ISSN (Print) - 0012-9976 | ISSN (Online) - 2349-8846

ଜ୍ୟୋତି ସିଂହ ଏବେବି ଜୀବିତ

ଏହି ମୋକଦମ୍ମାରୁ ସମାଜର କିଛି ଲାଭ ହୋଇଛି ସତ କିନ୍ତୁ ଏହି ଘଟଣାର ପାଞ୍ଚବର୍ଷପରେ ବି ଲୋକଙ୍କ ମନୋଭାବରେ କୌଣସି ପରିବର୍ତ୍ତନ ଆସି ପାରିନାହିଁ

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ପାଞ୍ଚ ବର୍ଷ ପୂର୍ବେ, ୧୬ ଡିସେମ୍ବର ୨୦୧୨ରେ ଦିଲ୍ଲୀର ଏକ ଚଳନ୍ତା ବସରେ ଜ୍ୟୋତି ସିଂହଙ୍କୁ ଯୌନ ଉତ୍ପୀଡନର ଶିକାର ହେବାକୁ ପଡିଥିôଲା । ଏହି ଉତ୍ପୀଡନର ପୁଙ୍ଖାନୁପୁଙ୍ଖ ବିବରଣୀ ଯେତେବେଳେ ସମସ୍ତଙ୍କ ସାମ୍ନାକୁ ଆସିଲା ଓ ତାଙ୍କୁ ଯେପରି ପାଶବିକତାର ଶିକାର କରାଯିବା କଥା ଯେତେେବେଳ ଜଣା ପଡିଲା ତାହା ଲୋକଙ୍କ ମଧ୍ୟରେ ପ୍ରଚଣ୍ଡ କ୍ରୋଧ ଓ ପ୍ରତିବାଦକୁ ଜନ୍ମ ଦେଇଥିଲା । ଯାହାକୁ ଦେଖି ସେତେବେଳେର ସରକାର ଏହି ଘଟଣାର ତଦନ୍ତ  ଫାଷ୍ଟଟ୍ରାକ କୋର୍ଟରେ କରିବା ପାଇଁ ବାଧ୍ୟ ହୋଇଥିଲେ । ଏହାର ଶୁଣାଣୀ ବେଳେ ଏହା ସାରା ଦେଶରେ ନିର୍ଭୟା କେଶ ରୂପେ ପ୍ରଚାରିତ ହୋଇଥିଲା । ଏହା ସହିତ ମହିଳାଙ୍କ ଉପରେ ହେଉଥିବା ଯୌନ ହିଂସାକୁ ରୋକିବାପାଇଁ କଡା ଆଇନ ଆଣିବାକୁ ବିଭିନ୍ନ ସ୍ତରରେ ମତ ପ୍ରକାଶ ପାଇବା ଫଳରେ ଦେଶରେ ଏକ ପରିବର୍ତ୍ତିତ ଅପରାଧ ଆଇନ(ସଂଶୋଧନ) କାନୁନ ୨୦୧୩ ର ସୃଷ୍ଟି ହୋଇଥିଲା । ଏହି ମୋକଦମ୍ମ୍ାଟି ସାରା ଦେଶରେ ମହିଳାଙ୍କ ଉପରେ ଚାଲିଥିବା ଯୌନ ଉତ୍ପୀଡନ ବିରୋଧରେ ବିଭିନ୍ନ ସ୍ତରରେ ଗଭୀର ଆଲୋଚନା ପାଇର୍ ମାର୍ଗ ପ୍ରଶାସ୍ତ କରିବା ସହିତ ଏହା ବିରୋଧରେ ରାସ୍ତା ବାହାର କରିବାପାଇଁ ଚିନ୍ତା କରିବାର ଖୋରାକ ଯୋଗାଇ ଥିଲା । 

ଜ୍ୟୋତି ସିଂହର ଜୀବନ କାହାଣୀ  ବର୍ତ୍ତମାନର  ଯୁବ ଭାରତର ଆକାଂକ୍ଷା ଓ ଗତିଶୀଳତାରେ ମଧ୍ୟ ସନ୍ନିବିଷ୍ଟ । ଏହା ଏଇଥିପାଇଁ କୁହାଯାଉଛି ଯେ ଜ୍ୟୋତି ସିଂହଙ୍କର ଯନ୍ତ୍ରଣା ଦେଶର କୋଣ ଅନୁକୋଣରେ ଥିବା ଲୋକଙ୍କର ଜନମାନସକୁ  ବ୍ୟଥିତ କରିଥିଲା ।  ଗତ ପାଞ୍ଚ ବର୍ଷ ମଧ୍ୟରେ ମହିଳାମାନଙ୍କ ପ୍ରତି ହେଉଥିବା ଯୌନ ଶୋଷଣ ବିରୋଧରେ ସଡକରୁ ନେଇ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ବହୁ ସ୍ଥାନରେ ପ୍ରତିବାଦ ଆନ୍ଦୋଳନମାନ ଦେଖିବାକୁ ମିଳିଛି ।  ହରିୟାଣାର ରେୱାରୀଠାରେ ସ୍କୁଲଛାତ୍ରୀମାନେ ସ୍କୁଳକୁ ଯିବା ସମୟରେ ସେମାନଙ୍କ ପ୍ରତି ହେଉଥିବା  ଯୌନଉତ୍ପୀଡନ ବିରୁଦ୍ଧରେ ଛାତ୍ରୀମାନେ ବିଶେଷକରି ଯୋରଦାର ଆନ୍ଦୋଳନ କରିଥିଲେ,  ଉତ୍ତର ପ୍ରଦେଶରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ବିଶ୍ୱଦ୍ୟାଳୟ ପରିସରରେ ସେମାନଙ୍କୁ ଯୌନ ନିର୍ଯ୍ୟାତନା ଦିଆଯିବା ବିରୁଦ୍ଧରେ ସ୍ୱତଃପ୍ରବୃତ୍ତ ଭାବେ ଆନ୍ଦୋଳନ କରିବା ସହିତ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରିସରରେ  ଛାତ୍ରୀମାନଙ୍କ ପକ୍ଷରୁ ପିଞ୍ଜରାତୋଡ ଆନ୍ଦୋଳନ କରାଯାଇଥିଲା ।  ସେହିପରି କେରଳ ତିରୁଅନନ୍ତପୁରମ୍ର ଇଞ୍ଜିନିୟରିଙ୍ଗ କଲେଜରେ ଛାତ୍ର/ଛାତ୍ରୀ ନିବାସରେ ଛାତ୍ରୀମାନଙ୍କ ପାଇଁ ଭେଦଭାବ ବିରୁଦ୍ଧରେ  ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ କର୍ଫ୍ୟୁ ତୋଡୋ ଆନ୍ଦୋଳନ କରାଯାଇଥିଲା । ବଙ୍ଗାଲ(ପଶ୍ଚିମବଙ୍ଗ)ରେ ଜଣେ ଛାତ୍ରୀଙ୍କ ପ୍ରତି ହୋଇଥିବା ଯୌନଉତ୍ପୀଡନ ମାମଲାରେ ନ୍ୟାୟ ଦାବୀକରି ଛାତ୍ରୀମାନେ ହକ୍ କଳରବର ଆୟୋଜନ କରିଥିଲେ । ନିକଟରେ ସାମାଜିକ ଜନମାଧ୍ୟମରେ ହୋଇଥିବା ‘ମି  ଠୁ’ ଅଭିଯାନରେ ଯୌନଉତ୍ପୀଡନରେ ଆସିଥିବା ନାଁ ଗୁଡିକର ଏକ ସୂଚୀ ପ୍ରଦାନ କରାଯାଇଥିଲା ।  ଅନେକ ଗୁଡିଏ ହାଇ ପ୍ରୋଫାଇଲ ଦୁଷ୍କର୍ମ ଘଟଣା ଯେମିତିକି ମୁମ୍ବାଇର ଶକ୍ତିମିଲ୍ସ ଘଟଣା, ଉତ୍ତର ପ୍ରଦେଶର ବଦାଉନ ଗଣବଳାକ୍ରାର ମାମଲା, ମାହମୁଦ ଫାରୁକୀ ମାମଲା, କେରଳର ଜୀଶା ବଳାକ୍ରାର ଓ ହତ୍ୟା ଘଟଣା, ମହାରାଷ୍ଟ୍ରର କୋପାର୍ଡି ଘଟଣାରେ ଜନସାଧାରଣଙ୍କ ପକ୍ଷରୂୁ ଜୋରଦାର ପ୍ରତିବାଦ କରାଯାଇଥିଲା । ତେଣୁ ପାଞ୍ଚବର୍ଷପରେ ପୂର୍ବରୁ ଯେପରି ଘଟଣାଟିକୁ ଚପାଇ ଦେବାର ଉଦ୍ୟମ ହେଉଥିଲା ଏବେ ତାହାର ବିପରୀତ ଭାବରେ ସାରା ଦେଶରେ ବଳାକ୍ରାର ଓ ଯୌନ ହିଂସା  ବିରୋଧରେ ପ୍ରତିବାଦର ସ୍ୱର ଶୁଣିବାକୁ ମିଳୁଛି ।

 

 କିନ୍ତୁ ଏକଥା ଆଦୌ କହିହେବନାହିଁ ଯେ ଏହା ଫଳରେ ଏହି ଘଟଣାର ରିପୋର୍ଟିଙ୍ଗ ବଢିଛି ବା ଯେଉଁମାନେ ଯୌନ ଉତ୍ପୀଡନର ଶୋଷଣ ହେଉଛନ୍ତି  ସେମାନଙ୍କ ପ୍ରତି କଳଙ୍କ ଓ ଅପବାଦ ମୁଣ୍ଡାଇବାର ମାତ୍ରାରେ କିଛି କମି ଆସିଛି । ମହିଳା ,ଶିଶୁ ଓ ଲିଙ୍ଗଗତ ସଂଖ୍ୟାଲଘୁ ମାନଙ୍କର ସୁରକ୍ଷା ଆଜି ବି ସେହିପରି ରହିଛି ଯେପରିକି ପୁଲିସିଆ ଦୁର୍ବ୍ୟବହାର, ଲା’ନଧର୍ମୀ ତଦନ୍ତ ପ୍ରକ୍ରିୟା, ଅପହଞ୍ଚ ନ୍ୟାୟ ବ୍ୟବସ୍ଥା ଓ ପ୍ରତିକ୍ରିୟାର ଡର ଆଦି ରହିଛି ।  ଗଣମାଧ୍ୟମ ସେନସେନାଲିଜମ୍ ପାଇଁ ପେଶାରେ ଥିବା ମୂଲ୍ୟବୋଧକୁ ଭୁଲି ଯାଇ ବଳାକ୍ରାର ପିଡିତାଙ୍କ ପରିଚୟ ପ୍ରଘଟ ନକରିବା ପାଇଁ ଥିବା ଆଇନଗତ ସୀମା ପରିସୀମାକୁ ମଧ୍ୟ ଭୁଲି ଯାଏ । ଏହା ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ଏକତ୍ରିତ ଭାବେ ଏକ ଗୁରୁତର ସାମାଜିକ ସମସ୍ୟାଭାବେ ନ ଦେଖି  ସହରାଞ୍ଚଳରେ ହେଉଥିବା ହାଇ ପ୍ରୋଫାଇଲ ମହିଳା ଉତ୍ପୀଡନ, ବଳାକ୍ରାର ଆଦି ଘଟଣାଗୁଡିକ ୁ ବେଶ୍ ବଡ ପାଟିରେ ପ୍ରଚାର କରିଥାଏ ।  ଯେଉଁଥିରେ କାଁ ଭାଁ ଘଟୁଥିବା ସମସ୍ୟାଗୁଡିକ ଅତ୍ୟଧିକ ମାତ୍ରାରେ ଲୋକଲୋଚନକୁ ଆସିଯାଉଥିବା ସମୟରେ  ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ଓ ଅନୁସୂଚିତ ଜାତି / ଜନଜାତି ବା ସାମାଜିକ ଦୃଷ୍ଟିରୁ ଦୁର୍ବଳ ଜାତିର ମହିଳା, ଧର୍ମୀୟ ସଂଖ୍ୟାଲଘୁ ଓ ପରିବାରର ତଥା ସମ୍ପ୍ରଦାୟର ଲୋକମାନଙ୍କ ଦ୍ୱାରା ଯୌନ ଉତ୍ପୀଡନର ଯୋଜନାବଦ୍ଧ ଓ ସଂଗଠିତ ଭାବେ  ହେଉଥିବା ଘଟଣା  ଗୁଡିକ ପଛକୁ ଚାଲିଯାଏ ।  ଗଣମାଧ୍ୟମ ଗରିବ, ଦାଦନ, ଓ ପୁରୁଷ ଶ୍ରମିକମାନଙ୍କୁ ଏହି ସବୁ ଘଟଣାର ମୁଖ୍ୟ ଖଳନାୟକ ଭାବେ ନିନ୍ଦିତ କରାଇବାର ମାଧ୍ୟମ ସାଜୁଛି ।

ଅପର ପକ୍ଷରେ ରାଜନୈତିକ ନେତୃବୃନ୍ଦ ଓ ନ୍ୟାୟାଳୟଗୁଡିକ ମଧ୍ୟ ମହିଳା ସୁରକ୍ଷା ଦୃଷ୍ଟାନ୍ତରୁ ଆଉ ଆଗକୁ ଯିବାରେ ବିଫଳ ହୋଇଛନ୍ତି । ହାଦିୟାଙ୍କ ଘଟଣାରେ ଯାହା ଦେଖିବାକୁ ମିଳିଲା ସମସ୍ତେ କେବଳ ମହିଳାଙ୍କୁ ସୁରକ୍ଷା ଦେବା କଥାଟି ପୁରୁଷଙ୍କର ଅର୍ଥାତ୍ ପିତାଙ୍କର, ସମ୍ପ୍ରଦାୟ ମୁଖିଆଙ୍କର ବା ଛାତ୍ରାବାସର ପୁରୁଷ ମୁଖିଆଙ୍କର ଦାୟିତ୍ୱ ବୋଲି କହି ମହିଳାମାନଙ୍କର ମୋଳିକ ଅଧିକାର, ସ୍ୱାଧୀନତା ଆଦି କଥାକୁ ଭୁଲୁଣ୍ଠିତ କରି ଦିଅନ୍ତି । ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ଟିଭି, ସିନେମା ଓ ସାମାଜିକ ଗଣମାଧ୍ୟମରେ ଲୋକମାନଙ୍କୁ ଅଯଥା କଥାରେ ଅହେତୁକ ଭୟାତୁର କରିବା ପାଇଁ କିଛି ଲୋକଙ୍କୁ ଦୁର୍ବଳ ବୋଲି ବାରମ୍ବାର ସୂଚେଇ ଦେବା, ସମ୍ମାନ ଭୁଲୁଣ୍ଠିତ ହେବା, ପ୍ରତିଶୋଧ ନେବା ଆଦିର ଯୋରଦାର ପ୍ରଚାର ହୋଇଥାଏ ।  ଏହାର ଗୋଟିଏ ଉଦାହରଣ ହେଉଛି କିଛି ଲୋକ ବଳାକ୍ରାରୀମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ଦାବୀ କରାଯିବା ସମୟରେ କୋର୍ଟ ମଧ୍ୟ ମାନବ ଅଧିକାର ବା ବିଚାର ଏପରିକି ଜଷ୍ଟିସ୍ ବର୍ମା କିମଟିର ଏ ସମ୍ପର୍କରେ ଥିବା ସୁପାରୀଶକୁ ୁ ଅଣଦେଖା କରି ମୃତ୍ୟୁଦଣ୍ଡ ଶୁଣାଇ ଦିଅନ୍ତି ।

ଗତ ୨୦୧୩ରେ ବଳାକ୍ରାର ପାଇଁ ଦଣ୍ଡବିଧାନ ବ୍ୟବସ୍ଥାରେ ଯେଉଁ  ପରିବର୍ତ୍ତନ କରାଗଲା ସେଥିରେ କେତେକ ତ୍ରୁଟି ରହିଲା । ବୈବାହିକ କ୍ଷେତ୍ରରେ ଘଟୁଥିବା ଧର୍ଷଣକୁ ଏହି ଆଇନ ପରିସରରରୁ ଅଲଗା ରଖାଗଲା । ବର୍ମା କମିଟି ପକ୍ଷରୁ ସହମତି ବିଷୟରେ ବୟସକୁ କମ କରାଯିବା ସହିତ ଆର୍ମ୍ଡ ଫୋର୍ସେସ (ସ୍ପେଶାଲ ପାୱାର) ଆକ୍ଟ୧୯୫୮ରେ ଯେଉଁ ପରିବର୍ତ୍ତନ କରାଗଲା ସେଥିରେ ସେନାବାହିନୀ ପକ୍ଷରୁ ବଳାକ୍ରାର ମାମଲା ବିଚାର କରାଯିବା କଥାଟିକୁ ପୁରାପୁରି ଭାବେ ଉଠାଇ ଦିଆଗଲା ।  ବଳାକ୍ରାର ଆଇନ ବ୍ୟତୀତ ମହିଳା ହିଂସା ଯେପରିକି ୪୯୮ଏ ଧାରାରେ ବିଚାର୍ଯ୍ୟ ଘଟଣାରେ ମଧ୍ୟ ମିଥ୍ୟା ଦୋଷାରୋପ ବୃଦ୍ଧି ପାଇବା ଓ ପରିବାର ଭାଙ୍ଗିଯିବା ଆଳରେ ଆଇନକୁ ଦୁର୍ବଳ କରି ଦିଆଯାଇଛି ।

 ଏହା ସହିତ ସମ୍ପ୍ରତି ରାଜନୈତିକ କ୍ଷେତ୍ରରେ ମହିଳାମାନଙ୍କୁ ଏକ ମହିମାମମଣ୍ଡିତ ହିନ୍ଦୁ ଅତୀତର ଗଡ ବା ବନ୍ଦନୀ ଭିତରେ ବନ୍ଦୀ ବନାଇବାର ଉଦ୍ୟମ କରାଯାଉଛି ଯାହାକି ଆମେ ପଦ୍ମାବତୀ ଓ ଲଭ ଜିହାଦ ଆଦି ଘଟଣାରେ ଦେଖିଲେ । ମହିଳାମାନଙ୍କୁ ଏକ ରକ୍ଷଣଶୀଳ ସାଂସ୍କୃତିକ ଗଣ୍ଡି ଭିତରେ ରଖି ସେମାନଙ୍କୁ ଏକ ଯୌନ କ୍ରୀଡନକ ସଜେଇ ସେମାନଙ୍କୁ ପରିବାର, ସମ୍ପ୍ରଦାୟ, ପୁରୁଷର ସୁରକ୍ଷା ଆବଶ୍ୟକ ବୋଲି ଦର୍ଶାଇ ଗୋଟିଏ କଥା କରାଯାଉଛି ଆଉ ସେଇଟି ହେଉଛି ମହିଳାମାନଙ୍କର  ଏ ସମାଜରେ ଥିବା ଅଧିକାରରୁ ସେମାନଙ୍କୁ ବଞ୍ଚିତ କରାଇବା । କେବଳ  ଜନପ୍ରିୟ ଆନ୍ଦୋଳନ ଓ ଆଇନ ପ୍ରଣୟନ କ୍ଷେତ୍ରରେ ପରିବର୍ତ୍ତନ ଆଣି ଏଥିରେ ଆଶନୁରୂପ ପରିବର୍ତ୍ତନ କରି ହେବ ନାହିଁ, ଏଥିପାଇଁ ସମାଜର ସବୁ ସ୍ତରରେ ପୁରୁଷ ପ୍ରଧାନ ମାନସିକତା, ମହିଳାମାନଙ୍କ ସ୍ୱାଧୀନ ବିଚରଣର ସୁରକ୍ଷା ବୃଦ୍ଧି ଆଦି ପ୍ରତି ଗମ୍ଭୀରତାର ସହ ଧ୍ୟାନ ଦିଆଯିବାର ଆଶ୍ୟକତା ରହିଛି ।

 ମହିଳାଙ୍କ ନିରାପତ୍ତା ବିଷୟଟି କେବଳ କେତେଜଣଙ୍କୁ ନୁହେଁ ସାରା ମହିଳା ସମାଜ ପାଇଁ ସାମାଜିକ ନିରାପତ୍ତା, ସମାନତା ଏବଂ ନ୍ୟାୟ ବ୍ୟବସ୍ଥା କରାଇ ପାରିଲେ ଯାଇ ସାକାର ହୋଇ ପାରିବ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top