ISSN (Print) - 0012-9976 | ISSN (Online) - 2349-8846

ବିଶ୍ୱବାଣିଜ୍ୟ ନିୟମର ପୁନଃଲିଖନ

ଟ୍ରମ୍ପ ପ୍ରଶାସନ ନିଜ ସୁବିଧା ପାଇଁ ବିଶ୍ୱ ବାଣିଜ୍ୟ ସଙ୍ଗଠନ(ଡବ୍ଳ୍୍ୟୁଟିଓ)ର ବହୁପାକ୍ଷିକ ଢାଞ୍ଚାକୁ  ଭାଙ୍ଗିଦେବାକୁ ବସିନି ତ?

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ସମ୍ପ୍ରତି ବ୍ୟୁନସ ଆୟାର ଠାରେ ୧୦ରୁ୧୩ ଡିସେମ୍ବର ୨୦୧୭ ମଧ୍ୟରେ ଶେଷ ହୋଇଥିବା ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଳ୍ୟୁଟିଓ)ର ମନ୍ତ୍ରୀସ୍ତରୀୟ ସମ୍ମେଳନରୁ ଯାହା ଜଣା ପଡିଛି ତାହା ହେଉଛି ଯୁକ୍ତରାଷ୍ଟ୍ର ଆମେରିକା  ବିଶ୍ୱ ବାଣିଜ୍ୟ ସଙ୍ଗଠନର ବହୁପାକ୍ଷିକ ଢାଞ୍ଚାକୁ ଭାଙ୍ଗି ଦେବାକୁ ଚାହୁଁଛି । ଆମେରିକାର ବାଣିଜ୍ୟିକ ପ୍ରତିନିଧି  ରବର୍ଟ ଲାଇଥିଜର କେବଳ ନିଶ୍ଚିତ କରି ନ ଥିଲେ ଯେ ଯେଉଁ ବିଷୟ ଗୁଡିକ ସମର୍କରେ ଆଲୋଚନା ପାଇଁ ଧାର୍ଯ୍ୟ କରାଯାଇଛି ତାକୁ ନେଇ କୌଣସି ବୁଝାମଣା ହେବ ନାହିଁ,  ବରଂ ଏକଥା ମଧ୍ୟ ସୁନିଶ୍ଚିତ କରାଇଥିଲେ ଯେ ସମ୍ମେଳନ ବିନା କୌଣସି ମନ୍ତ୍ରୀସ୍ତରୀୟ ଘୋଷଣାରେ ହିଁ ଶେଷ ହେବ ।

ଏଭଳି ଏକ ଘଟଣାର ଆଭାସ ନଭେମ୍ବର ମାସରେ ଭିଏତନାମଠାରେ ଅନୁଷ୍ଠିତ ହୋଇଥିବା ଏସିଆ-ପାସିଫିକ ଇକନମିକ କୋଅପରେସନ ବୈଠକରେ ମିଳି ସାରିଥିଲା ଯେଉଁଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ‘ପ୍ରଥମେ ଆମେରିକା’ ବାଣିଜ୍ୟିକ ନୀତି ଉପରେ ଗୁରୁତ୍ୱ ଦେଇଥିଲେ । ବହୁପାକ୍ଷିକ ବ୍ୟବସ୍ଥାକୁ ପଛକୁ ରଖି ଟ୍ରମ୍ପ ସ୍ପଷ୍ଟ କରି ଦେଇଥିଲେ ଯେ ଆମେରିକା କେବଳ ପରସ୍ପର ସ୍ୱାର୍ଥ ସମ୍ବଳିତ ବାଣିଜ୍ୟ ବିଷୟକୁ ନେଇ ଆଲୋଚନା କରିବ ।  ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଚୁକ୍ତିନାମା             ଜରିଆରେ ଏହା କରାଯିବ । ଆମେରିକାରେ ଦେଖା ଦେଇଥିବା ବାଣିଜ୍ୟିକ କ୍ଷତି, ନିଯୁକ୍ତି ସମସ୍ୟା, ଶିଳ୍ପ ଗୁଡିକରେ ଅବ୍ୟବସ୍ଥା ପାଇଁ ଆମେରିକାର ଅତୀତର ଦୁର୍ବଳ ନେତୃତ୍ୱକୁ ଦାୟୀ କରି ଟ୍ରମ୍ପ ବିଶ୍ୱ ବାଣିଜ୍ୟ ସଙ୍ଗଠନକୁ ମଧ୍ୟ ଆମେରିକା ପ୍ରତି ଉଚିତ୍ ମନୋଭାବ ପୋଷଣ କରୁନଥିବା ଯୋଗୁ ଭଲକରି ଶୁଣାଇ ଥିଲେ ।

ବିଶ୍ୱ ବାଣିଜ୍ୟ ସଂଗଠନର ମନ୍ତ୍ରୀସ୍ତରୀୟ ସମ୍ମେଳନରେ ଆମେରିକା ପ୍ରତିନିଧି ‘କଟନ ଫୋର’ ଗୋଷ୍ଠୀର ଚାରି ଦେଶ ବେନିନ୍, ବୁର୍କିନା ଫାସ୍କୋ, ଚାଦ ଏବଂ ମାଲି ଉପରେ ମଧ୍ୟ ବର୍ଷିଥିଲେ କାରଣ ଏହି ଚାରି ଦେଶ ସେମାନଙ୍କ ଘରୋଇ ସମର୍ଥନ ଓ ବଜାର ବ୍ୟବସ୍ଥାକୁ ଆମେରିକା ପାଇଁ ପାଇଁ ଖୋଲୁ ନାହାନ୍ତି କାରଣ ସେମାନେ ଚାହୁଁଛନ୍ତି ଯେ ଆମେରିକା ସେମାନଙ୍କର କେତେକ ସର୍ତ୍ତରେ ମଧ୍ୟ ରାଜି ହେଉ । ଏହାକୁ ଏକ ଗୋଷ୍ଠୀତନ୍ତ୍ର ଉପରେ ବିଶ୍ୱାସ ରଖୁଥିବା ଶାସକର ନ୍ୟୁନତମ ଦୟା ଭାବରେ ଦେଖାଯିବ ଯାହାର ପ୍ରଜାମାନେ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଥିବାର ଜାଣି ମଧ୍ୟ ଶାସକର ସେସବୁ ପ୍ରତି ଧ୍ୟାନ ନ ଥାଏ । ସେହିପରି ଭାରତ ଓ ଅନ୍ୟାନ୍ୟ ଦେଶଙ୍କ କ୍ଷେତ୍ରରେ ଖାଦ୍ୟ ସୁରକ୍ଷା ବିଷୟରେ ଆମେରିକା ପକ୍ଷରୁ ପୂର୍ବରୁ ଏଥିପାଇଁ ଯେଉଁ ଏକ ସ୍ଥାୟୀ ବ୍ୟବସ୍ଥା ପାଇଁ ଆଶ୍ୱାସନା ଦିଆଯାଇଥିଲା ତାକୁ ପାଳନ କରିବା କଥାକୁ ମଧ୍ୟ ଆମେରିକା ପ୍ରତିନିଧି ଆଡେଇ ଯାଇଥିଲେ । ଏହା ସହିତ ସଙ୍ଗଠନର ବିବାଦ ସମାଧାନ ବ୍ୟବସ୍ଥା(ଡିସପୁଟ ସେଟଲମେଣ୍ଟ ମେକାନିଜିମ୍)କୁ ଦୁର୍ବଳ କରିଦେଇ ଏଥିରେ ଥିବା ସମସ୍ତ ରିକ୍ତସ୍ଥାନର ପୂରଣ ଓ ପୁରୁଣା ମୋକଦମ୍ମା ଗୁଡିକର ବିଚାରର ଅବରୋଧ କରାଇ ଦିଆଗଲା । ତେବେ ଘଟଣାକୁ ଗଭୀର ଭାବରେ ଲକ୍ଷ୍ୟ କଲେ ଏହି ସମ୍ମେଳନରୁ ଗୋଟିଏ କଥା ଦେଖିବାକୁ ମିଳିଲା ଯେ ଏହି ଗୋଷ୍ଠୀତନ୍ତ୍ରରେ ବିଶ୍ୱାସ ରଖି ବିକାଶଶୀଳ ଓ ଅବିକଶିତ ଦେଶଗୁଡିକ ସହିତ ଆଲୋଚନା କରୁଥିବା ଦେଶ କେବଳ ଆମେରିକା ନୁହେଁ ଆହୁରି ଅନେକ ମଧ୍ୟ ଥିଲେ । ବିଶେଷକରି ଚାଇନା ବିଷୟରେ ୟୁରୋପିଆନ ୟୁନିଅନ, ଜାପାନ ଓ କାନାଡା ପରି ଦେଶ ମାନେ ବେଶ ନିକଟତର ସହଯୋଗୀ ହୋଇ ଯାଇଥିଲେ ।

କିଛି ସମୟ ପାଇଁ ଆମେରିକା ଦୋହା ରାଉଣ୍ଡର ବହୁପାକ୍ଷିକ ଚୁକ୍ତିଆଲୋଚନାକୁ ମୃତ ସମାନ  ମନେ କରୁଥିଲା । ସମ୍ମେଳନ ଶେଷରେ ଆମେରିକାର ପ୍ରତିନିଧି ଯେଉଁ କହିଥିଲେ ଯେ ଆମେରିକା କୃଷି କ୍ଷେତ୍ରରେ ଏକ ଏପରି ପରିଣାମ ଚାହେଁ ଯାହାକି ଆଜି ଯୁଗର ବାସ୍ତବତା ଉପରେ ପର୍ଯବେଷିତ ହୋଇଥିବ, ୧୬ ବର୍ଷ ପୁରୁଣା କାଳିଆ ଆଇନ କାନୁନ ହୋଇ ନ ଥିବ । ଦୋହା ଡେଭେଲପମେଣ୍ଟ ରାଉଣ୍ଡର ଆଲୋଚନାକୁ ଏହା ପୂର୍ଣ୍ଣତଃ ପ୍ରତିକୂଳାତ୍ମକ  କରିଦେଇଛି ।

ଆହୁରି ମଧ୍ୟ ଯଦିଓ ବହୁପାକ୍ଷିକ ବିଷୟଗୁଡିକୁ ସମ୍ମିଳନୀରେ ପଛକୁ ଠେଲି ଦିଆଯିବାକୁ  ଉଦ୍ୟମ କରାଗଲା ତଥାପି କେତେକ ଏକରୁ ଅଧିକ ପକ୍ଷକୁ ନେଇ ହୋଇଥିବା ଆଲୋଚନା ମଧ୍ୟ ଏହି ସମ୍ମେଳନରେ ବେଶ ଗମ୍ଭୀରତାର ସହ ଆଲୋଚିତ ହୋଇଥିଲା, ଯେପରିକି ପୁଞ୍ଜିଲଗାଣର ସୁବିଧା, ବୈଦ୍ୟୁତିକ ବାଣିଜ୍ୟ, ଅଣୁ, କ୍ଷୁଦ୍ର, ମଧ୍ୟମ ଧରଣର ଉଦ୍ୟୋଗ ଉପରେ କେତେକ ଚୁକ୍ତି ଘୋଷଣା କରାଯାଇଥିଲା ।

 ଏଠାରେ ସ୍ମରଣ କରାଯାଇପାରେ ଯେ ୧୯୪୬ ମସିହାରେ ଆମେରିକା ପକ୍ଷରୁ ଘୋଷଣା କରାଯାଇଥିବା  ତାରିଫକୁ କମ କରାଇବା ପାଇଁ ଜେନେରାଲ ଆଗ୍ରିମେଣ୍ଟ ଅନ ତାରିଫ ଆଣ୍ଡ ଟ୍ରେଡ ବା ଗାଟ୍ ଜନ୍ମ ନେଇଥିଲା । ଅକ୍ଟୋବର ୧୯୪୭ରେ ଭାରତ ସହିତ ୨୩ଟି ଦେଶ ଏହି ଚୁକ୍ତିନାମାରେ ଦସ୍ତଖତ କରିଥିଲେ । ବିଶ୍ୱର ୫୩ଟି ଦେଶ ପକ୍ଷରୁ ମାର୍ଚ୍ଚ ୧୯୪୮ ମସିହାରେ ଚୁକ୍ତିଭୁତ ହୋଇଥିବା ହାଭାନା ସନନ୍ଦକୁ  ଆମେରିକା କଂଗ୍ରେସର ବିରୋଧାଭାସ, ଏବଂ ବିଶ୍ୱ ବାଣିଜ୍ୟ ବ୍ୟବସ୍ଥା ଉପରେ ନଜର ରଖିବା ପାଇଁ ଆମେରିକା ପକ୍ଷରୁ ଏକ ଅନ୍ତରାଷ୍ଟ୍ରୀୟ ବାଣିଜ୍ୟ ସଂସ୍ଥା ସୃଷ୍ଟି ପାଇଁ ଉଦ୍ୟମ ଭିତରେ ଜାନୁଆରୀ ୧୯୯୫ ମସିହାରେ ବିଶ୍ୱ ବାଣିଜ୍ୟ ସଂଗଠନ ଗଠନ ହେବା ପର୍ଯ୍ୟନ୍ତ ଗାଟ୍ ହିଁ ଥିଲା । ଯଦିଓ ଅକ୍ଟୋବର ୨୦୧୭ରେ ଗାଟର ୭୦ ତମ  ସ୍ଥାପନା ଦିବସ ପାଳନବେଳେ ସେପରି କୌଣସି ଉତ୍ସାହ ଦେଖିବାକୁ ମିଳି ନଥିଲା ବରଂ ବହୁ ଦେଶ ଏହାକୁ ଅଣଦେଖା କରିଥିଲେ ଏହି ଢାଞ୍ଚାକୁ ଭାଙ୍ଗିବା ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରର ବହୁ ପାକ୍ଷିକ ବାଣିଜ୍ୟ ବ୍ୟବସ୍ଥାର ମୂଳ ଆଗତକାରୀ  ଯୁକ୍ତରାଷ୍ଟ୍ର ଆମେରିକା ପ୍ରମୁଖ ଭୁମିକା ନେଇଥିଲା ।

ଗ୍ୟାଟ ଆମେରିକାର ପର ପର ସରକାରମାନଙ୍କର ଦୃଢ ନିୟନ୍ତ୍ରଣରେ ରହି ଆସିôତଲା । ପ୍ରତ୍ୟେକ ଥର ହୋଇଥିବା ବହୁପାକ୍ଷିକ ବାଣିଜ୍ୟିକ କଥାବାର୍ତ୍ତା ଆମେରିକାର ବାଣିଜ୍ୟିକ ନୀତିରେ ହେଉଥିବା ପରିବତ୍ତ ର୍ନ ସହିତ ତାଳମେଳ ରଖି ଅନୁଷ୍ଠିତ ହେଉଥିବାର ଦେଖାଯାଇଥ।।ଏ । ଏହାକୁ କେତେକ କାକତାଳୀୟ ବା କଏନସାଇଡେନ୍ସର ମଧ୍ୟ ଆଖ୍ୟା ଦେଇଥାଆନ୍ତି । ଉଦାହରଣ  ସ୍ୱୂରୂପ ୧୯୫୦ ଦଶକର ମଧ୍ୟଭାଗରେ କୃଷି କ୍ଷେତ୍ରକୁ ଗ୍ୟାଟର ନିୟମ ପରିସସରରୁ ବାହାର କରି ନିଆଯାଇଥିଲା । ଏହା ରୋମ ଚୁକ୍ତିକୁ ସୁହାଇ ଥିଲା ଯାହାକି ସେତେବେଳେ ୟୁରୋପିଆନ ଇକନମିକ କମ୍ୟୁନିଟୀ ଗଠନ କରିବାର ଉଦ୍ୟମ ଜାରୀ ରଖିଥିଲା ଓ ଗୋଟିଏ ସମସ୍ତଙ୍କ ପାଇଁ ସମାନ ବା ସାଧାରଣ କୃଷି ନୀତି କରିବାପାଇଁ  ଉଦ୍ୟମ ଜାରୀ ରଖିଥିଲା । ୧୯୫୮ ମସିହାରେ ବୟନ ଓ କପଡା ଉଦ୍ୟୋଗକୁ ମଧ୍ୟ ଗ୍ୟାଟ ନିୟମରୁ ଅଲଗା କରି ନିଆଯାଇଥିଲା । ଏହି କାର୍ଯ୍ୟଟିରେ ଜାପାନ ଓ ଯୁକ୍ତରାଷ୍ଟ୍ର ଆମେରିକା ମିଳିତ ଭାବେ ଉଦ୍ୟମ କରିଥିଲେ ।  ୧୯୮୬ ରୁ ୧୯୯୪ ମଧ୍ୟରେ ହୋଇଥିବା ଉରୁଗୁୟେ ରାଉଣ୍ଡ ରେ ଏହି କ୍ଷେତ୍ରଗୁଡିକୁ ପୁଣିଥରେ ଗାଟ ପରିସରଭୁକ୍ତ କରିବାର ଉଦ୍ୟମ କରାଯାଇଥିଲା ଓ ଏହାର ପରିସରକୁ ଅଧିକ ବିସ୍ତାର କରିବା ପାଇଁ ବାଣିଜ୍ୟିକ ଓ ବୌଦ୍ଧିକ ସମ୍ପଦା ସହିତ ବାଣିଜ୍ୟ ସମ୍ପର୍କିତ ପୁଞ୍ଜିଲଗାଣକୁ  ମଧ୍ୟ ଏହାର ପରିସରଭୁକ୍ତ  କରିବାର ଉଦ୍ୟମ ହୋଇଥିଲା । କିନ୍ତୁ ଡବ୍ଲ୍ୟୁଟିଓରେ କୌଣସି ଗଣତାନ୍ତ୍ରିିକ ଆଭିମୁଖ୍ୟ ନରହି କେବଳ କେତେକ ମୁଷ୍ଟିମେୟ ବିକଶିତ ଦେଶ ବିଶ୍ୱ ବାଣିଜ୍ୟ ଓ ତତସମ୍ପର୍କିତ ବିଷୟରେ ରେ ନିଜର ପ୍ରଭାବ ବିସ୍ତାର କଲେ । ଯାହାକି ବିଶ୍ୱର ବିକାଶଶୀଳ ଅର୍ଥନୀତିଗୁଡିକ ଉପରେ  ପ୍ରତିକୂଳ ପ୍ରଭାବ ପକାଇଲା ।

ଟ୍ରମ୍ପ ପ୍ରଶାସନ କେବଳ ଏହି ଅସମାନ ବ୍ୟବସ୍ଥାକୁ ଭାଙ୍ଗି ଦେବାକୁ ବସିଛନ୍ତି ବୋଲି ନୁହେଁ ଏହା ଚାହୁଁଛି ଯେ ଏଥିରେ ଯାହା ନିୟମ ରହିଛି ସେଥିରେ ପରିବର୍ତ୍ତନ । ଏହାର କାରଣ ହେଉଛି ଆମେରିକାର ତଳକୁ ତଳକୁ ଯାଉଥିବା ପୁଞ୍ଜିବାଦୀ ଅର୍ଥନୀତିକୁ ବଞ୍ଚାଇବା ଏବଂ ବିଶ୍ୱ ଅର୍ଥନୀତି କ୍ଷେତ୍ରରେ ଆମେରିକା ହେଉଛି ସବୁଡୁ ବଡ ଖେଳାଳୀ ବୋଲି ପ୍ରମାଣ କରିବା ।  ଆଉ କିଛି ନୁହେଁ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top