ଆମେରିକା-ଉତ୍ତର କୋରିଆ ସଂକଟ
ଆଗକୁ ଆସୁଥିବା ଭୟାବହ ଆଣବିକ ବିପଦ ପାଇଁ ଉଭୟ ସଂଯୁକ୍ତରାଷ୍ଟ୍ର ଓ ଯୁକ୍ତରାଷ୍ଟ୍ର ଆମେରିକାକୁ ଦାୟିତ୍ୱ ନେବାକୁ ହେବ
ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ କାର୍ଯ୍ୟରେ ବହୁତ କମ ସଂଯମ ରକ୍ଷାକରିଥାଆନ୍ତି । ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ଗତ ନଭେମ୍ବରରେ ସେ ଯେଉଁ ପ୍ରଥମ ବିଦେଶୀ ରାଷ୍ଟ୍ରକୁ ଅନ୍ତରାଷ୍ଟ୍ରୀୟ ଗସ୍ତରେ ଯାଇଥିଲେ ତାହା ହେଉଛି ଜାପାନ । ସେ ତାଙ୍କ ଗସ୍ତ କାର୍ଯ୍ୟକ୍ରମ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହିତ ଗଲ୍ଫ ଖେଳି ଆରମ୍ଭ କରିଥିଲେ । ଏବେ ଆବେଙ୍କର ଉଦ୍ୟମ ହେଉଛି ଜାପାନ ସମ୍ବିଧାନରେ ପରିବର୍ତ୍ତନ କରାଇବା ଯେଉଁଥିରେ ସେ ପ୍ରଶାନ୍ତ ମହାସାଗରୀୟ ସମ୍ବନ୍ଧିତ ଧାରା ୯ (ଯେଉଁଥିରେ କୁହାଯଇଛି ଯେ ରାଜ୍ୟ ରାଜ୍ୟ ଭିତରେ ଦେଖା ଦେଉଥିବା ସମସ୍ୟା ଗୁଡିକର ସମାଧାନ ଯୁଦ୍ଧ ମାଧ୍ୟମରେ ହୋଇ ପାରିବ ନାହିଁ) କୁ ସମ୍ବିଧାନରୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବା ପାଇଁ ଚାହୁଁଛନ୍ତି । ଯାହାକୁ ଦେଖି ଆମେରିକାର ଅସ୍ତ୍ରଶସ୍ତ୍ର ନିର୍ମାଣକାରୀ ଉଦ୍ୟୋଗ ଏହି ଲୋଭରେ ଅଛି ଯେ ଏହାଦ୍ୱାରା ଦେଶ ଦେଶ ମଧ୍ୟରେ ଯୁଦ୍ଧ ଲାଗିଗଲେ ସେମାନଙ୍କର ଗୁଡିଏ ଅସ୍ତ୍ରଶସ୍ତ୍ର ବିକ୍ରୀ ହୋଇ ପାରିବ । ଏଥିପାଇଁ ଆମେରିକା ତୁରନ୍ତ ଜାପାନ ସମେତ ବିଭିନ୍ନ ଦେଶ ସହିତ ଅସ୍ତ୍ରଶସ୍ତ୍ର ବିଶେଷକରି କ୍ଷେପଣାସ୍ତ୍ର ରପ୍ତାନୀ ଚୁକ୍ତିରେ ଦସ୍ତଖତ କରିବା ମତଲବରେ ଅଛି । ତେଣୁ ପ୍ରଥମ ରାଉଣ୍ଡ ଗଲ୍ଫ ଖେଳ ପରେ ପରେ ଦୁହିଙ୍କ ଆଲୋଚନାରେ ଉତ୍ତର କୋରିଆ ହିଁ ସବୁଠୁ ଅଧିକ ସମୟ ନେଇଥିଲା । ପରେ ପରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଆବେ ଆଉଥରେ ନିଶ୍ଚିତ କରି ଦେଇଥିଲେ ଯେ ଉତ୍ତର କୋରିଆ ଘଟଣାରେ ଜାପାନ ଓ ଆମେରିକା ମଧ୍ୟରେ ୧୦୦ ପ୍ରତିଶତ ମତୈକ୍ୟ ରହିଛି । ଏଥିରେ ଟ୍ରମ୍ପ ମଧ୍ୟ ଉତ୍ତର କୋରିଆ ପ୍ରତି ତାଙ୍କର ପୂର୍ବ ଧମକକୁ ଦୋହରାଇ କହିଥିଲେ ଯେ ସବୁ ରାସ୍ତା ଖୋଲାଅଛି ( ଏହି ‘ ସବୁ ରାସ୍ତା’ରେ ଯୁଦ୍ଧ ଏବଂ ଆଣବିକ ଅସ୍ତ୍ରଶସ୍ତ୍ର କଥା ମଧ୍ୟ ସାମିଲ) ।
ଜାପାନ ପରେ ଟ୍ରମ୍ପ ଦକ୍ଷିଣ କୋରିଆ ଗସ୍ତ କରି ସେ ଦେଶର ନ୍ୟାସନାଲ ଆସେମ୍ଳୀରେ ଭାଷଣ ଦେଇଥିଲେ । ଉତ୍ତର କୋରିଆକୁ ନିନ୍ଦା କରି ଟ୍ରମ୍ପ ସେଠାରେ ଯେଉଁ ପ୍ରତିକ୍ରିୟାଶୀଳ ଭାଷଣ ଦେଇଥିଲେ ତାହା ଏକ ଦେଖିବା ଭଳି ଚିତ୍ର ଥିଲା । ଏଭଳି ଆସୁରିକ ପ୍ରତିକ୍ରିୟା କିଛି ନୂଆ ନ ଥିଲା, ସେପ୍ଟେମ୍ବର ୧୯୪୫ ମସିହା ଯେତେବେଳେ କି ଆମେରିକୀୟ ଅକ୍ୟୁପାସନ ଫୋର୍ସ ଦକ୍ଷିଣ କୋରିଆରେ ପହଞ୍ôଚଥିଲେ ସେତିକିବେଳରୁ ଉତ୍ତର କୋରିଆ ପ୍ରତି ଆମେରିକାର ଯେଉଁ ବୈଦେଶିକ ନୀତି ରହି ଆସିଛି ସେଥିରେ ଏହି ଶବ୍ଦ ସବୁ ପ୍ରାୟତଃ ବ୍ୟବହାର ହୋଇ ଆସୁଛି । ଏହାର ଗୋଟିଏ ମାସ ପୂର୍ବରୁ ଅଗଷ୍ଟ ୧୯୪୫ରେ ରୁଷୀୟ ଲାଲ ସେନା କୋରିଆରେ ପ୍ରବେଶ କରି ଅଗଷ୍ଟ ମାସର ମଧ୍ୟ ଭାଗରେ ଜାପାନ ସେନାକୁ ଆତ୍ମସମର୍ପଣ କରିବା ପାଇଁ ବାଧ୍ୟ କରି ଦେଇଥିଲା । କିନ୍ତୁ କେତେକ କାରଣରୁ ସୋଭିଏତ ରୁଷ ଏହାର ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳର ବନ୍ଧୁଙ୍କ ଅନୁରୋଧରେ ଏହାର ସେନାକୁ କୋରିଆର ୩୮ତମ ପାରାଲେଲ ରେ ରହିବାକୁ ଛାଡି ଦେଇଥିଲା । ସେପ୍ଟେମ୍ବରର ପ୍ରଥମାର୍ଦ୍ଧରେ ରାଷ୍ଟ୍ରସଂଘ ସୈନ୍ୟବାହିନୀର ପ୍ରବେଶ ପୂର୍ବରୁ ସେଓଲଠାରେ ହୋଇଥିବା ରାଷ୍ଟୀୟ ସମ୍ମେଳନରେ ପିପୁଲ୍ସ ରିପବ୍ଲିକ ଅଫ କୋରିଆର ଘୋଷଣା କରି ଦିଆଯାଇଥିଲା । ଯାହାର ଦାୟିତ୍ୱ ଏକ ବିକେନ୍ଦ୍ରୀତ ଗଣ-ସମିତି ବା ପିପୁଲ୍ସ କମିଟି ନେଇଥିଲା । ଏହାକୁ କୋରିଆର ଅଧିକାଂଶ ଲୋକ ଏବଂ ଉତ୍ତରରେ ଥିବା ସୋଭିଏତ ଶକ୍ତିମାନେ ଗ୍ରହଣ କରି ନେଇଥିଲେ ।
ଆମେରିକୀୟ ଅକ୍ୟୁପାସନ ସେନା, କୋରିଆର ଦକ୍ଷିଣପନ୍ଥୀମାନଙ୍କ ସହିତ ମିଶି ଏକ ଅଲଗା ଯୋଜନା କରୁଥିଲେ । ସେମାନେ ପିପୁଲ୍ସ କମିଟି ଓ ଦକ୍ଷିଣରେ ଥିବା ପିପୁଲ୍ସ ରିପବ୍ଳିକକୁ ଆଡେଇ ଦେଇ ଦେଶର ସ୍ଥାୟୀ ବିଭାଜନକୁ ନିଶ୍ଚିତ କରି ଦେଲେ । ଜାପାନୀ ଆତ୍ମସମର୍ପଣ ଓ ଜୁନ ୧୯୫୦ ରେ ହୋଇଥିବା ପୂର୍ଣ୍ଣକାଳୀକ ଯୁଦ୍ଧ ଭିତରେ ରାଷ୍ଟ୍ରସଂଘର ସୁରକ୍ଷାରେ ଦକ୍ଷିଣରେ ୧,୦୦,୦୦୦ ଲୋକ ମୃତ୍ୟୁମୁଖରେ ପଡିଥିଲେ । କେବଳ ପିପୁଲ୍ସ କମିଟି ଓ ଅନ୍ୟାନ୍ୟ ସଂସ୍ଥାଗଡିକୁ ଧ୍ୱଂସ କରିଦେବାପାଇଁ ଏହା କରାଯାଇଥିଲା । ଯଦିଓ କୁହାଯାଏ ଯେ ଆମେରିକୀୟ ସହାୟତାରେ ୧୯୪୫ରେ କୋରିଆ ଯୁଦ୍ଧ ଆରମ୍ଭ ହୋଇଥିଲା ତଥାପି ଏକ ଶୀତଳ ଯୁଦ୍ଧ ହିସାବରେ ୧୯୫୦ ରୁ ୧୯୫୩ ପର୍ଯ୍ୟନ୍ତ ଯେଉଁ ଯୁଦ୍ଧ ଚାଲିଥିଲା ତାହା ୧୯୪୫ ଯୁଦ୍ଧର ଏକ ଧାରା ଓ ଅନ୍ୟାନ୍ୟ କେତେକ କଥା ଯେପରିକି ଆମେରିକୀୟ ଇଚ୍ଛାରେ ବ୍ୟବହୃତ ହୋଇଥିବା ନାପାଲମ ବିସ୍ଫୋରକ ବ୍ୟବହାର ଆଦି । (ନାପାଲମ ହେଉଛି ପେଟ୍ରୋଲିୟମ ପଦାର୍ଥରୁ ପ୍ରସ୍ତୁୂତ ଏକ ସାମଗ୍ରୀ ଯାହା ବିସ୍ଫୋଟକ ଭାବରେ ବ୍ୟବହୃତ ହୋଇଥାଏ) । ଜୁଲାଇ ୧୯୫୩ରେ ଏକ ଯୁଦ୍ଧାବସାନ ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହୋଇଥିଲା କିନ୍ତ୍ୁ ଏକ ଶାନ୍ତିଚୁକ୍ତି କେବେବି ସ୍ୱାକ୍ଷରିତ ହୋଇ ନ ଥିଲା । ଯା ଫଳରେ ଆମେରିକା ଏବଂ ଉତ୍ତର କୋରିଆ ସବୁ ସମୟରେ ପରସ୍ପର ବିରୁଦ୍ଧରେ ଯୁଦ୍ଧ କରିବା ସ୍ଥିତିରେ ହିଁ ରହିଲେ ।
ଯୁକ୍ତରାଷ୍ଟ ଆମେରିକା ସବୁ ସମୟରେ ଉତ୍ତର କୋରିଆକୁ ଏକ ଖଳ ଶକ୍ତି ବୋଲି ଚିତ୍ରଣ କରିବାରେ ଲାଗିଲା । ୧୯୭୦ରେ ବେଇଜିଙ୍ଗ ୱାସିଙ୍ଗଟନ ସହ କୁଟନୈତିକ ସମ୍ପର୍କ ଯୋଡିବା ଓ ୧୯୯୦ ରେ ସୋଭିଏତ ଦେଶ ଶୀତଳ ଯୁଦ୍ଧ ସମାପ୍ତ କରିଦେବା ପରେ ଉତ୍ତର କୋରିଆର ପରମାଣୁ ସୁରକ୍ଷା ବ୍ୟବସ୍ଥା ଉଠିଗଲା । ତେଣୁ ଉତ୍ତର କୋରିଆ ଏହାର ନିଜର ପାରମାଣବିକ ଅସ୍ତ୍ର ନିର୍ମାଣ ଆରମ୍ଭ କରିଦେଲା । ଏହା ସୋଭିଏତ ଦେଶ ସହିତ ସମ୍ପର୍କ ତ ରଖିଲା କିନ୍ତୁ ଏହା ସାଙ୍ଗରେ ଜାପାନ ସହିତ ମଧ୍ୟ ସମ୍ପର୍କ ଯୋଡିଲା । ଯାହାର ପରିଣାମ ହେଉଛି ସେପ୍ଟେମ୍ବର ୨୦୦୨ର ୟୋଙ୍ଗପ୍ୟାଙ୍ଗ ଘୋଷଣା । କିନ୍ତୁ ସେତେବେଳକୁ ଆମେରିକା ଇରାନ ଓ ଇରାକ ସହିତ ଉତ୍ତର କୋରିଆ କୁ ମଧ୍ୟ ଆକ୍ସିସ ଅଫ ଏଭିଲ ଭାବେ ଘୋଷଣା କରି ସାରିଥିଲା ଓ ଏହାର ଅସ୍ତିତ୍ୱ ର ଆବଶ୍ୟକତାକୁ ନେଇ ପ୍ରଶ୍ନ ଉଠାଇ ସାରିଥିଲା । ଉତ୍ତର କୋରିଆର ୟୁରାନିୟମ ସମୃୃଦ୍ଧି କାର୍ଯକ୍ରମ ଚାଲିଥିବା ବେଳେ ସେପ୍ଟେମ୍ବର ୨୦୦୬ ଆଡକୁ ୱାଶିଂଗଟନ ଟୋକିଓକୁ ପଛଘୁଞ୍ଚା ଦେବାକୁ ରାଜି କରାଇନେଲା ଓ ଉତ୍ତର କୋରିଆକୁ ପାନେ ଦେବା ପାଇଁ ଟୋକିଓ କିପରି ୱାଶିଙ୍ଗଟନକୁ ସାହାଯ୍ୟ କରିବ ତାପାଇଁ ଲାଗି ପଡିଲା । ପରେ ପରେ ଉତ୍ତର କୋରିଆ ଅକ୍ଟୋବର ୨୦୦୬ରେ ଏହାର ପ୍ରଥମ ଭୂତଳ ପରମାଣୁ ପରୀକ୍ଷା କାର୍ଯ୍ୟକ୍ରମ କରିଥିଲା । ଜାନୁଆରୀ ୨୦୧୬ ବେଳକୁ ଉତ୍ତର କୋରିଆ ଏହି ପ୍ରକାରର ୪ଟି ପରୀକ୍ଷା କରାଇ ନେଇଥିଲା । ଏହା ସହିତ ଅଧିକ ଦୂରଗାମୀ କ୍ଷେପଣାସ୍ତ୍ର ବିକଶିତ କରିବା କାର୍ଯ୍ୟକ୍ରମ ଉପରେ ମଧ୍ୟ ଏହି ଦେଶ ଅଧିକ ଧ୍ୟାନ କେନ୍ଦ୍ରିତ କରିଥିଲା । ଜୁଲାଇ ୨୦୧୭ ବେଳକୁ ଉତ୍ତର କୋରିଆ ଦେଶର ପ୍ରଥମ ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିଜାଇଲର ସଫଳ ପ୍ରକ୍ଷେପଣ କରାଇ ନେଇଥିଲା ।
ଯୁକ୍ତରାଷ୍ଟ୍ର ପକ୍ଷରୁ ବାରମ୍ବାର ହେଉଥିବା ଅବରୋଧ, ଆମେରିକାର ଧମକ, ଏପରିକି ଦେଶଟିକୁ ନିଶ୍ଚିହ୍ନ କରି ଦେବା ପାଇଁ ଜାତିସଂଘର ସାଧାରଣଣ ଆସେମ୍ଲିରୁ ଟ୍ରମ୍ପଙ୍କର ଧମକ, ଆମେରିକା ଦକ୍ଷିଣ କୋରିଆର ମିଳିତ ସମରାଭ୍ୟାସ ଯେଉଁଥିରେ ଜାପାନ ଏହାର ମିଲିଟାରୀ ବେସଗୁଡିକୁ ଯୋଗାଇ ଦେବା, ଉତ୍ତର କୋରିଆରେ ଅନୁପ୍ରବେଶ କରି ଏହାକୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରିଦେବାପାଇଁ ଅଭ୍ୟାସ କାର୍ଯ୍ୟକ୍ରମ ଚାଲୁଥିଲେ ମଧ୍ୟ ଉତ୍ତର କୋରିଆ ପିଓଙ୍ଗୟାଙ୍ଗ ବୁଝାମଣାରୁ ଦୁରେଇ ଯାଇନାହିଁ । ଏବେ ଏକଥାରେ ଦ୍ୱିମତ ନାହିଁ ି ଉତ୍ତର କୋରିଆ ନିକଟରେ ଥିବା ଆଣବିକ ଅସ୍ତ୍ରଶସ୍ତ୍ର ହିଁ ଏହି ଦେଶକୁ ଆଜି ପର୍ଯ୍ୟନ୍ତ ରକ୍ଷା କରି ଆସିଛି ଓ ପୃଥିବୀରେ ରହିବାର ଅଧିକାର ଦେଇ ଆସୁଛି । କୋରିଆ ଉପଦ୍ୱୀପରେ ଶାନ୍ତି ରକ୍ଷା ପାଇଁ ରାଷ୍ଟ୍ରସଂଘର ଅନେକ ଭୂମିକା ରହିଛି । ଜାତିସଂଘ ଝଣ୍ଡାତଳେ ଯୁକ୍ତରାଷ୍ଟ୍ର ଆମେରିକା, ଦକ୍ଷିଣ କୋରିଆ ଏବଂ ଅନ୍ୟ ଶକ୍ତିମାନେ ଉତ୍ତର କୋରିଆରେ ଯେଉଁ ଅପରାଧ ଘଟାଇଲେ ଏବଂ ଯେଉଁକଥା ଦକ୍ଷିଣ କୋରିଆ ସରକାରଙ୍କ ଟ୍ରୁଥ ଆଣ୍ଡ ରିକନସିଲିଏସନ କମିଶନ୍ (୨୦୦୫-୨୦୧୦) ସ୍ୱୀକାର କରିଛି ତାର ଉତ୍ତର ଦାୟିତ୍ୱ ଜାତିସଂଘକୁ ନେବାକୁ ପଡିବ । ଆମେରିକା ଉତ୍ତରକୋରିଆକୁ ଗତ ସାତ ଦଶନ୍ଧୀ ଧରି ବାରମ୍ବାର ପରମାଣୁ ଧମକ ଦେଇ ଚାଲିବା କଥାରେ ମଧ୍ୟ ଜାତିସଂଘ ଉତ୍ତରଦାୟୀ ହେବାକୁ ବାଧ୍ୟ ।
ସିଧା କଥାରେ କହିଲେ ଆମେରିକାର ସାମ୍ରାଜ୍ୟବାଦ ହିଁ ଦୁଇ କୋରିଆର ମିଶ୍ରଣ ଓ ୩୮ତମ ପାରାଲେଲକୁ ଆଗେଇ ନେବାରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି । ଦୁଇ ଦେଶର ମିଶ୍ରଣ ପାଇଁ କୋରିଆର ଲୋକମାନଙ୍କର ଯେଉଁ ସର୍ତ୍ତ ରହିଛି ତାର ପରୀପୂରଣ କ୍ଷେତ୍ରରେ ଯେତେଗୁଡିଏ ସମସ୍ୟା ଦେଖା ଦେଉଛି ତାର ମୂଳ ହେଉଛି ଆମେରିକା ।