର୍ଯ୍ୟ ଯୋଗୁଁ  ପନ୍ଦରଦିନ ପର୍ଯ୍ୟନ୍ତ ବନ୍ଦ ରଖାଯାଇ ପୁଣି ଖୋଲାଯାଇଥିଲା । ଅଥଚ ତା ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା । ମୁମ୍ବାଇରେ ଅଣଯୋଜନାକୃତ ଭାବରେ ଯେଉଁ ନିର୍ମାଣ କାର୍ଯ୍ୟ ଚାଲିଛି ଓ କାରଖାନା ଜମିଗୁଡିକୁ ଯେପରି ଆବାସିକ ଭବନ ନିର୍ମାଣ ଏବଂ ବ୍ୟବସାୟିକ କାର୍ଯ୍ୟପାଇଁ ଦେଇ ଦିଆଯାଉଛି ସେଥିରେ ବହୁ କ୍ଷେତ୍ରରେ ରାଜନେତାମାନଙ୍କ ପୁଷ୍ଠପୋଷକତା ରହୁଛି କମଳା ଘଟଣାରେ ମଧ୍ୟ ସେହି କଥାର ପୁନରାବୃତ୍ତି ଘଟିଥିଲା । ଦେଶର ଅନ୍ୟ ନଗରୀ ଓ ସହର ଗୁଡିକରେ ମଧ୍ୟ ସ୍ଥିତି ଅଲଗା ନୁହେଁ । ଦେଶ ସାରା ଛୋଟ ହେଉ ବା ବଡ ବାଣିିଜ୍ୟିକ ପ୍ରତିଷ୍ଠାନ ବା ଆବାସିକ ଭବନରେ ଦୁର୍ନୀତିଗ୍ରସ୍ତ ଓ ନ୍ୟସ୍ତସ୍ୱାର୍ଥବାଦୀ ଲୋକଙ୍କର ହି ମନମାନୀ ଚାଲିଥାଏ । ଏବେ ଯେଉଁ ସମସ୍ୟା ଦେଖାଯାଇଛି ତାହା ହେଉଛି ଏଘଟଣାକୁ ନେଇ ଦେଶରେ କମ୍ ଆଇନ ରହିଛି ବୋଲି ନୁହେଁ,ଏହି ଆଇନକୁ କିପରି ବିନା ଭୟ ଓ ପକ୍ଷପାତରେ କଡାକଡି ପାଳନ କରାଯିବ ତା ଉପରେ କାହାର ନଜର ନାହିଁ । 

ଏପରି କ୍ଷେତ୍ରରେ ଗୋଷ୍ଠୀ ବା ସମ୍ପ୍ରଦାୟର ସଚେତନତା ଓ ସତର୍କତା ହିଁ ଏକ ବଡ ଭୂମିକା ପାଳନ କରିଥାଏ । ବହୁ ଆବାସିକ ଭବନରେ, ଶିଳ୍ପାଞ୍ଚଳରେ ଏବଂ ତଥାକଥିତ ବେଆଇନ ବସତିଗୁଡିକରେ ଆବାସିକ ସଂଘ ଥାଆନ୍ତି ଯେଉଁମାନେ ଦୈନନ୍ଦିନ କାର୍ଯ୍ୟ ଦେଖି ଥାଆନ୍ତି । ସୁରକ୍ଷା ଓ ସତର୍କତା ନିୟମଗୁଡିକୁ କଡାକଡି ପାଳନ କରିବା ପାଇଁ ଏହି ସବୁ ସଂଗଠନଗୁଡିକ ସହ ସମ୍ପର୍କ ରଖାଯିବା ଆବଶ୍ୟକ । ଗୋଟିଏ ପକ୍ଷରେ ସୁରକ୍ଷା ଦିଗଟି ପ୍ରତି ଏବେ ଯେପରି ଧ୍ୟାନ ଦିଆଯାଉ ନାର୍ହି ତାହା ନକରାଯାଇ ସୁରକ୍ଷା ନିୟମ ଗୁଡିକ ପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ ଓ  ଅନ୍ୟ ପକ୍ଷରେ ଏକ ପ୍ରଭାବଶାଳୀ ଗୋଷ୍ଠୀ ଗଠନ କରାଯିବା ଆବଶ୍ୟକ ଯିଏକି କ୍ଷମତାରେ ଥିବା  ରାଜନେତା ଓ କର୍ତ୍ତୃପକ୍ଷଙ୍କୁ ସୁରକ୍ଷା ବ୍ୟବସ୍ଥା ପ୍ରତି ଧ୍ୟାନଦେବାକୁ ବାଧ୍ୟ କରି ପାରିବେ । କାରଣ ଏହାକୁ ନେଇ ପ୍ରକାଶ ପାଉଥିବା ଅନାଗ୍ରହ ଏବଂ ଉଦାସୀନତା ପାଇଁ ବହୁତ ମୂଲ୍ୟ ଦେବାକୁ ହେବ ।

 

 

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top