ISSN (Print) - 0012-9976 | ISSN (Online) - 2349-8846

ବେସରକାରୀ ସେବାକାରୀଙ୍କ ଲୁଣ୍ଠନ

ସରକାର ଶୁଣିବା ଦରକାର ଯେ ଦିନକୁ ଦିନ ସ୍ୱାସ୍ଥ୍ୟସେବାରେ ବଢୁଥିବା ଖର୍ଚ୍ଚ  ଗରିବଙ୍କୁ ଅଧିକ ଗରିବ କରୁଛି ।

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ସମ୍ପ୍ରତି ଘଟିଥିବା ଦୁଇଟି ଘଟଣାରେ ବେଶ ଜଣାଶୁଣା ଦୁଇଟି ଘରୋଇ ହାସପାତାଳ  ମଧ୍ୟରୁ ଗୋଟିଏରେ ଜଣେ ଡେଙ୍ଗୁ ରୋଗୀଙ୍କର ଚିକିତ୍ସା ପାଇଁ ତାଙ୍କୁ ମାତ୍ର ୨୨ ଦିନ ହାସପାତାଳରେ ରଖି ସେଥିପାଇଁ ୧୬ ଲକ୍ଷ ଟଙ୍କା ନିଆଗଲା  ଆଉ ଗୋଟିଏ ହାସପାତାଳରେ ସେହି ଡେଙ୍ଗୁ ଚିକିତ୍ସା ପାଇଁ ଜଣେ ରୋଗୀଙ୍କୁ ୧୫ ଦିନ ହାସପାତାଳରେ ରଖି ସେଥିପାଇଁ ୧୫ ଲକ୍ଷ ୬୦ ହଜାର ଟଙ୍କା ନିଆଗଲା । ଆଉ ଏହି ଦୁଇଟି ଯାକ ଘଟଣାରେ ଏତେଗୁଡିଏ ଅର୍ଥ ଖର୍ଚ୍ଚ କରି ମଧ୍ୟ ରୋଗୀ ମାନେ ବଞ୍ôଚଲେ ନାହିଁ । ଏହା ଭାରତର ସାମ୍ପ୍ରତିକ ସ୍ୱାସ୍ଥ୍ୟସେବାର ଦୁସ୍ଥିତିକୁ ବୁଝାଉଛି । ବିସ୍ମୃତି ଆଡକୁ ଠେଲି ହୋଇ ଯାଉଥିବା  ସରକାରୀ ସ୍ୱାସ୍ଥ୍ୟସେବା ଓ ଉଗ୍ରରୂପ ଧାରଣ କରିଥିବା ଘରୋଇ ସ୍ୱାସ୍ଥ୍ୟସେବା ମଝିରେ ଝୁଲି ରହିଥିବା ଭାରତୀୟମାନେ ଥରେ ରୋଗରେ ପଡି ହାସପାତାଳକୁ ଗଲେ ଆର୍ଥିକ ଦୃଷ୍ଟିରୁ ତଳିତଳାନ୍ତ ହୋଇ ଯାଉଛନ୍ତି । ସମ୍ପ୍ରତି ପ୍ରକାଶିତ ହୋଇଥିବା ନ୍ୟାସନାଲ ହେଲ୍ଥ ପ୍ରୋଫାଇଲ(ଏନଏଚପି) ୨୦୧୭ରେ ଯେଉଁ ତଥ୍ୟ ପ୍ରକାଶିତ ହୋଇଛି ସେଥିରେ ଦର୍ଶାଯାଇଛି ଯେ ବାସ୍ତବ ଅର୍ଥରେ ସରକାରଙ୍କର ସ୍ୱାସ୍ଥ୍ୟ ବଜେଟ କେବେବି ଆଖଦୃଶିଆ ଭାବେ ବୃଦ୍ଧି ପାଉ ନାହିଁ ଏବଂ ଗରିବ ଲୋକ ବିଶେଷକରି ଗ୍ରାମାଞ୍ଚ୍ଳର ଲୋକ ମାନଙ୍କର ପକେଟରୁ ସ୍ୱାସ୍ଥ୍ୟ ପାଇଁ ହେଉଥିବା ଖର୍ଚ୍ଚ ସେମାନଙ୍କୁ ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳରୁ ଦୁର୍ବଳତର କରି ଦେଉଛି ।   ଏଥିପାଇଁ ଗ୍ରାମାଞ୍ଚଳର ଗରିବ ଲୋକମାନେ ସ୍ୱାସ୍ଥ୍ୟସେବା ପ୍ରଦାନକାରୀମାନଙ୍କୁ ଯେଉଁ ଅର୍ଥ ଦେବାକୁ ବାଧ୍ୟ ହେଉଛନ୍ତି ସେଥିପାଇଁ ସେମାନଙ୍କୁ କୌଣସି ସବସିଡି ଦିଆଯାଉନାହିଁ କି କୌଣସି ତୃତୀୟ ପକ୍ଷ ବୀମା ବ୍ୟବସ୍ଥା ମଧ୍ୟ ସେମାନଙ୍କ ପାଇଁ ନାହିଁ । ସବୁଠାରୁ ଦୁଖର କଥା ହେଉଛି ଉପରୋକ୍ତ ଦୁଇଟି ଘଟଣାରେ ଡେଙ୍ଗୁ ପାଇଁ ଚିକିତ୍ସା ହେବାକୁ ଆସି ୧୫.୬  ଓ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ରୋଗୀ ଦୁଇଜଣ ଶେଷରେ ମୃତ୍ୟୁମୁଖରେ ପଡି ମଧ୍ୟ ଏହି ମାତ୍ରାଧିକ ପଇସା ଖର୍ଚ୍ଚରୁ ବଞ୍ôଚ ପାରି ନାହାନ୍ତି । 

ସରକାରୀ ସ୍ୱାସ୍ଥ୍ୟସେବାରେ ଦେଖା ଦେଇଥିବା ସାଧନ ବା ଅର୍ଥାଭାବ ଅତି ଗରିବ ଲୋକଟିଏକୁ ମଧ୍ୟ ମହଙ୍ଗା ବେସରକାରୀ ହାସପାତାଳକୁ ଯିବାକୁ ବାଧ୍ୟ କରୁଛି । ଏନଏଚପି ୨୦୧୭ ମୁତାବକ ଗୋଟିଏ ରୋଗ ପାଇଁ ସରକାରୀ ହାସପାତାଳରେ ଯେତିକି ଅର୍ଥ ଖର୍ଚ୍ଚ ହୁଅନ୍ତା ତାର ୨ ରୁ ୯ ଗୁଣ ପର୍ଯ୍ୟନ୍ତ ଅଧିକ ଅର୍ଥ ଘରୋଇ ହାସପାତାଳ ଗୁଡିକରେ ଖର୍ଚ୍ଚ ହେଉଥିଲେ ମଧ୍ୟ ଗ୍ରାମାଞ୍ଚଳର ୬୧ ପ୍ରତିଶତ ଓ ସହରାଞ୍ଚଳର ୬୯ ପ୍ରତିଶତ ପର୍ଯ୍ୟନ୍ତ ନାଗରିକ ବେସରକାରୀ ମେଡିକାଲ ଓ କ୍ଲିନିକ ଗୁଡିକୁ ଯିବାକୁ ପସନ୍ଦ କରୁଛନ୍ତି ବା ବାଧ୍ୟ ହେଉଛନ୍ତି । ସହରାଞ୍ଚଳରେ ବାସ କରୁଥିବା ପାଞ୍ଚ ଜଣରୁ ଜଣେ ଓ ଗ୍ରାଞ୍ଚଳର ଏକ ତୃତୀୟାଂଶ ପରିବାର ହାସପାତାଳରେ ରହି ଚିକିତ୍ସିତ ହେବା ପାଇଁ ସେମାନଙ୍କର ସମସ୍ତ ସମ୍ପତ୍ତିି ବିକ୍ରୀ କରିବାକୁ ବା ବନ୍ଧା ପକାଇ ହାସପାତାଳ ଖର୍ଚ୍ଚ ଯୋଗାଡ କରିବାକୁ ବାଧ୍ୟ ହେଉଛନ୍ତି । ଏକଥାଟି ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ନ୍ୟାସନାଲ ହେଲ୍ଥ ଆକାଉଣ୍ଟର ପରିସଂଖ୍ୟାନରୁ ସ୍ପଷ୍ଟ ହେଉଛି । ଯେଉଁଠାରେ କୁହାଯାଉଛି ଯେ ଦେଶରେ ସ୍ୱାସ୍ଥ୍ୟସେବାପାଇଁ ଲୋକଙ୍କର ମୁଣ୍ଡପିଛା ଖର୍ଚ୍ଚ ହେଉଛି ୩,୮୨୬ ଟଙ୍କା ଯେଉଁଥିରୁ ୨.୩୯୪ ଟଙ୍କା ରୋଗୀ ନିଜ ପକେଟରୁ ଖର୍ଚ୍ଚ କରିଥାଏ ।

ଏହା ସତ୍ତେ୍ୱ କୌଣସି କଥାରେ କର୍ଣ୍ଣପାତ କରୁ ନଥିବା ସରକାର ଘରୋଇ କ୍ଷେତ୍ରର ସପକ୍ଷରେ ଯାଇ  ସ୍ୱାସ୍ଥ୍ୟସେବାର ଦାୟିତ୍ୱ ନିଜ ମୁଣ୍ଡକୁ  ନେବାରୁ  ନିଜକୁ ଦୂରେଇ ନେବାରେ ଲାଗିଛନ୍ତି । ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଥିବା ଘରୋଇ କ୍ଷେତ୍ର କୌଣସି ଉତ୍ତରଦାୟିତ୍ୱ ନନେଇ ଓ କୌଣସି ନିୟନ୍ତ୍ରକ ବ୍ୟବସ୍ଥା ନଥାଇ କାମ କରିଥାଏ, ଯାହାର କୁପରିଣାମ ଏବେ ଦେଶସାରା ଦେଖିବାକୁ ମିଳୁଛି । ସମ୍ପ୍ରତି ଆଉ ଗୋଟିଏ ଘଟଣାରେ ଦିଲ୍ଲୀ ସରକାର ଗୋଟିଏ ବଡ ହାସପାତାଳ ଗୋଷ୍ଠୀଙ୍କର ଲାଇସେନ୍ସ ବାତିଲ କରିଦେଲେ । କାରଣ ଏଠାରେ ଗୋଟିଏ ସମୟ ପୂର୍ବରୁ ଜନ୍ମିତ ଶିଶୁକୁ ମିଛରେ ମୃତ ବୋଲି ଘୋଷଣା କରି ଦିଆଯାଇଥିଲା । ଭୁଲ ଜଣାପଡିବା ପରେ ଶିଶୁଟିକୁ ଚିକିତ୍ସା ପାଇଁ ହାସପାତାଳକୁ ନିଆଯାଇଥିଲା ଯେଉଁଠାରେ ଏକ ସପ୍ତାହ ଧରି ମରଣ ସହିତ ସଂଘର୍ଷ କରିବା ପରେ ଶିଶୁଟିର ମୃତ୍ୟୁ ହୋଇ ଯାଇଥିଲା । କିନ୍ତୁ ଅଚାନକ ହାସପାତାଳର ଲାଇସେନ୍ସ ବାତିଲ କରିଦେବା ପରେ ହାସପାତାଳରେ ଥିବା ରୋଗୀ ବିଶେଷକରି ଗମ୍ଭୀର ସ୍ଥିତିରେ ଥିବା ରୋଗୀମାନଙ୍କର ସମସ୍ୟା ବହୁଗୁଣିତ ହୋଇ ଯାଇଥିଲା ।  ଲାଇସେନ୍ସ ରଦ୍ଦ କରିବା ପୂର୍ବରୁ କେହି  ଏକଥାକୁ  ଚିନ୍ତା କଲେ ନାହିଁ ଯେ ଯେଉଁ ରୋଗୀମାନେ ଏବେ ଏହି ହାସପାତାଳରେ ଚିକିତ୍ସିତ ହେଉଛନ୍ତି ତାଙ୍କ ପାଇଁ କିଛି ବ୍ୟବସ୍ଥା ତ କରାଯିବା ଆବଶ୍ୟକ ।

ଯଦି କେନ୍ଦ୍ର ଓ ରାଜ୍ୟ ସରକାରମାନେ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ (ରେଜିଷ୍ଟ୍ରେସନ ଆଣ୍ଡ ରେଗୁଲେସନ) ଆକ୍ଟ ,୨୦୧୦କୁ କଡାକଡି ପାଳନ କରନ୍ତେ ତାହେଲେ ଘରୋଇ  ହାସପାତାଳଗୁଡିକର  ବହୁ ଆର୍ଥିକ ଓ ଅନ୍ୟାନ୍ୟ ଅସଦାଚାରକୁ ଦୁରେଇ ଦିଆଯାଇ ପାରନ୍ତା । ଦଣ୍ଡବିଧାନର ବ୍ୟବସ୍ଥା ଥିବା ଏହି ଆଇନକୁ ୧୦ଟି ରାଜ୍ୟ ଓ ୬ଟି କେନ୍ଦ୍ରଶାସିତ ଅଞ୍ଚଳରେ ଲାଗୁ କରାଯାଇଛି ଓ ଅନେକ ରାଜ୍ୟ ସେମାନଙ୍କର ନିଜ ସୁବିଧାମତେ ମଧ୍ୟ ଆଇନରେ କିଛିକିଛି ପରିବର୍ତ୍ତନ କରି ଆଇନଟିକୁ ଲାଗୁ କରିଛନ୍ତି । କିନ୍ତୁ ଏ ସବୁ ରାଜ୍ୟରେ ଏହା କେବଳ କାଗଜପତ୍ରରେ ସୀମିତ ହୋଇ ରହିଛି । କେନ୍ଦ୍ର ସରକାର ହୃଦୟ ରୋଗ ପାଇଁ ବ୍ୟବହାର କରାଯାଉଥିବା ଷ୍ଟେଣ୍ଟର ଦାମ କମାଇ ଦେଲେ କିନ୍ତୁ ବେସରକାରୀ ହାସପାତାଳଗୁଡିକ ଏଥିପାଇଁ ପୂର୍ବରୁ ଯେପରି ପଇସା ନେଉଥିଲେ ସେହିପରି ନେଇ ଚାଲିଛନ୍ତି । ପଇସା ନେବାପାଇଁ ସେମାନେ ନାନା ପ୍ରକାର ଫନ୍ଦିଫିକର ବାହାର କରୁଛନ୍ତି । ଯା ଫଳରେ ଷ୍ଟେଣ୍ଟର ଦାମ ସିନା କମିଛି କିନ୍ତୁ ଅସ୍ତ୍ରୋପଚାର ପାଇଁ ଯେତିକି ପଇସା ଖର୍ଚ୍ଚ ହେଉଥିଲା ତାହା ସେହିପରି ରହିଛି ବା ବୃଦ୍ଧି ପାଇଛି । 

ଘରୋଇ ହାସପାତାଳଗୁଡିକର ଅଦଉତି କେଉଁ ସ୍ତରରେ ପହଞ୍ଚଛି ତାର ଗୋଟିଏ ବଡ ଉଦାହରଣ ଏବେ କର୍ଣ୍ଣାଟକ ରାଜ୍ୟରେ ଦେଖିବାକୁ ମିଳିଛି । ସେଠାକାର ରାଜ୍ୟ ସରକାର କର୍ଣ୍ଣାଟକ ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ (ଆମେଣ୍ଡମେଣ୍ଟ) ବିଲ ୨୦୧୭ ଆଇନରେ ଥିବା ଦଣ୍ଡ ବିଧାନ ବ୍ୟବସ୍ଥାଟିକୁ କଡାକଡି କରିଦେବା ପରେ ରାଜ୍ୟର ଡାକ୍ତର ଓ ଘରୋଇ  ହାସପାତାଳ ଗୁଡିକ ପକ୍ଷରୁ ପ୍ରବଳ ବିରୋଧ ହେବା ଫଳରେ ଦୁର୍ବଳ କରି ଦେଇଥିଲେ । ନଭେମ୍ବରରେ ରାଜ୍ୟ ବିଧାନସଭାରେ ପାରିତ ହୋଇଥିବା ଏହି ବିଲରେ ରୋଗୀମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ହାସପାତାଳଗୁଡିକର ଅବହେଳା , ଅନିୟମିତତା ଏବଂ ଅନ୍ୟାନ୍ୟ ଦୁର୍ବଳତା ବିରୁଦ୍ଧରେ ଅନେକ ଦଣ୍ଡମୂଳକ ବ୍ୟବସ୍ଥା ରଖାଯାଇଥିଲା । କିନ୍ତୁ ସେତେବେଳେ ଘରୋଇ  ହାସପାତାଳ ମାଲିକ ଓ ଡାକ୍ତରମାନଙ୍କର ବିରୋଧକୁ ରାଜ୍ୟ ସରକାର ଏଇଥିପାଇଁ ବିରୋଧ କରି ପାରିଲେ ନାହିଁ ଯେ ରାଜ୍ୟରେ ସରକାରୀ ସ୍ୱାସ୍ଥ୍ୟସେବା ସମ୍ପୂର୍ଣର୍ ଦୁର୍ବଳ ସ୍ଥିତିରେ ରହିଥିଲା ତେଣୁ ଲୋକମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା  ବଢିବାକୁ ଲାଗିଲା ଓ ଲୋକମାନଙ୍କ  ମଧ୍ୟରେ ସରକାରଙ୍କ ବିରୁଦ୍ଧରେ କ୍ରୋଧ ଓ ଆକ୍ରୋଶ ବୃଦ୍ଧି ପାଇବାରେ ଲାଗିଲା । ଏନଏଚପି ୨୦୧୭ର  ହିସାବରୁ ଜଣା ପଡିଛି ଯେ କର୍ଣ୍ଣାଟକ ରାଜ୍ୟ ସରକାର ନିଜ ସକଳ ଘରୋଇ ଉତ୍ପାଦନର ମାତ୍ର .୦୭ ପ୍ରତିଶତ ଅର୍ଥ ସ୍ୱାସ୍ଥ୍ୟସେବା ପାଇଁ ଖର୍ଚ୍ଚ କରିଥାନ୍ତି । ରାଷ୍ଟ୍ରୀୟ ସ୍ତରରେ ସ୍ୱାସ୍ଥ୍ୟସେବାପାଇଁ ୧.୧ ପ୍ରତିଶତ ଅର୍ଥ ଖର୍ଚ୍ଚ କରାଯାଉଛି ।

ଏନଏଚପି ୨୦୧୭ ରେ ପ୍ରସ୍ତାବ ଦିଆଯାଇଥିଲା ଯେ ୨୦୨୦ ମଧ୍ୟରେ ସରକାର ସ୍ୱାସ୍ଥ୍ୟସେବାରେ ସକଳ ଘରୋଇ ଉତ୍ପାଦ ବା ଜିଡିପିର ୧ ପ୍ରତିଶତରୁ ବଢାଇ ୨.୫ ପ୍ରତିଶତ କରିବେ । ଏହି ଖର୍ଚ୍ଚ ବିଶ୍ୱସ୍ତରରେ ୫.୯୯ ପ୍ରତିଶତ ରହିଛି । ଏନଏଚପି ୨୦୧୭ରେ କୁହାଗଲା ଯେ ଭାରତରେ ଏବେ ୧୦ ଲକ୍ଷ ବା ଏକ ନିୟୁତ ଏେଲୋପାଥିକ ଡାକ୍ତର ଅଛନ୍ତି । ଏମାନେ ୧.୩ ବିଲିଅନ ବା ୧୩୦ କୋଟି ଭାରତୀୟଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି  । ପୁଣି ଏଥିରୁ ପାଖାପାଖି ୧୦ ପ୍ରତିଶତ ବେସରକାରୀ ହାସପାତାଳରେ କାମ କରୁଛନ୍ତି । ଦେଶରେ ସେହି ପରିମାଣରେ ସେବିକା ବା ନର୍ସ ଓ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କର ମଧ୍ୟ କମି ରହିଛି । କେବଳ ସେତିକି ନୁହେଁ ରିପୋର୍ଟ ଅନୁସାରେ ସ୍ୱାସ୍ଥ୍ୟସେବାରେ ଆଞ୍ଚଳିକ ବୈଷମ୍ୟ  ମଧ୍ୟ ପରିଲକ୍ଷିତ ହେବାରେ ଲାଗିଛି । ଗୋଟିଏ ଅଞ୍ଚଳର ଜନଗଣ ସଠିକ ଗୁଣମାନର ସ୍ୱାସ୍ଥ୍ୟସେବା ପାଇ ପାରୁଥିବା ବେଳେ ଆଉ ଗୋଟିଏ ଅଞ୍ଚଳର ଲୋକମାନେ ସଠିକ୍ ଗୁଣମାନର ସ୍ୱାସ୍ଥ୍ୟସେବା ପାଖରେ ପହଞ୍ôଚ ପାରୁ ନାହାନ୍ତି । ଏହା ସହିତ ଦେଶରେ ଏପରି ଏକ ସ୍ୱାସ୍ଥ୍ୟସେବା ପାଠ୍ୟକ୍ରମ ମେଡିକାଲ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ପଢାଯାଉଛି ଯେଉଁଥିରେ ଏକ ଗରିବ ଦେଶର ସ୍ୱାସ୍ଥ୍ୟସେବାର ଆବଶ୍ୟକତା, ସ୍ୱାସ୍ଥ୍ୟସେବା ପାଇବାରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମଧ୍ୟରେ ଥିବା ପାର୍ଥକ୍ୟ, ତଥା ଦିନକୁ ଦିନ ଗରିବ ଲୋକଙ୍କ ମଧ୍ୟରେ ବିଭିନ୍ନ ଦେଶରେ  ବୃଦ୍ଧି ପାଉଥିବା ଅସଂକ୍ରାମକ ରୋଗର ବୋଝ ସମ୍ପର୍କରେ ସେମାନଙ୍କୁ ସଚେତନ କରାଯାଇ ପାରୁ ନାହିଁ ।  । 

ଏନଏଚପି ୨୦୧୭ର ପ୍ରସ୍ତାବ ଅନୁଯାୟୀ ସ୍ୱାସ୍ଥ୍ୟସେବାରେ ସରକାରୀ ସ୍ତରରେ ସ୍ୱାସ୍ଥ୍ୟସେବାରେ ହେଉଥିବା ଖର୍ଚ୍ଚ ପରିମାଣକୁ ୨୦୨୦ ପର୍ଯ୍ୟନ୍ତ ସକଳ ଘରୋଇ ଉତ୍ପାଦର ୧ ପ୍ରତିଶତରୁ ୨.୫ ପ୍ରତିଶତକୁ ବୃଦ୍ଧି କରାଯିବା ଉଚିତ୍ ଯାହାକି ବିଶ୍ୱ ସ୍ତରରେ ହେଉଥିବା ଖର୍ଚ୍ଚ ୫.୯୯ ପ୍ରତିଶତ ଠାରୁ  ଅନେକାଂଶରେ କମ୍ ।  । ଏନଏଚପି ୨୦୧୭ର  ମୂଳ ଲକ୍ଷ୍ୟ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ନୀତି ତିଆରି କରିବା ପାଇଁ ପାଇଁ ସଠିକ୍ ତଥ୍ୟ ଯୋଗାଇ ଦେବା ହେବା ଉଚିିତ୍ । ଏବେ ଯେତିକି ପରିମାଣର ତଥ୍ୟ ଓ ପରିସଂଖ୍ୟାନ ହେଲାଣି ତାହା ଏକଥା କହିବା ପାଇଁ ଯଥେଷ୍ଟ ଯେ ଏବେ ସରକାରକୁ ତଥ୍ୟ ଓ ପରିସଂଖ୍ୟାନ ପଛରେ ନ ଧାଇଁ ତୁରନ୍ତ କାମ କରିବା ଦରକାର । ଏବେ ସମୟ ଆସିଛି ଯେ ସରକାରମାନେ ସେମାନଙ୍କ ରାଜନୈତିକ ଇଚ୍ଛାଶକ୍ତିର ପ୍ରଦର୍ଶନ କରି ଗରିବ ରୋଗୀ ଓ ସେମାନଙ୍କ ପରିବାରମାନେ ଯେପରି ରୋଗ ବେରାଗ୍ୟରେ ମହଙ୍ଗା ବେସରକାରୀ ହାସପାତାଳଗୁଡିକର ଇଚ୍ଛାର ଅଧିନ ନୁହନ୍ତି  ବୋଲି ପ୍ରମାଣ କରି ପାରିବେ ତାକୁ କରିବାର ଆବଶ୍ୟକତା ରହିଛି ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top