ISSN (Print) - 0012-9976 | ISSN (Online) - 2349-8846

ଅଦୃଶ୍ୟ ଦୁର୍ନୀତି

ଟୁ ଜି ମୋକଦମ୍ମା ଲୋକଙ୍କ ମାନସପଟ୍ଟରୁ ଲିଭେଇ ଦିଆଯିବା ଘଟଣା ପ୍ରମାଣିତ କରିଛି ଯେ ଦୁର୍ନୀତିକୁ କେବଳ ଏକ ରାଜନୈତିକ ଅସ୍ତ୍ର ଭାବରେ ହିଁ ବ୍ୟବହାର କରାଯାଉଛି

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଅତୀତରେ ଟୁ ଜି ଦୁର୍ନୀତିରେ ଯେଉଁମାନେ ସାମିଲ ଥିଲେ ବୋଲି କୁହାଯାଉଥିଲା ସେମାନଙ୍କୁ ସମସ୍ତଙ୍କୁ ନ୍ୟାୟାଳୟ ପ୍ରମାଣ ଅଭାବରୁ ମୁକ୍ତ କରିଦେବା ଘଟଣା ଅନେକଙ୍କୁ ଚକିତ କରି ଦେଇଛି ।  ଏହାଠାରୁ ଅଧିକ ଆଶ୍ଚର୍ଯ୍ୟଜନକ  କଥା   ହେଉଛି ଏହି ଘଟଣାଟି ଏତେ ଶୀଘ୍ର ଲୋକଙ୍କ ମାନସପଟ୍ଟରୁ ଉଭେଇ ଗଲା ।  ଦଶ ବର୍ଷ ପୂର୍ବେ, ସେକେଣ୍ଡ ଜେନେରେସନ(ଟୁ ଜି) ସେବା ପାଇଁ ମୋବାଇଲ ଟେଲିକମ ସ୍ପେକ୍ଟ୍ରମକୁ ଯିଏ ଆଗେ ଆସିଲା/ ସିଏ ଆଗେ ପାଇଲା ନ୍ୟାୟରେ ବିତରଣ କରା ଯାଇଥିଲା । ଯାହାକୁ ନେଇ ଏକ ବହୁତ ବଡ ବିବାଦ ସୃଷ୍ଟି ହୋଇଥିଲା । ମୋଟ ୧୨୨ ଟି ଲାଇସେନ୍ସ ବିଭିନ୍ନ ଟେଲିକମ କମ୍ପାନୀକୁ ସାରା ଦେଶରେ ମୋବାଇଲ ଇଣ୍ଟରନେଟ ଓ ଭଏସ ସେବା ପ୍ରଦାନ ପାଇଁ ବିତରଣ କରାଯାଇଥିଲା  ।  ଯେତେବେଳେ ଦେଶରେ ଟେଲିକମ ସେବାର ଉକ୍ରର୍ଷ ସାଧନ ପାଇଁ  ଭାରତ ଟେଲୀ-ବିପ୍ଳବର ଦ୍ୱାରଦେଶରେ ଠିଆ ହୋଇଥିଲା ସେତିକିବେଳେ ଟୁଜି ସ୍ପେକ୍ଟ୍ରମ ବିତରଣ ଫଳରେ ଏହି ସେବାରେ ଅନେକ ପରିବର୍ତ୍ତନ ଆସି ପାରିବ ବୋଲି ଆଶା କରାଯାଇଥିଲା ।  କିନ୍ତୁ ସେପରି ନହୋଇ ଏହା ଏକ ମହାଦୁର୍ନୀତିର ପ୍ରତୀକରେ ପରିଣତ ହୋଇଥିଲା । ଏହାକୁ ନେଇ ୟୁପିଏ ସରକାର ପ୍ରବଳ ବଦନାମ ହେବା ସହ ଦେଶକୁ ୧.୭୩ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିଲା । ଏଥିପାଇଁ ୟୁପିଏ ସରକାରର ପତନ ମଧ୍ୟ ଆରମ୍ଭ ହୋଇଥିଲା ।

ଏ ବିଷୟରେ ଯାହା ଅଭିଯୋଗ ଆସିଥିଲା ସେକଥା ପ୍ରାୟ କାହାରିକୁ ଅଛପା ନାହିଁ । ଟୁ ଜି ସ୍ପେକ୍ଟ୍ରମ ଗୁଡିକୁ ୟୁପିଏ ସରକାର ପକ୍ଷରୁ ବଜାର ଦରଠାରୁ ବହୁ କମ ଦରରେ କିଛି କମ୍ପାନୀଙ୍କୁ ଦେଇ ଦିଆଯାଇଥିଲା ଓ ଏଥିପାଇଁ ଲାଞ୍ଚ କାରବାର ହୋଇଥିଲା ବୋଲି ଅଭିଯୋଗ ହୋଇଥିଲା ।  ଏଥିପାଇଁ ଦେଶର ୨୦୦୦୦ କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଥିଲା ବୋଲି କିଛି ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିଲା । କିନ୍ତୁ ଭାରତର ପ୍ରମୁଖ ମହାଲେଖାକାର ବା ସିଏଜି  ବିନୋଦ ରାୟଙ୍କ ହିସାବ ମୁତାବକ ଏଥିପାଇଁ ଦେଶର ୧.୭୩ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି । ଏଥିରେ କିଛି ଟେଲିକମ କମ୍ପାନୀ କେବଳ ଅତ୍ୟଧିକ ଫାଇଦା ବା ‘ସୁପର ପ୍ରଫିଟ’ ପାଇବାକୁ ସକ୍ଷମ ହେଲେ । ଦ୍ରାବିଡ ମୁନେତ୍ରା କାଜଗମ (ଡିଏମକେ) ଦଳର ଏ ରାଜା ଯିଏକି  ସେତବେଳର ଟେଲିକମ ମନ୍ତ୍ରୀ ଥିଲେ, ଏହି ଦୁର୍ନୀତିର  ପ୍ରମୁଖ ଅଭିଯୁକ୍ତ ଭାବେ ଗଣନା ହୋଇଥିଲେ । ଏହା ସହିତ ତାଙ୍କ ଦଳର କିଛି ଲୋକ, କଂଗ୍ରେସର କିଛି ଲୋକ ଏପରିକି ସେତବେଳର ପ୍ରଧାନମନ୍ତ୍ରୀ  ଡା ମନମୋହନ ସିଂହ ମଧ୍ୟ ଏଥିରେ ସମ୍ପୃକ୍ତି  କଥା ଉଠିଥିଲା ।  ଯେତେବେଳେ ତଥ୍ୟ ପ୍ରମାଣ ସହ  ମନଇଚ୍ଛା ଓ ପ୍ରିୟାପ୍ରୀତି ତୋଷଣ ଜରିଆରେ  ସ୍ପେକ୍ଟ୍ରମ ବିତରଣ ପାଇଁ ନିଷ୍ପତ୍ତି କରାଯିବା ତଥା ଲାଞ୍ଚ କାରବାର ଓ  ରାଜକୋଷରୁ ପ୍ରବଳ କ୍ଷତି ହେବା କଥା ଜଣା ପଡିିଲା ସେତେବେଳେ ଲୋକଙ୍କୁ ସବୁଠାରୁ ଯାହା ଅଧିକ ଚକିତ କରିଥିଲା ତାହା ହେଉଛି ଏହି ଘଟଣାରେ ହୋଇଥିବା ଆର୍ଥିକ କ୍ଷତିର ବିଶାଳ ପରିମାଣ । ଏହା ୟୁପିଏ ସରକାରରେ ହୋଇଥିବା ବିଶାଳ ଦୁର୍ନୀତିର ଗୋଟିଏ ପ୍ରତୀକ ହୋଇ ଯାଇଥିଲା  ଏବଂ ଏହା ଦେଖାଇ ଦେଇଥିଲା ଯେ ସାଧାରଣ ଲୋକଙ୍କ ମୂଳଭୂତ ସୁବିଧା ଏବଂ ଦାରିଦ୍ର୍ୟ ଦୂରୀକରଣ ପାଇଁ ଯେତେ ଅର୍ଥ ଦିଆଯାଉଛି ସେଥିରୁ କେତେ ଅର୍ଥ ଏହିପରି ଭାବରେ ହଡପ ହେବାରେ ଲାଗିଛି ।

 କେତେକ ଲୋକ ଯୁକ୍ତି ଦିଅନ୍ତି ଯେ ଭାରତୀୟ ଜନତନ୍ତ୍ରର ଗଣତାନ୍ତ୍ରିକ ଭାବେ ନିର୍ବାଚିତ ପ୍ରଧ।।ନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନିର୍ବାଚନ ସହିତ ଏହି ୧.୭୩ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଥିôବା ଦାବୀର କିଛି ଷଡଯନ୍ତ୍ରପୂର୍ଣ୍ଣ ସହଯୋଗ ରହିଛି ।  ଏହି ଷଡଯନ୍ତ୍ରର ସତ୍ୟତା  ଯାହା ଥାଉ ନା କହିଁକି ଏବେ ଏହାର ଗୋଟିଏ ରାଜନୈତିକ ପରିଣାମକୁ ସ୍ପଷ୍ଟ ଭାବରେ ଚିହ୍ନି ହେଉଛି । ଏହି ଦୁର୍ନୀତି ଏକ ଢାଞ୍ଚା ଥିଲା ଯାହା ଉପରେ କଂଗ୍ରେସରେ ଦୁର୍ନୀତି ଏକ ସାଧାରଣ କଥା ହୋଇ ଯାଇଥିଲା । ତେଣୁ ୟୁପିଏ ସରକାରରେ ହୋଇଥିବା ଅନ୍ୟସବୁ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ସତ୍ୟତା ଥିଲା କି ନାହିଁ ସେକଥାର ସତ୍ୟାସତ୍ୟକୁ କେହି ଆଉ ଅନୁସନ୍ଧାନ କରି ଦେଖି ନ ଥିଲେ ।   ଭାରତର ସମସ୍ତ ସମସ୍ୟାର ଜଡ ଏକମାତ୍ର  ଦୁର୍ନୀତି ବୋଲି କୁହା ଯାଇଥିଲା ଓ ଦୁର୍ନୀତି ବିରୋଧୀ ତାବିଜ ହିଁ ଭାରତରୁ ସବୁ ସମସ୍ୟାକୁ ଦୂର କରି ପାରିବ ବୋଲି କୁହାଯାଇଥିଲା ।  ଏହା ‘ଦୁର୍ନୀତି ବିରୁଦ୍ଧରେ ଭାରତ’ ନାମକ ଆନ୍ଦୋଳନ ପ୍ରତି ଲୋକଙ୍କର ବିଶ୍ୱସନୀୟତାକୁ ବଢାଇ ଦେଇ ଥିଲା  । ଆମେ ଏହି କଥା କହିବା ପଛରେ କୌଣସି ଯୁକ୍ତି ନିଶ୍ଚିତ ନାହିଁ ଯେ ଟୁ ଜି ସ୍ପେକ୍ଟ୍ରମ ବିତରଣ ମାମଲାରେ କୌଣସି ଦୁର୍ନୀତି ବା ପ୍ରିୟାପ୍ରୀତି ତୋଷଣ  ହୋଇ ନଥିଲା ।  କିନ୍ତୁ ଏ କ୍ଷେତ୍ରରେ ଏପରି କରାଗଲା ଯେଉଁଥିରୁ ଜଣା ପଡିଲା ଯେ ଦୁର୍ନୀତି କେବଳ ଗୋଟିଏ ବିଷୟ ଓ ଏହା ସମାଜର ଅନ୍ୟ ସବୁ ବିଷୟ ଯେପରିକି ଦାରିଦ୍ର୍ୟ, ବେକାରୀ, ଜନସାଧାରଣଙ୍କ କଲ୍ୟାଣ, ଭେଦଭାବ ଏବଂ ହିଂସା ଆଦି କଥାକୁ ଗୌଣ କରି ଦେଲା ।

ଏହି ଘଟଣାରେ ଲାଗୁଥିôଲା ଯେ ତଳ କୋର୍ଟର୍ର ବିଚାର ଯେପରି ସୁପ୍ରିମକୋର୍ଟର ପବିତ୍ରତାକୁ ନଷ୍ଟ କରି ଦେବାକୁ ଉଦ୍ଦିଷ୍ଟ ଥିଲା । ମନମାନୀ ଓ ପ୍ରିୟାପ୍ରୀତିତୋଷଣ ପାଇଁ ସୁପ୍ରିମକୋର୍ଟ ୨୦୧୨ ମସିହାରେ ଟୁ ଜି ସ୍ପେକ୍ଟ୍ରମ ବିତରଣକୁ ରଦ୍ଦ କରି ଦେଇଥିଲେ । ସୁପ୍ରମକୋର୍ଟ କହିଥିଲେ ଯେ ଅଭିଯୁକ୍ତ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସମ୍ପତ୍ତି ଗୁଡିକୁ ଅନ୍ୟକୁ ଉପହାରରେ ଦେଇ ଦେଇଛନ୍ତି । ସୁପ୍ରିମକୋର୍ଟ ଙ୍କ ରାୟ ସ୍ପଷ୍ଟ କରି ଦେଇଥିଲା ଯେ ସେ କେବଳ ଯେଉଁ ପଦ୍ଧତିରେ ଏହା ବିତରଣ ଯାଇଛି ତା’ରି ଉ ପରେ ଶୁଣାଣୀ କରୁଛନ୍ତି, ତାଙ୍କର ନିର୍ଣ୍ଣୟ ତଳ କୋର୍ଟର ଶୁଣାଣୀକୁ ପ୍ରଭାବିତ କରିବ ନାହିଁ । କିନ୍ତୁ ଏକଥାଟି କହିଦେବା ଯେତିକି ସହଜ କରି ଦେଖାଇବା ସେତିକି ସହଜ ନୁହେଁ କି ନ ଥିଲା । ତଳକୋର୍ଟ ଯାହା କହିଲେ ତାହା ହେଉଛି ଏ ଘଟଣାର ଯାଞ୍ଚ କରୁଥିବା ସିବିଆଇ କୌଣସି ଅଭିଯୁକ୍ତଙ୍କ ବିରୁଦ୍ଧରେ ତାଙ୍କର ଦୋଷ ବିଷୟରେ ଠୋସ୍ କିଛି କହି ପାରି ନାହାନ୍ତି । ଏହା ଗୁଡିଏ ପ୍ରଶ୍ନକୁ  ଠିଆ କରିଛି । ସେ ପ୍ରଶ୍ନ ମଧ୍ୟରେ ୨୦୧୪ରୁ କ୍ଷମତାରେ ଥିବା ମୋଦି ସରକାରଙ୍କ ଅସଲ ଉଦ୍ଦେଶ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

 ମୋଦିଙ୍କ ବିଜୟରୁ ଆଶା କରାଯାଉଥିଲା ଯେ ସିଏ ଦୁର୍ନୀତିଗ୍ରସ୍ତମାନଙ୍କୁ କାନୁନର ପଞ୍ଜା ଭିତରକୁ ଆଣିବେ । କିନ୍ତୁ ପୂର୍ବରୁ ବିଭିନ୍ନ ଦୁର୍ନୀତି କଥାରେ ଯାହା ସବୁ ଘଟିଛି ତ ଘଟିଛି କିନ୍ତୁ ଏହି ଘଟଣା ଯାହାକି ଦେଶର ସବୁଠାରୁ ବଡ ଦୁର୍ନୀତି ବୋଲି କୁହାଯାଉଥିଲା ସେଥିରେ ସିଏ ଯାହା କଲେ ତାହା ତାଙ୍କ ରାଜନୈତିକ ପ୍ରତିଷ୍ଠାକୁ ଆଘାତ ପହଞ୍ଚାଇଛି  । ମୋଦି ତାଙ୍କର ପ୍ରମୁଖ ବିରୋଧୀ ଦଳ କଂଗ୍ରେସକୁ ଦୁର୍ନର୍ୀତି କଥାରେ ଯେଉଁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲେ ତାହା ଏହି ଟୁ ଜି ଦୁର୍ନୀତିର ରାୟ ପ୍ରକାଶ ପାଇବା ପରେ ବନ୍ଦ ହୋଇଯିବ । କଂଗ୍ରେସ ଏହାକୁ ବ୍ୟବହାର କରି ତାର ଅତୀତର ଅବସ୍ଥାକୁ ପୁଣି ଫେରି ପାରୁଛି କି ନାହିଁ ତାହା ଅଲଗା କଥା । କିନ୍ତୁ ମୋଦି ସରକାରର ଏହି ଦର୍ଶନୀୟ ବିଫଳତା ଭାରତର ନାଗରିକଙ୍କୁ ଦୁର୍ନୀତି ମାମଲ । ଓ ବଛା ବଛା ଉଦ୍ୟୋଗପତିଙ୍କୁ ଅନୁଗ୍ରହ କରିବା ପାଇଁ ସରକାରରେ ଥିବା ଲୋକମାନଙ୍କର କ୍ଷମତାର ଅପବ୍ୟବହାର ପ୍ରତି ଏକ ଅଲଗା ଅନୁଭୂବ ଆଣି ଦେଇଛି । ଏହା ନିଶ୍ଚିତ ଦୁର୍ନୀତି ବିରୁଦ୍ଧରେ ପ୍ରତିଶେଧକ ପରି କାମ କରିବ । ଏହି ଶୂନ୍ୟରେ ମିଳାଇ ଯାଇଥିବା ଦୁର୍ନୀତି ଘଟଣାରେ କୌଣସି ଦ୍ୱିମତ ନାହିଁ ଯେ ଦୁର୍ନୀତି ଓ କ୍ଷମତାର ଅପବ୍ୟବହାର ଭାରତୀୟ ଅର୍ଥନୀତି ଓ ରାଜନୀତିର ଏକ ପ୍ରମୁଖ ଦିଗ ଓ ଦୃଷ୍ଟିକୋଣ ହୋଇ ରହିଛି  ଏବଂ ଏକ ସଠିକ ଏବଂ ସ୍ୱଚ୍ଛ ସମାଜ ଗଠନ କରିବାକୁ ହେଲେ ଦୁର୍ନୀତି ବିରୁଦ୍ଧରେ ସଂଘର୍ଷ କରିବାର ଆବଶ୍ୟକତା ପୂର୍ବପେକ୍ଷା ଅଧିକ ଗମ୍ଭୀର ହୋଇଛି ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top