ISSN (Print) - 0012-9976 | ISSN (Online) - 2349-8846

ଅପରିଣାମଦର୍ଶୀ ଆର୍ଥିକ ସଂକଳ୍ପ

ଏଫଆରଡିଆଇ ବିଲ୍ ସାମ୍ପ୍ରତିକ ଅର୍ଥନୈତିକ ସ୍ଥିତିରେ ଅସ୍ଥିରତା ସୃଷ୍ଟି କରିବ

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ମାର୍ଚ୍ଚ ୨୦୧୭ ସୁଦ୍ଧା ଦେଶର ବାଣିଜ୍ୟିକ ବ୍ୟାଙ୍କ ଗୁଡିକର ମୋଟ କୂ-ସମ୍ପତ୍ତି ବା ଏନପିଏର ପରିମାଣ ୮ ଟ୍ରିଲିଅନ (ଏକ ଟ୍ରିଲିଅନ ହେଉଛି ୧ ଲକ୍ଷ କୋଟି ଟଙ୍କା)ଟଙ୍କାରେ ପହଞ୍ôଚଯିବ । ଯାହାକି ମାର୍ଚ୍ଚ ୨୦୧୪ରେ ୨.୬ ଟ୍ରିଲିଅନ ଥିଲା । ଏହା ପୁଣି ସେହି ସମୟରେ ଘଟିଛି ଯେତେବେଳେ  ବ୍ୟାଙ୍କ ଗୁଡିକ ୪.୫୮ ଟ୍ରିଲିଅନ ଟଙ୍କାର ଖରାପ-ରୁଣ ବା ବ୍ୟାଡ ଲୋନକୁ ଛାଡି ଦେଇ ସାରିଛନ୍ତି । ଏହି ଖରାପ ରୁଣ ଗତ ତିରିଶ ବର୍ଷ ମଧ୍ୟରେ ବ୍ୟାଙ୍କ ଗୁଡିକ ବିଭିନ୍ନ କମ୍ପାନୀ ଓ ଲୋକଙ୍କୁ ଦେଇ ଆଦାୟ କରି ପାରି ନାହାନ୍ତି ଓ ଶେଷରେ କହି ଦେଇଛନ୍ତି ଯେ ଏହା ଆଉ ଆଦାୟ ହୋଇ ପାରିବନି । ଦେଶର ବିତ୍ତ ବିଭାଗ ଦାବି କରୁଛି ଯେ ବ୍ୟାଙ୍କର ଅନାଦେୟ  ରୁଣକୁ ଆଦାୟ କରିବା ପାଇଁ ଦେଶରେ ଯେଉଁ ଇନସଲଭେନ୍ସୀ ଆଣ୍ଡ ବ୍ୟାଙ୍କରୁପସୀ (ଦେବାଳିଆ ଘୋଷଣା କରି ରୁଣ ଛାଡିଦେବା) କୋଡ ମଇ ୨୦୧୬ରେ ଅଣାଯାଇଛି  ଓ  ୨୦୧୭ରେ ଯେଉଁ ଫାଇନାନ୍ସିଆଲ ରିଜୋଲ୍ୟୁସନ ଆଣ୍ଡ ଡିପୋଜିଟ ଇନ୍ସ୍ୟୁରାନ୍ସ (ଏଫଆରଡିଆଇ) ବିଲ ଅଣାଯାଉଛି ତାହା ବ୍ୟାଙ୍କ ଗୁଡିକର ଏହି ସମସ୍ୟାର ସମାଧାନ କରିବାରେ ଅନେକଟା ସାହାଯ୍ୟ କରିବ ।

କୁହାଯାଉଛି ଯେ ପ୍ରସ୍ତାବିତ ଏଫଆରଡିଆଇ ବିଲ୍ ଏକ ରିଜୋଲ୍ୟୁସନ କରପୋରେସନ ବା ଏକ ଶକ୍ତିଶାଳୀ ଆର୍ଥିକ ରିଜୋଲ୍ୟୁସନ ଅଥରିଟୀ ଗଠନ କରିବ ଯାହାକି ଆର୍ଥିକ ସେବା ଯୋଗାଣକାରୀ ମାନଙ୍କର ବିଫଳତାର ସମାଧାନ କରିବାକୁ ଉଦ୍ୟମ କରିବ । ଏହା ଦେଶର ଇନସଲଭେନ୍ସୀ ଆଣ୍ଡ ବ୍ୟାଙ୍କରୁପ୍ସୀ ବୋର୍ଡ ଅଫ ଇଣ୍ଡିଆ(ୃଆଇବିବିଆଇ) ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଆଇବିବିଆଇକୁ ଘରୋଇ ଔଦ୍ୟୋଗିକ ସଂସ୍ଥାଗୁଡିକ ଉପରେ ପଡି ରହିଥିବା କୋଟି କୋଟି ଟଙ୍କାର ରୁଣ ଆଦାୟ ପାଇଁ ଗଠନ କରାଯାଇଥିଲା କାରଣ ଏହି ସବୁ ଘରୋଇ ସଂସ୍ଥାଗୁଡିକ ରୁଣ ନେଇ ନ ସୁଝିବାର ସବୁ ସୀମାରେଖାକୁ ପାର କରି ସାରିଛନ୍ତି । ଯାହାର ପ୍ରଭାବ ସମଷ୍ଟିଗତ ବା ଦୁର୍ବଳଶ୍ରେଣୀର ରୁଣ ଅର୍ଥନୀତି ଉପରେ ପଡୁଛି । ପ୍ରସ୍ତାବିତ ଆର୍ଥିକ ସଂକଳ୍ପ ଦେଶର ଅର୍ଥନୀତି ଓ ବ୍ୟାଙ୍କ ସଙ୍କଟର ସମାଧାନ ପାଇଁ ଏକ ନୂତନ ନିୟନ୍ତ୍ରକ ପ୍ରସ୍ତୁତ କରି ସଂକଟ ମୋଚନ କରିବାର  ଏକ ପ୍ରୟାସ ବୋଲି କୁହାଯାଉଛି ।  କିନ୍ତୁ ଅନେକ କାରଣ ଅଛି ଯେଉଁଥିପାଇଁ ଏଫଆରଡିଆଇ ବିଧେୟକରେ ବ୍ୟବସ୍ଥା କରାଯାଇଥିବା ଏହି ନୂତନ ଆର୍ଥିକ ସଂକଳ୍ପ  ସମସ୍ୟା ଗୁଡିକର ସମାଧାନ କରିବା ପରିବର୍ତ୍ତେ ଅଧିକ ସମସ୍ୟା ସୃଷ୍ଟି କରି ପାରେ ।

ଏକ ନୂତନ ରିଜୋଲ୍ୟୁସନ କରପୋରେସନ ଗଠନ କରି ତାହାକୁ ‘ବେଲ-ଇନ୍’ ଏବଂ ବ୍ରିଜ ସର୍ଭିସ ପ୍ରୋଭାଇଡର ଆଦି ସଂକଳ୍ପରେ ଶକ୍ତିଶାଳୀ କରିବା ଓ ଅଧିଗ୍ରହଣ ତଥା ସମ୍ପତି ପରିବର୍ତ୍ତନ ପରି ପାରମ୍ପରିକ ଅସ୍ତ୍ରରେ ସଜାଇବା କାମଟି ଫାଇନାନସିଆଲ ଷ୍ଟାବିଲିଟି ବୋର୍ଡ ପକ୍ଷରୁ ଗ୍ରୁପ ୨୦ ପାଇଁ କରାଯାଇଛି ।  ଏହି ସଂକଳ୍ପ ଗୁଡିକ ବାସିଲ ୩ ସଂକଳ୍ପ ପରି ବା ଏହାର ପାଖାପାଖି ବୋଲି କୁହାଯାଇପାରେ ।  ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେଉଁ ବ୍ୟାଙ୍କ ଗୁଡିକ ନିଜକୁ ସେମାନେ ଅତିବଡ ହୋଇଥିବାରୁ ବିଫଳ ହୋଇ ନ ପାରନ୍ତି(ଠୁ ବିଗ ଟୁ ଫେଲ୍) ବୋଲି ଘୋଷଣା କରୁଛନ୍ତି ସେମାନଙ୍କୁ ନୈତିକତା ଦୃଷ୍ଟିରୁ ସଚେତନ କରାଇବା । ମୂଳ କଥା ହେଉଛି ୨୦୦୭-୦୮ରେ ଯେଉଁ ଆର୍ଥିକ ସଂକଟ ଦେଖା ଦେଇଥିଲା ଓ ସେଥିପାଇଁ ଯେଉଁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା  ତା’ର ପ୍ରାସଙ୍ଗିକତା ଭାରତୀୟ ଅର୍ଥ ବ୍ୟବସ୍ଥା- ଯାହାକି ଘରୋଇ ବ୍ୟାଙ୍କ ଓ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର ପ୍ରଭାବରେ ପ୍ରଭାବିତ - ଉପରେ ସାମାନ୍ୟ ମାତ୍ର ଥିଲା । ଦେଖିବାକୁ ଗଲେ ଘରୋଇ ସଂସ୍ଥାଗୁଡିକର ଆଧିପତ୍ୟ  ସେତେବେଳେ ଭାରତକୁ ଏହି ଆର୍ଥିକ  ସଂକଟରୁ ବଞ୍ଚାଇବାରେ ଅନେକ ସହାୟତା କଲା । ଏହି ସତ୍ୟଟିକୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ମଧ୍ୟ ଗ୍ରହଣ କରିଛି ।

ଏଥିରେ ବିରୋଧାଭାସ ହେଉଛି ଯେ ଏଫଆରଡିଆଇ ବିଧେୟକ  ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ବିତ୍ତୀୟ ସଂସ୍ଥା ଗୁଡିକର ରୁଣ ପାଇଁ ଦିଆଯାଉଥିବା ସରକାରୀ ଗ୍ୟରେଣ୍ଟିକୁ ଦୁର୍ବଳ କରିବାର ଆବଶ୍ୟକତା ରଖେ । ଭାରତରେ ରାଷ୍ଟ୍ରାୟତ୍ତବିତ୍ତୀୟ ସଂସ୍ଥାଗୁଡିକ ଆର୍ଥିକ ସ୍ଥିିରତାର ମାଇଲଖୁଣ୍ଟ ଭାବେ ବିଚାର କରାଯାଇଥାଆନ୍ତି ।  ଏହା ସରକାର ଏବଂ ଆରବିଆଇକୁ  ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ତଥା ବିତ୍ତିୟ ସଂସ୍ଥାଗୁଡିକୁ ପୁନର୍ଲାଭ ଓ ସଂକଳ୍ପ ପ୍ରକ୍ରିୟାକୁ ଆଣିବା ସହିତ ଏକ ସଂକଳ୍ପ ନିଗମ ବା ରିଜୋଲ୍ୟୁସନ କରପୋରେସନ ଗଢିବା ପାଇଁ ଉଦ୍ଦିଷ୍ଟ । ଏହା ସଂକଟରେ ପଡିଥିବା ବ୍ୟାଙ୍କ ଗୁଡିକୁ ଉଦ୍ଧାର କରିବା ତଥା ବୀମାଭୁକ୍ତ  ହୋଇନଥିବା  ବ୍ୟାଙ୍କ ଜମା ଓ ରୁଣ ବୋଝକୁ ହାଲୁକା କରିବାପାଇଁ ଏହାକୁ ଇକ୍ୟୁଟୀ(ଅଂଶ ସମୂହ ଯେଉଁଥିରେ ନିଦ୍ଦିଷ୍ଟ ସୁଧର ବ୍ୟବସ୍ଥା ନଥାଏ) ପରି କିଛି ବ୍ୟବସ୍ଥାରେ  ପରିଣତ କରି ପାରିବେ । ଯାହା ଫଳରେ ବ୍ୟାଙ୍କ ଗୁଡିକ ପୁନଃପୁଞ୍ଜିକୃତ ହୋଇ ପାରିବେ ବା ଏକ ବିଫଳ ସଂସ୍ଥାକୁ ପୁରାପୁରି ବନ୍ଦ କରାଯାଇ ପାରିବ । ତେବେ ଏହି ବ୍ୟବସ୍ଥାକୁ ବ୍ୟାଙ୍କରେ ଅର୍ଥ ଜମାକରୁଥିବା ଜମାକାରୀମାନେ ପ୍ରଥମରୁ ନାପସନ୍ଦ କରି ସାରିଛନ୍ତି ଓ ଏହା ଆର୍ଥିକ ଅସ୍ଥିରତାକୁ ଡାକି ଆଣିପାରେ ବୋଲି ମତ ପ୍ରକାଶ ପାଇଛି ।

ଫାଇନାନସିଆଲ ଷ୍ଟାବିଲିଟି ବୋର୍ଡ(ଏଫଏସବି) ର ସଦସ୍ୟଭୁକ୍ତ ହୋଇଥିବା ଅଧିକାଂଶ ବିକାଶଶୀଳ ଦେଶ ପ୍ରସ୍ତାବିତ ସଂକଳ୍ପ ନିଗମକୁ ଅଣଦେଖା କରି ସାରିଛନ୍ତି । କାରଣ ଏହି ନିଗମ ଅନ୍ୟ ସବୁ ବିତ୍ତୀୟ ନିୟନ୍ତ୍ରକ ସଂସ୍ଥା ଯେପରିକି ଆରବିଆଇ, ଆଇଆରଡିଏ, ସେବୀ,ପିଏଫଆରଡିଏ ଗୁଡିକର ଶକ୍ତିହ୍ରାସ କରିବ । ଆର୍ଥିକ ସ୍ଥିରତା ରକ୍ଷା ପାଇଁ ଆରବିଆଇର ଥିବା ଦାୟିତ୍ୱକୁ ବିଚାରକୁ ନେଇ ଦେଖିଲେ ନିୟନ୍ତ୍ରଣ ରଖିବା ଦାୟିତ୍ୱକୁ ନେଇ ସଂକଳ୍ପ କର୍ତ୍ତୃପକ୍ଷ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ବିବାଦ ଦେଖାଦେବ । ବିଶେଷକରି ସଂକଟଗ୍ରସ୍ତ ସଂସ୍ଥାଗୁଡିକର ବିପଦ ଆକଳନ ସହିତ ଏହି ସଂସ୍ଥାଗୁଡିକ ଯେଉଁ ପ୍ରକ୍ରିୟାରେ ଏହି କାର୍ଯ୍ୟ କରିବେ ତା’କୁ ନେଇ ବିବାଦ ଦେଖା ଦେଇ ପାରେ ।

ଏହି ସଂକଳ୍ପକୁ ନେଇ ଆଉ ଏକ ଅସ୍ଥିରତା ହେଉଛି ଯେ ଏଫଆରଡିଆଇ ବିଧେୟକରେ କେତେ ଟଙ୍କାର ବୀମାରାଶୀ ଜମା ବ୍ୟବସ୍ଥା ରହିଛି ତାହା କୁହାଯାଇନାହିଁ, ଅଥଚ ଏହା ଏବେର  ବୀମାରାଶି ଜମା ପରିମାଣର ବିଧାନକୁ ରଦ୍ଦ କରିଦେବାକୁ ବସିଛି ।  ସେ ଯାହା ହେଉ ପ୍ରତି ଜମାକାରୀଙ୍କ ପାଇଁ ସର୍ବାଧିକ ବୀମା ବ୍ୟବସ୍ଥା କରାଯିବା ବିଷୟଟି ବହୁଦିନରୁ ପଡି ରହିଛି, ଏବେ ଯେଉଁ ଏକ ଲକ୍ଷଟଙ୍କାର ବୀମାରାଶିର ପ୍ରାବଧାନ ରହିଛି ତାହା ୨୪ ବର୍ଷ ପୂର୍ବରୁ ବ୍ୟବସ୍ଥା କରାଯାଇଥିଲା । 

 ଯଦିଓ ସରକାରର ଏବେ ଲୋକସଭାରେ  ବହୁମତ ରହିଛି କିନ୍ତୁ ଏଫଆରଡିଆଇ ପରି ବିଧେୟକ ପାଇଁ ଏହାର ବହୁମତକୁ ବ୍ୟବହାର କରିବା ଏକ ଭୁଲ ପଦକ୍ଷେପ ହେବ । ଏହି ବିଧେୟକ ସମ୍ବେଦନଶୀଳ ଆର୍ଥିକ କ୍ଷେତ୍ର  ପାଇଁ କୁପରିଣତି ନେଇ ଆସିବ । ଏଫଆରଡିଆଇ ବିଧେୟକ ଆଣିବା ପଛରେ  ଯାହା ରହିଛି ତାହା ହେଉଛି ଫାଇନାନସିଆଲ ସେକ୍ଟର ଲେଜିସଲେଟିଭ ରିଫର୍ମ୍ସ କମିଶନର ରିପୋର୍ଟ ଯେଉଁଥିରେ ଅନ୍ୟ ସବୁ କଥା ଗୁଡିକ ଭିତରେ ଓନରସିପ୍ ନ୍ୟୁଟ୍ରାଲିଟୀ କଥାଟି ସ୍ଥାନ ପାଇଛି । ଏଥିରୁ ସୂଚନା ମିଳୁଛି ଯେ ଅର୍ଥନୈତିକ କ୍ଷେତ୍ରରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଘରୋଇ ସଂସ୍ଥାମାନଙ୍କ ସହିତ ପ୍ରତିଦ୍ୱନ୍ଦିତା କରୁଛନ୍ତି କିନ୍ତୁ ଏହି ପ୍ରତିଦ୍ୱନ୍ଦିତାରେ  ସେମାନଙ୍କୁ କୌଣସି ଅଧିକ ସୁବିଧା ସେମାନଙ୍କ ସରକାରୀ ମାଲିକମାନଙ୍କଠାରୁ ମିଳେ ନାହିଁ । ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ବିତ୍ତୀୟ ସଂସ୍ଥାଗୁଡିକ ପାଇଁ ଦିଆଯାଇଥିବା ଦୃଶ୍ୟମାନ ଓ ଅନ୍ତର୍ନିହିତ ବ୍ୟାଙ୍କ ଗ୍ୟାରେଣ୍ଟିର ଲଘୁକରଣ  ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକର ଅଧିକ କ୍ଷତି କରାଇବ । କାରଣ ଖରାପ ରୁଣ ବା ନସୁଝା ଯାଇଥିବା ରୁଣର ପରିମାଣ ବୁଦ୍ଧି ପାଇ ଏହି ବ୍ୟାଙ୍କଗୁଡିକର ବାର୍ଷିକ ହିସାବକୁ ଯେତେବେଳେ ଏପଟ ସେପଟ କରାଇ ଦେଇ ସାରିଲାଣି ସେତେେବେଳ ଏହାର ପ୍ରଭାବ ନିଶ୍ଚିତ ଯୋରଦାର ହେବ  ।

 ତେଣୁ ଏହା ସରକାର ପାଇଁ ବୁଦ୍ଧିମାନର କାର୍ଯ୍ୟ ହେବ ଯଦି ଏହା ଏକ ନୂତନ ଆର୍ଥିକ ସଂକଳ୍ପ ଆଣିବା ବିଷୟରେ ଆଉ ଆଗକୁ ନଯାଇ ଅନ୍ତତଃ ଏହି ଖରାପ ରୁଣ ସମସ୍ୟା ଦୂର ହେବା ପାଇଁ କିଛି ବ୍ୟବସ୍ଥା କରିବେ । ବିଶେଷକରି ଅଣ-ଆର୍ଥିକ ଉଦ୍ୟୋଗ କ୍ଷେତ୍ର ଗୁଡିକର ସମସ୍ୟାରୁ ମୁକୁଳିବା  ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖାଯିବା ଉଚିତ୍ ।  ଏହା ଅପେକ୍ଷା ଭାରତୀୟ ଆର୍ଥିକ ଢାଞ୍ଚା ଓ ପରିସ୍ଥିତିକୁ ନଜରରେ ରଖି ସରକାର ଏହାକୁ ସୁହାଇବା ଭଳି ଏକ ସଂକଳ୍ପ ଆଣନ୍ତୁ । ତାହାହେଲେ ସବୁ ଦୃଷ୍ଟିରୁ ଭଲ ହେବ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top